Category: ଜିଲ୍ଲା

  • ଅଧଙ୍ଗା ହନୁମାନ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ଅଧଙ୍ଗା ହନୁମାନ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

    କୋରେଇ ବ୍ଲକ ତାହାରପୁର ପଂଚାୟତ ଅଧଙ୍ଗା ଗ୍ରାମରେ ପ୍ରଭୁ ଶ୍ରୀ ବଜରଙ୍ଗ ବାଲିଙ୍କ ଚର୍ତୁଥ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଦୀର୍ଘ ସାତ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଗ୍ରାମବାସୀ କଳସ ବୁଡ଼ାଇ ଗ୍ରାମ ପରିକ୍ରମା କରିବା ପରେ ଶୁଭଧିବାସ, ଅଙ୍କୁରରୋପଣ ଓ ଘଟସ୍ଥାପନା କରି ପୂଜାର୍ଚନା କାର୍ଯ୍ୟ ଆରମ୍ଭ କରିଥିଲେ ।

    ମୁଖ୍ୟ ଉପଦେଷ୍ଟା ପ୍ରଦୀପ ମଲିକଙ୍କ ତତ୍ଵବଧାନରେ ଅନୁଷ୍ଠିତ ଏହି ଅଧାତ୍ମିକ କାର୍ଯ୍ୟକ୍ରମରେ ଭଜନ ସନ୍ଧ୍ୟା ଓ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ନେଇ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଅଛି।ଦୀର୍ଘ ସାତ ଦିନ ବ୍ୟାପି ଗ୍ରାମବାସୀଙ୍କ ତରଫରୁ ପ୍ରତିଦିନ ହଜାର ହଜାର ଲୋକଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯିବ ।

  • ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆୟୋଜିତ

    ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆୟୋଜିତ

    ଓଡ଼ିଶା ସରକାରଙ୍କ କ୍ରୀଡ଼ା, ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୧୫ ବର୍ଷରୁ କମ ବୟସ ବର୍ଗର ସି.ଏମ ଟ୍ରଫି ଜିଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ସଂସଦର ଉପ ସଭାପତି ଯୁଗଳ ପ୍ରସାଦ ସିଂଙ୍କ ପୌରହିତ୍ୟ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ସଂସଦ ସଭାପତି ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ବରଗଡ଼ ଆରକ୍ଷୀ ଅଧିକ୍ଷକ ତଥା କ୍ରୀଡ଼ା ସଂସଦ ଉପ ସଭାପତି ପ୍ରହଲ୍ଲାଦ ହାୟ ମୀନା ଅତିଥି ଭାବରେ ଯୋଗଦେଇଥିଲେ ।

    ଜିଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶାର ଉପ ସଭାପତି ରବି ପଣ୍ଡା, ପ୍ରାକ୍ତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ପ୍ରଭାତ ଆଦିତ୍ୟ ମିଶ୍ର , କ୍ରୀଡ଼ା ସମ୍ପାଦକ ହରଦୀପ ସିଂ, ଫୁଟବଲ ସମ୍ପାଦକ ଶେକ ସବଦର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ମ୍ୟାଚ୍‌ଟି ୟୁନାଇଟେଡ ସ୍ପୋର୍ଟସ କ୍ଲବ ଓ ସୁପର ଜିମ୍ନାସିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ୨-୧ ଗୋଲରେ ବିଜୟୀ ହୋଇଥିଲା । ୟୁନାଇଟେଡ ସ୍ପୋର୍ଟସ କ୍ଲବ ଦଳର ୧୧ ନମ୍ବର ଖେଳାଳି ରୋହନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରାଯାଇଥିଲା ।

  • ଚୋରି କଲେ, ଛେଚା ଖାଇଲେ

    ଚୋରି କଲେ, ଛେଚା ଖାଇଲେ

    ଚୋରି କରିବାକୁ ଆସି ହଟହଟା ଚୋର | ବିଳମ୍ବିତ ରାତିରେ ଘରେ ପଶି ଚୋରି କରୁଥିବା ବେଳେ ୩ ଜଣ ଚୋରକୁ କାବୁ କରି ନିର୍ଧୁମ ଛେଞ୍ଚିଛନ୍ତି ଗ୍ରାମବାସୀ | ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୋଳଂ ଗ୍ରାମରେ ଘଟିଛି ଏଭଳି ଘଟଣା | ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ବୋଳଂ ଏବଂ ଆଖପାଖ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଥିଲା | ଗତକାଲି ବିଳମ୍ବିତ ରାତିରେ ନିଧିପଣ୍ତା ଅଞ୍ଚଳର ୩ ଜଣ ଚୋର ବୋଳଂ ଗ୍ରାମରେ ଜଣେ ବ୍ଯକ୍ତିଙ୍କ ଘରେ ପଶି ଚୋରି ଉଦ୍ଯମ କରୁଥିବା ବେଳେ ଶବ୍ଦ ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇ ଥିଲା | ଚୋର ମାନେ ଦୌଡି ପଳାଇ ଯାଉଥିବା ବେଳେ ଗ୍ରାମବାସୀ ମିଶି ୩ ଜଣ ଚୋରଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ | ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି |

  • ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ପାରାଦ୍ଵୀପରେ ମାଗଣା ସ୍ୱାସ୍ଥ୍ୟସେବା କେନ୍ଦ୍ର

    ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ପାରାଦ୍ଵୀପରେ ମାଗଣା ସ୍ୱାସ୍ଥ୍ୟସେବା କେନ୍ଦ୍ର

    ପାରାଦ୍ଵୀପ ବନ୍ଦର ଲେଡିଜ କ୍ଲବ ପକ୍ଷରୁ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ଶ୍ରୀ ସାଇ ହସ୍ପିଟାଲ ସହଯୋଗରେ ମାଗଣା ସ୍ବାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି। ପାରାଦ୍ଵୀପ ପୋର୍ଟ କ୍ଲବ ପରିସରରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ୟ ଶିବିରରେ ୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଚିକିତ୍ସା ଓ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ଶିବିରରେ ମେଡିସିନ ବିଶେଷଜ୍ଞ, ଦନ୍ତ ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଯୋଗ ଦେଇ ପାରାଦ୍ଵୀପ ର ବିଭିନ୍ନ ବସ୍ତି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଏଥିସହିତ ବ୍ଲଡ଼ ପ୍ରେସର ଓ ସୁଗାର ରୋଗର ମଧ୍ୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମ କୁ ଲେଡିଜ କ୍ଲବର ସମ୍ପାଦିକା ଦୀପିକା ବସନ୍ତିଆ ପରିଚାଳନା କରିଥିଲେ।

  • କେନ୍ଦୁଝରରେ ଅନୁଷ୍ଠିତ ହେବ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍

    କେନ୍ଦୁଝରରେ ଅନୁଷ୍ଠିତ ହେବ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍

    କେନ୍ଦୁଝରରେ ଚଳିତ ୮ ତାରିଖରେ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍ ପ୍ରଥମ ଥର ହେବାକୁ ଯାଉଛି । ଯାହାର ପୋଷାକ, ଟ୍ରଫି ଓ ମେଡାଲର ଆଜି ହୋଇଛି ଉନ୍ମୋଚନ ।କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ରାଜ୍ୟ ହାଣ୍ଡବଲ ସଂଘର ସମ୍ପାଦକ ମାନସ ସିଂ ଓ ସଂଘର ସଭାପତି ଇଂ ବସନ୍ତ ଦାନି ଓ ସମ୍ପାଦକ ରିତିକ ଅଧିକାରୀ ତଥା କୋଷାଧ୍ୟକ୍ଷ ଦୟା ସାଗର ପଣ୍ଡା ଉପସ୍ଥିତ ଥିଲେ । ଏହି ଖେଳରେ ଦେଶର ବିଭିନ୍ନ ରାଜ୍ୟ ଭାଗ ନେବେ । ଦୀର୍ଘ ୪୫ ବର୍ଷ ପରେ କେନ୍ଦୁଝରରେ ଜାତୀୟ ହ୍ୟାଣ୍ଡବଲ ଖେଳ ହେଉଥିବାରୁ କେନ୍ଦୁଝରବାସୀ ଏହାକୁ ନେଇ ଖୁସି ଅଛନ୍ତି ବୋଲି କହିଛନ୍ତି ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ରିତିକ ଅଧିକାରୀ ।

  • ଜଙ୍ଗଲ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

    ଜଙ୍ଗଲ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

    ବୃକ୍ଷ ହିଁ ଜୀବନ , ବୃକ୍ଷ ବିନା ଜୀବନ ଅସମ୍ଭବ, ଜଙ୍ଗଲ ସୁରକ୍ଷା ଆମ ଦାୟିତ୍ୱ । ପ୍ରାକୃତିକ ସୌନ୍ଦଯ୍ୟର ମୂଳ ଉତ୍ସ ହେଉଛି ଜଙ୍ଗଲ । ବନ୍ୟଜନ୍ତୁ ଙ୍କୁ ସୁରକ୍ଷା ଦେବା ସହିତ ଜଙ୍ଗଲ ପରିବେଶ କୁ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ । ଏଭଳି ଏକ ସଚେତନତା ର ବାର୍ତା ଦେଇ ବନ ବିଭାଗ ର ଅଧିକାରୀ ଓ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ତଥା କଟକ ବନଖଣ୍ଡ ଏସିଏଫଓ ସନ୍ତୋଷ କୁମାର ପତି ବୈଠକ ରେ ସୂଚନା ଦେଇଥିଲେ । ରାଜ୍ୟ ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ କଟକ ବନଖଣ୍ଡ ଅଧୀନରେ ଥିବା ସମସ୍ତ ରେଞ୍ଜ ଅଫିସ ରେ ଜଙ୍ଗଲ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦେଶ ଜାରି କରାଯାଇଛି । ଆଜି ଯାଜପୁର ରୋଡ ବନ ବିଭାଗ ତରଫରୁ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପିଲାମାନଙ୍କୁ ନେଇ ବନ୍ୟଜନ୍ତୁ, ଜଙ୍ଗଲ ଜାତ ଖାଦ୍ୟଦ୍ରବ୍ୟ ଓ ଜଙ୍ଗଲ ପରିବେଶ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

    ବ୍ୟାସନଗର କେ ଏନ ଡି ଏ ସମ୍ମିଳନୀ ଗୃହରେ ବିଭାଗ ର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଜଙ୍ଗଲ ର ସ୍ଥାୟୀ ସୁରକ୍ଷା, ଜଙ୍ଗଲ ପୋଡି କୁ ଆୟତ୍ତ କରିବା, ବନ୍ୟଜନ୍ତୁ ମାନଙ୍କୁ ସୁରକ୍ଷା ଦେବା, ବୃକ୍ଷ ରୋପଣକୁ କିଭଳି ବୃଦ୍ଧି କରିବା ସହିତ ପରିବେଶ କୁ କିଭଳି ସୁରକ୍ଷା ଦେବା ଏ ବିଷୟରେ ବନାଞ୍ଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବନ ବିଭାଗ ତରଫରୁ ପୁରସ୍କୃତ କରାଯାଇଥିଲା । ସମ୍ମାନିତ ଅତିଥିଭାବେ ପରିବେଶବିତ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ କର୍ମଚାରୀ ମାନଙ୍କୁ ପରିବେଶ ସୁରକ୍ଷା ଉପରେ ଏକ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଯାଜପୁର ରୋଡ ଫରେଷ୍ଟର ନୀଳିମା ପ୍ରିୟଦର୍ଶିନୀ ନାୟକ ଙ୍କ ତତ୍ଵାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ ର ସମସ୍ତ କର୍ମଚାରି ସହଯୋଗ କରିଥିଲେ ।

  • କୃଷି ବିଭାଗ ପଷରୁ କ୍ଷେତ୍ର ଦିବସ ପାଳିତ

    କୃଷି ବିଭାଗ ପଷରୁ କ୍ଷେତ୍ର ଦିବସ ପାଳିତ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ମଦନପୁର ପଞ୍ଚାୟତ ପାହାଡ଼ପୁର ଠାରେ କୃଷି ବିଭାଗ ପଷରୁ କ୍ଷେତ୍ର ଦିବସ ପାଳିତ । ଏଥିରେ ବ୍ଲକ କୃଷି ଅଧିକାରୀଣି ଶୁଭଶ୍ରୀ ନାୟକ , ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଧାନ ଚାଷ ପରେ ପଡ଼ିଆ ରହୁଥିବା ଜମିର ଉପଯୋଗ କିପରି କରିବେ ସରକାରଙ୍କ ପକ୍ଷରୁ ହୋଇଥିବା ଯୋଜନା ସମ୍ପର୍କରେ ଉପସ୍ଥିତ ଚାଷି ଓ ଜନସାଧାରଣ କହିଥିଲେ । ବର୍ତ୍ତମାନର ଚାଷ ଉପଯୋଗୀ ଉନ୍ନତ ଜ୍ଞାନକୌଶଳର ବିନିଯୋଗ, ଧାଡ଼ିରୁଆ ଯୋଜନାରେ ଥିବା ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଯାଇଥିଲା । 

  • ଅଳତୀ ସରସ୍ୱତୀ ଶିଶୁ ମନ୍ଦିରର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଅଳତୀ ସରସ୍ୱତୀ ଶିଶୁ ମନ୍ଦିରର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଅଳତୀ ସରସ୍ୱତୀ ଶିଶୁ ମନ୍ଦିର ର କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଘଷିପୁରା ବ୍ଳକ ଅଳତୀ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟା ପ୍ରମୋଦିନି ରାଉତ ଙ୍କ ସଂଯୋଜନା ରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ରେ ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ମାନେ ଓଡ଼ିଶା ଆଦର୍ଶ ପରୀକ୍ଷା ସଫଳତା ହାସଲ କରିଥିଲେ ଏବଂ ନବୋଦୟ ପରୀକ୍ଷାରେ ସଫଳତା ହାସଲ କରିଥିଲେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଞ୍ଚମ ରୁ ଦୀପଶିଖା ଧିର ଉଭୟ ଆଦର୍ଶ ଓ ନବୋଦୟ ରେ ଓ ରଶ୍ମିତା ବାରିକ, ଅମ୍ରିତ୍ ବେହେରା, ଶୁଭଲକ୍ଷ୍ମୀ ସାହୁ, ଜ୍ଞାନପ୍ରକାଶ ବୋଇତେଇ, ରୁଦ୍ର ମାଧବ ଜେନା, ସୋହନ କୁମାର ସ୍ବାଇଁ ଆଦର୍ଶ ପରୀକ୍ଷା ରେ ସଫଳତା ପାଇଛନ୍ତି ।

    ଷଷ୍ଠ ଶ୍ରେଣୀ ରୁ ଭୁବର୍ଶ୍ୱେତା ପାତ୍ର ଓ ଆଦିତ୍ୟ ସାହୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସଭାପତି ଡ଼. ରତିକାନ୍ତ ବରାଳ ଉପସ୍ଥିତ ରହି ଶିଶୁ ଭାଇ ଭଉଣୀ ମାନଙ୍କର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ଏବଂ ଶିଶୁ ମନ୍ଦିର ପାଇଁ ଗୌରବ ଆଣିଥିବାରୁ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଫଳତା ପାଇଁ ପରିଚଳନ ସମିତି ର ସମ୍ପାଦକ ଜନ୍ମେଜୟ ବରାଳ, ସଭାପତି ଡ଼ ରତିକାନ୍ତ ବରାଳଙ୍କ ସମେତ ପରିଚାଳନା ସମିତିର ସମସ୍ତ ଗୁରୁଜୀ ଗୁରୁମା ମାନଙ୍କୁ ଶ୍ରେୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସକ୍ରିୟ ସହଯୋଗ କରିଥିଲେ ।

  • ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଂଘର ବୈଠକ ଅନୁଷ୍ଠିତ

    ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଂଘର ବୈଠକ ଅନୁଷ୍ଠିତ

    ସୁବର୍ଣ୍ଣପୁର ଜିଲ୍ଲା ୱେବ ମିଡ଼ିଆ ସଙ୍ଘ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଜିଲ୍ଳାରେ ସଙ୍ଘ କିପରି ତାର ଭୂମିକା ନିର୍ବାହ କରିବ ଓ ୱେବ ମିଡ଼ିଆ ର କର୍ମକର୍ତ୍ତା ମାନେ କିପରି ତାଙ୍କର କର୍ତ୍ତବ୍ୟ ନିର୍ବାହ କରିବେ ସେ ଦିଗରେ ଆଲୋଚନା ହୋଇଥିଲା l ପରେ ସଙ୍ଘ ର ବରିଷ୍ଠ ସାମ୍ବାଦିକ ରାଜେଶ ସେଠି ନିର୍ବାଚନ ଅଧକ୍ଷ ଭାବରେ ରହିଥିବା ବେଳେ ନୂତନ ଭାବେ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା l ତେଵେ ସଭାପତି ଭାବେ ପୁଣି ଥରେ ପିତାମ୍ବର ମହାପାତ୍ର ଙ୍କୁ ଚୟନ କରାଯାଇଛି । ଉପସଭାପତି ଭାବେ ପ୍ରଶାନ୍ତ ସେଠ, ପ୍ରହ୍ଲାଦ ଦାସ, ଆର୍ତ୍ତ ତ୍ରାଣ ପାଣିଗ୍ରାହୀ ଓ ସମ୍ପାଦକ ଭାବେ ଶରତ ମହାପାତ୍ର ଚୟନ ହୋଇଛନ୍ତି ।

    ଯୁଗ୍ମ ସମ୍ପାଦକ ଭାବେ ଗୁରୁଦେବ ମେହେର ଓ ମୁରଲୀ ସାହୁ , କୋଷାଧକ୍ଷ ଭାବେ ସଂଜୟ ସାହୁ ଙ୍କୁ ଚୟନ କରାଯାଇଥିଲା l ତେଵେ ଉପଦେଷ୍ଟା ମଣ୍ଡଳୀ ରେ ତୀର୍ଥବାସି ପଣ୍ଡା, ରାଜେଶ ସେଠି, ଆଶୁତୋଷ ପୂଜାହାରି, ସହଦେଵ ମେହେର ଙ୍କୁ ସଙ୍ଘ ପକ୍ଷରୁ ଚୟନ କରଯାଇଥିବା ସଭାପତି ସୂଚନା ଦେଇଥିଲେ l ତେଵେ ଏହି ଦିବସ ରେ ସମସ୍ତ ବ୍ଲକ ର ରଞ୍ଜନ ହୋତା, ଉମାକାନ୍ତ ବାଘ, ଅବକାଶ ବିଦ୍ୟାଧର,ରାଜୀବ ମିଶ୍ର,ସୁଶାନ୍ତ ପଣ୍ଡା, କିଶୋର ସାହୁ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସଭ୍ୟ ଯୋଗ ଦେଇ ସଙ୍ଘ ସଭା କୁ ସଫଳ କରିଥିଲେ l

  • ସୁବର୍ଣ୍ଣପୁରରେ ଓଡ଼ିଆରେ ନାମ ଫଳକ ଅଭିଯାନ ପଦଯାତ୍ରା

    ସୁବର୍ଣ୍ଣପୁରରେ ଓଡ଼ିଆରେ ନାମ ଫଳକ ଅଭିଯାନ ପଦଯାତ୍ରା

    ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପୌର ପରିଷଦ, ବିନିକା ଏବଂ ତରଭା ବିଜ୍ଞାପିତ ଅଞ୍ଚଳରେ ଶ୍ରମ ବିଭାଗ ସୁବର୍ଣ୍ଣପୁର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଓଡିଶା ପକ୍ଷ ପାଳନ କରିଛନ୍ତି | ଏହି ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ସଚେତନତା ପଦଯାତ୍ରା କରାଯାଇଥିଲା |

    ସୋନପୁରରେ କରାଯାଇଥିବା ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମଝି ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ |ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ନିର୍ବାହୀ ଅଧିକାରୀ,ସୋନପୁର ପୌର ପରିଷଦ ଋଷି ମାଝୀ , ଆଞ୍ଚଳିକ ଶ୍ରମ ଆୟୁକ୍ତ ଶ୍ରୀଯୁକ୍ତ ଡିଳେଶ୍ୱର ଖାଖା ଓ ସମସ୍ତ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତା ଯୋଗ ଦେଇଥିଲେ |