Category: ଜିଲ୍ଲା

  • ଜରାଶ୍ରମରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

    ଜରାଶ୍ରମରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

    ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ଜୀବନ ସେବା ସଙ୍ଘ ପରିଚାଳନାରେ ପଞ୍ଚାୟତ ସମିତି ଚିଲିକା,ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା ତରଫରୁ କୁମ୍ଭିରପଡ଼ାର ସମାଜସେବୀ ସୁକାନ୍ତ କୁମାର ବିଶ୍ଵାଳଙ୍କ ପ୍ରତିଷ୍ଠିତ ବରିଷ୍ଠ ନାଗରିକ ଆଶ୍ରମଠାରେ ପାଳିତ ହୋଇଯାଇଛି ।

    ଏଥିରେ ଚିଲିକା ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର, ନମିତା ଝା ଏ.ଜି ରୋଟାରୀ କ୍ଲବ ଚିଲିକା, ତ୍ରିଲୋଚନ ବାରିକ ସେକ୍ରେଟାରୀ ରୋଟାରି କ୍ଲବ, ସତେନ୍ଦ୍ର କୁମାର ସ୍ୱାଇଁ ଆଇ. ପି. ପି.ଭାଗିରଥି ସ୍ୱାଇଁ ରୋଟାରିଆନ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ଆବାସ କୁମ୍ଭୀର ପଡା ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ପରିଣତ ବୟସରେ ନିଜ ପିତା ମାତାଙ୍କ ଦାୟିତ୍ୱ ନେବାପାଇଁ ଯୁବପିଢ଼ୀ ଙ୍କୁ ଆହ୍ୱାନ ଦିଆଯାଇଥିଲା ।

    ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଅନ୍ତେବାସୀଙ୍କୁ କମ୍ବଳ ଓ ଗୋଲାପ ଫୁଲ ପ୍ରଦାନ କରାଯାଇଥିବା ବେଳେ ପ୍ରଶାସନ ତରଫରୁ ଚାଲିବା ପାଇଁ ୧୦ ଜଣଙ୍କୁ ଷ୍ଟିକ ସହିତ ଏକ ଫ୍ୟାନ ଚିଲିକା ବ୍ଲକ୍ ବିଡ଼ିଓଙ୍କ ପ୍ରତିନିଧି ପ୍ରଦାନ କରି ଥିଲେ। ମୁଖ୍ୟ ଅତିଥି ଲଳିତ ମୋହନ ପଟ୍ଟନାୟକ ବରିଷ୍ଠ ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ସାରଗର୍ଭକ ମନ୍ତବ୍ୟ ଦେଇ ଥିବା ବେଳେ ପ୍ରତିଷ୍ଠାତା ସୁକାନ୍ତ କୁମାର ବିଶ୍ଵାଳ ଉଦବୋଧନ ଦେବା ସମୟରେ ବରିଷ୍ଠ ନାଗରିକ ମାନଙ୍କ ଦୁଃଖରେ ଭାବବିହ୍ଵଳିତ ହୋଇ ପଡ଼ିଥିଲେ ।

  • ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

    ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

    ଭଦ୍ରକ ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ରବିବାର ଦିନ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ଭଦ୍ରକ ବିଧାୟକ ସଂଜୀବ୍ ମଲ୍ଲିକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ସମାଜ କଲ୍ୟାଣ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏକ ସୁସ୍ଥ ସୁନ୍ଦର ସମାଜ ଗଢ଼ି ତୋଳିବାରେ ଓ ଜିଲ୍ଲାର ବିକାଶରେ ବରିଷ୍ଠ ନାଗରିକଙ୍କ ଗୁରୁତ୍ଵ ବହୁତ ରହିଛି। ତେଣୁ ଆମ ଘରର ମୁଖିଆମାନଙ୍କ ଜୀବନକୁ ସହଜ ସୁନ୍ଦର କରି ଗଢିତୋଳିବା ସହ ସେମାନଙ୍କୁ ସମ୍ମାନକ ସହ ଜୀବନ ଅତିବାହିତ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେସବୁ ସୁଯୋଗ ସୁବିଧା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା ଓ ଏସବୁର ଲାଭ ଉଠାଇବାକୁ ଅତିଥିଗଣ କହିଥିଲେ।

    ଭଦ୍ରକ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ସେମାନେ ମଧ୍ୟ ସରକାର ନିକଟରେ ନିଜର କିଛି ଦାବି ଉପସ୍ଥାପନ କରିଥିଲେ, ଯାହା ଉପରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏହି ଅବସରରେ ଜିଲ୍ଲାର ୧୬ ଜଣ ନାଗରିକଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।

  • ସ୍କ୍ରବ ଟାଇଫସ: ବରଗଡ଼ରେ କେନ୍ଦ୍ରୀୟ ଟିମ

    ସ୍କ୍ରବ ଟାଇଫସ: ବରଗଡ଼ରେ କେନ୍ଦ୍ରୀୟ ଟିମ

    ବରଗଡ ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ଥମିବାର ନାଁ ନେଉନି। ପ୍ରତ୍ୟହ କିଛି ନା କିଛି ସଂକ୍ରମିତ ଚିହ୍ନଟ ହେବା ସହ ଏଯାବତ୍ ୭ ଜଣଙ୍କ ମୃତ୍ୟୁ ହେଲାଣି। ତେଣୁ ଆଜି ମଧ୍ୟ ବରଗଡରେ କେନ୍ଦ୍ରୀୟ ମେଡିକାଲ ଟିମ୍ ରୋଗର ସ୍ଥିତି ଯାଞ୍ଚ ପାଇଁ ପହଞ୍ଚିଛନ୍ତି। ଏହି ଟିମରେ ରାଜ୍ୟ ମେଡିକାଲ ଅଫିସର ୩ ଜଣଙ୍କ ସହ କେନ୍ଦ୍ରର ଦୁଇଜଣ ରହିଛନ୍ତି। ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଜନ ସ୍ୱାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାସଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଥିଲେ। ଗଣମାଧ୍ୟମ ସେମାନଙ୍କ ସହ ବୈଠକରେ ସାମିଲ ହେବାକୁ ଚାହିଁବାରୁ କେନ୍ଦ୍ରୀୟ ଅଧିକାରୀ ରୋଗର ଭୟାବହତା ପାଇଁ ସେମାନଙ୍କୁ ଭିତରକୁ ଯିବାକୁ ଦେଇନଥିଲେ। ଜିଲ୍ଲାରେ ସ୍କ୍ରବ ଟାଇଫସର ବ୍ୟାପକତା ଓ ଚିକିତ୍ସାର ସଠିକତା ଉପରେ ଅନୁଧ୍ୟାନ କରିବେ ବୋଲି ବରଗଡ ଡିପିଏଚଓ କହିଛନ୍ତି। ଏଥିସହ ଡିପିଏଚଓ ଜିଲ୍ଲାରେ ସ୍କ୍ରବ ଟାଇଫସରେ ବର୍ଷ ଆରମ୍ଭରୁ ଏଯାବତ୍ ୧୭୭୫ ଟେଷ୍ଟିଂ ହୋଇଥିବା ବେଳେ ୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତଥା ୭ ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା କହିଛନ୍ତି।

    ତେବେ କେବଳ ବରଗଡ ନୁହେଁ ସୁନ୍ଦରଗଡ ଏବେ ସ୍କ୍ରବ ଟାଇଫସର କେନ୍ଦ୍ର ପାଲଟିଛି। ପଡୋଶୀ ଜିଲ୍ଲାକୁ ମଧ୍ୟ ବ୍ୟାପିବାରେ ଲାଗିଛି ଏହି ରୋଗ।ତେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଆଶା, ଏଏନଏମ, ଫାର୍ମାସିଷ୍ଟଙ୍କୁ ତାଲିମ ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଛି। ଏଥିସହ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଔଷଧ ମହଜୁଦ ଥିବା କହିଛନ୍ତି।

  • ଗୋଟିଏ ରାତିରେ ତିନୋଟି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

    ଗୋଟିଏ ରାତିରେ ତିନୋଟି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

    ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଧୀନ ମହାଗବରେ ସିରିଜ ଲୁଟ। ଶନିବାର ବିଳମ୍ବିତ ରାତିରେ ତିନୋଟି ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଆସବାବ ପତ୍ର ଲୁଟିନେଲେ ଦୁର୍ବୃତ୍ତ।

    ସୂଚନା ଅନୁଯାୟୀ କମର୍ଦ୍ଦା ଥାନା ଅଧୀନ ମହାଗବ ଅଞ୍ଚଳରେ ଥିବା ବାସୁଳୀ ମନ୍ଦିର , ତାରିଣୀ ମନ୍ଦିର ଏବଂ ମଙ୍ଗଳା ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବହୁ ସୁନା ଅଳଙ୍କାର ସହ ଆସବାବପତ୍ର ଲୁଟ କରିନେଇଛନ୍ତି। ରବିବାର ସକାଳେ ମନ୍ଦିର ସବୁର ପୂଜକ ଆସି ଦେଖନ୍ତି ମନ୍ଦିର ସବୁର ଫାଟକ ଖୋଲା ରହିଛି। ଫାଟକରେ ଲାଗିଥିବା ତାଲା ଭାଙ୍ଗି ତଳେ ପଡିଛି। ଏହା ଦେଖି ପୂଜକ ଗ୍ରାମବାସୀଙ୍କୁ ଅବଗତ କରିଥିଲେ। ସଙ୍ଗେ ସଙ୍ଗେ ଏହି ଖବର ଚାରିଆଡେ ରାଷ୍ଟ୍ର ହୋଇଯାଇଥିଲା। ମନ୍ଦିରକୁ ଛୁଟିଥିଲା ଲୋକଙ୍କ ସୁଅ। ସୂଚନା ପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • ଚକଖଡ଼ି ବଦଳରେ ଶିକ୍ଷକ-ଶିକ୍ଷୟିତ୍ରୀ ଧରିଲେ ପନିକି ଆଉ ଖଡିକା

    ଚକଖଡ଼ି ବଦଳରେ ଶିକ୍ଷକ-ଶିକ୍ଷୟିତ୍ରୀ ଧରିଲେ ପନିକି ଆଉ ଖଡିକା

    ଶୁଣିଲେ ତ…. ପାଚିକା ଅଛନ୍ତି ଲୋୟର ପିଏମଜିରେ ଆଉ ଏଠି ଶିକ୍ଷକ ପିଲାମାନଙ୍କ ପାଇଁ କରୁଛନ୍ତି ରୋଷେଇ । ସାର୍ ଚେକା ପକାଇ ପରିବା କାଟୁଛନ୍ତି ଆଉ ଦିଦି ସେପଟେ ରାନ୍ଧିବାରେ ବ୍ୟସ୍ତ । କରିବେ କଣ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ପାଚକା ଗତ କିଛି ଦିନ ଧରି ନିଜ ନିଜର ଦାବି ନେଇ ଭୁବନେଶ୍ବର ଲୋୟର ପିଏମଜିରେ ପ୍ରତିବାଦ କରୁଛନ୍ତି । ସାର, ଦିଦିଙ୍କୁ ପିଲାଙ୍କ ପାଠ ପଢା ଠାରୁ ଅଧିକ ଚିନ୍ତା ଘାରିଛି ମଧ୍ୟାହ୍ନ ଭୋଜନକୁ ନେଇ । କାରଣ ଅନେକ ଗରିବ ଶ୍ରେଣୀର ପିଲା ବିଦ୍ୟାଳୟ ଆସୁଛନ୍ତି । ଯଦି ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆନଯାଏ ତାହେଲେ ସେମାନେ ବିଦ୍ୟାଳୟରୁ ମୁହଁ ଫେରାଇ ନେବେ । ସ୍କୁଲରେ ପିଲା ସଂଖ୍ୟା କମିଯିବ ।

    ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଛେନାପଦି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ଆଜି ସାର ଚକଖଡ଼ି ଧରି କଳାପଟାରେ ଶିକ୍ଷାଦାନ କରିବା ପିବର୍ତ୍ତେ ହାତରେ ପନିକି ଏବଂ ଖଡିକା ଧରିବାକୁ ବାଧ୍ୟ ହୋଇଛନ୍ତି । ଯାହାଫଳରେ ପିଲାଙ୍କ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି କରୁଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୧୪୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୪ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତି ଅଛନ୍ତି । କିନ୍ତୁ ଏବେ ୫ ଦିନ ହେଲା ପାଚିକା ସହାୟିକା ମାନେ ଆନ୍ଦୋଳନରେ ସାମିଲ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରୋଷେଇରେ ବ୍ୟସ୍ତ ରହୁଛନ୍ତି ।

    ତେବେ ପାଚିକାଙ୍କ ଦାବି ସରକାର କେବେ ପୂରଣ କରୁଛନ୍ତି ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କେବେ ରୋଷେଇ ପରିବର୍ତ୍ତେ ପିଲାଙ୍କ ଉଜ୍ଜ୍ବଳମ. ଭବିଷ୍ୟତ ପାଇଁ ହାତରେ ଚକ ଖଡି ଧରୁଛନ୍ତି, ତାହା ସମୟ କହିବ ।

  • ବିବାହର ୧୪ବର୍ଷ ପରେ ସ୍ବାମୀଙ୍କ କଳା କାରନାମା ଆସିଲା ସାମ୍ନାକୁ, ତାପରେ…

    ବିବାହର ୧୪ବର୍ଷ ପରେ ସ୍ବାମୀଙ୍କ କଳା କାରନାମା ଆସିଲା ସାମ୍ନାକୁ, ତାପରେ…

    ଘରେ ଜଣେ ସ୍ତ୍ରୀ, ଓଡିଶା ବାହାରେ ଆଉ ଜଣେ। ୨୦୦୯ରେ ପ୍ରଥମ ବିବାହ କରି ଦୁଇ ସନ୍ତାନର ଜନକ ହୋଇସାରିବା ପରେ ଦେହ ସୁଖ ମେଣ୍ଟେଇବାର ଇଛା ଥମିନଥିଲା। ତେଣୁ ପୁଣି କରିଥିଲେ ଆଉ ଜଣଙ୍କୁ ବିବାହ। କିନ୍ତୁ ସବୁକିଛି ହୋଇଥିଲା ପରିବାର ଅଜାଣତରେ। ଏମିତି ନବବିବାହିତା ସ୍ତ୍ରୀଙ୍କ ସହ ଦିଲ୍ଲୀରେ ବାବୁ ମୌଜ କରିବାର ୩ ବର୍ଷ ପରେ ସତ ଆସିଲା ପ୍ରଥମ ସ୍ତ୍ରୀଙ୍କ ଗୋଚରକୁ। ଯାହାକୁ ନେଇ ଏବେ ପରିବାରରେ ଦେଖାଦେଇଛି ଝଡ। ସ୍ବାମୀଙ୍କ ପ୍ରତାରଣାରେ ଭାଙ୍ଗିପଡିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ସଙ୍ଗୁଅ ଗ୍ରାମର ପ୍ରେମାନନ୍ଦ ଷଡ଼ଙ୍ଗୀଙ୍କୁ ବିବାହ କରିଥିବା ପ୍ରଥମ ପତ୍ନୀ ମଧୁସ୍ମିତା ଷଡଙ୍ଗୀ। ପ୍ରେମାନନ୍ଦ ଦିଲ୍ଲୀରେ ରହୁଥିବା ବେଳେ ପିଲାଙ୍କ ପାଠପଢା ପାଇଁ କଟକରେ ବାପଘରେ ରହିଆସୁଥିଲେ ମଧୁସ୍ମିତା ।

    ସ୍ବାମୀଙ୍କ ସହ ନିୟମିତ ଯୋଗାଯୋଗ ରହିଥିଲା। ଶ୍ବଶୂର ଘରର ତାଙ୍କ ସହ, ତାଙ୍କ ବାପଘର ସହ ମଧ୍ୟ ଥିଲା ସୁ ସମ୍ପର୍କ। ବିବାହ ପରଠାରୁ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ପ୍ରୋମାନନ୍ଦଙ୍କୁ ଦେଇଛନ୍ତି ମଧୁସ୍ମିତାଙ୍କ ବାପଘର ଲୋକେ। ସ୍ବାମୀଙ୍କ ଉପରେ ମଧୁସ୍ମିତାଙ୍କର ଥିଲା ଅତୁଟ ବିଶ୍ବାସ। ତେଣୁ କେବେ ସ୍ବାମୀଙ୍କ ହାବଭାବ ଉପରେ ସେ ସନ୍ଦେହ କରିନାହାନ୍ତି। କିନ୍ତୁ ସବୁ ବିଶ୍ବସରେ ସ୍ବାମୀ ବିଷ ଦେଇ ତିନି ବର୍ଷ ହେବ ତାଙ୍କୁ ଅନ୍ଧାରରେ ରଖିବା ପରେ ଗତ ଜନ୍ମାଷ୍ଟମୀରେ ପ୍ରେମାନନ୍ଦଙ୍କ ଦ୍ବିତୀୟ ପତ୍ନୀ ଏକ ଫଟୋ ମଧୁଙ୍କୁ ପଠା ଉଠାଇଥିଲେ ଗୁପ୍ତ ବିବାହ ଉପରୁ ପରଦା। ଆଉ ମଧୁଙ୍କ ପାଦ ତଳୁ ଯେମିତି ଖସିଯାଇଥିଲା ମାଟି। ସେ ଏବେ କଣ କରିବେ, ଦୁଇ ପିଲାଙ୍କୁ ନେଇ କେମିତି ଚଳିବେ ସେଇ ଚିନ୍ତା ତାଙ୍କୁ ଘାରୁଛି।

    ଏହା ଜାଣିବା ପରେ ଯାଜପୁର ବରୀ ରାମଚନ୍ଦ୍ର ପୁରୁ ଥାନାରେ ଏକ ଲେଖିତ FIR ଦେବା ସହ ଶାଶୁଘରେ ଥିବା ନିଜ ସବୁ ଜିନିଷ ନେବାକୁ ବାପା ମାଙ୍କ ସହ ପହଞ୍ଚିଥିଲେ। ସେପଟେ ଝିଅର ଏପରି ସ୍ଥିତିରେ ବୃଦ୍ଧ ବାପା ମା ମଧ୍ୟ ଭାଙ୍ଗିପଡିଛନ୍ତି। ମା ଝିଅ ଓ ନାତି ନାତୁଣିଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇଉଠୁଛନ୍ତି।

    ସେପଟେ ପ୍ରେମାନନ୍ଦଙ୍କ ଏପରି କଳାକରାନାମା ସମ୍ମୁଖକୁ ଆସିବା ପରେ ତାଙ୍କ ଭାଉଜ ମଧ୍ୟ ରାଗଜର୍ଜରିତ ହୋଇଉଠିଛନ୍ତି। ତାଙ୍କ ସ୍ବାମୀଙ୍କୁ ଠକି ଦିଅରେ କଟକରେ ଜାଗାବାଡି କରିଛି। ଏବେ ଆଉ ଏକ ବିବାହ କରିବା ତାଙ୍କ ମନରେ ଆଘାତ ଦେଇଛି। ତେଣୁ ସେ ଦିଅର ପ୍ରେମାନନ୍ଦଙ୍କ ଚଞ୍ଚକତାର ଭରଣା ପାଇଁ ନ୍ୟାୟ ଭୀକ୍ଷା କରିଛନ୍ତି। ଅନ୍ୟପଟେ ବାପା ଜ୍ବାଇଁର ବିଶ୍ବାସଘାତକତା ପାଇଁ ଉଚିତ ଶିକ୍ଷା ଦେବାକୁ ଚାହୁଁଛନ୍ତି

    ମଧୁସ୍ମିତା ବରୀ ପୋଲିସ ଉପସ୍ଥିତିରେ ପ୍ରେମାନନ୍ଦଙ୍କ ଘରେ ପହଞ୍ଚି ସବୁ ଯୌତୁକ ଜିନିଷ ନେଇଛନ୍ତି। ତେବେ ଏହି ଘଟଣା ସାର୍ବଜନୀନ ହେବା ପରେ ପ୍ରେମାନନ୍ଦଙ୍କ ଏପରି କେଳେଙ୍କାରୀକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଲୋକେ ପ୍ରେମାନନ୍ଦଙ୍କୁ ଛି ଛାକର କରୁଛନ୍ତି।

  • ଆନ୍ଧ୍ର ଗାଡିକୁ ଅଟକାଇଲେ ଟ୍ରକ ମାଲିକ ସଙ୍ଘ

    ଆନ୍ଧ୍ର ଗାଡିକୁ ଅଟକାଇଲେ ଟ୍ରକ ମାଲିକ ସଙ୍ଘ

    ସ୍ଥାନୀୟ ଗୁଡିକୁ ଅଣଦେଖା କରି ବାହାର ଗାଡି କରୁଛି ମାଲ ପରିବହନ l ପ୍ରବଳ ବର୍ଷା କୁ ଖାତିର ନ କରି ପାରାଦୀପ ତୈଳ ବିଶୋଧନାଗାର ରୁ କାଟାଲିଷ୍ଟ ପାଉଡ଼ର ଲୋଡ଼ କରି ଯାଉଥିବା ଆନ୍ଧ୍ର ପ୍ରଦେଶ ଗାଡି କୁ ଅଟକାଇଛି ତିନିଗୋଟି ଟ୍ରକ ମାଲିକ ସଙ୍ଘ ର ମିଳିତ ସମନ୍ୱୟ କମିଟି ଜେସିସି l ବିଳମ୍ବିତ ରାତ୍ରି ରେ ଖବର ପାଇବା ପରେ ଅଭୟଚାନ୍ଦପୁର ପୋଲିସ ପହଞ୍ଚି ଗାଡିଟିକୁ ଥାନା କୁ ନେବା ସହିତ ଜେସିସି ସଦସ୍ୟ ମାନଙ୍କ ସହିତ ଆଲୋଚନା ଜାରି ରହିଛି l ତେବେ ଜେସିସି ସଦସ୍ୟ ମାନଙ୍କ ଅଭିଯୋଗ ଅନୁଯାଇ ସ୍ଥାନୀୟ ଅଞ୍ଚଳ ବାସି ନିଜର ଜମି ଦେବା ପରେ ରୋଜଗାର ହରାଇଛନ୍ତି, କମ୍ପାନୀ ର ପ୍ରଦୂଷଣ ରେ ରୋଗ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି, କିନ୍ତୁ ନିଜର କୁଟୁମ୍ବ ପ୍ରତିପୋଷଣ ପାଇଁ କାଢିଥିବା ଖଣ୍ଡିଏ ଖଣ୍ଡିଏ ଟ୍ରକ ରେ ମାଲ ପରିବହନ କରିବାକୁ ସ୍ଥାନୀୟ କମ୍ପାନୀ ମାନେ ସେମାନଙ୍କ ସହିତ ଖେଳ ଖେଳୁଛନ୍ତି l

    ଯାହାର ସଦ୍ୟତମ ଉଦାହରଣ ପାରାଦୀପ ତୈଳ ବିଶୋଧନାଗାର ତରଫରୁ ସ୍ଥାନୀୟ ଟ୍ରକ ମାଲିକ ମାନଙ୍କୁ ଉପେକ୍ଷା କରି ବାହାର ରାଜ୍ୟ ର ଗାଡି ଗୁଡିକୁ ମାଲ ପାରିବହନ କରିବାକୁ ଅନୁମତି ଦେଉଛନ୍ତି l ବିଗତ ଦିନରେ ବିଭିନ୍ନ କମ୍ପାନୀ ରେ ଜେସିସି ତରଫରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ କମ୍ପାନୀ ଗୁଡିକ ସ୍ଥାନୀୟ ଟ୍ରକ ମାଲିକ ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି l କମ୍ପାନୀ ମାନେ ବାହାର ଗାଡିକୁ ମାଲ ପରିବହନ ପାଇଁ ଯେତିକି ଅର୍ଥ ପ୍ରଦାନ କରୁଛନ୍ତି, ଜେସିସି ସହିତ ଆଲୋଚନା କରି ସେତିକି ଅର୍ଥ ପ୍ରଦାନ କରିବା ସହିତ ସ୍ଥାନୀୟ ଗାଡି ଗୁଡିକୁ ମାଲ ପରିବହନ ରେ ନିୟୋଜିତ କରିଲେ ସ୍ଥାନୀୟ ଲୋକ ଉପକୃତ ହୋଇ ପାରନ୍ତେ l କିନ୍ତୁ କମ୍ପାନୀ ଗୁଡିକ କିଛି ନିର୍ଦିଷ୍ଟ ଟ୍ରାନ୍ସପୋର୍ଟ କମ୍ପାନୀ ଜରିଆରେ ବାହାର ଗାଡି ଗୁଡିକୁ ମାଲ ପରିବହନ କରିବାକୁ ଅନୁମତି ଦେଉଛନ୍ତି l ଯାହାକୁ ବିରୋଧ କରିଛି ଜେସିସି l ଯଦି କମ୍ପାନୀ ଏହି ଘଟଣା ର ସମାଧାନ ନ କରେ ତେବେ ଟ୍ରକ ମାଲିକ ମାନଙ୍କ ପେଟ ପାଟଣା ପାଇଁ ଆଗାମୀ ଦିନରେ ଏହିଭଳି ବିରୋଧ ପ୍ରଦର୍ଶନ କରିବାକୁ ଜେସିସି ର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି l

  • ଵାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

    ଵାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ଅଁଳାଡୁବା ଗ୍ରାମର ଵାଦାମବାଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଥ ପଟ୍ଟନାୟକ ଦୀର୍ଘ ବର୍ଷର ଶିକ୍ଷାଦାନ ପରେ ଅବସର ନେଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ମହାନ୍ତି , ମୁଖ୍ୟବକ୍ତା ସନ୍ତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କୁ ପୂଜାର୍ଚ୍ଚନା ଓ ବନ୍ଦନା କରି ଆଶୀର୍ବାଦ ନେଇଥିଲେ । ଅତିଥିଗଣ ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନ ଶିକ୍ଷକ ସୁରଥ ସାର ତାଙ୍କ କାର୍ଯ୍ୟକାଳ ଭିତରେ ଯେଉଁ ସ୍କୁଲକୁ ଯାଇଛନ୍ତି, ସେଠାରେ ସ୍କୁଲ, ଶିକ୍ଷକ, ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ବୋଲି ଉପସ୍ଥିତ ଅତିଥି କହିଥିଲେ। ଏହି ଅବସରରେ ସୁରଥ ସାର ତାଙ୍କୁ ମିଳିଥିବା ସମସ୍ତ ଶ୍ରେୟ ତାଙ୍କ ସହକର୍ମୀ, ଅଧିକାରୀମାନଙ୍କୁ ଦେଇଥିଲେ।

    ଏହି ଅବସରରେ ସମସ୍ତ ଅତିଥି ସାରଙ୍କ ବାକି ଜୀବନ ସୁସ୍ଥ, ନିରାମୟ ହେଉ ଏହା କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ,ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇ ଥିଲେ । ସମସ୍ତେ ସୁରଥ ସାରଙ୍କୁ ପ୍ରଶଂସା ଓ ଗୁଣଗାନ କରିଥିଲେ।

  • ପିରବେଶକୁ ସଫାସୁତୁରା ରଖିବା ପାଇଁ ଅଣ୍ଟା ଭିଡିଲା ବିଭିନ୍ନ ସଂଗଠନ

    ପିରବେଶକୁ ସଫାସୁତୁରା ରଖିବା ପାଇଁ ଅଣ୍ଟା ଭିଡିଲା ବିଭିନ୍ନ ସଂଗଠନ

    କନ୍ଧମାଳ ଜି. ଉଦୟଗିରି ସମତେ ବାଲିଗୁଡ଼ା, ଫୁଲବାଣୀ, ରାଇକିଆ, ଟିକାବାଲି, କୋଟଗଡ ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମେଡିକାଲ୍, ବୈଷ୍ୟ ସଂଘ, ବିଜେପି ଦଳ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଭିନ୍ନ ସ୍ଵଂୟସହାୟକ ଗୋଷ୍ଠୀ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଗାନ୍ଧୀ ଛକରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପରିସର, ମେଡିକାଲ୍ ପରିସରରେ ମେଡିକାଲ୍ କରମଚାରି ଏବଂ ଶୈବ ପୀଠରେ ବୈଶ୍ୟ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏତତ୍ ବ୍ୟତୀତ ସାଧାରଣ ଜନତା, ବ୍ୟବସାୟୀ ସଂଘ, ଜି.ଉଦୟଗିରି ପ୍ରେସ କ୍ଲବ, ଜୟଗୁରୁ ସଙ୍ଗ ପକ୍ଷରୁ ମଧ୍ୟ ଏହି କାର୍ଯ୍ୟକ୍ରମ ହୋଇଛି । ଏହି ଅବସରରେ ପ୍ରତ୍ୟେକ ସମୟରେ ଆମେ କିପରି ସଫାସୁତୁରା ରହିବା ସହିତ ପରିବେଶର ସ୍ବଚ୍ଛତା ବଜାୟ ରଖିପାରିବା ସେ ବିଷୟରେ ଆଲୋଚନା ହୋଇଥିଲା ।

  • ଦିର୍ଘ ସମୟ ଧରି ଆମ୍ବୁଲାନ୍ସର କବାଟ ନଖୋଲିବାରୁ ଭିତରେ ଥିବା ରୋଗୀ ଗୁରୁତର

    ଦିର୍ଘ ସମୟ ଧରି ଆମ୍ବୁଲାନ୍ସର କବାଟ ନଖୋଲିବାରୁ ଭିତରେ ଥିବା ରୋଗୀ ଗୁରୁତର

    ସରକାର ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରୁଥିବା ବେଳେ ପ୍ରଶାସନିକ ଉଦାସିନତା ହେତୁ ତାହା ବିଫଳ ହେଉଛି । ସରକାର ରୋଗୀ ମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସମୟରେ ଏହାର ଯନ୍ତ୍ରାସଂ ଅଚଳ ହୋଇପଡ଼ୁଛି । ଏହାର ଏକ ନଗ୍ନଚିତ୍ର ଦେଖିବା ପାଇଁ ମିଳିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ । ଶନିବାର ରାତି ପ୍ରାୟ ୮ଟା ସମୟରେ ସଦର ଥାନା ଅନ୍ତର୍ଗତ କାଠବାଉଁସୁଳି ଅଞ୍ଚଳର ଚମ୍ପାବତୀ ମହାନ୍ତ ନାମକ ଯଣେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ହେଲେ ଡାକ୍ତରଖାନାରେ ଆମ୍ବୁଲାନ୍ସ ପହଢ୍ଚିବା ପରେ ଆମ୍ବିଲାନ୍ସର ଡୋର ଖୋଲିନଥିଲା । ଯାହା ଫଳରେ କବାଟ ତାଡ଼ି ବୃଦ୍ଧାଙ୍କୁ ବାହାର କରାଯାଇଥିଲା । ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରାଯାଇ କେନ୍ଦୁଝର ଜିଲା ମୁକ୍ଷ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।