Category: ଜିଲ୍ଲା

  • ଥମୁନି ଦୁଷ୍କର୍ମ ଓ ହତ୍ୟା,ଆଖିବୁଝିଲେ ଆଉ ଜଣେ ନାବାଳିକା

    ଥମୁନି ଦୁଷ୍କର୍ମ ଓ ହତ୍ୟା,ଆଖିବୁଝିଲେ ଆଉ ଜଣେ ନାବାଳିକା

    ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଜନୈକା ୧୭ ବର୍ଷୟା କଲେଜ ପଢୁଆ ନାବାଳିକା ଛାତ୍ରୀ ବଳତ୍କାରର ଶିକାର ହୋଇ ତାଙ୍କୁ ହତ୍ୟାକାରାଯାଇଥିବାର ଭୋଗରାଇ ଥାନାରେ ମୃତା ଛାତ୍ରୀଙ୍କ ଭାଇ ଗତ କାଲି ସନ୍ଧ୍ୟାରେ ଅଭିଯୋଗ କରିଛନ୍ତି lଅଭିଯୋଗ ମୂଳେ ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ନାବାଳିକାଙ୍କ ମୃତ ଦେହ ଘରଭିତରୁ ଉଦ୍ଧାର କରି ୧ ୭ ୪ / ୨ ୫ ରେ ମାମଲା ୠଜୁକରିବା ସହିତ ସନ୍ଦେହରେ ବସନ୍ତ ମଝିନାମକ ଜଣେ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି l

    ସୂଚନା ଅନୁଯାୟୀ, ମୃତା ଛାତ୍ରୀଙ୍କ ଭାଇ ଏତଲାରେ ଦର୍ଶାଇଛନ୍ତି ଯେ ଗତ ମଙ୍ଗଳବାର ଦିନ ଦିନ ୧୧ଟା୩୦ ମିନିଟ୍ ସମୟରେ ଭୋଗରାଇ ବ୍ଲକ ଲକ୍ଷ୍ମୀପାଟଣା ଗ୍ରାମର ଯୁବକ ବସନ୍ତ ମାଝୀ (ବାଣ୍ଟୁ) ଓ ତାଙ୍କର କିଛି ସହଯୋଗୀ ଘରେ କେହି ନଥିବା ବେଳେ ଏହି ସୁଯୋଗରେ ବଳତ୍କାର କରିବା ସହିତ ଜୀବନରୁ ମାରି ଦେଇ ଆତ୍ମହତ୍ୟାର ରୁପ ଦେବା ପାଇଁ ଘର ଭିତରେ ବେକରେ ରସି ଦେଇ ଝୁଲାଇ ଦେଇଥିବା ମୃତୁ୍କଙ୍କ ଭାଇ ଭାସ୍କର ମାଝୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଭୋଗରାଇ ପୋଲିସ ମୃତା ଛାତ୍ରୀଙ୍କ ଶରୀରକୁ ବେବଛେଦ କରିବା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବାର ସୂଚନା ମିଳିଛି ।ଏ ସମ୍ପର୍କ ରେ ପୋଲିସ ର ପ୍ରତି କ୍ରିୟା ମିଳି ପାରି ନାହିଁ

  • ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ କମ୍ୟୁନିଟି ଭଲି ବଲ ମ୍ୟାଚ୍

    ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ କମ୍ୟୁନିଟି ଭଲି ବଲ ମ୍ୟାଚ୍

    ପୋଲିସ ପ୍ରଶାସନ ସହିତ ସାଧାରଣ ଲୋକଙ୍କ ବିଶ୍ବାସ ଓ ସୁସମ୍ପର୍କ ସ୍ଥାପନ କରିବା ନିମନ୍ତେ ଗତକାଲି ତାଳଚୁଆ ସାମୁଦ୍ରିକ ଥାନାର ଭାରପ୍ରାପ୍ତ ଅଧିକାରୀ ବିମଲ କୁମାର ମଲ୍ଲିକଙ୍କ ନେତୃତ୍ଵରେ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ କେରୁଆପାଳ ପଂଚାୟତ ଦେଉଳସାହି ଠାରେ ସ୍ଥାନୀୟ ଯୁବ ପିଢ଼ିଙ୍କ ମଧ୍ୟରେ ଏକ ଭଲି ବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଭଲି ବଲ ମ୍ୟାଚ୍ କୁ ତାଳଚୁଆ ସାମୁଦ୍ରିକ ଥାନାର ଅଧିକାରୀ ବିମଲ କୁମାର ମଲ୍ଲିକ ଶୁଭାରମ୍ଭ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅପରେସନ ସିନ୍ଦୂରରେ ଭାରତୀୟ ସୈନିକ ମାନଙ୍କ ପରାକ୍ରମ କୁ ସମ୍ମାନ ଜଣାଇ, ଭଲି ବଲ ମ୍ୟାଚ୍ ଆରମ୍ଭ କରାଯାଇଥିଲା। ଏହି ଭଲି ବଲ ମ୍ୟାଚ୍ ରେ ଗିରିଆପାହି, ଅହିରାଜପୁର, ଦେଉଳସାହି ଓ ପ୍ରଭାତୀ ଗାଁର ଯୁବ ପୀଢ଼ି ସାମିଲ ହୋଇଥିଲେ । ଶେଷରେ ଏହି ମ୍ୟାଚ୍ ରେ ଚାମ୍ପିଅନ ହୋଇଥିବା ପ୍ରଭାତୀ ଟିମ୍ କୁ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ବିମଲ କୁମାର ମଲ୍ଲିକ ଟ୍ରଫି ପ୍ରଦାନ କରିଥିଲେ। ଶ୍ରୀ ମଲ୍ଲିକ କହିଛନ୍ତି ତାଳଚୁଆ ଅଞ୍ଚଳରେ ଅନେକ ବାଂଲାଦେଶୀ ଅନୁପ୍ରେଶକାରୀ ଲୁଚି ରହିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଧାରଣ ଲୋକଙ୍କ ସାହଯ୍ୟ ନିହାତି ଆବଶ୍ୟକ ଯାହା ଏହି ଭଲି ବଲ ମ୍ୟାଚ୍ ଜରିଆରେ ସୁସମ୍ପର୍କ ଦ୍ଵାରା ସମ୍ଭବ ହୋଇପାରିବ।

  • ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ

    ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ

    ଭାରତୀୟ ବନ୍ଦର ମଜଦୂର ସଂଘ ର ବାର୍ଷିକ ସମ୍ମିଳନୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପାରାଦ୍ବୀପ ବନ୍ଦର ରେ ଥିବା ସଂଘ ପରିବାର ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସଂଘର ନୂତନ କର୍ମକର୍ତ୍ତା ଚୟନ କରିଥିଲେ । ସଭାପତି ଭାବେ ପୁନର୍ବାର ରାକେଶ କୁମାର ପଟ୍ଟନାୟକ ଙ୍କୁ ସଭାପତି ଭାବେ ମନୋନୀତ କରା ଯାଇଥିବା ବେଳେ ପାରାଦ୍ବୀପ ବନ୍ଦରର କର୍ମଚାରୀ ତଥା ବନ୍ଦର ଟ୍ରଷ୍ଟି ଶ୍ରୀକାନ୍ତ ରାଏ ଙ୍କୁ ପୁନର୍ବାର ଭାରତୀୟ ବନ୍ଦର ମଜଦୁର ସଂଘର ସଂପାଦକ ଭାବେ ଚୟନ କରାଯାଇଛି । ଭାରତୀୟ ବନ୍ଦର ମଜଦୁର ସଂଘ ର ବାର୍ଷିକ ସମ୍ମିଳନୀରେ ସଂଘ ର ନୂତନ କର୍ମକର୍ତ୍ତା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ବନ୍ଦର କର୍ମଚାରୀ ଓ ଶ୍ରମିକ ମାନଙ୍କ ସ୍ବାର୍ଥ ଲାଗି କାର୍ଯ୍ୟ କରିବା ପାଇଁ ସମସ୍ତ ଚେଷ୍ଟା ଜାରୀ ରହିବ ବୋଲି ସାଧାରଣ ସଂପାଦକ ଶ୍ରୀକାନ୍ତ ରାଏ କହିଥିଲେ । ଏହି ପରିପ୍ରେକ୍ଷୀରେ ସଂଘ ବାର୍ଷିକ ହିସାବ ବିବରଣୀ ଦେବା ସହିତ ସଂଘ ପ୍ରଥମେ ରାଷ୍ଟ୍ର ହିତ ପରେ ଉଦ୍ୟୋଗ ଚିନ୍ତା ଓ ପରେ ଶ୍ରମିକଙ୍କ ହିତ ଲାଗି କାର୍ଯ୍ୟ କରିଥାଏ । ଭାରତୀୟ ବନ୍ଦର ମଜଦୁର ସଂଘ ଏହି ନିୟମାନୁଯାୟୀ କାର୍ଯ୍ୟ କରି ଆସୁଛି । ପାରାଦ୍ବୀପ ବନ୍ଦର ର କର୍ମଚାରୀ ଓ ଶ୍ରମିକଙ୍କ ସ୍ବାର୍ଥ ହାସଲ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ ରହିବା ପାଇଁ ସାଧାରଣ ସଂପାଦକ ଶ୍ରୀକାନ୍ତ ରାଏ ସମସ୍ତ ଶ୍ରମିକ ଓ ବନ୍ଦର କର୍ମଚାରୀ ମାନଙ୍କୁ ଆହ୍ବାନ ଦେଇଥିଲେ । ସଂଘ ର ବାର୍ଷିକ ସମ୍ମିଳନୀରେ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ତୁଲାଇଥିଲେ ।

  • ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ଲିସା,ବାଣିଜ୍ୟରେ ଶୁଭମ ଟପ୍ପର

    ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା: ବିଜ୍ଞାନରେ ଲିସା,ବାଣିଜ୍ୟରେ ଶୁଭମ ଟପ୍ପର

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ଗତବର୍ଷ ଫଳାଫଳ ଅପେକ୍ଷା ଚଳିତ ବର୍ଷ ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି । ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଅଧ୍ୟକ୍ଷ ନାରାୟଣ ରଥ ଚଳିତ ବର୍ଷର ଫଳାଫଳର ସୂଚନା ପ୍ରଦାନ କରି କହିଛନ୍ତି, ବିଜ୍ଞାନରେ ଲିସା ପ୍ରଧାନ ୫୭୧ ମାର୍କ (୯୫.୧୬%) ଓ ବାଣିଜ୍ୟରେ ଶୁଭମ ପରି ୫୬୯ ମାର୍କ (୯୪.୮୩%) ସହ କଲେଜ ଟପ୍ପର୍‌ ହୋଇଛନ୍ତି । ବିଜ୍ଞାନରେ ସମୁଦାୟ ୧୭ଜଣ ଏବଂ ବାଣିଜ୍ୟରେ ସମୁଦାୟ ୨ଜଣଙ୍କ ସହ ସର୍ବମୋଟ ୧୯ ଜଣ ଛାତ୍ରୀଛାତ୍ର ୯୦%ରୁ ଊର୍ଦ୍ଧ୍ୱ ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି । ଚଳିତବର୍ଷ ଗଣିତରେ ମନିଷ ଅଗ୍ରୱାଲ, ନେହାରାଣୀ ଜୈନ ଏବଂ ନମ୍ରତା ନୀଲା ଓ ପ୍ରାଣୀ ବିଜ୍ଞାନ ରେ ପ୍ରଜ୍ଞା ମେହେର, ସିଜଲ ପଣ୍ଡା ଏବଂ ନିଶିକା ସାହୁ ୧୦୦ରୁ ୧୦୦ ନମ୍ବର ରଖିଥିବାବେଳେ ବିଜ୍ଞାନରେ ସମୁଦାୟ ଛାତ୍ରୀଛାତ୍ରର ୩୪.୪%, ୮୦%ରୁ ଊର୍ଦ୍ଧ୍ୱ ଏବଂ ୮୦% ଛାତ୍ରୀଛାତ୍ର ପ୍ରଥମ ଶ୍ରେଣୀରେ ପାସ କରି ବିକାଶକୁ ପଶ୍ଚିମ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିପାରିଛି ବୋଲି ଅଧ୍ୟକ୍ଷ ରଥ ସିଏଚ୍‌ଏସ୍‌ଇ ଫଳାଫଳ ବିଷୟରେ ସୂଚନା ଦେଇଛନ୍ତି । କ୍ରିଷ୍ଣା ବିକାଶ ଗ୍ରୁପରେ ଶ୍ରେଷ୍ଠ ଫଳାଫଳ ପାଇଁ କ୍ରିଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଦାଶରୀ ମୂରଲୀ କ୍ରୀଷ୍ଣା ସଫଳ ଛାତ୍ରୀଛାତ୍ର ଏବଂ ଅଧ୍ୟାପିକା, ଅଧ୍ୟାପକଙ୍କ ପରିଶ୍ରମକୁ ସଫଳତାର ଶ୍ରେୟ ଦେବା ସହିତ ଛାତ୍ରୀଛାତ୍ରମାନଙ୍କ ନିଟ ଏବଂ ଜେ.ଇ.ଇ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ଦିଆଯାଉଥିବା ଇଣ୍ଟିଗ୍ରେଟେଡ ପ୍ରୋଗ୍ରାମର ପ୍ରଶଂସା କରିଛନ୍ତି ।

    ବିକାଶ ସିନିୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଚିତରଞ୍ଜନ ପତି ଏହି ଇଣି୍ଟଗ୍ରେଟେଡ ପ୍ରୋଗ୍ରାମ ବିଷୟରେ ସୂଚନା ଦେବାକୁ ଯାଇ କହିଛନ୍ତି, ଚଳିତ ବର୍ଷ ପ୍ରକାଶିତ ଆଇଆଇଟି-ଜେଇଇ(ମେନ) ସେସନ-୨ ପ୍ରବେଶିକା ପରୀକ୍ଷାରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଛାତ୍ର ପ୍ରତ୍ୟୁଷ କୁମାର ସାହୁ ୯୯.୩୯ ପ୍ରତିଶତ ରଖିଥିବାବେଳ ୪ ଜଣ ଛାତ୍ରୀଛାତ୍ର ୯୮ପ୍ରତିଶତ ଊର୍ଦ୍ଧ୍ୱରେ, ୧୪ ଛାତ୍ରୀଛାତ୍ର ୯୭ ପ୍ରତିଶତ ଊର୍ଦ୍ଧ୍ୱରେ, ୨୧ ଛାତ୍ରୀଛାତ୍ର ୯୫ ପ୍ରତିଶତ ଊର୍ଦ୍ଧ୍ୱରେ ଏବଂ ୮୭ ଛାତ୍ରୀଛାତ୍ର ଆଇଆଇଟି-ଜେଇଇ (ମେନ) ସେସନ-୨ରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏନ୍‌ଟିଏ-ନିଟ (ୟୁଜି) ମେଡିକାଲ ପ୍ରବେଶିକା ପରୀକ୍ଷା ୨୦୨୫ରେ ବିକାଶ ଆବାସିକ ବିଦ୍ୟାଳୟ ବରଗଡ଼ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବରଗଡ଼ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସରକାରୀ ମେଡିକାଲ କଲେଜ୍‌ରେ ସିଟ ପାଇବା ପାଇଁ କଟଅଫ ମାର୍କ ଊର୍ଦ୍ଧ୍ୱରେ ରଖିବେ ବୋଲି ଆଶା ପ୍ରକାଶ କରାଯାଉଛି । ସେହିପରି ସିୟୁଇଟି (ୟୁଜି), ସିଏ, ନେଷ୍ଟ ଏବଂ ଆଇଜର୍‌ ପ୍ରବେଶିକା ପରୀକ୍ଷାରେ ମଧ୍ୟ ସ୍କୁଲର ଛାତ୍ରୀଛାତ୍ର ଶ୍ରେଷ୍ଠ ଫଳାଫଳ ହାସଲ କରିବେ ବୋଲି ଆଶା କରାଯାଉଛି ।

    ଚଳିତ ବର୍ଷର ଫଳାଫଳକୁ ନେଇ କ୍ରିଷ୍ଣା ବିକାଶ ଗ୍ରୁପର ଟ୍ରଷ୍ଟି ଦାଶରୀ ରାମ ତୁଳସୀ, ପରିଚାଳନା ନିର୍ଦ୍ଦେଶକ ବିବେକ ଦାଶରୀ, ନିର୍ଦ୍ଦେଶକ ଡଃ ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ସିନିୟର୍‌ ସେକେଣ୍ଡାରୀ ଶାଖାର ଅଧ୍ୟକ୍ଷ ଚିତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଏସ.କାନ୍ତାରାଓ, କ୍ରୀଷ୍ଣା ବିକାଶ ଗ୍ରୁପର ଏଚ୍‌ଆର୍‌ ହେଡ ଅଶ୍ୱିନୀ ନାୟକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ସମସ୍ତ କୃତି ଛାତ୍ରୀଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

  • ଜି ଉଦୟଗିରିରେ ମା’ ବଡରାଉଳଙ୍କ ଠାକୁରାଣୀ ଯାତ୍ରା

    ଜି ଉଦୟଗିରିରେ ମା’ ବଡରାଉଳଙ୍କ ଠାକୁରାଣୀ ଯାତ୍ରା

    ଜି ଉଦୟଗିରି ରେ ମା ବଡରାଉଳ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ବିରାଟ ପଟୁଆରରେ ଶୋଭାଯାତ୍ରା ବାହାରି ହାତିବାଲି ବଡରାଉଳ ମନ୍ଦିର ସହିତ ବରାଳିନୀ ମନ୍ଦିର କୁ ଆଜ୍ଞା ମାଳ ନେବା ପରେ ଅସ୍ଥାୟୀ ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏହି ଯାତ୍ରା ଆସନ୍ତା ୭ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୧୫ ଦିନ ଧରି ଚାଲିବ । ଏଥିରେ ସଭାପତି ଚିତରଞନ ସାହୁ, ସଂପାଦକ ଭେଙ୍କେଟେଶ ବେହେରା,ଉପ ସଭାପତି ଶଙ୍କର୍ଷଣ ଡାକୁଆଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

  • ବୋମା ଫୁଟାଇ ଦୁଇଲକ୍ଷ ଟଙ୍କା ଲୁଟ

    ବୋମା ଫୁଟାଇ ଦୁଇଲକ୍ଷ ଟଙ୍କା ଲୁଟ

    ଚମ୍ପୁଆ ଥାନା ସରେଇ ନିକଟରେ ବେlମା ଫୁଟାଇ ଦୁଇ ଲକ୍ଷ ରୁ ଅଧିକ ଟଙ୍କା ଲୁଟ l କରଞ୍ଜିଆ ସରକାରୀ ସ୍ବୀକୣତି ପ୍ରାପ୍ତ ବିଦେଶୀ ମଦ ଦୋକାନ ରୁ ଦୋକାନ ବନ୍ଦ କରି ଦେlକାନର ଦୁଇ କର୍ମଚାରୀ ଦିନେଶ ପ୍ରସାଦ ଓ ଅଶ୍ବୀନି କର ସ୍କୁଟି ଡିକିରେ ଦେlକାନରେ ବିକ୍ରି ଟକାଂ ଧରି ଦେlକାନ ମାଲିକକଂ ଘରକୁ ଯାଉଥିବା ବେଳେ ସରେଇ ଆମ୍ଵ ବଗିଚା ନିକଟରେ ତିନି ଜଣ ଦୃର୍ବୁତ୍ତ ବାଇକ ରେ ଆସି ବୋମା ମାଡ଼ କରି ଟଙ୍କା କୁ ଲୁଟିନେଇ ପୁଣି କରଞ୍ଜିଆ ରାସ୍ତା ମଧ୍ୟ ଦେଇ ଫେରାର ହେଇଯାଇଛନ୍ତି l ବିଳମ୍ୱିତ ରାତିରେ ଘଟଣା ଘଟିଥିବା ବେଳେ ପୋଲିସ୍ ଏହାର ଟେରେ ପାଇନାହିଁ ପରେ ଦେlକାନ ମାଲିକ ଘଟଣା ସଂପର୍କରେ ପେlଲିସକୁ ଖବର ଦେବାପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ

    ତିନି ରଥର ଚକଅଖ ଡେରା ନୀତି ସମ୍ପନ୍ନ

    ପବିତ୍ର ଶ୍ରୀ କ୍ଷେତ୍ର ଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ନ ହୋଇଛି ତିନି ରଥର ଚକଅଖ ଡେରା ନୀତି | ସକାଳ ଧୂପ ବଢିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକ ମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ସହ ଗୋଟିଏ ଲେଖାଏଁ ନାହାକା ଅଖ ଡେରା ଯାଇଥିଲା | ଆଜିର ଏହି ଚକ ଅଖ ଡେରା ନିତୀ ସମ୍ପର୍ଣ୍ନ ପରେ ଏଵେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି | ସେପଟେ ଏହି ଅନନ୍ୟ ଦୃଶ୍ୟକୁ ଦେଖି ବେଶ୍ ଖୁସି ପ୍ରକଟ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ।

    ରଥ ସଂହିତା ମୁତାବକ ଆଜି ରଥଖଳାରେ ସମ୍ପାଦିତ ହୋଇଛି ଚକାଡେରା ନୀତି। ପରମ୍ପରା ଅନୁଯାଇ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ, ଘଣ୍ଟ ଛତା, କାହାଳି ସହ ଶ୍ରୀନଅରକୁ ଅଣାଯାଇଥିଲା। ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇଥିଲେ। ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକଡେରା କାମକୁ ଅନୁକୂଳ କରିଥିଲେ। ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଛି।

    ସେପଟେ ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପୋଲିସ ଫୋର୍ସ ମୁତୟନ ସହ ଆଞ୍ୟାମାଳ ବିଜେ ସମୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଢଙ୍ଗରେ ସମାପନ କରାଯାଇଥିଲା। ସେପଟେ ଆଜି ସକାଳୁସକାଳୁ ଚକଅଖ ଡେରାଯିବା ପୂର୍ବରୁ ତିନିରଥର ଦୁଇଟି ଲେଖାଏଁ ଚକ ରଥଖଳାରୁ ଆସି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରହିବା ପରେ ସେଥିରେ ପାଣିଆଆପଟ ସେବକଙ୍କ ଦ୍ବାରା ପାଣି ଢଳାଯାଇ କମାର ସେବକଙ୍କ ଦ୍ବାରା ପନ୍ଧାରୀରେ ଯୋଖିଆ ବାଡିଆ ଅନୁକୂଳ ହୋଇଥିଲା।

    ପରେ ଅଖରେ ପୋଲାଙ୍ଗ ତେଲ ବୋଳା ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟ ଅନୁଯାଇ ନୀତିକାନ୍ତି ସମାପନ ହୋଇଥିବାବେଳେ ଚକଅଖ ଡେରା ନୀତିରେ ସୁରୁଖୁରେ ସମ୍ପର୍ଣ୍ଣ ହୋଇଥିଲା । ଅନ୍ୟପଟେ ରଥଖଳାରେ ପ୍ରାୟତଃ ଟି ୨୦ରୁ ଉର୍ଦ୍ଧ ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥନିର୍ମାଣ କାର୍ଯ୍ୟ ଶେଷ ହେଵ ବୋଲି କହିଛନ୍ତି ମହାରଣା ସେବକ । ତେବେ ମହାପ୍ରଭୁଙ୍କ ଏହି ଚକଅଖ ଡେରା ନୀତି ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଏହାକୁ ଦେଖି ଭକ୍ତ ଶ୍ରଦ୍ଧାଳୁ ବେଶ୍ ଖୁସି ପ୍ରକଟ କରିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଭଉଁରୀ ଯାତ୍ରା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଵା ବେଳେ ଟ୍ରାଫିକ ବ୍ୟବସ୍ଥା ଲାଗି ସ୍ୱତନ୍ତ୍ର ଆଡ଼ଭାଇଜରୀ ଜାରି କରିଛି ପୁରୀ ପୋଲିସ l ଆଗାମୀ ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ୪୨ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହେବାର ପରମ୍ପରା ରହିଥିବା ବେଳେ ଆସନ୍ତା ସ୍ନାନପୁର୍ଣିମା ତିଥିରେ ତିନି ରଥର ଚାରି ନାହାକା ଉଠିବାର ବିଧିବିଧାନ ରହିଛି। ସେପଟେ ଆଜି ସନ୍ଧ୍ୟା ରେ ନରେନ୍ଦ୍ର ପୁଷ୍କରିଣୀ ରେ ମହାପ୍ରଭୁ ଙ୍କ ଭଉଁରୀ ଯାତ୍ରା ଅନୁଷ୍ଠିତ ହେବ l

  • ବାଇକ୍ କୁ ଧକ୍କା ଦେଲା ଡମ୍ପର, ଜଣେ ମୃତ

    ବାଇକ୍ କୁ ଧକ୍କା ଦେଲା ଡମ୍ପର, ଜଣେ ମୃତ

    ବିଜୟ ଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ପାଲଟିଛି ମରଣଯନ୍ତା । ଆଜି ସକାଳ ସମୟରେ ଜାତୀୟ ରାଜପଥ ୨୨୦ ନମ୍ବର ବିଜୟଓ୍ବାଡା- ରାଞ୍ଚି ରାଇରଙ୍ଗପୁର ଠାରୁ ୧୨ କିମି ଦୂର ରାସ୍ତା ଵହଳଦା ଥାନା ଅନ୍ତର୍ଗତ ବାସିଙ୍ଗୀ ଠାରେ ଏକ ବାଇକ କୁ ପଛରୁ ଧକ୍କା ଦେଇଛି ଦୃତ ଗତିରେ ଆସୁଥିବା ଡମ୍ପର । ଯାହା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି । ସୂଚନାଅନୁସାରେ ,ବାସିଙ୍ଗି ଗ୍ରାମର ଅନାଦି ସାହୁ ଘରକୁ ଫେରୁଥିବା ସମୟରେ ବହଳଦା ପଟୁ ଆସୁଥିବା ଡମ୍ପର ଗାଡ଼ି ପଛରୁ ଧକ୍କା ଦେଇଥିଲା । ବାଇକ ଚାଳକ ଜଣକ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ । ଘଟଣାସ୍ଥଳରୁ ଡମ୍ପର ଡ୍ରାଇଭର ଫେରାର ଥିବା ଜଣାପଡିଛି । ଖବରପାଇ ଵହଳଦା ପୋଲିସ ଓ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଉତ୍ୟକ୍ତ ଲୋକେ ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଚାପା ଉତ୍ତେଜନା ଲାଗି ରହିଛି । ଡ୍ରାଇଭରକୁ ଗିରଫ ଏବଂ ଘଟଣାସ୍ଥଳରେ ଜିଲ୍ଲାପାଳ ପହଞ୍ଚିବା ନେଇ ପରିବାର ଲୋକେ ଦାବି କରିଛନ୍ତି ।

  • ଲକ୍ଷ୍ମୀ ବସ୍ ଧକ୍କାରେ ଶିଶୁ ପୁତ୍ର ର ମୃତ୍ୟୁ

    ଲକ୍ଷ୍ମୀ ବସ୍ ଧକ୍କାରେ ଶିଶୁ ପୁତ୍ର ର ମୃତ୍ୟୁ

    ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବଡସାହି ଠାରେ ଲକ୍ଷ୍ମୀ ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଘଟଣାସ୍ଥଳରେ ଶିଶୁ ପୁତ୍ର ର ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡ଼ାକ୍ତରଖାନା ରେ ଭର୍ତି କରାଯାଇଛି । ଅପରାହ୍ନ ୪ ଟା ରେ କେରଙ୍କ ରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଯାତ୍ରୀ ବାହୀ ଲକ୍ଷ୍ମୀ ବସ୍ ସହିତ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏକ ଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ବାଇକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ଘଟଣାସ୍ଥଳରେ ଦମ୍ପତି ଙ୍କ ଶିଶୁ ପୁତ୍ର ଅମୂଲ୍ୟ ବାରିକ୍ ଙ୍କ ର ମୃତ୍ୟୁ ହୋଇଥିଲା । ସ୍ଵାମୀ ଅଶୋକ ବାରିକ୍ ଓ ତାଙ୍କ ସ୍ତ୍ରୀ ପିଙ୍କି ବାରିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା । ହେଲେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତରିତ କରାଯାଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ଉଭୟ ଗାଡି କୁ ଜବତ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

  • ବଜ୍ରାଘାତରେ ଜଣେ ମୃତ ଜଣେ ଗୁରୁତର

    ବଜ୍ରାଘାତରେ ଜଣେ ମୃତ ଜଣେ ଗୁରୁତର

    ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ଘୋଘର ରୋଡ଼ ନିକଟରେ ଥିବା ଆରକେ ଇଟାଭାଟିରେ କାର୍ଯ୍ୟ କରୁଥିବା ବେଳେ ଦୁଇଜଣ ବଜ୍ରାଘାତରେ ଆଘାତ ହୋଇଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଉଭୟ ଛତିଶଗଡ଼ର ସାରଙ୍ଗ ଜିଲ୍ଲାର ବାସିନ୍ଦା । ଉଭୟ ଦୁଇ ଭାଇ ବୋଲି ଜଣା ପଡିଛି । ମୃତ ବ୍ୟକ୍ତି ଜଣକ ହେଲେ ସହଦେଵ ବଜାରୀ ଓ ଗୁରୁତର ଥିବା ସାନ ଭାଇ ରାହୁଲ ବଜାରୀ ବୋଲି ଜଣାପଡିଛି । ଗୁରୁତର ରାହୁଲଙ୍କୁ ପ୍ରଥମେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । ପରେ ଅବସ୍ଥା ଗୁରୁତର ହୋଇଯିବାରୁ ଚିକିତ୍ସା ପାଇଁ ରାଉଲକେଲାକୁ ପଠାଯାଇଛି ।