Category: ଜିଲ୍ଲା

  • ଟାଙ୍ଗୀର ପବିତ୍ର ଶକ୍ତି ପୀଠ ମା ତାରା ଦେବୀଙ୍କ ପୀଠରେ ନବୀନଙ୍କ ଆଶୁ  ଆରୋଗ୍ୟ  କାମନା

    ଟାଙ୍ଗୀର ପବିତ୍ର ଶକ୍ତି ପୀଠ ମା ତାରା ଦେବୀଙ୍କ ପୀଠରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା

    ଆଧୁନିକ ଓଡ଼ିଶାର ନିର୍ମାତା ସାଢେ଼ ଚାରିକୋଟି ଜନ ମାନସ ର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଗତ ୨୦ ତାରିଖରେ ମୁମ୍ୱାଇ ର କୋକିଳା ବେନ୍ ଅମ୍ବାନୀ ହସ୍ପିଟାଲ ରେ ଚିକିତ୍ସିତ ଅଛନ୍ତି ।ଭୁବନେଶ୍ଵର ଛାଡ଼ିଲା ବେଳେ ସାରା ଓଡ଼ିଶାରୁ ସମସ୍ତ ନେତୃମଣ୍ଡଳୀ , ଯୁବ, ଛାତ୍ର ଓ ମହିଲା ଓ ବହୁ ଶୁଭେଚ୍ଛୁ ତାଙ୍କର ଆଶୁ ଆରୋଗ୍ୟ କାମନା ବିଜୁ ପଟ୍ଟନାୟକ ଏୟାରପୋର୍ଟ ଠାରେ କରିଥିଲେ ।ସେହି ଦିନ ସେ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।ଆଜି ପ୍ରିୟ ନବୀନ ଙ୍କ ସର୍ଜରୀ ପାଇଁ ଓ ଟି ରେ ଅଛନ୍ତି ।ତାଙ୍କର ଦୃତ ଆରୋଗ୍ୟ କାମନା ପାଇଁ ସକାଳୁ ସକାଳୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଖୋରଧା ଟାଙ୍ଗୀ ର ପବିତ୍ର ଶକ୍ତି ପୀଠ ମା ତାରା ଦେବୀଙ୍କ ପୀଠରେ ଟାଙ୍ଗୀ ବ୍ଲକ ର ଶୁଭେଚ୍ଛୁ ମାନେ ଏକାଠି ହୋଇ ମା ଙ୍କ ପୀଠରେ ପୂଜାର୍ଚ୍ଚନା କରିଛନ୍ତି । ଅନୁରୂପ ଭାବେ ଖୋର୍ଦ୍ଧା ବ୍ଲକ୍ ମଳିପଡା ର ଆରାଧ୍ୟା ଦେବୀ ମା ଯୋଗମୟଙ୍କ ପୀଠରେ ଶୁଭେଚ୍ଛୁ ମାନେ ଏକାଠି ହୋଇ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ଓ ଦୀପଦାନ କରି ଛନ୍ତି । ସେହିପରି ଖୋର୍ଦ୍ଧା ପୌର ପରିଷଦ ରପଲଟନ ପଡିଆ ସ୍ଥିତ ବାବା ଚନ୍ଦ୍ରଶେଖର ଙ୍କ ପୀଠ ଓ ସଂଲଗ୍ନ ମହାବୀର ପୀଠରେ ରେ ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ଓ ବହୁ ନବୀନ ପ୍ରେମୀ ଏକାଠି ହୋଇ ପବିତ୍ର ପୀଠ ରେ ଜଳସାୟୀ କରିବା ସହ ପୂଜାର୍ଚ୍ଚନା ଓ ଦୀପଦାନ କରିଛନ୍ତି । ସମସ୍ତେ ଅପେକ୍ଷା କରିଛନ୍ତି ତାଙ୍କର ପ୍ରିୟ ନେତା ମୁମ୍ବାଇରୁ ଶୀଘ୍ର ଆରୋଗ୍ୟ ହୋଇ ଫେରି ନିଜକୁ ଓଡ଼ିଶା ବାସୀଙ୍କ ସେବାରେ ନିୟୋଜିତ କରନ୍ତୁ ଓ ନିରନ୍ତର ସେବା ପ୍ରଦାନ କରନ୍ତୁଏହିଭଳି ଓଡ଼ିଶାର ସମସ୍ତ ପ୍ରାନ୍ତରେ ପ୍ରିୟ ନେତାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ଚାଲିଛି । ତାଙ୍କର ଆଶୁ ଆରୋଗ୍ୟ କାମନା ସହ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ଖୋରଧା ନିର୍ବାଚନ ମଣ୍ଡଳୀ ବାସି ।

  • ବେଟି ବଚାଅ ବେଟି ପଢାଅ, ଖାଲି ନାଁକୁ, ଝିଅ ଜନ୍ମ ମା’ ପାଇଁ ସାଜିଲା କାଳ

    ବେଟି ବଚାଅ ବେଟି ପଢାଅ, ଖାଲି ନାଁକୁ, ଝିଅ ଜନ୍ମ ମା’ ପାଇଁ ସାଜିଲା କାଳ

    ଜଳେଶ୍ୱର ପୌରପରିଷଦର ଭାଇସ ଚେୟାରମାନ ପୁଷ୍ପ ପ୍ରିୟା କାମିଳାଙ୍କର ତୃତୀୟ ପୁତ୍ର ରିତେଶ କାମିଳାଙ୍କୁ ଚକ ବିଷ୍ଣୁ ଗ୍ରାମର ଜଳନ୍ଧର ପ୍ରଧାନଙ୍କର ଝିଅ ନମିତାଙ୍କ ସହିତ ଦୀର୍ଘ ୩ ବର୍ଷ ତଳେ ବିବାହ ହୋଇଥିଲା । ଗତ ୧୦ ଦିନ ତଳେ ନମିତାଙ୍କର ଏକ ଘରୋଇ ନର୍ସିହେମ୍‌ରେ ପ୍ରଥମ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କନ୍ୟା ଜନ୍ମ ହେବା ପରେ ଘରେ ସମସ୍ତେ ନମିତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ ।

    ଏନେଇ ନମିତା ବାପଘର ମଧ୍ୟ ଜଣାଇଥିଲେ । ଆଜି ସକାଳୁ ନମିତା ଘରେ ରଶିରେ ଝୁଲୁଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନମିତା ବେକରେ ରଶିଦେଇ ଆତ୍ମହତ୍ୟା କରିଥିବା କଥା ଶାଶୁ ଘର ଲୋକ କହୁଥିଲା ବେଳେ ନମିତା ଝିଅ ଜନ୍ମ କରିଥିବାରୁ ତାକୁ ଶାଶୁ ଘର ଲୋକ ନିର୍ଯାତନା ଦେଇ ମାରିଥିବା ନେଇ ବାପ ଘର ଲୋକ ଅଭିଯୋଗ ଆଣିଛନ୍ତି।

    ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ସ୍ୱାମୀ ଜଳନ୍ଧର ଓ କକା ଶଶୁର ବସନ୍ତ କାମିଳାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ସେପଟେ ଝିଅ ଘର ପରିବାର ପକ୍ଷରୁ ସାଇଣ୍ଟିଫିକ ଟିମକୁ ଖବର ଦେଇଛନ୍ତି। ତେବେ ତଦନ୍ତ ପରେ ଗୁମର ଫିଟିବ ବୋଲି କୁହାଯାଇଛି ।

  • ଶ୍ରଦ୍ଧାକ୍ଷେତ୍ରରେ ଅଖ ଓ ଚକ ପ୍ରସ୍ତୁତି,ଅପରାହ୍ନ ୪ଟାରେ ପହଣ୍ଡି, ୫ଟାରେ ରଥଟଣା

    ଶ୍ରଦ୍ଧାକ୍ଷେତ୍ରରେ ଅଖ ଓ ଚକ ପ୍ରସ୍ତୁତି,ଅପରାହ୍ନ ୪ଟାରେ ପହଣ୍ଡି, ୫ଟାରେ ରଥଟଣା

    ଶ୍ରଦ୍ଧାକ୍ଷେତ୍ର ରଥଯାତ୍ରା ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମନ୍ଦିର ପରିଚାନା କମିଟିର ବରିଷ୍ଠ ସଦସ୍ୟ ମୂରଲୀ ମୋହନ ସାହୁ ସଭାପତିତ୍ବ କରିଥିଲେ । ଚଳିତବର୍ଷ ରଥଯାତ୍ରା କେମିତି ଶୃଙ୍ଖଳିତ ଭାବେ ହେବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

    ଚଳିତବର୍ଷ ଜୁନ୍ ୨୭ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବା ଅପରାହ୍ନ ୪ ଟାରେ ପହଣ୍ଡିବିଜେ କରାଯାଇ ୫ଟାରେ ରଥଟଣା ହେବା ମଧୁପୁର ପଞ୍ଚାୟତ ରଥଖଳାଠାରୁ ବାଲିଆପାଳ ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ତିନି ରଥରେ ତିନି ଠାକୁର ଯିବୋ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ବ୍ୟବସ୍ଥା ସାଙ୍ଗକୁ ୧୦୦ ଜଣରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ ନିଯୁକ୍ତ କରାଯିବ।

    ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ସାଙ୍ଗକୁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବାକୁ ବୈଠକରେ ନିଷ୍ପତ୍ତ ହୋଇଛି। ମାଉସୀମାମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ସନ୍ଧ୍ୟାରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଆଜିର ବୈଠକରେ ବସ୍ତା ବିଧାୟିକା ସୁବାସିନୀଜେନା, କଂଗ୍ରେସ ନେତା ବିଜନ ନାୟକ, ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରଫୁଲ୍ଲ ସାହୁ, ସୁଶାନ୍ତ କୁମାର ଚକ୍ରବର୍ତ୍ତୀ, ମଧୁସୂଦନ ବାରିକ, ମଧୁସୂଦନ ସାହୁ, ପ୍ରିୟନାଥ ସେଠୀ, ରମାନାଥ କର, ଭୂତି ଟୁଡୁ, ଲମ୍ବୁଦର ମାହାନା, ସୁଶାନ୍ତ ସେଠୀ, ନିଶାକର ସେଠୀ, ଜଗନ୍ନାଥ ବାରିକ, ଅରୁଣ କୁମାର ପାତ୍ର, ଭାସ୍କର ଚନ୍ଦ୍ର ସାହୁ, ବନମାଳୀ ମହାପାତ୍ରଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ |

  • ଉଦ୍ଧାର ହେଲା ୬ ଫୁଟ ୨ ଇଞ୍ଚର ଅଣ୍ଡିରା କୁମ୍ଭୀର

    ଉଦ୍ଧାର ହେଲା ୬ ଫୁଟ ୨ ଇଞ୍ଚର ଅଣ୍ଡିରା କୁମ୍ଭୀର

    ଗତକାଲି ଜାତୀୟା ଉଦ୍ୟାନ ଭିତରକନିକା ଅଧିନସ୍ଥ ଡାଙ୍ଗମାଳ ଗାଁର ରାଜେଶ କୁମାର ପତି ଙ୍କ ବାଡ଼ି ପୋଖରୀ ଭିତରୁ ୬ ଫୁଟ ୨ ଇଞ୍ଚ ର ଏକ ଅଣ୍ଡିରା କୁମ୍ଭୀରକୁ ବନ କର୍ମଚାରୀ ଉଦ୍ଧାର କରି ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟସ୍ଥ ଭିତରକନିକା ନଦୀରେ ଛାଡିଛନ୍ତି। ଲଗାଣ ବର୍ଷା ଯୋଗୁଁ ଉଛୁଳା ପାଣି ଜରିଆରେ ଉକ୍ତ କୁମ୍ଭୀରଟି ଭିତରକନିକା ନିକଟସ୍ଥ ବାଲିଯୋର ନାଳରୁ ବାହାରି ପୋଖରୀ ମଧ୍ୟକୁ ଚାଲିଯାଇଥିଲା। ଖବର ପାଇଁ ଫରେଷ୍ଟ ଗାର୍ଡ ବବୁଲ କୁମାର ପରିଡା ଙ୍କ ନେତୃତ୍ୱରେ ଅର୍ଜୁନ ଦଳାଇ,ସଂଜୟ ଦଳାଇ, ଭାଗିରଥି ସିଂ, ଚନ୍ଦ୍ରମଣି ବେହେରା ଏବଂ ନିର୍ମଳ ଦଳାଇ ପ୍ରମୁଖ ବନ କର୍ମଚାରୀ ମିଳିତ ଭାବେ କୁମ୍ଭୀର ଟିକୁ ଉଦ୍ଧାର କରିଛନ୍ତି।

    ଅନ୍ୟ ପଟେ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନଦୀ ନାଳରେ ପାଣି ଉଛୁଳା ରହିବ ଏହି ସମୟରେ ଭିତରକାନିକାରୁ କୁମ୍ଭୀର ମାନେ ଖାଦ୍ୟ ଅନ୍ୱେଷଣରେ ବାହାରି ବିଭିନ୍ନ ନଦୀ ନାଳ ଓ ପୋଖରୀ ଭିତରେ ପ୍ରବେଶ କରିପାରନ୍ତି।ତେଣୁ ସାଧାରଣ ଲୋକେ ବର୍ଷା ସମୟରେ ନଦୀ,ନାଳ ଓ ପୋଖରୀ ବ୍ୟବହାର କରୁଥିଲେ କୁମ୍ଭୀର ଠାରୁ ସତର୍କ ରହିବା  ଉଚିତ୍। ପ୍ରତ୍ୟେକ କୁମ୍ଭୀର ମାନଙ୍କ ଜିବନ ବନ ବିଭାଗ ପାଇଁ ମୂଲ୍ୟବାନ ।ତେଣୁ ଲୋକମାନେ ନିଜେ କୁମ୍ଭୀର ଠାରୁ ସତର୍କତା ରହିବା ସହିତ ଅନ୍ୟ ସମସ୍ତଙ୍କୁ ସତର୍କତା ରଖିବାକୁ ବନ ବିଭାଗ ସାଧାରଣ ଜନତାଙ୍କୁ ନିବେଦନ କରିଛି ।


  • କଣ୍ଢାଳରେ ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟିତ

    କଣ୍ଢାଳରେ ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟିତ

    ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନାକଚି ପଞ୍ଚାୟତର କଣ୍ଢାଳ ଠାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଓମ୍ୟାନ ଚାଇଲଡ଼ ୟୁଥ ଡେଭଲପମେଣ୍ଟ ସ୦ସ୍ଥା ଓ କିଶୋରନଗର ପଞ୍ଚାୟତ ସମିତି ର ମିଳିତ ଉଦ୍ୟମରେ ଜିଲ୍ଲା ଖଣିଜ ପାଣ୍ଠି ରୁ ୫ କୋଟି ୩୦ ଲକ୍ଷ ବ୍ୟୟରେ ନିର୍ମିତ ହୋଇଥିବା ମଳ ଓ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି।ଏହି ଅଵସରରେ ବିଡ଼ିଓ ସୁବ୍ରତ୍ତ କୁମାର ବେହେରା ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବଦ୍ଧଲ ମ ଅଖତାର ଯୋଗଦେଇ ଏହି କେନ୍ଦ୍ର ନିର୍ମାଣ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ମଳ ଓ ଅଦରକାରୀ ପ୍ଲାଷ୍ଟିକ, ରୋଷେଇ ଘରେ ରହିଯାଉଥିବା ପନିପରିବା ଚୋପା କୁ ସ୦ଗ୍ରହ କରି ଏହି କେନ୍ଦ୍ର କୁ ଅଣାଯାଇ ଟ୍ରିଟମେଭ୍ଟ କରାଯିବା ର ବ୍ୟବସ୍ଥା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି।

    ଏଥିରେ ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ସରୋଜ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ ସ୍ଥାନୀୟ ସରପଞ୍ଚ ମନୋଜ ବାଘ,
    ସମିତି ସଭ୍ୟା ଦ୍ରୈ।ପଦୀ ନାଏକ ,ସ୦ସ୍ଥାର ଅଧିକାରିଣୀ କସ୍ତୁରୀ ଜେଓ୍ବା ପ୍ରମୁଖ ଯୋଗଦେଇଥିଲେ।ସ୍ମୃତି ସୁଧା ମିଶ୍ର କାର୍ଯ୍ୟକ୍ରମ ସ୦ଯୋଜନା କରିଥିବାବେଳେ ବିମଳ ଦୁଭେ ଓ ଜିଲ୍ଲା ସାନିଟେସଳନ।ଏକ୍ସପୋର୍ଟ ଜ୍ୟୋସ୍ନାମୟ ପାଲ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

  • ଯାଜପୁରରେ ରଜ କୁଇନ ସିଜିନ-୧, ରଜ କୁଇନ ହେଲେ ଦିବ୍ୟାନ୍ସୀ ଓ ସାନଭି

    ଯାଜପୁରରେ ରଜ କୁଇନ ସିଜିନ-୧, ରଜ କୁଇନ ହେଲେ ଦିବ୍ୟାନ୍ସୀ ଓ ସାନଭି

    ଯାଜପୁର ରୋଡ ଚନ୍ଦନ ଜୁଏଲାର୍ସ ତରଫରୁ ସହରର କୁନି କୁନି ପିଲାମାନଙ୍କୁ ନେଇ ଆୟୋଜିତ ହୋଇଥିବା ରଜ କୁଇନର ସିଜିନ-୧ ମେଗା ଅଡିସନ ଆଜି ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି।

    ଏହି ରଜକୁଇନ ସିଜିନ ୧ ରେ ମୋଟ ୮୫ ଜଣ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣ ପାଟିସିପେଣ୍ଟ ଙ୍କୁ ମେଗା ଅଡିସନରେ ସୁଯୋଗ ଦିଆଯାଇଥିଲା. ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଯାଜପୁର ରୋଡ ର ଦିବ୍ୟାନ୍ସୀ ବିଶ୍ୱାଳ ପ୍ରଥମ ଓ ଭଦ୍ରକ ର ସାନଭି ମହାନ୍ତି ଦୁତୀୟ ସ୍ଥାନ ଅର୍ଜନ କରିଥିବା ଚନ୍ଦନ ଜୁଏଲାର୍ସ ର ପ୍ରୋପାଇଟର ଚନ୍ଦନ କୁମାର କର୍ମେକାର ସୂଚନା ଦେଇଛନ୍ତି।

    ଏଥି ସହିତ ମେଗା ଅଡିସନ ରେ ଭାଗ ନେଇଥିବା ସମସ୍ତ ପାଟିସିପେଣ୍ଟ ମାନଙ୍କୁ ଚନ୍ଦନ ଜୁଏଲାର୍ସ ତରଫରୁ ସାର୍ଟିଫିକେଟ ଓ ଟ୍ରଫି ସହ ୫୦୦୦ ଟଙ୍କା ର ପରଚେଜ କୁପନ ପ୍ରଦାନ କରିବା ସହିତ ରଜ କୁଇନ ହୋଇଥିବା ପ୍ରଥମ ଓ ଦ୍ୱତୀୟ ପାଟିସିପେଣ୍ଟ ଙ୍କୁ ଅନୁଷ୍ଠାନ ତରଫରୁ ଆର୍ଥିକ ରାଶି ୫୩୦୦ ଓ ୩୩୦୦ ଟଙ୍କା ପ୍ରଦାନ କରାଯିବା ସହ ୧୫୦୦୦ ଓ ୧୦୦୦୦ ଟଙ୍କା ର ପରଚେଜ କୁପନ ଦିଆଯାଇଥିବା ରଞ୍ଜନ କୁମାର କର୍ମେକାର କହିଥିଲେ.କୁନି କୁନି ପିଲାମାନଙ୍କ ଭିତରେ ରହିଥିବା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଚନ୍ଦନ ଜୁଏଲାର୍ସର ଏଭଳି ଏକ ଭିନ୍ନ ପ୍ରୟାସକୁ ସହରବାସୀ ପ୍ରଶଂସା କରିଛନ୍ତି।

  • ବେଳାଭୂମିରେ ଗଣଦୁଷ୍କର୍ମ, ପ୍ରେମିକ ସାମ୍ନାରେ ପ୍ରେମିକାକୁ ଝୁଣି ଖାଇଲେ ନର ରାକ୍ଷସ

    ବେଳାଭୂମିରେ ଗଣଦୁଷ୍କର୍ମ, ପ୍ରେମିକ ସାମ୍ନାରେ ପ୍ରେମିକାକୁ ଝୁଣି ଖାଇଲେ ନର ରାକ୍ଷସ

    ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଗୋପାଳପୁର ଥାନାରେ ଅଭିଯୋଗ ହେବା ପରେ ଘଟଣାକୁ ପୋଲିସ ଗୁରୁତର ସହ ନେଇ ତନାଘନା ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ସନ୍ଦେହରେ ମୋଟ ସାତ ଜଣ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

    ଖବର ଅନୁଯାୟୀ ଗତ ରବିବାର ରାତିରେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରେ ପୋଲିସ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୭ ଜଣକୁ ଥାନାରେ ଅଟକ ପଚରାଉଚରା କରୁଛି । ତଦନ୍ତ ସମୟରେ ଏହି ଘଟଣାରେ ୧୦ଜଣ ଯୁବକଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି ।

    ସେପଟେ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସର୍ବଣା ବିବେକ ଏମ୍ ଗୋପାଳପୁର ଥାନାରେ ପହଞ୍ଚି ତଦନ୍ତ କରିଛନ୍ତି ।ଏପରିକି ସନ୍ଧ୍ୟାରେ ସାଇଣ୍ଟିଫିକ ଟିମ୍ ,ଥାନାଧିକାରୀ ଓ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଘଟଣା ସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଅଭିଯୁକ୍ତ ଫେରାର ରହିଥିବା ବେଳେ ତାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

  • ଆଜି ଶ୍ରୀଜୀଉଙ୍କୁ ଲାଗିହେବ ଫୁଲୁରୀ ତେଲ

    ଆଜି ଶ୍ରୀଜୀଉଙ୍କୁ ଲାଗିହେବ ଫୁଲୁରୀ ତେଲ

    ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ଜ୍ୱରରେ ପଡିଛନ୍ତି। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ । ଆଷାଢ଼ କୃଷ୍ଣ ପଞ୍ଚମୀ ବା “ଅଣସର ପଞ୍ଚମୀ’ ଦିନ ରୁ ଆଷାଢ଼ କୃଷ୍ଣ ସପ୍ତମୀ ମଧ୍ୟରେ ଏହି ନୀତି ହୋଇଥାଏ । ଆଜି ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଏହା ଯୋଗାଇ ଥାଆନ୍ତି । ବଡ଼ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବାବେଳେ ପ୍ରଥମେ ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲକୁ ବିଜେ କରା ଯାଇଥାଏ । ବୈଦ୍ୟଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରୀ ତେଲର ଚିକିତ୍ସା ସେବା ଯୋଗାଇ ଦିଆଯାଏ ।

    ପରମ୍ପରା କ୍ରମେ ଅସୁସ୍ଥ ଶ୍ରୀଜୀଊମାନେ ଏବେ ସୁସ୍ଥ ହେଉଛନ୍ତି। ଶୟନ ଅବସ୍ଥାରୁ ବିଗ୍ରହମାନଙ୍କୁ ବସାଇବା ଉପକ୍ରମ ଆରମ୍ଭ ହୋଇଛି। ଏଣେ ଲୌକିକ ମତରେ ଜ୍ୱରଗ୍ରସ୍ତ ଠାକୁରମାନଙ୍କ ଦେହରୁ ମଜରା ଛଡାଇବାକୁ କରାଯିବ ଉପଚାର। ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ଆଜି ମାଲିସ୍‌ ହେବେ ଫୁଲୁରୀ ତେଲ। ବଡ଼ଓଡ଼ିଆ ମଠ ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀ ତେଲ ଯୋଗାଯାଇଥାଏ । କେବଳ ନବକଳେବର ବର୍ଷରେ ୯ ସେର ଫୁଲୁରୀ ତେଲ ଦିଆ ଯାଇଥାଏ । ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ ଫୁଲୁରୀ ତେଲ କୁ ଲାଗି କରାଜାଇଥାଏ । ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ । ବର୍ଷେ ପୂର୍ବରୁ ହେରାପଞ୍ଚମୀ ତିଥିରେ ତିନୋଟି ତିନି ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ । ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ, ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଅଦିକୁ ମିଶାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ । ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ । ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖିବା ପରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିରୁ ବାହାର କରାଯାଇଥାଏ। ଏହି ଅବଧିରେ ଏହି ମିଶ୍ରିତ ତୈଳ ଔଷଧରେ ରୁପାନ୍ତରିତ ହୋଇଥାଏ। ଆୟୁର୍ବେଦ ଶାସ୍ତ୍ର ମୁତାବକ ଏ ସମ୍ପସ୍ତ ଫୁଲ ଓ ବେଣା ଚେରରେ ରହି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି ଦେବ। ଏଣୁ ମହାପ୍ରଭୁମାନେ ପ୍ରବଳ ସ୍ନାନ ଯୋଗୁ ଅସୁସ୍ଥ ହୋଇପଡିଥିବା କଳ୍ପନା କରାଯାଇ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥାଏ। ଏହି ଫୁଲରୀ ତେଲ ମାଲିସ ପରେ ଶ୍ରୀଜିଉ କିଛି ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ ।

    ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଏହି ତେଲକୁ ଦଇତାପତି ସେବକ ମାନେ ଚତୁର୍ଦ୍ଦା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି । ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ତେଳ ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବ।

  • ଚାନ୍ଦବାଲି ବ୍ଲକରେ ପୁଣି ଅଶାନ୍ତ ଭୂଇଁବୃତ୍ତି: ବିଜେଡ଼ି ବିଜେପି କର୍ମୀ ହାତାହାତି ନେତା ଆରମ୍ଭ କରିଦେଲେ ରାଜନୀତି!

    ଚାନ୍ଦବାଲି ବ୍ଲକରେ ପୁଣି ଅଶାନ୍ତ ଭୂଇଁବୃତ୍ତି: ବିଜେଡ଼ି ବିଜେପି କର୍ମୀ ହାତାହାତି ନେତା ଆରମ୍ଭ କରିଦେଲେ ରାଜନୀତି!


    ରାଜନୈତିକ ଦୃଷ୍ଟି କୋଣରୁ ରେଡଜୋନ ଭାବେ ପରିଚିତ ଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଭୂଇଁବୃତ୍ତି ପଞ୍ଚାୟତ କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଅଶାନ୍ତ ହୋଇ ପଡ଼ିଛି । ଗତକାଲି ପୁର୍ବ ଶତୃତାକୁ କେନ୍ଦ୍ର କରି ଭୂଇଁବୃତ୍ତି ପଞ୍ଚାୟତ ଭୂଇଁବୃତ୍ତି ଗ୍ରାମର ବିଜେଡ଼ି କର୍ମୀ ଅଭୟ ବିଶ୍ଵାଳ ଏବଂ ବିଜେପି କର୍ମୀ ମଧୁସୁଦନ ନାୟକଙ୍କ ମଧ୍ୟରେ ହୋଇଥିଲା ହାତାହାତି । ଏହି ଆକ୍ରମଣ ପ୍ରତି ଆକ୍ରମଣରେ ଅଭୟ ଏବଂ ମଧୁସୁଦନ ଗୁରୁତର ହୋଇ ଚାନ୍ଦବାଲି ମେଡ଼ିକାଲର୍ ପହଞ୍ଚିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ବିଜେପି କର୍ମି ସଂଘବଧ ଭାବେ ଅଭୟଙ୍କୁ ଆକ୍ରମଣ କରିଥିବା ଅଭୟ କହିଥିବା ବେଳେ ଅଭୟ ମଧୁସୁଦନଙ୍କ ଘରେପଶି ଆକ୍ରମଣ କରିଥିବା ମଧୁସୁଦନଙ୍କ ପତ୍ନି ଅଭିଯୋଗ କରିଛନ୍ତି ।ଘଟଣା ଯାହା ହେଉନା କାହିଁକି, କିନ୍ତୁ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପୋଲିସ୍ ସଠିକ୍ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ଜୋରଦାର ହେବବୋଲି ବିଜେଡି ନେତା ପ୍ରିନ୍ସ ନାୟକ ଧମକ ଦେଇଛନ୍ତି ସେହିପରି ବିଜେପି ନେତା ଚନ୍ଦନ ରାଉତ ବିଜେଡ଼ି କର୍ମୀ ଏବଂ ନେତାଙ୍କୁ ବୁଲ୍ଡୋଜର ଧମକ ଦେଇଛନ୍ତି । ଦେଖିବାକୁ ବାକି ରହିଲା ଆଇନ୍ ଆଇନ୍ ବାଟରେ ଯାଉଛି ନା ବୁଲ୍ଡୋଜର ଶାସନରେ ଶାସିତ ହେଉଛି ।

  • ସୁନା ଗହଣା ସହ ଦୁର୍ବୁତ୍ତ ଲୁଟିନେଲେ୧୦ ଲକ୍ଷ ଟଙ୍କା

    ସୁନା ଗହଣା ସହ ଦୁର୍ବୁତ୍ତ ଲୁଟିନେଲେ୧୦ ଲକ୍ଷ ଟଙ୍କା

    କୋରାପୁଟ ଜିଲ୍ଲା ସେମିଲିଗୁଡା ନନ୍ଦପୁର ରୋଡସ୍ଥିତ କୁଶଳ ଆଶ୍ରମ କଲୋନୀର ସମୀର ପ୍ରଧାନଙ୍କ ପିତା ଶତ୍ରୁଘନ ପ୍ରଧାନଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଚୋରି କରିଛନ୍ତି,ଏହାକୁ ପରିବାର ଲୋକେ ଶନିବାର ସୁନାବେଡା ଥାନାରେ ଏତଲା ଅନୁଯାୟୀ ସୁନାବେଡା ପୋଲିସ ଏବଂ ସାଇଂନଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି,କିଛି ଦିନ ହେବ ଗାଁ ଯାଇ ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୁତ୍ତ , ଗ୍ରିଲ କବାଟ ଓ ଆଲମାରୀ ଭାଙ୍ଗି ନଗଦ ୧୦ ଲକ୍ଷ ଓ ସୁନା ଗହଣା ଲୁଟି ନେଇଛନ୍ତି,ଦିନକୁ ଦିନ ସେମିଲିଗୁଡା ସହରରେ ଚୋରି ବଡୁଥିବାରୁ ସୁନାବେଡା ପୋଲିସ ଚୋରଙ୍କୁ ଧରିବା ନେଇ ତିନି ଦିନ ହେବ, ଅଞ୍ଚଳ ରେ ପେଟ୍ରୋଲିଙ୍ଗ କରିବା ସହ ପରିବାରଙ୍କ ସହ ଚୋରିଘଟଣା ଉପରେ ପଚାରିବା ସହ ଅଧିକ ତଦନ୍ତ ଜାରି ରଖିଛି,