Category: ଜିଲ୍ଲା

  • ବଜ୍ରପାତ ରେ ଜଣେ ବୃଦ୍ଧ ଓ ଛଅ ଗୋରୁ ମୃତ

    ବଜ୍ରପାତ ରେ ଜଣେ ବୃଦ୍ଧ ଓ ଛଅ ଗୋରୁ ମୃତ

    ଗଜପତି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଫଳରେ ପୃଥକ ପୃଥକ ଜାଗାରେ ଜଣେ ବୃଦ୍ଧା ଏବଂ 6 ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ମୁଚନା ମିଳିଛି । ସୁଚନା ଅନୁଯାୟୀ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଧାଡିଆମ୍ବ ପଞ୍ଚାୟତ ଦାରୁପାଣି ଗାଁର କୈଳାଶ ପ୍ରଧାନ ଗତକାଲି ମଧ୍ୟାହ୍ନ ସମୟରେ ଗାଁ ନିକଟସ୍ଥ ଜଙ୍ଗଲରେ ମେଣ୍ଢା ଚରାଇବାକୁ ଯାଇଥିଲେ । ସେହି ସମୟରେ ଘଡଘଡି ସହ ପ୍ରବଳ ବର୍ଷା ହେବାରୁ ଗଛ ମୁଳେ ଆଶ୍ରୟ ନେଇଥିବା ବେଳେ କୈଳାଶଙ୍କ ଉପରେ ବଜ୍ରପାତ ପଡିବାରୁ ସେଠାରେ ଟଳିପଡିଥିଲେ । ଖବର ପାଇ ପରିବାର ଲୋକେ ଓ ସ୍ଥାନୀୟ ସରପଞ୍ଚ କୈଳାଶ କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲ ରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଚନ୍ଦ୍ରଗିରି ଫାଣ୍ଡି ପୋଲିସ ମେଡିକାଲ ରେ ପହଞ୍ଚି ଶବ କୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସେହିପରି ଅଡବା ଥାନା ଅନ୍ତର୍ଗତ ଚୁଡଙ୍ଗପୁର ପଞ୍ଚାୟତ ବଦାକୁଆ ଗାଁରେ ବଜ୍ରପାତ ଯୋଗୁଁ ୪ ଟି ବଳଦ ୨ଟି ଗାଈ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଗଲେ ଚାରି ଗୋରୁ ଚରାଳୀ । ଗତକାଲି ମଧ୍ୟାହ୍ନ ସମୟରେ ବଦାକୁଆ ଗାଁ ର 4ଜଣ ବ୍ୟକ୍ତି ଗାଇ ଚରେଇବାକୁ ନିକଟସ୍ଥ ଡାଙ୍ଗଡ଼ା ଘାଟି ପାହାଡ଼କୁ ଯାଇଥିଲେ । ସେହି ସମୟରେ ଘଡ଼ଘଡ଼ି ସହ ବର୍ଷା ହେବାରୁ ସୁରକ୍ଷା ପାଇଁ ଗୋଟିଏ ତେନ୍ତୁଳି ଗଛ ମୂଳେ ୪ ଟା ବଳଦ ୨ଟି ଗାଈ ସହ ଆଶ୍ରୟ ନେଇଥିଲେ । ସେହି ସମୟରେ ହଠାତ ବଜ୍ରପାତ ହେବାରୁ ଘଟଣା ସ୍ଥଳେ ହିଁ ୪ ଟି ବଳଦ ୨ଟି ଗାଈ ମୃତ୍ୟୁ ହୋଇଛି । କିନ୍ତୁ କିଛି ଦୂରତାରେ ୪ ଜଣ ଗାଈ ଚରାଳି ମାନେ ରହିଥିବାରୁ ସେମାନେ ସୁରକ୍ଷିତ ଭାବେ ରହିଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ସରପଞ୍ଚ ଓ ବଦାକୁଆ ଗାଁ ଲୋକେ ପହଞ୍ଚି ଥିଲେ ଏବଂ ପ୍ରାଣୀ ସମ୍ପଦ ବିଭାଗୀୟ କର୍ମଚାରୀମାନଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳେ ମୋହନା ପ୍ରାଣୀ ସମ୍ପଦ ବିଭାଗ ର ସୁଭଙ୍କର ସାହୁ ପହଞ୍ଚି ୪ ଟି ବଳଦ ୨ଟି ଗାଈର ଶବ ବ୍ୟବଛେଦ କରିଥିଲେ ।ତେବେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ସେବତି ଗମାଙ୍ଗ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ କ୍ଷତି ପୁରଣ ଯୋଗାଇଦେବାପାଇଁ ସରକାରଙକୁ ଦରଖାସ୍ତ କରିଛନ୍ତି।

  • ଲାଞ୍ଚ ନେଉଥିବା ବେଳେ ଆରଆଇ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ

    ଲାଞ୍ଚ ନେଉଥିବା ବେଳେ ଆରଆଇ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ

    ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଠାରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲାଞ୍ଚୁଆ ଆରଆଇ ବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ । ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବାଦାମ ପାହାଡ଼ କୁସୁମୀ ତହସିଲ ଅଧୀନ କୁଲଡ଼ିହା Ri ରାକେଶ କୁମାର ପାତ୍ର ଜୟପୁର ସର୍କଲର ଜମିମାପ କରି ଏହା ବାବଦକୁ, ୱାର୍ଡ ନମ୍ବର ୬ ନିବାସୀ ରାମଦାସ ସାହୁଙ୍କ ଠାରୁ 5 ହଜାର ଟଙ୍କା ଦାବି କରିଥିଲେ । ଏଥି ପାଇଁ ସେ ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଠାରେ ଅପେକ୍ଷା କରିଥିଲେ । ଏହି ସମୟରେ ରାମଦାସ ସାହୁଙ୍କ ଠାରୁ ଆରଆଇ ରାକେଶ କୁମାର ପାତ୍ର ଲାଞ୍ଚ ନେଉଥିବା ବେଳେ ବାଲେଶ୍ବର ଭିଜିଲାନ୍ସ ବିଭାଗର ଏକ ଟିମ ପୂର୍ବରୁ ଯୋଜନା ମୁତାବକ ଚଢାଉ କରି ଟଙ୍କା ସହ ଆଇଆରଙ୍କୁ ମାଡ଼ିବସି ଥିଲେ। ଏଥିସହିତ ଭିଜିଲାନ୍ସ ଟିମ ଅଭିଯୁକ୍ତ ରାଜସ୍ଵ ନିରୀକ୍ଷକ ରାକେଶ କୁମାର ପାତ୍ରଙ୍କ ଜୟପୁର କାର୍ଯ୍ୟାଳୟ ସ୍ଥିତ ସରକାରୀ ବାସଭବନ, ରାଇରଙ୍ଗପୁର ଓ ବାରିପଦା ମୁର୍ଗାବାଡି ଭଡ଼ା ଘରେ ଚଢ଼ାଉ କରିଛି । ଅଭିଯୁକ୍ତ ରାଜସ୍ଵ ନିରୀକ୍ଷକ ରାକେଶ କୁମାର ପାତ୍ର ପୂର୍ବରୁ ବିବାଦୀୟ ରହିଥିବା ଏକାଧିକ ଲାଞ୍ଚ ଅଭିଯୋଗ ତାଙ୍କ ବିରୋଧେ ରହିଛି । ଭିଜିଲାନ୍ସ ଅତିରିକ୍ତ SP ହରେକୃଷ୍ଣ ମାଝୀ ଙ୍କ ନେତୃତ୍ବରେ ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ ଓ ଅନ୍ୟାନ୍ୟ ବାଲେଶ୍ଵର ଭିଜିଲାନ୍ସ କର୍ମଚାରୀ ମାନେ ଚଢ଼ାଉ କରିଥିଲେ।

  • ଅନୁଗୋଳ ବିଜେଡିର ୨ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ

    ଅନୁଗୋଳ ବିଜେଡିର ୨ ଘଣ୍ଟିଆ ୫୫ନଂ ଜାତୀୟ ରାଜପଥ ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ

    ଖଣି ଖାଦାନ ଭରା ଅନୁଗୋଲ ଜିଲ୍ଲାରେ ଅତି ଶୋଚନୀୟ ହୋଇ ପଡିଛି ୫୫ନଂ ଜାତୀୟ ରାଜପଥ । ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ପରିବହନ ଗାଡି ଯାଆସ କରୁଥିବାରୁ ରାସ୍ତାର ଦୁରବସ୍ଥା ନ କହିଲେ ଭଲ । ରାଜସ୍ବ ଦେଉଥିବା ରାସ୍ତା ନିଜେ ଦୁର୍ବିସହ ହୋଇ ପଡିଛି । ଏହା ସହ ମହାନଦୀ କୋଇଲା ଖଣିର ବିସ୍ଥାପିତଙ୍କ ସମସ୍ୟା ନେଇ ଆଜି ବିଜୁ ଜନତା ଦଳ ଅନୁଗୋଳ ଜିଲ୍ଲା ପକ୍ଷରୁ ଅନୁଗୋଳ ପିଟିସି ଛକ ଠାରେ ୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ରାଜପଥ ନିର୍ମାଣ, ମରାମତି ତଥା ମହାନଦୀ କୋଇଲା ଖଣି ଦ୍ବାରା ପ୍ରଭାବିତ ବିସ୍ଥାପିତଙ୍କ ସମସ୍ଯା ସମାଧାନ ପାଇଁ ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ୱରେ ରାସ୍ତା ରୋକ ତଥା ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ଜିଲ୍ଲାର ସମସ୍ତ ବିଧାୟକ, ଢେଙ୍କାନାଳ ଲୋକସଭା ସାଂସଦ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ, ପରିଷଦ ଅଧ୍ୟକ୍ଷ, ସମବାୟ ବ୍ୟାଙ୍କ ସଭାପତି ଓ ନିର୍ଦ୍ଦେଶକ ବୃନ୍ଦ, ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ବୃନ୍ଦ, ବ୍ଲକ ପୌରପାଳିକା ଅଧ୍ୟକ୍ଷ, ସମସ୍ତ ବ୍ଲକ ଓ ପୌରପାଳିକାର ବିଜେଡି ସଭାପତି, ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଜୁ ମହିଳା-ଯୁବ-ଛାତ୍ର ଜନତା ଦଳର ସଭାପତି ଓ କର୍ମକର୍ତ୍ତା ପ୍ରମୂଖ ଉପସ୍ଥିତ ଥିଲେ।

  • କାଇ ପିମ୍ପୁଡି ଚଟଣୀକୁ ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା

    କାଇ ପିମ୍ପୁଡି ଚଟଣୀକୁ ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା

    ମୟୂରଭଞ୍ଜ କାଇ ପିମ୍ପୁଡି ଚଟଣୀକୁ ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା। ଏହା ପରେ ଜିଲ୍ଲାରେ ଖୁସିର ଲହର ଖେଳି ଯାଇଛି। ଭାରତ ସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେଟର ଜୋନାଲରେ କାଇ ପିମ୍ପୁଡି ଓ ମୟୂରଭଞ୍ଜର ପରିଚୟକୁ ନେଇ ସ୍ୱୀକୃତି ମିଳିଥିବା ଜଣାପଡିଛି। ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ବଣ ପାହାଡ଼ ଘେରା ଏହି ଜିଲ୍ଲାରେ ରହିଛି ଶିଳିପାଳ ଅଭୟାରଣ୍ୟ ଓ ଅନେକ ଛୋଟ ବଡ଼ ଜଙ୍ଗଲ ରହିଛି। ଜଙ୍ଗଲରେ ବହୁ ମାତ୍ରାରେ ବଡ଼ବଡ଼ ଶାଳ, ଆମ୍ୱ ଓ ଅନ୍ୟା ଗଛ ରହିଛି। ଏହି ଗଛରେ କାଇ ପିମ୍ପୁଡ଼ି ବସା ବାନ୍ଦିଥାଆନ୍ତି। ଯାହାକୁ ଆଦିବାସୀମାନେ ଖାଦ୍ୟ ଭାବେ ସେବନ କରିଥାଆନ୍ତି। ଏଥିରେ ବିଭିନ୍ନ ଔଷଧୀୟ ଗୁଣ ରହିଅଛି ବୋଲି ବିଶ୍ୱାସ ରହିଛି। କାଇ ପିମ୍ପୁଡି ଖାଇଲେ ଥଣ୍ଡା, କାଶ, ଚର୍ମ ପରି ବହୁ ରୋଗରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ। ଯେଉଁଥିପାଇଁ ଆଦିବାସୀମାନେ କେଉଁ କାଳରୁ କାଇକୁ ଖାଇଥାଆନ୍ତି।ମୟୂରଭଞ୍ଜରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଥିବା କାଇକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ବିଭିନ୍ନ ଫୋରମରେ ଦାବି ହୋଇଆସୁଲା। ପରିଶେଷରେ ଶୁକ୍ରବାର କାଇ ପିମ୍ପୁଡିକୁ ମୟୂରଭଞ୍ଜର ଜିଓଗ୍ରାଫିକାଲ ଇଣ୍ଡିକେଟର ଭାବେ ପରିଚୟ ମିଳିପାରିଛି।

  • ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ

    ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ

    ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ସରକାର ଏହି ପରିବାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି । ଏହି ଦେଶୀ ବାଇଗଣ ବିଶେଷ ଭାବେ କଣ୍ଟିଲୋର ମହାନଦୀ ଅବବାହିକାରେ ଚାଷ କରାଯାଇଥାଏ । ଏହା ଆକାରରେ ଛୋଟ ଓ ଏହାର ମୁଣ୍ଡରେ ଛୋଟ ଛୋଟ କଣ୍ଟା ଥାଏ । ଏହା ଅନ୍ଯ ବାଇଗଣ ଅପେକ୍ଷା ମିଠା । ଏହି ବାଇଗଣ କେବଳ ନୟାଗଡ ଜିଲ୍ଲାରେ ଏବଂ କଣ୍ଟିଲୋ ମହାନଦୀ ଅବବାହିକା ଜମିରେ ହିଁ ହୋଇଥାଏ । ସ୍ଥାନୀୟ ଚାଷୀ ଏହାକୁ ବହୁଳ ମାତ୍ରାରେ ଚାଷ କରିଥାନ୍ତି । ଏବି ବିଶେଷ ବାଇଗଣକୁ ଜିଆଇ ଟ୍ୟାଗ ଦେବାକୁ ରାଜ୍ୟ ପ୍ରଶାସନ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲା । ଏହାର ସ୍ବତନ୍ତ୍ରତା ଏବଂ ଚାଷ ବିଶେଷତାକୁ ଅନୁଧ୍ଯାନ କରିବା ପରେ କେନ୍ଦ୍ର ସରକାର ଏହ ଜିଆଇ ମାନ୍ଯତା ବା ଜିଓଲୋଜିକାଲ ଆଇଡିଏଣ୍ଟିଫିକେସନ୍ ପ୍ରଦାନ କରିଛନ୍ତି । କଣ୍ଟେଇମୁଣ୍ଡି ବାଇଗଣ ହେଉଛି ଅନ୍ୟ ପ୍ରଜାତିର ବାଇଗଣ ତୁଳନାରେ ଆକାରରେ ବହୁତ ଛୋଟ । ଏହାସହ ଅନ୍ୟ ବାଇଗଣ ତୁଳନାରେ ଏହି ପ୍ରଜାତିର ବାଇଗଣରେ ମଞ୍ଚି ଅଧିକ ଥାଏ । ଗଛର ଉଚ୍ଚତା ବିଶେଷ ନ ଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତି ଲାଭଦାୟକ । ଏହା ବିଶେଷ ଭାବେ ବାଲିଆ ଅଞ୍ଚଳରେ ଚାଷ କରାଯାଇଥାଏ । ଏହି ବାଇଗଣ ଖାସ୍ କରି କଳାପଥର,ଧଳାପଥର, ସାରୁଅ ବାଘମାରି ଏବଂ ଖୋର୍ଦ୍ଦା ବଜାରରେ ପ୍ରଚୁର ମାତ୍ରାରେ ମିଳେ । କିଲୋ ଅତି କମରେ ୬୦ ଟଙ୍କା ରୁହେ । କଟକ ଭୁବନେଶ୍ବର ବଜାର ଆସିବା ବେଳକୁ ଏହା ସରିଯାଏ । ତେଣୁ ଭୁବନେଶ୍ବରବାସୀ ବି ଏହାକୁ ଖାଇବାକୁ ପାଆନ୍ତି ନାହିଁ ।

  • ଦୀର୍ଘ ସମୟ ଧରି ପଡ଼ିରହିଲା ମୃତ ଶରୀର, କାରଣ ଅସ୍ପଷ୍ଟ

    ଦୀର୍ଘ ସମୟ ଧରି ପଡ଼ିରହିଲା ମୃତ ଶରୀର, କାରଣ ଅସ୍ପଷ୍ଟ

    ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ସୂଚନା ଅନୁଯାୟୀ ବୌଦ୍ଧ ଥାନା ତାକୁଡ଼ ଗ୍ରାମର ରାସ୍ତା ଉପରେ ଏକ ମୃତଦେହ ପଡିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ସକାଳୁ ଖବର ପ୍ରଚାରିତ ହେବା ପରେ ମୃତଦେହ ଦେଖିବା ପାଇଁ ଆଖପାଖ ଅଂଚଳରୁ ଲୋକେ ଭିଡ଼ ଜମିଥିଲା! ପରିବାର ଲୋକେ ପହଂଚି ଉକ୍ତ ମୃତଦେହ ଚିହ୍ନଟ କରିଛନ୍ତି । ମୃତକ ହେଲେ ପୁରୁଣାକଟକ ଥାନା ଛେଳିଲେଣ୍ଡି ଗ୍ରାମର ରମେଶ ବାରିକ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପାଲିସ ପହଂଚି ନଥିବା ଜଣାପଡିଛି।

  • ଧାନ ବିଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

    ଧାନ ବିଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

    ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ଏକ ବିଲ ମଧ୍ୟରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଆଜି ବିଲକୁ ଧାନ ରୋଇବା ପାଇଁ ଯାଉଥିବା ସମୟରେ କିଛି ମହିଳା ଏକ ଶିଶୁ କନ୍ୟାର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ମହିଳା ମାନେ ଗ୍ରାମରେ ଯାଇ କହିଥିଲେ ।

    ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । କିଏ ଓ କେଉଁ ଉଦ୍ଦେଶ୍ୟରେ ଶିଶୁ କନ୍ୟାକୁ ଏଭଳି ଫିଙ୍ଗି ଦେଇଛି ତାହା ତଦନ୍ତ କରୁଛି ପୋଲିସ । ଅନ୍ୟପଟେ ଶିଶୁଟି କନ୍ୟା ହୋଇଥିବାରୁ କେହି ଫିଙ୍ଗି ଦେଇଥିବା କିମ୍ବା କୁମାରୀ ମାତୃତ୍ୱ ହେତୁ ଏଭଳି କରିଥିବା ସାଧାରଣରେ ଚର୍ଚ୍ଚା ହୋଉଛି ।

  • ଅସହ୍ୟ ହୋଇପଡ଼ିଲାଣି ହାତୀଙ୍କ ପ୍ରାଦୁର୍ଭାବ, ଗାଁଗାଁରେ ଭୟର ବାତାବରଣ

    ଅସହ୍ୟ ହୋଇପଡ଼ିଲାଣି ହାତୀଙ୍କ ପ୍ରାଦୁର୍ଭାବ, ଗାଁଗାଁରେ ଭୟର ବାତାବରଣ

    ଓଡିଶାର ଜଙ୍ଗଲ ବସତି ଅଞ୍ଚଳ ଗୁଡିକରେ ହାତୀ ଉପଦ୍ରବ ଏକ ସାଧାରଣ କଥା । ହାତୀ ଆକ୍ରମଣରେ ଅସଂଖ୍ୟ ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକ କ୍ଷୟକ୍ଷତି ହେଉଛି । ହେଲେ ପ୍ରଶାସନର କାର୍ଯ୍ୟପନ୍ଥାକୁ ଦେଖିଲେ ଲାଗେ ସତେ ଯେମିତି ହାତୀ ଆଗରେ ଅସହାୟ ସେମାନେ । ହାତୀ ଆକ୍ରମଣରେ ଖାଲି ମଣିଷ ମାନଙ୍କ ଜୀବନ ଚାଲିଯାଇନଥାଏ ଏଥିରେ ଅନେକ ଗୃହପାଳିତ ପଶୁ ମଧ୍ୟ ବଳି ପଡିଯାଏ । ଏମିତି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳସ୍ଥିତ ମଧୁପୁର ଗ୍ରାମରେ । ବନମାଳୀ ପ୍ରଧାନଙ୍କ ମଇଁଷି ଗୋଠରେ ହାତୀ ପଶି ଆକ୍ରମଣ କରିବାରୁ ଗୋଟିଏ ମଇଁଷିର ଜୀବନ ଚାଲିଯାଇଛି ।

    ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମଇଁଷିଟି ଆହତ ହୋଇଥିବା ଦେଖିବାକୁ ମିଳିଛି । ଏମିତି ହାତୀ ମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ଗାଁ ଗାଁରେ ଭୟର ବାତାବରଣ । ଫଳରେ ଉତ୍ତ୍ୟକ୍ତ ଲୋକମାନେ ମଧୁପୁର ଗ୍ରାମ୍ୟ ରାସ୍ତା ଅବରୋଧ କରିଛନ୍ତି ।

  • ଖୁବଶୀଘ୍ର ତ୍ୱରାନ୍ୱିତ ହେବ ସୂର୍ଯ୍ୟ ମନ୍ଦିର

    ଖୁବଶୀଘ୍ର ତ୍ୱରାନ୍ୱିତ ହେବ ସୂର୍ଯ୍ୟ ମନ୍ଦିର

    ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଆଜି ଦିତୀୟ ପର୍ଯ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଛି । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷା କୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରା ଯାଇଥିଲା । ସୁର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତି ପରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ଏ ଏସ ଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଦିତୀୟ ପର୍ଯ୍ୟୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶିମ କୋଣରେ ଏକ କ୍ରେନ ସାହାଯ୍ୟରେ ଲୁହା ଵିମ ଲଗାଯାଇଛି ।

    ଏହି ଭଳି ଆଉ ତିନୋଟି ଲୁହା ଵିମ ଲାଗିବ । ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ ଚାଲିଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୁଡା ଦେଇ ଗର୍ଭଗୃହରେ ରହିଥିବା ବାଲି ମନ୍ଦିର ପାଦଦେଶକୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ଏକ ପାଇପ ଯୋଗେ ଏହି ବାଲିକୁ ଉତ୍ତର କୋଣରେ ରଖାଯିବ ।ଏଥି ପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ ।

    ଏହି ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ଏ ଏସ ଆଇ ଏହି ବାଲି କାଢ଼ିବା ପ୍ରକ୍ରିୟା କାହିଁକି ବିଳମ୍ବ ହେଉଛି ଓ ସାର୍ବଜନିକ କରିବାପାଇଁ କୋଣାର୍କ ସୁରକ୍ଷା ସମିତି ଓ ସ୍ଥାନୀୟ ବାସିନ୍ଦା ପକ୍ଷରୁ ଦାବି କରାଯାଇଛି ।

  • ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

    ହାତୀ ଆକ୍ରମଣ ରେ ଜଣେ ମୃତ, ଜଣେ ଗୁରୁତର

    ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା। ତଳଗଡ଼ ଗ୍ରାମର ଛବିନ୍ଦ୍ର ବିଶ୍ୱାଳ ଓ ସ୍ତ୍ରୀ ସୁଲୋଚନା ବିଶ୍ୱାଳ ନିଜ ବାଡ଼ିରେ କାର୍ଯ୍ୟ କରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ସ୍ତ୍ରୀ ସୁଲୋଚନାଙ୍କ ମୃତ୍ୟୁ ହୋଇଥିବା ବେଳେ ଛବିନ୍ଦ୍ର ଗୁରୁତର ଆହତ ହୋଇଛନ୍ତି।