Category: ଜିଲ୍ଲା

  • ବିଜୟପରେ ମୁଖ୍ୟମନ୍ତ୍ରୀଙ୍କ ବଡଘୋଷଣା

    ବିଜୟପରେ ମୁଖ୍ୟମନ୍ତ୍ରୀଙ୍କ ବଡଘୋଷଣା

    ବାରବାଟୀରେ ଭାରତର ବଡ ବିଜୟ |୧୦୧ ରନ୍ ରେ ଦକ୍ଷିଣ-ଆଫ୍ରିକା କୁ ହରାଇଲା ଭାରତ |କଟକ ବାରବାଟୀ ଷ୍ଟାଡିୟମ୍ ରେ ମଙ୍ଗଳବାର (ଡିସେମ୍ବର ୯) ଦିନ ଭାରତ ଓ ଦକ୍ଷିଣ-ଆଫ୍ରିକା ମଧ୍ୟରେ ପ୍ରଥମ T – 20 ମ୍ୟାଚ ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ଭାରତୀୟ ଦଳ ନିଜର ଦମଦାର ପ୍ରଦର୍ଶନ କରିଥିଲା |

    ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ପାଇଁ ୧୭୬ ରନ୍ ଟାର୍ଗେଟ୍ ଦେଇଥିଲା।ପରେ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସି ପ୍ରଥମ ଓଭରରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଓଭର ଅର୍ଶଦୀପ ସିଂ କ୍ୱିଣ୍ଟନ ଡିକକ୍‌ଙ୍କୁ ପାଭେଲିୟନ ପଠାଇ ଦେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକାର କୌଣସି ବ୍ୟାଟରଙ୍କୁ ପିଚ୍‌ରେ ସମୟ ବିତାଇବାକୁ ଦେଇନଥିଲେ ଭାରତୀୟ ବୋଲର ।

    ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଟିମ ଭାରତୀୟ | । ମାତ୍ର ୫ ରନ୍ ଦଳୀୟ ସ୍କୋର୍‌ରେ ଶୁବମନ ଗିଲ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଅଭିଶେଷ ଶର୍ମା କିଛିଟା ବଡ଼ ସଟ୍‌ ଖେଳିଥିଲେ ମଧ୍ୟ ବଡ଼ ସ୍କୋର୍‌ କରିପାରିନଥିଲେ ।ଏହି ସମୟରେ ପିଚ୍‌କୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଗୋଟିଏ ପରେ ଗୋଟିଏ ୱିକେଟ ଭାରତ ହରାଉଥିବା ବେଳେ ଏକାକୀ ଦଳୀୟ ସ୍କୋର୍‌କୁ ଆଗକୁ ବଢ଼ାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ୨୮ଟି ବଲ୍‌ର ୪ଟି ଛକା ଓ ୬ଟି ଚୌକା ବଳରେ ୫୯ ରନ୍‌ କରିଥିଲେ । ଯାହାଫଳରେ ଟିମ୍‌ ଇଣ୍ଡିଆର ଦଳୀୟ ସ୍କୋର୍‌ ୬ ୱିକେଟ ବିନିମୟରେ ୧୭୫ ରନ୍‌ରେ ପହଞ୍ଚିଥିଲା ।

    ବାରବାଟୀରେ ବଡ଼ ବିଜୟ ସହ ଭାରତୀୟ ଖେଳାଳିମାନେ ଏହି ମ୍ୟାଚ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଏହାକୁ ନେଇ ଦର୍ଶକଙ୍କ ଖୁସି କହିଲେ ନସରେ | ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏପରି ଶକ୍ତି ପ୍ରଦର୍ଶନକୁ ନେଇ ପୁରା ଷ୍ଟାଡିୟମ୍ ରେ ହାର୍ଦ୍ଦିକଙ୍କ ନାଁର କମ୍ପି ଉଠିଥିଲା |

    ଏହା ପରେ ବାରବାଟୀରେ ସିଟ୍ ବଢ଼ିବା ନେଇ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ ଘୋଷଣା । ବାରବାଟୀରେ ବଢ଼ିବ ସିଟ୍, ଷ୍ଟାଡିୟମର ହେବ ଉନ୍ନତି । ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ପୂର୍ଣ୍ଣ ଥିଲା । ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ବହୁତ ଭଲ ଭାବରେ ହୋଇଥିଲା ।ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍, ପୁରା ପୋଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ମଧ୍ୟ କରିଥିଲେ । ଆଗକୁ ଷ୍ଟାଡିୟମ୍‌ରେ ଆହୁରି ମ୍ୟାଚ୍ ହେବ । ସେସବୁର ପରିଚାଳନାକୁ ଅଧିକ ଉନ୍ନତ କରାଯିବ ବୋଲି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

  • ଖୋଲିବ ଗର୍ଭଗୃହ, ଭିତରେ ରହିଛି କ’ଣ?

    ଖୋଲିବ ଗର୍ଭଗୃହ, ଭିତରେ ରହିଛି କ’ଣ?

    ୧୩ଶହ ଶତବଦ୍ଧି ରେ ନିର୍ମିତ ଐତିହାସିକା କୋଣାର୍କ ସୂର୍ଯ୍ୟ ମନ୍ଦିର ବାଲି ମୁକ୍ତ ହେବ । ୧୨୨ ବର୍ଷ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରୁ କଢ଼ା ହେବ ବାଲି । ବହୁତ ଦିନର ବ୍ୟବଧାନ ପରେ ଏନେଇ ଏଏସ୍‌ଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

    ପୂର୍ବେ ମନ୍ଦିରର ଗର୍ଭଗୃହରୁ ପଥର ଖସିବାରୁ, ଏହାର ସୁରକ୍ଷା ପାଇଁ ୧୯୦୩ ମସିହାରେ ଇଂରେଜ ସରକାର, ସେଥିରେ ବାଲି ଓ ପଥର ଭର୍ତ୍ତି କରି ଦ୍ଵାର ସିଲ୍ କରି ଦେଇଥିଲେ। ୮୦ ଫୁଟ ଉଚ୍ଚରେ ମନ୍ଦିରର ପଶ୍ଚିମ ପାର୍ଶ୍ଵ କାନ୍ଥରେ ୨୬ ଫୁଟରୁ ଅଧିକ କାନ୍ଥ ଖୋଳା ସରିଛି । ପରେ ଗର୍ଭଗୃହ ଭିତର ବାଲି ଓ ପଥରକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ ଲ୍ୟାବ୍‌କୁ ପଠାଯାଇଛି ।

    ତାପରେ ଏହା କେତେ ସୁରକ୍ଷିତ , ଯଦି ଏହାର ଗର୍ଭଗୃହରୁ ବାଲି କାଢ଼ିବା ପରେ ମନ୍ଦିର ସୁରକ୍ଷିତ ରହିବ କି ନାହିଁ ସେନେଇ ଅଧିକ ଅନୁଧ୍ୟାନ କରୁଛି ଏଏସ୍‌ଆଇ ବୈଷୟକ ଟିମ୍ । ତେବେ ଗର୍ଭଗୃହ ଭିତରର ପଥର ଓ ବାଲିର ପରୀକ୍ଷା ପରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳି ପାରିବ ବୋଲି କୁହାଯାଉଛି । ଡ୍ରିଲିଂ ବେଳେ ଯେପରି ସୁକ୍ଷ୍ମ କାରୁକାର୍ଯ୍ୟ ସଂପନ୍ନ ପଥରକୁ ଆଞ୍ଚ ନଆସେ, ସେଥିପାଇଁ ଡାଇମଣ୍ଡ ଡ୍ରିଲ ମେସିନ୍ ସହ ଜିରୋ ଭାଇବ୍ରେସନ ମେସିନର ବ୍ୟବହାର ହୋଇଛି ।

    ବାଲି ଓ ପଥର ନିଷ୍କାସନ କାମ ସରିଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନ ଦ୍ଵାର ସବୁଦିନ ପାଇଁ ଖୋଲିଦିଆଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡକ୍ଟର ଡି ବି. ଗଡନାୟକ ସୂଚନା ଦେଇଛନ୍ତି ।

  • ରାଇରଙ୍ଗପୁରରେ ଲୋକଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ

    ରାଇରଙ୍ଗପୁରରେ ଲୋକଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ

    ରାଇରଙ୍ଗପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲି ବାମନଘାଟି ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳ, ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳା ନନ୍ଦ ସାହୁ,ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ରବୀନ୍ଦ୍ର କୁମାର ମାର୍ଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ଜନସାଧାରଣଙ୍କ ଠାରୁ ମୋଟ ୧୦୯ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ ୯୪ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ ୧୫ଟି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା । ଆବେଦନର ଗୁରତ୍ୱକୁ ବିଚାର କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଜଣଙ୍କୁ ୧୦,୦୦୦ ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୧୦, ୦୦୦ ଟଙ୍କା ଜିଲ୍ଲାପାଳ ମଂଜୁର କରିଛନ୍ତି। ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟାରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

  • ଅଧୁରା ରହିଗଲା ମା’ର ସ୍ଵପ୍ନ

    ଅଧୁରା ରହିଗଲା ମା’ର ସ୍ଵପ୍ନ

    ଆଖି ବୁଜିଲେ ପୀଡ଼ିତା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଆଉ ଜଣେ ନାବାଳିକା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଆତ୍ମାହୁତି ଉଦ୍ୟମ କରିଥିଲେ ଯୁକ୍ତଦୁଇ ଛାତ୍ରୀ। ୯୦ ପ୍ରତିଶତ ଜଳି ଯାଇଥିଲା ଶରୀର ତାପରେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।

    ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ରାଉଲକେଲ ସ୍ଥିତ ଇସ୍ପାତ ଜେନେରାଲ ହସପିଟାଲର(IGH) ବର୍ଣ୍ଣ ସେଣ୍ଟର କୁ ଚିକିତ୍ସା ପାଇଁ ପଠା ଯାଇଥିଲା।ଗତକାଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସପିଟାଲକୁ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ । ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉ ବୋଲି ପରିବାର ଲୋକ ଦାବି କରିଥିଲେ ଯାହାକୁ ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏୟାରଲିଫ୍ଟ ପୂର୍ବରୁ ପୀଡ଼ିତା ଆଖି ବୁଜିଦେଲା

    ସୂତ୍ରରୁ ଜଣ ପଡିଛି ଯେ ତାଙ୍କୁ ଜଣେ ଯୁବକ ବ୍ଲାକ ମେଲ କରିଥିଲେ ସେଥିପାଇଁ ପୀଡ଼ିତା ଜଣକ ଗତ ଶନିବାର ରେ କିରୋସିନ ଢଳି ହରେ ନିଆଁ ଲାଗାଇଥିଲେ । ଯୁବକ ଜଣକ ଙ୍କୁ ଗିରଫ କରାଯାଇଥିଲା କିନ୍ତୁ କିଛିବି ଏପର୍ଯ୍ୟନ୍ତ କୌଣସି ତଥ୍ୟ ସମନ୍ନାକୁ ଆସି ନାହିଁ । ସେପଟେ IGH ରେ ପୀଡ଼ିତାଙ୍କ ମୃତଦେହକୁ ଉଠାଇବା ପାଇଁ ୫୦ଲକ୍ଷ୍ୟ ଟଙ୍କାର ଦବି କରିଥିଲେ ପରିବାର ଲୋକ ।

  • କାଲିର ମ୍ୟାଚ ପାଇଁ ଝାଳବୁହାଇଲା ଭାରତ

    କାଲିର ମ୍ୟାଚ ପାଇଁ ଝାଳବୁହାଇଲା ଭାରତ

    ଆସନ୍ତା କଲି କଟକ ବାରବାଟୀ ଷ୍ଟାଡିୟମ ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ T-20 ମ୍ୟାଚ । ସେଥିପାଇଁ ଜୋରସୋରେ ଚାଲିଛି ପ୍ରସ୍ତୁତି ।ଶୁକ୍ରବାର ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଆସିଥିବା ବେଳେ ଗତକଲି ଭୁବନେଶ୍ଵରରେ ପହଞ୍ଚିଥିଲେ ଭାରତୀୟ ଟିମ୍ ।ସେମାନଙ୍କ ରହଣୀ ପାଇଁ ହୋଟେଲ ମେ ଫେୟାରରେ ବ୍ୟବସ୍ଥା କରାଯାଇଛି ।ଖେଳାଳିଙ୍କୁ ପାରମ୍ପାରିକ ଆଦିବାସୀ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ସ୍ଵାଗତ କରାଯାଇଥିଲା ।

    କାଲିର ମ୍ୟାଚ ପାଇଁ ଆଜି ଉଭୟ ଟିମ ଷ୍ଟାଡିୟମ ଆସି ରେ ନେଟ୍ ପ୍ରାକ୍ଟିସ କରିବେ। ନେଟ୍ ପ୍ରାକ୍ଟିସ କିପରି ସୁରୁଖୁରୁରେ ହେବା ସେଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ, ପୁଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ଏହାକୁ ଦେଖିବା ଲାଗି ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯାଇଛି । ଆଜି ଦର୍ଶକଙ୍କ ପାଇଁ ବିନା ଶୁଳ୍କରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିପାରିବାର ସୁବର୍ଣ୍ଣ ସୁଯୋଗ ଅଛି । ଦର୍ଶକ କିପରି ଶୃଙ୍ଖଳିତ ଭାବେ ଦେଖିପାରିବେ ,ଏଥିପାଇଁ ମଧ୍ୟ ପ୍ରଶାସନ ତରଫରୁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

    ନେଟ୍ ପ୍ରାକ୍ଟିସ ପାଇଁ ଦିନ ୧ଟା ବେଳେ ଟିମ ଇଣ୍ଡିଆ ଷ୍ଟାଡିୟମରେ ପହଞ୍ଚି ଦିନ ୧ ଟା ୩୦ ରୁ ୪ ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ । ତାପରେ ଦକ୍ଷିଣ ଆଫ୍ରିକା ୫ ତା ୩୦ ରୁ ୮ ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ ବୋଲି କ୍ରିକେଟ ଆସୋସିଏସନ ସୂଚନା ଦେଇଛନ୍ତି । ପ୍ରଥମେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ୨-୦ ରେ ବିଜୟ ହୋଇଥିଲା ପରେ ଭାରତ ୨-୧ ବିଜୟ ହୋଇ ପ୍ରତିଶୋଧ ନେଇଥିଲା କଟକ ରେ ପ୍ରଥମ ମ୍ୟାଚ ଖେଳାଯିବା ପରବର୍ତ୍ତୀ ସମୟରେ ଚାରିଟି ମ୍ୟାଚ ଖେଳାଯିବ ।

  • ରାସ୍ତା ଦୁର୍ନୀତିକୁ ନେଇ ଗର୍ଜିଲେ ପୂର୍ବତନ ସାଂସଦ

    ରାସ୍ତା ଦୁର୍ନୀତିକୁ ନେଇ ଗର୍ଜିଲେ ପୂର୍ବତନ ସାଂସଦ

    ରାସ୍ତା ନିର୍ମାଣରେ ଅବହେଳା, ସିମେଣ୍ଟ ବଦଳରେ ବ୍ୟବହାର ହେଉଛି ମାଟି, ଯାହାକୁ ନେଇ ପୂର୍ବତନ ସାଂସଦ ତଥା ଟାଣୁଆ ନେତା, ବାଳଗୋପାଳ ମିଶ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଛି ଗ୍ରାମବାସୀଙ୍କୁ ନେଇ ଘେରାଉ |

    ବଲାଙ୍ଗିର ଜିଲ୍ଳା ଲୋଇସିଂହା ବ୍ଳକ ବଘାପାଲିରୁ ପ୍ରାୟ ୪ କିଲୋମିଟର ପିପିଲି ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏହି ୪ କିଲୋମିଟର ରାସ୍ତା ପାଇଁ ସାଢେ ତିନି କୋଟି ଟଙ୍କାର କାମ ହେଉଛି। କିନ୍ତୁ କଂକ୍ରୀଟ ରାସ୍ତା ନିର୍ମାଣ ବେଳେ ସିମେଣ୍ଟ ବଦଳରେ ମାଟି ବ୍ୟବହାର ହେଉଥିବା ଅଭିଯୋଗ କରୁଛନ୍ତି ଗାଁ ଲୋକେ।

    ଦାୟିତ୍ୱରେ ଥିବା ଯନ୍ତ୍ରୀ କାମର ତଦାରଖ କରୁ ନଥିବାରୁ ଠିକାଦାର ନିଜ ମନମାନି ରେ କାମ କରିଛିନ୍ତି । ଯାହାଫଳରେ ଗାଁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣୁ ନଥିବାରୁ ବାଧ୍ୟ ହୋଇ ପୂର୍ବତନ ସାଂସଦଙ୍କ ନେତୃତ୍ୱରେ ଧାରଣାରେ ବସିଲେ ଗାଁ ଲୋକେ।

    ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ, ଧାରଣାସ୍ଥଳକୁ ଆସିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ। ରାସ୍ତା କାମ ଦାୟିତ୍ୱରେ ଥିବା ଏସ.ଡି.ଓ ଏବଂ ଯନ୍ତ୍ରୀଙ୍କୁ ମଧ୍ୟ ଡାକିଲେ ଅଧିକାରୀ। ଯନ୍ତ୍ରୀଙ୍କୁ କାଗଜପତ୍ର ଦେଖାଇବାକୁ କହିଲେ ପୂର୍ବତନ ସାଂସଦ,ଯେଉଁଥିରେ ଜଣ ପଡିଛି ଯେ,ବଘାପାଲିରୁ ପିପିଲି ପ୍ରାୟ ୪ କିଲୋମିଟର ରାସ୍ତାର ପାଇଁ ସାଢେ ତିନି କୋଟି ଟଙ୍କା ଆସିଥିବା ଜଣାପଡିଲା ।

    ଶୀଘ୍ର କାମର ତଦାରଖ କରି, ଠିକଠାକ କାମ କରିବାକୁ କହିବା ସହିତ ରାସ୍ତା କାମରେ ଦୁର୍ନିତୀ ବନ୍ଦ ନହେଲେ ଧାରଣା ଦିଆଯିବ ବୋଲି ଧମକ ଦେଇଛନ୍ତି ବାଲଗୋପାଳ। ଅନ୍ୟପଟେ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏବଂ ରାସ୍ତା କାମ ଶୀଘ୍ର କରାଯିବ।

  • ଗମ୍ଭାରୀ ଦୁଆର ସୁଣୀଙ୍କ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଆରମ୍ଭ !

    ଗମ୍ଭାରୀ ଦୁଆର ସୁଣୀଙ୍କ ନିତ୍ୟ ଦିବ୍ୟ ନେତୃତ୍ୱରେ ଆରମ୍ଭ ହେଲା ବିଶ୍ୱଶାନ୍ତି ଗୀତା ମହାଯଜ୍ଞ। ଅନେକ ଭକ୍ତମାନଙ୍କ ଉପସ୍ଥିତିରେ ମନ୍ତ୍ର, ଗୀତା ଶ୍ଲୋକ, ଯଜ୍ଞ ହୋମାହୁତି ଓ ଆଧ୍ୟାତ୍ମିକ ପରିବେଶ ପବିତ୍ର ଓ ଶାନ୍ତିମୟ ହୋଇଯାଇଛି।

    ମହାଯଜ୍ଞର ପ୍ରମୁଖ ଲକ୍ଷ୍ୟଜଗତରେ ଶାନ୍ତି, ସମୃଦ୍ଧି ଓ ଗୀତା ଶିକ୍ଷା ମାଧ୍ୟମରେ ଧର୍ମ, କର୍ମ ଓ ନୀତିର ପ୍ରସାର ସମାଜରୁ ଅନ୍ଧକାର, ଅଜ୍ଞାନ ଓ ଅନ୍ୟାୟ ଦୂର କରି ଆଧ୍ୟାତ୍ମିକ ଜାଗରଣ ଯଜ୍ଞ କାର୍ଯ୍ୟକ୍ରମର ବିଶେଷତା ବ୍ରାହ୍ମଣମାନଙ୍କ ଦ୍ୱାରା ବୈଦିକ ପଧ୍ଧତିରେ ଅନୁଷ୍ଠାନ ଦୈନିକ ଗୀତା ପରାୟଣ ଓ ଅଧ୍ୟାତ୍ମିକ ଅଳୋଚନା ଭଜନ କୀର୍ତ୍ତନ ଓ ପ୍ରସାଦ ବିତରଣଭକ୍ତମାନଙ୍କର ଉତ୍ସାହ ପରିସରର ଶାନ୍ତିମୟ ପରିବେଶ, ଧୂପ–ଘୃତ ହୋମାହୁତିର ସୁଗନ୍ଧ ଓ ମନ୍ତ୍ରଧ୍ୱନିରେ ଭକ୍ତମାନଙ୍କ ମନ ଭକ୍ତିରସରେ ଭିଜିଯାଉଛି।

    ସମାଜୀକ ଏକତା, ଧାର୍ମିକ ଶାନ୍ତି ଓ ଆଶୀର୍ବାଦ ପାଇବା ପାଇଁ ଦୂରଦୂରାନ୍ତରରୁ ଲୋକ ଭକ୍ତିଭାବରେ ଆସୁଛନ୍ତି।

  • ବ୍ୟାସ ଫାଉଣ୍ଡେସନର ମହାନତା

    ବ୍ୟାସ ଫାଉଣ୍ଡେସନର ମହାନତା

    ବନ୍ଦର ନଗରୀ ପାରାଦ୍ଵୀପର ନୂଆ ବଜାର ବସ୍ତିରେ ଗୋଡ଼ରେ ବେଡ଼ି ପଡି ରହୁଥିବା ମାନସିକ ବିକୃତ ଝିଅକୁ ଉଦ୍ଧାର କରିଛି ବ୍ୟାସ ଫାଉଣ୍ଡେସନ ସ୍ବେଚ୍ଛାସେବୀ ସଂଗଠନ। କଲେଜ ରେ ପାଠ ପଢୁଥିବା ଝିଅ ଗତ ୪ ବର୍ଷ ତଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଧିରେ ଧିରେ ସିଏ ମାନସିକ ଭାରସାମ୍ୟ ହରାଇ ଏଣେ ତେଣେ ପଳାଉଥିଲେ । ଫଳରେ ତାଙ୍କ ମା ଝିଅ ର ଗୋଡ଼କୁ ଲୁହା ଜଞ୍ଜିରେ ବାନ୍ଧି ରଖିଥିଲେ। ଏସମ୍ପର୍କରେ ଖବର ପାଇବା ପରେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ତାଙ୍କ ଘରେ ପହଞ୍ଚି କଥା ହେବା ସହିତ କଣାସ ଠାରେ ଥିବା ନିଳାଞ୍ଚଳ ସେବା ପ୍ରତିଷ୍ଠାନକୁ ନେବା ସହିତ ସେଠାରେ ତାଙ୍କର ରହିବା , ଖାଇବା ସହିତ ଆବଶ୍ୟକୀୟ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ବ୍ୟାସ ଫାଉଣ୍ଡେସନ ଗତ କିଛି ବର୍ଷ ମଧ୍ୟରେ ପାରାଦ୍ଵୀପରୁ ପାଖାପାଖି ୧୫୦ ରୁ ଉର୍ଦ୍ଧ୍ୱ ମାନସିକ ବିକୃତ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେଣୁ ନୂଆ ବଜାର ର ଏହି ଝିଅଟି ଆବଶ୍ୟକୀୟ ଚିକିତ୍ସା ଦ୍ବାରା ସୁସ୍ଥ ହୋଇ ପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା।

  • ବନ୍ଦର କର୍ତ୍ତୃପକ୍ଷଙ୍କ ନିଷ୍ପତିରେ, ବେଘର ହୋଇଯିବେ ୧୫ ହଜାର ପରିବାର

    ବନ୍ଦର କର୍ତ୍ତୃପକ୍ଷଙ୍କ ନିଷ୍ପତିରେ, ବେଘର ହୋଇଯିବେ ୧୫ ହଜାର ପରିବାର

    ସପ୍ତମଥର ପାଇଁ ଡମ୍ଫର ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜୟ ନାୟକ । ଗତ କିଛି ଦିନ ହେଲା ପାରାଦ୍ଵୀପ ବନ୍ଦରର ପଣ୍ୟ କାରବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଡମ୍ଫର ମାଲିକ ସଂଘର ନିର୍ବାଚନକୁ ନେଇ ଚାଲିଥିବା ଆକଳନରେ ପଡ଼ିଛି ପୂର୍ଣ୍ଣଛେଦ । ଆସନ୍ତା ଦୁଇବର୍ଷ ପର୍ଯ୍ୟନ୍ତ ନୂତନ ନିର୍ବାଚିତ ପ୍ରତିନିଧି ମାନେ ଦାୟିତ୍ଵ ନିର୍ବାହ କରିବେ। ଚଳିତ ନିର୍ବାଚନରେ ସଂଘର ୩୪୯ ସଭ୍ୟ ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ସଭାପତି ଭାବେ ବିଜୟ ନାୟକ ୨୮୪ ଖଣ୍ଡ ଭୋଟ ପାଇଛନ୍ତି।

    ଅନ୍ୟପଟେ ଉପସଭାପତି ଭାବେ ପ୍ରମୋଦ କୁମାର ନାୟକ ୨୫୦ ଖଣ୍ଡ ଭୋଟ ଓ ସୁରଜ କୁମାର ବାରିକ ୨୭୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟ ପଦବୀ ଗୁଡିକରେ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାରୁ ସେମାନେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ପାରାଦ୍ଵୀପ ବନ୍ଦରରେ ଥିବା ବର୍ଥ ଗୁଡ଼ିକୁ ପ୍ରାଇଭେଟ୍ ସଂସ୍ଥାକୁ ପ୍ରଦାନ କରିବା ସହିତ ମେକାନାଇଜ୍ଡ କରାଯାଉଛି। ଫଳରେ ପାରାଦ୍ଵୀପ ବନ୍ଦରରେ ଡମ୍ଫର ଗାଡ଼ିରେ ପଣ୍ୟ ପରିବହନ ବନ୍ଦ ହେବାର ସମ୍ଭାବନା ଦେଖାଯାଇଛି।

    ଯଦି ଏପରି ଲାଗି ରହେ ତେବେ ପାଖାପାଖି ୧୫ ହଜାର ପରିବାର ରାସ୍ତାକୁ ଚାଲି ଆସିବେ। ଏହି ପରିସ୍ଥିତିରେ ପାରାଦ୍ଵୀପ ବନ୍ଦର ଓ କେନ୍ଦ୍ର ବନ୍ଦର ମନ୍ତ୍ରଣାଳୟକୁ ଚିଠି ମାଧ୍ୟମରେ ଅବଗତ କରାଯିବା ସହିତ ଅନ୍ତତ ୪ଟି ବର୍ଥକୁ ମାନୁଆଲ ରଖିବା ପାଇଁ ଅନୁରୋଧ କରାଯାଇଛି। ଯଦି ଏହାକୁ କେନ୍ଦ୍ର ଓ ବନ୍ଦର କତ୍ତୃପକ୍ଷ ଅଣଦେଖା କରନ୍ତି , ତେବେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ କରାଯିବ ବୋଲି ସଙ୍ଘ ପକ୍ଷରୁ ବୋଲି ଚେତାବନୀ ଦିଆଯାଇଛି ।

  • Short-circuit,ସର୍ଟ-ସର୍କିଟ, ଜଳିଗଲା ୩ ବଖରା ଘର!

    Short-circuit,ସର୍ଟ-ସର୍କିଟ, ଜଳିଗଲା ୩ ବଖରା ଘର!

    ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ଅଧୂନ ବାଲି ପାଟପୁର ଗ୍ରାମରେରେ ସର୍ଟ ସର୍କିଟ ହୋଇ ଜଳିଗଲା ୩ ବଖରା ଘର । ସୂଚନା ମୁତାବକ ଦିନ ୧ଟା ସମୟରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିଲା। ବିହାରୀ ତରେଇଙ୍କ ୩ ବଖରା ଘର ଦେଖୁ ଦେଖୁ ଧ୍ବଂସ ହୋଇଯାଇଥିଲା। ଗ୍ରାମବାସୀ ଏବଂ ଖବରପାଇ ମାଲୁଦରୁ ଅଗ୍ନିଶମ ବାହିନୀ ପହଞ୍ଚି ଅଗ୍ନି ଶମ ଅଧୂକାରୀ ପ୍ରଦୀପ ବେହେରାଙ୍କ ନେତୃତ୍ବରେ ନିଆଁକୁ ଆୟତ କରି ଥି ଲେ। ଅଗ୍ନି ଶମ ବାହି ନୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମର ଅନ୍ୟ ଘର ସୁରକ୍ଷିତ ହୋଇଥ୍ ଲା। ଘରେ ଥିବା ଧାନ, ଆସବାବପତ୍ର, ତ୍ର, କଂସା, ବାସନ, ଲୁଗାପଟା, ବର୍ଷକ ଖାଦ୍ୟ ପଦାର୍ଥ, ମୂଲ୍ୟବାନ କାଗଜ ପତ୍ର ଆଦି ଲକ୍ଷାଧୂକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି । ଖବରପାଇ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ତ୍ରଙ୍କ ନିର୍ଦ୍ଦେଶ କ୍ରମେ ରାମଲେଙ୍କା ପଞ୍ଚାୟତ ବିଜେପି ସଭାପତି ରାଜ କିଶୋର ସାହୁ, ବରିଷ୍ଠ ବିଜେପି ପି ନେତା ସୁରେନ୍ଦ୍ର କୁମାର ବିଶ୍ଵାଳ, କୃଷ୍ଣପ୍ରସାଦ ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ଵଜିତ ବିଶ୍ବାଳ ପହଞ୍ଚି ବିପନ୍ନ ପରିବାରକୁ ଶୁଖୁଲା ଖାଦ୍ୟ, ବସ୍ତ୍ର, ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ବଜ୍ରକୋଟ ରାଜସ୍ଵ ନିରୀକ୍ଷକ ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି । ଗୃହଶୂନ୍ୟ ପରିବାରକୁ ଆବାସ ଯୋଜନାରେ ଗୃହ ଯୋଗାଣ କରିବା ଖାଦ୍ୟ, ବସ୍ତ୍ର ସହ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।