Category: ଜିଲ୍ଲା

  • ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକରେ ଚୋରା ମଦ ବିକ୍ରୀକୁ ବିରୋଧ

    ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକରେ ଚୋରା ମଦ ବିକ୍ରୀକୁ ବିରୋଧ

    ଚୋରା ମଦ ବିକ୍ରି କୁ ନେଇ ମହିଳାଙ୍କ ବିରୋଧ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ । ଚନ୍ଦ୍ରାପୁଟ ଓ ବଡ଼କୂଳ ମଝିର ରୋଡ଼ ଦୁଇ ପାର୍ଶ୍ଵରେ ଥିବା କିଛି ଘର ମାନଙ୍କରେ ବେଆଇନ ଭାବେ ଦେଶୀ ଆଉ ବିଦେଶୀ ମଦ ବେପାର ଚାଲିବାକୁ ନେଇ ବିରୋଧ ।ସୁଚନା ଅନୁୟାୟୀ କିଛି ବର୍ଷ ହେଲା ଅବୈଧ ମଦ ବେପାର ଯୋଗୁ ବିଭିନ୍ନ ଘଟଣା ଦୁର୍ଘଟଣା ଘଟିବା ସହ ଘରେ ଘରେ ଅଶାନ୍ତର ବାତାବରଣ ସୃଷ୍ଟି ହେଉଥିଲା । ଉକ୍ତ ରାସ୍ତାରେ ପ୍ରତିଦିନ ହଜାର ହଜାର ସାଧାରଣ ଲୋକ ଏବଂ ସ୍କୁଲ କଲେଜକୁ ପିଲା ପାଠ ପଢିବା ପାଇଁ ଯାଉଥିବା ବେଳେ ନିଶାଡିକ ଦୁର୍ବବ୍ୟହାରର ଶୀକାର ମଧ୍ୟ ହେଉଥିଲେ । ଏ ନେଇ ମହିଳାମାନେ ଏକତ୍ରିତ ହୋଇ ଅଠର ବାଟିଆ ଓ ବଡକୂଳ ସରପଞ୍ଚଙ୍କ ଉପସ୍ଥିତ ରେ ମଦ ବିକ୍ରି ସ୍ଥାନକୁ ଯାଇ ବିରୋଧ କରିଥିଲେ । ଏବଂ ଘଟଣା ସ୍ଥଳରୁ ଚୋରା ମଦ ବେପାରୀ ଙ୍କ ଘରୁ କିଛି ମଦ ଆଣି ନାଭାଲ ଫାଣ୍ଡି ପୋଲିସ କୁ ଜିମା ଦେଇ ଥିବା ସୂଚନା ମିଳିଛି ।

  • ଅସରାଏ ବର୍ଷାରେ ରାସ୍ତାରେ ଜମୁଛି ପାଣି

    ଅସରାଏ ବର୍ଷାରେ ରାସ୍ତାରେ ଜମୁଛି ପାଣି

    ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ । ଫଳରେ ଲଗାଣ ବର୍ଷାରେ ବେହାଲ ବାଲେଶ୍ବର । ଗତ ରାତିଠାରୁ ବାଲେଶ୍ୱରରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷାର ମାତ୍ରା ଅଧିକ ଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ସାଧାରଣ ଲୋକେ ଯିବା ଆସିବାରେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି ।କାରଣ ସହରର ପ୍ରମୁଖ ରାସ୍ତା ଉପରେ ପାଣି ଢେଉ ମାରୁଛି । ଆଉ ବାଲେଶ୍ୱର ସହରର ପ୍ରମୁଖ ଫକୀର ମୋହନ ଗୋଲେଇ ଛକରେ ଅବସ୍ଥା କହିଲେ ନସରେ । ଗୋଲେଇର ଚାରିକଡ଼େ ପାଣି ସୁଅ ମାରୁଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଫଲରେ ଯାତାୟତ ଏକ ପ୍ରକାର ପ୍ରଭାବିତ ହୋଇଛି ।ଦୋକାନ ଗୁଡିକରେ ମଧ୍ୟ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି ।

  • ମହାନଦୀ ବ୍ରିଜରେ ଲଟକିଛି ବସ୍

    ମହାନଦୀ ବ୍ରିଜରେ ଲଟକିଛି ବସ୍

    ଭୁବନେଶ୍ବର ‘ନିଗମ’ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଦ୍ରୁତ ଗତିରେ ଆସୁଥିଲା ‘ନିଗମ’ ଘରୋଇ ଯାତ୍ରୀବାହୀ ବସ୍, ପୋଲରେ ଗୋଟିଏ ପାର୍ଶ୍ବରେ ପିଟିହୋଇଥାନ୍ତା ବାହନ ରକ୍ଷା କରିବାକୁ ଯାଇ ଗାଡିରେ ବ୍ରେକ କସିଲେ ଡ୍ରାଇଭର ଭାରସାମ୍ୟ ହରାଇ ପୋଲର ବିପରିତ ପାର୍ଶ୍ବରେ ପିଟିହେଲା ଗାଡ଼ି
    ବ୍ୟାରିକେଡ ଭାଙ୍ଗି ବସର ସାମ୍ନା ଅଂଶ ଶୂନରେ ଲଟକିଛି

    https://www.youtube.com/shorts/XSX-H9Wz6aQ

    କଟକ ଜିଲ୍ଲା ବାଙ୍କୀର ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ର ସାଇଡ୍‌ ୱାଲ୍‌କୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା। ତେବେ ବସ୍‌ଟି ମହାନଦୀରେ ପଡ଼ି ନଥିଲା। ବସ୍‌ଟି ବ୍ରିଜ୍‌ ଉପରେ ଝୁଲି ରହିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।ନିଗମ ମାନକ ଏକ ଘରୋଇ ଯାତ୍ରୀବହୀ ବସ୍‌ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କେମିତି ଏଭଳି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଘଟଣାସ୍ଥଳରେ ବାଙ୍କି ପୋଲିସ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

  • ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ସରକାରୀ ସ୍କୁଲ

    ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ସରକାରୀ ସ୍କୁଲ

    ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ । ଏଭଳି ନାରା ଦେଇ ଚାଲିଛି ଶିକ୍ଷା ବ୍ୟବସ୍ଥା । ହେଲେ ଏ କଣ ଏଠି ତ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ସ୍କୁଲ ଘର ଭାଙ୍ଗି ସେଥିରୁ ପାଣି ଗଳୁଛି । ସେଥିପାଇଁ ପିଲା ମାନେ ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି । ଉକ୍ତ ସରକାରୀ ସ୍କୁଲରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ଅଛନ୍ତି । ହେଲେ ପଢୁଛନ୍ତୁ ଗୋଟିଏ କୋଠରୀରେ । ଏତିକିରେ ସରିଜାଇନି ଏହି ସ୍କୁଲର ଅବସ୍ଥା ଏଠି ୨୬ ଜଣ ପିଲାଙ୍କୁ ପାଠ ପଢାଉଛନ୍ତି ୨ଜଣ ଶିକ୍ଷକ । ଏ ହେଉଛି ସରକାରୀ ସ୍କୁଲର ଅବସ୍ଥା । କିନ୍ତୁ ଏହାରି ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚିତ । କାରଣ ସରକାର ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ ନାରା ଦେଇ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ହେଉଛି କଣ ?

    କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକର ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ର ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟ ର ଅବସ୍ଥା ଦେଖିବା ପରେ ଏ ପ୍ରଶ୍ନ ଆସିବା ସ୍ବଭାବିକ । ୧୯୮୦ ମସିହା ରେ ସ୍ଥାପିତ ହେଇଥିବା ବିଦ୍ୟାଳୟ ରେ ସର୍ବମୋଟ ୨୬ ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି । ଶ୍ରେଣୀ ଗୃହର ଏଭଳି ଅବସ୍ଥା ପରେ ଏବେ ଖରା ବର୍ଷା ଶୀତ ସବୁଦିନ ଏବି ବାରଣ୍ଡାରେ ପିଲାମାନଙ୍କୁ ପାଛ ପଢେଇବାକୁ ପଡୁଥିବା କହିଛନ୍ତି ମେଣ୍ଡିପାଙ୍ଗା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରା ।

    କିଛିଦିନ ତଳେ ସେହି ଗ୍ରାମ ପଞ୍ଚାୟତର କିଲୁପଡ଼ା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ୍ ଛାତ ଭୁଶୁଡ଼ି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ପଚାଶ ଛାତ୍ର ଛାତ୍ରୀ ତଥାପି ବ୍ଲକ୍ ପ୍ରଶାସନ ବିଭାଗୀୟ ଅଧିକାରୀ ଙ୍କ ଚେତା ପଶୁନି । କିଲୁପଡ଼ା ସ୍କୁଲ ଛାତ ଭୁଶୁଡ଼ିବା ଘଟଣା ପରେ ଭୟରେ ଅଭିଭାବକ ଫଳରେ ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ଡରୁଛନ୍ତି । ମରାମତି ଅଭାବରୁ ସ୍କୁଲ୍ ଛାତ କେତେବେଳେ ଯେ ଭୁସୁଡି ପଡ଼ିବ ତାହା କହିହେବ ନାହିଁ । ଏନେଇ ବିଦ୍ୟାଳୟ କତୃପକ୍ଷ ବିଭାଗୀୟ ଅଧିକାରୀ ବ୍ଲକ୍ ପ୍ରଶାସନ କୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳୁନାହିଁ । ସେହିଭଳି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ଭଙ୍ଗା ଘରେ ଚାଲିଛି । ନଳ କୁପ ଅଚଳ ଅବସ୍ଥାରେ ରହିଛି ଫଳରେ ଚୁଆ ପାଣିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ ପିଲାମାନେ ବାଧ୍ୟ ହୋଇ ଚୁଆ ପାଣିକୁ ପାନୀୟ ଜଳ ଭବେ ମଧ୍ୟ ବ୍ୟବହାର କରୁଛନ୍ତି ।ତେବେ ଏହାକୁ ନେଇ ପ୍ରଶାସନ କଣ ଆଉ ଏକ ଦୁର୍ଘଟଣା କୁ ଅପେକ୍ଷା କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ତେବେ ଏହି ପରିତ୍ୟକ୍ତ ସ୍କୁଲ୍ ଘରର କେବେ ମରାମତି ହେଉଛି ତାକୁ ହିଁ ଅପେକ୍ଷା ।

  • ବରଗଡର ପଦ୍ମପୁରରେ ବୁଲୁଛି ହାତୀ,ଭୟରେ ଗ୍ରାମବାସୀ

    ବରଗଡର ପଦ୍ମପୁରରେ ବୁଲୁଛି ହାତୀ,ଭୟରେ ଗ୍ରାମବାସୀ

    ପୁଣି ହାତି ଆତଙ୍କ । ଗାଁ ମୁହାଁ ହେବାରେ ଲାଗିଛନ୍ତି ହାତୀ । ଫଳରେ ଗ୍ରାମବାସୀ ଭୟବିତ ଅବସ୍ଥାରେ ରହୁଛନ୍ତି । କାରଣ ହାତୀ ଗାଁ ମୁହାଁ ହେବା ଫଳରେ ଅନେକ ଧନ ଜୀବନ ନଷ୍ଟ ହେଉଛି । ସେମିତି କିଛି ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳରେ । ପଦ୍ମପୁର ରେଞ୍ଜ ସତିଭଟା , ସାଲେଗେଡି,ଦର୍ବେକେଲା ଅଞ୍ଚଳରେ ଆଜି ସକାଳୁ ଏକ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଫଲରେ ଲୋକଙ୍କ ମନରେ ଭୟରବାତାବରଣ ଖେଳିଯାଇଛି । ଦନ୍ତା ହାତୀ ଟି ଜଗଦଳପୁର ପଟରୁ ପଦ୍ମପୁର ଆଡକୁ ଆସିଛି । ତେବେ ହାତୀକୁ ଘଉଡାଇବା ପାଇଁ ବନବିଭାଗ ଆପ୍ରାଣ ଉଦ୍ୟମ ଚଲାଇବା ସହ ଲୋକଙ୍କୁ ସତର୍କତା କରାଉଛନ୍ତି ।

  • କେନ୍ଦୁଝର ଜିଲ୍ଲା ଚଣ୍ଡିବିରଞ୍ଚିପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ

    କେନ୍ଦୁଝର ଜିଲ୍ଲା ଚଣ୍ଡିବିରଞ୍ଚିପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ

    କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନିକଟ ଚଣ୍ଡିବିରଞ୍ଚିପୁର ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୨ମୃତ ।ସୂଚନା ଅନୁସାରେ, ଭଦ୍ରକ ଜିଲ୍ଳା ବରପଦା ନିକଟ ସୋଲଗଡ଼ିଆ ଗ୍ରାମର ରବିନ୍ଦ୍ର ପେଡ଼ା (୨୪) ଓ ଇନ୍ଦ୍ରମଣି ସେଠୀ (୪୨) ଦୁହେଁ ଦ୍ଵିତୀବାହନ ଓଷା ନିମନ୍ତେ ଇନ୍ଦ୍ରମଣିଙ୍କ ଭଉଣୀ ଘରକୁ ଓଷା ଭାର ଦେଇ ଓଡ଼ି-୨୨ଏଲ୍-୨୦୨୭ ନମ୍ବର ବିଶିଷ୍ଟ ବାଇକ ଯୋଗେ ଆସିଥିଲେ । ସେଠାରୁ ଫେରିବା ସମୟରେ ଆନନ୍ଦପୁର ଅଭିମୁଖେ ଯାଉଥିବା ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିୟୋଜିତ ଓଆର୍-୦୯ଜି-୭୨୯୯ ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ ସହିତ ଚଣ୍ଡିବିରଞ୍ଚିପୁର ଛକରେ ସେମାନଙ୍କ ବାଇକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଉକ୍ତ ୨ଜଣ ବାଇକ୍ ଆରୋହୀ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଖବର ପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା ବେଳେ ଟ୍ରକ୍ ଚାଳକ ଟ୍ରକଟିକୁ ଥାନା ନିକଟ ମରେଇଗାଁ ସ୍ଥିତ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଛାଡ଼ି ଫେରାର୍ ହୋଇଯାଇଛି । ତେବେ ନନ୍ଦିପଦା ପୋଲିସ ଉକ୍ତ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ୍ କରି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ।

  • ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

    ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

    ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଆଉ ଅପରାଧି ଏବେ ରାତିର ଅନ୍ଧାରରେ ନୁହେଁ ଦିନ ଦ୍ବିପହରରେ ବେଧଡକ ଘଟାଇ ଚାଲିଛନ୍ତି ଅପରାଧ । ସେମିତି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ । ଦିନ ଦ୍ୱିପ୍ରହରରେ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ନେଇହୋଇଛି ଅଭିଯୋଗ । ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଣପୁର ଥାନା ନିକଟସ୍ଥ ସାନହନ୍ତୁଆଡ଼ ଗ୍ରାମର ଶିବ ପାଇକରାୟ ନାମକ ଯୁବକଙ୍କୁ ବରଡ଼ି ଛକ ନିକଟରେ କିଛି ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଫଳରେ ଶିବ ଗୁରୁତର ଆହତ ହେବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ହୋଇ ଥିବା ଜଣାପଡିଛି। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏ ନେଇ ଶିବଙ୍କ ପରିବାର ପକ୍ଷରୁ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ବାଣପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

  • ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ,କାରଣ ଅସ୍ପଷ୍ଟ

    ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ,କାରଣ ଅସ୍ପଷ୍ଟ

    ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଲକ୍ଷାଧିକ ଟଙ୍କାର ଜଳିଗଲା ଖାଦ୍ୟ ସାମଗ୍ରୀ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିର ମା’ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମରେ। ସୁଚନା ଅନୁଯାୟୀ ପାଟ୍ଟଖଣ୍ଡା ସାହିରେ ଥିବା ବିସ୍କୁଟ ଗୋଦାମରେ ଆଜି ଭୋର ସମୟରେ ନିଆଁ ଲାଗି ଯାଇଥିଲା।ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ହେଲେ ପ୍ରବଳ ଧୂଆଁ ବାହାରୁଥିବା ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି। ଗୋଦାମରେ ନିଆଁ କିପରି ଲାଗିଲା ତାର କାରଣ ଜଣାପଡ଼ି ନାହିଁ।ତେବେ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

  • ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ

    ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ

    ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୁତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ପ୍ରତୁଷ ରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପ୍ରଚାର କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି କରି ସହର ପରିକ୍ରମା କରିଥିଲେ । ସକାଳ ୭.୩୦ରେ ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଖିଲାରି ଋଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମହେନ୍ଦ୍ର ମହାପାତ୍ର ,ପ୍ରକଳ୍ପ ନିର୍ଦେଶକଙ୍କ ସମେତ ପ୍ରଶାସନିକ ଅଧିକାରୀ , ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗାନ୍ଧୀନଗର ପଡା ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଫଟୋଚିତ୍ର ରେ ବଲାଙ୍ଗିର ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ ,ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ , ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର ସମେତ ବଲାଙ୍ଗିର ସହରର ବହୁ ବିଶିଷ୍ଠ ବ୍ୟକ୍ତି ତଥା ଜନସାଧାରଣ ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ପ୍ରତିମୂର୍ତ୍ତି ସ୍ଥଳ ରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା ।

    ଏହି ପ୍ରାର୍ଥନା ସଭା ରେ ପଣ୍ଡିତ ବ୍ରଜ ବିହାରୀ ତ୍ରିପାଠୀ ଗୀତା ପାଠ ,ମୌଲବୀ ମହମ୍ମଦ ମୋସାହିଦ ରାଜା କୋରାନ ପାଠ ଓ ଗ୍ରନ୍ଥି ଜସବିର ସିଂ ଗ୍ରନ୍ଥ ସାହେବ ପାଠ ଏବଂ ଫାଦର ଆଚାର୍ଯ ଇମାନୁଏଲ ଦାନୀ ବାଇବେଲ ପାଠ କରିଥିଲେ । ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ଓଡିଆ ବତକୃତା ପ୍ରତିଯୋଗଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବିନ୍ଦିଆ ବେହେରା ପ୍ରଥମ , ସ୍ଵାତି ଅମ୍ରିତା ମହାନ୍ତି ଦ୍ଵିତୀୟ , ନୈତିକ ଦାଶ ଏବଂ ସାଇ ଶ୍ଵରୂପ ପଟେଲ ତୃତୀୟ ହେଇଥିଲା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ କ୍ରୀଷ୍ଣାରାଜ ରଥ ପ୍ରଥମ , ପ୍ରିୟଙ୍କା ମହାପାତ୍ର ଦ୍ଵିତୀୟ, ଏବଂ ପ୍ରତୀକ୍ଷା ସାହୁ ତୃତୀୟ ହେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ । ସନ୍ଧ୍ୟାରେ ପତିତପାବନ ଏକାଡେମୀ ହଲ ରେ”ସାଂପ୍ରତିକ ଯୁଗରେ ଗାନ୍ଧୀବାଦର ପ୍ରାସଙ୍ଗିକତା” ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ସତ୍ଵେ ବିଭିନ୍ନ ବିଦ୍ୟାଳୟରୁ ସଭାରେ ଛାତ୍ରଛାତ୍ରୀ , ଶିକ୍ଷକ,ଶିକ୍ଷୟତ୍ରୀ ତଥା ଜନସାଧାରଣ ଉପସ୍ଥିତ ରହିବା ସହ ଗାନ୍ଧୀ ଭଜନ ପରିବେଷଣ କରିଥିଲେ ।

  • ସ୍ୱଚ୍ଛ ଭାରତ ମିଶନ ତରଫରୁ ଇନ୍ଦିରା ଶିଶୁ ଉଦ୍ୟାନ ସଫେଇ

    ସ୍ୱଚ୍ଛ ଭାରତ ମିଶନ ତରଫରୁ ଇନ୍ଦିରା ଶିଶୁ ଉଦ୍ୟାନ ସଫେଇ

    ମନୁଷ୍ୟକୁ ବଂଚିବା ପାଇଁ ହେଲେ ସଦାସର୍ବଦା ନିଜେ ସଫାସୁତରା ରହିବା ସହିତ ଆଖପାଖ ପରିବେଶକୁ ସଫା ରଖିବା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ । ଅଳିଆ ଆବର୍ଜନାରୁ ବିଭିନ୍ନ ପ୍ରକାରର ରୋଗ ସୁଷ୍ଟି ହୋଇଥାଏ, ରୋଗରୁ ରକ୍ଷା ପାଇବାପାଇଁ ପରିବେଶ କୁ ସଫା ରଖିବାକୁ ବାଲିଆପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସଂକଳ୍ପ ନେଇ ଥିବାର ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ବାଲିଆପାଳ ବ୍ଲକ ଆଗରେ ଥିବା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଙ୍କ ଅନୁଦାନରେ ଏକ ପାର୍କ “ଇନ୍ଦିରା ଶିଶୁ ଉଦ୍ୟାନ* ତିଆରି କରିଥିଲେ ।

    ଆଜକୁ ୧୫ ବର୍ଷ ହେବ କାହାରି ଆଖି ପଡୁନଥିବାରୁ ଉଦ୍ୟାନ ଟି ମଦୁଆ ମାନଙ୍କର ଆଡାସ୍ଥଳୀ ପାଲଟିଛି ଓ ଆବର୍ଜନା କୁଣ୍ଡ ସଦୂର୍ଷ୍ୟ ବୋଲି ଅଞ୍ଚଳବାସୀ କହିଛନ୍ତି । ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ର ଆବାହକ ସମାଜସେବୀ ସତ୍ୟକାମ ମିହାନ୍ତି ଙ୍କ ଦାବି,ଧାରଣା,ଅନଶନ ପରେ ବିଡ଼ିଓ ପ୍ରତିଶୃତି ପରେ କିଛି କାର୍ଯ୍ୟ ଆରମ୍ଭ ଭିତରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଇନ୍ଦିରା ଶିଶୁ ଉଦ୍ୟାନରେ ବାଲିଆପାଳ ପଞ୍ଚାୟତ ସମିତିର ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ଅକ୍ଟୋବର ଏକ ତାରିଖ ରେ “ସ୍ୱଚ୍ଛତା ହିଁ ସେବା”ଦିବସ ପାଳନ ଉପଲକ୍ଷେ ବ୍ଲକର ବି ଆର ସି ସୁପ୍ରିୟା ବିଶ୍ୱାଳଙ୍କ ତତ୍ଵାବଧାନରେ ଇଂ ସୋମ୍ୟ ମୁକୁଳ ବାରିକଙ୍କ ପରିଚାଳନାରେ ମାଷ୍ଟର ଟ୍ରେନର ସପନ କୁମାର ବାଗ,ଲଷ୍ମୀଧର ପ୍ରଧାନ, ବଂଶୀଧର ଜେନା,ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚର ଆବାହକ ସତ୍ୟକାମ ମହାନ୍ତି, ରିଙ୍କୁ ରଞ୍ଜନ,ପ୍ରଦୀପ କୁମାର ଜେନା,ଗୌତମ ପରିଡା, ବେଣୁଧର ଜେନା,ସନ୍ୟାସୀ ବେହେରା,ବିକ୍ରମ କେଶରୀ ଦେ ଓ ଗୋବିନ୍ଦ ଦେବାଶିଷ ପାତ୍ର ଙ୍କ ଦ୍ୱାରା ଉଦ୍ୟାନ ପରିସରରେ ଥିବା ଅଳିଆ ଆବର୍ଜନା କୁ ସଫାକରୀ ସ୍ୱଚ୍ଛତା ହିଁ ସେବା ଦିବସ ପାଳନ କରାଯାଇଥିଲା ।