Category: ଜିଲ୍ଲା

  • ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

    ମଉସା ଛୁରୀ ବୁଲାଇଲେ, ପୁତୁରା ବେକରେ ବାଜିଗଲା, ଆଉ…..

    ପାରିବାରିକ କଳହର କରୁଣ ପରିଣତି । କେହି କିଛି ବୁଝିବା ଅ।ଗରୁ ମଉସାର ଛୁରାମାଡାରେ ଅ।ଖିବୁଜିଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୁମ୍ଭାରପ଼ଡା ଥାନା ଅନ୍ତର୍ଗତ ଉପର ମାଳିସାହିରେ । | ମୃତକ ହେଲେ ସୌମ୍ୟ ରଞ୍ଜନ ପ୍ରଧାନ | ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତମାନେ ପୁରୀ ମେଡିକାଲରେ ଚିକିତ୍ସତ ହେଉଛନ୍ତି।
    ସୂଚନା ଅନୁଯାୟୀ ଅଭିଯୁକ୍ତ ନୃସିଂହ ମହାନ୍ତି ଓ ତାର ପତ୍ନୀ ନନ୍ଦିନୀ ମହାନ୍ତିଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ନୃସିଂହ ନିଜ ପତ୍ନୀ ନନ୍ଦିନୀକୁ ସବୁବେଳେ ମାଡ ମାରୁଥିଲା ,ଏହି ଘଟଣା ଅତିଶୟ ହେବାରୁ ପତ୍ନୀ ନନ୍ଦିନୀ ତାଙ୍କ ବାପ ଘରକୁ ଚାଲି ଆସିଥିଲେ। ଏହାକୁ ନେଇ ଅଭିଯୁକ୍ତ ସ୍ବାମୀ ନୃସିଂହ ଘଟଣା ଦିନ ଶଶୁର ଘରକୁ ଯାଇ ପତ୍ନୀ ନନ୍ଦିନୀ ମହାନ୍ତିଙ୍କୁ ଗାଳି ଗୁଲଜ କରିବା ସହ ମାରପିଟ୍ କରିଥିଲା । ସେଠାରେ ଉପସ୍ଥିତ ଥିବା ସଢୁ, ପୁତୁରା, ଦେଢ଼ ଶାଶୁ, ଶାଶୁ ନୃସିଂହଙ୍କ ପାଖରୁ ନନ୍ଦିନୀକୁ ସୁରକ୍ଷିତ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ନୃସିଂହ ଏକ ଧାରୁଆ ଛୁରିରେ ସମସ୍ତଙ୍କୁ ଅ।କ୍ରମଣ କରିଥିଲା । ଏକ ଛୁରିରେ ଆକ୍ରମଣ କରିଥଲେ, ଏଥିରେ 4ଜଣ ଅ।ହତ ହୋଇଥିବା ବେଳେ ପୁତୁରା ସୌମ୍ୟ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକେ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଚିକିତ୍ସାଧୀନ ଅବସ୍ଥାରେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ ଙ୍କ ମୃତ୍ୟୁ ହୋଇଛି ।

    ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ନୃସିଂହ ମହାନ୍ତି ଓ ତାଂକ ବଡ଼ ଭାଈ କାଶୀନାଥ ମହାନ୍ତି। ନୃସିଂହ ମହାନ୍ତି ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ନୃସିଂହଙ୍କ ପ୍ରମୁଖ ସହଯୋଗୀ ହେଉଛନ୍ତି ବଡ ଭାଇ କାଶୀନାଥ ମହାନ୍ତି । ଦୁଇ ଫେରାର ହେବାକୁ ଯୋଜନା କରୁଥୀବା ବେଳେ ପୁରୀ ସଦର ଅଂଚଳ ସମଗରା ଗ୍ରାମରୁ ଦୁଇ ଜଣକୁ ଧରିବାରେ ସଫଳ ହୋଇଛି ପୁଲିସ । ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡ ଓ ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀ, ଲୁହା ରଡ଼ ଓ ଏକ ହାତୁଡି ଜବତ କରିଛି ପୋଲିସ୍।

  • ଦଶରଥପୁରର ଦତ୍ତପୁର ପଂଚାୟତରେ ଧସିଲା ନଦୀବନ୍ଧ

    ଦଶରଥପୁରର ଦତ୍ତପୁର ପଂଚାୟତରେ ଧସିଲା ନଦୀବନ୍ଧ

    ଯାଜପୁର ଦଶରଥପୁର ବ୍ଳକ ଦତ୍ତପୁର ପଂଚାୟତରେ ଧସିଲା ନଦୀବନ୍ଧ। ଦତ୍ତପୁର ଦେଇ ପ୍ରବାହିତ ବୈତରଣୀ ନଦୀବନ୍ଧ ଧସି ଅତଡା ଖସିବା ନେଇ ଗ୍ରାମବାସୀ ମାନେ ଆତଙ୍କିତ ଅଛନ୍ତି। ଦତ୍ତପୁର ପଂଚାୟତ ତାରିଣୀ ମନ୍ଦିର ଠାରୁ ଡଙ୍ଗାଘାଟ ସଂଯୋଗ କରୁଥିବା ନଦୀବନ୍ଧ ପ୍ରାୟ ୧୦୦ଫୁଟ ଲମ୍ବର ଧସି ନଦୀ ଗର୍ଭରେ ଲୀନ ହୋଇଛି।ବୈତରଣୀରେ ଆସିଥିବା

    ପ୍ରଥମ ବନ୍ୟାରେ କୌଣସି ନଦୀବନ୍ଧ ଭାଙ୍ଗି ନଥିବା ବେଳେ ବନ୍ୟାଜଳ ହ୍ରାସ ପାଇବା ପରେ ଆଜି ନଦୀବନ୍ଧ ଧସିଥିବାର ଚିତ୍ର ସାମ୍ନାକୁ ଆସିଛି। ପ୍ରତିବର୍ଷ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ମରାମତି ନାମରେ କୋଟି କୋଟି ଟଙ୍କା ହଡପ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଏଥି ସହ ପଂଚାୟତର ବିଭିନ୍ନ ସ୍ଥାନରେ ମଧ୍ୟ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି।

    ଯାହାକୁ ନେଇ ଲୋକମାନେ ଭୟଭୀତ ହୋଇଛନ୍ତି। ବର୍ତ୍ତମାନ ବନ୍ଧର ଅବସ୍ଥା ଯାହା ଅଛି ଯଦି ପୁଣି ବନ୍ୟା ଆସେ ନିଶ୍ଚିତ ଘାଇ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି। ତୁରନ୍ତ ନଦୀବନ୍ଧର ମରାମତି କାର୍ଯ୍ୟ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। ସେପଟେ ବନ୍ୟା ଆସିବା ପୂର୍ବରୁ ଜଳସଂପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଅଭାବରୁ ଏଭଳି ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

  • ଆଶାର ଆଲୋକ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ

    ଆଶାର ଆଲୋକ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ

    ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ରିକୁଟିପାଟ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ମାନଙ୍କପାଇଁ କେନ୍ଦ୍ରସରକାର ପକ୍ଷରୁ କଟକ ଜିଲ୍ଲା ର ଓଲଟପୁର ସ୍ବାମୀ ବିବେକାନନ୍ଦ ଜାତୀୟ ପ୍ରଶିକ୍ଷଣ ସଂସ୍ଥା ଦ୍ଵାରା ଏବଂ ଆଶାର ଆଲୋକ ଅନୁଷ୍ଠାନର ଆନୁକୂଲ୍ୟରେ ତିନିଚକିଆ ସାଇକେଲ ବଣ୍ଟନ କରାଯାଇଛି । ଆଜିର ସମାଜରେ ମୂଖ୍ୟ ସ୍ରୋତରେ ଭିନ୍ନକ୍ଷମ ମାନେ କିଛି ନା କିଛି କଳା ଓ ଶିକ୍ଷାଗ୍ରହଣ କରିବାସହିତ ସାଧାରଣ ଲୋକଙ୍କ ଭଳି ଜୀବନ ଜାପାନ ସକ୍ଷମ ହୋଇପାରିଛନ୍ତି। ଏହି ପରିପ୍ରେକ୍ଷିରେ ଆଶାର ଆଲୋକ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ସମିତି ସଭ୍ୟ ସେକ୍ ମୋଇନ ଅହେମଦ୍ ଓ ଅମୀୟ କୁମାର ବିଶ୍ବାଳ, ପୂର୍ବତନ ନାଏବ ସରପଞ୍ଚ ଅନୀଲ କୁମାର ସାହୁ, ରଂଜନ ମହାରଣା, ପ୍ରଭାତ ବେହେରା, ପ୍ରକାଶ ଚନ୍ଦ୍ର ରାଉତରାୟ ,ଆଶାର ଆଲୋକ ସମ୍ପାଦକ ନାରାୟନ ଚନ୍ଦ୍ର ସାହୁ କୋଷାଧ୍ୟକ୍ଷ ବାବାଜୀ ଦାସ ଓ ସଭାପତି ନରେନ୍ଦ୍ର ଶତପଥୀ ସହକାରୀ ପ୍ରବନ୍ଧକ ଆଶୋକ କୁମର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏବଂ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଭିନ୍ନକ୍ଷମ ବ୍ୟକ୍ତି ଆସି ବିଶେଷ ଭାବରେ ଯୋଗ ଦେଇଥିଲେ। ଏବଂ ସେମାନଙ୍କୁ ତିନି ଚକିଆ ୪୫ଗୋଟି ସାଇକେଲ୍, ୫ଗୋଟି ହୁଇଲ୍ ଚେୟାର, ଓ ୮ ଟି ଆଶା ବାଡ଼ି ବଣ୍ଟନ କରାଯାଇଥିଲା।

  • ବାଲେଶ୍ଵରରୁ ପୁଣି ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର, ବୁଲେଟ ଜବତ

    ବାଲେଶ୍ଵରରୁ ପୁଣି ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର, ବୁଲେଟ ଜବତ

    ବାଲେଶ୍ଵରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ଖନ୍ତାପଡା ଥାନା ବାହାନାଗା ବଜାର ନିକଟରୁ ୧୧୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୋର ଥାନା ଆଟପୁର ଅଞ୍ଚଳର। ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବୁଲେଟ ମଧ୍ୟ ଜବତ ହୋଇଛି।

    ଅଭିଯୁକ୍ତ ବ୍ରାଉନସୁଗାର କାରବାର କରୁଥିବା ସୂଚନା ମିଳିବା ପରେ ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ଆଲର୍ଟ ମୋଡକୁ ଆସିଥିଲା । ବାହାନଗା ଠାରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଅଭିଯୁକ୍ତଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଯାଞ୍ଚ ବେଳେ ତାଙ୍କ ନିକଟରୁ ୧୧୦ ଗ୍ରାମର ବ୍ରାଉନସୁଗାର ମିଳିଥିଲା । ଏହାପରେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ ସ୍କ୍ୱାଡ ।

  • ନିଖିଳ ଉତ୍କଳ କୁଇ ସମାଜ ପାଳିଲା ବିଶ୍ୱ ଆଦିବାସୀ ଦିବସ

    ନିଖିଳ ଉତ୍କଳ କୁଇ ସମାଜ ପାଳିଲା ବିଶ୍ୱ ଆଦିବାସୀ ଦିବସ

    ଆଜି ବିଶ୍ୱ ଆଦିବାସୀ ଦିବସ। ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ଜି ଉଦୟଗିରିଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି।

    ଏହା ପରେ ମାଟି ପୂଜା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

    ସଭାପତି ଯଉବନ ପ୍ରଧାନ, ଉଛବ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ଦୀପକ୍ ପ୍ରଧାନଙ୍କ ନେତୃତ୍ୱରେ ଆଦିବାସୀମାନଙ୍କ ଏହି ସର୍ବ ପୁରାତନ ଦିବସ ପାଳନ କାର୍ଯ୍ୟକ୍ରମରେ ଜି ଉଦୟଗିରି, ଟିକାବାଲି, ସାରଙ୍ଗଗଡ, ରାଇକିଆ ଆଦି ଅଞ୍ଚଳର ବହୁ କୁଇ ସମ୍ପ୍ରଦାୟର ଜନତା ଯୋଗଦେଇଛନ୍ତି।

    ସରକାର ବିଭିନ୍ନ ସମୟରେ ଆଦିବାସୀଙ୍କୁ ଅଣଦେଖା କରୁଥିବା ଯୋଗୁ ସଙ୍ଘବଦ୍ଧ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସଭାପତି କହିଥିଲେ। ସେହିପରି ଏହି ଦିବାସ ପାଳନ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଉପସ୍ଥିତ ।

    ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ପାରମ୍ପରିକ ନୃତ୍ୟ ଗୀତ ଗାଇ କୁଇ ଜନଜାତିର ଲୋକେ ଜି ଉଦୟଗିରି ସହର ପରିକ୍ରମା କରିଥିଲେ। ଏହା ଜାତି ସଂଘ ଦ୍ୱାରା ଆଦିବାସୀଙ୍କୁ ମିଳିଥିବା ସ୍ବୀକୃତିର ପାଳନ।

  • ନିଜସ୍ଵ ଖର୍ଚ୍ଚରେ ଗାଁର ଅସ୍ଥାୟୀ କାଠପୋଲ ତିଆରି କଲେ ଆଦିବାସୀ ଯୁବକ

    ନିଜସ୍ଵ ଖର୍ଚ୍ଚରେ ଗାଁର ଅସ୍ଥାୟୀ କାଠପୋଲ ତିଆରି କଲେ ଆଦିବାସୀ ଯୁବକ

    ସରକାର ଅନେକ ଯୋଜନା କରୁଥଲେ ସୁଦ୍ଧା ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଯୋଜନା ଠିକ ଭାବେ ପହଞ୍ଚି ପାରୁନି । ବାଟରୁ ବାଟବଣା ହୋଇଯାଉଛି ଆଦିବାସୀଙ୍କ ହକ । କ.ନୂଆଗାଁ ବ୍ଲକର ଆଡିମାହା ପଞ୍ଚାୟତ ଅନ୍ତର୍ଗତ ବିନ୍ଦୁପଦର ଗାଁଟି ଜଙ୍ଗଲ, ପାହାଡ ଘେରା ଅଞ୍ଚଳରେ ଅବସ୍ଥିତ । ଏହି ଗାଁରେ ୩୦ଟି ଆଦିବାସୀ ପରିବାର ବସବାସ କରନ୍ତି । ବର୍ଷା ଦିନେ ଗାଁର ଅବସ୍ଥା କହିଲେ ନସରେ । ବର୍ଷା ଋତୁର ତିନି ମାସ ଲୋକମାନେ ୩ କିଲୋମିଟର ଦୂରରେ ଥିବା ଆଡିମାହା ପଞ୍ଚାୟତକୁ ଯାଇ ପି.ଡି.ସ୍ ଚାଉଳ ଆଣୁଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

    ଛୋଟଛୋଟ ପିଲାମାନେ ବିପଦଜନକ ଅବସ୍ଥାରେ ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି । କାହାର ଦେହ ଖରାପ ହେଲେ ସେ କେବଳ ଭଗବାନଙ୍କ ଭରସାରେ ରହିଯାନ୍ତି । ଏଭଳି ସ୍ଥିତିକୁ ଲକ୍ଷ କରି ଗାଁର କିଛି ଯୁବକ ନିଜସ୍ଵ ଖର୍ଚ୍ଚରେ ଗାଁକୁ ଏକ କାଠ ପୋଲ ନିର୍ମାଣ କରିଛନ୍ତି । ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଗୁହାରୀ କଲେ ମଧ୍ୟ କେହି ଶୁଣିବାକୁ ନାରାଜ । ତେଣୁ ଗାଁର ଯୁବକ ମାନେ ନିଜ ହାତରେ ଏକ କାଠ ପୋଲ କରିବାକୁ ସ୍ଥିର କରିଥିଲେ । ବିନ୍ଦୁପଦର ଗାଁ ଯୁବକଙ୍କ ଏହି ବଳିଷ୍ଠ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

  • ବନ୍ୟ ବିଭାଗର ସର୍ଚ୍ଚ ଅପରେସନରେ ବନ୍ଧା ହେଲେ ଶିକାରୀ ବାପଝିଅ

    ବନ୍ୟ ବିଭାଗର ସର୍ଚ୍ଚ ଅପରେସନରେ ବନ୍ଧା ହେଲେ ଶିକାରୀ ବାପଝିଅ

    ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଧରା ପଡିଲେ ବାପ ଝିଅ । ବହୁ ସାମଗ୍ରୀ ବ୍ୟବହାର କରୁଥିଲେ ଶିକାର ପାଇଁ ଏବଂ ଯାହା ଶିକାର କରୁଥିଲେ ତାକୁ ବିକି ଢେର ରୋଜଗାର କରୁଥିଲେ । ହେଲେ ଏବେ ଏହି ଶିକାରୀ ବନ୍ଧା ହୋଇଛନ୍ତି ଶିକାରୀ ବାପା ଆଉ ଝିଅ (ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀ) । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଏହି ୨ ଜଣ ଗିରଫ ହୋଇଛନ୍ତି।

    ଗତକାଲି କୁସଙ୍ଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରାଯାଇ ପଦ୍ମତୋଲା ବିଟ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ସେହି ସମୟରେ ସେଠାରେ ରହୁଥିବା ଉତ୍ତମ ପ୍ରଧାନଙ୍କ ଘରେ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ତାଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଟାଙ୍ଗିଆ ଜବତ ହୋଇଥିବା ବେଳେ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ତାର, ବିଷାକ୍ତ ଗୋଳା ଫାସ ସମେତ ବହୁ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଥିଲା ।

  • ଗାଡ଼ି ଧକ୍କାରେ ବାଘର ମୃତ୍ୟୁ

    ଗାଡ଼ି ଧକ୍କାରେ ବାଘର ମୃତ୍ୟୁ

    ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ । ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ଗ୍ରାମ ମୁଖ୍ୟ ରାସ୍ତା ନିକଟରେ ଗତକାଲି ରାତି ପ୍ରାୟ ୨ ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଗୁରୁତର ବାଘକୁ ତୁରନ୍ତ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଘଟିର ମୃତ୍ୟୁ ହୋଇଥିଲା। ବାଘଟିର ବୟସ ୪ରୁ ୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି।

    ତେବେ କଲରାପତରିଆ ବାଘର କେମିତି ଦୁର୍ଘଟଣା ହେଲା, କେଉଁ ଗାଡ଼ି ଧକ୍କାରେ ତା’ର ଜୀବନ ଗଲା ତାହାର ତଦନ୍ତ କରୁଛି ବନ ବିଭାଗ। ଆଜି ଭଞ୍ଜନଗର ନର୍ସରୀରେ ମୃତ ବାଘଟିର ବ୍ୟବଚ୍ଛେଦ ହେବା ପରେ ସେଠାରେ ହିଁ ତାକୁ ପୋତି ଦିଆଯିବ । ଏନେଇ ଉପରିସ୍ଥ ଅଧିକାରୀଙ୍କ କୌଣସି ମତାମତ ମିଳି ପାରିନି। 

  • ଜୀବନ ହାରିବାକୁ ନଦୀକୁ ଡେଇଁ ୫ କିମି ଦୂରରୁ ମହିଳା ଉଦ୍ଧାର

    ଜୀବନ ହାରିବାକୁ ନଦୀକୁ ଡେଇଁ ୫ କିମି ଦୂରରୁ ମହିଳା ଉଦ୍ଧାର

    ପାରିବାରିକ କଳହରୁ ମହାନଦୀକୁ ଡେଇଁ ମହିଳାଙ୍କ ଜୀବନ ହାରିବା ଉଦ୍ୟମ ପଣ୍ଡ। ଭାସି ଭାସି ୫ କିଲୋମିଟର ଦୂରରୁ ସୁରକ୍ଷିତ ଉଦ୍ଧାର। ଏପରି ଘଟଣା ଘଟିଛି ପାରାଦୀପ ନେହେରୁବଙ୍ଗଳା ଅଞ୍ଚଳରେ। ମତ୍ସ୍ୟଜୀବୀମାନେ ଭାସି ଯାଉଥିବା ମହିଳାଙ୍କୁ ଉଦ୍ଧାର କରି ପରିବାର ଜିମା ଦେଇଛନ୍ତି। ତେବେ ମହିଳାଙ୍କର ପାରିବାରିକ ସମସ୍ୟା ଥିବାରୁ ସେ ଏପରି ଚରମ ପଦକ୍ଷେପ ନେଇଥିବା ଜଣା ପଡିଛି। ଭୁତୁମୁଣ୍ଡାଇ ଅଞ୍ଚଳର ଜନୈକ ମହିଳା ପାରିବାରିକ କଳହରେ ଅତିଷ୍ଠ ହୋଇ ଭୁତୁମୁଣ୍ଡାଇ ପୋଲରୁ ଡେଇଁ ପଡି ଜୀବନ ହାରିବାକୁ ଚାହିଁଥିଲେ। କିନ୍ତୁ ମହାନଦୀର ପ୍ରଖର ସୁଅ ତାଙ୍କୁ ବୋହି ନେଇଥିଲା ଭୁତୁମୁଣ୍ଡାଇଠାରୁ ୫ କିଲୋମିଟର ଦୂର ନେହେରୁବଙ୍ଗଳା ମୁହାଣ ଯାଏ। ମୁହାଣ ନିକଟରେ କିଛି ମତ୍ସ୍ୟଜୀବୀଙ୍କ ନଜରକୁ ଆସିଥିଲେ ମହିଳା ଜଣକ। ମତ୍ସ୍ୟଜୀବୀମାନେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ସାଷ୍ଟାଙ୍ଗ କରିଥିଲେ ଓ ତାଙ୍କଠାରୁ ତାଙ୍କ ଠିକଣା ବୁଝି ତାଙ୍କ ଘରରୁ ପଠାଇଥିଲେ। ବର୍ତମାନ ମହାନଦୀରେ ପ୍ରଖର ବନ୍ୟାଜଳ ପ୍ରବାହିତ ହେଉଛି। ବିଭିନ୍ନ ସମୟରେ ବହୁ ଅଘଟଣ ମଧ୍ୟ ଘଟୁଛି ପାଣିରେ ବୁଡି। କିନ୍ତୁ ଏଠି ମହିଳା ଜୀବନ ହାରିବାକୁ ଯାଇ ଦୀର୍ଘ ୫ କିଲୋମିଟର ଭାସି ମଧ୍ୟ ଜୀବିତ ରହିଛନ୍ତି। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏହାକୁ ଦେଖି ସ୍ଥାନୀୟ ଲୋକେ କହୁଛନ୍ତି, ରଖେ ହରି ମାରେ କିଏ…

  • ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

    ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

    ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର। ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ବିମାନ ଉଡାଣ ନେଇ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି ।

    କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ଏହା ସହିତ କଳାହାଣ୍ଡିର ପରିଚୟ ମଧ୍ୟ ବଦଳିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ କଳାହାଣ୍ଡି ନୂଆ ପରିଚୟ ପାଇଛି । କଳାହାଣ୍ଡିବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ DGCA ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହା’ସହ ବିମାନ ଚଳାଚଳ ପାଇଁ DGCA ଲାଇସେନ୍ସ ପ୍ରଦାନ କରିଛନ୍ତି।

    ସୂଚନା ଅନୁସାରେ, ଗତମାସରେ ଡିଜିସିଏ ଟିମ୍ କଳାହାଣ୍ଡିର ଉତକେଲା ବିମାନ ବନ୍ଦର ଆସି ବିମାନ ଉଡାଣ ପାଇଁ ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଉଡାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଭବାନୀପାଟଣାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି। ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହେବ ପରେ ରାଜ୍ୟରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ ମଧ୍ୟ ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।