Category: ଜିଲ୍ଲା

  • କାଉନସିଲରଙ୍କ ପ୍ରେସ ବିଜ୍ଞପ୍ତିକୁ ଖଣ୍ଡନ କଲେ କେସିଙ୍ଗା ନଗରପାଳ

    କାଉନସିଲରଙ୍କ ପ୍ରେସ ବିଜ୍ଞପ୍ତିକୁ ଖଣ୍ଡନ କଲେ କେସିଙ୍ଗା ନଗରପାଳ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ଏନ୍ଏସି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହୋଉଥିବା ଅଭିଯୋଗ ହୋଇଛି | ଏନେଇ ୫ ଜଣ କାଉନସିଲର କିଛିଦିନ ତଳେ ଜିଲ୍ଲାପାଳ ଓ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା କଂସେଇଖାନା ଓ କିଛି ରାସ୍ତା ରେ ପଡ଼ିଥିବା ପେପରବ୍ଲକ କୁ ନିମ୍ନ ମାନର ଓ ଉନ୍ନତି ମୂଳକ କାମରେ ଟେଣ୍ଡର ଫିକ୍ସି ଉପରେ କାଉନସିଲର ମାନେ ଅଭିଯୋଗ କରିଛନ୍ତି ।

    ଏହି ବିଷୟରେ ଆମେ ଦୁର୍ନୀତି ଅଭିଯୋଗ ବିଷୟରେ କେସିଙ୍ଗା ନଗରପାଲ ନୃପରାଜ ଯାଦବ ଙ୍କୁ ପଚାରିବାରୁ ସେ ଅଭିଯୋଗ ଆଣି ପ୍ରେସ ବିଜ୍ଞପ୍ତି ଦେଇଥିବା ୩ନଂ ୱାର୍ଡ କାଉନସିଲର ରୋହିତ ଜୈନ, ୧ନଂ ୱାର୍ଡ କାଉନସିଲର ମଞ୍ଜୁଳା ସାହୁ, ୫ନଂ ୱାର୍ଡ ମଞ୍ଜୁ ମାଝୀ, ୧୧ନଂ ୱାର୍ଡ କାଉନସିଲର ରମାକାନ୍ତ ଜେନା | ଏହି ୪ ଜଣ ୱାର୍ଡ କାଉନସିଲର ଙ୍କ ଉପରେ ପାଲଟା ପିସି କାରବାର ପାଇଁ ନାଟ କରୁଛନ୍ତି କହି ଅଭିଯୋଗ କୁ ଖଣ୍ଡନ କରିଥିଲେ । ଏବଂ ଆମ ପାଖରେ ୱାର୍ଡ ମେମ୍ବର ମାନଙ୍କର ପିସି କଥାବାର୍ତ୍ତା ର ଅଡିଓ କଲ ଅଛି ଦରକାର ପଡିଲେ ସାର୍ବଜନୀନ କରିବା ସହିତ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି କହିଥିଲେ |

    ନଗର ପାଳ ଶ୍ରୀ ଯାଦବ ଦୃଢ଼ ପ୍ରକାଶ କରିବା ସହିତ ମୋତେ ଅଧ୍ୟକ୍ଷ ପଦରୁ ତଡିବା ପାଇଁ ଅନାସ୍ଥା ଆଣିବା ରେ ବିଫଳ ହୋଇଥିବାରୁ ବର୍ତ୍ତମାନ ମୋତେ ଓ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବଦନାମ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ନିଜ ପ୍ରତିକ୍ରିୟାରେ ରେ ପ୍ରକାଶ କରିଥିଲେ । ସେହିପରି କେସିଙ୍ଗା ର ହିତ ପାଇଁ ମୁଁ ଯେ କୌଣସି ତଦନ୍ତ ର ସମ୍ମୁଖୀନ ହେବା ପାଇଁ ଆମେ ପ୍ରସ୍ତୁତ ବୋଲି କହିଥିଲେ ।

  • ବଡ଼ ବୋହୂକୁ ଧରି ସାନପୁଅ …

    ବଡ଼ ବୋହୂକୁ ଧରି ସାନପୁଅ …

    ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ବିଏସ୍‌ଏଫ୍‌ ଯବାନ । ପ୍ରଥମେ ମା’ଙ୍କ ମୋବାଇଲ ଫୋନକୁ ଏକ ମେସେଜ ପଠାଇଲେ । ପରେ ଫୋନ୍‌ରେ ମା’ଙ୍କ ସହିତ କଥା ହେଉଥିବା ସମୟରେ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ଯବାନ । ମୃତ ଯବାନ ଜଣକ ହେଲେ ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସୁରେଶ ବିଶ୍ୱାଳ। ସେ ଛୁଟିରେ ଘରକୁ ଆସି ଗତ ୩ ତାରିଖରେ କାର୍ଯ୍ୟସ୍ଥଳକୁ ଫେରିଥିଲେ ।

    ସୂଚନା ଅନୁସାରେ, ସୁରେଶ ଆଜିକୁ ପନ୍ଦର ବର୍ଷ ହେବ BSFରେ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ । ୯ ଦିନ ତଳେ ସେ ଘରକୁ ଆସି ଛୁଟି କଟାଇ ଜାମ୍ମୁ କାଶ୍ମୀର ଯାଇଥିଲେ । ଡ୍ୟୁଟିରେ ଥିବା ସମୟରେ ହିଁ ସେ ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଛନ୍ତି । ସବୁଠାରୁ ବଡ଼କଥା ହେଉଛି ସୁରେଶ ଜୀବନ ହାରିବାର କାରଣ ବିଷୟରେ ତାଙ୍କ ମାଆଙ୍କ ଫୋନକୁ ମେସେଜ ପଠାଇଥିଲେ । ଯୋଉଥିରେ ଲେଖା ଥିଲା କି ମୁଁ ମରୁଛି ଯେଉଁଥିପାଇଁ ତୋ ସାନ ପୁଅ ସୁନୀଲ ଆଉ ମୋ ଶଶୁର ଘର ଲୋକ ସମସ୍ତେ ଦାୟୀ । ଯାହାକୁ ନେଇ ସୁରେଶଙ୍କ ମାଆ ନିଜ ପ୍ରତିକ୍ରିୟା ଦେଇଛନ୍ତି l ବଡ଼ ବୋହୂ ଓ ବଡ଼ପୁଅ ମଧ୍ୟରେ ସମ୍ପର୍କ ଠିକ ନରହିବାକୁ ନେଇ ସୁରେଶ ଜୀବନ ହାରିଥିବା କହିଛନ୍ତି ମୃତ ଯବାନଙ୍କ ମା ।

    BSF ସେଣ୍ଟରରୁ ମୃତ୍ୟୁ ଖବର ଆସିବା ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ସେପଟେ ତାଙ୍କ ମୃତ ଦେହ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ପୈତୃକ ଗାଁରେ ପହଂଚିବ ବୋଲି ସୂଚନା ରହିଛି।

  • ଦୁଇଟି ପୃଥକ ଦୁର୍ଘଟଣାରେ ୩ ମୃତ

    ଦୁଇଟି ପୃଥକ ଦୁର୍ଘଟଣାରେ ୩ ମୃତ

    ରୁଗୁଡ଼ି ଥାନା NH 520 ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ଵାମୀ ଓ ଝିଅର ଜୀବନ । ‘ଗୁରୁତର ଅବସ୍ଥାରେ ସ୍ତ୍ରୀ ମେଡିକାଲରେ ଭର୍ତ୍ତି । NH 520 ଟୋପାଡିହି ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ରୁଗୁଡ଼ି ଥାନା ଲୋଇଡ଼ାପଦା ଅଞ୍ଚଳର ଦିଲିପ ସିଙ୍କୁ ଓ ତାଙ୍କର ଦୁଇ ବର୍ଷର ଝିଅ ଜସ୍ମିନ ସିଙ୍କୁ । ଏମାନେ ଏକ ସ୍କୁଟିରେ ଗୁଆଲି ପଟୁ ଲୋଇଡ଼ାପଦା ଅଭିମୁଖେ ଆସୁଥିବା ସମୟରେ ପଛପଟୁ ଏକ ଟ୍ରକ୍ ଧକ୍କାଦେଇ କିଛି ବାଟ ଘୋଷାରୀ ନେଇଥିଲା । ଘଟଣା ସ୍ଥଳରେ ବାପା ଝିଅଙ୍କ ଶୋଚନୀୟ ଭାବରେ ମୃତ୍ୟୁ ଘଟିଥିବାବେଳେ, ମା’ ତୁଳସୀ ସିଙ୍କୁ ଗୁରୁତର ଆହତ ହୋଇଥିଲେ ।

    ଖବର ପାଇ ରୁଗୁଡ଼ି ପୋଲିସ ସେମାନଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଛି । ସେଠାରେ ତୁଳସୀଙ୍କ ଚିକିତ୍ସା ଚାଲିଛି । ତେବେ ଦୁର୍ଘଟଣା ଘଟାଇ ଅଜଣା ଟ୍ରକ୍ ଘଟଣା ସ୍ଥଳରୁ ଖସି ପଳାଇଥିବା ଜଣାପଡିଛି । ରୁଗୁଡ଼ି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

    ସେହିପରି ରୁଗୁଡ଼ି ଥାନା NH 520 ଗନ୍ଧଲପଦା ଛକ ନିକଟରେ ଆଉ ଏକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଉଛନ୍ତି କୋଇଡ଼ା ଥାନା ସାଗାସାହି ଅଞ୍ଚଳର ଜୟରାମ ସାଇ । ସେ ଗୁଆଲି ସ୍ଥିତ ତ୍ରିବେଣୀ ଅର୍ଥ ମୁଭର୍ଷ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ଡ୍ୟୁଟି ସାରି ସେ ଘରକୁ ଫେରୁଥିବାବେଳେ, ଭାରସାମ୍ୟ ହରାଇ ଗନ୍ଧଲପଦା ଛକ ନିକଟରେ ଏକ ଟ୍ରକ୍ ପଛରେ ପିଟିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ଜବତ୍ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

  • ଜନ୍ମ ମାଟିରେ ରାଜ୍ୟ ସ୍ତରୀୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ

    ଜନ୍ମ ମାଟିରେ ରାଜ୍ୟ ସ୍ତରୀୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ

    ଗଙ୍ଗାଧରଙ୍କ ପ୍ରତ୍ୟେକ କାବ୍ୟ କବିତାରେ ପ୍ରକୃତି ଚିତ୍ରଣ, ଜାତୀୟତା ବୋଧର ନିଖୁଣ ଚିତ୍ର ରହିଥିବାରୁ ମେହେର ସାହିତ୍ୟ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠିତ । ଗଙ୍ଗାଧର ମେହେରଙ୍କ ଜନ୍ମ ପୀଠ, କବି ତୀର୍ଥ ବରଗଡ ଜିଲ୍ଲା ବରପାଲିରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । ଶ୍ରାବଣ ପୂର୍ଣ୍ଣିମା ତିଥିରେ ଗଙ୍ଗାଧର ଙ୍କ ଜୟନ୍ତୀ ଅବସରରେ ବରପାଲି ଏକ ଉତ୍ସବ ମୁଖର ଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା ସାହିତ୍ୟ ସଭା ମାନ ଅନୁଷ୍ଠିତ ହୋଇଥିଲା।
    ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଏକ ଶୋଭାଯାତ୍ରା କ୍ଲବରୁ ବାହାରି ନଗରପରିକ୍ରମା ପୂର୍ବକ କବିଙ୍କ ଜନ୍ମ ପୀଠ କବି ଭବନ ରେ ପହଞ୍ଚି କବିଙ୍କ ପ୍ରତିଛବିରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଗଙ୍ଗାଧର ମେହେର କ୍ଲବର ସଭ୍ୟ ମାନଙ୍କ ସହ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ର ଶତାଧିକ ଏନ୍ ଏନ୍ ସି ଛାତ୍ର ଯୋଗ ଦେଇଥିଲେ ।


    ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଗଙ୍ଗାଧର ମେହେର କ୍ଲବ ର ମିଳିତ ଆନୁକୁଲ୍ୟରେ କବି ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । କ୍ଲବ୍ ର ସଭାପତି ନରେନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହ ସାହିତ୍ୟିକ ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ସୁସାହିତ୍ୟିକ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ଡକ୍ଟର ଲକ୍ଷ୍ମଣ ମେହେର ଯୋଗ ଦେଇ ମେହେର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଚିତ୍ରକୁଟ ମେହେରଙ୍କ କିଚକ ବଧର ଗଦ୍ୟାନୁବାଦ ପୁସ୍ତକ ଓ ସରୋଜ କୁମାର ଦାଶଙ୍କ ପଦ୍ମ ରାଗ ପୁସ୍ତକ କୁ ଉନ୍ମୋଚନ କରାଯାଇଥିଲା ।

    ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ପ୍ରସାଦ ଗୋୟଲ୍ ଉପସ୍ଥିତ ରହି ଜାତୀୟ ରାଜପଥରେ ଥିବା କବିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିଥିଲେ ।

  • ବିଧାନସଭାରେ ଉଠିବ କଳାହାଣ୍ଡି ର କୃଷି ଓ କୃଷକ ପ୍ରସଙ୍ଗ

    ବିଧାନସଭାରେ ଉଠିବ କଳାହାଣ୍ଡି ର କୃଷି ଓ କୃଷକ ପ୍ରସଙ୍ଗ

    ସାରା ବିଶ୍ୱରେ ହଜାର ହଜାର ବର୍ଷ ପୂର୍ବରୁ ଧାନ ଉତ୍ପାଦନରେ ମୁଲସ୍ଥାନ ମଧ୍ୟରେ କଳାହାଣ୍ଡି ଅନ୍ତର୍ଭୁକ୍ତ | କଳାହାଣ୍ଡି ଜିଲ୍ଲାରେ ପାରମ୍ପରିକ ଉପାୟରେ ବନ୍ଧ, କଟା, ମୁଣ୍ଡା ଜରିଆରେ ଜମିକୁ ଜଳ ସେଚନ ବ୍ୟବସ୍ଥା ଥିଲା | କିନ୍ତୁ ଆଜିର ଦିନରେ ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ ଓ କୃଷି ଉତ୍ପାଦନରେ ମୁଖ୍ୟ । ତେଣୁ ଏହି ପ୍ରସଙ୍ଗ ବିଧାନ ସଭାରେ ଉଠିବ ବୋଲି ଏହି କାର୍ଯ୍ୟକ୍ରମର ଆବାହକ ପୂର୍ବତ୍ତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜର ମତବ୍ୟକ୍ତ ରଖିଥିଲେ |ସେହିପରି ଜିଲ୍ଲା ର ପ୍ରତ୍ୟେକ ଚାଷ, ପଶୁପାଳନ ଉପରେ ଅତିଥି ମାନେ ଭବାନୀପାଟଣା ସ୍ଥିତ ଏସ ଏନ ରେସିଡେନ୍ସି ରେ ନିଜର ମତବ୍ୟକ୍ତ କରିଥିଲେ |ଏଥିରେ ଜିଲ୍ଲା ର ସଫଳ ଚାଷୀ ଜିଲ୍ଲାର ସମସ୍ତ ସାମ୍ବାଦିକ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ |

  • ଅନଲାଇନ ପ୍ରେମ ପଡିଲା ମହଙ୍ଗା

    ଅନଲାଇନ ପ୍ରେମ ପଡିଲା ମହଙ୍ଗା

    ଅନଲାଇନ ପ୍ରେମର ଏକ ଅଭାବନୀୟ ଦୃଶ୍ୟ କୁ ନେଇ ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ନିକଟ ତାନ୍ତେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ମହିଳାଙ୍କ ବେକ କଟିଦେଲେ ଯୁବକ । ମୋବାଇଲ ରୁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଆଜି ଯୁବକ ଜଣଙ୍କ ମହିଳାଙ୍କୁ ଭେଟିବାକୁ ଆସିଥିଲେ । ଉଭୟ କଥା ହେଉଥିବା ସମୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଯୁବକ ଜଣଙ୍କ କୌଣସି ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟି ଦେଇଥିଲେ ।

    ମହିଳା ଜଣଙ୍କ ରାସ୍ତା କଡ଼ରେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବରପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଂଚି ଯୁବକ ଜଣଙ୍କୁ କୁଜଙ୍ଗ ଥାନାରେ ଅଟକ ରଖାଯାଇଛି । ଯୁବକଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି ।

  • ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

    ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

    ଗଙ୍ଗାଧରଙ୍କ ପ୍ରତ୍ୟେକ କାବ୍ୟ କବିତାରେ ପ୍ରକୃତି ଚିତ୍ରଣ, ଜାତୀୟତା ବୋଧର ନିଖୁଣ ଚିତ୍ର ରହିଥିବାରୁ ମେହେର ସାହିତ୍ୟ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠିତ ହୋଇ ପାରିଛି ବୋଲି ଜନ୍ମ ପୀଠ, କବି ତୀର୍ଥ ବରଗଡ ଜିଲ୍ଲା ବରପାଲିରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି ।
    ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ ଗଙ୍ଗାଧରଙ୍କ ଜୟନ୍ତୀ ଅବସରରେ ବରପାଲି ଏକ ଉତ୍ସବ ମୁଖର ହୋଇ ପଡ଼ିଥିଲା ।

    ଅନ୍ୟପଟେ ମେହେରଙ୍କ ସଙ୍ଗୀତରେ ପୁରା ବରପାଲି ଅଂଚଳ ଦୁଲୁକୁଥିଲା । ଏହି ଜନ୍ମ ଜୟନ୍ତୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା, ସାହିତ୍ୟ ସଭା ମାନ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ସକାଳ ପ୍ରାୟ ୮ ଘଟିକା ସମୟରେ ଏକ ଶୋଭାଯାତ୍ରା କ୍ଲବ ରୁ ବାହାରି ନଗରପରିକ୍ରମା ପୂର୍ବକ କବିଙ୍କ ଜନ୍ମ ପୀଠ କବି ଭବନ ରେ ପହଞ୍ଚି କବିଙ୍କ ପ୍ରତିଛବିରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଗଙ୍ଗାଧର ମେହେର କ୍ଲବର ସଭ୍ୟମାନଙ୍କ ସହ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ର ଶତାଧିକ ଏନ୍ ଏନ୍ ସି ଛାତ୍ର ଯୋଗ ଦେଇଥିଲେ ।

    ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଗଙ୍ଗାଧର ମେହେର କ୍ଲବର ମିଳିତ ଆନୁକୁଲ୍ୟରେ କବିଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍ ର ସଭାପତି ନରେନ୍ଦ୍ର କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟିକ ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ସୁସାହିତ୍ୟିକ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର, ସମ୍ମାନୀତ ବକ୍ତା ଡକ୍ଟର ଲକ୍ଷ୍ମଣ ମେହେର ଯୋଗ ଦେଇ ମେହେର ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

    ଏହି ଅବସରରେ ଚିତ୍ରକୁଟ ମେହେରଙ୍କ କିଚକ ବଧର ଗଦ୍ୟାନୁବାଦ ପୁସ୍ତକ ଓ ସରୋଜ କୁମାର ଦାଶଙ୍କ ପଦ୍ମ ରାଗ ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା । ସଭାରେ କମିଟିର ଆବାହକ ଚିତ୍ତ ରଂଜନ ସାହୁ ଅତିଥିଙ୍କୁ ଆମନ୍ତ୍ରଣ କରିବା ସହ ସମ୍ପାଦକ ବାଲ କିଶୋର ଖାଡଙ୍ଗା ଅତିଥି ପରିଚୟ ପ୍ରଦାନ ଓ ଉପସଭାପତି ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ବତ ସମାରୋହରେ ସହସ୍ରାଧିକ ଶ୍ରୋତା ଉପସ୍ଥିତ ଥିଲେ ।

  • ଗ୍ରାମ୍ୟ ଉନ୍ନୟନ ବିଭାଗର ମହା ଦୁର୍ନିତୀ

    ଗ୍ରାମ୍ୟ ଉନ୍ନୟନ ବିଭାଗର ମହା ଦୁର୍ନିତୀ

    ରାଜନଗର ବ୍ଲକ ଈଶ୍ୱରପୁର ପଂଚାୟତ ଜୁନୁସ ନଗର ଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ର ମହା ଦୁର୍ନିତୀ ବିନା ଫଳକରେ କାଦୁଅ ରାସ୍ତା ଉପରେ ସିମେଣ୍ଟ ବାଲିର ଢଳେଇ ଢାଳି ଲକ୍ଷାଧିକ ଟଙ୍କା ହରିଲୁଟି କରିବାକୁ କରିଛି ବଡ ଯୋଜନା। ସୂଚନା ଅନୁଯାୟୀ ଈଶ୍ୱରପୁର ପଂଚାୟତ ଜୁନୁସ ନଗରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି, ହେଲେ ସେହି ରାସ୍ତାର ଲମ୍ବ ଏବଂ ଓସାର କେତେ, ଉଚ୍ଚତା କେତେ ଓ କେତେ ଅଟକଳ ମୂଲ୍ୟ ତାହାର କୌଣସି ତଥ୍ୟ ନାହିଁ ଅର୍ଥାତ ବିନା ଫଳକରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଜାରି ରହିଛି।

    ବିନା ଜେଇ ଓ ଏସଡିଓଙ୍କ ଉପସ୍ଥିତରେ ଏହି ରାସ୍ତା ନିର୍ମାଣ ଚାଲିଛି । କଣ୍ଟ୍ରାକ୍ଟର ଓ ସୁପର ଭାଇଜରଙ୍କ ଇଙ୍ଗିତରେ ନିମ୍ନମାନର ରାସ୍ତା ତିଆରି ହେଉଛି। ଯେଉଁ କଂକ୍ରିଟ ରାସ୍ତା ନିର୍ମାଣ ହେଉଛି ତାହା ପୁଣି ବିନା ମେଣ୍ଟାଲରେ ଓ କାଦୁଅ ରାସ୍ତା ଉପରେ। ରାସ୍ତା କଡ଼ରେ କୌଣସି ସେଫ୍ ଗାର୍ଡ ଦିଆଯାଇନାହିଁ କିମ୍ବା କଂକ୍ରିଟ ରାସ୍ତା ତଳେ ମେଣ୍ଟାଲ୍ ମଧ୍ୟ ଦିଆଯାଇନାହିଁ। ରାସ୍ତାର ଦୁଇ ପ୍ରାନ୍ତର ଉଚ୍ଚତା ସମାନ ମଧ୍ୟ ନାହିଁ, ରାସ୍ତାର ଗୋଟିଏ ପ୍ରାନ୍ତର ଉଚ୍ଚତା ୮ ଇଞ୍ଚ୍ ଥିବା ବେଳେ ଅନ୍ୟ ପ୍ରାନ୍ତର ଉଚ୍ଚତା ୭ ଇଞ୍ଚ୍ ରହିଥିବାର ନଜର ଆସିଛି।

    କଥାଟା ଖାଲି ଏତିକି ଶେଷ ହୋଇନାହିଁ ଯେଉଁ ପରିମାଣରେ ଢ଼ଳେଇରେ ବାଲି ଓ ସିମେଣ୍ଟ ମିଶିବା କଥା ତାହା ନକହିବା ଭଲ, ସିମେଣ୍ଟ ଭାଗ କମ୍ ଥିବା ବେଳେ ବାଲିର ଭାଗମାପ କଥା ଛାଡ଼, ପୁଣି ଏଥିରେ ଏକ ପ୍ରକାର ବାଲି ଦ୍ୱାରା ଏହି କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାର ନଜର ଆସିଛି। ଲୋକଙ୍କ ଅଭିଯୋଗ ଅନୁଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ସମୀର କୁମାର ବେହେରାଙ୍କ ନିର୍ଦେଶରେ କଣ୍ଟ୍ରାକ୍ଟର ଏଭଳି ଦୁର୍ନୀତି କରି ଲକ୍ଷାଧିକ ଟଙ୍କା ହରିଲୁଟ କରିବାର ଯୋଜନା କରିଛି।

    ଏହି ଟଙ୍କାରୁ କିଛି ଜେଇ ସମୀର କୁମାର ବେହେରାଙ୍କ ପକେଟକୁ ଯାଉଥିବା ବେଳେ ଆଉ କିଛି କଣ୍ଟ୍ରାକ୍ଟର ପାଖକୁ । ଲୋକ କଲ୍ୟାଣ ହେଉ କିମ୍ବା ନ ହେଉ। ଏହା ଆଜି କି କାଲି ନୁହେଁ ବରଂ ଉପାନ୍ତ ଅଂଚଳର ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ ବାରମ୍ବାର ନିମ୍ନ ମାନର କାର୍ଯ୍ୟ କରି ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ସମୀର କୁମାର ବେହେରା ଓ ଏସଡ଼ିଓ ସୁବାସ ସାହୁ କୋଟି କୋଟି ଟଙ୍କା ହରିଲୁଟ କରିଥିବାର ଅଭିଯୋଗ ମଧ୍ୟ ହୋଇଛି।

    ତେବେ ବାରମ୍ବାର ହରିଲୁଟ କରୁଥିବା ଏହି ବିଭାଗର ଜେଇ ଓ ଏସଡ଼ିଓଙ୍କ ଉପରେ ମୋହନ ସରକାରଙ୍କ ଛାଟ ନବାଜିବାରୁ ଏହି ବିଭାଗ ଦୁର୍ନୀତିର ସୀମା ପାର କରି ସାରିଛି। ଯଦି ଆଗାମୀ ଦିନରେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସରକାର ଙ୍କ ଉପରେ ସାଧାରଣ ଜନତାଙ୍କ ଅସ୍ଥା ତୁଟିଯିବ।

  • ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ

    ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ

    ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପରୁ ଜଣେ ନାବାଳକର ମୃତଦେହ ଉଦ୍ଧାର । ମୃତକ ହେଲେ ବିଲେଇପଦା ମୁଣ୍ଡା ସାହିର ଗୋବିନ୍ଦ ବବୋଙ୍ଗାଙ୍କ ୭ ବର୍ଷର ପୁଅ ଅରୁଣ ବବୋଙ୍ଗା । ଏହି ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପର ଦେଇ ପାଖ ଦୋକାନକୁ ବିଦ୍ୟୁତ୍ ତାର ସଂଯୋଗ ଯାଇଥିବାବେଳେ ନା’ବାଳକର ମୃତ ଦେହ ବିଦ୍ୟୁତ୍ ତାର ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ତେଣୁ ଇଲେକ୍ଟ୍ରି କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

  • ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ ଦର୍ଶକ

    ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ ଦର୍ଶକ

    ପୁରୀ ସଂସ୍କୃତି ଭବନ ପରିସରରେ ଡ୍ୟାନ୍ସ ଏକାଡେମୀର ରୌପ୍ୟ ଜୟନ୍ତୀ ଅବସରରେ ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିବ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥିରୁପେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଭାସିସ ଖୁଣ୍ଟିଆଯୋଗ ଦେଇଥିଲେ। ପୁରୀ ଡ୍ୟାନ୍ସ ଏକାଡେମୀର କଳାକାର ମାନେ ସେମାନଙ୍କ ନୃତ୍ୟ ପରିବେଷଣରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।

    ଓଡିଶୀ, ଭାରତନାଟ୍ୟମ ଓ ମାହାରୀ ନୃତ୍ୟ ଆଦି ପରିବେଶଣ କରାଯାଇଥିଲା । ପ୍ରତ୍ୟକ ଶିଳ୍ପୀ ନୃତ୍ୟରେ ଭରି ଦେଇଥିଲେ ଉତ୍କଣ୍ଠା ଓ ଉଲ୍ହାସ । ଅଭିନୟ ଦେଖୋ-ଗୋ,ନାଚନ୍ତି ରଙ୍ଗେ ଶ୍ରୀହରି, ଶିଵତାଣ୍ଡଵ ଆଦି ନୃତ୍ୟରେ ମାହୋଲକୁ ଆହୁରି ଉତ୍ତେଜିତ କରିଦେଇଥିଲା। ଅନୁଷ୍ଠାନ ତରଫରୁ ଶ୍ରୀ ଉପେନ୍ଦ୍ର ପୁରୋହିତଙ୍କୁ ‘ଶ୍ୟାମ ସୁନ୍ଦର ପାଣ୍ଡେ’ ସ୍ମୃତି ସମ୍ମାନ ଦିଆଯାଇଥିବାବେଳେ ଶ୍ରୀ ଶିବନାରାୟଣ ରାୟଙ୍କୁ ‘ଲିଙ୍ଗରାଜ ବେହେରା ସ୍ମୃତି ସମ୍ମାନ’ରେ ସମ୍ମାନ ପ୍ରଦାନ କରଯାଇଥିଲା । ସେହିପରି ଶ୍ରୀ ବିଶ୍ୱଜିତ ମିଶ୍ର ,ଶ୍ରୀ ବିଜୟ କୁମାର ପଟ୍ଟନାୟକଙ୍କୁ ‘ପୁରୀ ଶ୍ରୀ ଗୌରବ ସମ୍ମାନ’ ପ୍ରଦାନ କରଯାଇଥିଲା।

    ସୁଦୂର କଲିକତାରୁ ଆସିଥିବା ଗୁରୁ ଦେବଜାନୀ ବାସୁ ଭାରତ ନାଟ୍ୟମ ଓ ପୁରୀର ଲିଙ୍ଗରାଜ କଳା ପରିଷଦର ଶିଳ୍ପୀମାନେ ମାହାରୀ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୁପେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ, ପଦ୍ମଶ୍ରୀ ଡ଼ଃ ଅଶୋକ ମହାପାତ୍ର, ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ ପ୍ରମୁଖ ମଞ୍ଚରେ ସାମିଲ ଥିଲେ। ଅନୁଷ୍ଠାନର ସଂପାଦକ ଗୁରୁ ଶ୍ରୀ ନାରାୟଣ ପାଣ୍ଡେ ଓ ଶ୍ରୀମତୀ ରୋଜାଲୀନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।