Category: ଜିଲ୍ଲା

  • ରଥଯାତ୍ରା ପାଇଁ ପୁରୀ ଏସ୍‌ପିଙ୍କ ସାହି ଗସ୍ତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା

    ରଥଯାତ୍ରା ପାଇଁ ପୁରୀ ଏସ୍‌ପିଙ୍କ ସାହି ଗସ୍ତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା

    ରଥଯାତ୍ରାରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ, ପୁରୀ ଏସ୍‌ପି ବିନିତ ଅଗ୍ରୱାଲ, ଆଇପିଏସ ପୁରୀର ବିଭିନ୍ନ ସ୍ଥାନ ବୁଲି ଭକ୍ତ ଓ ସାହିରେ ରହୁଥିବା ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଓ ଅସୁବିଧା ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତ ସମୟରେ ସ୍ଥାନୀୟ ନିବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଗୁଡ଼ିକୁ ଗ୍ରହଣ କରିଛନ୍ତି । ମୁଖ୍ୟ ଅଭିଯୋଗ ଗୁଡିକ ହେଉଛି ସ୍ଥାନୀୟ ଯାନବାହନର ନିୟନ୍ତ୍ରିତ ଚଳାଚଳ, ଭକ୍ତମାନେ ନିର୍ଦ୍ଦିଷ୍ଟ ମାର୍ଗ ଜାଣିନଥିବାରୁ ହେଉଥିବା ସମସ୍ୟା ।

    ଏସ୍‌ପି ପୁରୀ ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଗମ୍ଭୀରତା ସହିତ ଗ୍ରହଣ କରି କମ ସମୟ ମଧ୍ୟରେ ସମାଧାନ କରାଯିବ ବୋଲି ନିଶ୍ଚିତ ଆଶ୍ୱାସନ ଦେଇଛନ୍ତି । ଏହି ଗସ୍ତ ସମୟରେ ଏସ୍‌ପି ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ୨୦୨୫ ପାଇଁ ଭକ୍ତମାନଙ୍କ ଗୁଡିକୁ ଲେନ୍‌ ଭିତ୍ତିକ ଆଗମନ କେମିତି ବଡଦଣ୍ଡକୁ ପ୍ରବେଶ କରାଯିବ ତାହା ଆଲୋଚନା କରିଥିଲେ । ଏହି ଗ୍ରସ୍ତରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲଙ୍କ ସହ ଅତିରିକ୍ତ ଏସ୍‌ପି ସୌମ୍ୟ ରଞ୍ଜନ ମଲ୍ଲିକ, ଅତିରିକ୍ତ ଏସ୍‌ପି ସଚିନ ପଟେଲ, ସିଟି ଡିସିପି ପ୍ରଶାନ୍ତ କୁମାର ସାହୁ, ଟ୍ରାଫିକ ଡିସିପି ରାଜକୁମାର ପରିଡା, ମନ୍ଦିର ଏସି ଘନଶ୍ୟାମ ହେମ୍ବ୍ରମ, ପ୍ରମୁଖ ଉପସ୍ଥିତ ଥିଲେ ।

    ଏସ୍‌ପି ପୁରୀ ସମସ୍ତ ଅଧିକାରୀଙ୍କୁ ସମ୍ବେଦନଶୀଳ ଏବଂ ଭିଡ଼ ଅଞ୍ଚଳ ଚିହ୍ନଟ କରି ମାଇକ୍ରୋ ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ମନ୍ଦିର ପ୍ରଶାସନ, ପୋଲିସ ଓ ସେଠାକାର ଲୋକମାନଙ୍କ ସହ ସମନ୍ୱୟ ରଖି ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ଆଧ୍ୟାତ୍ମିକ ଅନୁଭବ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଜାରି ରହିଛି।

  • ବାଇକ୍ ଧକ୍କାରେ ଜଣେ ମୃତ, ୫ ଗୁରୁତର

    ବାଇକ୍ ଧକ୍କାରେ ଜଣେ ମୃତ, ୫ ଗୁରୁତର

    କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ୨୦ନଂ ଜାତୀୟ ରାଜପଥ ନୂଆଗାଁ ଛକ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ତିନି ଗୁରୁତର ପାଞ୍ଚ ଜଣ ଆହାତ।
    ସୂଚନା ଅନୁଯାୟୀ ରାମଚନ୍ଦ୍ରପୁର ଥାନା ଅର୍ନ୍ତଗତ ଜେନାପଦା ଗ୍ରାମର ରମେଶ ତ୍ରୀପାଠୀଙ୍କ ପରିବାର ଲୋକେ ଘଟଗାଁ ଯାଇ ବସ୍ ଯୋଗେ ଘରକୁ ଫେରୁଥିଲେ। ଦିନ ୧୨ଟାରେ ନୂଆଗାଁ ଛକରେ ବସରୁ ଓହ୍ଲାଇ ରୋଡ଼ ଅତିକ୍ରମ କରୁଥିବା ବେଳେ ବାଇକ୍ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସମସ୍ତେ ପଡ଼ିଯାଇଥିଲେ। ରମେଶଙ୍କ ସମେତ ପୁଅ ମାନସ ତ୍ରିପାଠୀ, ଦୁଇ ଜଣ ମହିଳା ଓ ଜଣେ ନାବାଳିକା ଥିବା ଜଣା ପଡ଼ିଛି। ସମସ୍ତଙ୍କ ମୁଣ୍ଡ ଓ ଗୋଡ଼ରେ ଗଭିର ଆଘାତ ଲାଗିଥିବା ବେଳେ ବାଇକ ଚାଳକ ମଧ୍ଯ ଗୁରୁତର ଥିବା ଜଣା ପଡ଼ିଛି। ସାମାଜିକ କର୍ମୀ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଇଁକୁଳ ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି ।

    ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ମେଡ଼ିକାଲ ପହଁଚିବା ପୂର୍ବରୁ ହିଁ ରମେଶଙ୍କର ବାଟରେ ମୃତ୍ୟୁ ଘଟିଥିଲା । କଟକ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଇ ନିଜ ଗ୍ରାମ ଜେନାପଦା ଆଣିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି । ରାମଚନ୍ଦ୍ରପୁର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

  • ରଥ ଖଳା ହାଲ୍ ଚାଲ୍  : ତିନିରଥର ପଇ ବିନ୍ଧ ଅନୁକୂଳ

    ରଥ ଖଳା ହାଲ୍ ଚାଲ୍ : ତିନିରଥର ପଇ ବିନ୍ଧ ଅନୁକୂଳ

    ଆଜି ତିନି ରଥର ନାହାକା ଚକ ପ୍ରସ୍ତୁତ ପାଇଁ ପଇ ବିନ୍ଧ ଅନୁକୂଳ ପୂଜା । ତିନି ରଥ ମୁଖ୍ୟ ମହାରଣାଙ୍କ ଦ୍ଵାରା ସମ୍ପନ୍ନ ପରେ ତିନି ରଥ ସାଥୀ ମହାରଣା ସେବକ ମାନେ ପଇ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ଆଜି ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ନାହାକା ତୁମ୍ବରେ ଅଖ ବିନ୍ଧ ପରେ ତିନି ରଥ ମହାରଣା ସେବକ ମାନେ ମାପ ପ୍ରକାରେ ତୁମ୍ବରେ ପନ୍ଦାରି ଗାଡ଼ ଖୋଦେଇ ଶେଷ କଲା ପରେ ମୁଖ୍ୟ ମହାରଣାଙ୍କ ଦ୍ଵାରା ପନ୍ଦାରି ବଳା ଅନୁକୂଳ ପୂଜା ପୂର୍ବକ ତୁମ୍ବରେ ପନ୍ଦାରି ବଳା ବସିବା ବିଧି ସମ୍ପନ୍ନ ହୋଇଥିଲା । ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଦୁଇ ଦୁଇଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ହୋଇ ପଇ ପିନ୍ଧା ପରେ ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ତିନି ରଥ ଆଉ ଦୁଇଟି ଲେଖାଏଁ ତୁମ୍ବ ରେ ସିଙ୍ଗଡ଼ା ବାଡିଆ ପରେ ତୁମ୍ବରେ ଅଖ ବିନ୍ଧ ସହ ପନ୍ଦାରି ବଳା ବସି, ଅର ସାଲ ଶେଷ ହୋଇଛି ।

    ଏଥିସହ ଆଜି ସମାନ୍ତରାଳ ଭାବେ ତିନି ରଥର ୧୧ ଟି ଗୁଜ ୯ ଟି ଜଳ ଯନ୍ତ୍ର, ୪ ଟି ଲେଖାଏଁ କୁଡୁକା ଚଉପଟ କାର୍ଯ୍ୟ ଶେଷ ହୋଇ ରିଖ ଗୁଜ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ମହାରଣା ସେବକ ମାନେ ନାହାକା ତୁମ୍ବ ଗୁଡ଼ିକର ପନ୍ଦାରି ଏବଂ ତୁମ୍ବ ବଳା ଶେଷ କରିବା ପରେ ବାକି ତୁମ୍ବ ଗୁଡ଼ିକ ନିର୍ମାଣ ପନ୍ଦାରିର ମାଠା କାର୍ଯ୍ୟ ସହ ପନ୍ଦାରି ଚାବି ଏବଂ ଅର କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ଦୋଳ ବେଦୀ ଠାରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ଆବଶ୍ୟକ କାଠ ନିର୍ମିତ ସରଞ୍ଜାମ, ଶ୍ରୀମନ୍ଦିର ବଢାଇ କର୍ମଚାରୀ ଶ୍ରୀ ବସନ୍ତ ମହାରଣାଙ୍କ ସହୋଜୋଗରେ ପାହି ମହାରଣା ନିର୍ମାଣ କରୁଛନ୍ତି ଆଜିସୁଦ୍ଧା ପାଟ ଦଉଡ଼ି ବୋଳିବା ପାଇଁ ବାଉଁଶ ନଳ, ବାଉଁଶ କାଠି, ପୂଜାପଣ୍ଡା ସେବକଙ୍କ ପାଇଁ କୁରୁମ୍ ପିଢ଼ା, ରନ୍ଧା କାର୍ଯ୍ୟ ପାଇଁ ଅଞ୍ଜନା କାଠି ନିର୍ମାଣ ଶେଷ କରିଛନ୍ତି ।

  • ପୁରୀ ଜିଲ୍ଲା ପରିଷଦର ୭ମ ବୈଠକ ଅନୁଷ୍ଠିତ

    ପୁରୀ ଜିଲ୍ଲା ପରିଷଦର ୭ମ ବୈଠକ ଅନୁଷ୍ଠିତ

    ପୁରୀ ଜିଲ୍ଲା ପରିଷଦର ୭ମ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ଜିଲ୍ଲା ପରିଷଦ ଗ୍ରାମର ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ଏକ ବଡ ଫୋରମ । ତେଣୁ ସଦସ୍ୟ ମାନଙ୍କ ମତାମତ କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହ ପୁରୀ କୁ ଏକ ବିକଶିତ ଓ ସମୃଦ୍ଧ ଜିଲ୍ଲାରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ପୁରୀ ଜିଲ୍ଲାର ଅର୍ଥନୀତି କୃଷି ଉପରେ ନିର୍ଭର ଶୀଳ ଥିବା ବେଳେ ବନ୍ୟା ଓ ବାତ୍ୟା ସବୁଠାରୁ ବଡ ବିପର୍ଯ୍ୟୟ ।ସେହିପରି ପର୍ଯ୍ୟଟନ ଆମକୁ ଆଗକୁ ନେବ । ତେଣୁ ସମସ୍ତେ ଏକ ହୋଇ ତଳ ସ୍ତରରେ ଥିବା ସମସ୍ୟା କୁ ଦୂରେଇ ମୌଳିକ ସୁବିଧା ସୁଯୋଗ ଯୋଗାଇକୁ ପରାମର୍ଶ ଦେଇଥିଲେ । ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଜିଲ୍ଲା ପରିଷଦ ବୈଠକ କୁ ପ୍ରସ୍ତୁତ ହୋଇ ଆସିବା, ପୂର୍ବ ବୈଠକର ଆଲୋଚନା ଓ ପ୍ରସ୍ତାବ କୁ ରେ ସମାଧାନ ଅନୁସାରେ ବିବରଣୀ ରେ ସ୍ଥାନିତ କରିବା, ସମୟ ବଞ୍ଚାଇବା ପାଇଁ ପିପିଟି ମାଧ୍ୟମରେ ତଥ୍ୟ ରଖିବା ଓ ପାକିସ୍ତାନ ଉପରେ ସିନ୍ଦୂର ର ପରାକ୍ରମ ସମ୍ପର୍କରେ ତିନି ସେନାକୁ ସମସ୍ତ ସଦସ୍ୟ ଙ୍କ ସ୍ବାକ୍ଷର ସମ୍ବଳିତ ଧନ୍ୟବାଦ ପତ୍ର ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ ।

    ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଜନହିତ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ବିଭାଗର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତ ଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ । ଶିକ୍ଷା ବିଭାଗ ,କୃଷି ବିଭାଗ,ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଗ୍ରାମ୍ୟ ନିର୍ମାଣ,ଗ୍ରାମୀଣ ପାନୀୟ ଜଳଯୋଗାଣ,ଜଳ ସେଚନ,ଜଳ ନିଷ୍କାସନ,ଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ବିଦ୍ୟୁତ ବିଭାଗ, ସମାଜ କଲ୍ୟାଣ ବିଭାଗ, ବିଭିନ୍ନ ଵିଭାଗର ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ସିନ୍ଦୂର ଅପରେସନ ପାଇଁ ସେନାକୁ ଧନ୍ୟବାଦ ଜଣାଇ ପ୍ରତ୍ୟେକ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ ।

  • ବ୍ୟାସନଗରରେ ରକ୍ତଦାନ ଶିବିର ଅନୁଷ୍ଠିତ

    ବ୍ୟାସନଗରରେ ରକ୍ତଦାନ ଶିବିର ଅନୁଷ୍ଠିତ

    ଗ୍ରୀଷ୍ମ ପ୍ରଭାବରେ ରକ୍ତର ଅଭାବ ଦେଖାଯାଉଥିବା ବେଳେ ଅନେକ ସ୍ଥାନରେ ରକ୍ତ ଅଭାବରୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଆଖି ଆଗରେ ରଖି ବ୍ୟାସନଗର ଚୋର୍ଦା ସ୍ଥିତ ହରେକୃଷ୍ଣ ଭବନ ପରିସରରେ ବି ଏନ ମହାନ୍ତି ଆସୋସିଏଟ୍ସ ଅନୁଷ୍ଠାନ ପକ୍ଷରୁ ବିବେକାନନ୍ଦ ମହାନ୍ତି ଙ୍କ ତତ୍ଵାବଧାନରେ ୩୨ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ୱେଚ୍ଛା କୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ ଏଭଳି ଏକ ମହତ କାର୍ଯ୍ୟର ଆୟୋଜନ କରିଥିବା ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ରକ୍ତଦାନ ଶିବିର ଚତୁର୍ଥ ବର୍ଷ ରେ ପଦାର୍ପଣ କରିଥିବା ବେଳେ ସହର ର ଅନେକ ବୁଦ୍ଧିଜୀବୀ, ଓ ସ୍ଵେଚ୍ଛାସେବୀ ସଂଗଠନର ଯୁବକ ମାନେ ସହଯୋଗ କରିଥିବା ବିବେକାନନ୍ଦ ମହାନ୍ତି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଧର ମହାନ୍ତି, ଧନେଶ୍ୱର ବାରିକ, ପ୍ରଫୁଲ୍ଲ ସାହୁ, ସବିତା ରାଉତ, ବିଜୟ ସାହୁ, ହେମନ୍ତ କୁମାର ପଥାଳ, ଅକ୍ଷୟ କୁମାର ଦେଓ, ପ୍ରମୁଖ ଉପସ୍ଥିତ ଥିଲେ ।

  • ବିଧାୟକଙ୍କ ଉପସ୍ଥିତିରେ ଆରମ୍ଭ ହେଲା ରବି ଧାନ କିଣା

    ବିଧାୟକଙ୍କ ଉପସ୍ଥିତିରେ ଆରମ୍ଭ ହେଲା ରବି ଧାନ କିଣା

    ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିର୍ଧାରିତ ତାରିଖ ଅନୁଯାୟୀ ଆଜି ବରଗଡ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗୋରୁ ମାର୍କେଟ ଠାରେ ବରଗଡ ନିୟନ୍ତ୍ରିତ ବଜାର କମିଟି ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରଗଡ ଆରଏମସିର ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ସେହିଭଳି ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ଅତାବିରା ଏବଂ ଗୋଡଭଗା ଧାନ ମଣ୍ଡିରେ ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତାବିରା ଆରଏମସିର ରବି ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଥିବା ବେଳେ

    ପଦମପୁର ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ କେଉଁଠିପାଲି ଏବଂ ଆର୍ଡା ଧାନ ମଣ୍ଡିରେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡ଼ତିୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦମପୁର ଆରଏମସିର ରବି ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟାଲଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ ଏବଂ ବରଗଡ,ଅତାବିରା ଓ ପଦମପୁର ନିୟନ୍ତ୍ରିତ ବଜାର କମିଟିର ସମସ୍ତ କର୍ମକର୍ତ୍ତା ନିଜ ନିଜ ଆରଏମସି ଅଧିନସ୍ଥ ଧାନ ମଣ୍ଡିରେ ଉପସ୍ଥିତ ଥିଲେ ।

  • ଅଗ୍ନିକାଣ୍ଡରେ ଜଳିଗଲା 3 ବଖରା ଘର

    ଅଗ୍ନିକାଣ୍ଡରେ ଜଳିଗଲା 3 ବଖରା ଘର

    ଆନନ୍ଦପୁର ବ୍ଲକ କୋଡାପଡାରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଗୋଟିଏ ପରିବାରର ୩ ବଖରା ଘର । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଗ୍ରାମର ଶୁକଦେବ ଓଝା ଓ଼ ପରିବାରର ସମସ୍ତେ ଘରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା ଅଗ୍ନିକାଣ୍ଡରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଘର ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଛି। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି ।

  • କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା

    କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା

    କେନ୍ଦୁଝର ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ୨ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ, ସେମାନଙ୍କ ନିକଟରୁ ଲୁଟ୍ ସୁନାଗହଣା ଜବତ କରିଛି ପୋଲିସ । କେନ୍ଦୁଝର ସହର, ନରଣପୁର ର ଦୀପକ କୁମାର ସାହୁ, ତାଙ୍କ ସୁନାଦୋକନ ବନ୍ଦ କରି ବାଇକ୍ ରେ ଘରକୁ ଫେରୁଥିବା ବେଳେ, ୨ଟି ବାଇକ୍ ରେ ୫ଜଣ ଦୁର୍ବୃତ୍ତ ଦୀପକଙ୍କୁ ଆକ୍ରମଣ କରି ତାଙ୍କ ପାଖରେ ଥିବା ସୁନାଗହଣା ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇ ଯାଇଥିଲେ । ଏନେଇ ଟାଉନ୍ ଥାନାରେ ଦୀପକ ଏତଲା ଦେଇଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ପ୍ରଥମେ ବିଭିନ୍ନ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ଏହାପରେ କେନ୍ଦୁଝର ସହରର ବିଭିନ୍ନ ହୋଟେଲ୍ ଯାଞ୍ଚ କରିବା ସମୟରେ ଏକ ହୋଟେଲ୍ ଭିତରେ ୨ଜଣ ଅଭିଯୁକ୍ତ ଥିବା ବେଳେ, ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ୨ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ଲକ୍ଷଣ ଗୋଣ୍ଡ ଓ ଅନ୍ୟଜଣେ ନାବାଳକ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡ଼ିପିଓ । ସେମାନଙ୍କ ନିକଟରୁ ୧୨.୦୯ ଗ୍ରାମ୍ ସୁନା ଓ ୧.୪୩ କେଜି ରୁପା ଗହଣା, ୨ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏଥିସହ, ଆକ୍ରମଣ ପାଇଁ ବ୍ୟବହୃତ ୨ଟି ବେସବଲ୍ ବ୍ୟାଟ୍ ମଧ୍ୟ ଜବତ କରିଛି । ଏହି ଲୁଟ୍ ରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରି ପୋଲିସ ସେମାନଙ୍କୁ ଖୋଜୁଥିବା କହିଛନ୍ତି ସଦର ଏସଡ଼ିପିଓ ।

  • ଯାଜପୁରରେ ମା ମଙ୍ଗଳାଙ୍କ ବାର୍ଷିକ ଯଜ୍ଞ ଉତ୍ସବ ଅନୁଷ୍ଠିତ

    ଯାଜପୁରରେ ମା ମଙ୍ଗଳାଙ୍କ ବାର୍ଷିକ ଯଜ୍ଞ ଉତ୍ସବ ଅନୁଷ୍ଠିତ

    ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା ମଙ୍ଗଳାଙ୍କ ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମନ୍ଦିର ପୂଜକ ରାଜକିଶୋର ରଥଶର୍ମା ଓ ତାଙ୍କ ସହଯୋଗୀଙ୍କ ଦ୍ଵାରା ପୂଜାର୍ଚନା କରିବା ସହିତ ପ୍ରାତଃରୁ ଗ୍ରାମର ମହିଳା ମାନଙ୍କ ଦ୍ଵାରା ୧୦୮ କଳସ ବୁଡ଼ାଯିବ ସହିତ ଶୋଭାଯାତ୍ରା କରି ଗ୍ରାମ ପରିଭ୍ରମଣ କରିଥିଲେ । ଭିକିପୁର ଗ୍ରାମର ସଂକୀର୍ତନ ମଣ୍ଡଳୀ ଦ୍ଵାରା ନାମ ସଂକୀର୍ତନ ପରିବେଷଣ କରାଯାଇଥିଲା । ଏଥିସହିତ ପୂଜକଙ୍କ ଦ୍ଵାରା ମାଙ୍କ ଅଙ୍କୁରା ରୋପଣ, ଶୁଭାଧିବାସ, ଘଟ ସ୍ଥାପନା, କୁଣ୍ଡମଣ୍ଡଳ କାର୍ଯ୍ୟ, ଚଣ୍ଡୀ ପାଠ, ସୂର୍ଯ୍ୟ ପୂଜା,ଗୋ ପୂଜା,ଦେବ ପାଠ ସହ ଯଜ୍ଞ ଆରମ୍ଭ ହୋଇଥିଲା । ଦୀର୍ଘ ସାତ ଦିନ ଧରି ଗ୍ରାମରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ସହ ପ୍ରତିଦିନ ଗ୍ରାମବାସୀଙ୍କ ପାଇଁ ଅର୍ଣ୍ଣପ୍ରସାଦ ସେବନର ଆୟୋଜନ ହୋଇଥିବା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ କହିଛନ୍ତି. ।

    କଳାକାରଙ୍କୁ ନେଇ ଭଜନ ସନ୍ଧ୍ୟା, ଓ ନୃତ୍ୟ ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଅଛି । ଗ୍ରାମବାସୀଙ୍କ ମଙ୍ଗଳ କାମନା ଉଦେଶ୍ୟରେ ହରି ଗୋସେଇଁ ସମ୍ପର୍କ ସ୍ୱଚ୍ଛା ସେବୀ ସଂଗଠନ ଏବଂ ଭିକିପୁର ଗ୍ରାମ ର ସଭାପତି ନରୋତମ ଜେନା ଓ ସମ୍ପାଦକ ଆର୍ତତ୍ରାଣ ଜେନା ଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

  • ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

    ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

    ଝୁଲନ୍ତା ଅବସ୍ଥାରେ ଘର ଭିତରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଚନ୍ଦ୍ରପୁର ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ପଞ୍ଚାୟତର ଲକ୍ଷ୍ମୀପୁର ନୂଆସାହିରେ । ମୃତ ଯୁବକ ଯୁବତୀ ହେଲେ ଶ୍ରୀୟା ବଡ଼ନାୟକ ଓ କେଦାର କୁସୁଲିଆ । ଉଭୟ ପ୍ରେମ ବିବାହ କରିଥିଲେ । କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା କାରଣ ଅସ୍ପଷ୍ଟ ରହିଛି । ଉଭୟଙ୍କ ଘର ଲକ୍ଷ୍ମୀପୁର ଗାଁର ନୂଆସାହି ବୋଲି ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ରାୟଗଡ଼ା ସଦର ମହକୁମାରୁ ସାଇଣ୍ଟିଫିକ୍ ଟିମ୍ ସହିତ ମୁନିଗୁଡା ଏସଡିପିଓ ସନ୍ତୋଷି ଓରାମ୍ ଓ ଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । କେଉଁ କାରଣରୁ ଉଭୟ ଆତ୍ମହତ୍ୟା କରିଛନ୍ତି ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।