Category: ଜିଲ୍ଲା

  • ବୌଦ୍ଧ: ଟ୍ରକ୍-ବୋଲେରୋ ଧକ୍କା, ଗଲା ୨ ଜୀବନ

    ବୌଦ୍ଧ: ଟ୍ରକ୍-ବୋଲେରୋ ଧକ୍କା, ଗଲା ୨ ଜୀବନ

    ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର 57ନଂ ଜାତୀୟ ରାଜପଥ କମଲପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗଲା ୨ ଜଣଙ୍କ ଜୀବନ ।

    ଟ୍ରକ୍ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ବାଉଁଶୁଣି ଥାନା ପୋଲିସ କାର୍ଯ୍ୟାଳୟର ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଜଗନ୍ନାଥ ମେହେର । ଅନ୍ୟ ଜଣେ ବୋଲେରୋ ଡ୍ରାଇଭର ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହ ବାଉଁଶୁଣି ଥାନା ପୋଲିସ କାର୍ଯ୍ୟାଳୟର ଏଏସଆଇ ଏବଂ କନଷ୍ଟେବଲ ଗୁରୁତର ଅଛନ୍ତି । ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।

    ଆଜି ଭୋର୍ ସମୟରେ ବାଉଁଶୁଣୀ ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ରେସ୍କ୍ୟୁ ଅପରେସନ୍ ସାରି ବୋଲେରୋରେ ଥାନାକୁ ଫେରୁଥିଲେ । ଏହି ସମୟରେ ଜନାପଙ୍କ ଫାଣ୍ଡି ଅନ୍ତର୍ଗତ କମଲପୁର ଛକରେ ସୋନପୁର ଆଡୁ ଆସୁଥିଲା ଏକ ଟ୍ରକ୍ । କମଲପୁର ଏବଂ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବୋଲେରୋଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜଣେ ପୋଲିସ୍ ହୋମଗାର୍ଡ ଓ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଆଉ ମାତ୍ର ୫ କିଲୋମିଟର ବାଟ ଯାଇଥିଲେ ସମସ୍ତେ ବାଉଁଶୁଣି ଥାନାରେ ପହଞ୍ଚିଥାନ୍ତେ । ହେଲେ ବିଧିର ବିଧାନ କିନ୍ତୁ ଆଉ କିଛି ଥିଲା । ଘଟଣାସ୍ଥଳରେ ହିଁ ୨ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ପୋଲିସ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛି ।

  • କେନ୍ଦୁଝର: ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଜବକାର୍ଡଧାରୀ

    କେନ୍ଦୁଝର: ପ୍ରାପ୍ୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଜବକାର୍ଡଧାରୀ

    କେନ୍ଦୁଝର ସଦର ବ୍ଲକ୍ ରାଈସୁଆଁ ପଞ୍ଚାୟତ ଟାଙ୍ଗରତଳୀ ଗାଁ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛ । ମନରେଗା ଯୋଜନାରେ କାମ କରି ବହୁ ଜବକାର୍ଡଧାରୀ ଦୀର୍ଘ ଦିନ ହେଲା ନିଜର ପ୍ରାପ୍ଯ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାର ପ୍ରତିବାଦରେ ସେମାନେ ପଞ୍ଚାୟତ ଅଫିସ ଘେରିଥିଲେ ।

    ଗତ ଆର୍ଥିକ ବର୍ଷରେ ଟାଙ୍ଗରତଳୀ କେଶରୀ ବନ୍ଧ ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ବନ୍ଧ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିଥିଲା । ଚଳିତ ଆର୍ଥିକ ବର୍ଷରେ ପୁଣି ଥରେ ବନ୍ଧ ଖୋଳାଯାଇଥିଲା । ଏହି କାର୍ଯ୍ୟରେ ସ୍ଥାନୀୟ ଜବକାର୍ଡଧାରୀ ସାମିଲ ହୋଇଥିଲେ । ତେବେ କାମ ସରିଥିଲେ ସୁଦ୍ଧା ସେମାନଙ୍କୁ ନିଜର ପ୍ରାପ୍ୟ ଏଯାଏ ମିଳିନାହିଁ । ଏହାର ପ୍ରତିବାଦରେ ପରିବାର ସହ ଜବକାର୍ଡଧାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

    ନିଜର ପ୍ରାପ୍ୟ ପାଇବାରେ ବିଳମ୍ବ ଯୋଗୁଁ ଜବ କାର୍ଡଧାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ,ସରପଞ୍ଚ ଓ ଜିଆରଏସଙ୍କୁ ବାରମ୍ବାର ଜଣାଇଥିଲେ । ତେବେ ଏଥିରେ କୌଣସି ସୁଫଳ ମିଳିନନତିଲା । ଏହାର ପ୍ରତିବାଦରେ ଆଜି ସମସ୍ତ ଜବକାର୍ଡଧାରୀ ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିଥିଲେ । ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ପଞ୍ଚାୟତରେ ଏଭଳି ଘଟଣା ଘଟିବା ନୂଆ ନୁହେଁ, ବାରମ୍ବାର ବିଭିନ୍ନ ଯୋଜନାରେ ଅର୍ଥ ହେରଫେର ହେଉଛି । ବିଡିଓ ନିଜ ପ୍ରତିକ୍ରିୟା ଦେଇନଥିବା ବେଳେ ହିତାଧିକାରୀ କେବେ ସେମାନଙ୍କ ପ୍ରାପ୍ୟ ପାଇବେ ତାକୁ ଅପେକ୍ଷା ।

  • କାହା ନଜରରେ ପଡୁନି ନିମ୍ନମାନର ସରକାରୀ କାମ

    କାହା ନଜରରେ ପଡୁନି ନିମ୍ନମାନର ସରକାରୀ କାମ

    ଚାଲିଛି ନିର୍ମାଣ କାର୍ଯ୍ୟ, ହେଲେ କାମ ହେଉଛି ନିମ୍ନ ମାନର । ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଶଶ ଗ୍ରାମପଞ୍ଚାୟତରୁ । କୁଲଗୀ ଗ୍ରାମର ୱାର୍ଡ ନମ୍ବର ୨ ଓ ୩ର ଅଧିବାସୀଙ୍କ ନିମନ୍ତେ ଏକ କ୍ଲବ ଗୃହ ଆଦିବାସୀ ସମନ୍ବିତ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ନିର୍ମାଣ ହେଉଛି । ହେଲେ ଯେଉଁ ଠିକାଦାର ଏହାର ଦାୟିତ୍ବ ନେଇଛନ୍ତି ସେ ଏହାକୁ ଅତି ନିମ୍ନ ମାନର କରୁଛନ୍ତି । ଗୃହ ନିର୍ମାଣ ପାଇଁ ଯେତିକି ରୋଡ ଲାଗିବା କଥା, ତାହା ଲଗାଯାଉ ନାହିଁ । କେବଳ ସେତିକି ନୁହେଁ, ଏହି କ୍ଲବ ଗୃହଟିର ନିର୍ମାଣ ଖର୍ଚ୍ଚ କେତେ ରଖାଯାଇଛି, ତାହା ଏପର୍ଯ୍ୟନ୍ତ ସାଇନ ବୋର୍ଡରେ ଲେଖାଯାଇନଥିବା ଅଭିଯୋଗ ହୋଇଛି ।

    ତେବେ ଏତେ ନିମ୍ନ ମାନର କାମକୁ ନେଇ ୨ ଓ ୩ ନଂ ୱାର୍ଡର ଗ୍ରାମବାସୀ ମାନେ ପ୍ରବଳ ପ୍ରତିବାଦ କରିଛନ୍ତି । ସ୍ଥାନୀୟ ବାସିନ୍ଦା ଏହି କାମର ତଦାରଖ କରିବା ପରେ ହିଁ ଏହା ଜାଣିପାରିଥିଲେ । ଗ୍ରାମବାସୀ ଏହାକୁ ନେଇ ଉପର ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି ।

  • କେନ୍ଦୁଝର: ଛିଡ଼ା ହୋଇଥିବା କାର୍ ସମ୍ପୂର୍ଣ୍ଣ ଜଳିଗଲା

    କେନ୍ଦୁଝର: ଛିଡ଼ା ହୋଇଥିବା କାର୍ ସମ୍ପୂର୍ଣ୍ଣ ଜଳିଗଲା

    କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୪୯ନଂ କାଞ୍ଜିପାଣି ଥାନା ସମ୍ମୁଖରେ ଜଳିଗଲା କାର୍ । ଗାଡ଼ିରେ ଥିବା ଦୁଇ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଦୁହେଁ ଏବେ ସୁରକ୍ଷିତ ଥିବା ଜଣାପଡ଼ିଛି । ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

    ସୂଚନା ଅନୁଯାୟୀ ଅନୁଗୁଳରୁ ଏକ OD19E4444 କାର୍, କେନ୍ଦୁଝର ଅଭିମୁଖେ ଆସୁଥିଲା । କାଞ୍ଜିପାଣି ଥାନା ନିକଟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ ଡ୍ରାଇଭର । ସେଠାରୁ କେନ୍ଦୁ କିଣୁଥିବା ବେଳେ ହଠାତ୍ କାରଟି ହୁତୁହୁତୁ ହୋଇ ଜଳି ଉଠିଥିଲା । ଗାଡ଼ିଟିରେ ନିଆଁ ଲାଗିଥିବା ବେଳେ ନିଆଁ ଲିଭାଇବା ଉଦ୍ୟମ ଫେଲ୍ ମାରିଥିଲା । ସ୍ଥାନୀୟ ଲୋକେ ବି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଗାଡ଼ିଟି ଜଳୁଥିବା ବେଳେ ତା ନିକଟକୁ ଯିବାକୁ କେହି ବି ସାହସ କରିନଥିଲେ ।
    କାରରେ ନିଆଁ ଲାଗିଥିବା ନେଇ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

  • କେନ୍ଦ୍ରାପଡ଼ା: ମହାନଦୀ ଅବବାହିକାରେ ହାଇଡ୍ରୋକାର୍ବନର ସନ୍ଧାନ

    କେନ୍ଦ୍ରାପଡ଼ା: ମହାନଦୀ ଅବବାହିକାରେ ହାଇଡ୍ରୋକାର୍ବନର ସନ୍ଧାନ

    କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଜମପଡ଼ା ପଞ୍ଚାୟତରେ ପ୍ରାକୃତିକ ତୈଳର ସନ୍ଧାନ ମିଳିଛି । ଗଉଡ଼ ଗାଁ ଜମିରୁ ହାଇଡ୍ରୋକାର୍ବନର ସନ୍ଧାନ ପାଇଛନ୍ତି ବିଶେଷଜ୍ଞ ଟିମ୍। ମହାନଦୀ ଅବବାହିକାର କରାଣ୍ଡିଆ ନଦୀ ପାର୍ଶରେ ଏହି ପ୍ରାକୃତିକ ତୈଳ ଭରପୂର ରହିଛି । ଏ ନେଇ ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି ।

    ଏବେ ଜମି ହରାଉଥିବା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ । ମାଟିତଳେ ଥିବା ହାଇଡ୍ରୋକାର୍ବନ ଉତ୍ତୋଳନ ପାଇଁ ପ୍ରାୟ ୧୪ ଏକର ୭୪ ଡେସିମିଲ ଜମି ଚିହ୍ନଟ ହୋଇଛି । ଆବଶ୍ୟକ ଜମି ପାଇଁ ୧୧୪ ଜଣ ସ୍ଥାନୀୟ ଲୋକଙ୍କୁ ୧ କୋଟି ୬୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ । ଜମି ମାଲିକମାନଙ୍କ ଠାରୁ ୩ ବର୍ଷ ପାଇଁ ଆବଶ୍ୟକ ଜମି ଲିଜ୍ ଆକାରରେ ନେବ କମ୍ପାନୀ ।

    ଏ ନେଇ ଜମପଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ଶିବିର କରାଯାଇ ଅଏଲ୍ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉପସ୍ଥିତିରେ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ପ୍ରଥମେ ୩ ବର୍ଷ ପାଇଁ ଜମିଗୁଡ଼ିକ ଲିଜ୍ ଆକାରରେ ନିଆଯିବ ଏବେ ଆବଶ୍ୟକସ୍ଥଳେ ଏହି ଅବଧି ବୃଦ୍ଧି କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ରିକ୍ ମେସିନ୍ ସାହାଯ୍ୟରେ ୧୪୫ ଫୁଟ ଉଚ୍ଚର ଡ୍ରିଲିଂ କରାଯିବ । ପ୍ରାୟ ୨୫୦୦ ମିଟର ମାଟି ତଳକୁ ଡ୍ରିଲ୍ କରାଯାଇ କେତେ ପରିମାଣର ତୈଳ ଗଛିତ ଅଛି ତାହାର ଅନୁସନ୍ଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ ହୋଇଥିବା ପାଓ୍ବାର କଟ୍ ର ପ୍ରତିବାଦ କରିଛି ରାଇରଙ୍ଗପୁର ବିଜେପି

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ ହୋଇଥିବା ପାଓ୍ବାର କଟ୍ ର ପ୍ରତିବାଦ କରିଛି ରାଇରଙ୍ଗପୁର ବିଜେପି

    ରାଷ୍ଟ୍ରପତି ଷ୍ଟେଜ ଉପରେ ଭାଷଣ ଦେଉଥିଲେ ଆଉ ହଠାତ କଟିଯାଇଥିଲା ବିଜୁଳି । ଯାହାକୁ ନେଇ ପ୍ରଶ୍ନ ଘେରରେ ଛନ୍ଦି ହୋଇପଡିଥିଲେ ରାଜ୍ୟ ସରକାର । ଆଉ ଏହାର ପ୍ରତିବାଦ କରିଛି ବିଜେପି । ରାଇରଙ୍ଗପୁରରେ ବିଜେପି ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

    ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତ ମେ ମାସ ୬ ତାରିଖ ଦିନ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଉଥିଲେ । ଆଉ ସେହି ସମୟରେ ୯ ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ କଟି ଯାଇଥିଲା । ଏହାପରେ ଅନ୍ଧାରରେ ମହାମହିମ ରାଷ୍ଟ୍ରପତି ଭାଷଣ ଦେଇଥିଲେ । ଯାହାକି ଅତି ନିନ୍ଦନୀୟ ଥିଲା । ଏଥିପାଇଁ ରାଜ୍ୟ ସରକାର ପୋଲିସ ପ୍ରଶାସନ, ଶ୍ବବିଦ୍ଯାଳୟ କତୃପକ୍ଷ, ଇଡକୋ ଏବଂ ଟିପିଏନଓଡିଏଲ ବିରୁଦ୍ଧରେ ତଦନ୍ତ ଜାରି ରଖିଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

    ଏହାକୁ ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଏକ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଯେଉଁଥିରେ ବସ ସେବା ସହିତ ପରିବହନ ସଂପୁର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ସରକାରୀ କାର୍ଯ୍ୟାଳୟ, ଦୋକାନ ତଥା ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ହୋଇଛି ।

  • ବନ୍ଧୁକ ମୁନରେ ଲୁଟ କରିଥିବା ୫ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଆଳି ପୋଲିସ

    ବନ୍ଧୁକ ମୁନରେ ଲୁଟ କରିଥିବା ୫ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଆଳି ପୋଲିସ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପୋଲିସ ଆଜି ୫ ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ମୋଟର ସାଇକେଲ,ବନ୍ଧୁକ, କଟୁରୀ ଆଦି ଜବତ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଓ ସୁନାଗହଣା ଉଦ୍ଧାର କରିଛି ପୋଲିସ । ଏହି ଲୁଟେରା ମାନେ କିଛିଦିନ ତଳେ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁରରେ ଡାକ୍ତର ବଂଶୀଧର ମହାପାତ୍ରଙ୍କ ଘରୁ ଡକାୟତି କରିଥିଲେ । ସେମାନଙ୍କ ଚେର କେତେବାଟ ଲମ୍ବିଛି ତାହା ପଚାଉଚୁରା କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି SDPO ସନ୍ଧ୍ୟାରାଣୀ ବେହୁରା ।

    ବାସ୍ତବରେ ଘଟଣାଟି ହେଉଛି ଗତ ୧୮ ତାରିଖ ରାତିର । ଡାକ୍ତର ବଂଶୀଧର ମହାପାତ୍ରଙ୍କ ପରିବାର ଲୋକେ ସେଦିନ ଘରେ ଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ଘରେ ପଶି ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହାପରେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେବା ସହିତ ଡାକ୍ତରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚିବାରୁ ଲୁଟେରା ମାନେ ଖସିପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ଗ୍ରାମବାସୀ । ପରେ ଏହି ରାକେଟକୁ ଗିରଫ କରିଛି ପୋଲିସ । ଏହି ରାକେଟର ଚେର ଆହୁରି ଅନେକ ବାଟ ଲମ୍ବିଥିବା ନେଇ ସୂଚନା ଦେଇଛି ପୋଲିସ ।

  • ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବିଦ୍ୟୁତ୍ କଟିବା ଘଟଣା, ପ୍ରତିବାଦରେ ବନ୍ଦ ପାଳନ

    ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବିଦ୍ୟୁତ୍ କଟିବା ଘଟଣା, ପ୍ରତିବାଦରେ ବନ୍ଦ ପାଳନ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ବେଳେ ୯ ମିନିଟ୍ ବିଦ୍ୟୁତ୍ କଟିଯାଇଥିଲା । ଅନ୍ଧାରରେ ନିଜ ଅଭିଭାଷଣ ଜାରି ରଖିଥିଲେ ରାଷ୍ଟ୍ରପତି । ହେଲେ ଏଯାଏ କୌଣସି ପଦକ୍ଷେପ ନିଆଗଲାନି ଯାହା ଅତ୍ୟନ୍ତ ଲାଜର ବିଷୟ । ଏହାର ପ୍ରତିବାଦରେ ଆଜି ରାଇରଙ୍ଗପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି ।

    ବନ୍ଦ ପାଳନ ଯୋଗୁଁ ବସ୍, ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସରକାରୀ କାର୍ଯ୍ୟାଳୟ, ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି । ଏଥିରେ ପଶ୍ଚିମ ମୟୂରଭଞ୍ଜ ବିଜେପି ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ବିଜେପି ନେତା ମନୋରଞ୍ଜନ ମହାନ୍ତି,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ସାଂସଦ ପ୍ରତିନିଧି ବରୁଣ ଦେ, ସଂଜୟ ନାୟକ, ନାରୀନେତ୍ରୀ ମିଥିଳା ଟୁଡୁ, ମିନତୀ ବଶା ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

    ଗତ ୪ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେଉଥିବା ବେଳେ ୯ ମିନିଟ୍ ଯାଏ ବିଦ୍ୟୁତ୍ କଟିଯାଇଥିଲା । ଏହାର କୌଣସି ବ୍ୟବସ୍ଥା କରାଯାଇନଥିଲା । ଅନ୍ଧାରରେ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଯାହା ଅପମାନର ବିଷୟ । ଏଥିପାଇଁ କେହି ବି ଅନୁତାପ କଲେନି କି କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି । ତେଣୁ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଶାନ୍ତିଶୃଙ୍ଖଳାର ସହ ବନ୍ଦ ପାଳନ କରାଯାଇଛି ।

    ଏଭଳି ବନ୍ଦ ପାଳନକୁ ସମର୍ଥନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ । ରାଷ୍ଚ୍ରପତିଙ୍କୁ ଅପମାନିତ ପରେ ଏଯାଏ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେନି । କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ନିରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ସରକାର । ତେଣୁ କାର୍ଯ୍ୟାନୁଷ୍ଠାନରେ ପ୍ରତିବାଦରେ ହୋଇଥିବା ବନ୍ଦ ପାଳନକୁ ମୁଁ ସମର୍ଥନ ଜଣାଉଛି ବୋଲି କହିଛନ୍ତି ସୁର ରାଉତରାୟ ।

  • ରାସ୍ତା ପାଇଁ ହନ୍ତସନ୍ତ ୪୦ ହଜାର ଲୋକ, ପ୍ରଶାସନ ସବୁ ଦେଖି ଚୁପ୍ ବସିଯାଇଛି

    ରାସ୍ତା ପାଇଁ ହନ୍ତସନ୍ତ ୪୦ ହଜାର ଲୋକ, ପ୍ରଶାସନ ସବୁ ଦେଖି ଚୁପ୍ ବସିଯାଇଛି

    କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଅନ୍ୟତମ ଜୀବନରେଖା ହେଉଛି ରାଜନଗର-ତାଳଚୁଆ ପୂର୍ତ୍ତ ବିଭାଗ ରାସ୍ତା । ଏହି ରାସ୍ତାର ନଳିତାପାଟିଆ ଠାରୁ ତାଳଚୁଆ ପ୍ରଯ୍ୟନ୍ତ ପ୍ରାୟ ୧୨ କି.ମି ୪୫୦ ମିଟର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ରାସ୍ତା ର୍ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ହେଲେ ଆଜି ବି ଏହି ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରତିଦିନ ଶହ ଶହ ଗାଡିମୋଟର ଯିବା ଆସିବା କରୁଛି । ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଖମା ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି ଆଉ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି ।

    ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୭ ମସିହାରେ ୬ କୋଟିରୁ ଉଦ୍ଧ୍ବ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା । ନିର୍ମାଣ ସରିବାର ମାସଟିଏ ନପୁରୁଣୁ ଏହି ରାସ୍ତା ତାଡି ହୋଇଯାଇଥିଲା । ୬ ବର୍ଷ ପୂରିବାକୁ ବସିଥିଲେ ମଧ୍ୟ ରାସ୍ତା ନିର୍ମାଣ ଶେଷ ନହେବାରୁ ୨ ରୁ ୩ ଫୁଟ ଖାଲ ହୋଇଯାଇଛି, ଯାହା ଅସରାଏ ବର୍ଷା ହେଲେ ଗାଡିଆର ଭ୍ରମ ସୃଷ୍ଟିକରୁଛି । ଏହି ରସ୍ତା ଉପରେ ଖମାରସାହି, ଡାଙ୍ଗମାଳ, କୃଷ୍ଣନଗର, ତାଳଚୁଆ, ବାଘମାରୀ, ରଙ୍ଗଣୀ ଓ କେରୁଆଁପାଳ ପଚାଂୟତର ୪୦ ହଜାରରୁ ଉଦ୍ଧ୍ୱ ଲୋକ ନିର୍ଭର କରିଥାନ୍ତି । ଏଭଳି ଏକ ସମ୍ବେଦନଶୀଳ ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ କୋଟିକୋଟି ଟଙ୍କାର କାମ କରିଥିଲେ ମଧ୍ୟ ଏହି ରାସ୍ତାରେ ବସ କିମ୍ବା ଟ୍ରକ ଯିବା ତ ଦୂରର କଥା, ବାଇକଟିଏ ଯିବା କଷ୍ଟକର ହୋଇପଡୁଛି । ମେଡିକାଲକୁ ଆମ୍ବୁଲାନ୍ସ ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ବେଳେ ଏହି ରାସ୍ତାରେ ଫସି ଯାଉଛି । କେବଳ ଆମ୍ବୁଲାନ୍ସ ନୁହେଁ, ଅନେକ ସମୟରେ ଯାତ୍ରୀ ବାହୀ ବସ ମଧ୍ୟ ଏହି ରାସ୍ତାରେ ଫସି ଯାଇଥିବା ଦେଖିବାକୁ ମିଳିଛି ।

    ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଇଛି । ଗର୍ଭବତୀ ହେଉ କିମ୍ବା ଗୁରୁତର ରୋଗୀ ଡାଙ୍ଗମାଳ ପର୍ଯ୍ୟନ୍ତ ନିଜ ଚେଷ୍ଟାରେ ଆସିବା ପରେ ଆମ୍ବୁଲାନ୍ସ ସେବା ପାଇବ । ଅପରପକ୍ଷେ ଡାଙ୍ଗମାଳ ଠାରୁ ଡାଲଖାଇ ଛକ ଜଙ୍ଗଲ ପାଶ୍ୱ ର୍ପୂର୍ତ୍ତ ବିଭାଗ ରାସ୍ତା ଅବସ୍ଥା କହିଲେ ନସରେ । ମରାମତି ନାମରେ ବିଭାଗ ଲକ୍ଷାଧିକ ଟଙ୍କା ଚଳୁ କରିଦେଇଛି । ବିଭାଗ ଏହି ରାସ୍ତାର ମରାମତି ନାମରେ ଦୁଇଟି ପର୍ଯ୍ୟାୟରେ ୬୫ ଲକ୍ଷ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଏହି ୭ଟି ପଚାଂୟତର ଲୋକେ ରାସ୍ତାର ଦୂରାବସ୍ଥା ନେଇ ବାରମ୍ବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଛାତ୍ର ଛାତ୍ରୀ ମାନେ ମଧ୍ୟ ଉଚ୍ଚଶିକ୍ଷାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛନ୍ତି ।

    ବ୍ଲକ ସଦର ମହକୁମା ଠାରୁ ୪୦କି.ମି ଦୂରରେ ଥିବା ଏହି ଅଂଚଳରେ ସାମୁଦ୍ରୀକ ଥାନା ଗ୍ରାମ୍ୟ ବ୍ୟାଙ୍କ ଓ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ବେଳେ ରାଜନଗର ବ୍ଲକ ତହସିଲ, କଲେଜ ଓ ଜିଲ୍ଲା ସଦର ମହକୁମାକୁ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଏହି ରାସ୍ତା ଅବସ୍ଥା ନସୁଧାରିଲେ, ସଦର ମହକୁମାଠାରୁ ଏହି ଗାଁ ଗୁଡିକ ଆଗାମୀ ଦିନରେ ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି ହେଉଛି । ଅପର ପକ୍ଷରେ ଗମନା ଗମନରେ ଏପରି ଅସୁବିଧା ହେଉଥିବାରୁ ସେମାନେ ବିକଳ୍ପ ଭାବରେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ଭଦ୍ରକ ଜିଲ୍ଲା ଉପରେ ଅଧିକ ନିର୍ଭର କରୁଥିବା ଜଣାପଡିଛି । ଏନେଇ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ପଚାରିବାରୁ ରାସ୍ତାର ଶୋଚନୀୟ ଅବସ୍ଥା ସ୍ୱୀକାର କରିବା ସହ, ଟେଣ୍ଡର ସରିଛି ଖୁବଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି । ହେଲେ ଲୋକଙ୍କ ଭିତରେ ସେହି ଗୋଟିଏ ପ୍ରଶ୍ନ, ଆମ ପ୍ରତିଶୃତି ସବୁବେଳେ ମିଳୁଛି କିନ୍ତୁ ଫଳ କିଛି ମିଳୁନି ।

  • ଗାଇସିଲଟ ଥାନାଧିକାରୀଙ୍କ ଅଫିସ ସହ ୪ ସ୍ଥାନରେ ଭିଜିଲାନ୍ସ ରେଡ

    ଗାଇସିଲଟ ଥାନାଧିକାରୀଙ୍କ ଅଫିସ ସହ ୪ ସ୍ଥାନରେ ଭିଜିଲାନ୍ସ ରେଡ

    ବରଗଡ ଜିଲ୍ଲା ଗାଇସିଲଟ ଥାନାରେ ଭିଜିଲାନ୍ସ ଟିମ। ଥାନାଧିକାରୀଙ୍କ ଦୁର୍ନୀତିରେ ଲିପ୍ତ ଅଭିଯୋଗ ଆଧାରରେ ଭିଜିଲାନ୍ସ ଗାଇସିଲଟ ଥାନାରେ ପହଞ୍ଚି ଛାନଭିନ କରିବା ସହ ଥାନାଧିକାରୀଙ୍କ ବାସ ଭବନ ପରି ୪ଟି ସ୍ଥାନରେ ମଧ୍ୟ ରେଡ କରୁଛି। ଗାଇସିଲଟ ଥାନାର ଇନଚାର୍ଜ ବୀରବର ଭଗତ ଏବେ ଅଡୁଆରେ। ସମ୍ବଲପୁର ଭିଜିଲାନ୍ସ କୋର୍ଟର ସ୍ପେସାଲ ଜଜଙ୍କ ଦ୍ୱାରା ଜାରି ୱାରେଣ୍ଟ ଆଧାରରେ ଏହି ସର୍ଚ୍ଚ ଚାଲିଥିବା ରାଜ୍ୟ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

    ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ବହି ଅଭିଯୋଗ ହେଇଥିଲା ଭିଜିଲାନ୍ସ ନିକଟରେ। ଏହି ଅଭିଯୋଗ ଆଧାରରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଆଜି ବଡି ଭୋରୁ ଭଗତଙ୍କ କାର୍ଯ୍ୟାଳୟ ସହ ଗାଇସିଲଟରେ ଥିବା ଘର ସହ ଅତାବିରାର ଟାଙ୍ଗରପାଲି ତଥା ସମ୍ବଲପୁରରେ ଥିବା ଘର ଉପରେ ଚଢାଉ କରିଛି। ଏହି ଚଢାଉରେ ସମ୍ୱଲପୁର, ବରଗଡ ଓ ସୋନପୁରର ଭିଜିସାନ୍ସ ଟିମ ନିୟୋଜିତ ଥିବା ବେଳେ ଟିମରେ ୨ ଡିଏସପି, ୭ ଇନସ୍ପେକ୍ଟର, ୨ ଏଏସଆଇ ଓ ଅନ୍ୟ କର୍ମଚାରୀ ରହିଛନ୍ତି।  

    ଏଠାରେ କହି ରଖୁ କି ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭିଜିଲାନ୍ସ ବିଭାଗ ଆକ୍ଚିଭ ରହିଛି। ଗତକାଲି ଏହି କ୍ରମରେ ବୀରମହାରାଜପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର କନିଷ୍ଠ ସହକାରୀ ଗୋଲକ ବିହାରୀ ପୋଢଙ୍କୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ। ସେହିପରି ଗତ ୧୮ ତାରିଖରେ ଭୁବନେଶ୍ୱର  ଖାଦ୍ୟ ସୁରକ୍ଷା କମିଶନର ବିଭାଗୀୟ ଅଧିକାରୀ ଗିରିଜା ଶଙ୍କର ଦାସ ଏକ ଔଷଧ ଦୋକାନର ଫାର୍ମାସିଷ୍ଟଙ୍କ ନାମ ପରିବର୍ତ୍ତନ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ସେହିଦିନ ଭଞ୍ଜନଗର ଆଡିସିନାଲ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ  ସାହୁଙ୍କୁ ଏକ ଡିଏ କେଶରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

    ମେ ୧୭ରେ ଅରୁଣ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ , ବେଗୁନିଆପଡା ବ୍ଲକ , ଗଞ୍ଜାମ ଜଣେ ଅଭିଯୋଗକାରୀଙ୍କଠାରୁ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁରୀ ପାଇଁ ତାଙ୍କର ତଥା ଅନ୍ୟାନ୍ୟ ଯୋଗ୍ୟ ଆବେଦନକାରୀଙ୍କ ସପକ୍ଷରେ ଅନୁସନ୍ଧାନ ରିପୋର୍ଟ ଦେବା ନିମନ୍ତେ ₹୬,୦୦୦ ଟଙ୍କା ଲାଞ୍ଚନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରିଥିଲା।