Category: ଜିଲ୍ଲା

  • ଏଣିକି ଲାଗିବ ମହାପ୍ରସାଦ ଦର ତାଲିକା

    ଏଣିକି ଲାଗିବ ମହାପ୍ରସାଦ ଦର ତାଲିକା

    ଶ୍ରୀମନ୍ଦିର ଆନନ୍ଦବଜାରରେ ବାରମ୍ବାର ବିଶୃଙ୍ଖଳା ଓ ଭକ୍ତଙ୍କୁ ଆକ୍ରମଣ ପରେ ଶୃଙ୍ଖଳା ଆଣିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଏ ଉପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

    ଆନନ୍ଦବଜାର ସମ୍ପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ଏହି ବୈଠକରେ ବିଧିବଦ୍ଧ ଆଲୋଚନା ସହ ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆବଶ୍ୟକ ବିଚାରବିମର୍ଶ ଓ ସୁପାରିସ ପାଇଁ ଏକ ସବ୍‌କମିଟି ଗଠନ କରାଯାଇଛି। ଏହି କମିଟି ୭ରୁ ୧୦ ଦିନ ଭିତରେ ଆବଶ୍ୟକ ସୁପାରିସ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ପ୍ରଦାନ କରିବା ପରେ ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଛି।

    ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ଜଗନ୍ନାଥ କର ଓ ମାଧବ ମହାପାତ୍ର, ସୁଆର ମହାସୁଆର ନିଯୋଗ ସଭାପତି ଓ ସଂପାଦକ, ନିଯୋଗର ବରିଷ୍ଠ ସଦସ୍ୟମାନେ ଥିଲେ।

    ବୈଠକରେ ଆନନ୍ଦବଜାରର ବିଭିନ୍ନ ବିଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ। ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ। କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ନିଯୋଗ ଦେବ।

    ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବ। କେଉଁ ଜାଗାରେ ସୁପକାରମାନେ ମହାପ୍ରସାଦ ବିକିବେ, ସ୍ଥାନ ଚିହ୍ନଟ ହେବ। ସେହି ଅନୁସାରେ ଷ୍ଟଲ୍‌ ସବୁର ନମ୍ବରିଂ ହେବ ଓ ସାଇନେଜ୍‌ ଲାଗିବ।

  • ଆଜି ବି ଅପହଞ୍ଚ ବୁରୁଡି ଗ୍ରାମ, ନା ଅଛି ରାସ୍ତା ନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା

    ଆଜି ବି ଅପହଞ୍ଚ ବୁରୁଡି ଗ୍ରାମ, ନା ଅଛି ରାସ୍ତା ନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା

    ପୁଣି ସାମ୍ନାକୁ ଆସିଲା ସ୍ବାସ୍ଥବସ୍ଥାର ନଗ୍ନ ଚିତ୍ର । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ପହଞ୍ଚି ପାରିଲାନି ଆମ୍ବଲାନ୍ସ , ଫଳରେ ଖଟ ସାହାଯ୍ୟରେ ବୁହାହେଲା ଗର୍ଭବତୀ ମହିଳା । ଖାଲି ସେତିକିରେ ସରିନି ଏମାନଙ୍କ ସମସ୍ୟା । ଆଜିର ଆଧୁନିକତା ଭିତରେ ଏହି ଗାଁଟି ଅନେକ ପଛରେ ରହିଯାଇଛି । ନା ଏଠି ଅଛି ଭଲ ରାସ୍ତା ଖଣ୍ଡିଏ ନା ଅଛି ସ୍ବଚ୍ଛ ପିଇବା ପାଣି ।

    ମୌଳିକ ସୁବିଧାରୁ ଅନେକ ଦୂରରେ ରହିଥିବା ଏହି ଗାଁଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ପଞ୍ଚାୟତର ବୁରୁଡି ଗ୍ରାମ । ଏଠାକାର ଲୋକମାନେ ଆଜି ଅପହଞ୍ଚ ଅଢ୍ଚଳର ଲୋକଙ୍କ ପରି ବସବାସ କରୁଛନ୍ତି । ନଳକୂପ ଅଛି କିନ୍ତୁ, ସେଥିରୁ ବାହାରୁଛି ଗୋଳିଆ ପାଣି । ଯାହା ପିଇବା ପାଇଁ ଉପଯୋଗୀ ନୁହେଁ । ସେହିଭଳି ବୁରୁଡି ଗାଁରେ ଭଲ ରାସ୍ତାଟିଏ ବି ନାହିଁ, ଯେଉଁଥି ପାଇଁ ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା । ରାସ୍ତା ଖରାପ୍ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ଅଟକିଲା । ଫଳରେ ଗର୍ଭବତୀ ମହିଳାକୁ ୪ କିଲୋମିଟର ଖଟରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଗାଁ ଲୋକେ । ପରେ ତାଙ୍କୁ ମେଡିକାଲକୁ ନେଇଥିଲେ ।

    ତେବେ ଗାଁ ଲୋକଙ୍କ କହିବା ମୁତାବକ, ଦୀର୍ଘ ଦିନ ହେଲା ଉକ୍ତ ଗାଁର ସମସ୍ୟା ଲାଗି ରହିଛି । କିନ୍ତୁ କାହାର ଦୃଷ୍ଟି ପଡୁନି ଏମାନଙ୍କ ଉପରେ । ବାରମ୍ବାର ଲୋକ ପ୍ରତିନିଧି ଠାରୁ ଆରମ୍ଭ କରି କଲେକ୍ଟର, ବିଧାୟକ ପର୍ଯ୍ୟନ୍ତ ସମସ୍ତଙ୍କୁ ସମସ୍ୟା ବିଷୟରେ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ୍ । ଖୁବ୍ ଶୀଘ୍ର ଏହାର ସମାଧାନ ପାଇଁ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାମବାସୀ ବିନମ୍ର ଅନୁରୋଧ କରଛନ୍ତି । ତେବେ ଆଗାମୀ ଦିନରେ ଏଥିପାଇଁ ଯଦି କୌଣସି ପଦଷେପ ନିଆନଯାଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

  • ସକାଳେ ଝିଅ ପାଟିରୁ ବାହାରୁଥିଲା ଫେଣ, କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ

    ସକାଳେ ଝିଅ ପାଟିରୁ ବାହାରୁଥିଲା ଫେଣ, କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ

    ରାତିରେ ମା ପାଖେ ଶୋଇଥିଲେ ଝିଅ, ହେଲେ ସକାଳେ ଉଠିଲା ବେଳକୁ ଝିଅ ପାଟିରୁ ବାହାରୁଛି ଫେଣ । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଝିଅର ମା । ଘଟଣାଟି ଘଟିଛି, ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ଵର ଅଞ୍ଚଳରେ ।

    ସୂଚନା ମୁତାବକ, ମୟୂରଭଞ୍ଜ ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ପଞ୍ଚାୟତ ଠୁଳୁକୁ ଚଟାଣି ଗ୍ରାମର ଦୁର୍ଗା ହେମ୍ବ୍ରମ ଜଣେ ଦିନ ମଜୁରିଆ । ଘର ଚଳାଇବା ପାଇଁ ଉଭୟ ସ୍ଵାମୀ-ସ୍ତ୍ରୀ ନିଜ ଝିଅ ସହିତ ଭୁବନେଶ୍ବର ଚାଲିଆସିଥିଲେ । ମଞ୍ଚେଶ୍ଵର ଥାନା ଅଞ୍ଚଳରେ ରହି ଦିନ ଦିନମଜୁରିଆ ଭାବେ ଦୁର୍ଗା କାମ କରୁଥିଲେ । ତେବେ ଗତ ମଙ୍ଗଳବାର ରାତିରେ ସମସ୍ତେ ଖାଇ ପିଇ ଶୋଇଥିଲେ । ହେଲ ବୁଧବାର ସକାଳୁ ଉଠିଲା ପରେ ଦୁର୍ଗା ନିଜ ୪ ବର୍ଷର ଝିଅ ଅଞ୍ଚଲିକୁ ଉଠାଇଲା ବେଳେ ଯାହା ଦେଖିଥିଲେ ସେଥିରେ ହତବାକ୍ ହୋଇଯାଇଥିଲେ । ଝିଅ ଗୁରୁତର ଅବସ୍ଥାରେ ଥିବା ବେଳେ ପାଟିରୁ ଫେଣ ବାହାରୁଥିବା ଦେଖିବାକୁ ପାଇଥିଲେ । ଝିଅକୁ ଏମିତି ଅବସ୍ଥାରେ ଦେଖି ମା,ବାପା ତୁରନ୍ତ ଅଟୋ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିଲା ।

    ଅନ୍ୟପଟେ ଝିଅର ମୃତ୍ୟୁ ଲକ୍ଷଣକୁ ନେଇ ଡାକ୍ତର ସର୍ପାଘାତ ଜନିତ ମୃତ୍ୟୁ ହୋଇଥାଏ ବୋଲି ସନ୍ଦେହ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ତେବେ ଏନେଇ ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ଵର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ମୃତ୍ୟୁର କାରଣ ସନ୍ଦେହ ଘେରରେ ରହିଛି ।

  • ଆଧାର କାର୍ଡ଼ ଏକାଠି କଲା ବାପାପୁଅଙ୍କୁ

    ଆଧାର କାର୍ଡ଼ ଏକାଠି କଲା ବାପାପୁଅଙ୍କୁ

    ଆଧାରକାର୍ଡ ପାଲଟିଲା ମିଳନର ମାଧ୍ୟମ । ତେଣେ ପୁଅକୁ ହରାଇ ମାନସିକ ଦୁଶ୍ଚିନ୍ତାରେ କାଳ କାଟୁଥିବା ପରିବାର ଏତେ ବର୍ଷ ପରେ ହଜିଲା ପୁଅକୁ ପାଇ ଖୁସିରେ ବିଭୋର। ଆଧାର କାର୍ଡ ପାଇଁ ଭିନ୍ନକ୍ଷମ ପୁଅ ୬ ବର୍ଷ ପରେ ନିଜ ପରିବାରକୁ ଫେରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

    ୨୦୧୭ ଜୁନ୨ ତାରିଖରେ ୧୨ ବର୍ଷର ଏହି ଭିନ୍ନକ୍ଷମ (ମୂକ,ବଧିର) ନାବାଳକ ପୁଅଟି କେନ୍ଦୁଝର ବଜାରରେ କାନ୍ଦିକାନ୍ଦି ବୁଲୁଥିଲେ । ଖବର ପାଇ କେନ୍ଦୁଝର ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତାମାନେ ତାଙ୍କୁ ଉଦ୍ଧାର କାରିଥିଲେ। ନାବାଳକ ଜଣକ ମୂକ, ବଧିର ହୋଇଥିବାରୁ ସେ ନିଜ ପରିଚୟ ଦେଇପାରି ନଥିଲେ । ତେଣୁ ନାବାଳକ ପରିବାରକୁ ଖୋଜି ବାହାର କରିବା ସଂସ୍ଥା ପାଇଁ ଅସମ୍ଭବ ହୋଇପଡିଥିଲା। ତେଣୁ ନାବାଳକକୁ ତେଲକୋଇସ୍ଥିତ ଭିନ୍ନକ୍ଷମ ଥଇଥାନ ସଂସ୍ଥାକୁ ପଠାଇ ଦିଆଯାଇଥିଲା । ଏହାରି ଭିତରେ ଛଅ ବର୍ଷ ବିତିଗଲାଣି। ସେ ପରିବାରଠାରୁ ଦୂରରେ ସେହି ଥଇଥାନ କେନ୍ଦ୍ରରେ ରହୁଆସୁଥିଲେ। କିଛିଦିନ ତଳେ କେନ୍ଦ୍ର ପକ୍ଷରୁ ସେଠାକାର ଅନ୍ତେବାସୀଙ୍କ ଆଧାରକାର୍ଡ କରାଯାଇଥିଲା। । ଯେତେବେଳେ ସେହି ବାଳକର ଟିପଚିହ୍ନ ନିଆଗଲା ସେଥିରୁ ତାଙ୍କର ପୂର୍ବରୁ ଆଧାରକାର୍ଡ଼ ଥିବା ଜଣା ପଡିଥିଲା ।

    ଏହା ପରେ ସେହି ଆଧାରକର୍ଡ ବାହାର କରି ଭିନ୍ନକ୍ଷମ ବାଳକଙ୍କ ଘର ବିହାରି ଥିଲା। ତାଙ୍କ ଘର ବିହାରର ଦରଭଙ୍ଗା ଜିଲ୍ଲା ଅନ୍ତର୍ଗତ ସାହାପୁର ଗ୍ରାମରେ ବୋଲି ଜଣା ପଡିଥିଲା । ତାଙ୍କ ପିତାଙ୍କ ନାମ ରାମକିଶୋର ଯାଦବ ଓ ତାଙ୍କ ନାମ ମିଣ୍ଟୁ କୁମାର । ଏହା ପରେ ପ୍ରଶାସନ ପକ୍ଷରୁ ରାମକିଶୋର ଯାଦବଙ୍କ ସହ ଯୋଗାଯୋଗ କରାଯାଇଥିଲା।

    ରାମକିଶୋର ଯାଦବ ଗତକାଲି କେନ୍ଦୁଝର ଆସିବା ପରେ ନିଜ ହଜିଲା ପୁଅକୁ ପାଇ ଖୁସିରେ ଅଧୀର ହୋଇଯାଇଛନ୍ତି। ବାପପୁଅଙ୍କ ମିଳନ ହେବା ପରେ ଉଭୟ ଆଜି ନିଜ ଗାଁକୁ ଫେରିଯାଇଛନ୍ତି I

  • ଅଧାପୋଡା ମୃତଦେହ ଖାଇ ଥାନାରେ ଅଟକ

    ଅଧାପୋଡା ମୃତଦେହ ଖାଇ ଥାନାରେ ଅଟକ

    ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ମଶାଣିରେ ଦରପୋଡା ମୃତଦେହ ଖାଇଯାଇଛନ୍ତି ଦୁଇ ଭାଇ। ଏହି ଘଟଣାକୁ ନେଇ ଦୁଇ ଭାଇଙ୍କୁ ପୋଲିସ ଥାନାରେ ଅଟକ ରଖିଛି।
    ସୋମବାର ବଡ଼ସାହି ଥାନା ଅଧୀନ ବୀରେଶ୍ୱରପୁର ପଞ୍ଚାୟତ ଦାନ୍ତୁଣି ଗାଁର ଟୁନି ସିଂ ନାମକ ଯୁବତୀଙ୍କର ବଡ଼ସାହି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଅପରାହ୍ନରେ ଗାଁ ମୁଣ୍ଡ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଶବ ପୋଡା ଚାଲିଥିଲା, ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ ଶବ ପୋଡିବା ଦାୟିତ୍ବ ନେଇଥିଲେ ଓ ଶବ ପୋଡ଼ୁଛି ନା ନାହିଁ ତଦାରଖ କରୁଥିଲେ। ମୃତଦେହ ପ୍ରାୟତଃ ପୋଡିଯାଇଥିଲା, ଅଳ୍ପ କିଛି ବାକି ଥିଲା। ଏହି ସମୟରେ ଉଭୟ ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ ଜୁଇରୁ ଅବଶିଷ୍ଟାଂଶ ବାହାର କରି ନେଇ ଯାଇଥିଲେ।

    ଏହା ଦେଖି ମୃତ ଯୁବତୀଙ୍କ ଦାଦା ଲୋବୋ ସିଂ ସେମାନଙ୍କୁ କାହିଁ ମାଂସ ନେଉଛ ପଚାରିବାରୁ ସେମାନେ ଫିଙ୍ଗିଦେବେ କହିଥିଲେ। କିନ୍ତୁ କିଛି ସମୟ ପରେ ଉଭୟ ସେହି ମାଂସକୁ ଖାଇବା ଆରମ୍ଭ କରିଥିଲେ। ଉଭୟଙ୍କୁ ପୋଡା ମାଂସ ଖାଉଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏହା ପରେ ଗ୍ରାମବାସୀଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା। ଏପରି ଅମାନବୀୟ କାଣ୍ଡକୁ ନେଇ ଲୋକେ ଉଭୟଙ୍କୁ ଧରି ନିସ୍ତୁକ ପିଟିଥିଲେ।
    ଏହା ପରେ ଲୋକା ସୁନ୍ଦର ମୋହନ ଓ ନରେନ୍ଦ୍ରଙ୍କୁ ବଡ଼ସାହି ଥାନା ପୁଲିସ ଜିମାରେ ଦେଇଥିଲେ। ପୁଲିସ୍ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀଙ୍କ ବାପା ଏ ଘଟଣା ନେଇ ସୁନ୍ଦର ମୋହନ ଓ ନରେନ୍ଦ୍ରଙ୍କ ବିରୋଧରେ ଥାନାରେ ଏତଲା ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

  • ବୃଦ୍ଧାଙ୍କୁ ନ୍ୟାୟ ଦାବିରେ ତାତିଲେ ଏସଏସଜି ମହିଳା

    ବୃଦ୍ଧାଙ୍କୁ ନ୍ୟାୟ ଦାବିରେ ତାତିଲେ ଏସଏସଜି ମହିଳା

    ସେଦିନ ଥିଲା ଜୁନ୍ ୧୪ ତାରିଖ । ସମସ୍ତେ ରଜ ପାଇଁ ମଉଜ ମଜଲିସରେ ବ୍ୟସ୍ତ ଥାନ୍ତି । ଏତିକି ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳରୁ ଆସିଲା ଏମିତି ଏକ ଘଟଣା ଜାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ଜଣେ ୮୦ ବର୍ଷିୟା ବୃଦ୍ଧାଙ୍କ ସହ ହୋଇଥିଲା ଦୂଷ୍କର୍ମ । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା । ତେବେ ଏହି ଘଟଣା ପଟ୍ଟାମୁଣ୍ଡାଇ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଘଟିଥିଲା । ହେଲେ ଥାନା ଠାରୁ ଅଳ୍ପ ଦୂରରେ ଏଭଳି ଏକ ଅମାନବୀୟ କାଣ୍ଡ ଘଟିଥିବା ବେଳେ ପୋଲିସ ଏହାର ସୁରାକ ପାଇନଥିଲା । ଯାହାକୁ ନେଇ ଅନେକ ନେଇ ପ୍ରଶ୍ନ ଉଠିଛି । ଦୁଷ୍କର୍ମ ଘଟଣାକୁ ମାସେ ପୂରିବାକୁ ବସିଥିବା ବେଳେ କିନ୍ତୁ ବୃଦ୍ଦାଙ୍କୁ ଏଯାଏଁ ନ୍ୟୟ ମିଳିପାରି ନାହିଁ । ପୋଲିସ ଆଜି ଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି । ଫଳରେ ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବୀ କରି ସଂସାରଫଳ ଗ୍ରାମ ପଂଚାୟତର ବିଭିନ୍ନ ସ୍ୱୟଂ ସାହାୟିକା ଗୋଷ୍ଠିର ଶତାଧିକ ମହିଳା ଥାନା ଘେରାଉ କରିବା ସହ ରାସ୍ତା ରୋକ କରିଥିଲେ ।

  • ଶ୍ରବଣ ମାସ ର ପ୍ରଥମ ସୋମବାରରେ ଜଳାଭିଷେକ କରୁଛନ୍ତି କାଉଡିଆ

    ଶ୍ରବଣ ମାସ ର ପ୍ରଥମ ସୋମବାରରେ ଜଳାଭିଷେକ କରୁଛନ୍ତି କାଉଡିଆ

    ଆଜି ହେଉଛି ଶ୍ରବଣ ମାସ ର ପ୍ରଥମ ସୋମବାର ।ଚଳଚଞ୍ଚଳ ସମସ୍ତ ଶୈବ ପିଠ ।ବୌଦ୍ଧ ଜିଲ୍ଲାର ସମସ୍ତ ଶୈବ ପୀଠଗୁଡିକରେ ଦେଖା ଦେଇଛି କାଉଁଡିଆଙ୍କ ଭିଡ଼ । ବୌଦ୍ଧ ସହରରେ ଥିବା ଚନ୍ଦ୍ରଚୁଡ଼, ମତଙ୍ଗେଶ୍ୱର, ରାମ୍ୱଶ୍ୱର ମନ୍ଦିର ସମେତ ଜଗତି ଗନ୍ଧରାଡ଼ି ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭି଼ଡ ଦେଖିବାକୁ ମିଳିଛି । ସେହିପରି ରାମଗଡ଼ ସ୍ଥିତ ମହୀନଦୀ ପାଦ ଦେଶରେ ଥିବା ବାବା କେଦାରେଶ୍ବରଙ୍କ ମନ୍ଦିରର ସ୍ୱତନ୍ତ୍ରତା ପାଇଁ ଜିଲ୍ଲା ଜିଲ୍ଲା ବାହାରୁ ଭକ୍ତଙ୍କ ଭିଡ଼ ଜମିଥାଏ । ମହାନଦୀକୁ କୂଳରେ ଥିବା ଏହି ମନ୍ଦିର ଶିବଲିଙ୍ଗ ୩୦ଫୁଟ ତଳେ ରହିଥିବା ବେଳେ ମହାନଦୀ ସ୍ତର ସହ ସମାନ ବାବା ଅବସ୍ଥାପିତ । ଏଠାରେ ପାଦୁକ ନିସ୍କାଶନ ପାଇଁ ନାଳ ନଥାଏ । ଯାହା ବି ପାଣି ବାବାଙ୍କ ଠାରେ ଲାଗି ହୁଏ ତାହା ଆପେ ଆପେ ଶୁଖି ଯାଇଥାଏ । ଏହି ଔଲକିକ ମହିମା ପାଇଁ ଏହି ଶୈବ ପୀଠରେ ମାନସିକଧାରୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ। ତେବେ ଭକ୍ତଙ୍କ ବିଶ୍ୱାସ ରହିଛି ଏହି ପୀଠରେ ମାନସିକ ରଖିଲେ ନିଶ୍ଚିତ ପୁରଣ ହୋଇଥାଏ । ଭକ୍ତ ମାନଙ୍କ ସୁରକ୍ଷା ଓ ରୀତିନୀତି ପାଇଁ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

  • ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ପ୍ରତି ବ୍ଲକରେ ହେବ ଗୋଟିଏ ଗୋଟିଏ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ କେନ୍ଦ୍ର

    ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ପ୍ରତି ବ୍ଲକରେ ହେବ ଗୋଟିଏ ଗୋଟିଏ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ କେନ୍ଦ୍ର

    ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତି ବ୍ଲକରେ ଆରମ୍ଭ ହୋଇଛି ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ କେନ୍ଦ୍ର ବା ଫଣ୍ଡାମେଣ୍ଟାଲ ଲିଟରାସି ଆଣ୍ଡ ନ୍ୟୁମୋରାସି । ଯାଜପୁର ବ୍ଲକର ଭୁବନେଶ୍ୱରପୁର ପଞ୍ଚାୟତ ସ୍ଥିତ ଶେଷଦେବ ବାସନ୍ତୀ ଉଚ୍ଚ ସରକାରୀ ବିଦ୍ୟାଳୟ ପରିସରରେ ଜିଲ୍ଲାର ପ୍ରଥମ ଏଫଏଲଏନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏହି କେନ୍ଦ୍ରରେ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷା ଏବଂ ସଂଖ୍ୟା ଜ୍ଞାନ ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯିବ । ସେଥିପାଇଁ ପ୍ରତ୍ୟେକ ଶ୍ରେଣୀକୁ ସ୍ୱତନ୍ତ୍ର ଭାବେ ସଜ୍ଜିତ କରାଯାଇଛି । ବେସରକାରୀ ବିଦ୍ୟାଳୟ ଭଳି ନାନା ଶିକ୍ଷଣୀୟ ଉପକରଣ, ପ୍ରୋଜେକ୍ଟର ମାଧ୍ୟମରେ ପାଠ ପଢ଼ାଇବାର ବ୍ୟବସ୍ଥା ମଧ୍ୟ ହୋଇଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ପ୍ରତି ବିଶେଷ ଭାବେ ଆଗ୍ରହ ସୃଷ୍ଟି ହେବ ।

    ଜାତୀୟ ଶିକ୍ଷା ନିତୀ ୨୦୨୦ ଅନୁଯାୟୀ, ଜିଲ୍ଲାର ପ୍ରତ୍ୟେକ ବ୍ଲକର ଗୋଟିଏ ଗୋଟିଏ କେନ୍ଦ୍ର ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି । ଶିକ୍ଷା ଆରମ୍ଭ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ବ ପାଇଁ ଉପର କ୍ଲାସରେ ଛାତ୍ରଛାତ୍ରୀ ଖରାପ ପ୍ରଦର୍ଶନ କରୁଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଡୋଲିପୁର ସ୍ଥିତ ଶିକ୍ଷକ ତାଲିମ କେନ୍ଦ୍ର ବା ଡାଏଟ ପକ୍ଷରୁ ଦୁଇ ଲକ୍ଷ ଟଙ୍କା ଏହି କେନ୍ଦ୍ର ପାଇଁ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ପାଠ ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ।

    ଏଠାରେ ଅନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯିବ । ଏଠାରେ ଛାତ୍ରଛାତ୍ରୀଙ୍କୁ ଅଡିଓ ଓ ଭିଜୁଆଲ ମାଧ୍ୟମରେ ଶିକ୍ଷାଦାନ କରାଯାଇ ପାଠ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରାଯିବ । ସେହିଭଳି ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଆହରଣ ପାଇଁ ଆବଶ୍ୟକ ପାଠ୍ୟ ଉପକରଣ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ଯୋଗାଇ ଦିଆଯିବ ବୋଲି ଶିକ୍ଷକ ମତ ଦେଇଛନ୍ତି । ଏହି ଏଫଏଲଏନ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

  • ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

    ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

    ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା କିଳିକା ପୁର ଗ୍ରାମରେ ଘଟିଛି ଏମିତି ଘଟଣା । ଗୁରୁତର ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦିନ ଦ୍ୱି-ପ୍ରହରେ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ । ଦୁବୃତ୍ତ ମାନେ ଭୁଜାଲି ଏବଂ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

    ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନା ମୁତାବକ କାଳିକା ପୁର ଗ୍ରାମରେ ଜଗନ୍ନାଥ ବେହେରା ବାଲିଆପାଳରୁ ଘରକୁ ଫେରୁଥିଲେ । ଛୋଟ ଖାନପୁର ଛକରେ ସାଗର ବେହେରା, ଧନ୍ତା ମହାନା, ଅଶ୍ଵିନୀ ମହାନା ଓ ତାଙ୍କ ସହଯୋଗୀଙ୍କ ସମେତ ୬ ଜଣ ଯୁବକ ମିଶି ଜଗନ୍ନାଥଙ୍କ ଗାଡ଼ିକୁ ଅଟକାଇ କଥା କଟାକଟି କରିଥିଲେ । ଏନେଇ ଜଗନ୍ନାଥ ଯୁକ୍ତିତର୍କ କରିବାରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଖଣ୍ଡା ଓ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ ।

    ଜଗନ୍ନାଥ ବେହେରାଙ୍କ ମୁଣ୍ଡ ଓ ଦେହର ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣ କରିବା ପରେ ଜଗନ୍ନାଥ ମରିଯାଇଥିବା ଭାବି ରାସ୍ତା କଡ଼କୁ ଫୋପାଡ଼ି ଦେଇ ପଳାଇ ଯାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ କିଛି ଲୋକେ ଜଗନ୍ନାଥଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ । ଏବାପରେ ଜଗନ୍ନାଥଙ୍କୁ ପ୍ରଥମେ ପଶ୍ଚିମବାଡ଼ ସରକାରୀ ଡାକ୍ତରଖାନାକୁ ନେଥିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଜଳେଶ୍ବର ପଠାଇଥିଲେ । ସେଠାରେ ଆବସ୍ଥା ଗୁରୁତର ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଏବେ ଜଗନ୍ନାଥ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ଏନେଇ ଜଗନ୍ନାଥ ବେହେରା ପରିବାର ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

  • ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ

    ରତ୍ନଭଣ୍ଡାର ଖୋଲିବାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ

    ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟ ଘେରାଉ କରିଛି ଭାରତ ବିକାଶ ପରିଷଦ । ପୁରୀ ରେଲୱେ ଷ୍ଟେସନରୁ ଏକ ରାଲିରେ ସଙ୍ଗଠନର କର୍ମକର୍ତ୍ତା ମାନେ ଆସି ଶ୍ରୀମନ୍ଦିର କାର୍ଯ୍ୟଳୟ ଆଗରେ ପହଞ୍ଚି ବିକ୍ଷୋଭ କରିଥଲେ । ତୁରନ୍ତ ସରକାର ରତ୍ନଭଣ୍ଡାର ଖୋଲି ଭକ୍ତଙ୍କୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥିତି ଜଣାଇବାକୁ ଭାରତ ବିକାଶ ପରିଷଦ ଦାବି କରିଛି । ଏନେଇ ଏକ ଦାବିପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶଙ୍କୁ ପ୍ରଦାନ କରାଯାଇଛି ।

    ଏହି ପ୍ରତିବାଦରେ ସାମିଲ ଥିବା ଜଗନ୍ନାଥ୍ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର କଣ ପାଇଁ ରତ୍ନ ଭଣ୍ଡାର ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି । କୋଟିକୋଟି ଜଗନ୍ନାଥ ପ୍ରେମୀ ଏହାକୁ ନେଇ ଏବେ ସନ୍ଦେହ କରୁଛନ୍ତି । ରତ୍ନଭଣ୍ଡାରରେ ଆଉ ରତ୍ନ ଅଳଙ୍କାର ଅଛି ନା କିଏ ଲୁଟ କରି ନେଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ଏଣୁ, ଏହି ସନ୍ଦେହକୁ ଦୂର କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲିଦିଅନ୍ତୁ । ନହେଲେ ଆଗାମୀ ଦିନରେ ବ୍ୟାପକ ବିରୋଧ ହେବ ।

    ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ଭାରତ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି । ବର୍ଷା ଦିନେ ରତ୍ନଭଣ୍ଡାର ଛାତରୁ ବର୍ଷା ପାଣି ଗଳୁଛି । ଏହାର ମରାମତି କରିବା ପାଇଁ ସେବାୟତ, ଗଜପତି ମହାରାଜା, ଭକ୍ତ ଓ ଏଏସଆଇ ବି କହିସାରିଛି । ହେଲେ ରାଜ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି । ତେଣୁ, ରତ୍ନଭଣ୍ଡାରରେ ରତ୍ନ ଅଛି ନା କେହି ଲୁଟିନେଇଛି ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ଏଣୁ, ରତ୍ନଭଣ୍ଡାରରେ ରତ୍ନ କେତେ ସୁରକ୍ଷିତ ତାକୁ ସରକାର ସାର୍ବଜନୀନ କରିବାକୁ ଭାରତ ବିକାଶ ପରିଷଦ ଦାବି କରିଛି ।

    ସେପଟେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ରତ୍ନଭଣ୍ଡାର ମାମଲା ଏବେ କୋର୍ଟରେ ରହିଛି । ଏହା ଉପରେ କୌଣସି ମତ ସେ ଦେଇପାରିବେ ନାହିଁ । ତେବେ ରତ୍ନ ଭଣ୍ଡାର ଖୋଲିବା ଦାବିପତ୍ରକୁ ସେ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇବେ । ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ବଢୁଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏହି ଅବହେଳା ଆଗାମୀ ଦିନରେ ମହଙ୍ଗା ପିଡିବ ବୋଲି ଚର୍ଚ୍ଚା ହେଉଛି ।