Category: ଜିଲ୍ଲା

  • ବାଣପୁର ସବ-ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ

    ବାଣପୁର ସବ-ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ

    ନିଖିଳ ଓଡିଶା କାରାଗାର କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ବାଣପୁର ଉପ କାରାଗାର ର କର୍ମଚାରୀ ମାନେ ସୋମବାର ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ଯେ ବିଗତ କିଛି ଦିନ ପୂର୍ବେ ଏହି କର୍ମଚାରୀ ମାନେ ୫ ଦଫା ଦାବି ନେଇ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରି ଆସୁଥିଲେ। ଦାବି ପୂରଣ ନ ହେବାରୁ ସେମାନେ ଏବେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି କାରାରକ୍ଷୀ ଙ୍କ ଗ୍ରେଡ୍ ପେ ‘ ୧୯୦୦ ରୁ ୨୦୦୦ ଟଙ୍କା କରିବା, ମୂଖ୍ୟ କାରାରକ୍ଷୀ ଙ୍କ ଗ୍ରେଡ୍ ପେ ‘ ୨୦୦୦ ରୁ ୨୪୦୦ ଟଙ୍କା କରିବା,୨୦୧୩ ବଦଳି ନିୟମ ଲାଗୁ କରିବା,ଉପ ଖଣ୍ଡ ସ୍ତରରୁ ବଦଳି ନିୟମ କୋହଳ, ଖାଦ୍ୟ ଭତ୍ତା ବୃଦ୍ଧି,ଓ ୧୩ ମାସିଆ ଦରମା ବୃଦ୍ଧି ଭଳି ୫ ଦଫା ଦାବି ନେଇ କର୍ମଚାରୀମାନେ ଗତ ୧୩ ତାରିଖ ଠାରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରି ଆସୁଥିଲେ । ଆଜି ସେମାନେ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ, ଏବଂ ଥାନା ଅଧିକାରୀ ଙ୍କୁ ଅବଗତ କରି ଜଣାଇଛନ୍ତି ଯେ, ଧାରଣା ସମୟରେ ଯଦି କୌଣସି କର୍ମଚାରୀ ଅଶୁସ୍ତ ହୁଅନ୍ତି କିମ୍ବା ମୃତ୍ୟୁ ବରଣ କରନ୍ତି, ତେବେ କାରାଗାର ଉଚ୍ଚ କତୃପକ୍ଷ, ଏବଂ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସୂଚନା ଦେଇଛନ୍ତି ।

  • ୧୩ ଜଣ ଠକ ଗ୍ୟାଙ୍ଗକୁ ଗିରଫ କଲା ଟାଉନ୍ ପୋଲିସ୍

    ୧୩ ଜଣ ଠକ ଗ୍ୟାଙ୍ଗକୁ ଗିରଫ କଲା ଟାଉନ୍ ପୋଲିସ୍

    ବରଗଡ ଟାଉନ ପୋଲିସକୁ ମିଳିଲା ବଡ ଧରଣର ସଫଳତା। ଏକ ଠକ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ। ମହେନ୍ଦ୍ରା କମ୍ପାନୀର କର୍ମଚାରୀ କହି ବରଗଡ ଅମ୍ବାପାଳିର ଅଜୟ ରେଖାନୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କୌଶଳ କ୍ରମେ ଲକ୍ଷାଧିକ ଟଙ୍କା ଠକିଥିବା ନେଇ ଅଭିଯୋଗ ପରେ ଏକ ରାକେଟକୁ କାବୁ କରିଛି ବରଗଡ ଟାଉନ ପୋଲିସ।

    ୧୩ ଜଣ ଅଭିଯୁକ୍ତଙ୍କୁ ବରଗଡ ଟାଉନ ପୋଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୩ ଗୋଟି ମୋବାଇଲ ଫୋନ , ନଗତ ୧ ଲକ୍ଷ ୯୫ ହଜାର ୬୪୦ ଟଙ୍କା , ୱେଷ୍ଟ ବେଙ୍ଗଲ ନମ୍ବର ରହିଥିବା ଏକ କାର , ୪ଟି ଲେପଟପ , ଦୁଇଟି ବ୍ଳାଙ୍କ ଚେକ ଓ ଅନେକ ନକଲି ପରିଚୟ ପତ୍ର ସହିତ ଠକାମିରେ ବ୍ୟବହୃତ ଅନେକ କାଗଜାତ ଜବତ କରିଛି ପୋଲିସ ।

    ୨ ଲକ୍ଷ ଟଙ୍କାର ଠକାମିର ଶିକାର ହୋଇଥିବା ବରଗଡ ଅମ୍ବାପାଳିର ଅଜୟ ରେଖାନୀ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପାଇବା ପରେ ଆକ୍ସନ୍ ମୋଡକୁ ଆସିଥିଲା ପୋଲିସ । ଏବଂ ଏହି ଠକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଥିଲେ । ଏନେଇ ଆଜି ବରଗଡ ଟାଉନ ଥାନାରେ ହୋଇଥିବା ସାମ୍ବାଦିକ ସମ୍ବିଳନୀରେ ବରଗଡ ଉପଖଣ୍ଡ ଅଧିକାରୀ ଘଟଣାର ସୂଚନା ଦେଇଛନ୍ତି।

  • ଦ୍ଵନ୍ଦରେ ନେତା ଓ କର୍ମୀ

    ଦ୍ଵନ୍ଦରେ ନେତା ଓ କର୍ମୀ

    ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର କର୍ମୀ ମାନଙ୍କ ମନରେ ସେତିକି ଉତ୍ସାହ ପରିଲକ୍ଷିତ ହେଉଛି । ଆସନ୍ତା ନିର୍ବାଚନରେ ଖୋର୍ଦ୍ଧା ବିଧାନ ସଭା ଆସନ ପାଇଁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହାକୁ ନେଇ ନେତା ଓ କର୍ମୀ ମାନେ ଦ୍ଵନ୍ଦରେ ରହିଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳର ବିଜେପି, ବିଜେଡି ଓ କଂଗ୍ରେସ ନେତା ଓ କର୍ମୀ ମାନେ ଲୋକଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ଏଠାରେ ବିଜେଡି ର ବିଧାୟକ ଅଛନ୍ତି ଜୋତୀନ୍ଦ୍ର ନାଥ ମିତ୍ର । ସେ ନିର୍ବାଚନ ମଣ୍ଡଳୀ ସାରା ବୁଲି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକସମ୍ପର୍କ ରଖୁଛନ୍ତି । ସେ ପୁଣି ଥରେ ନିର୍ବାଚନ ଲଢିପାରନ୍ତି କିମ୍ବା ଅଶୁସ୍ଥତା ଯୋଗୁଁ ନିଜ ପୁଅକୁ ପ୍ରାର୍ଥୀ କରିବା ଆଶା ରଖିଛନ୍ତି ।

    ଖୋର୍ଦ୍ଧା ରାଜନୀତିରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଜୋତୀନ୍ଦ୍ର ନାଥଙ୍କ ରାଜନୈତିକ ପ୍ରତିଦ୍ବନ୍ଦି ଭାବେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ବେଶ ଜଣାଶୁଣା ।ଗତ ସାଧାରଣ ନିର୍ବାଚନରେ ଶେଷ ମୂହୁର୍ତ୍ତ ରେ ତାଙ୍କୁ ବେଗୁନିଆ ରୁ ପ୍ରାର୍ଥୀ କରିଥିଲା ବିଜେଡି ।ଏଥର ସେ ଖୋର୍ଦ୍ଧା ଆସନକୁ ଫେରିବା ଆଶା ରଖିଛନ୍ତି। ଖୋର୍ଦ୍ଧା ଓ ଟାଂଗୀ ଉଭୟ ପଂଚାୟତ ସମିତି ଅଧ୍ୟକ୍ଷା ତାଙ୍କ ସମର୍ଥକ ବୋଲି ବିଜେଡ଼ି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ସେହିପରି ଦଳ ଯଦି ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କରେ ତେବେ ତାଙ୍କ ପନ୍ତୀ ପୂର୍ବତନ ପୈ।ରାଧ୍ୟଖ ‌ସଜୁକ୍ତା ସାହୁ ପ୍ରାର୍ଥୀ ହେବେ ବୋଲି ରାଜେନ୍ଦ୍ର ସାହୁ ଙ୍କ ସମର୍ଥକ ମାନେ କହୁଛନ୍ତି।

    ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀରାଣୀ ଗୁମାନସି଼, ରାଜ୍ୟ ମହିଳା ବିଜେଡି ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନକୁ ଯାଇ ଜନସମ୍ପର୍କ ରଖିଛନ୍ତି। ସେହିପରି ପୂର୍ବତନ ପ୍ରସାଶକ ଦେବରାଜ ସେନାପତି,ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ବିଜେଡି ଟିକେଟ ପାଇବା ପାଇଁ ଆଶା ରଖିଥିବା ଚର୍ଚା ହେଉଛି।


    ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତ ରାୟ ଗତ ସାଧାରଣ ନିର୍ବାଚନରେ ମାତ୍ର ୮ ହଜାରେ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ତାଙ୍କୁ ବିଜେପି ପୁଣି ଥରେ ପ୍ରାର୍ଥୀ କରିବ ବୋଲି ତାଙ୍କ ସମର୍ଥକ ମାନେ କହୁଛନ୍ତି। ଶ୍ରୀ ଖଣ୍ଡାୟତ ରାୟ ବିଭିନ୍ନ ପଂଚାୟତ ର ବୁଥ୍ କୁ ଯାଇ ଦଳୀୟ ସଂଗଠନ ପାଇଁ କାମ କରୁଛନ୍ତି। ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଦଳୀୟ ଟିକେଟ ପାଇବେ ବୋଲି କହୁଛନ୍ତି। ସେହିପରି କୃଷକ ନେତା ଶ୍ରୀ ରଂଜନ ମଂଗରାଜ, ଅଧ୍ୟାପକ ଲକ୍ଷ୍ମୀ କାନ୍ତ ମିଶ୍ର ବିଜେପି ଟିକେଟ ପାଇବା ଆଶା ରଖିଛନ୍ତି।

    ଅନ୍ୟ ପକ୍ଷରେ ସଂଘ ପରିବାର ପକ୍ଷରୁ ଏଥର ଜଣେ ପ୍ରାର୍ଥୀ ହେବା ସମ୍ଭାବନା ଥିବା କୁହାଯାଉଛି। ସେହିପରି ବିଜେପି ରାଜ୍ୟ ନେଚୃତ୍ବ ଙ୍କ ସହ ଯୋଗାଯୋଗ ରେ ଅଛନ୍ତି। ବିଜେଡି ରୁ ନିଲମ୍ବିତ ହୋଇଥିବା ଜଣେ ବିଧାୟକ ସେ ବିଜେପି ରେ ଯୋଗ ଦେଇ ଟିକେଟ ପାଇବା ଆଶା ରଖିଛନ୍ତି। ବିଜେପି ରେ ଦୀର୍ଘ ବର୍ଷ ଧରି କାମ କରୁଥିବା କର୍ମୀ ମାନେ ଦଳଣ୍ଡିଆଙ୍କୁ ଆଉ ଗ୍ରହଣ କରିବେନି ବୋଲି ଖୋଲା ଖୋଲି କହୁଛନ୍ତି। ପୂର୍ବରୁ ଡ଼, ଦିଲ୍ଲିପ ଶ୍ରୀଚନ୍ଦନ ଓ ଜୋତୀଦ୍ର ନାଥ ବିଜେପି ରୁ ଲଢିଥିଲେ। ପରେ ଦଳ ଛାଡିଥିଲେ।ନିଜ ଦଳ ଲୋକଙ୍କ ଉପରେ ଭରସା ନରଖି ଅନ୍ୟ ଦଳରୁ ଆଣି କାହାକୁ ପ୍ରାର୍ଥୀ କରିବାକୁ ଚ୍ରୁଣ ମୂଳ ସ୍ଥରର କର୍ମୀ ଚାହୁଁନାହାଁନ୍ତି।


    ଜାତୀୟ ସ୍ତରରେ କଂଗ୍ରେସ ଶିବିର ଚଳଚଂଚଳ ହେବା ପରେ ଏବେ କିଛି ଦିନ ହେଲା ଖୋର୍ଦ୍ଧା ରେ ଦଳୀୟ କର୍ମୀ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ପୁଣି ଦଳକୁ ସକ୍ରୀୟ କରିବାକୁ ଉଦ୍ୟମ ଚାଲିଛି। ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ,ସ୍ଵାଗତୀକା ପଟ୍ଟନାୟକ, ବିଶ୍ବଭୂଷଣ ଛୋଟରାୟ, ପଦ୍ମଚରଣ ରାୟ ପ୍ରମୁଖ ଙ୍କ ମଧରୁ କାହାକୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।ଚେବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହା ଠିକ ଭାବେ ଜଣା ପଡୁନଥିବାରୁ ଉଭୟ ନେତା ଓ କର୍ମୀ ଦ୍ଵନ୍ଦ ରେ ରହିଥିବା ଜଣାପଡିଛି।

  • ମା କହିଲେ ମୋବାଇଲ ନ ଦେଖିବାକୁ, ତା’ପରେ ପୁଅ…

    ମା କହିଲେ ମୋବାଇଲ ନ ଦେଖିବାକୁ, ତା’ପରେ ପୁଅ…

    ଆଜିକାଲି ପିଲା ଅଧିକାଂଶ ସମୟ ମୋବାଇଲରେ ବିତାଉଛନ୍ତି, ମୋଟାମୋଟି ଦେଖିବାକୁଗଲେ ସୋସିଆଲ ମିଡିଆରେ ପୁରା ଜଡିତ ରହୁଛନ୍ତି I ଏମିତିକି ଖାଇବା ପିଇବା ମଧ୍ୟ ଏହି ମୋବାଇଲ ପାଇଁ ଭୁଲିଯାଉଛନ୍ତି I ସେ ଘର ହେଉ କି ବାହାର ହେଉ ୨୪ଘଣ୍ଟା ମୋବାଇଲରେ ବ୍ୟସ୍ତ ରହୁଛନ୍ତି I ଏଭଳି ଏକ ଘଟଣା କେନ୍ଦୁଝରରୁ ଆସିଛି ମୋବାଇଲ ପାଇଁ ବିଷ ପିଇଲା ଅଷ୍ଟମ ଶ୍ରେଣୀର ଛାତ୍ର ।

    କେନ୍ଦୁଝର ସଦର ଥାନା ବରଦାପାଳ ଗ୍ରାମର ଯୋଶଦା ମୁଣ୍ଡାଙ୍କ ପୁଅ ସିପୁନ ମୁଣ୍ଡା ବାପାଙ୍କ ମୋବାଇଲରେ ବାରମ୍ବାର ଗେମ ଖେଳୁଥିଲା । ମା’ ପ୍ରତିବାଦ କରିବାରୁ ଦାନାଦାର ପିଇଦେଲା ଛାତ୍ର । ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

    ସୂଚନାଅନୁଯାୟୀ , ଗତକାଲି ସ୍କଲରୁ ଫେରି ପୁଅ ମୋବାଇଲ ଦେଖୁଥିଲା। ପାଠ ନ ପଢି ସବୁବେଳେ ମୋବାଇଲ କାହିଁକି ଦେଖୁଛୁ କହିବା ସହ ଆକଟ କରିଥିଲା ମା’ । ଏହି ସାମାନ୍ୟ କଥାକୁ ନେଇ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା। ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

  • ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୩ ଗିରଫ

    ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୩ ଗିରଫ

    ବରଗଡ଼ ଟାଉନ ଥାନା ପକ୍ଷରୁ ବୀର ଛକରେ ଦୁଇଟି ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପୋଲିସର ପେଟ୍ରୋଲିଂ ଚାଲିଥିବା ବେଳେ ସନ୍ଦେହରେ ଦୁଇଟି ଗାଡି କୁ ଯାଞ୍ଚ କରିଥିଲା । ସେଥିରୁ ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ ଗିରଫ କରିଛି ଟାଉନ ପୋଲିସ । ଗିରଫ ଯୁବକମାନେ ଜବଲପୁର ମସନିଆ ଗ୍ରାମର ଜୟ ସାହୁ, ଅଭିଷେକ ସିଦାର, ବିଜୟ ଖୁସବା ବୋଲି ଜଣାପଡିଛି । ଜବତ ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ଏନେଇ ପୋଲିସ ତଦନ୍ତ ଜାରିରଖିଛି । ତେବେ ଏହାର ଚେର କେତେ ଦୂର ଲମ୍ବିଛି ସେନେଇ ଅଧିକ ତଦନ୍ତ କରୁଛି ଟାଉନ ପୋଲିସ |

  • ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ

    ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବିଜେଡିରୁ ବହିଷ୍କୃତ

    ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଗୁରୁବାର ବିଜେଡିରୁ ବହିଷ୍କୃତ କରାଯାଇଛି। ୨ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ଜଣାପଡିଛି। ଏହାସହ ସୌମ୍ୟ ରଞ୍ଜନଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ ହୋଇଛି। ଏହାସହ ବ୍ୟାଙ୍କ ସ୍କାମ ଅଭିଯୋଗ ମଧ୍ୟ ରହିଛି। ୨ ବିଧାୟକଙ୍କୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ନିଜେ ବିଜେଡି ସୁପ୍ରିମୋ ସାମ୍ବାଦିକ ସମ୍ମିଳନୀ ଯୋଗେ ଜଣାଇଛନ୍ତି।

    ସୂଚନା ଯୋଗ୍ୟ, ସେପ୍ଟେମ୍ବର ୧୨ରେ ବିଜେଡି ଉପସଭାପତି ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବହିଷ୍କୃତ ହେବାର ଘୋଷଣା ନାମାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସୌମ୍ୟ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଜେଡି ସୁପ୍ରିମୋ ନିଜେ ୨ ବିଧାୟକଙ୍କ ବହିଷ୍କୃତ ବିଷୟରେ ସାମ୍ବଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।

  • ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ

    ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ

    ଚାହୁଁ ଚାହୁଁ ସମୁଦ୍ରର ପ୍ରଖର ସ୍ରୋତରେ ବୁଡିଗଲା ମାଛଧରା ବୋଟ । ସମୁଦ୍ରରୁ ମାଛ ଧରି ଫେରୁଥିବା ସମୟରେ ପାରାଦୀପର ନେହେରୁବଙ୍ଗଳା ମହାନଦୀ ମୁହାଣ ମୁହଁରେ ଘଟିଛି ଏପରି ଦୁଃଖଦାୟକ ଘଟଣା । ବୁଡିଯାଇଥିବା ‘ମା’ ବାସୁଳେଇ ଭରଷା-୨’ ନାମକ ବୋଟରେ ଥିଲେ ୮ ଜଣ ମତ୍ସ୍ୟଜୀବୀ । ଜୀବନ ବଞ୍ଚାଇବା ପାଇଁ ବୋଟରେ ଥିବା ପ୍ଲାଷ୍ଟିକ ଜାର ଧରି ମୁହାଁଣରେ ମମତ୍ସ୍ୟଜୀବୀ ମାନେ ପହଁରିବା ଆରମ୍ଭ କରିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ତରଫରୁ ଏକ ବୋଟ ପଠାଯାଇଥିଲା । ଯେଉଁଥିରେ ସମୁଦ୍ର ମଧ୍ୟରୁ ତିନି ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା ।

    ସେପଟେ ଏହି ଅଘଟଣ ସମୟରେ ଫେଲ୍ ମାରିଲା କୋଷ୍ଟଗାର୍ଡର ରେସ୍କ୍ବ ହେଲିକପ୍ଟର । ଅନ୍ଧାର ଯୋଗୁଁ ଗତକାଲି ଉଦ୍ଧାର କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା । ଶେଷ ସୂଚନା ମୁତାବକ ମୋଟ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୩ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ଏହି ଘଟଣାରେ ମେରାଇନ ପୋଲିସ, ପାରାଦ୍ଵୀପ ବନ୍ଦର, ମତ୍ସ୍ୟଜୀବୀ ଓ କୋଷ୍ଟଗାର୍ଡର ମିଳିତ ଅପରେସନ ଚଳାଇଥିଲା । ମତ୍ସ୍ୟଜୀବୀ ମାନେ ତିନି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପାରାଦ୍ଵୀପ ବନ୍ଦରର ଡକ୍ ବୋଟ ଦ୍ବାରା ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ।

    ଲଘୁଚାପ ଯୋଗୁଁ ମୁହାଣରେ ପ୍ରଖର ସ୍ରୋତ କାରଣରୁ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇପାରି ନାହିଁ । ତେବେ ମୁହାଣ ମୁହଁରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ମତ୍ସ୍ୟଜୀବୀମାନଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ବିଫଳ ହୋଇଥିବା ନେଇ ଓମ୍ଫା ତରଫରୁ ପ୍ରକାଶ କରାଯାଇଥିବା ବେଳେ ଫସି ରହିଥିବା ମତ୍ସ୍ୟଜୀବୀ ମାନଙ୍କୁ ତୁରନ୍ତ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯିବାକୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ମୁହାଣ ମୁହଁରେ ପ୍ରଖର ସ୍ରୋତ ସତ୍ୱେ ଓମ୍ଫା ତରଫରୁ ସମୁଦ୍ର ମୁହାଣ ମୁହଁରେ ଫସି ରହିଥିବା ମତ୍ସ୍ୟଜୀବୀ ମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ଏ ନେଇ ପ୍ରଚେଷ୍ଟା ଜାରି ରହିଛି ।

  • ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

    କୁଜଙ୍ଗ ପଥୁରିଆ ଗଡା ନିକଟରେ ଓଲଟିଲା ବସ। ବସ ର ନାମ ରାଜନ । ଦୁଇ ବସ ମଧ୍ୟରେ ଓଭରଟେକ ସମୟରେ ଘଟିଛି ଘଟଣା। କିଛି ଯାତ୍ରୀ ଆହାତ ହୋଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା।

  • ପୁଣି ଦନ୍ତା ନେଲା ଆଉ ଏକ ଜୀବନ

    ପୁଣି ଦନ୍ତା ନେଲା ଆଉ ଏକ ଜୀବନ

    ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ବସଲା ଗ୍ରାମରେ ହାତୀ ଆକ୍ରମଣ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ବସଲା ଗ୍ରାମର ଭାବଗ୍ରାହୀ ଜେନା (୫୬)। ଭାବଗ୍ରାହୀ ପାଖ ପଡିଆକୁ କୌଣସି କାର୍ଯ୍ୟ ନିମନ୍ତେ ଯାଇଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ଙ୍କ ଭିଡ଼ ଲାଗି ରହିଛି।

  • ୨୪ ଘଣ୍ଟାରେ ୧୦ ଆକ୍ରାନ୍ତ ଚିହ୍ନଟ

    ୨୪ ଘଣ୍ଟାରେ ୧୦ ଆକ୍ରାନ୍ତ ଚିହ୍ନଟ

    ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୯୩କୁ ବୃଦ୍ଧି ପାଇଛି । ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ମହଜୁଦ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହାସହ ଲୋକଙ୍କୁ ସଚେତନ କରାଯିବା ସହ ଟେଷ୍ଟିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇରହିଛନ୍ତି । ସେହିଭଳି ଜିଲ୍ଲପାଳଙ୍କ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସମସ୍ତ ଏଏନଏମ , ପିଏସଚସି ଓ ସିଏଚସି ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସ୍ଥିତିକୁ ନଜରରେ ରଖି ତ୍ୱରିତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।