Category: ଜିଲ୍ଲା

  • ଦାୟିତ୍ଵ ନେବା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରତୀକ ସିଂ

    ଦାୟିତ୍ଵ ନେବା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରତୀକ ସିଂ

    ପୁରୀର ନୂତନ ଏସପି ଭାବେ ଦାୟିତ୍ଵ ନେଇଛନ୍ତି ଆଇପିଏସ୍ ପ୍ରତୀକ ସିଂ । ବିଧିବଦ୍ଧ ଭାବରେ ଦାୟିତ୍ଵ ନେବା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପ୍ରତୀକ ସିଂ ।

    ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସେ ପହଞ୍ଚିବା ପରେ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଏବଂ ସେବାୟତମାନେ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିର କୁ ଯାଇ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ନିଜ ପ୍ରତିକ୍ରିୟାରେ ପୁରୀର ନୂତନ ଏସପି ପ୍ରତୀକ ସିଂ କହିଛନ୍ତି ପୁରୀରେ ଏସପି ଭାବରେ ନିଯୁକ୍ତି ହେବା ମୋ ପାଇଁ ବହୁତ ସୌଭାଗ୍ୟର କଥା ।

    ମହାପ୍ରଭୁଙ୍କର ଆଶୀର୍ବାଦ ନେଇ ଆଗାମୀ କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ପ୍ରତୀକ ସିଂ । ଶ୍ରୀମନ୍ଦିରର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପୋଲିସର ମୁଖ୍ୟ ପ୍ରାଥମିକତା କାର୍ଯ୍ୟ ହେବ ବୋଲି ସେ କହିଛନ୍ତି । ସେହିପରି ପୁରୀ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ନୂତନ ଏସପି ପ୍ରତୀକ ସିଂ କହିଛନ୍ତି ।

  • ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

    ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

    ଆପଣ ମାନେ ସାମ୍ବାଦିକ ଦେଖିଥିବେ ହେଲେ ଏଭଳି ନିଆରା ସାମ୍ବାଦିକ ଦେଖିନଥିବେ । ଆମେ କହୁଚୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ର ମାହାଙ୍ଗା ଡ଼ିଜିଟାଲ୍ ମିଡ଼ିଆ ଆସୋସେସନ୍ ର ସାମ୍ବାଦିକ ଭାଇ ମାନଙ୍କ କଥା ଯାହାଙ୍କ ପ୍ରଚେଷ୍ଟାରେ ଅନେକ ଲୋକ ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସୁଧୁରିବା ସହିତ କାହାର ଦାନ୍ତ ଓପୋଡା ଯାଇଛି ତ କାହାର, ଆଖି କୁ ନ ଦେଖା ଯିବା ଭଳି ସମସ୍ୟା ର ସମାଧାନ କରାଯାଇଛି ।

    ଏଭଳି ଅନେକ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ର ସମାଧାନ ପାଇଁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁସୁପୁର ପଂଚାୟତ ସ୍ଥିତ କୁସୁପୁର ଦଶହରା ପଡିଆ ଠାରେ ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ମାଗଣା ଦାନ୍ତ, ଚକ୍ଷୁ ଓ ହୋମିଓ ପଥିକ ରକ୍ତ ଶର୍କରା ପରିକ୍ଷଣ, ରକ୍ତଚାପ ପରିକ୍ଷଣ ଶିବିର ଆଦି ଅନୁଷ୍ଠିତ ହୋଇଯାଇଛି I

    ଏହି ଶିବିରକୁ ମିଡ଼ିଆ ସଂଗଠନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅମରେନ୍ଦ୍ର ସିଂହ ଉଦଘାଟନ କରିବା ସହିତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

    ଏହି ଶିବିରରେ ଦୁଇ ଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ନାମ ପଞ୍ଜିକରଣ କରି ଆବଶ୍ୟକ ଚିକିତ୍ସା ସେବା ନେଇଥିଲେ। I ଏହି ଶିବିରରେ ଡାକ୍ତର ସରୋଜ କୁମାର ବେହେରା, ଡାକ୍ତର ଶୈଳଜା ପଣ୍ଡା, ଡାକ୍ତର ଅନିଶା ଦତ୍ତ, ଡାକ୍ତର ସହର୍ଷ ଭିର ଝା,ଡାକ୍ତର ନରେନ୍ଦ୍ର କୁମାର ସାହୁ, ଡାକ୍ତର ସୃତି ମଲିକ, ଡାକ୍ତର ଅଶୋକ କୁମାର ସାହୁ, ଡାକ୍ତର ଏସ. ଆର ଦ୍ବିବେଦୀ ପ୍ରମୁଖ ଯୋଗ ଦେଇ ଶିବିରରେ ଯୋଗ ଦେଇଥିବା ରୋଗୀ ମାନଙ୍କ ଦାନ୍ତ, ଚକ୍ଷୁ ଓ ରକ୍ତ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା I


  • ଡମ୍ପର ପିଛା ୫୦୦୦ ଦିଅ ଆଉ ଗାଡି ନେଇ ଯାଅ!

    ଡମ୍ପର ପିଛା ୫୦୦୦ ଦିଅ ଆଉ ଗାଡି ନେଇ ଯାଅ!

    କମର୍ଦ୍ଦା ପୋଲିସର ମନମାନୀ ASI ଗୋରୁଚର ବେହରା ଯିଏ ଡମ୍ପର ପିଛା ମାସକୁ ୫୦୦୦ଟଙ୍କା ଦେଉଛି ତା ଗାଡିକୁ ଛଡା ଯାଉଛି, ଯିଏ ନ ଦେଉଛି ତାକ ଗାଡିକୁ ଜବତ କରା ଯାଉଛି। କର୍ମଦ୍ଦା ପୋଲିସ ଓ ବାଲି ମାଫିଆଙ୍କ ଲୁଚକାଳି ଖେଳ,ଏଥିରେ ସାମିଲ ଅଛନ୍ତି ପ୍ରଶାସନର ବଡ଼ ବଡ଼ ବାବୁମାନେ। ଏଠି ପ୍ରଶ୍ନ ଉଠୁଛି କେମିତିକା ଶାସନ ଏ କଣ ଏମିତି ଚାଲିଛି କର୍ମଦ୍ଦାର ପୋଲିସ ବିଭାଗ। ପୋଲିସ ବିଭାଗର ରିମୋଟ କାହା ହାତରେ ଆଉ ତାକୁ ଧରିଛି କିଏ? ଚର୍ଚ୍ଚାରେ ଏବେ ପୋଲିସ ASI ଗୋରୁ ଚରଣ ବେହେରା।

    ଓଡିଶାରୁ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ୪ଟି ବାଲି ବୋଝେଇ ଡମ୍ପର ଜବଦ କଲା ପୋଲିସ, ହେଲେ ଦିନ ରାତି ଶହଶହ ଡମ୍ପର ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ବାଲି କିନ୍ତୁ ଧରିବା ପାଇଁ ବିଫଳ ସାଜିଛି କର୍ମଦ୍ଦା ପୋଲିସ।ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଛକ ନିକଟରେ ଟଙ୍କା ନ ଦେବାରୁ ଚୋରା ବାଲି ଡମ୍ପର ଜବଦ କରିଛି କମର୍ଦ୍ଦା ପୋଲିସ, ଚଢ଼ାଉ ସମୟରେ ଗାଡି ଡ୍ରାଇଭରକୁ ଧମକ ଦେବାରୁ ଡ୍ରାଇଭର ଫେରାର ହୋଇଯାଇଛି, ସୁବର୍ଣ୍ଣରେଖା ନଦୀରୁ ଏବେ ଲିଜ୍ ଧାରୀ ଖାଦାନରୁ ବାଲି ଉତ୍ତୋଳନ ବନ୍ଦ ଥିବା ବେଳେ ମାଫିଆ ମାନେ ନୌକା ସାହାଯ୍ୟରେ ବାଲି ଉତ୍ତୋଳନ କରି ପ୍ରତେକଦିନ ଶହ ଶହ ଟ୍ରିପ ବାଲି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଛନ୍ତି I ହେଲେ ASI ବାବୁ ଟଙ୍କା ନେଇ ଚୁପ ବସିଛନ୍ତି ।

    ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉ ଥିବାବେଳେ ମାଲେମାଲ ହେଉଛନ୍ତି ମାଫିଆ ଓ ପୋଲିସ। ପ୍ରାୟତଃ ରାତିରେ ଡମ୍ପରରେ ପଶ୍ଚିମବଙ୍ଗକୁ ଚୋରା ବାଲି ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କମର୍ଦ୍ଦା ପୋଲିସ ପକ୍ଷରୁ ଚଢଉ କରାଯାଇ ୪ଟି ବାଲି ବୋଝେଇ ଡମ୍ପର ଜବଦ କରାଯାଇଛି, ଅନ୍ୟପଟେ ବାକି ଗାଡ଼ିକୁ ଧରିବା ପାଇଁ କର୍ମଦ୍ଦା ପୋଲିସ ଘଣ୍ଟ ଘୋଡାଉଛି। କର୍ମଦ୍ଦା ଅଞ୍ଚଳରେ ଗଣତନ୍ତ୍ର ସମ୍ପୁର୍ଣ୍ଣ ଭାବେ ଭୁଷୁଡି ପଡିଛି। ରାଜ୍ୟରେ ଚାଲିଛି ଅଫିସର ଶାସନ । ପୋଲିସ ବାବୁଙ୍କ ଜାଣତରେ ଚାଲିଛି ବେଆଇନ ବାଲି ଚାଲାଣ ଯାହାକୁ ନେଇ ସାଧାରଣରେ ଉଠୁଛି ପ୍ରଶ୍ନ ।

  • ପୋଖରୀରେ ବୁଡ଼ି ଯୁବକ ମୃତ୍ୟୁ

    ପୋଖରୀରେ ବୁଡ଼ି ଯୁବକ ମୃତ୍ୟୁ

    କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନ ତାଳବନ୍ଧ ପୋଖରୀ କୁ ଗାଧୋଇବାକୁ ଯାଇ ପାଣି ରେ ବୁଡ଼ି ଯୁବକ ଜଣକ ଙ୍କ ମୃତ୍ୟୁ ହୋଇଛି |ଯୁବକ ଜଣକ ହେଲେ ଜୁନାଗଡ଼ ସହର ସ୍ଥିତ ତାଳବନ୍ଧ ପଡା ର କୋଟି ମହାଳିକ | ଜୁନାଗଡ଼ ପୋଲିସ ଘଟଣା ସ୍ଥଳ କୁ ଯାଇ ଶବ ଉଦ୍ଧାର କରିବା ସହ , ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ୟ କେନ୍ଦ୍ର କୁ ପଠେଇ ଘଟଣା ର ଅଧିକ ତଦନ୍ତ ଚଳାଇଛି ।

  • ୫୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ ଶ୍ରେଣୀଗୃହ ନିର୍ମାଣ

    ୫୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ ଶ୍ରେଣୀଗୃହ ନିର୍ମାଣ

    ପାରାଦୀପ ଗଡ ପଞ୍ଚାୟତରେ ଥିବା ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଛି । ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ପାରାଦୀପ ଗଡରେ ଶ୍ରେଣୀ ଗୃହର ଆବଶ୍ୟକ‌ତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ସିଏସଆର ଫଣ୍ଡ୍ ମାଧ୍ୟମରେ ପାଖାପାଖି ୫୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂତନ କରି ଶ୍ରେଣୀଗୃହ ନିର୍ମାଣ କରିଛନ୍ତି ଇଣ୍ଡିଆନ ଅଏଲ ଆଦାନୀ ଭେନଚର୍ । କେବଳ ନୂତନ ଶ୍ରେଣୀ ଗୃହ ନୁହେଁ ପୂର୍ବରୁ ଏହି ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ର, ଛାତ୍ରୀମାନଙ୍କ ପାଇଁ ଆଦାନୀ ଭେନଚର୍ ପକ୍ଷରୁ ପରିଶ୍ରାଗାର ସହିତ ପାଚେରୀ କାର୍ଯ୍ୟ ମଧ୍ୟ କରାଯାଇଥିଲା ।

    ଇଣ୍ଡିଆନ ଅଏଲ ଆଦାନୀ ଭେନଚର୍ ର ସିଏସଆର ର ଏକ ସ୍ବତନ୍ତ୍ର ଟିମ ଶ୍ରୀମା ବିଦ୍ୟାଳୟକୁ ଆସି ଶିକ୍ଷା କୁ ଆଗକୁ ନେବା ପାଇଁ ଯାହା ଯାହା ଆବଶ୍ୟକ ତାହାର ଅନୁଧ୍ୟାନ କରିବା ପରେ ନୂତନ କରି ଶ୍ରେଣୀ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସରିବା ପରେ ଶ୍ରେଣୀଗୃହକୁ ହସ୍ତାନ୍ତର କରିବା ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

    ଏହି କାର୍ଯ୍ୟକ୍ରମରେ ପାରାଦୀପ ଗଡ ପଂଚାୟତର ସରପଞ୍ଚ ଙ୍କ ସମେତ ଇଣ୍ଡିଆନ ଅଏଲ ଆଦାନୀ ଭେନଚର ର ଅଧିକାରୀ ମାନେ ଯୋଗ ଦେଇ ଶ୍ରେଣୀଗୃହକୁ ସ୍କୁଲ କୁ ହସ୍ତାନ୍ତର କରିଥିଲେ । ଆଗାମୀ ଦିନରେ ଏହି ସଂସ୍ଥା ବିଦ୍ୟାର୍ଥୀ ମାନଙ୍କ ପାଇଁ ଏବଂ ସମାଜ ପାଇଁ ଯାହା ଆବଶ୍ୟକ ତାହା କରିବ ବୋଲି ଇଣ୍ଡିଆନ ଅଏଲ ଆଦାନୀ ଭେନଚର ପକ୍ଷରୁ କୁହାଯାଇଛି ।

  • ପୁଣି ମହାପ୍ରସାଦକୁ ନେଇ ଷଡଯନ୍ତ୍ର

    ପୁଣି ମହାପ୍ରସାଦକୁ ନେଇ ଷଡଯନ୍ତ୍ର

    ପୁଣି ଆସିଲା ଅନ୍‌ଲାଇନ୍‌ରେ ମହାପ୍ରସାଦ ବିଜ୍ଞାପନ । ଶ୍ରୀମନ୍ଦିର ଭିତରେ ପଶି ଫଟୋ ଉଠାଇବା ଏବଂ ହିଡେନ କ୍ୟାମେରା ନେଇ ମନ୍ଦିରକୁ ପ୍ରବେଶ କରିବା ଘଟଣା ପରେ ଏବେ ମହାପ୍ରସାଦକୁ କରାଯାଇଛି ଷଡଯନ୍ତ୍ର । ହଁ ଦର୍ଶକବନ୍ଧୁ, ଏକ ସଂସ୍ଥା ସୋସିଆଲ ମିଡିଆରେ ଖଜା ଓ ନିର୍ମାଲ୍ୟ ପୁଡ଼ିଆର ଚିତ୍ର ପୋଷ୍ଟ କରି ଅର୍ଡର ଦେବାକୁ ନିବେଦନ କରିଛନ୍ତି । କିଛି ଅନୁଷ୍ଠାନର ଏଭଳି ମନମାନି ବିରୋଧରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆମ୍‌ ଆଦମୀ ପାର୍ଟି କର୍ମକର୍ତ୍ତା ଏବଂ ଖଜା ବ୍ୟବସାୟୀ । ଯେତେବେଳେ ପୁରୀରେ ଖଜାର ଦର ୨ଶହରୁ ଆରମ୍ଭ ହେଉଛି, ଠିକ ସେତିକିବେଳେ ହରେକୃଷ୍ଣ ଟିଭିର ଫେସବୁକ ପୋଷ୍ଟରେ ଖଜାର ପ୍ରତି କେଜି ପିଛା ମୂଲ୍ୟ ରଖାଯାଇଛି ୧୨ଶହ ଟଙ୍କା । କିନ୍ତୁ କିଛି ବ୍ୟକ୍ତି ବିଶେଷ ସୋସିଆଲ୍‌ ମିଡିଆରେ ବିଜ୍ଞାପନ ଦେଇ ୧୨ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଉକ୍ତ ସଂସ୍ଥା ଅର୍ଡର ରଖିବା ପରେ ଯେଉଁ ଖଜାକୁ ମହାପ୍ରସାଦ କହି ଲୋକଙ୍କ ନିକଟରେ ପହଞ୍ଚାଉଛି, ଲୋକେ ହୁଏତ ବିଶ୍ୱାସରେ ଏହାକୁ ମହାପ୍ରସାଦ ଭାବି ପାଉଥିବେ । ମାତ୍ର ଏହା ଯେ ଶ୍ରୀମନ୍ଦିରରୁ କିଣାଯାଇ ଭକ୍ତଙ୍କ ନିକଟରେ ପହଞ୍ଚାଯାଉଛି, ତାର ଗ୍ୟାରେଣ୍ଟି ଦେବ କିଏ ? ଦ୍ୱିତୀୟ କଥା ହେଉଛି, ଶ୍ରୀମନ୍ଦିର ବାହାରେ ଖଜା ବିକ୍ରି ହେଉଥିଲେ ହେଁ, ଏହା ମହାପ୍ରସାଦ ନୁହେଁ । ତେଣୁ ବାହାରୁ ଖଜା କିଣି ନେଇ ଏହାକୁ ମହାପ୍ରସାଦ ନାଁ ଦେଇ ଭକ୍ତଙ୍କ ନିକଟରେ ପହଞ୍ଚାଇବା ଅର୍ଥ ଭକ୍ତଙ୍କ ଭାବାବେଗ ସହ ଖେଳିବା । ମହାପ୍ରଭୁ, ଶ୍ରୀମନ୍ଦିର ଓ ଶ୍ରୀମନ୍ଦିରରେ ବିକ୍ରି ହେଉଥିବା ଭୋଗ ଉପରେ ହେଉଥିବା ଷଡଯନ୍ତ୍ର ବିରୋଧରେ କେବେ ରୋକ ଲାଗିବ ଏବଂ ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିବାକୁ ନେଇ ସରକାର ଦୃଷ୍ଟି ଦେବା ନିହାତି ଆବଶ୍ୟକ ।

  • ପର୍ଯ୍ୟଟକ ଓ ଭକ୍ତଙ୍କୁ ହଇରାଣ କରୁଛନ୍ତି ଟୁର୍ ଏବଂ ଟ୍ରାଭେଲ୍ ଅପରେଟର

    ପର୍ଯ୍ୟଟକ ଓ ଭକ୍ତଙ୍କୁ ହଇରାଣ କରୁଛନ୍ତି ଟୁର୍ ଏବଂ ଟ୍ରାଭେଲ୍ ଅପରେଟର

    ପୁରୀ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ହଇରାଣ କରୁଛନ୍ତି ଟୁର୍ ଏବଂ ଟ୍ରାଭେଲ୍ ଅପରେଟର ମାନେ | ଏଭଳି ଘଟଣା ପୁରୀ ପୋଲିସର ନଜରକୁ ଆସିଛି | ପୁରୀର ଅନେକ ଟୁର୍ ଏବଂ ଟ୍ରାଭେଲ୍ ଏଜେନ୍ସି କୌଣସି ପଞ୍ଜିକରଣ ଏବଂ ଅନ୍ୟାନ୍ୟ ବାଧ୍ୟତାମୂଳକ ନିୟମ ପାଳନ ବିନା କାର୍ଯ୍ୟ କରୁଛନ୍ତି ।

    ତେଣୁ, ପୁରୀର ଡିଆଇଜି ତଥା ଏସପିଙ୍କ ନିର୍ଦ୍ଦେଶରେ, ଯାଞ୍ଚ ପାଇଁ ଅଣପଞ୍ଜିକୃତ ଟୁର୍ ଏବଂ ଟ୍ରାଭେଲ୍ ଅପରେଟରମାନଙ୍କ ବିରୁଦ୍ଧରେ ସହର ବ୍ୟାପୀ ଚଢାଉ ଚାଲିଛି ।

    ଏହି ଅଭିଯାନର ନେତୃତ୍ୱ ଜଣେ ଅତିରିକ୍ତ ଏସପି, ଜଣେ ଡିଏସପି, ୮ଜଣ ଇନ୍ସପେକ୍ଟର (ଆଇଆଇସି), ୨୦ ଜଣ ଅଧିକାରୀ ଏବଂ ଦୁଇ ପ୍ଲାଟୁନ୍ ଫୋର୍ସଙ୍କୁ ନେଇ ଗଠିତ ଏକ ଦଳ ନେଇଛି । ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

  • ଚନ୍ଦ୍ରପୁର ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ବ୍ଲକ ସମ୍ମୁଖରେ ଧାରଣା

    ଚନ୍ଦ୍ରପୁର ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ବ୍ଲକ ସମ୍ମୁଖରେ ଧାରଣା

    ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଠାରେ ଅବସ୍ଥାପିତ ଏସ୍.ଏସ୍. ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପାଠପଢ଼ା ରେ ବାଧାପ୍ରାପ୍ତ ହେଉଥିବାରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ନୂତନ ଜିଲ୍ଲାପାଳ ଆଜି ପ୍ରଥମ ଥର ଭାବେ ଚନ୍ଦ୍ରପୁର ଗସ୍ତକରି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଶିବିର ଅନୁଷ୍ଠିତ କରାଯାଇଥିବା ବେଳେ , ଶିକ୍ଷକ ନଥିବାରୁ ପାଠପଢାରେ ଅସୁବିଧା ହେଉଥିବାରୁ ରାୟଗଡ଼ା ଜିଲ୍ଲାପାଳ ଙ୍କୁ କଲେଜ ଛାତ୍ରୀ ଭେଟି ଶିକ୍ଷକ ନିଯୁକ୍ତି ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

    ଆମେ ବାରମ୍ବାର ଏଭଳି ଅଭିଯୋଗ ପରେ ଅଭିଯୋଗ କରିଆସୁଛି ଏହା କୈଣସି ସମାଧାନ ହେଇ ପାରୁ ବୋଲି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଙ୍କୁ ଅଭିଯୋଗ ପରେ ଛାତ୍ରୀ ମାନେ ଅଭିଯୋଗ ର ସମାଧାନ ପାଇଁ ପ୍ରାୟ ୨ ଘଣ୍ଟା ଧରି ବର୍ଷାରେ ଅଦାହୋଇ ଦାବି ପୁରଣ ପାଇଁ ଅଟଳ ରହି ଧାରଣ ଦେଇଥିବା ଦେଖିବାକୁ ମିଳିଥିଲା ।

    ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଆଇ.ଆଇ.ସି ଓ ଏସଡିପିଅ ମିଳିତ ବୁଝାସୁଝା କରି ଧାରଣ ଦେଇଥିବା ଛାତ୍ରୀଙ୍କୁ ପ୍ରତିଶୃତି ଦେଇ ଧାରଣାରୁ ଅହରିଯିବାକୁ କହିଥିଲେ । ପ୍ରାୟ ୨ ଘଣ୍ଟା ଧାରଣାର ପ୍ରତିଶୃତି ଆଧାର ରେ ଧାରଣା ରୁ ଅହରି ଯାଇଥିବା ଦେଖିବାକୁ ମିଳିଛି ।

  • ସରକାରୀ ବସ କୁ ପିଟିଲା ହାଇୱା ଟ୍ରକ

    ସରକାରୀ ବସ କୁ ପିଟିଲା ହାଇୱା ଟ୍ରକ

    କନ୍ଧମାଳ ଜିଲ୍ଲାର କଳିଙ୍ଗା ନିକଟ ଡିଏଭି ପାଖରେ ଏକ ସରକାରୀ ବସ କୁ ପିଟିଲା ହାଇୱା ଟ୍ରକ । ଗାଡ଼ିଟି ଭୁବନେଶ୍ୱର ରୁ ବାଲିଗୁଡା ଯାଉଥିଲା । ଡ୍ରାଇଭର ଦୁଇ ଗାଡ଼ି ର ଆହାତ ହୋଇଅଛନ୍ତି । ବସ ଡ୍ରାଇଭର ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ 30 ରୁ ଉର୍ଦ୍ଧ ଯାତ୍ରୀ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ହାଇୱା ଟ୍ରକ ର ଏପରି ବେପରୁଆ ଗାଡି ଚଳାଇବା କୁ ନେଇ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା କୁ ଶାନ୍ତ କରିଅଛି ।

  • ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ

    ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ

    ବର୍ତ୍ତମାନର ସବୁଠାରୁ ବଡ ଖବର, ପୁଣି ଆସିଲା ଗଣଦୁଷ୍କର୍ମର ଅଭିଯୋଗ । ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳରେ ଗଣଦୁଷ୍କର୍ମର ଅଭିଯୋଗ ହୋଇଛି । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଯୁଯୁମୁରା ଥାନାରେ ଅଭିଯୋଗ ହେବା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି | ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଏପରି ଖବର ଦେଖିବାକୁ ମିଳୁଛି | ଯାହା ଆପଣ ଦେଖୁଛନ୍ତି,ବର୍ତ୍ତମାନ ଏକ ବଡ ଖବର ଆସି ପହଞ୍ଚିଛି, ପୁଣି ଜଣେ ନାବାଳିକା ଶିକାର ହୋଇଛନ୍ତି ଗଣଦୁଷ୍କର୍ମର | ଏହି ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୁଲିସ ଉଠାଇନେଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣାରେ ଅନ୍ୟ ଜଣେ ଫେରାର ରହିଛି । ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।