Category: ଜିଲ୍ଲା

  • ସ୍ତ୍ରୀର ଶିଳପୂଆ ମାଡରେ ଆଖିବୁଜିଲା ସ୍ୱାମୀ

    ସ୍ତ୍ରୀର ଶିଳପୂଆ ମାଡରେ ଆଖିବୁଜିଲା ସ୍ୱାମୀ

    କେନ୍ଦୁଝର ଜିଲ୍ଲା ଯୋଡା ସହରର ୱାର୍ଡ ନଂ ୧ର ତଲକ୍ ହାଟିଂ ରେ ସ୍ତ୍ରୀର ଶିଳପୁଆ ମାଡରେ ସ୍ବାମୀ ର ମୃତ୍ୟୁ ଘଟି ଥିବା ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସ୍ତ୍ରୀ କୁ ଗିରଫ କରିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଶନିବାର ସନ୍ଧ୍ୟା ସମୟରେ ସ୍ବାମୀ କେନ୍ଦୁଆ ଲୋହାର ତାଙ୍କ ସ୍ତ୍ରୀ ଲେମ୍ବ ଲୋହ।ର ସହିତ କଳହ ହୋଇଥିଲା ।ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀ ଲେମ୍ବ ଘରେ ଥିବା ଶିଳପୂଆ ରେ ସ୍ବାମୀ ର ମୁଣ୍ଡକୁ ପ୍ରହ।ର କରିଥିଲ। ।ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାତି ସମୟରେ ତାଙ୍କୁ ପ୍ରଥମେ କମାର ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲେ ।ଅବସ୍ଥା ସଙ୍କଟପନ୍ନ ହେବାରୁ ପରେ କେନ୍ଦୁଝର ଓ ସେଠାରୁ କଟକ ଡାକ୍ତର ଖାନ।କୁ ସ୍ଥାନାନ୍ତର କରାଯାଇଥିଲା ।

    ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମୃତ୍ୟୁ ଘଟିଥିଲା । ଯୋଡା ପୋଲିସ ସୋମବାର ସାଇନ୍ଟିଫିକ ଟିମ୍ ସହିତ ଅଭିଯୁକ୍ତ ଘରକୁ ଯାଇ ଆକ୍ରମଣରେ ବ୍ୟବହୃତ ହୋଇଥିବା ଶିଳପୁଆ ଓ ଅନ୍ୟାନ୍ୟ ପ୍ରମାଣ ଓ ରକ୍ତ ନମୁନା ସଂଗ୍ରହ କରିବା ସହିତ ଅଭିଯୁକ୍ତ ସ୍ତ୍ରୀ ଲେମ୍ବ ଲୋହାରକୁ ଗିରଫ କରି କେସ ନଂ ୧୪୭/୨୫ ରେ ହତ୍ୟା ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଆଇଆଇସି ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

  • ତାଳଗାଁରେ ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ପ୍ରବେଶ

    ତାଳଗାଁରେ ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ପ୍ରବେଶ

    ଘଷିପୁରାରେ ଥିବା ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ଘଷିପୁରା ବ୍ଳକ ଗୋହିରା ପଞ୍ଚାୟତ ତାଳଗାଁ ରେ ନୂତନ ଗୃହ କରାଯାଇ ଗୃହ ପ୍ରବେଶ କରାଯାଇ ଶିଶୁ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଯୋଗ ଦେଇ ଉଦ୍ ଘାଟନ କରିଥିଲେ । ପରେ ସଭାପତି ନମିତା ରାଣୀ ବଳ ଙ୍କ ସଂଯୋଜନାରେ ଉଦ୍ ଘାଟନ ଉତ୍ସବ ପାଳନ ହୋଇଥିଲା ।

    ସଂମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ସାହୁ , ଅଶୋକ ପୁହାଣ ,ସରୋଜ କୁମାର ସାହୁ ,ଡ଼ ଶମ୍ଭୁନାଥ ରାଉତ ,ଶ୍ରୀମତୀ ସୋନାଲି ଦାସ ,କୃଷ୍ଣଚନ୍ଦ୍ର ବାରିକ ,ନିରୋଦ ମହାନ୍ତି, ଅଧ୍ୟାପକ ସୁଦର୍ଶନ ସାହୁ ,ଜଗତ ଜିତା ଦାସ ,ଅନ୍ନଦା ପ୍ରସାଦ ମହାନ୍ତି , ପରମେଶ୍ବର ମହାନ୍ତି ଯୋଗ ଦେଇଥିଲେ । ଶେଷରେ ଆଶ୍ରମର ଶିଶୁ ମାନେ ଗୀତ ଗାଇବା ସହ ନୃତ୍ୟ ପରିବେଷଣ କରି ଉତ୍ସାହିତ ହୋଇଥିଲେ ।

  • ମଣ୍ଡିରୁ ଧାନ ନ ଉଠିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

    ମଣ୍ଡିରୁ ଧାନ ନ ଉଠିବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

    ବରଗଡ ଜିଲ୍ଲା ମିଳିତ ମାର୍କେଟ ମଞ୍ଚର ଚାଷୀ ମାନେ ୩ ଦଫା ଦାବି ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିଥିଲେ | ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମାର୍କେଟୟାଡ଼ ଠାରେ ପଡ଼ିଥିଲେ ମଧ୍ଯ ଧାନ ଉଠୁନାହିଁ ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି |

    ଚାଷୀମାନେ ୩ ଦଫା ଦାବି ନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଚାଷୀଙ୍କ ଦାବି ହେଉଛି ଚାଷୀ ଯେଉଁ ଦିନ ମଣ୍ଡିକୁ ଧାନ ଆଣିବ ସେହି ଦିନ ଧାନର ମାନ ପରୀକ୍ଷା ଏବଂ ଓଜନ କରାଯାଇ ଅନଲାଇନ ରେଜିଷ୍ଟେସନ କରାଯାଊ |

    ଚାଷୀ ଆଣିଥିବା ବସ୍ତା ରେ ଧାନ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉ | ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ମଣ୍ଡିରୁ ପ୍ରତିଦିନ ଯଥା ଶୀଘ୍ର ଏକ ହଜାର କ୍ୟୁଣ୍ଟାଲରୁ ଉର୍ଦ୍ଧ ଧାନ କିଣା ଯାଉ ବୋଲି ଦାବି କରିଛନ୍ତି ଚାଷୀ | ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ସହ ରାଜ ରାସ୍ତା ଅବରୋଧ କରିବା ନେଇ ଚେତାବନୀ ଦେଇଛନ୍ତି |

  • ଶାନ୍ତିସେନା କିନ୍ନର ସଙ୍ଘ, ପାଳିଲେ ସାବିତ୍ରୀ ବ୍ରତ

    ଶାନ୍ତିସେନା କିନ୍ନର ସଙ୍ଘ, ପାଳିଲେ ସାବିତ୍ରୀ ବ୍ରତ

    ଓଡ଼ିଆ ବିବାହିତା ନାରୀ ମାନଙ୍କ ପାଇଁ ସାବିତ୍ରୀ ବ୍ରତ ହେଉଛି ଶ୍ରେଷ୍ଠ ବ୍ରତ । ଏହା ଜ୍ୟେଷ୍ଠ ଅମାବାସ୍ୟାରେ ପାଳିତ ହୋଇଥାଏ । ଏହି ବ୍ରତରେ ସାବିତ୍ରୀମାନେ ଉପବାସ ରହି ସତ୍ୟବାନମାନଙ୍କୁ ପୂଜା କରି ତାଙ୍କ ଠାରୁ ଆଶିଷ ଲାଭ କରିଥାନ୍ତି । ଏଭଳି ବ୍ରତକୁ ମଧ୍ୟ ଆଜି ଯାଜପୁର ରୋଡର ଶାନ୍ତି ସେନାର କିନ୍ନର ମାନେ ନିଜ ଆତ୍ମୀୟସୁଜନ, ଗୁରୁଜନ, ନିଜ ସଂଗଠନ ମଧ୍ୟରେ ପାଳନ କରିଛନ୍ତି । ଏଥି ସହିତ ସକାଳୁ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜାପାଠ,ହୋମପୂଜା, ରୀତିନୀତି ଓ ସୂର୍ଯ୍ୟପୂଜା କରି ନିଜ ନିଜ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ।

    ସମସ୍ତ କିନ୍ନର ମାନେ ନୂତନ ଶାଢ଼ୀ ପରିଧାନ କରିବା ସହିତ ହାତରେ ବ୍ରତ ବାନ୍ଧି ଏହି ଓଷା କୁ ପାଳନ କରିଛନ୍ତି. ସଙ୍ଘ ର ସଭାପତି କାଜଲ ନାୟକ, ସମ୍ପାଦକ ଲଭଲି ସାହୁ, ବେବି ପାତ୍ର, ରୋଶନୀ ସିଂ, ସୁମନ ସନ୍ଧ୍ୟା, ଅନୁ. ସୁଇଟି, ରାଣୀ, ମାନସୀ, ରଂଜିତା, ସୋଫିଆ, ସ୍ନେହା, ରୋଜି, ଖୁସି, ରିୟା, ଶୁଭମ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।

  • ବରପାଲିରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

    ବରପାଲିରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

    ବରଗଡ଼ (ସୂର୍ଯ୍ୟ ନାରାୟଣ ଦାଶ ) ବରଗଡ଼ ଜିଲ୍ଲା ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ଚଳିତ ବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ଏକ ହଜାର କଳାକାର ଯୋଗ ଦେବେ ବୋଲି ଆଜି ଯାତ୍ରା କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ଚଳିତ ବର୍ଷ ଆସନ୍ତା ୨୭ ରୁ ଏହି ଯାତ୍ରା ଆରମ୍ଭ ହୋଇ ୨ ତାରିଖ ଦିନ ଯାଏଁ ଅନୁଷ୍ଠିତ ହେବ। କପିଳେଶ୍ଵର ବାବା ୨୭ ତାରିଖ ସନ୍ଧ୍ୟା ରେ ମନ୍ଦିରରୁ ବାହାରି ନଗର ପରିକ୍ରମା କରି ଭଣ୍ଡାର ଗୃହକୁ ଯିବେ । ୨୮ ତାରିଖ ରେ କନ୍ୟା ମନୋନୟନ ବା ପତର ପେଣ୍ଡି, ୨୯ ତାରିଖ ଭୈରବ ବାବାଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରା,୩୦ ରେ ସକାଳେ ଗଣ୍ଠି ଆଳ ଫିଟା ଓ ସନ୍ଧ୍ୟାରେ ବରାନୁଗମନ ଶୋଭାଯାତ୍ରା ହେବ । ଚଳିତ ବର୍ଷ ସ୍ଥାନୀୟ ତହସିଲ ଛକରୁ ବରାନୁଗମନ ଶୋଭାଯାତ୍ରା ଆରମ୍ଭ ହୋଇ ହିମାଦ୍ରି ନଗର ପହଞ୍ଚିବା ପରେ ପରଦିନ ବୈଦିକ ରୀତିରେ ଦେବ ଦମ୍ପତ୍ତିଙ୍କ ବୈବାହିକ କାର୍ଯ୍ୟ ଅନୁଷ୍ଠିତ ହେବ।

    ସେହିପରି ୩୧ ତାରିଖରେ ଦେବ ଦମ୍ପତ୍ତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ବା ବୈଠକ ଯାତ୍ରା ୧ ତାରିଖ ସନ୍ଧ୍ୟାରେ ଲମ୍ବନି ଶୋଭାଯାତ୍ରା ୨ ତାରିଖ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ବା ଦେବ ଦମ୍ପତ୍ତିଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରାର ବିରତି ହେବ ବୋଲି ଯାତ୍ରା କମିଟିର ସଭାପତି ସୂଚନା ଦେଇଛନ୍ତି ।

    ଅନ୍ୟ ପକ୍ଷରେ ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଡ଼ିଶାର ଢେଙ୍କାନାଳ ଘଣ୍ଟ ବାଦ୍ୟ, କଳାହାଣ୍ଡି ଘୁମୁରା, ସହ ମହାରାଷ୍ଟ୍ର, କେରଳ,ଛତିଶଗଡ଼, ପଶ୍ଚିମ ବଙ୍ଗାଲ ଆଦି ରାଜ୍ୟର ଏକ ହଜାର କଳାକାର ଯୋଗ ଦେବେ ବୋଲି କମିଟିର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯାତ୍ରା କମିଟିର ସଭାପତି , ସମ୍ପାଦକଙ୍କ ସମେତ ଚଳିତ ବର୍ଷର କନ୍ୟା ପିତା ସଞ୍ଜୟ ମେହେର ଓ ଯାତ୍ରା କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।ଚଳିତ ବର୍ଷ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସି ସି ଟିଭି କ୍ୟାମେରା ଲଗାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ସହ ପାନୀୟ ଜଳ ଯୋଗାଣ, ଶୌଚାଳୟ ଆଦିର ବ୍ୟବସ୍ଥା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

    ଏହି ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏସ ଡି ପି ଓ,ତହସିଲଦାର ରୁକ୍ମଣ କୁମାର ମେହେର, ପୋଲିସ ଆଇ ଆଇ ଜୟରଶ୍ମୀ ସେଠି,ନଗର ପାଲ ଦିନେଶ ଗହୀର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

  • ତିର୍ତୋଲ କଲେଜ +2 ବିଜ୍ଞାନ ଟପ୍ପର ଭାଗ୍ୟଲକ୍ଷ୍ମୀ

    ତିର୍ତୋଲ କଲେଜ +2 ବିଜ୍ଞାନ ଟପ୍ପର ଭାଗ୍ୟଲକ୍ଷ୍ମୀ

    +2 ଶ୍ରେଣୀର ଫଳ ପ୍ରକାଶ ପାଇଥିବା ବେଳେ ତିର୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର +2 ବିଜ୍ଞାନ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ରାଉତ ୬୦୦ ରୁ ସମୁଦାୟ ୫୪୧ ନମ୍ବର ରଖି ଟପ୍ପର ହୋଇଛନ୍ତି । +2 ବିଜ୍ଞାନରେ ୨୬୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୪୭ ଜଣ ପ୍ରଥମ ଶ୍ରେଣୀ, ୬୬ ଜଣ ଦ୍ୱିତୀୟ ଶ୍ରେଣୀ, b ୨୧ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି। ଟପ୍ପର ହୋଇଥିବା ଭାଗ୍ୟଲକ୍ଷ୍ମୀ ତାଙ୍କର ଏହି ସଫଳତା ପାଇଁ ସାରଳା କୋଚିଂ ଶିକ୍ଷା କେନ୍ଦ୍ରର ମୁଖ୍ୟ ପରିଚାଳକ ବୁବୁଲା ସାର ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା, ତିର୍ତୋଲ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ତାଙ୍କର ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି । ଭାଗ୍ୟଲକ୍ଷ୍ମୀ ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବ ପାଇଁ ଲକ୍ଷ୍ୟ ରଖିଛନ୍ତି । ଭାଗ୍ୟଲକ୍ଷ୍ମୀର ସଫଳତା ପାଇଁ ଶାରଳା କୋଚିଂର ମୁଖ୍ୟ ବୁବୁଲା ସାର ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ ।

  • ଅପରେସନ୍ ସିନ୍ଦୁର’ର ସଫଳତା ନେଇ ଆନନ୍ଦପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

    ଅପରେସନ୍ ସିନ୍ଦୁର’ର ସଫଳତା ନେଇ ଆନନ୍ଦପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

    ‘ଅପରେସନ ସିନ୍ଦୂର’ର ସଫଳତା ପରେ ଭାରତୀୟ ଜନତା ପାର୍ଟି  ତରଫରୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ବ୍ଲକ ଛକ ଠାରୁ ଶ୍ରୀ ଶ୍ରୀ ଦଧିବାମନଜୀରଙ୍କ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସେନା ପକ୍ଷରୁ ‘ଅପରେସନ୍ ସିନ୍ଦୂର’ର ସଫଳତା ଓ ଜବାନମାନଙ୍କ ମନୋବଳ ବୃଦ୍ଧି କରିବା ନେଇ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ବରେ  ଅପରାହ୍ନ ୫ ଘଟିକା ସମୟରେ ଆନନ୍ଦପୁର ବ୍ଲଜ ଛକ ଠାରୁ ହଜାର ହଜାର କର୍ମୀ ସହ ଅବସର ପ୍ରାପ୍ତ ସୈନିକ , ଯୁବଗୋଷ୍ଠି, ମହିଳା ଓ ସାଧାରଣ ଲୋକ ହାତରେ ତ୍ରିରଙ୍ଗା ପତାକା ଧରି ଭାରତମାତା କି ଜୟ, ଭାରତୀୟ ସୈନିକ ଜିନ୍ଦାବଦ, ଅପରେସନ ସିନ୍ଦୂର ଜିନ୍ଦାବାଦ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଆନନ୍ଦପୁରର ଆରାଧ ଦେବତା ଶ୍ରୀ ଶ୍ରୀ ବଧୁବାମନକୀଙ୍କ ମନ୍ଦିର ନିକଟରେ ପହଂଚି ଏକ ପଥପ୍ରାନ୍ତ ସଭାରେ ଯୋଗଦେଇଥିଲେ।

  •  ଆଠମଲ୍ଲିକରେ ତ୍ରିରଙ୍ଗା ଶୋଭାଯାତ୍ରା

     ଆଠମଲ୍ଲିକରେ ତ୍ରିରଙ୍ଗା ଶୋଭାଯାତ୍ରା

    ଅନୁଗୋଳ ଜିଲ୍ଲା  ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅଇଡ଼ା ମଣ୍ଡଳ ଅଞ୍ଚଳରେ ଶୁକ୍ରବାର ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଜିଲ୍ଲାର ବିଜେପି ଜିଲ୍ଲା ଉପସଭାପତି ଅର୍ଜୁନ କୁମାର ସାହୁଙ୍କ ନେତୃତ୍ଵରେ ଆଠମଲ୍ଲିକର ଲିପିଲୋଇ ଶିବ ମନ୍ଦିର ଠାରୁ ହଜାର ହଜାର ବାଇକରେ  ଶୋଭାଯାତ୍ରା ଆରମ୍ଭ ହୋଇ ମା ବିନିକେୟୀ ପୀଠଠାରେ ଶେଷ ହୋଇଥିଲା। ଏହି ଶେଭାଯାତ୍ରାରେ ପୁରୁଷ ଓ  ମହିଳା ସାମିଲ ହୋଇ  ନାରାଦେଇ  ରାଲି କରିଥିଲେ। ଶୋଭାଯାତ୍ରାରେ ଆଠମଲ୍ଲିକ ବିଧାନସଭାର ଯୁବ ସମାଜ ସେବି ତଥା , ଜିଲ୍ଲା ଉପ ସଭାପତି ଅର୍ଜୁନ କୁମାର ସାହୁ , ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବହୁ ଯୁବ ବିଜେପି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।

  • ବରଗଡ଼ ଧନୁଯାତ୍ରା ମହୋତ୍ସବର ସାଧାରଣ ଓ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଅନୁଷ୍ଠିତ

    ବରଗଡ଼ ଧନୁଯାତ୍ରା ମହୋତ୍ସବର ସାଧାରଣ ଓ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଅନୁଷ୍ଠିତ

    ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ-୨୦୨୫ର ଭବ୍ୟ ସଫଳତା ପରେ ଆୟ-ବ୍ୟୟ ବିଷୟରେ ବିସ୍ତୃତ ଆଲୋଚନା ନିମନ୍ତେ ଏକ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ମାନିନୀ ଭୋଇ, ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ପଦମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୃଣାଲ ମୋତିରାମ ଚୌହାନ, ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ଶ୍ରୀ ସୁରେଶ୍ୱର ଶତପଥୀ, ଜିଲ୍ଲା ସ୍ତରୀୟ ଅଧିକାରୀ ତଥା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

    ଉପସ୍ଥିତ ସମସ୍ତ ଅତିଥି ତଥା ଲୋକ ପ୍ରତିନିଧି ଧନୁଯାତ୍ରାର ଅଭୂତପୂର୍ବ ସଫଳତାକୁ ସ୍ୱୀକାର କରି ଆୟୋଜକ କମିଟିର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ଶ୍ରୀ ସୁରଶ୍ୱର ଶତପଥୀ ବରଗଡ଼ ୨୦୨୫ ଧନୁଯାତ୍ରା ମହୋତ୍ସବ
    ସମ୍ବନ୍ଧୀୟ ଆର୍ଥିକ ବିବରଣୀ ତଥା ଆୟ-ବ୍ୟୟ ବିଷୟରେ ସ୍ପଷ୍ଟ ଭାବେ ଉପସ୍ଥାପନା କରିବା ପରେ ସମସ୍ତଙ୍କ ମଧ୍ୟରେ ଏହାଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପରେ ମଂଚାସୀନ ଅତିଥିଙ୍କ ଦ୍ୱାରା ଧନୁଯାତ୍ରା ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମ ଓ ଏକ ଆକର୍ଷଣୀୟ କଫି ଟେବୁଲ ବୁକ୍‌ର ଉନ୍ମୋଚନ କରାଯାଇଥିଲା । ଏହି ଦୁଇଟି ସୃଜନାତ୍ମକ ପ୍ରସ୍ତୁତି ବରଗଡ଼ ଧନୁଯାତ୍ରା ମହୋତ୍ସବର ଐତିହ୍ୟ, ସଂସ୍କୃତିକ ବୈଭବ ତଥା ଗୌରବକୁ ସ୍ଥାୟୀ ରୂପ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହା ଓଡିଶାର ଏହି ବୈଶିଷ୍ଟ୍ୟ ପୂର୍ଣ୍ଣ ଉତ୍ସବକୁ ଦେଶ ଓ ବିଦେଶରେ ଅଧିକ ପ୍ରଚାର କରିବାରେ ସାହାଯ୍ୟ କରିବ। ବୈଠକରେ ସମସ୍ତ ସଦସ୍ୟ ଉକ୍ତ ବର୍ଷର ଧନୁଯାତ୍ରାକୁ ପାରଦର୍ଶୀ ଓ ଆକର୍ଷଣୀୟ ଭାବେ ଆୟୋଜନ କରିଥିବାରୁ ଓଡିଶା ସରକାର ତଥା ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇ ଆଗାମୀ ଦିନରେ ଏହି ମହୋତ୍ସବକୁ ଅଧିକ ଆକର୍ଷଣୀୟ ତଥା ବିଶ୍ୱସ୍ତରୀୟ କରିବା ପାଇଁ ଅନୁରୋଧ କରିଥିଲେ ।

  • ସେମିଳିଗୁଡାରେ ମା ଦୁର୍ଗା ମିନି ଟ୍ରକ ଚାଳକ ସଂଘ ବୈଠକ

    ସେମିଳିଗୁଡାରେ ମା ଦୁର୍ଗା ମିନି ଟ୍ରକ ଚାଳକ ସଂଘ ବୈଠକ

    କୋରାପୁଟ ଜିଲ୍ଲା ସେମିଳିଗୁଡା ଅନ୍ତର୍ଗତ କୃଷକ ବଜାର ଠାରେ ମା ଦୁର୍ଗା ମିନି ଟ୍ରକ ଚାଲକ ସଂଘ ବୈଠକ ଅନୁଷ୍ଠିତ ହଇଥିଲା । ସଂଘର ସଭାପତି ରମେଶ ଖିଲ, ଉପସଭାପତି ରୁନା ରାଉତ, ସାଧାରଣ ସମ୍ପାଦକ ତ୍ରିନାଥ ପଦାର,ଯୁଗ୍ମ ସମ୍ପାଦକ ମନୋଜ ରାଓ,କୋଷାଦକ୍ଷ ନରେଶ କୁମାର ଅଗ୍ରୱାଲ, ଉପଦ୍ରଷ୍ଟା ପଦ୍ମ ଚରଣ ମିଶ୍ର, ଆଇନ ଉପଦ୍ରଷ୍ଟା ସତ୍ୟ ନାରାୟଣ ସାହୁ, ଯୋଗଦେଇ ଆଗାମୀ ଦିନରେ ସଂଘ କିପରି ସୁଦୃଢ କରାଯିବ ଅନେକ ସମାଜିକ କାମରେ ସଂଘର କର୍ମ କର୍ତ୍ତା ଲିପ୍ତ ରହିବେ ଜନ ସାଧାରଣଙ୍କ ଅସୁବିଧା ବେଳେ ସାହାଯ୍ୟ ସୋହଯୋଗରେ ହାତ ବଢ଼ାଇବେ ବୋଲି ସଂଘର କର୍ମ କର୍ତ୍ତା କହିଛନ୍ତି । ଏହି ଅବସରରେ ବହୁ ସଂଖ୍ୟାରେ ମିନି ଟ୍ରକ ଚାଳାକ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ । ବୈଠକରେ ସଭାପତିଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ମାସରେ ସଂଘର ଉନ୍ନତି ପାଇଁ ବୈଠକ ଡକାଯାଉଛି ।