Category: ଜିଲ୍ଲା

  • ଜଙ୍ଗଲରୁ ୮୫ ବସ୍ତା ଗଞ୍ଜେଇ ଜବତ, ଚମ୍ପଟ ମାରିଲେ ଅଭିଯୁକ୍ତ

    ଜଙ୍ଗଲରୁ ୮୫ ବସ୍ତା ଗଞ୍ଜେଇ ଜବତ, ଚମ୍ପଟ ମାରିଲେ ଅଭିଯୁକ୍ତ

    ଚିତ୍ରକୋଣ୍ଡା ପୋଲିସକୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଜଙ୍ଗଲରେ ଚୋରା ଚାଲାଣ ନିମନ୍ତେ ରଖାଯାଇଥିବା ଗଞ୍ଜେଇ ଏବେ ପୋଲିସ ହାତରେ ଲାଗିଛି ।

    ଚିତ୍ରକୋଣ୍ଡା ବ୍ଲକ୍ ବଡ଼ପଦର ପଞ୍ଚାୟତ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ବିଳମ୍ବ ନକରି ତୁରନ୍ତ ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ବଡ଼ପଦର ପଞ୍ଚାୟତର ସଙ୍ଗମାଗୁଡ଼ା ଗାଁ ନିକଟ ଜଙ୍ଗଲରେ ଚଢ଼ାଉ କରିଥିଲା । ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚୋରା ଚାଲାଣକାରୀ ଚମ୍ପଟ ମାରିଥିଲେ । ଅନ୍ଧାରର ସୁଯୋଗ ନେଇ ସେମାନେ ଫେରାର୍ ହୋଇଥିବା ବେଳେ ସବୁ ଗଞ୍ଜେଇ ଜବତ କରିଥିଲା ପୋଲିସ ।

    ଘଟଣାସ୍ଥଳରୁ ୮୫ଟି ବସ୍ତାରେ ଭର୍ତ୍ତି ହୋଇ ରହିଥିବା ଗଞ୍ଜେଇ ଜବତ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲା ପୋଲିସ । ଏହାର ଓଜନ ରହିଛି ୨ ଟନ୍ ୧୫୨ କେଜି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟି ୧୫ ଲକ୍ଷ ହେବ । ଘଟଣାରେ କୌଣସି ଅଭିଯୁକ୍ତ ଧରାପଡ଼ି ନାହାଁନ୍ତି । ପୋଲିସ ପହଞ୍ଚିବା ପୂର୍ବରୁ ଚୋରା ଚାଲାଣକାରୀ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର୍ ହୋଇଯାଇଛନ୍ତି । ଏତେ ପରିମାଣର ଗଞ୍ଜେଇ କେଉଁଠି ଆସିଲା, କାହାର ସଂପୃକ୍ତି ସେ ନେଇ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିଯିବ ବୋଲି ପୋଲିସ କହିଛି ।

  • ୧୦୬ କେଜିର ଗଞ୍ଜେଇ ଜବତ, ୨ ଗିରଫ

    ୧୦୬ କେଜିର ଗଞ୍ଜେଇ ଜବତ, ୨ ଗିରଫ

    ଗୁଇନ୍ଦା ସୂଚନା ଆଧାରରେ ଭୁବନେଶ୍ୱର ଏସଟିଏଫ ନୟାଗଡ ପୋଲିସ ସହାୟତାରେ ଦୁଇ ଜଣଙ୍କୁ କାବୁ କରିନେଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ସେମାନଙ୍କ ଠାରୁ ଏକ ଇନୋଭା କାର ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଦୁହିଁଙ୍କ ଘର କନ୍ଧମାଳ ଜିଲ୍ଳାରେ। ଏନେଇ ଏସଟିଏଫ ଇଟାମିଟି ଥାନାରେ ଏନଡିପିଏସର ଧାରା ୧୯୮୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

    ସୂଚନାକ ମୁତାବକ, ଏସଟିଏଫକୁ ଗୁଇନ୍ଦା ସୂଚନା ମିଳିଥିଲା କି, ନୟାଗଡରେ ବେଆଇନ ଗଞ୍ଜେଇ କାରବାର ହେଉଛି। ଏହାପରେ ଏସଟିଏଫ ନ଼ୟାଗଡ ଇଟାମାଟି ଥାନା ସହ ଯୋଗାଯୋଗ କରିବ। ସହ ରେଡ କରି କନ୍ଧମାଳ ଜିଲ୍ଲାର ଦୁଇ ଗଞ୍ଜେଇ  ଚାଲାଣକାରୀଙ୍କୁ କାବୁ କରି ନେଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଫିରିଙ୍ଗିଆର ୨୯ ବର୍ଷୀୟ ଯୁଗଳ ନାୟକ ହୋଇଥିବା ବେଳେ ଅନ୍ୟଜଣେ ୨୪ ବର୍ଷୀୟ ରଞ୍ଜିତ ଭୋଇ। ଉଭୟ ଏକ ଇନୋଭା କରରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କାର ଯାଞ୍ଚ କରି ୧୦୬ କେଜିର ଗଞ୍ଜେଇ ଠାବ କରିଥିଲା।

    ୨୦୨୦ରୁ ଏସଟିଏଫ ଆରମ୍ଭ କରିଥିବା ସ୍ପେସାଲ ଡ୍ରାଇଭରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୯କେଜି ବ୍ରାଉନ ସୁଗାର/ହେରୋଇନ, ୨୦୨ କେଜି କୋକିନ, ୧୧୪ରୁ ଅଧିକ କିଲୋର ଗଞ୍ଜେଇ, ୭୫୦ ଗ୍ରାମର ଅଫିମ ଜବତ କରିବା ସହ ୧୭୧ ଡ୍ରଗ ବେପାରୀଙ୍କୁ ଗିରଫ କରିଛି।

  • ବରଯାତ୍ରୀ ଵୋଲରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

    ବରଯାତ୍ରୀ ଵୋଲରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

    ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅଧିନରେ ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ବାଦାମ ପାହାଡ ସସୁଲାଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ବ୍ଳକର କୁସୁମୀ ଗ୍ରାମସନ୍ନିକଟ ପୁରୁଣିଆ ଗ୍ରାମ ଶ୍ଶଶାନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୩ଟାରେ ଏକ ବୋଲେରୋ ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ ଖାଲରେ ଓଲଟିପଡିଥିଲା। ଜନୈକ ବରଯାତ୍ରୀ  ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଉଛନ୍ତି ୨୮ ବର୍ଷୀୟ ସଂଜୟ ଚୌଧୁରୀ। ପୋଲିସ ମୃତଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ  ଶବକୁ ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଛେଦ ପାଇଁ ପଠାଇଛି ।

     ସୂଚନା ଆନୁଯାୟୀ, କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରୁ ଵରଯାତ୍ରୀ ଦଳ କୁସୁମୀ ଗ୍ରାମକୁ ଯାଇ ବାହାଘର ଉତ୍ସବରେ ଯୋଗଦେଇଥିଲେ। ବିବାହ ଭୋଜି ଖାଇ ଫେରୁଥିବା ବେଳେ ପୁରୁଣିଆ ଶ୍ମଶାନ ପାଖ ରାସ୍ତାରେ ବୋଲେରୋ ଡ୍ରାଇଭର ଗାଡି ଉପରୁ  ଭାରସାମ୍ୟ ହରାଇ ବସିଥିଲେ ଓ ଗାଡି ଖାଲରେ ଖସିପଡିଥିଲା।  ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ପୋଲିସ ।

  • ‘ଶିଶୁ ଜୀବନରେ ଖେଳକୁଦର ରହିଛି ବିଶେଷ ମହତ୍ୱ’

    ‘ଶିଶୁ ଜୀବନରେ ଖେଳକୁଦର ରହିଛି ବିଶେଷ ମହତ୍ୱ’

    ଶିଶୁର ମାନସିକ ଓ ଶାରୀରିକ ବିକାଶରେ ଯେପରି କିଛି ଅଭାବ ପରିଲିକ୍ଷିତ ନ ହେବ ସେଥିପାଇଁ ଗ୍ରାମାଞ୍ଚଳଗୁଡିକରେ ଚାଇଡ଼ ଫଣ୍ଡ ପକ୍ଷରୁ ନିଆଯାଇଛି ବିଶେଷ ପଦକ୍ଷେପ। ଶିଶୁର ଶାରୀରିକ ଓ ମାନସିକ ବିକାଶ ସହ ସୁରକ୍ଷା କ୍ଷେତ୍ରରେ ଖେଳକୁଦର ବିଶେଷ ଗୁରୁତ୍ୱ ରହିଛି।  ଏହି କଥାକୁ ଅଭିଭାବକଙ୍କୁ ବୁଝାଇବା ସହ ଶିଶୁ ମାନସିକତା ସହ ଖେଳକୁଦର ଆବଶ୍ୟକତାକୁ ନେଇ ଜମ୍ବୁ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

    କାର୍ଯ୍ୟକ୍ରମରେ ଭାଗନେଇଥିବା ଅତିଥିମାନେ ନିଜ ନିଜ ମତ ପୋଷଣ ପୂର୍ବକ କହିଛନ୍ତି କି, ଯେଉଁ ବୟସରେ ଶିଶୁଟି ନିଜର ସାଙ୍ଗ ସାଥି ଗହଣାରେ ହସିଖେଳି ନିଜର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରିବା କଥା ସେହି ବୟସରେ ବାପା ମାମାନେ ଅଯଥାରେ ଶିଶୁ ଉପରେ ଲଦିଦେଉଛନ୍ତି ପାଠ ପଢ଼ାର ବୋଝ। ଫଳରେ ଶଶୁଟିଏ ନିଜର ଶୈଶବକୁ ଭୁଲି ଯାଉଛି। ଏହା ଭବିଷ୍ୟତ ଜୀବନରେ ଶିଶୁ ପାଇଁ ଘାତକ ହୋଇଥାଏ। ତେଣୁ ବୟସ ଅନୁଯାୟୀ ସେମାନଙ୍କୁ ଖେଳକୁଦ ଓ ପାଠ ପଢାଇବା ଆବଶ୍ୟକ।   

    ଖେଳ, ସଂଗୀତ, କଳା କୌଶଳ ମାଧ୍ୟମରେ କିପରି ସେମାନେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସହାୟତା କରିପାରିବେ ସେ ବିଷୟରେ ଶିକ୍ଷାଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ଅତିଥିମାନେ। ଏଥିସହ ବାଲ୍ୟ ବିବାହ ପରି କୁପ୍ରଥାର ପ୍ରଚଳନ ବନ୍ଦ କରିବାକୁ ମତ ପୋଷଣ କରିଥିଲେ ଅତିଥିଗଣ। ଏହି ଅବସରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଚିତ୍ତାକର୍ଷକ ନାଚ ଗୀତ ପରିବେଷଣ କରାଯାଇଛି।

  • ପରକିୟା ପ୍ରୀତି ପାଇଁ ପାଷାଣ୍ଡ ସ୍ୱାମୀ ସାଜିଲା ପିଶାଚ

    ପରକିୟା ପ୍ରୀତି ପାଇଁ ପାଷାଣ୍ଡ ସ୍ୱାମୀ ସାଜିଲା ପିଶାଚ

    ଯାହା ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥି କରିଥିଲା, ଆଉ ସାରା ଜୀବନ ଏକାଠି ସୁଖରେ ଘର ସଂସାର କରିବାକୁ ସ୍ୱପ୍ନ ଦେଖାଇଥିଲା, ସେହି ପାଷାଣ୍ଡ ସ୍ୱାମୀ ନିଜ ହାତରେ ଆଜି ନିଜର ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜମ୍ୱୁ ସାମୁଦ୍ରିକ ଥାନାରେ ସ୍ତ୍ରୀଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚହଳ ଖେଳିଯାଇଛି।

    କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଜମ୍ବୁ ଗାଁର  ମାନସ ସୁରଙ୍କୁ  ତନ୍ତୀଆ ପାଳ ସାମୁଦ୍ରିକ ଥାନା ଅଧୀନ କଂସାର ବଡ଼ ଦାଣ୍ଡୁଆ ଗାଁର ଉମାକାନ୍ତ ଗିରିଙ୍କ ଝିଅ କଳ୍ପନା ଗିରିକୁ ୨୦୨୦ ମସିହାରେ  ବୈଦିକ ମତେ ବିବାହ କାରିଥିଲେ।  ବିବାହ ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ  ହସ ଖୁସିରେ ଚାଲୁଥିଲା। କଳ୍ପନାଙ୍କ ଆଖିରେ ଆଖିଏ ସ୍ୱପ୍ନ ଭରିଦେଇଥିଲେ ମାନସ। କିନ୍ତୁ ଏହି ସୁଖ ଥିଲା ସ୍ୱଳ୍ପ। ବିବାହର ଏକ ବର୍ଷ ପରେ ପରିବାର ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା।  ଏଥିନେଇ ମାନସ, ସ୍ତ୍ରୀ କଳ୍ପନାକୁ ମାଡ଼ ପିଟି କରୁଥିଲେ ଓ କଳ୍ପନା ଉପରେ ଚାପ ପକାଉଥିଲେ କି, ତୁ ତୋ ବାପ ଘରକୁ ଯାଆ, ମୁଁ ଆଉ ଗୋଟେ ବିବାହ କରିବି। ଏନେଇ କଳ୍ପନା ନିଜ ବାପା ଓ ମାଙ୍କୁ ଫୋନ ଯୋଗେ ଜଣାଇଥିଲେ। ଏମିତିକି କଳ୍ପନାଙ୍କ ଘର ଲୋକଙ୍କ ପକ୍ଷରୁ ଗାଁ ଲୋକଙ୍କୁ ଜଣାଯାଇଥିଲା ଓ ନ୍ୟାୟ ନିଶାପ ବସିଥିଲା। ଭଲଲୋକିଙ୍କ ହସ୍ତକ୍ଷେପ ପରେ ସବୁ ଠିକ ହେବ, ଆଉ କଳ୍ପନାଙ୍କୁ ମାଡପିଟ ହେବ ନାହିଁ ବୋଲି ମାନସଙ୍କ ପରିବାର ପକ୍ଷରୁ ଆଶ୍ୱସ୍ତ କରାଯାଇଥିଲା। କିନ୍ତୁ ଗତ ରାତିରେ କଳ୍ପନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି।   

    ଏବେ କଳ୍ପନାଙ୍କ ସନ୍ଦେହଜନକ ମୃତ୍ୟୁ ପରେ କଳ୍ପନାଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ମାନସ ଅନ୍ୟ ମହିଳାଙ୍କ ସହିତ ସଂପର୍କ ରଖିଥିଲେ ଓ ସେହି ମହିଳାଙ୍କୁ ବିବାହ କରିବାକୁ କଳ୍ପନାଙ୍କୁ ଗତ କାଲି ରାତିରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ମାନସକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।

  • ପଟ୍ଟାମୁଣ୍ଡାଇ: ମକା ପାଉଡର ବଦଳରେ ପକୁଡ଼ିରେ ମିଶିଲା ଗାମାକ୍ସିନ,୩ ଗୁରୁତର

    ପଟ୍ଟାମୁଣ୍ଡାଇ: ମକା ପାଉଡର ବଦଳରେ ପକୁଡ଼ିରେ ମିଶିଲା ଗାମାକ୍ସିନ,୩ ଗୁରୁତର

    କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପାଲସିଂହା ଗାଁରେ ଅଭାବନୀୟ ଘଟଣା । ପକୁଡ଼ି ଖାଇ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।
    ସୂଚନା ଅନୁସାରେ ପାଲସିଂହା ଗାଁର ଭାସ୍କର ସାହୁ ଓ ସ୍ତ୍ରୀ ସାବିତ୍ରୀ ପକୁଡ଼ି ଛାଣୁଥିଲେ । ହେଲେ ସେମାନେ ମକା ପାଉଡର ଭାବି ଗାମାକ୍ସିନ ମିଶାଇଥିଲେ । ପକୁଡ଼ି ଛାଣି ଖାଇବା ପରେ ଦମ୍ପତିଙ୍କ ସମେତ ପୁଅ ରାଜକିଶୋର ମଧ୍ୟ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ହସ୍ପିଟାଲ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ମେଡିକାଲରେ ସେମାନଙ୍କ ଚିକିତ୍ସା ଜାରି ଥିବାବେଳେ ସ୍ଥିତିରେ ସୁଧାର ଆସିଥିବା ଜଣାପଡ଼ିଛି ।

    ସାମାନ୍ୟ ଅସାବଧାନତା ଯୋଗୁଁ ଗୋଟିଏ ପରିବାରର ୩ ଜଣ ଏବେ ମେଡିକାଲରେ । ଖାଇବା ଜିନିଷରେ ମିଶିଗଲା ଗାମାକ୍ସିନ ଯାହା ନିହାତି ଶରୀର ପାଇଁ ବିଷାକ୍ତ । ତେଣୁ ଏଭଳି ସ୍ଥିତିରେ ସର୍ବଦା ସାବଧାନତା ଅବଲମ୍ବନ କରିବାକୁ ହେବ । ନଚେତ କେତେବେଳେ ବି କାହାର ଜୀବନ ଚାଲିଯାଇପାରେ । ଭାସ୍କର ଏବଂ ତାଙ୍କ ପତ୍ନୀ ପକୁଡ଼ି ଛାଣୁଥିବା ବେଳେ ଏଭଳି ଅଘଟଣ ଘଟିଗଲା । ଏବେ ସେମାନେ କିପରି ସୁସ୍ଥ ହୋଇ ଘରକୁ ଫେରିବେ ସେ ନେଇ ସମସ୍ତଙ୍କ ଚିନ୍ତା ।

  • ବେଆଇନ କରତକଳ ଉପରେ ବନ ବିଭାଗର ଚଢ଼ାଉ

    ବେଆଇନ କରତକଳ ଉପରେ ବନ ବିଭାଗର ଚଢ଼ାଉ

    ଦିନକୁ ଦିନ ବେଆଇନ କଳକାରଖାନା ବଢିଚାଲିଛି । ହେଲେ ପ୍ରଶାସନ ତାହାର କୌଣସି ଟେର୍ ପାଉନି । ଆଉ ଏବେ କେନ୍ଦ୍ରାପଡା ଜିଲ୍ଲା ପାଲଟିଛି ବେଆଇନ କାରଖାନାର ଚରାଭୂଇଁ । ଆଜି କେନ୍ଦ୍ରାପଡା ରାଜନଗର ବନବିଭାଗକୁ ମିଳିଛି ଏକ ବଡ ସଫଳତା । ପଟ୍ଟାମୁଣ୍ଡାଇ ଡାମରପୁର ଠାରେ ଚାଲିଥିବା ବେଆଇନ କରତକଳ ଉପରେ ରାଜନଗର ବନବିଭାଗ ଅତର୍କିତ ଭାବେ ଚଢ଼ାଉ କରିଥିଲା ।

    ଏହି ଚଢାଉରେ ମୂଲ୍ୟବାନ କାଠ ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରିଛି ବନବିଭାଗ । ଦୀର୍ଘଦିନ ଧରି ସେଠାରେ କରତ କଳ ଚାଲିଥିବା ବନବିଭାଗ ଇନପୁଟ ପାଇଥିଲା । ଏହାପରେ ପୂର୍ବ ଯୋଜନା ମୁତାବକ, ବନବିଭାଗ ଚଢ଼ାଉ କରିଥିଲା । ଗତ ସପ୍ତାହରେ ଆଳିରେ ମଧ୍ୟ ଏକ କରତକଳ ଉପରେ ଚଢ଼ାଉ କରିଥିଲା ରାଜନଗର ବନବିଭାଗ ।

  • ବେଆଇନ୍ ମାଟି ଖୋଳାକୁ ନେଇ ପର୍ଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

    ବେଆଇନ୍ ମାଟି ଖୋଳାକୁ ନେଇ ପର୍ଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

    ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ଅଭିଯୋଗ ହୋଇଛି । ତହସିଲଦାରଙ୍କୁ ଜେସିବି ଚଢ଼ାଇ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

    ସୂଚନା ଅନୁସାରେ ପଥରଖମ୍ବ ଗାଁ ନିକଟରେ ବେଆଇନ୍ ମାଟି ଖୋଳା ଯାଉଥିଲା । ସରକାରୀ ଜମିରୁ ଜେସିବି ମାଧ୍ୟମରେ ମାଟି ଖୋଳା ଯାଉଥିବାକୁ ନେଇ ଚଢ଼ାଉ କରିଥିଲେ ତହସିଲଦାର ଶୁଭ୍ର ପଟେଲ । ଘଟଣାସ୍ଥଳରେ ପହଞ୍ଚି ମାଟି ଉଠାଉଥିବା ବେଳେ ନିଜ ମୋବାଇଲରେ ଫଟୋ ମଧ୍ୟ ଉଠାଇଥିଲେ । ମୋବାଇଲରେ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। । ମାଡ଼ ମାରିବା ସହ ମରଣାନ୍ତ୍ରକ ଆକ୍ରମଣ କରିଥିଲେ ।

    ତେବେ ଆକ୍ରମଣ ପରେ ଗୁରୁତର ହୋଇଥିଲେ ତହସିଲଦାର । ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ରାଜସ୍ବ ନିରୀକ୍ଷକ ଆଲୋକ କୁମାର ଲେଙ୍କା ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଖବର ମିଳିଛି । ଗୁରୁତର ତହସିଲଦାରଙ୍କୁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାଫିଆ ଗ୍ୟାଙ୍ଗରେ ୮ରୁ ୧୦ ଜଣ ସାମିଲ ଥିବା ନେଇ ସୂଚନା ମିଳିଛି ।

    ଏହି ଘଟଣା ପରେ ଖବର ପାଇ ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ମେଡିକାଲ ଯାଇଥିଲେ । କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମଧ୍ୟ ମେଡିକାଲରେ ପହଞ୍ଚି ଗୁରୁତର ତହସିଲଦାରଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଘଟଣାସ୍ଥଳ ଯାଇ ଗୋଟିଏ ଟ୍ରାକ୍ଟର ଜବତ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

  • ମୟୂରଭଞ୍ଜ: ଡାହାଣୀ ସନ୍ଦେହରେ ବୋହୂକୁ ତୀର ମାରିଲା ଶ୍ୱଶୁର

    ମୟୂରଭଞ୍ଜ: ଡାହାଣୀ ସନ୍ଦେହରେ ବୋହୂକୁ ତୀର ମାରିଲା ଶ୍ୱଶୁର

    ଏବେ ବି ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବସବାସ କରୁଛନ୍ତି ଲୋକେ । ମୁର୍ଖତାର ଶିକାର ହୋଇ ଲୋକେ ହତ୍ୟା ମଧ୍ୟ କରିବାକୁ ପଛାଉ ନାହାଁନ୍ତି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ଏହି ଅନ୍ଧବିଶ୍ୱାସର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଅନ୍ଧବିଶ୍ୱାସର ନେଇ ରହିଛି ଅନେକ କଠୋର ନିୟମ, ତଥାପି କେହି ତାହାକୁ ଖାତିର କରୁନାହାନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଫାଣ୍ଡି ଅନ୍ତର୍ଗତ ରାଧାନଗର ଗ୍ରାମରେ ।

    ସୂଚନା ଅନୁଯାୟୀ, ରାଧାନଗର ଗ୍ରାମର ସୁକୁରୁମୁଣୀ ପୂର୍ତ୍ତୀ ନାମକ ମହିଳା ସନ୍ଧ୍ୟା ସମୟରେ ସାପ୍ତାହିକ ହାଟରୁ ଘରକୁ ଫେରିବା ସମୟରେ ଫାଣ୍ଡି ନିକଟରେ ନିଜର କକାଶ୍ବଶୁର ଲଛମନ ପୂର୍ତ୍ତିଙ୍କ ତୀର ମାଡ଼ର ଶିକାର ହୋଇଥିଲେ । ତାଙ୍କର ତଳି ପେଟରେ ତୀର ପଶିଥିବା ବେଳେ ସେ ଗୁରୁତର ହୋଇଛନ୍ତି । ତୀର ବାଜିବାକ୍ଷଣି ସେ ଚିତ୍କାର କରିଥିଲେ । ଆଉ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନା ପଠାଇଥିଲେ ।

    ଅଭିଯୁକ୍ତ ଲଛମନ ପୂର୍ତି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ହେଲେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ତେବେ ଡାହାଣୀ ସନ୍ଦେହରେ‌ ଏହି ତୀର ମାଡ଼ କରାଯାଇଥିବା ପିଡିତ ମହିଳା ଗଣମାଧ୍ୟମକୁ କହିଛନ୍ତି । ହେଲେ ଲଛମନ ପୂର୍ତି ପାରିବାରିକ ଜମିବାଡି ମାମଲା ନେଇ ରାଗିଯାଇ ଏଭଳି କାଣ୍ଡ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛି ।

  • ମନ୍ତ୍ରୀ ନବଦାସ ହତ୍ୟା ମାମଲା, JMFCରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ

    ମନ୍ତ୍ରୀ ନବଦାସ ହତ୍ୟା ମାମଲା, JMFCରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ

    ବହୁଚର୍ଚ୍ଚିତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । କୋର୍ଟରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ମୁଖ୍ୟ ଆସାମୀ ତଥା ଅଭିଯୁକ୍ତ ASI ଗୋପାଳ ଦାସ ଏବେ ଜେଲରେ ଅଛି ।

    JMFC କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଛି । ପୂର୍ବ ଶତ୍ରୁତାରୁ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ । ଏହାକୁ ନିଜେ ସ୍ୱୀକାର କରିଛି ଅଭିଯୁକ୍ତ ଯାହା ଉଲ୍ଲେଖ ରହିଛି । ଗୋପାଳଙ୍କ ବିରୋଧରେ 302,307,27(1)ଆର୍ମସ ଆକ୍ଟ ଦଫା ଲାଗିଛି । ହତ୍ୟା ଘଟଣାର ୧୧୮ ଦିନରେ କ୍ରାଇମବ୍ରାଞ୍ଚ ଏହି ଚାର୍ଜସିଟ୍ ଦାଖଲ କରିଛି । ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ କେବେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରିବ ସେ ନେଇ ଅସ୍ପଷ୍ଚ ରହିଛି । ଆଜି ମାମଲାର ତଦନ୍ତକାରୀ ଅଧିକାରୀ ଡିଏସପି ରମେଶ ଦୋରାଙ୍କ ସମେତ ୩ ଜଣ ପହଞ୍ଚି ଜେଏମଏଫସିଙ୍କ ନିକଟରେ ଚାର୍ଜସିଟ ଦାଖଲ କରିଛନ୍ତି ।

    ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ । ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଗୁଜରାଟ ଗାନ୍ଧିନଗରସ୍ଥିତ ଫରେନସିକ୍ ଲ୍ୟାବରେ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମ ଯାଞ୍ଚ କରିବା ସହ ମାନସିକ ସ୍ଥିତିର ପରୀକ୍ଷା ମଧ୍ୟ କରିଥିଲେ।