Category: ଜିଲ୍ଲା

  • ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳନ

    ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳନ

    ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ରାୟଗଡ଼ା ଜିଲ୍ଲା ରେ ବାବା ସାହେବ ଭିମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ଦିବସ ପାଳନ କରାଯାଇଛି । ଭୀମରାଓ ଆମ୍ବେଦକର ଜଣେ ଭାରତୀୟ ଆଇନ ବିତ୍ ଓ ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ । ଯାହା ଫଳରେ ଆଜି ଭାରତର ସମ୍ବିଧାନ ସଭାର ବିତର୍କ ଏବଂ ସାର୍ ବେନେଗାଲ ନରସିଂ ରାଉଙ୍କ ପ୍ରଥମ ଡ୍ରାଫ୍ଟ ଉପରେ ଆଧାରିତ । ସେ ଭାରତର ସମ୍ବିଧାନ ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷତା କରିଥିଲେ । ଏବଂ ଆମ୍ବେଦକର , ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ହିନ୍ଦୁ ଧର୍ମ ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ବମ୍ବେ ବିଶ୍ୱ ବିଦ୍ୟାଳୟର ଏଲଫିନଷ୍ଟୋନ କଲେଜରୁ ସ୍ନାତକ ହାସଲ କରିବା ପରେ , ଆମ୍ବେଦକର କଲମ୍ବିଆ ବିଶ୍ଵବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅର୍ଥନୀତି ଅଧ୍ୟୟନ କରିବା ,୧୯୨୭ ଏବଂ ୧୯୨୩ ରେ ଡକ୍ଟରେଟ୍ ହାସଲ କରିଥିଲେ ।

    ଏବଂ ୧୯୨୦ ଦଶକରେ ଏହି ଦୁଇଟି ଶିକ୍ଷାନୁଷ୍ଠାନରେ ଡକ୍ଟରେଟ୍ କରିବା ସହ ଲଣ୍ଡନର ଗ୍ରେ’ସ ଇନ୍ ରେ ଆଇନରେ ମଧ୍ୟ ତାଲିମ ନେଇଥିଲେ । ମୋଦୀ ସରକାରଙ୍କ ଦ୍ଵାରା ଲୋକସଭା ରେ ସଂଶୋଧନ ୱାକଫ ବିଲ ଉପସ୍ଥାପିତ କରି ବିରୋଧୀ ଦଳର ମତବାଦକୁ ଅଣଦେଖା କରି ଏକ ପାଖିଆ ବିଲ ଆଣିଛନ୍ତି । ଏ ବିଲ ର ଉଦ୍ଦେଶ୍ୟ ହେଉଛି ମୁସଲମାନ ସମ୍ପ୍ରଦାୟର ସଂସ୍କୃତିକୁ ସ୍ଵାଧୀନତା ଉପରେ ଆକ୍ରମଣ ବୋଲି ଜିଲ୍ଲା ସମ୍ପାଦକ ତ୍ରି ପତି ଗମାଙ୍ଗ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ସଭା ଯାତ୍ରାରେ ଅନାସିମ ଶବର, ସଂଜୀବ ଶବର, ସାଇମା ଶବର, ମୋଜେସ ଶବର ପ୍ରମୁଖ ଉପସ୍ଥିତ ରହି ଆଜି ଗୁଣପୁର ଉପଖଣ୍ଡ ସ୍ତରୀୟ ଏକ ସଭା ଯାତ୍ରା ବାହାରି ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ, ଗଣ ତନ୍ତ୍ର ବଞ୍ଚାଅ ଦେଶ ବଞ୍ଚାଅ ବୋଲି ନାରା ଦେଇ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ଦେଖିବାକୁ ମିଳୁଛି ।

  • ଡ଼ିଏଭି ଭିଏସ ବିଦ୍ୟାଳୟର ନୂତନ ଶିକ୍ଷା ଶୁଭାରମ୍ଭ

    ଡ଼ିଏଭି ଭିଏସ ବିଦ୍ୟାଳୟର ନୂତନ ଶିକ୍ଷା ଶୁଭାରମ୍ଭ

    କୋରାପୁଟରେ ପ୍ରଥମ ଥର ପାଇଁ ସୁନାବେଡା ହାଲ ସହରାଞ୍ଚଳରେ ଥିବା ଭିଏସବି ବିଦ୍ୟାଳୟୁକୁ ଡ଼ିଏଭି ନିଜ ଆୟତକୁ ନେଇଛି । ଡ଼ିଏଭି ବିଦ୍ୟାଳୟକୁ ଆଜି ନୂତନ ଭାବେ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହାଲର (ଇ.ଡି)ନିର୍ବାହୀ ନିର୍ଦେଶକ ସୁଧାଂଶୁ ମୋହନ ଜେନା, ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଚନ୍ଦ୍ର ଶତପଥି ,ଏଆରଓ ଇପ୍ସିତା ଦାସ, ଡ଼ିଏବି ର,ଅଧ୍ୟକ୍ଷ ବାସୁଦେବ ପାଣିଗ୍ରାହୀ,ଚିଫ ମେନେଜର ଅମ୍ରିତା ନାୟକ,ସମ୍ପାଦକ ଯୋଗ ଦେଇଥିଲେ ।

    କାର୍ଯ୍ୟକ୍ରମର ଶୁଭାରମ୍ଭରେ ଭାରତୀୟ ସଂସ୍କୃତିରେ ଆର୍ଯ୍ୟ ସମାଜର ସଂସ୍କୃତ ପରମ୍ପରାରେ ହୋମ , ଯଜ୍ଞ, ବେଦ ମନ୍ତ୍ରରେ ପୂଜାର୍ଚନା ହାଇଥିଲା । ଗୁଣାତ୍ମକ ଶିକ୍ଷାକୁ ନେଇ ଆର ଡି ର କେଶବ ଚନ୍ଦ୍ର ଶତପଥି କହିଛନ୍ତି ଯେ ଗୁଣାତ୍ମକ, ଶାରିରୀକ ଓ ମାନସିକ ଉପରେ ଛାତ୍ର ଛାତ୍ରୀଙ୍କ ଆବଶ୍ୟକ ଜିନିଷ ଦେବା ସହ ୨୦୨୦ ଏନ ଇପି ପଲିସି ଉପରେ ଶିକ୍ଷାର ଅଭିବୃଦ୍ଧି କରାଯିବ ବୋଲି ଅଭିଭାଷଣରେ କହିଛନ୍ତି । ଏହା ସହ ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ହାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ସହଯୋଗ କରିଥିଲେ ।

  • ଅଶାନ୍ତ ଷ୍ଟିଲସିଟି, ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

    ଅଶାନ୍ତ ଷ୍ଟିଲସିଟି, ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

    ଅଶାନ୍ତ ଷ୍ଟିଲସିଟି । ପୁଣି ରାଉରକେଲାରେ ଯୁବକଙ୍କୁ ନିର୍ମମ ହତ୍ୟା । ବେକ କଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ରାଉରକେଲା ଏସ୍ ଟିଆଇ ଛକ ରେଳବାଇ ଫାଟକ ସମ୍ମୁଖରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ଗାଢାତୋଳ ଅଞ୍ଚଳର ଅମ୍ରିତ ମହାକୁଡ । ଘଟଣା ସ୍ଥଳରେ ରଘୁନାଥପାଲି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ କରୁଛି । କିଏ ଓ କଣ ପାଇଁ ହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି ।

    ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏସଟିଆଇ ରେଳବାଇ ଫାଟକ ନିକଟରେ କେହି ଅଭିଯୁକ୍ତ ଜନୈକ ଯୁବକଙ୍କ ବେକ କାଟି ହତ୍ୟା କରିଥିବା ଜଣାପଡିଛି । ଆଜି ସକାଳୁ ଲୋକେ ଯୁବକଙ୍କ ଶବ ଦେଖିବାକୁ ପାଇଥିଲେ । ଖବରପାଇ ରଘୁନାଥପାଲି ପୋଲିଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ୪ ଦିନରେ ରାଉରକେଲାରେ ଚାରୋଟି ହତ୍ୟା ଘଟଣା ଘଟିଲାଣି ।

    ଏହି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମାତ୍ର ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।ଏହି ହତ୍ୟା ଘଟଣାକୁ ପୋଲିସ୍ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଧରିବାରେ ତନାଘନା ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ କହିବ ମାମଲା କେଉଁ ପ୍ରକାରର ଏବଂ ଅପରାଧୀ କିଏ ? ବହୁ ଶୀଘ୍ର ଏହି ମାମଲାର ଅପରାଧିକୁ ପୋଲିସ୍ ଧରିବାପାଇଁ ଦୃଢେ଼ାକ୍ତି ପ୍ରକାଶ କରିଛି ।

  • ତୀର ମାଡ କରି ବଡ ଭାଇର ଜୀବନ ନେଲା ସାନଭାଇ

    ତୀର ମାଡ କରି ବଡ ଭାଇର ଜୀବନ ନେଲା ସାନଭାଇ

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାନ ଭାଇର ତୀର ମାଡରେ ବଡଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ତୀର ମାରିବା ପରେ ନିଜେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଲୁଙ୍ଗା ଗ୍ରାମର ବଡଭାଇ ଗମିହା ମୁଣ୍ଡା ଓ ତାର ସାନଭାଇ ସାନ୍ତନୁ ମୁଣ୍ଡା ପାରିବାରିକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସାନଭାଇ ରାଗି ଯାଇ ଘରେ ରଖିଥିବା ତୀରରେ ବଡଭାଇକୁ ଆକ୍ରମଣ କରି ହତ୍ୟା କରିଥିଲା । ବଡଭାଇର ମୃତ୍ୟୁ ହୋଇଥିବା ଦେଖି ସାନ ଭାଇ ସାନ୍ତନୁ ଘରେ ଥିବା କିଟନାଷକ ଔଷଧ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ମହୁଲଡିହା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବଡଭାଇର ଶବକୁ ଜବତ କରିବା ସହ ବିଷପାନ କରି ଗୁରୁତର ଥିବା ସାନଭାଇକୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ତେବେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

  • ଵୟୋ ବନ୍ଦନା ଯୋଜନାରେ ସ୍ବାସ୍ଥ୍ଯ ବୀମା ସୁବିଧାର ଉପଲବ୍ଧ

    ଵୟୋ ବନ୍ଦନା ଯୋଜନାରେ ସ୍ବାସ୍ଥ୍ଯ ବୀମା ସୁବିଧାର ଉପଲବ୍ଧ

    ରାଜ୍ୟ ସ୍ତରରେ କଟକ ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବହୁ ପ୍ରତିକ୍ଷୀତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ ବିତରଣ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ବ୍ଲକ ଓ ସୋନପୁର ସହର ର ୨୧ ଟି ସ୍ଥାନ ରେ ଏହି ଯୋଜନାର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ସୋନପୁର ବ୍ଲକ୍ ଅନ୍ତର୍ଗତ ହର୍ଡୋଖୋଲ ନିକଟ ସାହାଜପିଟା ପଥ ପ୍ରାନ୍ତ କେନ୍ଦ୍ର ଠାରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ, ଡ ପ୍ରଦୀପ କୁମାର ଗୁରୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଡ ବଣ୍ଟନର ଲୋକାର୍ପଣ କରିଥିଲେ ।ସେହିପରି ସୁବର୍ଣ୍ଣପୁର ସହର ସ୍ଥିତ ଟାଉନ ହଲରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ରେ ଗୁହା ପୁନମ ତାପସ କୁମାର, ଆୟୁକ୍ତ ତଥା ସଚିବ, ହସ୍ତ ତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ଅବକାରୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ପୌର ପରିଷଦ ଅଧ୍ୟକ୍ଷା ତଥା ସ୍ଥାନୀୟ ଜନ ପ୍ରତିନିଧିଙ୍କ ନେତୃତ୍ଵରେ ସ୍ଥାନୀୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲାର ଅନ୍ୟ ଆୟୋଜିତ ସ୍ଥାନ ଗୁଡିକରେ ସ୍ଥାନୀୟ ଜନପ୍ରତିନିଧି ସହ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ସହିତ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।


    ଏହି କାର୍ଡ ଦ୍ଵାରା ଦେଶର ବିଭିନ୍ନ ପଞ୍ଜିକୃତ ଚିକିତ୍ସାଳୟ ରେ ହିତାଧିକାରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବାର ସୁଯୋଗ ଥିବା ବେଳେ ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ଯ ଚିକିତ୍ସା ସେବା ପାଇବାର ସୁଯୋଗ ରହିଛି । ୭୦ ବର୍ଷ କିମ୍ବା ତଦୁର୍ଦ୍ଧ୍ଵ ବୃଦ୍ଧ ବୃଦ୍ଧା ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ରେ ସ୍ବାସ୍ଥ୍ଯ ବୀମା ସୁବିଧା ଉପଲବ୍ଧ ପାଇ ପାରିବେ । ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟ କାର୍ଡ ଯୋଜନାର ବହୁଳ ପ୍ରଚାର ପ୍ରସାର ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।SU


    ଏହି ସମ୍ମିଳନୀରେ ଜିଲ୍ଲାପାଳ ଆୟୁଷ୍ମାନ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ନିଆଯାଇଥିବା ଯୋଜନା ଉପରେ ସୂଚନା ଦେଇଥିଲେ । ଆଗାମୀ ଦିନରେ ଏହି ଯୋଜନା କୁ ଅଧିକ ଲୋକାଭିମୁଖୀ କରାଯିବା ପାଇଁ ଯୋଜନାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଆବଶ୍ୟକ ପଦକ୍ଷେପ ଉପରେ ସୂଚୀତ କରିଥିଲେ । ସେ ଏହି ପରିପ୍ରେକ୍ଷୀରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏହାର ସଫଳତା ତଥା ଜନସାଧାରଣଙ୍କ କଲ୍ୟାଣ ଦୃଷ୍ଟିରୁ ଆନ୍ତରିକ ସହଯୋଗ ତଥା କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି ।


    ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, ସି ଡି ଏମ ଓ ଡ ପ୍ରଦୀପ କୁମାର ଗୁରୁ, ଏ ଡି ଏମ ଓ ଡ ଦୈତ୍ୟ ନାରାୟଣ ପାଢୀ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଡେପୁଟି କଲେକ୍ଟର କୃଷ୍ଣ ମୋହନ ସିଂହ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ତଥା ସ୍ଵାସ୍ଥ୍ୟ ବିଭାଗର କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ ।

  • ସାଂସଦଙ୍କ ପ୍ରୟାସରେ ଯାଜପୁର ବିକଶିତ

    ସାଂସଦଙ୍କ ପ୍ରୟାସରେ ଯାଜପୁର ବିକଶିତ

    ଯାଜପୁରରେ ହେବ ଅର୍ଥନୈତିକ ବିକାଶ । ପୂର୍ବୋଦୟ ବିକାଶରେ ଓଡ଼ିଶା ଓ ଯାଜପୁରର ରହିବ ବିରାଟ ଅବଦାନ । କିଛି ଦିନ ପୂର୍ବରୁ ଯାଜପୁର ସାଂସଦ ଶ୍ରୀ ବେହେରା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ହରଦିପ୍ ସିଂହ ପୁରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ଚଣ୍ଡିଖୋଲ ଡ଼ଙ୍କାରି ତୈଳ ପ୍ରକଳ୍ପର ଅଗ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଆଜି ଯାଜପୁର ଚଣ୍ଡିଖୋଲ ନିକଟରେ ଡଙ୍କାରି ତୈଳପ୍ରକଳ୍ପ ଓ ପାରାଦୀପ ପେଟ୍ରୋ କେମିକାଲ ପ୍ରକଳ୍ପର MOU ଦିଲ୍ଲୀ ଠାରେ ମିଳିତ ଭାବେ ଓଡିଶା ଓ ଭାରତ ସରକାର ଇଣ୍ଡିଆନ ଅଏଲ ମଧ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜଗତସିଂପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ସହ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜି, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ହରଦିପ୍ ସିଂହ ପୁରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଇଣ୍ଡିଆନ ଅଏଲ ଓ ଅନ୍ୟାନ୍ୟ ସଂସ୍ଥାକୁ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

  • ବିଜେଡି ପାଇଁ ବ୍ୟାସନଗର ସହର କୋମା ସ୍ଥିତିରେ

    ବିଜେଡି ପାଇଁ ବ୍ୟାସନଗର ସହର କୋମା ସ୍ଥିତିରେ

    ବ୍ୟାସନଗର ସହର ର ବିକାଶ ରେ ବାଧକ ସାଜୁଛି ବିଜେଡି । ବିଜେଡି ପାଇଁ ବ୍ୟାସନଗର ସହର ଏବେ କୋମା ସ୍ଥିତି ରେ ଗତିକରୁଥିବା ଦେଖିବାକୁ ମିଳୁଛି । ସହର ର ସବୁ ଉନ୍ନୟନ ମୂଳକ କାର୍ଯ୍ୟ ଏବେ ଠପ ହେବାକୁ ବସିଲାଣି । ପୌରକାର୍ଯ୍ୟଳୟ ରେ ଟଙ୍କା ଗଛିତ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ ରେ ଲାଗିପାରୁନାହିଁ । ସହର ରେ ଏବେ ବିଭିନ୍ନ ପ୍ରକାର ସମସ୍ୟା ବଢ଼ିବାରେ ଲାଗିଛି । ନାହିଁ ନାହିଁ ରେ ଚାଲିଛି ପୌର ପ୍ରଶାସନ । ୨୪ ବର୍ଷ ଶାସନ ରେ ସହର ର ବିକାଶ ତ ଦୂରର କଥା ସହର ବାସି ଙ୍କ ନିକଟରେ ତାଙ୍କର ମୌଳିକ ସୁବିଧା ପହଂଚିପାରିନାହିଁ । ବିଜେଡି ର ଅନାସ୍ଥା ଖେଳ ବ୍ୟାସନଗର ପାଇଁ କାଳ ହୋଇଯାଇଛି । ଦୀର୍ଘ ବର୍ଷ କ୍ଷମତା ରେ ରହିଥିବା ସରକାର ଏବେ ଅସ୍ଥିରତା ଆଡକୁ ଗତିକରୁଛି । ଯାଜପୁର ଶକ୍ତି ବ୍ୟାସନଗର କୁ ଶ୍ରୀହୀନ କରିବାରେ ଷଡଯନ୍ତ୍ର ରଚିଛନ୍ତି । କିଛି ମୁଷ୍ଟିମେୟ ଲୋକମାନଙ୍କ ପାଇଁ ବ୍ୟାସନଗର ସହର ର ବିକାଶ ରେ ଆଜି ବାଧା ସୃଷ୍ଟି ହେଉଛି । ସହର ର ଏଭଳି ଅବହେଳିତ ଅବସ୍ଥା ପାଇଁ ବିଜେଡି ହିଁ ମୁଖ୍ୟ ଦାଈ ବୋଲି ଆଜି ବ୍ୟାସନଗର ର ଭାରତୀୟ ଜନତା ପାର୍ଟି ର ବରିଷ୍ଠ କର୍ମୀ ମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି.ସେମାନଙ୍କ ର କହିବା ଅର୍ଥ ବ୍ୟାସନଗର କୁ ଅବହେଳା କରି ସହର ରେ ଖର୍ଚ୍ଚ ହେବା ପାଇଁ ଆସୁଥିବା CSR ଓ DMF ଫଣ୍ଡ କୁ ଅନ୍ୟ ସହର ରେ ନିୟୋଜିତ କରାଯାଉଛି । ଏହା ସହର ବାସି ଙ୍କ ପାଇଁ ଦୁର୍ଭାଗ୍ୟ ଜନକ କଥା ବୋଲି ବିଜେପି କର୍ମୀ କହିଛନ୍ତି । ବିଜେପି ର ବିକାଶ କୁ ରୋକିବା ପାଇଁ ବ୍ୟାସନଗର ବିଜେଡି ପୌରପ୍ରଶାସନ କୁ ଅଚଳ କରିଦେଇଛି । ଯାହାକୁ ନେଇ ବିଜେପି ଆଗାମୀ ଦିନ ରେଏହାର ସମାଧାନ ନ ହେଲେ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ।

  • ବରଗଡ ଜିଲ୍ଲାରେ ପ୍ରଥମ ଅଲଟ୍ରାସାଉଣ୍ଡ ଗାଇଡେଡ୍ ମାଇକ୍ରାୱେଭ ଏବ୍ଲେଶନ

    ବରଗଡ ଜିଲ୍ଲାରେ ପ୍ରଥମ ଅଲଟ୍ରାସାଉଣ୍ଡ ଗାଇଡେଡ୍ ମାଇକ୍ରାୱେଭ ଏବ୍ଲେଶନ

    ଡାକ୍ତର ଶକ୍ତି ଏବଂ ଡାକ୍ତର ଇପ୍ସିତା ସ୍କିନ – ଫର୍ଟିଲିଟୀ ଇନଷ୍ଟିଚ୍ୟୁଟ ପକ୍ଷରୁ ଓଡିଶାର ପ୍ରଥମ ଅଲଟ୍ରାସାଉଣ୍ଡ ଗାଇଡେଡ୍ ମାଇକ୍ରାୱେଭ ଏବ୍ଲେଶନ ଦ୍ଵାରା ଏଡେନୋମାୟୋସିଶ ସହ ଜଡିତ ଚିକିତ୍ସା ରେ ସଫଳତା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ର ମୁଖ୍ୟ ଡାକ୍ତର ଶକ୍ତି କୁମାର ତ୍ରିପାଠୀ ଏବଂ ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଇପ୍ସିତା ଦେବତା ସୂଚନା ଦେଇଛନ୍ତି । ଏହି ଉପଲବ୍ଧି ସହ ଉକ୍ତ ସଂସ୍ଥା ଓଡ଼ିଶା ରେ ପ୍ରଥମ,ପୂର୍ବ ଭାରତର ପ୍ରଥମ ଏବଂ ସର୍ବ ଭାରତୀୟ ସ୍ତରରେ ଚତୁର୍ଥ ସଂସ୍ଥା ଭାବେ ଏହି ଅତ୍ୟାଧୁନିକ ଓ ମିନିମାଲିଇନ୍ଭାସିଭ ପ୍ରଯୁକ୍ତି ବିଦ୍ୟାର ବିଶେଷ ଚିକିତ୍ସା ଦେଇଥିବା ମାନ୍ୟତା ପାଇଛି ବୋଲି ସେ କହିଛନ୍ତି ।ଏବେ ମାଇକ୍ରୋୱେଭ୍ ଏବଲେଶନ ଏଡେନୋମାୟୋସିଶ ଚିକିତ୍ସା ରେ ଏକ ବିପ୍ଳବାତ୍ମକ ପଦକ୍ଷେପ । ଏହି ଚିକିତ୍ସା ପଦ୍ଧତି ଯନ୍ତ୍ରଣା ହ୍ରାସ କରିବା ସହ ଠିକ ସମୟରେ ଗର୍ଭ ଧାରଣ କ୍ଷମତାକୁ ରକ୍ଷା କରିଥାଏ । ଯାହା ଅନେକ ମହିଳାଙ୍କ ପାଇଁ ନୂଆ ଆଶା ଆଣିଛି । ଓଡ଼ିଶାରେ ଏହି ନୂଆ ଚିକିତ୍ସା ପ୍ରଯୁକ୍ତି ଆରମ୍ଭ କରିପାରୁଥିବାରୁ ଆମେ ଗର୍ବିତ ଓ ଗୌରବାନ୍ଵିତ । ଏହି କାମ ଆମ ଚିକିତ୍ସା ଯାତ୍ରାରେ ଆଉ ଏକ ମାଇଲ ଖୁଣ୍ଟ ବୋଲି ଅନୁଷ୍ଠାନ ର ମୁଖ୍ୟ ତଥା ଫର୍ଟିଲିଟୀ ଏବଂ ଲ୍ୟାପ୍ରୋସ୍କପି ଚିକିତ୍ସକ ଡାକ୍ତର ଶକ୍ତି କୁମାର ତ୍ରିପାଠୀ କହିଥିଲେ । ସେହିପରି ପୂର୍ବପରି ଅନେକ ନୂତନ ଚିକିତ୍ସା ଓ କୌଶଳ ପ୍ରଥମ ଭାବେ ଆରମ୍ଭ କରିଛୁ,ଆମେ ସଦା ଆଧୁନିକ ଚିକିତ୍ସା ପ୍ରଯୁକ୍ତି କୁ ଅଙ୍ଗୀକାର କରି ନାରି ସ୍ବାସ୍ଥ୍ୟ ସେବା ଦେବାକୁ ପ୍ରତିବଦ୍ଧ ବୋଲି ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ଇପ୍ସିତା ଦେବତା ପ୍ରକାଶ କରିଥିଲେ।

  • ମହୁଲି ମଦ ଚାଲାଣ ବେଳେ ଚଢାଉ

    ମହୁଲି ମଦ ଚାଲାଣ ବେଳେ ଚଢାଉ

    ମହୁଲୀ ମଦ ଚାଲାଣବେଳେ ମାଡ଼ିବସିଲା ଅବକାରୀ ବିଭାଗ । ଯୋଡ଼ାରୁ ସୁନ୍ଦରଗଡ କୋଇଡାକୁ ମହୁଲି ମଦ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ କରି | ମହୁଲି ମଦ ଜବତ ହୋଇଛି | କାର୍ ଯୋଗେ ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳକୁ ମହୁଲୀ ମଦ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇବା ପରେ ବାମେଵାରୀ ନିକଟରେ ଅବକାରୀ ବିଭାଗ ମାଡ଼ି ବସିଥିଲେ ।

    ଘଟଣା ସ୍ଥାଳରୁ ମହୁଲୀ ମଦ ବୋଝେଇ କାର ଜବତ୍ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି | ଅବକାରୀ ବିଭାଗ ସୂଚନା ଦେଇଛି ।

  • ଉଠା ହେଲା ଦୁଆରେ ପୋତା ହେଇଥିବା ଶବ

    ଉଠା ହେଲା ଦୁଆରେ ପୋତା ହେଇଥିବା ଶବ

    ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚଷାଖଣ୍ଡ ପଂଚାୟତରେ ମାନ ମଲିକ ଏବଂ ଗୋବିନ୍ଦ ୨ ପରିବାର ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ଗୁରୁବାର ରାତିରେ ଗୋବିନ୍ଦ ମଲିକଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଥିଲା । ପୂର୍ବରୁ ମାନ ମାଲିକଙ୍କର ମଧ୍ୟ ଦେହାନ୍ତ ହୋଇ ସାରିଛି । ତେବେ ଗୋବିନ୍ଦଙ୍କ ମୃତ ଶରୀରକୁ ତାଙ୍କ ପୁଅ ମାନେ ମାନ ମଲିକ ପୁଅଙ୍କ ଦୁଆର ମୁହଁରେ ପୋତି ଦେଇଥିଲେ । ବାରଣ ସତ୍ୱେ କୌଣସି କଥାକୁ ଭ୍ରୁକ୍ଷେପ ନକରି ପୋତିଥିଲେ ଶବ । ଛୋଟ ଛୋଟ ପିଲାଙ୍କୁ କିଭଳି ଚଳିବେ ବୋଲି କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରିଥିଲେ ମାନଙ୍କ ବୋହୁ । ତେବେ ପ୍ରଶାସନର ଦ୍ୱାରସ୍ତ ହେବା ସହ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ତଥା ସୋସିଆଲ ମେଡ଼ିଆରେ ନିନ୍ଦା କରାଯିବା ପରେ ଶେଷରେ ଗୋବିନ୍ଦଙ୍କ ପୁଅ ମାନେ ନିଜ ବାପାଙ୍କ ଶବକୁ ବାହାର କରି ନିଜ ବାରିରେ ଅନ୍ତିମ କ୍ରିୟା ଶେଷ କରିଥିଲେ ।