Category: ଜିଲ୍ଲା

  • ଇର୍ଷାରେ ପୋଖରୀରେ ପକାଇଦେଲେ ବିଷ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ମୁଣ୍ଡରେ ଚଡକ

    ଇର୍ଷାରେ ପୋଖରୀରେ ପକାଇଦେଲେ ବିଷ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ମୁଣ୍ଡରେ ଚଡକ

    ପୋଖରୀରେ ଭାଶୁଛି କୁଢକୁଢ ମାଛ । ଲକ୍ଷ ଲକ୍ଷ ଟଙ୍କାର ମାଛ ମରିବା ଦ୍ବାରା ଚାଷୀଙ୍କୁ ଲାଗିଛି ଶକ୍ତ ଝଟକା । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ଗ୍ରାମରେ । ଯାହାକୁ ନେଇ ମହିଳା ଚାଷୀ ତଥା ସ୍ଥାନୀୟ ଲୋକେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।

    ନିଶ୍ଚିନ୍ତକୋଇଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଏହି ଗ୍ରାମରେ ଥିବା ବାଘୁଆ ପଦ୍ମ ପୋଖରୀକୁ ସେହି ଗାଁର ମା ବୁଢ଼ୀ ଜାଗୁଳାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଲାମ ନେଇ ମାଛ ଚାଷ କରିଥିଲେ । ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରି ସେମାନେ ମାଛ ଚାଷ କରିଥଲେ । ତେବେ ସେହି ଗାଁର କିଛି ବ୍ୟକ୍ତି ଇର୍ଷା ପରାୟଣ ହୋଇ ଏଭଳି ଅମାନୁଷିକ କାର୍ଯ୍ୟ କରିଛନ୍ତି । ରାତି ଅଧିଆ ପୋଖରୀରେ ବିଷ ପକାଇବା ଫଳରେ ମାଛ ସହ ବହୁ ଜଳଜୀବ ମଧ୍ୟ ମରି ଭାସୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଅଭିଯୋଗ କରିଛନ୍ତି । ଥାନାରେ ଏତେଲା ପରେ ନିଶ୍ଚିନ୍ତକୋଇଲି ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

  • ବିଜେପି ନେତାଙ୍କ ସ୍ବପ୍ନ ହେଲା ସାକାର, ମନସ୍କାମନା ପୂରଣ ପାଇଁ କଲେ ମହିମା ମେଳା

    ବିଜେପି ନେତାଙ୍କ ସ୍ବପ୍ନ ହେଲା ସାକାର, ମନସ୍କାମନା ପୂରଣ ପାଇଁ କଲେ ମହିମା ମେଳା

    କଟକ ମାହାଙ୍ଗା ଠାରେ ଚାଲିଛି ମହିମା ମେଳା । ବାଜା, ଘଣ୍ଟି ଆଉ ଶଙ୍ଖ ଧ୍ବନୀରେ ଫାଟିପଡୁଛି ପୂରା ପରିବେଶ । ଏହି ମେଳା କୌଣସି ସର୍ବସାଧାରଣ ମେଳା ନୁହେଁ ବରଂ ଜଣେ ବିଜେପି ନେତା ଏହାର ଆୟୋଜନ କରିଛନ୍ତି । ବାସ୍ତବରେ କଥା ହେଉଛି ବିଜେପି ନେତା ଶାରଦା ପ୍ରଧାନ ଏବେ ମହିମା ଆଲେଖଙ୍କ ଶରଣରେ । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ସେପଟେ ଶାରଦା କିନ୍ତୁ, କହିଛନ୍ତି ସେ ମହିମା ଆଶ୍ରିତ ଜଣେ ସାଧାରାଣ ଭକ୍ତ । ପିଲାଦିନୁ ଆଶ୍ରମକୁ ସନ୍ୟାସୀ ହୋଇ କିଛି ଦିନ ପଳେଇ ଯାଇଥିଲେ । ବହୁ ବର୍ଷ ହେଲାଣି ମନରେ ମେଳାଟିଏ କରିବାର ତାଙ୍କର ଆଗ୍ରହ ଥିଲା । ତେବେ ଏ ବର୍ଷ ମହିମା ଗୋସାଇଁଙ୍କ କୃପା ହେବାରୁ ଅଖଣ୍ଡ ବତୀ ମହିମା ମେଳା ହୋଇପାରିଛି । ଏଥିରେ ବିଶ୍ୱ କଲ୍ୟାଣ ସହ ମହାଙ୍ଗାବାସୀଙ୍କ କଲ୍ୟାଣ କାମନା ବିନା ତାଙ୍କର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଛନ୍ତି ।

    ମହିମା ଧର୍ମର ମୁଖ୍ୟ ବାବା ନିତ୍ୟାନନ୍ଦ ଦାସଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ମହିମା ସନ୍ୟାସୀ ଏହି ମେଳାରେ ଯୋଗଦେଇ ବ୍ରହ୍ମଧୁନି ଅଖଣ୍ଡ ଦୀପ ସ୍ଥାପନ କାରିଥିଲେ । ସନ୍ଧ୍ୟାର ସାମୁହିକ ପ୍ରସାଦ ସେବନରେ ମଧ୍ୟ ସନ୍ୟାସୀ ମାନଙ୍କ ସହ ଶାରଦା, ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମହିମା ଅନୁଗାମୀମାନେ ଯୋଗ ଦେଇଥିଲେ।

  • ପାଲା ଗାୟିକାଙ୍କୁ ନୃଶଂସ ହତ୍ୟା

    ପାଲା ଗାୟିକାଙ୍କୁ ନୃଶଂସ ହତ୍ୟା

    କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଧୀନ ବିନିଦା ଗ୍ରାମରେ ଘଟିଛି ନାରକୀୟକାଣ୍ଡ। ଜନୈକ ମହିଳା ପାଲା ଗାୟକଙ୍କୁ କେହି ଦୁର୍ବୃତ୍ତ ନୃଶଂସ ଭାବେ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। ମୃତ ପାଲା ଗାୟିକା ହେଲେ ଗ୍ରାମର  ସତ୍ୟଭାମା ସିଂ।  

    ବିନିଦା ଗ୍ରାମର ସତ୍ୟଭାମା ସ୍ଥାନୀୟ ଅଞ୍ଚଳରେ ଜଣେ ପାଲା ଗାୟିକା ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ସେ ପାଲା ଗୟକି ସହ ବିନିଦା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ଓ ବର୍ତ୍ତମାନର ବିଜେପି ମଣ୍ଡଳ ସଭାପତି ଦାୟିତ୍ୱରେ ଥିଲେ ।  ଗତକାଲି ବିଳମ୍ବିତ ରାତିରେ ସତ୍ୟଭାମାଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ  ସଦର ଏସଡିପିଓ, ପଣ୍ଡାପଡା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  ।

    ସୂଚନାଯୋଗ୍ୟ, ସତ୍ୟଭାମା ସିଂ ଅବିବାହିତ ଥିବା ବେଳେ ପାଲା ଗାୟିକା ଭାବେ ଜିଲ୍ଲାରେ ସୁନାମ ଅର୍ଜନ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପି ମଣ୍ଡଳ ସଭାପତି ହୋଇଥିଲେ। ଗତକାଲି ରାତିରେ ତାଙ୍କର ସନ୍ଦେହଜନକ ହତ୍ୟା ପରେ ତାଙ୍କ ସହଯୋଗୀ ପାଲା ଗାୟକଙ୍କୁ ସନ୍ଦେହ କରାଯାଉଛି। କାରଣ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଳହ ଲାଗି ରହିଥିଲା।

    ତେବେ ସତ୍ୟଭାମା ବିଜେପି ମଣ୍ଡଳ ଦାଇତ୍ୱରେ ଥିବାରୁ ବିଜେପି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ।  ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ  ସୃଷ୍ଟି କରିଛି ।

  • ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ବିଭିନ୍ନ ସ୍ଥାନରେ ରେଡ୍

    ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର, ବିଭିନ୍ନ ସ୍ଥାନରେ ରେଡ୍

    ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜମି କ୍ଷତିପୂରଣ ବାବଦରେ ୫୧୭୫୮୧୦ ଟଙ୍କା ଦେବାକୁ ଲାଞ୍ଚ ନେଉଥିଲେ ଚାଲ୍ସ ନାୟକ । ଏକକାଳୀନ ୪ଟି ସ୍ଥାନରେ କରଞ୍ଜିଆ ତହସିଲ ଅଫିସ,କରଞ୍ଜିଆସ୍ଥିତ କ୍ବାର୍ଟର୍ସ,ଭଦ୍ରକ ହସ୍ପିଟାଲ ନିକଟରେ ଥିବା ପୈତୃକ ଘର ଏବଂ କରଞ୍ଜିଆର ଛଡ଼େଇ ଭୋଲରେ ଭିଜିଲାନ୍ସ ରେଡ୍ କରିଛି ।

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ରେଡ୍ କରିଛି । ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେବା ପରେ ଏବେ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଟିମ୍ ।

    ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିଲେ । ସେଠାରେ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଥିଲା । ତେଣୁ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା । ଏବେ ପୁଣି କରଞ୍ଜିଆ ତହସିଲଦାର ଭାବେ ଦାୟିତ୍ୱ ନେବା ପରେ ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭଳି ଅଭିଯୋଗ ଆସିଛି । ତେଣୁ ତାଙ୍କ ନାଁରେ ଥିବା ସମ୍ପତ୍ତି ଅନ୍ୟାନ୍ୟ ଲିଙ୍କ୍ ଖୋଜୁଛି ଟିମ୍ । ଆଜି ସକାଳୁ ସକାଳୁ କଟକ ଭିଜିଲାନ୍ସ ଟିମ୍ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ପହଞ୍ଚି ରେଡ୍ କରିଥିଲା।

  • ମୟୂରଭଞ୍ଜ: ରାନୀମଣିଙ୍କ ଶେଷକୃତ୍ୟ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଅନ୍ତିମ ଦର୍ଶନ

    ମୟୂରଭଞ୍ଜ: ରାନୀମଣିଙ୍କ ଶେଷକୃତ୍ୟ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଅନ୍ତିମ ଦର୍ଶନ

    ଓଡ଼ିଶା ପ୍ରଦେଶ କୁଡୁମୀ ସେନା ରାଜ୍ୟ ସୁପ୍ରିମୋ ଜୟମୁନି ମହାନ୍ତଙ୍କ ମାତା ରାନୀମଣି ମହାନ୍ତଙ୍କ ଦେହାନ୍ତ ହୋଇଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । ମୟୂରଭଞ୍ଜ ବଡ଼ସାହି ବ୍ଳକର ଗନ୍ଧାଣି ଗାଁକୁ ନିଆଯାଇଥିଲା ମରଶରୀର । ଚିର ବିପ୍ଳବୀ କୁଡୁମୀ ସଂପ୍ରଦାୟର ଅଦ୍ୱିତୀୟ ବିପ୍ଳବୀ ଯୁବନେତା ସଂଗ୍ରାମୀ ସାଥୀଙ୍କ ମାଙ୍କ ମୃତ୍ୟୁ ଖବର ପାଇ ହଜାର ହଜାର କୁଡୁମୀ ସେନା ତାଙ୍କ ବାସଭବନରେ ପହଞ୍ଚିଥିଲେ । ମାତାଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

    ଝାଡ଼ଖଣ୍ଡ ରାଜ୍ୟର କୁଡୁମୀ ବିକାଶ ମଂଚ ସଭାପତି ଶୀତଲ ଆହେଦାର,କୁସୁମୀ ସେନା ଲଲାଟେନ୍ଦୁ ମହାନ୍ତ,କୁଡୁମୀ ବିକାଶ ମଂଚ ମିଡ଼ିଆ ପ୍ରଭାରୀ ଓମ୍ ପ୍ରକାଶ ମହାନ୍ତ, ପଶ୍ଚିମବଙ୍ଗ କୁଡୁମୀ ସମାଜ ସଂଗଠକ ବୀରେନ ମହାନ୍ତ,କୌଶିକ ମହାନ୍ତ,ସୁଦୀପ୍ତ ମହାନ୍ତ,ସମ୍ପାଦକ ସତ୍ୟ ନାରାୟଣ ମହାନ୍ତ,ଜିଲ୍ଲା ସଭାପତି ଡମ୍ବରୁଧର ମହାନ୍ତ, ସୁନ୍ଦର ମହାନ୍ତ, କବି ମନୋଜ ମହାନ୍ତ,ଗତିକୃଷ୍ଣ ମହାନ୍ତ,ରାଇରଙ୍ଗପୁରର ସୁବାଷ ମହାନ୍ତ, ପ୍ରେମଚାନ୍ଦ ମହାନ୍ତ, ରାଜା ମହାନ୍ତି, ମନୋଜ ମହାନ୍ତ, ଅବନୀ ମହାନ୍ତ,ଚୈତନ୍ୟ ମହାନ୍ତ,ଜୀତେନ୍ଦ୍ର ମହାନ୍ତ, ଶ୍ରୀମତୀ ସୁଜାତା ମହାନ୍ତ, ଶ୍ରୀମତୀ ସୁମନା ମହାନ୍ତ ପ୍ରମୁଖ ଅନ୍ତିମ ଦର୍ଶନ କରିଥିଲେ ।

    ସମସ୍ତେ ମାତଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ । ରାନୀମଣି ମହାନ୍ତ ଜଣେ ଧର୍ମ ପରାୟଣା, ସମାଜସେବୀ, ମିଷ୍ଟଭାଷୀ,ପରୋପକାରୀ ମହିଳା ଥିଲେ । ବିଭିନ୍ନ ସାମାଜିକ ସଂଗଠନ ସହ ମିଶି ସମାଜସେବା କରିଛନ୍ତି । ତାଙ୍କ ମୃତ୍ୟୁରେ କୁଡୁମି ସମାଜରେ ଶୋକର ଛାୟା ଖେଳିଯାଇଛି ।

  • ମୟୂରଭଞ୍ଜ: ମହିଳାଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

    ମୟୂରଭଞ୍ଜ: ମହିଳାଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତକ ରାଇହରୀ ପଞ୍ଚାୟତ ବାଗଡେଗା ଗାଁର ପୂର୍ବତନ ସରପଞ୍ଚ ଗୀର୍ଥ ସୋରେନ । ଘର ଭିତରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

    ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗୀର୍ଥ ସୋରେନ ଜଣେ ଲୋକପ୍ରିୟ ନେତ୍ରୀ, ସମାଜସେବୀ, ପରୋପକାରୀ ଥିଲେ । ହେଲେ କାହିଁକି ଜୀବନ ହାରିଲେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଘର ଭିତରେ କେହି ନ ଥିବାବେଳେ ମାନସିକ ଭାରସାମ୍ୟ ହରାଇ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଜାତଳା ବ୍ଳକର ପୂର୍ବତନ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ପୂର୍ବତନ ଅଧ୍ୟକ୍ଷ ମାଝିଆରାମ ମାଝୀ, ବିଜାତଳା ସରପଞ୍ଚ ରାମ ମୁର୍ମୁ, ପାରେଶ୍ୱର ମୁର୍ମୁ ସମେତ ବହୁ ଜନ ପ୍ରତିନିଧି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

    ରାଇହରୀ ପଞ୍ଚାୟତର ଦୁଇଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ଗୀର୍ଥ ସୋରେନ୍ । ମାଣିକପୁର ପଞ୍ଚାୟତର ଥରେ ସମିତି ସଭ୍ୟା ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ । ହେଲେ ଏବେ କାହିଁକି ସେ ଆତ୍ମହତ୍ୟା କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

  • ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର

    ଟ୍ରକକୁ ପଛପଟୁ ପିଟିଲା ବାଇକ;ଜଣେ ମୃତ ଜଣେ ଗୁରୁତର


    ରାଇରଙ୍ଗପୁର ୪୯ ନମ୍ବର ଜାତୀୟ ରାଜପଥ ବିଶୋଇ- ଯଶିପୁର ପାଲଟିଛି ମରଣଯନ୍ତା ।ପ୍ରତି ସପ୍ତାହରେ ଜଣେ ନା ଜଣଙ୍କର ମୁଣ୍ଡ ଯାଉଛି ।ଅକାଳରେ ଚାଲି ଯାଉଛି ଧନ ଜୀବନ ।ପରିବାର ହୋଇଯାଉଛନ୍ତି ସର୍ବସ୍ବାନ୍ତ । ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଂଚଳରେ ଶନିବାର ରାତି ପାଖାପାଖି ୯ଟା ସମୟରେ ଜାମିରଡିହା ସ୍ଥିତ ଅରବିନ୍ଦ ସ୍କୁଲ ସମ୍ମୁରେ କୌଣସି କାରଣରୁ OD 11 A 6703 ନମ୍ବର ର ଏକ ମାଲବାହୀ ସିମେଣ୍ଟ ବୋଝେଇ ଟ୍ରକ୍ ଜାତୀୟ ରାଜପଥ ରାସ୍ତା କଡରେରେ ଛିଡ଼ା ହୋଇଥିଲା । ଉକ୍ତ ସମୟରେ ପଛ ପଟୁ ଯାଉଥିବା OR 01 S 4824 ନମ୍ବର ବାଇକ୍ ରେ ଯାଉଥିବା ଦୁଇ ଆରୋହୀ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ପିଟି ହୋଇ ଟ୍ରକ୍ ତଳେ ପଡ଼ି ଯାଇଥିଲେ। ଧକ୍କା ଏତେ ଜୋରରେ ଥିଲା ଯେ ଘଟଣାସ୍ଥଳରେ ସୁନା ଯୋଡିଆ ଗ୍ରାମର ମନୋଜ ମୁର୍ମୁଙ୍କ(୪୨) ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଉକ୍ତ ଗ୍ରାମର ଚରଣ ମୁର୍ମୁ ଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଓ ବାଇକକୁ ଜବତ୍ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।ବିଶୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତରିତ କରିଛି ।

  • ପୋଲିସ ହାତରେ ଗଞ୍ଜେଇ ମାଫିଆ,ଟାର୍ଗେଟରେ ଥିଲା ରଥଯାତ୍ରା

    ପୋଲିସ ହାତରେ ଗଞ୍ଜେଇ ମାଫିଆ,ଟାର୍ଗେଟରେ ଥିଲା ରଥଯାତ୍ରା

    କନ୍ଧମାଳରୁ ଆସୁଥିଲା ଗଞ୍ଜେଇ । ଗଞ୍ଜେଇ ଠୁଳ କରି ଖୁଲମ ଖୁଲା କରୁଥିଲା ବ୍ୟବସାୟ । ରଥ ଯାତ୍ରାରେ ବେପର କରିବାକୁ କରିଥିଲା ଯୋଜନା । ନିଶା ମାଫିଆ ବିଜୟ ପାଣିର ନିଶା କାରବାରର ପ୍ଲାନିଂ ର ପର୍ଦାଫାଶ କରିଛି ପୁରୀ ପୋଲିସ। ଘର ଏବଂ ହୋଟେଲରେ ଚଢାଉ ଜାରି ରହିଛି । ଗତ 3 ତାରିଖରେ 6 କ୍ବିଣ୍ଟାଲ ଗଞ୍ଜେଇ ଜବତ ସହ ବିଜୟ ପାଣି ଏବଂ ତା ପୁଅ ଗିରଫ କରିଥିଲା ବ୍ରହ୍ମଗିରି ପୋଲିସ । ବିଟାର ବିଭାଗୀୟ ହାଜତରେ ଅଛନ୍ତି ବାପା-ପୁଅ । 624 କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି ବ୍ପହ୍ମଗୀରି ପୋଲିସ ଏବଂ ଏସଆଇଟି ଟିମ୍ । ଏହା ସହ ଉଭଯଙ୍କଠାରୁ ହାତ ତିଆରୀ ବୋମା ଜବତ ହୋଇଛି । ଘଟଣାରେ ପୁରୀ ପୋଲିସ ପ୍ରସାଶନ 3 କୋଟି ଟଙ୍କାର ସମ୍ପତ୍ତି ବାର୍ଯ୍ୟାପ୍ତି କରିଥିବା ବେଳେ ସମ୍ପତ୍ତି ଭିତରେ 9ଟି ପ୍ଲଟ,4ଟି ଘର ଆଟାଚ୍ ହୋଇଛି । ତେବେ କୋଲକାତା ସ୍ଥିତ safema ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ପତ୍ତି ବାର୍ଯ୍ୟାପ୍ତି ପାଇଁ ଅନୁମତି ମିଳିଥିବା ଟାଉନଥାନା ପରିସରରେ ଅୟୋଜିତ ଏକ ସମ୍ବାଦିକ ସମିଳନିରେ ସୂଚନା ଦେଇଛନ୍ତି ପୁରୀ ଏସପି କେ ବିଶାଲ ସିଂ । ତେବେ ପୂର୍ବରୁ ମଧ୍ୟ ବ୍ରାଉନସୁଗାର ବେପାରୀଙ୍କ ଠରୁ 1 କୋଟି ରୁ ଅଧିକ ଟଙ୍କାର ସମ୍ପତ୍ତି ବାର୍ଯ୍ୟାପ୍ତି ହୋଇଥିଲା ।

  • କଟକ: ନେମାଳ ବାଲିଘାଟରେ ଗୁଳିକାଣ୍ଡ, ପୋଡ଼ିଦେଲେ ହିଟାଚି

    କଟକ: ନେମାଳ ବାଲିଘାଟରେ ଗୁଳିକାଣ୍ଡ, ପୋଡ଼ିଦେଲେ ହିଟାଚି

    କଟକ ଜିଲ୍ଲା ନେମାଳରେ ଗୁଳିକାଣ୍ଡ । ବାଲିଘାଟରେ ଗୁଳିମାଡ଼ ସହ ହିଟାଚିକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ନେମାଳ ଥାନା ନଗଶପୁର ବାଲି ଘାଟରେ ଏହି ଘଟଣା ଘଟିଛି ।

    ନେମାଳ ଥାନା ବାଲିଘାଟରେ ଫାଙ୍କା ଗୁଳିଚାଳନା କରିଛନ୍ତି ଦୁର୍ବୃତ୍ତ । ୪ରୁ ୫ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି । କେବଳ ଏତିକି ନୁହେଁ ବାଲିଘାଟରେ ଥିବା ହିଟାଚିରେ ପେଟ୍ରୋଲ ଢାଳି ପୋଡ଼ି ଦେଇଛନ୍ତି । କାରଣ କଣ ବାଲିଘାଟ କର୍ମଚାରୀଙ୍କୁ ଜଣାନଥିବା କହିଛନ୍ତି ।

    ନେମାଳ ଅଞ୍ଚଳରେ ଏକାଧିକ ବାଲିଘାଟ ରହିଛି । ତେବେ ଏହି ବାଲିଘାଟରେ ବାଲି ବ୍ୟବସାୟକୁ କେନ୍ଦ୍ରକରି ଫାଙ୍କା ଗୁଳିଚାଳନା ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଟିମ୍ ।

  • ଉଦଳା: ସାମଗ୍ରୀ ସହ ଶିକାରୀଙ୍କୁ ଧରିଲା ମିଳିତ ଟିମ୍

    ଉଦଳା: ସାମଗ୍ରୀ ସହ ଶିକାରୀଙ୍କୁ ଧରିଲା ମିଳିତ ଟିମ୍

    ମୟୂରଭଞ୍ଜ ଉଦଳାର ଫୁଲବାଡ଼ିଆ ଅଞ୍ଚଳରେ ବନ ବିଭାଗ ଓ ପୋଲିସ ଟିମ୍ ମିଳିତ ଭାବେ ଚଢ଼ାଉ କରିଛନ୍ତି । ସେଠାରୁ ୨ ଜଣ ଶିକାରୀକୁ ଗିରଫ କରିବା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

    ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ମୃତ୍ୟୁ ଘଟଣା ପରେ ବନ ବିଭାଗକୁ ଚେତା ପିଶିଛି । ବିଭିନ୍ନ ସ୍ଥାନରେ ବାରମ୍ବାର ରେଡ୍ କରୁଛି ଟିମ୍ । ଏବେ ପୋଲିସ ଓ ବନ ବିଭାଗ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଜାରି ରଖିଛନ୍ତି । ଏହି ଚଢ଼ାଉରେ ୨ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଶିବ ସିଂ ଏବଂ ବାସୁଦେବ ସିଂ । ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରିଛି ଟିମ୍ । ଶିକାରୀମାନେ ଦେଶୀ ବନ୍ଧୁକ ଏବଂ ଶିକାର ସାମଗ୍ରୀ ନିଜ ଘରେ ଲୁଚାଇ ରଖିଥିବା ବେଳେ ଜବତ କରାଯାଇଛି । ଏଥିସହ ସେମାନଙ୍କ ନିକଟରୁ ୩ଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ ହୋଇଛି ।

    ଫାଶ,ଧନୁ,ଧନୁତୀର ଭଳି ଶିକାର ସାମଗ୍ରୀ ଘରୁ ମିଳିଛି । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ଭଙ୍ଗା ଦେଶୀ ବନ୍ଧୁକ । ପୂର୍ବରୁ ବନ ବିଭାଗ ଓ ପୋଲିସ ମିଳିତ ଭାବେ କପ୍ତିପଦା ରେଞ୍ଜ ଅଞ୍ଚଳରେ ଚଢ଼ାଉ କରିଥିଲେ । ୨ ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଜବତ ହୋଇଥିଲା । ବଜ୍ରକାପ୍ତା କାତି ସହିତ ଜଙ୍ଗଲୀ ମାଂସ ମଧ୍ୟ ମିଳିଥିଲା । ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା ପରେ ବନ ବିଭାଗ ଓ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।