Category: ଜିଲ୍ଲା

  • ଭଞ୍ଜ ସାହିତ୍ୟ ସମାରୋହ

    ଭଞ୍ଜ ସାହିତ୍ୟ ସମାରୋହ


    କାକଟପୁର ର ସୋମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ , କାକଟପୁର ବଜାରରେ ଥିବା ସୌରଭ ପାଲେସ ପରି ସରରେ ,କବି ସଂବ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସମାରୋହ ଓ କବିତା ପାଠତ୍ସବ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ସାହିତ୍ୟ ଆସରକୁ ବିଶିଷ୍ଟ ଶିକ୍ଷାବିତ୍ ପ୍ରଭାତ ତରାଇ ଉଦ୍ଘାଟନ କରିଥିଲେ । ସାହିତ୍ୟ ସଂସଦ ର ସଭାପତି ଗାୟକ ବାଚସ୍ପତି ବନ ବିହାରୀ ଗ୍ରହାଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ କବି ନାରାୟଣ ପଣ୍ଡା,ପ୍ରଫେସର ନିରୋଦ ଦାସ,ଅଧ୍ୟାପକ ବ୍ରଜ କିଶୋର ସ୍ବାଇଁ,ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଦାସ,ବ୍ୟଙ୍ଗ କବି ସମ୍ପଦ ରଥ ପ୍ରମୁଖ ଯୋଗ ଦାନ କରି ଓଡ଼ିଆ ସାହିତ୍ୟ ଜଗତକୁ କବି ସଂବ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଅବଦାନ ସହ,ତାଙ୍କ ରଚିତ ବିଭିନ୍ନ ଗ୍ରନ୍ଥା ବଳି ସମ୍ପର୍କ ରେ ଆଲୋକପାତ କର ଥିଲେ । ସାହିତ୍ୟ ସମାରୋହ ପ୍ରାରମ୍ଭ ରେ,ସ୍ଥାନୀୟ ଅଂଚଳର କବି ଓ କବୟିତ୍ରୀ ମାନଙ୍କୁ ନେଇ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇ ଥିବା ବେଳେ, ଦୁଃଶାସନ ନାୟକ,ଚିତ ରଞ୍ଜନ ପୃଷ୍ଟି,ହୃଦାନନ୍ଦ ସାଶମଲ୍,ତ୍ରିଲୋଚନ ବିଶ୍ଵାଳ ଆଦି ତିରିସରୁ ଉର୍ଦ୍ଧ କବି ଶେମାନ ଙ୍କର କବିତା ଆବୃତ୍ତି କରିଥିଲେ । କବି ଓ କବୟିତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ସାହିତ୍ୟ ସଂସଦ ର ସଂପାଦକ ମନୋଜ କୁମାର ସାହୁ ସଂସଦ ର ଆଭିମୁଖ୍ୟ ସମ୍ପର୍କ ରେ ବିବରଣୀ ପ୍ରଦାନ କରିଥିଲେ । ଶେଷରେ କୁନି କଳାକାର ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରା ଯାଇ ଥିଲା ।

  • ମା’ ଭଟ୍ଟାରିକାଙ୍କ ଗର୍ଭ ଗୃହମଧ୍ୟରେ ମହାନଦୀ ପାଣି

    ମା’ ଭଟ୍ଟାରିକାଙ୍କ ଗର୍ଭ ଗୃହମଧ୍ୟରେ ମହାନଦୀ ପାଣି

    କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀର ବନ୍ୟାଜଳ। ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ଛୁଇଁଛି ତଥାପି ମା’ଙ୍କୁ ଜଳାସାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାସାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ସେ ଯାହାହେଉନା କାହିଁକି ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କର ଅନ୍ୟ ଏକ ଗମ୍ଭୀରାକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବା ବେଳେ ବଡ଼ମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

    ଗତ ରାତିରେ ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣିଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ଏବେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଯଥା ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ବନ୍ୟା ଆଶ୍ରୟସ୍ଥଳିରେ ମା’ଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

    ଏହାପରେ ଆଜି ସକାଳେ ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରା ମା’ଙ୍କ ମନ୍ଦିର ପରିସରରେ ପହଞ୍ଚି ୧୪୪ ଧାରା ଜାରି କରିଛନ୍ତି। ସିଂହନାଥ ପୀଠରେ ବି ୧୪୪ ଧାରା ଜାରି କରାଯାଇଛି। ମନ୍ଦିରରେ ତହସିଲ କର୍ମଚାରୀଙ୍କ ସହ ପୁଲିସ୍‌ ମୁତୟନ କରାଯାଇଛନ୍ତି।

  • ବିକ୍ରି ମୂଲଚାଲ ବେଳେ ବଜ୍ରକାପ୍ତା ଉଦ୍ଧାର

    ବିକ୍ରି ମୂଲଚାଲ ବେଳେ ବଜ୍ରକାପ୍ତା ଉଦ୍ଧାର

    ବଜ୍ରକାପ୍ତା ବିକ୍ରି ମୂଲଚାଲ ସମୟରେ ମାଡି ବସିଲା ବନ ବିଭାଗ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଘଟଣାରେ ରାଇରଙ୍ଗପୁର ନିକଟରୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ଗୋଟିଏ ବୋଲୋରୋ ଗାଡ଼ି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ଏହି ସୂଚନା ଦେଇଛନ୍ତି।

    ବଜ୍ରକାପ୍ତା ବିକ୍ରି ମୂଲଚାଲ ସମୟରେ ବନବିଭାଗ ପୂର୍ବ ସୂଚନା ଅନୁସାରେ ଯୋଜନାବଦ୍ଧ ଭାବେ ଏହି ସଫଳତା ପାଇଛି। ଗିରଫ ହୋଇଥିବା ୮ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

  • ବୈତରଣୀରେ ବିପଦ ସଂକେତ

    ବୈତରଣୀରେ ବିପଦ ସଂକେତ

    ଲଘୁଚାପ ପ୍ରଭାବରୁ କେନ୍ଦୁଝର ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଜାରି ରହିଛି। ଆଜି ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମି.ମି ବର୍ଷା ହୋଇଥିବା ବେଳେ ଆନନ୍ଦପୁର ରେ ୯୬.୨ ମିଲିମିଟର ବର୍ଷା ହୋଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁ ବଢିବାକୁ ଲାଗିଛି ବୈତରଣୀ ନଦୀ। ନଦୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏବେ ୩୮.୯୦ ମିଟରରେ ଜଳସ୍ତର ରହିଛି। ଆଜି ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ଚାଲିଥିବାରୁ ବୈତରଣୀରେ ବନ୍ୟା ସ୍ଥିତି ଉପୁଜିବା ସହିତ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଅନୁମାନ କରାଯାଉଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

  • ପ୍ରବଳ ବର୍ଷାରେ କେନ୍ଦୁଝର ବେହାଲ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନ ବାଡିକୁ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

    ପ୍ରବଳ ବର୍ଷାରେ କେନ୍ଦୁଝର ବେହାଲ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନ ବାଡିକୁ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

    କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଲାଗିଛି । ତେଲକୋଇ ବ୍ଲକ ରେ ଥିବା ସମାକୋଇ ନଦୀ ଉପରେ ୧୦ଫୁଟର ପାଣି ଯାଉଛି, ଯାହାଫଳରେ ତେଲକୋଇରୁ ଭୁବନେଶ୍ୱର, ଯାଜପୁର, ତାଳଚେର, ଅନଗୁଳ, ସମ୍ବଲପୁର ଏହିପରି ପ୍ରାୟ ଜାଗାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।ଏଥିସହିତ ଜିଲ୍ଲାର ପାଟଣା ବ୍ଲକ, ଚମ୍ପୁଆ ବ୍ଲକ, ହରିଚନ୍ଦନପୁର ଭଳି ବ୍ଲକ ଗୁଡିକରେ ଛୋଟ ଛୋଟ ନଦୀ ନାଳ ଥିବା ପୋଲ ଉପରେ ପାଣି ଚାଲୁ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷାକୁ ନଜରରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ ।

  • ସବୁଜ ସମାଜ ଗଢିବା ପାଇଁ, ବୃକ୍ଷ ରୋପଣ

    ସବୁଜ ସମାଜ ଗଢିବା ପାଇଁ, ବୃକ୍ଷ ରୋପଣ

    ସବୁଜ ସମାଜ ଗଡ଼ିବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରଖିଛି ଓଡିଶା ଜନ କଲ୍ୟାଣ ସେବା ସଂଗଠନ। ପୁରୀ ଜିଲ୍ଲା ନିମାପଡା ବ୍ଲକ ହରିପୁର ଗ୍ରାମର ପ୍ରସିଧ୍ୟ ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ବୃକ୍ଷ ରୋପଣ କରାଯାଇଛି । ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା ଓ ସବୁଜ ସମାଜ ଗଡ଼ିବା ପାଇଁ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ର ସଭାପତି ଲଳିତ ବରାଳ ଆଗକୁ ଆସିଥିଲେ ଓ ସଂଗଠନର ଯୁବ ସଦସ୍ୟ ଏଥିରେ ସାହାଯ୍ୟ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟ ରେ ସଂଗଠନ ସଭାପତି ଲଳିତ ବରାଳ ସଂଗଠନ ର ସଦସ୍ୟ ପ୍ରଭାତ ସାହାଣୀ, ସସିକାନ୍ତ ବେହେରା ,ଜଗନ ସ୍ୱାଇଁ,ପପୁ ସ୍ୱାଇଁ,ଜାଗା ସାହାଣୀ,ରାଜୁ ,ପବିତ୍ର ,ସିଲୁ , ପଦିଆ ଓ ଭଗବାନ ସାହୁ ଉପସ୍ଥିତ ରହି ବୃକ୍ଷ ରୋପଣରେ ସାହାଯ୍ୟ କଲେ। ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକ ମାନେ ଓ ମନ୍ଦିର ପୂଜକ ବହୁତ ଖୁସି ଅନୁଭବ କରିଥିଲେ ଓ ସଂଗଠନ କୁ ଧନ୍ୟବାଦ ଦେଇଥିଲେ। ଆଗାମୀ ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଧିକ ମାତ୍ରା ରେ ଜାରି ରହିବବୋଲି କହିଛନ୍ତି ସଂଗଠନର ସଭାପତି ଲଳିତ ବରାଳ, ସବୁ ପ୍ରକାର ର ସେବାରେ ଏବେ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ।

  • ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ଲଗାଣ ବର୍ଷା ପାଇଁ ୫ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି

    ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲା କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖାଯାଇଛି । ଆଜି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସ୍କୁଲ ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏଣେ ବର୍ଷାରେ ତେଲକୋଇ ବେହାଲ। ସମାକୋଇ ପୋଲ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ। ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ। ତେଲକୋଇ-ଭୁବନେଶ୍ବର ଯୋଗାଯୋଗ ବିଚ୍ଛିନ୍ନ।

    ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି ।

    ଭୋର ୪ଟାରୁ ସମାକୋଇ ନଦୀର ଦୁଇ ମୁଣ୍ତରେ ଯାତ୍ରୀବାହୀ ଓ ଅନ୍ୟାନ୍ୟ ଗାଡ଼ିମଟର ଅଟକି ରହିଛି। ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରାଯାଇଛି। ତେଲକୋଇର ସମାକୋଇ ନଦୀ, ଘୁରୁଡିଆ ନାଳ ପ୍ରଭୃତି ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି। ତେଣେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ନୂଆପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡି,ସ୍କୁଲ ଓ +୨କଲେଜକୁ ଛୁଟି ଘୋଷଣା କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ।

    ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି । ତଳିଆ ଅଂଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଅଂଚଳରେ ଅଧିକ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

    ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ତା’ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି ।

  • ପାରାଦ୍ଵୀପ ବଜରଙ୍ଗ ଦଳ ପକ୍ଷରୁ ଗୋ-ସୁରକ୍ଷା ଓ ରୋହିଙ୍ଗ୍ୟା ହଟାଇବାକୁ ଦାବି ପତ୍ର ପ୍ରଦାନ

    ପାରାଦ୍ଵୀପ ବଜରଙ୍ଗ ଦଳ ପକ୍ଷରୁ ଗୋ-ସୁରକ୍ଷା ଓ ରୋହିଙ୍ଗ୍ୟା ହଟାଇବାକୁ ଦାବି ପତ୍ର ପ୍ରଦାନ

    ପାରାଦୀପ ବଜରଙ୍ଗ ଦଳ ପକ୍ଷରୁ ଗୋ-ସୁରକ୍ଷା ଓ ରୋହିଙ୍ଗ୍ୟା ହଟାଇବା ଦାବିରେ ଶୋଭାଯାତ୍ରା ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ। ପାରାଦୀପ ବିଶ୍ବ ହିନ୍ଦୁ ପରିଷଦର ବଜରଙ୍ଗ ଦଳ ପକ୍ଷରୁ ଶତାଧିକ ଯୁବଗୋଷ୍ଠୀ ପାରାଦୀପ ଥାନା ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପାରାଦୀପ ଅଞ୍ଚଳରୁ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ହଟାଇବା ସହ ଗୋ ସୁରକ୍ଷା ଓ ଆହତ ଗୋରୁଗାଈଙ୍କ ଉଦ୍ଧାର ନିମନ୍ତେ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ଦାବି କରିଥିଲେ। ପାରାଦୀପ ଏକ ଶିଳ୍ପ ସମୃଦ୍ଧ ସହର ହୋଇଥିବାରୁ ଏହି ଅଞ୍ଚଳକୁ ବହୁ ରୋହିଙ୍ଗ୍ୟା ମୁସଲମାନ ପ୍ରବେଶ କରୁଛନ୍ତି। ଦିନରେ ସ୍ଥାନୀୟ ଅଞ୍ଚଳରେ ପିଲାଙ୍କୁ କାଖେଇ ଭୀକ୍ଷାବୃତ୍ତି ଓ ଫେରିବାଲା ପରି ବୁଲି ରାତିରେ ଚୋରି କରୁଛନ୍ତି। ତେଣୁ ଏମାନଙ୍କୁ ପାରାଦୀପରୁ ହଟାଇବାକୁ ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ। ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆନୁପସ୍ଥିତ ଥିବାରୁ ତାଙ୍କ ଉଦ୍ଦେଶ୍ୟରେ ସହ-ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।

  • ନିମ୍ନମାନର କାମ ପାଇଁ ବର୍ଷ ଦୁଇଟା ନପୂରୁଣୁ ଷ୍ଟାଡିୟମ ଛାତରେ ଫାଟ

    ନିମ୍ନମାନର କାମ ପାଇଁ ବର୍ଷ ଦୁଇଟା ନପୂରୁଣୁ ଷ୍ଟାଡିୟମ ଛାତରେ ଫାଟ

    ଷ୍ଟାଡିୟମ ଉଦଘାଟନର ବର୍ଷ ଦୁଇଟା ନ ପୁରୁଣୁ ଛାତ ଫାଟି ଆଁ କଲାଣି। ନିମ୍ନମାନର କାମ ପାଇଁ ସ୍ୱଳ୍ପ ସମୟରେ ସୃଷ୍ଟି ହୋଇଥିବା ଫାଟକୁ ଲୁଚାଇବାକୁ ଚାଲିଛି ପ୍ରୟାସ। ଖଲ୍ଲିକୋଟବହୁମୂଖୀ ଇଣ୍ଡୋର ଷ୍ଟାଡିୟମରେ ଦେଖିବାକୁ ଏମିତି ଉଚ୍ଚକୋଟିର କାମ।
    ଯୁବ ବର୍ଗଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ସହ କ୍ରୀଡାବିତଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ନିର୍ମାଣ କରିଛନ୍ତି ଷ୍ଟାଡିଏମ। ଏହି କ୍ରମରେ ନିର୍ମାଣ ହୋଇଥିଲା ଖଲ୍ଲିକୋଟ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ୍। କିନ୍ତୁ ଷ୍ଟାଡିୟମ ଉଦଘାଟନକୁ ଦୁଇ ବର୍ଷ ନ ପୂରୁଣୁ, ନିର୍ମାଣରେ ତ୍ରୁଟି ବିଚ୍ୟୁତି ଓ ନିମ୍ନମାନର କାମ ଯୋଗୁଁ ଷ୍ଟାଡିୟମର ମୁଖ୍ୟ ଛାତର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଏବେ ତ୍ରୁଟି ଲୁଚାଇବାକୁ ଠିକାଦାର ଓ ଯନ୍ତ୍ରୀ ମିଶି ଛାତର ଫାଟ ସ୍ଥାନରେ ସିମେଣ୍ଟ ସହ କିଛି ରାସାୟନିକ ଦ୍ରବ୍ୟର ଲେପ ଦେଇ କାମଚଳା ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି। କାନ୍ଥ ଓ ପାଚେରୀର ବିଭିନ୍ନ ସ୍ଥାନରେ ଥିବା ଫାଟରେ ଚୂନ ଓ ରଙ୍ଗ ବୋଳି ମୋଟା ଅଙ୍କର ବିଲ୍ ହାତେଇ ବା ପାଇଁ ମସୁଧା ଚାଲିଛି । ଏତାଦୃଶ କାର୍ଯ୍ୟକୁ ନେଇ ଏବେ ଷ୍ଟାଡିୟମର ସ୍ଥାୟୀତ୍ବ ଉପରେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଲାଣି।

  • ରତ୍ନଭଣ୍ଡାର ଖୋଲିବା ସହ ବିଭିନ୍ନ ଦାବି ନେଇ ଗର୍ଜିଲା ଶ୍ରୀଜଗନ୍ନାଥ ସେନା

    ରତ୍ନଭଣ୍ଡାର ଖୋଲିବା ସହ ବିଭିନ୍ନ ଦାବି ନେଇ ଗର୍ଜିଲା ଶ୍ରୀଜଗନ୍ନାଥ ସେନା

    ରତ୍ନଭଣ୍ଡାର ଖୋଲା ହେଲେ ତଣ୍ଟିରେ ଅଟକିଯିବ କଣ୍ଟା,ଭାଙ୍ଗିବ ସରକାରର ଅଣ୍ଟା,ବାଜିବ ମୃତ୍ୟୁର ଘଣ୍ଟା। ଏମିତି କହି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରୀ ମନ୍ଦିର ପରିଚାଳନା କମିଟିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯାଉନଥିବା ଅଭିଯୋଗ ଆଣିଛି ଜଗନ୍ନାଥ ସେନା । ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ପୂର୍ବରୁ ସିଂହ ଦ୍ୱାର ନିକଟରେ ଲାଗିଥିବା ଦଶ ଅବତାର ମୂର୍ତ୍ତି ସ୍ଥାପନ ଏବଂ ବଡ ଦାଣ୍ଡରେ ଭକ୍ତଙ୍କ ଲାଗି ସ୍ଥାୟୀ ବାରିଗେଟ ଲଗାଇବା ପରି ବିଭିନ୍ନ ଦାବି ନେଇ ପ୍ରଶାସନ ଉପରେ ବର୍ଷିଛି ସେନା। ପୂର୍ବରୁ ଶ୍ରୀ ମନ୍ଦିର ପ୍ରଶାସନ ଅନେକ ଥର ପରିଚାଳନା କମିଟି ବୈଠକ କରିଥିଲେ ମଧ୍ୟ ମନ୍ଦିର ସମ୍ବନ୍ଧିତ ମୁଖ୍ୟ ପ୍ରସଙ୍ଗ ଛାଡି ଜମି ବିକା, ଖଣି ବିକା, ଲୁଟିବ ଉପରେ ଆଲୋଚନା ହେଉଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।