Category: ଜିଲ୍ଲା

  • କନ୍ଧମାଳ ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

    କନ୍ଧମାଳ ଜିଲ୍ଲାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

    ଆଜି ସ୍ୱାୟତ୍ତ ଶାସନ ଦିବସ | ଏହି ଅବସରରେ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଦେବସ୍ମିତା ଶତପଥୀ ଯୋଗ ଦେଇ ପତକା ଉତ୍ତୋଳନ କରିଥିଲେ ।

    ପରେ ଛାତ୍ର ଛାତ୍ରୀ ଓ ସମସ୍ତ ପରିଷଦ ବର୍ଗର ସଭ୍ୟ ମାନେ ମିଳିତ ଭାବେ ସହର ପରିକ୍ରମା କରି ମହାତ୍ମା ଗାନ୍ଧୀ, ବୀର ଚକରା ବିଷୋୟୀ,ସହିଦ ବାବୃବାହାନ ପ୍ରଧାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ ।

    କାର୍ଯ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ସାହୁ, ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ ସମସ୍ତ କର୍ମଚାରୀ , କାଉନସିଲର ମାନେ ଉପସ୍ଥିତ ରହିଥିଲେ ।

  • ସରୋବର ଯୋଜନାରେ ମହାଦୁର୍ନୀତି

    ସରୋବର ଯୋଜନାରେ ମହାଦୁର୍ନୀତି

    ଅମୣତ ସରୋବର ଯୋଜନାରେ ମହାଦୁର୍ନୀତି। ଯୋଜନା ନାମରେ ଖାଇଗଲେ ଲକ୍ଷାଧିକ ଟଙ୍କା । ଖେlଦ ମୂଖ୍ୟମନ୍ତ୍ରୀ ବ୍ଲକରେ ଏଭଳି ଏମିତି ଦୁର୍ନୀତି ସାମ୍ନାକୁ ଆସିଛି ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ କୁଟୁଗାଁ ପଞ୍ଚାୟତ ଅନ୍ତର୍ଗତ ସାନଯେlଡା ଗାଁ ରେ ଅମୣତ ସରୋବର ଯୋଜନାରେ ହରିଲୁଟ ହେବା ନେଇ ଗ୍ରାମବାସୀ ଅଭିଯୋଗ କରି ତଦନ୍ତ ପାଇଁ ଦାବୀ କରିଛନ୍ତି ।

    ଏହି ଦୂର୍ନୀତିରେ ପଞ୍ଚାୟତ କର୍ତୣପକ୍ଷ ସହିତ ବ୍ଲକ କର୍ତୣପକ୍ଷ ମିଶି ଅର୍ଥ ହରିଲୁଟ ବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ୱେ ଗାଁ ର ଏକ ମାତ୍ର ପୋଖରୀ ଲୋକଙ୍କ କାମରେ ଲାଗି ପାରୁନାହିଁ । ଝୁମ୍ପୁରା ବ୍ଲକ ସାନଯୋଡା ଗାଁ ପୋଖରୀ ର ଉନ୍ନତି କରଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଚାରି ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଅମୣତ ସରେlବର ଯେlଜନାରେ ସେହି ପେlଖରୀକୁ ଦଶ ଲକ୍ଷ ଟକାଂ ଯେlଗାଇ ଦିଆଯାଇଥିଲା ।

    ତେବେ ୧୪ ଲକ୍ଷ ଟକାଂ ଅନୁଦାନ ସତ୍ୱେ ଏହି ପେlଖରୀ ଏବେ ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିଛି l ନାମକୁ ମାତ୍ର ପେlଖରୀରେ ଏକ ପାହଚ କାମ ସହିତ କିଛି ଅଂଶରେ ଗାଡଓ୍ବାଲ କାମ କରାଯାଇ ଅନୁଦାନର ସି଼ଂହ ଭାଗ ଅଂଶ ହରିଲୁଟ କରାଯାଇଥିବା ବେଳେ ଏବେ ଏହି ପେlଖରୀରେ ଗାଧେlଇବାକୁ ଗ୍ରାମବାସୀ ଭୟ କରୁଛନ୍ତି l ଗାଁ ଗୁଡିକରେ ରହିଥିବା ପେlଖରୀ ଗୁଡିକର ପୁନ୍ନରରୁଦ୍ଧାର ସହ ପେlଖରୀର ଚର୍ତୁପାର୍ଶ ସୈlନ୍ଦର୍ଯ୍ୟ କରଣ ପାଇଁ ଏହି ଅନୁଦାନ ଯେlଗାଇ ଦିଆଯାଇଥିବା ବେଳେ ଏଠାରେ ନାମ ମାତ୍ର କାମ କରାଯାଇ ଏହି ଅନୁଦାନ ଅର୍ଥକୁ ହରିଲୁଟ କରାଯାଇଥିବାରୁ ଏନେଇ ଗାଁ ରେ ଅସନ୍ତୋଷ ସହ ଏହାର ତଦନ୍ତ ଦାବୀ କରିଛନ୍ତି ଗ୍ରାମ ବାସୀ

  • ଯାଦବ ମହାସଭା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

    ଯାଦବ ମହାସଭା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

    ଯାଜପୁର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।ଦାନଗଦି ବ୍ଲକ ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର ବାରିକଙ୍କ ଆହ୍ବାନ କ୍ରମେ ଯାଜପୁର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ବ୍ଲକ କାର୍ଯ୍ୟକାରିଣୀ ଓ କର୍ମକର୍ତ୍ତା ଚୟନ ବୈଠକ ଚିତ୍ରୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ କାର୍ଯ୍ୟକାରୀ ସଭାପତି ନିର୍ମଳ କୁମାର ଜୋତି ସଭାପତିତ୍ୱ କରିଥିଲେ ।

    ଯାଦବ ସଂଗଠନ କିପରି ଆହୁରି ସୁଦୃଢ଼ ଓ ସଶକ୍ତ ହୋଇପାରିବ ଏହି ବିଷୟରେ ଜିଲ୍ଲା ସଭାପତି ରାମଚନ୍ଦ୍ର ବେହେରା ଆହ୍ୱାନ ଦେବା ସହିତ ହଜିଯାଉଥିବା ଯାଦବ ବଂଶର ପରମ୍ପରା ଓ ସଂସ୍କୃତି କିପରି ଉଜିବିତ ରହିପାରିବ ପରାମର୍ଶ ଦେଇଥିଲେ ।

    ଉକ୍ତ ବୈଠକରେ ଉପଦେଷ୍ଟା ପଦ୍ମକର ଗୁରୁ,ସାଧାରଣ ସମ୍ପାଦକ ମନୋଜ କୁମାର ଦାସ,ମହିଳା ସଭାପତି ସ୍ନେହଲତା ବାରିକ,ପ୍ରସନ୍ନ କୁମାର ବେହେରା ପ୍ରମୁଖ ସହ ୧୦ବ୍ଳକର ସଭାପତି,ଅନ୍ୟ କର୍ମକର୍ତ୍ତା ଓ ଜିଲ୍ଲାରୁ ଆସିଥିବା ଯାଦବ ସଦସ୍ୟ ଉପସ୍ଥିତ ଥିଲେ ।

  • ସାମୁହିକ ଭାବେ ନୂଆଖାଇ ପାଲିଲେ କୁଳିଆମାଳ ସାହୁ ପରିବାର

    ସାମୁହିକ ଭାବେ ନୂଆଖାଇ ପାଲିଲେ କୁଳିଆମାଳ ସାହୁ ପରିବାର

    ପଶ୍ଚିମ ଓଡିଶା ର କୃଷି ଭିତ୍ତିକ ମୁଖ୍ୟ ଗଣପର୍ବ ହେଉଛି ନୂଆଖାଇ |ଯାହା ଆଜି ସମଗ୍ର ପଶ୍ଚିମ ଓଡିଶା ନୂଆଖାଇ ପର୍ବ କୁ ପାଳନ କରୁଛନ୍ତି |ଏହି ପର୍ବ ସହର ଠାରୁ ପୂରପଲ୍ଲୀ ପର୍ଯ୍ୟନ୍ତ ହର୍ଷ ଉଲ୍ଲାସ ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପୂର୍ବ ପରମ୍ପରା ଅନୁସାରେ ପୂର୍ବ ପୁରୁଷ ମାନେ ନିଜର ପ୍ରଥମ ଉତ୍ପାଦନ ଶସ୍ୟ କୁ ନିଜର ଇଷ୍ଟ ଦେଵୀ ପାଖେ ଭୋଗ ଲଗାଇବା ସହ ନବାନ୍ନ ଭକ୍ଷଣ କରିବା କାହିଁ କେଉଁ ଯୁଗରୁ ଏହି ପ୍ରଥା ଚାଲିଆସୁଅଛି |ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଅଧୀନ କୁଳିଆମାଲ ଗାଁ ର ସାହୁ ପରିବାର ମଧ୍ୟ ପ୍ରତିବର୍ଷ ଭଳି ଚଳିତ ନୂଆଖାଇ ରେ ମଧ୍ୟ ନିଜର ପୂର୍ବ ପୁରୁଷ ଙ୍କ ଦ୍ୱାରା ପ୍ରଚଳିତ ପରମ୍ପରା ଅନୁଯାଇ ଏହି ବର୍ଷ ପାରିବର ୪୯ ଜଣ ସାମୁହିକ ଭାବେ ନୂଆଖାଇ ପାଳନ କରି ନିଜର ଭାତୃତ୍ବ ଏବଂ ଭାଇଚାରା ର ସମ୍ପର୍କ କୁ ନିବିଡ଼ କରିଥିଲେ | ଏବଂ କୁଳିଆମାଳ ଗାଁ ର ସାହୁ ପଶ୍ଚିମ ଓଡିଶା ର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଖାଇ କୁ ସ୍ୱପରିବାର ମିଶି ବେଶ ଆନନ୍ଦ ଉଲ୍ଲାସ ରେ ପାଳନ କରିଥିଲେ |

    ସର୍ବ ପ୍ରଥମେ ପରିବାର ମୁଖିଆ ଙ୍କ ନେତୃତ୍ୱ ରେ ଘର ର ଅନ୍ୟ ବୟଜ୍ୟୋଷ୍ଠ ଏକତ୍ରିତ ହୋଇ ଘର ଇଷ୍ଟ ଦେବଦେବୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ |ଶେଷ ରେ ପରିବାର ମୁଖିଆ ସମସ୍ତ ଙ୍କୁ ନବାନ୍ନ ଖାଇବା କୁ ପାଛୋଟି ଥିଲେ |ନୂଆଖାଇ ବା ନବାନ୍ନ ଭକ୍ଷଣ ପରେ ଆରମ୍ବ ହେଲା ନୂଆଖାଇ ଜୁହାର ଭେଟଘାଟ ଯାହା ସମସ୍ତେ ନୂତନ ବସ୍ତ୍ର ପରିଧାନ ପରେ ଛୋଟ ମାନେ ପରିବାର ବଡ ଲୋକଙ୍କୁ ମୁଣ୍ଡିଆ ମାରି ଆଶ୍ରିବାଦ ଲାଭ କରିଥିଲେ | ଏହି ଅବସରରେ ପରିବାର ଯୁବକ ଯୁବତୀ ମହିଳା ପ୍ରମୁଖ ନୂଆଖାଇ ର ମଜା କୁ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଭରପୁର ଉପଭୋଗ କରିଥିଲେ | ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଉତ୍ସାହ ଆନନ୍ଦ ଏବଂ ଭାଇଚାରା ର ସମ୍ପର୍କ କୁ ବଜାଇ ରଖିଲୁ ବୋଲି ସାହୁ ପରିବାର ଛୋଟ ରୁ ବଡ଼ ବେଶ ଉତ୍ସଵ ମୁଖଥିଲେ |

  • ମହାସିନ୍ଧୁ ଗ୍ରାମରେ ଆରମ୍ଭ ହେଲା ସାପ୍ତାହିକ ବଜାର

    ମହାସିନ୍ଧୁ ଗ୍ରାମରେ ଆରମ୍ଭ ହେଲା ସାପ୍ତାହିକ ବଜାର

    ରିଆମାଳ ବ୍ଳକ ଅନ୍ତର୍ଗତ ନୂଆଡିହ ପଞ୍ଚାୟତ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମରେ ଆଜି ଠାରୁ ସାପ୍ତାହିକ ବଜାର ଆରମ୍ଭ ହୋଇଯାଇଛି |

    ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୁଣ୍ଡିଆପାଲି ପଞ୍ଚାୟତ ସରପଞ୍ଚ ପ୍ରକାଶ କୁମାର ଆଚାର୍ଯ୍ୟ ଓ ନୂଆଡିହ ଗ୍ରାମ ପଞ୍ଚାୟତର ସରପଞ୍ଚ ମୋତିମାଳା ମହାକୁଳ , ଓ କୋଲ୍ହବସା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁଶ୍ରୀ ସଂଗୀତା ସାହୁ ତାଙ୍କ ସହିତ ନୂଆଡିହ ପଞ୍ଚାୟତ ର ନାଏବ ସରପଞ୍ଚ ବିଷ୍ଣୁ ଚରଣ ଦେହୁରୀ, ବୁଦ୍ଧିଜିବୀ ମନମୋହନ ମହାକୁଳ ଗ୍ରାମ ର ଦେବାଧୀ ସାହୁ ରହି ଉଦଘାଟନ କରିଥିଲେ |

    ଏହି ବଜାରଟି ପ୍ରତ୍ୟେକ ଗୁରୁବାର ସକାଳ ସମୟରେ ଆରମ୍ଭ ହେବା ପାଇଁ ସ୍ଥିରୀକୃତ ହୋଇଛି |ଏହି ବଜାର ପାଇଁ ମହାସିନ୍ଧୁ,ବନାକାଲ,ତଥା ନିକଟରେ ଥିବା ଗ୍ରାମ ର ଲୋକ ମାନେ ସୁବିଧା ପାଇପାରିବେ |

  • ଗଣେଷ ପୂଜା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ

    ଗଣେଷ ପୂଜା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ

    ଆରମ୍ଭ ହୋଇଛି ପାର୍ବଣ ଋତୁ । ସର୍ବାଗ୍ରେ ପୂଜା ପାଉଛନ୍ତି ବିଘ୍ନରାଜ ଗଣେଷ । ଗଣେଷ ପୂଜାକୁ ନେଇ ଚଳ ଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ପାରାଦୀପରେ ପାଖାପାଖି ୪୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନରାଜ ଗଣେଷ। ସେହିପରି ବିଭିନ୍ନ ସ୍କୁଲ ମାନଙ୍କରେ ପୂଜା ପାଉଛନ୍ତି ବାବା ଗଣେଷ। ସକାଳୁ ସକାଳୁ ଛାତ୍ର,ଛାତ୍ରୀମାନେ ନୂତନ ପୋଷାକ ପରିଧ୍ୟାନ କରି ହାତରେ ଭୋଗସାମଗ୍ରୀ ଧରି ସ୍କୁଲରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବାବା ଗଜାନନଙ୍କ ପୂଜା।

    ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ଆବାହନ କରାଯାଇଥିଲା ବାବା ଗଜାନନଙ୍କୁ। ହୋମ ଯଜ୍ଞରେ ପ୍ରକମ୍ପତ ହୋଇଥିଲା ପୂଜା ସ୍ଥାନ। ଛାତ୍ର,ଛାତ୍ରୀମାନେ ପୁଷ୍ପାଜଂଳି ଦେବା ସହିତ ନଡିଆ ଭାଙ୍ଗି ଗଜାନନଙ୍କ ସାନିଧ୍ୟ ଲାଭ କରିଥିଲେ। ଶେଷରେ ନିଜର ମନଷ୍କାମନା, ପରିବାରର ମଙ୍ଗଳ ଓ ସମାଜର ମଙ୍ଗଳ ପାଇଁ ବିଘ୍ନରାଜ ଗଣେଷଙ୍କ ନିକଟରେ ଆଳତି କରିବା ସହିତ ପ୍ରଣାମ କରିଥିଲେ ।

  • ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତା ‘ଆତ୍ମ ନିର୍ଭର ଭାରତ ‘

    ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତା ‘ଆତ୍ମ ନିର୍ଭର ଭାରତ ‘

    ପ୍ରଭୁ ଗଜାନନ ଙ୍କ ପୂଜା ତଥା ଗଣେଶ ପୂଜା କୁ ନେଇ ସାରା ଦେଶ ଏବେ ଉତ୍ସବ ମୁଖର । ସବୁଆଡ଼େ ଗଣେଶ ପୂଜା କୁ ଧୁମ୍ ଧାମ ରେ ପାଳନ ପାଇଁ ହୋଇଚି ବ୍ୟାପକ ପ୍ରସ୍ତୁତି । ତେବେ ଏହି ଅବସର ରେ ଗଣେଶ ପୂଜା ର ଅଭିନନ୍ଦନ ବାଲୁକା ଚିତ୍ରକଳା ମାଧ୍ୟମ ରେ ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

    ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନିଆରା ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ସୁଦର୍ଶନ । ବାଲିରେ ଲେମନ୍ ଗଣେଶ ମୂର୍ତି ସେ ନିର୍ମାଣ କରିଛନ୍ତି । ଦେଢ଼ ହଜାର (୧୫୦୦) ଲେମ୍ବୁ କୁ ଏହି ବାଲୁକା ଚିତ୍ରକଳା ରେ ସ୍ଥାପନ କରାଯାଇଛି। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି। ତେବେ ଏହି ବାଲୁକା ଚିତ୍ରକଳା ମାଧ୍ୟମ ରେ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତା ‘ଆତ୍ମ ନିର୍ଭର ଭାରତ ‘ ର ବାର୍ତ୍ତା ରହିଛି ।

  • ବଳ ସାଉଁଟାଉଛି ଚାନ୍ଦବାଲି କଂଗ୍ରେସ

    ବଳ ସାଉଁଟାଉଛି ଚାନ୍ଦବାଲି କଂଗ୍ରେସ

    ଚାନ୍ଦବାଲିରେ ବଳ ଗୋଟାଉଛି କଂଗ୍ରେସ । ଜଳେଶ୍ଵରପୁର ଠାରେ କଂଗ୍ରେସର ସଭାପତି ଓ ଯୁବ ସଭାପତି ଚୟନ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବଳଗୋଟାଉଛି କଂଗ୍ରେସ, ଜଳେଶ୍ଵର ପୁର ଗ୍ରାମ ପଞ୍ଚାୟତ ରେ କଂଗ୍ରେସ ର ନୂତନ ସଭାପତି ଓ ଯୁବ ସଭାପତି ଚୟନ ଏବଂ ମିଶ୍ରଣ ପର୍ବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଆଭିମୁଖ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ବିଜେଡି ଓ ବିଜେପି ଦୁଇ ରାଜନୈତିକ ଦଳ କୁ ଜଳେଶ୍ଵର ପୁର ଗ୍ରାମ ପଞ୍ଚାୟତ ରେ ପଛକୁ ପକାଇ କଂଗ୍ରେସ କିପରି ସଂଗଠନ କରିବ ତାହା ବିଷୟରେ ଆଲୋଚନା ହୋଇଥିଲା । ନୂତନ ସଭାପତି ଓ ଯୁବ ସଭାପତିଙ୍କୁ ଉକ୍ତ ଗ୍ରାମପଞ୍ଚାୟତରେ ଗୁରୁଦାୟିତ୍ଵ ଦିଆଯିବା ସହିତ ଆଗାମୀ ଦିନରେ ଦଳକୁ ସୁଦୃଢ କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ଆଗଧାଡିର ପୁରୁଖା ନେତାମାନେ ।

    ସଭାପତି ହିମାଂଶୁ ନାୟକ ଓ ଯୁବ ସଭାପତି ରତିକାନ୍ତ ପାତ୍ର ଙ୍କ ନେତୃତ୍ବରେ ୩୦ରୁ ଉର୍ଦ୍ଧ ପରିବାର ଅନ୍ୟ ରାଜନୈତିକ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦିଗ ଦାସ, ନିର୍ବାଚନ ମଣ୍ଡଳୀ ନେତା ଅମିୟ ମହାପାତ୍ର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ଯୁବନେତା ସତ୍ୟାନନ୍ଦ ରାଉତ, ଦୁଇ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଦୀପକ ଭୋଇ, ଜଳେଶ୍ଵର ପୁର ସମବାୟ ସମିତି ର ସଭାପତି ସୁଦର୍ଶନ ମାହୁନ୍ତ,ଆଶିଷ କୁମାର ମାହୁନ୍ତ ପ୍ରମୁଖ ଉପସ୍ଥିତ ରହି ନବାଗତ ମାନଙ୍କୁ ଦଳୀୟ ଉତରିୟ ଦେଇ ଦଳକୁ ସ୍ବାଗତ ଜଣାଇଥିଲେ ।

  • ଡ୍ୟାମରୁ ମିଳିଲା ମୃତଦେହ

    ଡ୍ୟାମରୁ ମିଳିଲା ମୃତଦେହ

    ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ପଞ୍ଚାୟତ ର କଣ୍ତମପଦର ଡ଼୍ୟାମରେ ମୃତ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଆଜି ଭାଲେରି ସୋମବାର ହାଟକୁ ଯିବା ସମୟରେ ମୃତ ଶବ ଡ଼୍ୟାମରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇ ଥିଲେ । ଘଟଣା ସ୍ଥଳରେ ସରପଞ୍ଚ ପହଞ୍ଚି ପୋଲିସ୍ ଓ ଅଂଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ୍ ଓ ଅଂଗ୍ନିଶମ ବାହିନୀ ପହଞ୍ଚି ଶବ ଟିକୁ ଡ଼୍ୟାମ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସ୍ଥାନୀୟ ଲୋକେ ଶବକୁ ଚିହ୍ନଟ କରି ତାଙ୍କ ସଂମ୍ପର୍କୀୟ ଲୋକ ଙ୍କୁ ଖବର ଦେଇଥିଲେ ।

    ମୃତ ମହିଳା ଜଣକ ହେଲେ କବିତା କୁମ୍ବ୍ରିକା । ସ୍ବାମୀ ନୂଆ ପ୍ରାସ୍କାକା ଗ୍ରାମ ବଡକାଚାପାଇ । ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ । ବିବାହ ର ଗୋଟିଏ ବର୍ଷ ନପୁରୁଣୁ ନିରିହ ଜୀବନ ଚାଲିଗଲା । ନା ଦେଖିଥିଲା ସଂସାର ନା ପାଇଥିଲା ପରିବାର । ମୃତ ମହିଳା ଜଣକ କାଲପାଇ ଗ୍ରାମର ବୋଲି ଜଣାପଡିଛି । ତାଙ୍କ ବଡ ଭଉଣୀ କହିବା ଅନୁଯାୟୀ ସେ ଏକ ଘରୋଇ ପାଳ ମିଲ୍ ରେ କୁଲି କାମ କରୁଥିଲେ । ଶନିବାର ଦିନ ସାଙ୍ଗ ସାଥିଙ୍କ ସହ କାମକୁ ଯାଇ ସବୁ ଦିନ ପରି ଆଉ ଘରକୁ ଫେରିନଥିଲେ ।

    ତାଙ୍କ ସ୍ବାମୀ ଘରକୁ ଏପର୍ଯ୍ୟନ୍ତ ଫେରି ନାହାନ୍ତି ବୋଲି ଗାଁ ସାରା ଓ ସମ୍ପର୍କୀୟ ଲୋକଙ୍କୁ ପଚରାଉଚରା କରି ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ହଠାତ୍ ହାଟକୁ ଯାଉଥିବା ଲୋକମାନଙ୍କ ଠାରୁ ଖବର ପାଇଥିଲେ ଏକ ମୃତ ଦେହ ଡ଼୍ୟାମ ଭିତରେ ଭାସୁଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ସେନେଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

  • ରାଜ୍ୟ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହସଂଘର ସମ୍ମିଳନୀ

    ରାଜ୍ୟ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହସଂଘର ସମ୍ମିଳନୀ

    ଚାନ୍ଦବାଲିରେ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ପକ୍ଷରୁ ଏକ ସମ୍ମିଳନୀ ସ୍ଥାନିୟ ଅମ୍ବିକା ସଭାଗୃହରେ ଅନୁଷ୍ଟିତ ହୋଇ ଯାଇଛି । ଏହି ସଭାରେ ଶାକଦ୍ୱୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଜିଲ୍ଲା ସଭାପତି ସୁଦାମ କୁମାର ପଣ୍ଡିତ ଯୋଗଦେଇ ଏହି ସମ୍ମିଳନୀଙ୍କୁ ଉଦଘାଟାନ କରିବା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

    ସମାଜରେ ଧର୍ମକୁ ରକ୍ଷା କରିବା ପାଇଁ ଶାକଦ୍ୱୀପୀ ଦୈବିଜ୍ଞ ବ୍ରାହ୍ମଣ ମାନେ କେମିତି ନତି ନିୟମ ଧାରା ବଜାୟ ରଖିବେ ଏବଂ ସେମାନଙ୍କର ସମାଜିକ ବିକାଶ ହୋଇପାରିବ ସେନେଇ ମହାସଂଘର ଏହି ସାଧୁ ଉଦ୍ୟମ ବୋଲି ସହାସଂଘର ସଭପତି ପ୍ରକାଶ କରିଥିଲେ । ମହାସଂଘ ପକ୍ଷରୁ ବ୍ରାହ୍ମଣ ମାନଙ୍କୁ ଆଇ କାର୍ଡ ବଣ୍ଟନ କରା ଯାଇ ଥିଲା l

    ଏହି କାର୍ଯ୍ୟକ୍ରମରେ ପଣ୍ଡିତ ରଙ୍ଗାଧର ମହାପାତ୍ର, ବିଜୟ କୁମାର ପଣ୍ଡିତ, ରଞ୍ଜନ କୁମାର ପଣ୍ଡିତ, ସୁଶାନ୍ତ ମୋହରଣ୍ୟ, ହେମନ୍ତ କୁମାର ପଣ୍ଡିତ, ଶଶୀଭୁଷଣ ପଣ୍ଡିତ, ଦ୍ୱାରିକାନାଥ ଗ୍ରହଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଆଚାର୍ଯ୍ୟମଣି ଶଙ୍କର ପଣ୍ଡିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l