Category: ଜିଲ୍ଲା

  • ଅମ୍ଳଜାନର ମୂଳମନ୍ତ୍ର ବୃକ୍ଷ

    ଅମ୍ଳଜାନର ମୂଳମନ୍ତ୍ର ବୃକ୍ଷ

    ବୃକ୍ଷ ହେଉଛି ମାନବ ସମାଜର ପ୍ରାଣଦାତା ଓ ଅମ୍ଳଜାନର ମୂଳମନ୍ତ୍ର । ଏହାକୁ ଆଖିଆଗରେ ରଖି ବନ ବିଭାଗ ତରଫରୁ ଯାଜପୁର ରୋଡ ସାପଗଡ଼ିଆ ଠାରେ ଜାପାନୀ ଟେକ୍ନୋଲୋଜି ଦ୍ଵାରା ନିର୍ମିତ ଏକ ପ୍ଲାଣ୍ଟେସନ ନିର୍ମାଣର ଶୁଭାରମ୍ଭ କରିଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ,ମାନବ ସମାଜର ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ଗୋଟେ ଦିନରେ ସାରା ରାଜ୍ୟରେ ୭୫ଲକ୍ଷ ବୃକ୍ଷ ରୋପଣ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।

    ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ପରିବେଶର ଆବଶ୍ୟକତା ନିତ୍ୟାନ୍ତ ଆବଶ୍ୟକ ରହିଥବାରୁ ଯାଜପୁରରେ ଏଭଳି ଏକ ଅତ୍ୟାଧୁନିକ ନୂତନ ପକଳ୍ପ ର ଶୁଭ ଉଦଘାଟନ ହୋଇଥିବା ଦେଖିବାକୁ ମିଳିଛି। ଆଜି ବନ ବିଭାଗ ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

    ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଏହି ଦିନକୁ ଉତ୍ସାହିତ ଭାବେ ପାଳନ କରିବା ପାଇଁ ସାରା ରାଜ୍ୟରେ ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ପକ୍ଷରୁ ଗଛ ଲଗା କାର୍ଯ୍ୟକ୍ରମ ହୋଇଯାଇଛି। ଆଜି ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, କଟକ ବନଖଣ୍ଡ ଅଧିକାରୀ ଅନିଲ କୁମାର ରାଏ ଓ ଏସଇଏଫ ସନ୍ତୋଷ କୁମାର ପତି ଯୋଗଦେଇ ଜିଲ୍ଲାକୁ ଚଳିତ ବର୍ଷ କିଭଳି ବନିକରଣ କରାଯିବ ଆଲୋଚନା ହୋଇଥିଲା l

  • ମା’ ପାଇଁ ଗଛ ଟିଏ

    ମା’ ପାଇଁ ଗଛ ଟିଏ

    ସତ୍ୟ ନାରାୟଣ ମହାନନ୍ଦ(କଳାହାଣ୍ଡି): ଭବାନୀପାଟଣା ସଦର ଅଧୀନ କୁଳିଆମାଲ ପଞ୍ଚାୟତ ରେ ଜିଲ୍ଲା ପ୍ରଶାସନ ଏବଂ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ଅବସରରେ କୁଳିଆମାଳ ହାଇସ୍କୁଲ ରେ ଅନୁଷ୍ଠିତ ବୈଠକ ରେ କଳାହାଣ୍ଡି ରେ ଛଅ ଲକ୍ଷ୍ୟ ଗଛ ଲଗାଇ ଥିବା ସହ ଗ୍ରୀନ କଳାହାଣ୍ଡି କରିବା ଲକ୍ଷ୍ୟ ରହିଛି ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଥିଲେ |

    ସେହିପରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, ଏବଂ କୁଳିଆମାଲ ସରପଞ୍ଚ ଯାମିନୀ ସାହୁ ଦେଶ ସେବା ରେ ପ୍ରଧାନ ମନ୍ତ୍ରୀ ଙ୍କ ଅନେକ ଅବଦାନ ରହିଛି ବୋଲି ମତାମତ ରଖିଥିଲେ |

    ଏଥିରେ ସିଡିଓ ଦୟାମୟ ପାଢ଼ୀ, ଭବାନୀପାଟଣା ବିଡ଼ିଓ ଚନ୍ଦନ କୁମାର ଭୋଇ, ,ଉତ୍ତରାଞ୍ଚଳ ଡ଼ିଏଫଓ ରମେଶ କୁମାର ବିଷ୍ଣୋଇ, ଦକ୍ଷିଣାଞ୍ଚଳ ଡ଼ିଏଫଓ ଆର କାଳିଆ ବାଲନ,ସାଂସଦ ପ୍ରତିନିଧି ଜୟ ଶଙ୍କର ନାୟକ, ବିଜେପି ଜିଲ୍ଲା ସଭାପତି ଯୁଗଳ ପୋଢ଼, ଭବାନୀପାଟଣା ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଲି ସାହୁ, ଜିଲ୍ଲାପରିଷଦ ଦୟାନିଧି ନାଏକ,ସ୍କୁଲ ବିଇଓ, ଏବିଇଓ ଛାତ୍ରଛାତ୍ରୀ, ଏସଏଚଜି, ସିଆରପି ମହିଳା,ଅଙ୍ଗନବାଡି କର୍ମୀ, କୁଳିଆମାଳ ପଂଚାୟତ କର୍ତ୍ତୃପକ୍ଷ ଙ୍କ ସମେତ ବହୁ ଲୋକ ସାମିଲ ଥିଲେ |

  • ମହିଳା ନିର୍ଯାତନା ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୋଭାଯାତ୍ରା

    ମହିଳା ନିର୍ଯାତନା ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୋଭାଯାତ୍ରା

    କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ )ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ରାଜ୍ୟ ରେ ବଢୁଥିବା ମହିଳା ନିର୍ଯାତନା ପ୍ରତିବାଦ ରେ ଏବଂ ମହିଳା ସୁରକ୍ଷା ଦାବିରେ ଆଜି କଳାହାଣ୍ଡି ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ମାଁ ମାଣିକେଶ୍ଵରୀ ମନ୍ଦିର ଠାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲା | ବିଜେଡି କର୍ମକର୍ତ୍ତା ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ସେହିପରି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡାଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିବା ସହ ତାଙ୍କ ଜରିଆରେ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଡିଶାରେ ମହିଳା ମାନଙ୍କ ପ୍ରତି ଦିନକୁ ଦିନ ହିଂସା, ନିର୍ଯାତନା, ଅପରାଧ, ଅସମ୍ମାନ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବଢ଼ିବାରେ ଲାଗିଛି। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ନାରୀ ନିର୍ଯାତନା ଅହେତୁକ ଭାବରେ ବୃଦ୍ଧି ହୋଇଛି। ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏଥିପାଇଁ ନିନ୍ଦିତ ହେଉଛି। ରାଜ୍ୟର ବିଜେପି ସରକାର ଏ ନେଇ କୌଣସି ବଳିଷ୍ଠ ପଦକ୍ଷେପ ନେଇ ପାରୁନାହାଁନ୍ତି।ମହିଳାଙ୍କ ସୁରକ୍ଷା ପାଇଁ ତଥା ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀକୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଛି।

    ଗୋପାଳପୁର ଓ ବାଲିହରଚଣ୍ଡି ପୀଠରେ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଗଣଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ଅମାନବୀୟ ଓ ନିନ୍ଦନୀୟ ବୋଲି ବିଜେଡି ଗର୍ଜିଥିଲା। ଏଣୁ ଏହିସବୁ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ତତ୍ପରତା ଦେଖାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ ଦାବୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଲଳିତା ନାଏକ, ନଗରପାଳ ବିଷ୍ଣୁ ପ୍ରଧାନ, ବିସିସି ବ୍ୟାଙ୍କ ସଭାପତି ଗିରୀଶ ବେହେରା, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ସୁଧିରା ମେହେର, କଲ୍ୟାଣୀ ନାଏକ, ସଂଯୁକ୍ତା ବେହେରା, ସୁନନ୍ଦା ସାହୁ, ମନିଷା ସାହୁ, ବିଜୟଲକ୍ଷ୍ମୀ କନ୍ଦପାନ, ପ୍ରତିଭା ଚୌହାନ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଧର୍ମେନ୍ଦ୍ର ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ବରିଷ୍ଠ ଯୁବ ଉପସଭାପତି ମଣ୍ଟୁ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବଦ୍ରିନାରାୟଣ ପଟ୍ଟନାୟକ, ହିମାଦ୍ରି ନାଏକ, ମହେଶ ସାହୁ, ଯଜାତି ନାୟକ, ପ୍ରଶାନ୍ତ ନାଏକ, ଦୀନେଶ ବଗର୍ତ୍ତି, ଅବଦୁଲ କାଦୀର, ଶିବା ସାହୁ, ସେନାପତି ନାଏକ, କ୍ଷୀରସିନ୍ଧୁ ନାଏକ, ପିତବାସ ବେହେରା, ତଥା ଭବାନୀପାଟଣା ପୌରପାଳିକାର ସମସ୍ତ କାଉନସିଲର ପ୍ରମୁଖ ଯୋଗଦେଇଥିଲେ।

  • କୁଳିଆମାଲ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

    କୁଳିଆମାଲ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

    କଳାହାଣ୍ଡି, (ସତ୍ୟ ନାରାୟଣ ମହାନନ୍ଦ )ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ଭବାନୀପାଟଣା ସଦର ଅଧୀନ କୁଳିଆମାଳ ପଞ୍ଚାୟତ ରେ ବୁଧବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ଙ୍କ ନେତୃତ୍ୱ ରେ ” ଏକ ପେଡ ମା କେ ନାମ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରଥମେ କୁଳିଆମାଳ ସରପଞ୍ଚ ଯାମିନୀ ସାହୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ଅତିଥି ଙ୍କୁ ଆଦର ସହିତ ସ୍ୱାଗତ କରି ପାଛୋଟି ନେଇଥିଲେ |

    ହାଇସ୍କୁଲ ରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, କଳାହାଣ୍ଡି ରେ ଛଅ ଲକ୍ଷ୍ୟ ଗଛ ଲାଗିଥିବା ବେଳେ ଏକ ଗ୍ରୀନ କଳାହାଣ୍ଡି କଳାହାଣ୍ଡି କରିବା ଲକ୍ଷ୍ୟ ରହିଛି ବୋଲି କହିଥିଲେ |

    ଏଥିରେ ସିଡିଓ ଦୟାମୟ ପାଢ଼ୀ, ଭବାନୀପାଟଣା ବିଡ଼ିଓ ଚନ୍ଦନ କୁମାର ଭୋଇ, କୁଳିଆମାଲ ସରପଞ୍ଚ ଯାମିନୀ ସାହୁ,ଉତ୍ତରାଞ୍ଚଳ ଡ଼ିଏଫଓ ରମେଶ କୁମାର ବିଷ୍ଣୋଇ, ଦକ୍ଷିଣାଞ୍ଚଳ ଡ଼ିଏଫଓ ଆର କାଳିଆ ବାଲନ,ସାଂସଦ ପ୍ରତିନିଧି ଜୟ ଶଙ୍କର ନାୟକ, ବିଜେପି ଜିଲ୍ଲା ସଭାପତି ଯୁଗଳ ପୋଢ଼, ଭବାନୀପାଟଣା ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଲି ସାହୁ, ଜିଲ୍ଲାପରିଷଦ ଦୟାନିଧି ନାଏକ,ସ୍କୁଲ ବିଇଓ, ଏବିଇଓ ହୃଷିକେଶ ନାଏକ, ଏବିଇଓ ଜୟ କୁମାର ମୁଣ୍ଡ, ଏବିଇଓ ଜଗଦୀଶ କୁମାର ମୁଣ୍ଡ, ସିଆରସିସି, ଛାତ୍ରଛାତ୍ରୀ, ଏସଏଚଜି ମହିଳା ଅଙ୍ଗନବାଡି କର୍ମୀ, କୁଳିଆମାଳ ପଂଚାୟତ ନିର୍ବାହୀ ଅଧିକାରୀ ଶରତ ସାହୁ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ସମେତ ଆଖପାଖ ଅଞ୍ଚଳ ର ବହୁ ଲୋକ ସାମିଲ ଥିଲେ |

  • ଲକ୍ ଥାନା ପୋଲିସକୁ ସଫଳତା

    ଲକ୍ ଥାନା ପୋଲିସକୁ ସଫଳତା

    ଦିର୍ଘ ଦିନ ଧରି ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ଘରେ ପଶି ସ୍ମାର୍ଟ ଫୋନ୍ ଚୋରି କରୁଥିବା ଜଣେ ଯୁବକ କୁ ଧରିବାରେ ସଫଳ ହୋଇଛି ଲକ୍ ଥାନା ପୋଲିସ । ତା ନିକଟରୁ ୧୦ ଟି ସ୍ମାର୍ଟ ଫୋନ୍ ଜବତ କରିବା ସହିତ ତାକୁ କୋର୍ଟ ଚାଲାଣ କରାଯାଇଛି । ଗତ କାଲି ନିମିଢିହି ଗ୍ରାମର ପ୍ରମୋଦ ତରାଇ ଙ୍କ ଘରେ ଭଡ଼ା ରହୁଥିବା କିଛି କର୍ମଚାରୀଙ୍କ ୪ ଟି ସ୍ମାର୍ଟ ଫୋନ୍ ଚୋରୀ ହୋଇଥିଲା ।

    ପ୍ରମୋଦ ଏ ନେଇ ଲକ୍ ଥାନା ରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା । ଯେଉଁଥିରେ ନିମିଢିହି ଗ୍ରାମର ସନାତନ ଲେଙ୍କା ଙ୍କ ପୁଅ ସୌମେନ୍ଦ୍ର ଲେଙ୍କା (ଜଟିଆ) ଫୋନ୍ ଚୋରି କରୁଥିବା ସ୍ପଷ୍ଟ ଜଣାପଡ଼ିଥିଲା । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଉକ୍ତ ଚାରୋଟି ଫୋନ୍ ସହିତ ଆଉ ୬ ଟି ସ୍ମାର୍ଟ ଫୋନ୍ ଜବତ କରିଛି ।

    ଜଟିଆ କୁ ପଚରା ଉଚୁରା କରିବା ପରେ ଉକ୍ତ ଫୋନ୍ ଗୁଡ଼ିକୁ ଜାହାର ଫୋନ୍ ତାଙ୍କୁ ଖବର ଦିଆଯାଇ ଫେରାଇବାର ବ୍ୟବସ୍ଥା କରାଯାଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ପ୍ରକାଶ କରିଛନ୍ତି । ସେହିପରି ଜଟିଆ ନାମରେ ପାରାଦ୍ଵୀପ, ଲକ୍ ଥାନା, ବିରିଡି ଥାନାରେ ପାଖାପାଖି ୧୪ ରୁ ଉର୍ଦ୍ଧ୍ୱ କେସ ରହିଥିବା ପୋଲିସ୍ ସୂଚନା ଦେଇଛି ।

  • ସରିତା ସାହିତ୍ୟ ସଂସଦ ଉଦଘାଟିତ

    ସରିତା ସାହିତ୍ୟ ସଂସଦ ଉଦଘାଟିତ

    କୁଜଙ୍ଗ ତାଳଦଣ୍ଡାସ୍ଥିତ ବ୍ରହ୍ମ ଜଗନ୍ନାଥ ମିସନ ପକ୍ଷରୁ ସରିତା ସାହିତ୍ୟ ସଂସଦ ଉଦ୍‌ଘାଟିତ ହୋଇଯାଇଛି।

    ଏଥିରେ ସାହିତ୍ୟିକ ଅସିତ କୁମାର ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାହିତ୍ୟ ବିନା ଗୋଟିଏ ଜାତିର ସୁସମୃଦ୍ଧ ହୋଇପାରୋନାହିଁ ଏବଂ ସାହିତ୍ୟ ଗୋଟିଏ ଜାତିର ପରିଚୟ ସୃଷ୍ଟି କରିଥାଏ ବୋଲି କହିଥିଲେ |

    କୁଜଙ୍ଗ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ସରିତା ସାହିତ୍ୟ ସଂସଦ ଓ କବି ସମ୍ମିଳନୀରେ ଉଦ୍‌ଘାଟକ ଭାବେ ଜଗତସିଂହପୁର ଜିଲ୍ଲା ଭାଜପା ସଭାପତି ପ୍ରତାପ ମିଶ୍ର, ବିଶିଷ୍ଟ ସାହିତ୍ୟିକ ଗୀତିକାର ଦୋବୀଦତ୍ତ ମହାନ୍ତି, ଓଡିଶା ସାହିତ୍ୟ ଏକାଡେମୀର ସହ ସଚ୍ଚିବ ସଂଜୟ କୁମାର ଛୁଆଳସିଂହ, ସୁସାହିତ୍ୟିକା ଡକ୍ଟର ସ୍ନେହାଶ୍ରୀ ସ୍ବାଇଁ, ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ କ୍ୟାପଟେନ ସଂଜୀବ କୁମାର ମୁଦୁଲିଙ୍କ ଧର୍ମପତ୍ନୀ ସ୍ବର୍ଗତା ସରିତା ମିଶ୍ରଙ୍କ ୫୦ ତମ ଜନ୍ମ ଦିବସ ଓ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଓ କେକ୍ କାଟି ସରିତା ସାହିତ୍ୟ ସଂସଦକୁ ଉଦ୍‌ଘାଟନ କରିଥିଲେ ।

    ସମସ୍ତ ମଂଚାସୀନ ଅତିଥିମାନେ ସ୍ବର୍ଗତା ମିଶ୍ରଙ୍କ ପ୍ରତି ତାଙ୍କ ପତି କ୍ୟାପଟେନଙ୍କ ଅନାବିଳ ସ୍ନେହ, ପ୍ରେମ ଓ ଭଲପାଇବା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ |

    ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଶତାଧିକ କବି ଓ କବୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ |

    ବିଶିଷ୍ଟ ଟିଭି ଉପସ୍ଥାପକ ଅଭିନନ୍ଦନ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସରିତା ସାହିତ୍ୟ ସଂସଦର ସମ୍ପାଦିକା ରୁନିବାଳା ମଲ୍ଲିକ ଧନ୍ୟବାଦ ଦେଇଥିଲେ |

  • କାଶିଆ ନାଳ ବ୍ରିଜରୁ ଖସିଲା ୧୬ ଚକିଆ ଟ୍ରକ

    କାଶିଆ ନାଳ ବ୍ରିଜରୁ ଖସିଲା ୧୬ ଚକିଆ ଟ୍ରକ

    ରାତି ସମୟରେ ଏକ ୧୬ ଚକିଆ ଯୋଡା ଖଣି ଅଞ୍ଚଳରୁ ଖଣିଜ ସାମଗ୍ରୀ ନେଇ ଆସୁଥିବା ସମୟରେ ଝୁମ୍ପୁରା ଥାନା ରଜାବସା କାସିଆ ନାଳ ଉପରେ ଅନ୍ତର୍ଗତ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି ଟ୍ରକ ଫଳରେ ଗାଡିର ଚାଳକ ଗୁରୁଦେବ ଗାଡିରେ ଯାକି ହେଇ ମୃତ୍ୟୁବରଣ କରିଥିବା ବେଳେ ସୂଚନା ପାଇ ଝୁମ୍ପୁରା ପୋଲିସ ଓ ଅଗ୍ନିସମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଯାରି ରଖିଛନ୍ତି l

  • ଜଗଦଳା ନାଳ ନିକଟରୁ ଗଳିତ ମୃତଦେହ ଉଦ୍ଧାର

    ଜଗଦଳା ନାଳ ନିକଟରୁ ଗଳିତ ମୃତଦେହ ଉଦ୍ଧାର

    ବାମେବାରୀ ଥାନା କାଳିଆପାଳ ଜଙ୍ଗଲ, ଜଗଦଳା ନାଳ ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ଘଟଣା ସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଛି ।

    ସୂଚନା ଅନୁସାରେ, ଗତକାଲି ସ୍ଥାନୀୟ କିଛି ଲୋକ ଜଙ୍ଗଲରେ ଛେଳି ଚାରାଇବା ବେଳେ ନାଳ ନିକଟରେ ଏକ ଗଲିଟ ମୃତଦେହ ପଡ଼ିଥିବାର ଦେଖିଥିଲେ । ଏନେଇ ଗାଁ ଲୋକେ ଆଜି ବାମେବାରୀ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି ।

    ବ୍ୟକ୍ତିଙ୍କ ମୃତ୍ୟୁ ହେବାର ପାଖାପାଖି ଏକ ସପ୍ତାହ ହୋଇଯିବ ବୋଲି ପୋଲିସ ଅନୁମାନ କରୁଛି । ତେବେ ବ୍ୟକ୍ତି ଜଣକ କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାଙ୍କୁ କେହି ହତ୍ୟା କରିଛି ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା କିଛି ଜଣାପଡ଼ିନାହିଁ । ପୋଲିସ୍ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଜାରିରଖିଛି ।

  • ସ୍ବର୍ଗଦ୍ୱାରରେ ଚମତ୍କାର, ଜୁଇ ମୁହଁରୁ ଉଠିପଡ଼ିଲେ

    ସ୍ବର୍ଗଦ୍ୱାରରେ ଚମତ୍କାର, ଜୁଇ ମୁହଁରୁ ଉଠିପଡ଼ିଲେ

    ସ୍ବର୍ଗଦ୍ୱାରରେ ଚମତ୍କାର । ଶବଦାହ ପାଇଁ ଆସିଥିଲେ ପୁରୀ ସ୍ବର୍ଗଦ୍ୱାର । ଅନ୍ତିମ ସଂସ୍କାର ପାଇଁ ସମସ୍ତେ ପ୍ରସ୍ତୁତ ମଧ୍ୟ ଥିଲେ । ଠିକ୍ ଏତିକି ବେଳେ ହଠାତ୍ ଘଟିଲା ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ସମସ୍ତେ ହତବାକ୍ ହୋଇ ରହିଗଲେ । ଶବ ସତ୍କାର କରିବା ବେଳେ ଉଠି ବସିଲେ ବୃଦ୍ଧା । କଥାରେ ଅଛି, ଦଣ୍ଡେ ନିମିଷେ ଥିଲେ ପ୍ରାଣ ନ ନିଅନ୍ତି ଜନ୍ତୁରାଣ । ଏହି ବୃଦ୍ଧା ହେଉଛନ୍ତି ତା’ର ଉଦାହରଣ । ଜୁଇରୁ ଉଠିବସିଲେ । ଜଳିବା ପୂର୍ବରୁ ଫେରିଆସିଲା ଜୀବନ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ପୁରୀ ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ।

    ସୂଚନାନୁସାରେ, ବୃଦ୍ଧା ଜଣକ ହେଉଛନ୍ତି ଗଞ୍ଜାମ ପୋଲସରାର ୮୬ ବର୍ଷୀୟ ପି.ଲକ୍ଷ୍ମୀ । ପି ଲକ୍ଷ୍ମୀ ମରିଯାଇଥିବା ଜାଣି ତାଙ୍କ ପରିବାର ଲୋକମାନେ ଶବ ଦାହ ପାଇଁ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମରୁ ପୁରୀ ସ୍ୱର୍ଗଦ୍ୱାରକୁ ଆଣିଥିଲେ l କିନ୍ତୁ ସେଠାରେ ମୃତ୍ୟୁ ହୋଇଥିବା ପି ଲଷ୍ମୀ ହଠାତ ବଞ୍ଚିକି ଉଠିଲେ । ବୃଦ୍ଧାଙ୍କୁ ଟେକି ଟେକି ସ୍ୱର୍ଗଦ୍ୱାରରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି l

    ସମ୍ପୂର୍ଣ୍ଣ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବୃଦ୍ଧାଙ୍କ ପରିବାର ଲୋକଙ୍କ କହିବା କଥା ଯେ, ପି ଲକ୍ଷ୍ମୀ କିଛି ଦିନ ହେବ ଅସୁସ୍ଥ ଥିଲେ। କାଲି ତାଙ୍କର ନିଶ୍ବାସ ବନ୍ଦ ହୋଇଯାଇଥିଲା । ଯେତେ ଡାକିଲେ ବି ସେ ଶୁଣିନଥିଲେ କି କିଛି ହଲଚଲ ହୋଇନଥିଲେ।

    ସ୍ୱର୍ଗଦ୍ୱାରର ବିଗତ ୫ ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

  • ଧୋକା ଦେଇଛି ରୁଙ୍ଗଟା ମାଇନ୍ସ

    ଧୋକା ଦେଇଛି ରୁଙ୍ଗଟା ମାଇନ୍ସ

    ଗରିବ ଲୋକଙ୍କ ପାଇଁ ଜମି ରାକ୍ଷସ ସାଜିଛି ରୁଙ୍ଗଟା ମାଇନ୍ସ , ଲୋକଙ୍କୁ ନାଲି ଆଖି ଦେଖାଇ ଜମି ହଡପ ପାଇଁ ଚଳାଇଛି ବଡ ମାଷ୍ଟର ପ୍ଲାନ , ଲୋକଙ୍କ ଜାଗା ବଦଳରେ ଟଙ୍କା ନଦେଇ ଲୋକଙ୍କୁ ବର୍ଷ ବର୍ଷ ଧରି ଠକି ଆସୁଛି ରୁଙ୍ଗଟା କମ୍ପାନୀ , ଯେଉଁଥିପାଇଁ ଏବେ ଢେଙ୍କାନାଳ ଅଂଚଳରେ ଦେଖିବାକୁ ମିଳିଛି ବିରାଟ ଜନ ଅସନ୍ତୋଷ | ସ୍ଥାନୀୟ ପ୍ରଶାସନ ଓ ଲୋକାଲ ନେତାଙ୍କ ସହ ମିଶି ଲୋକଙ୍କ ଜାଗା ନେଇ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ହୋଇଛି | ଏମିତିକି ସରକାରୀ ଜାଗାକୁ ବି ଛାଡ଼ୁନି ଏହି ଜମି ଖିଆ କମ୍ପାନୀ , ସରକାରୀ ଜାଗା ଯେଉଁଠି ଦେଖିଲେ ତାକୁ ମାଡି ବସି ଅକ୍ତିଆର କରିବା ସହ ସ୍ଥାନୀୟ କିଛି ଲୋକଙ୍କୁ ଧରି ଏଭଳି ମନାମାନୀ ଚଳାଉଥିବା ଦେଖିବାକୁ ମିଳିଛି | ଗୋଟିଏ ପଟେ ଅଂଚଳରେ ପ୍ରଦୂଷଣ ବଢିବା ସହ ଅନେକ ସ୍ଥାନରେ ଏହି ପ୍ରଦୂଷଣକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି | କିନ୍ତୁ କମ୍ପାନୀ ନିଜର ଲାଭ ପାଇଁ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଥିବା କୁହାଯାଉଛି |

    ସରକାରୀ ନିୟମ ଅନୁସାରେ ସ୍ଥାନୀୟ ଅଂଚଳରେ ଯେଉଁଭଳି କାର୍ଯ୍ୟ କରାଯିବା କଥା ତାହା ହେଉନାହିଁ , ଭୂତଳ ଜଳସ୍ଥରକୁ ଅତ୍ୟଧିକ ବ୍ୟବହାର ଯୋଗୁଁ ଏବେ ଅଂଚଳରେ ଜଳସଂକଟ ଦେଖାଯାଉଥିବା ଅଭିଯୋଗ ହେଉଛି | କେବଳ ସେତିକି ନୁହେଁ ମାଇନ୍ସରୁ ବାହାରୁଥିବା ଧୁଆଂ ଓ ଡଷ୍ଟ ଯୋଗୁଁ ରାସ୍ତାରେ ଯିବା ଆସିବା କରୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପ୍ରଦୂଷଣ ପ୍ରଭାବରେ ଏବେ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ଦେଖିବାକୁ ମିଳିଛି | ଜମି ଅଧିଗ୍ରହଣ ବେଳେ ଯେଉଁ ଚୁକ୍ତି କରାଯାଇଥିଲା ତାହାକୁ ପୂରଣ କରିବାରେ କମ୍ପାନୀ ବିଫଳ ହେଉଥିବା ଅଭିଯୋଗ ହେବା ସହ ଆଗକୁ କମ୍ପାନୀ ଯଦି ଏଭଳି ମନ ଇଛା କାମ କରେ ତେବେ ଏହା ଅଂଚଳ ପାଇଁ ଆହୁରି ବିପଦ ସୃଷ୍ଟି କରିବ |

    ପିଲାଙ୍କୁ ଚାକିରୀ ଦେବାକୁ କହି ଅନ୍ୟ ରାଜ୍ୟର ପିଲାଙ୍କୁ ନିଯୁକ୍ତି ଦେଉଛି ଏହି କମ୍ପାନୀ | ହଜାର ହଜାର ଲୋକଙ୍କ ଜମି ନେଇ ଏଯାଏଁ ଜମି ବଦଳରେ ଟଙ୍କା ଦେବାର ନାଁ ଧରୁନି କମ୍ପାନୀ | ୨ ବର୍ଷ ତଳେ ଲୋକଙ୍କୁ ଯେଉଁ କଥା ଦେଇଥିଲା ସେ କଥା ରଖିବାରେ ସମ୍ପୂର୍ଣ ବିଫଳ ହୋଇଛି କମ୍ପାନୀ | ପ୍ରଶାସନ ସହ ମିଶି ଯେନେ ତେନେ ପ୍ରକାରେ ଜାଗା ନେଇଯିବାକୁ ଚାଲ କରୁଛି କମ୍ପାନୀ | ତେବେ ଢେଙ୍କାନାଳ ଜିଲା ଓ ଓଡାପଡା ଓ ହିନ୍ଦୋଳ ବ୍ଲକ ର ଅନେକ ଲୋକଙ୍କୁ ଠକି ଜମି ନେଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଲୋକଙ୍କ ଅଭିଯୋଗର କୌଣସି ସମାଧାନ ହୋଇପାରି ନାହିଁ | ତେବେ ଏଭଳି ସମ୍ବେଦନଶୀଳ ଘଟଣାରେ ସରକାର ଆଗକୁ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |