Category: ଜିଲ୍ଲା

  • ସଫା କରିବାକୁ ଯାଇଥିଲେ କାଜୁ ବଗିଚା, ତା’ ପରେ…

    ସଫା କରିବାକୁ ଯାଇଥିଲେ କାଜୁ ବଗିଚା, ତା’ ପରେ…

    ସକାଳୁ ସକାଳୁ କାଜୁ ବାଗିଚା ସଫା କରିବାକୁ ଯାଇଥିଲେ, ହେଲେ ହୋଇଗଲେ ମହୁ ମାଛି ଆକ୍ରମଣର ଶିକାର। ମହୁମାଛି ଗୋଡ଼ାଇ ଗୋଡ଼ାଇ ମହିଳା କର୍ମଚାରୀଙ୍କୁ ଏମିତି ଘାଇଲା କରିଦେଲେ କି, ସେମାନଙ୍କୁ ଶେଷରେ ମେଡିକାଲ ଆସିବାକୁ ପଡିଲା। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖରିକୁଆ ଗ୍ରାମରେ। ଖରିକୁଆ ଗ୍ରାମର କିଛି ମହିଳା ସବୁଦିନ ଭଳି ଆଜି ସକାଳୁ ବାହାରିଥିଲେ କାଜୁବାଗିଚା ସଫା କରିବାକୁ। ସଫାକରୁଥିବା ବେଳେ ହଠାତ ସେଠାରେ ଥିବା ଏକ ମହୁଫେଣାରୁ ବାଘୁଆ ମହୁମାଛି ବାହାରି ମହିଳାଙ୍କୁ କାମୁଡିଥିଲେ। ସାରା ବଗିଚାରେ ମହୁମାଛି ବ୍ୟାପିଯାଇ ଆକ୍ରମଣ ପରେ ଆକ୍ରମଣ କରିଚାଲିଥିଲେ। ମହୁମାଛି କାମୁଡାରେ ସମସ୍ତ ମହିଳା ଆହତ ହୋଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ନିଆଁ ହୁଳା ଦେଖାଇ ମହୁମାଛିଙ୍କୁ ତଡିବା ସହ ମହିଳାମାନଙ୍କୁ ଉଦ୍ଧାର କରିଥିଲେ ଓ ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରେ ଭର୍ତ୍ତି କରିଥିଲେ। ମହୁମାଛି ଆକ୍ରମଣରେ କିଛି ମହିଳାଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଇଛି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି।

  • ପ୍ରଧାନଶିକ୍ଷକଙ୍କୁ କିଛି ଏଭଳି ଭାବେ ବିଦାୟ ଦେଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

    ପ୍ରଧାନଶିକ୍ଷକଙ୍କୁ କିଛି ଏଭଳି ଭାବେ ବିଦାୟ ଦେଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

    ଗାଁ ଦାଣ୍ଡରେ ଚାଲିଛି ବିରାଟ ଶୋଭାଯାତ୍ରା ବାଜା,ବାଣ, ରୋଷଣୀ ସାଙ୍ଗକୁ ନୃତ୍ୟରେ କମ୍ପୁଛି ପରିବେଶ । ଏହା କେଉଁ ବିବାହ କି ନିର୍ବାଚନର ଶୋଭାଯାତ୍ରା ନୁହେଁ । ନିଜର ବୃତ୍ତିଗତ ଜୀବନରୁ ଅବସର ନେଉଥିବା ଜଣେ ଶିକ୍ଷକଙ୍କ ବିଦାୟ କାଳୀନ ଶୋଭାଯାତ୍ରାର ଦୃଶ୍ୟ । ଦୀର୍ଘ ୧୩ ବର୍ଷ ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ଅବସର ନେଇଛନ୍ତି ପ୍ରଧାନ ଶିକ୍ଷକ । ନିଜ ପ୍ରିୟ ସାରଙ୍କ ଅବସର ଦିନକୁ ସ୍ବତନ୍ତ୍ର କରିବାକୁ ବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ର ଛାତ୍ରୀଙ୍କ ଦେଖିବାକୁ ମିଳିଛି ଏପରି ଆୟୋଜନ ।ଆଉ ଯାହାଙ୍କ ପାଇଁ ଏତେ ଆୟୋଜନ- ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ,ଚମ୍ପୁଆ ବ୍ଲକ ,ସୁନାପୋଷି ପଂଚାୟତ ଅନ୍ତର୍ଗତ ସରାସପଶି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତ ।

    ଏଇ ମଣିଷ ତିଆରି କାରଖାନାର ସେ ହେଉଛନ୍ତି ମୁଖ୍ୟ ବିନ୍ଧାଣି ,ଏଇଠି ପିଲାଙ୍କ ଗହଣରେ କାଟି ଦେଇଛନ୍ତି ଅଧା ସମୟ ।ଦୀର୍ଘ ବର୍ଷର ଶିକ୍ଷକତା ପରେ ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଆଦର୍ଶ ଶିକ୍ଷକ ସେଥିପାଇଁ କେବଳ ଛାତ୍ରଛାତ୍ରୀ କାହିଁକି, ରମେଶ ସାରଙ୍କ ବିଦାୟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ସରାସପଶି ଗ୍ରାମବାସୀ । ଏବଂ ପିଲାମାନଙ୍କ ଭଲପାଇବା ଦେଖି ସାରବି ଭାବ ବିହ୍ଵଳ ହେଇପଡିଥିଲେ । ଏବଂ ସେ କହିଥିଲେ ମୁଁ ଘରୁ ଆସିବା ବେଳେ ମତେ ଦୁଃଖ ଲାଗିଥିଲା ହେଲେ ଏବେ ପିଲାଙ୍କ ଭଲ ପାଇବା ଦେଖି ମୁଁ ଆତ୍ମହରା ।

  • ବାଲେଶ୍ବରରେ ପୁଣି ଓଲଟିଲା ଟ୍ରେନ ବଗି

    ବାଲେଶ୍ବରରେ ପୁଣି ଓଲଟିଲା ଟ୍ରେନ ବଗି

    ବାଲେଶ୍ବରରେ ପୁଣି ଓଲଟିଲା ଟ୍ରେନ ବଗି । ଲଗାଣ ବର୍ଷା ଫଳରେ ରେଳ ଧାରଣାରୁ ମାଟି ଅତଡା ଖସିବା ଫଳରେ ଡାଉନ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ଲାଇନର ମରାମତି କର୍ଯ୍ୟ କରାଯାଇଥିବା ବେଳେ ସନ୍ଧ୍ୟାରେ ସେହି ଲାଇନରେ ଏକ ମାଲବାହୀ ଟ୍ରେନ ଧସି ଯାଇଥିବା ସହ ଟ୍ରେନର କିଛି ବଗି ଓଲଟି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ସକାଳେ ରେଳ ଲାଇନ ଧସିଥିବା ବେଳେ ତାର ଅବସ୍ଥା ସୁଧାରିବା ପରେ ପୁଣି ସନ୍ଧ୍ୟାରେ ଦୁର୍ଘଟଣା ଘଟିବା କେଉଁଠି ନା କେଉଁଠି କାର୍ଯ୍ୟରେ ଅବହେଳା ହୋଇଥିବା ଦର୍ଶାଉଛି । ସେପଟେ ଏନେଇ ସରକାରୀ ସ୍ଥରରୁ କୌଣସି ସୂଚନା ମିଳିପାରିନାହିଁ । ତେବେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ନିଧିପଣ୍ଡା ନିକଟରେ ରେଳ ଧାରଣାରୁ ମାଟି ଅତଡା ଖସି ଯାଇଥିବା ଦେଖିବାକୁ ମିଳିଥିଲା

  • ଉନ୍ନତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେଲା ଭଦ୍ରକର ନାଁ,ଉପକୃତ ହେବେ ଜିଲ୍ଲାବାସୀ

    ଉନ୍ନତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେଲା ଭଦ୍ରକର ନାଁ,ଉପକୃତ ହେବେ ଜିଲ୍ଲାବାସୀ

    ବାଜା ବାଜିଲା, ରୋଷଣି ବାଣ ବି ଫୁଟିଲା, ତା ସାଙ୍ଗକୁ ମିଠା ବି ବଣ୍ଟା ହେଲା | କିଛି ସମୟ ପାଇଁ ଉତ୍ସବ ମୁଖର ପାଲଟିଥିଲା ପୁରା ପରିବେଶ | ତେବେ ଏ ଖୁସି ମନେଇବାର କାରଣ ହେଲା ଉନ୍ନତ ସ୍ବାସ୍ଥ ସେବା କ୍ଷେତ୍ରରେ ଯୋଡ଼ି ହେଲା ଭଦ୍ରକର ନାଁ | ଏଣିକି ଭଦ୍ରକ ଜିଲ୍ଲାବାସୀ ପାଇବେ ଉନ୍ନତମାନର ସ୍ବାସ୍ଥ ସେବା | ଖୁବଶୀଘ୍ର ଭଦ୍ରକରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେସାଲିଷ୍ଟ ହସ୍ପିଟାଲ । ଆଉ ଯେଉଁଥି ପାଇଁ ଖର୍ଚ୍ଚ ହେବ ୭୫ କୋଟି ଟଙ୍କୀ | ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି | ତେବେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ଏହି ନୂତନ ହସ୍ପିଟାଲ ପାଇଁ ରାଜ୍ୟ ସରକାର ଯୋଗାଇ ଦେବେ ଅଢେଇ ଏକର ଜାଗା | ଭଦ୍ରକ ଗେଲପୁର ଠାରେ ଏହି ହସ୍ପିଟାଲ ପାଇଁ ସ୍ଥାନ ଚିହ୍ନଟ କରାଯାଇ ଥିବା ବେଳେ ଏହି ମଲ୍ଟି ହସ୍ପିଟାଲରେ କ୍ରିଟିକାଲ କେୟାର, ଟ୍ରମା କେୟାର ସହ ଉନ୍ନତମାନର ଚିକିତ୍ସା ସୁବିଧା ପାଇ ପାରିବେ ରୋଗୀ । ଫଳରେ ସ୍ବାସ୍ଥ କ୍ଷେତ୍ରରେ ଭଦ୍ରକ ବାସୀ ଉନ୍ନତ ମାନର ଚିକିତ୍ସା ପାଇଭା ସହ ବହୁ ଉପକୃତ ହେବେ ବୋଲି କହିଛନ୍ତି ବିଧାୟକ ସଞ୍ଜିବ ମଲ୍ଲିକ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ |

  • ଶ୍ରୀବତ୍ସ ପଣ୍ଡାଙ୍କ ୧୫୩ ତମ ଜୟନ୍ତି

    ଶ୍ରୀବତ୍ସ ପଣ୍ଡାଙ୍କ ୧୫୩ ତମ ଜୟନ୍ତି

    ଓଡିଶାର ଅଦ୍ବିତୀୟ ମାନବ ଯିଏ ଓଡିଶାରେ ପ୍ରଥମେ ଆର୍ଯ୍ୟସମାଜ ଗଠନ କରିଥିଲେ । ବେଦ ହିଁ ସର୍ବଶ୍ରେଷ୍ଠ ଗ୍ରନ୍ଥ ଭାବେ ପରିଚୟ କରିଥିଲେ, ମହର୍ଷୀ ଦୟାନନ୍ଦ ସରସ୍ବତୀଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ଲାହୋର ଠାରୁ ହିନ୍ଦି ଭାଷା ଲିଖିତ ସତ୍ୟାର୍ଥ ପ୍ରକାଶ ପୁସ୍ତକକୁ ସଙ୍ଗ୍ରହ କରି ଓଡିଶା ବାସୀଙ୍କ ପାଈଁ ତାକୁ ଓଡିଆ ଭାଷାରେ ଅନୁବାଦ କରିଥିଲେ । ଅନ୍ଧ ବିଶ୍ବାସଭଳି କୁ ପ୍ରଥାକୁ ଦୂରକରିବା ପାଇଁ ଅନବରତ ପ୍ରଚେଷ୍ଟା କରିଥିଲେ । ଏବଂ ବାଲ୍ୟ ବିବାହ ପ୍ରଥାକୁ ବିରୋଧକରି ବନ୍ଦ କରିଥିଲେ । ଗାଈ,ବଳଦଙ୍କ ସୁରକ୍ଷା ନିମନ୍ତେ ଗୋସାଳା ନିର୍ମାଣ କରିଥିଲେ। ଅନାଥ ଶିଶୁମାନଙ୍କୁ ସହାୟତା ଜୋଗାଇବା ନିମନ୍ତେ ପ୍ରଥମେ ଅନାଥ ଆଶ୍ରମ ନିର୍ମାଣ କରିଥିଲେ । ଏହିଭଳି ଅନେକ ସଂସ୍କାରତ୍ମକ କର୍ଯ୍ୟ ପାଇଁ ସଦା ସର୍ବଦା ଲୋକଙ୍କୁ ସଚେତନ କରିଆସୁଥିଲେ ସଂସ୍କାରକ ଶ୍ରୀବତ୍ସ ପଣ୍ଡା । ଅକ୍ଟୋବର ୧ ତାରିଖ ୧୮୭୦ ମସିହାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅଧିନ ମନ୍ଦାର ଗାଁର ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ । ବ୍ରାହ୍ମଣ ମାନଙ୍କ ମଦ ମାଂସ ଭକ୍ଷଣ କୁ ବିରୋଧ କରି ନିଜ କୁଳ ବଂଶକୁ ତ୍ୟାଗ କରିଦେଇଥିଲେ । ଦିର୍ଘ ଶହେ ବର୍ଷ ପୂର୍ବେ ଅର୍ଥାତ୍ ୧୯୨୩ ମସିହାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ତନରଡା ଠାରେ ଏକ ଆର୍ଯ୍ୟକନ୍ୟା ଗୁରୁକୁଳ ,ଗୋ ଶାଳା ,ଅନାଥ ଆଶ୍ରମ ପ୍ରତିଷ୍ଠା କରିଥିଲେ । ସମାଜରେ ସଂସ୍କାର ଆଣିବା ପାଇଁ ୨୫ଖଣ୍ଡ ପୁସ୍ତକ ଲେଖିଥିଲେ । ଏହି ଅବସରରେ ପ୍ରତିବର୍ଷ ଏହି ଆଶ୍ରମରେ ତାଙ୍କରି ଜୟନ୍ତି ଉତ୍ସବ ପାଳିତ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ୧୫୩ ତମ ତ୍ରିଦିବସିୟ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଟି ପ୍ରଥମ ଦୁଇଦିନ ତନରଡା ଶ୍ରୀବତ୍ସ ଗୋରକ୍ଷା ଆଶ୍ରମରେ ଅନୁଷ୍ଠିତ ହୋଇଥିବା ବେଳେ ତୃତିୟ ଦିନ ଭଞ୍ଜନଗର ସ୍ଥିତ ଚକାଡୋଳା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି । ମୂଖ୍ୟ ଅତିଥି ଭାବେ ଢେଙ୍କାନାଳ ମାଣିକମରା ଶିବାନନ୍ଦ ତପୋଭୂମୀ ଆଶ୍ରମର ବିଶିଷ୍ଠ ବିଦ୍ବାନ ବେଦ ଗବେଶକ ଆଚାର୍ଯ୍ୟ ପଣ୍ଡିତ ଡଃ: ଦେବବ୍ରତ ଏବଂ ସ୍ବାମୀ ମୂକ୍ତାନନ୍ଦ ସ୍ବାମୀ ଯୋଗ ଦେଇଥିଲେ । ପ୍ରଥମେ ଓମ୍ ଧ୍ବାଜା ଉତ୍ତଳନ, ପରେ ୨୨୧ କୁଣ୍ଡିୟ ବିଶ୍ବ ଶାନ୍ତି ଘୃତଯଜ୍ଞ ଏବଂ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଥିଲା । ଏକ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପଣ୍ଡିତ ଆଚାର୍ଯ୍ୟ ମାନଙ୍କ ପ୍ରବଚନରେ ଥିଲା ଦୈନିକ ଯଜ୍ଞ ର ମହାତ୍ମ୍ୟ, ଗୋ ସୁରକ୍ଷା ର ଆବଶ୍ୟକତା, ଶ୍ରୀବତ୍ସ ପଣ୍ଡା ଙ୍କ ସତ୍ୟାର୍ଥ ପ୍ରକାଶ ପୁସ୍ତକ ପଠନ ର ଆବଶ୍ୟକତା । ଶ୍ରଦ୍ଧାଳୁ ମାନେ ଏହି ଅମୃତ ବାଣୀକୁ ଶ୍ରବଣ କରି ଅତ୍ୟନ୍ତ ଆନନ୍ଦ ଲାଭ କରିଛନ୍ତି । ପରିଶେଷରେ ସମସ୍ତେ ପ୍ରସାଦ ସେବନ କରି ଫେରିଥିବା । ମୁଖ୍ୟ ପରିଚାଳକ ବା ସଭାପତି ଆଚାର୍ଯ୍ୟ ଡଃ: ସୁଦର୍ଶନ ଦେବ ,ସମ୍ପାଦକ ଗୋପବନ୍ଧୁ ସାହୁ, ଆଶ୍ରମ କାର୍ଯ୍ୟକାରୀ ସଭ୍ୟ ଶ୍ରୁତିପିୟ ଶାସ୍ତ୍ରୀ , କୋଷାଧ୍ୟକ୍ଷ ଏ: ସନ୍ତୋଷ ଆଚାରୀ, ଶ୍ରୀମତୀ ଡଃ: ଉଷା ପାଢି ,ପୂର୍ବତ୍ତନ ସଂମ୍ପାଦକ ପ୍ରଫେସର୍ ବାଲ୍ମିକି ପଟ୍ଟନାୟକ ,ଶ୍ରୀ ସୁବ୍ରତ ସମଲ୍, ଶ୍ରୀ ପଞ୍ଚାନନ ପାଳ ଏବଂ ସାମ୍ବାଦିକ ଶ୍ରୀ ପ୍ରଦୀପ କୁମାର ସ୍ବାଈଁ ଙ୍କ ସହଯୋଗରେ ଏହି ଉତ୍ସବ ସୁଚାରୁ ରୁପେ ସମାପନା ହୋଇଛି।

  • ସମୁଦ୍ରରୁ ଧରା ହେଲା ୧୧୦ କେଜିର ବିରାଟ ମାଛ

    ସମୁଦ୍ରରୁ ଧରା ହେଲା ୧୧୦ କେଜିର ବିରାଟ ମାଛ

    ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୧୧୦ କେଜିର ବିରାଟ ମାଛ। ଯାହାକୁ ଦେଖିବାକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଜମିଥିଲାଲୋକଙ୍କ ଭିଡ଼ । ସାଧାରଣତ ଏହି ମାଛ ଗଭୀର ସମୁଦ୍ରରେ ଦେଖାଯାଏ ନାହିଁ । ତେବେ ଏହି ବିରାଟ ମାଛଟିକୁ ଭୋଲା ମାଛ ବୋଲି କୁହାଯାଉଛି।

    ପାରାଦ୍ୱୀପ ପୋର୍ଟରୁ ମତ୍ସ୍ୟଜୀବୀମାନେ ଏହି ମାଛଟିକୁ ଧରି ଦୀଘା ମୁହାଣରେ ଥିବା ମାଛ ମାର୍କେଟକୁ ବିକ୍ରି କରିବା ପାଇଁ ଆଣିଥିଲେ। ଏହି ମାଛଟିକୁ BBC ନାମକ ଏକ କମ୍ପାନୀ କିଣିଥିବା ଜଣାପଡ଼ିଛି। ଏହି ମାଛଟି ମୂଲ୍ୟ୨୫୦୦୦। ଯାହାକୁ ବିଦେଶକୁ ରପ୍ତାନି କରାଯିବ।

  • ଅଚଳ ସୋଲାର ଜଳ ଯୋଗାଣ ପ୍ରକଳ୍ପ, ସେପଟେ ନଦୀକୁ ପାଣି ପାଇଁ ଗଲେ ଗଲା ଜୀବନ

    ଅଚଳ ସୋଲାର ଜଳ ଯୋଗାଣ ପ୍ରକଳ୍ପ, ସେପଟେ ନଦୀକୁ ପାଣି ପାଇଁ ଗଲେ ଗଲା ଜୀବନ

    ଲୋକମାନଙ୍କ ନିକଟରେ କିପରି ସ୍ବଛ ପାନୀୟ ଜଳ ପହଁଚି ପାରିବ ସେଥିପାଇଁ ସରକାର ଜଳନିଧି ଯୋଜନା ମାଧ୍ୟମରେ ପ୍ରତେକ ଘରକୁ ପାନୀୟ ଜଳ ଯୋଗାଣ କଲେ । ମାତ୍ର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଦାୟିତ୍ୱ ହୀନତା ପାଇଁ ସୋଲାର ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଯାହା ଫଳରେ ଲୋକମାନେ ବାଧ୍ୟ ହୋଇ ନଦୀର ଅପମିଶ୍ରିତ ଜଳକୁ ପାନୀୟ ଜଳ ଭାବେ ପିଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ନଦୀ ନାଳଘେରା ବତୀଘର ପଂଚାୟତ ର ବରକୋଳି ଖୋଳା ଗାଁ ରେ । ଗୋଟିଏ ପଟେ ନଦୀକୁ ପାଣି ଆଣିବାକୁ ଯିବା ବେଳେ କୂମ୍ଭୀର ଭୟ,। ଏଣେ ପାଣି ନନେଲେ ଖାଇବେ କଣ ? ସୋଲାର ଯୋଗେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

    ଅନ୍ୟପଟେ ଅନ୍ୟ ବିକଳ୍ପ ନଥିବାରୁ ନଦୀ ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି । କିନ୍ତୁ ନଦୀରେ କୁମ୍ଭୀର ଆତ ଯାତ କରୁଥିବା ବେଳେ ନଦୀ ତୁଠରେ ଶୋଇ ରହୁଛି,। ଫଳରେ ନଦୀକୁ ପାଣି ଆଣିବାକୁ ଯିବାକୁ ଭୟ କରୁଛନ୍ତି ଗ୍ରାମବାସୀ । ସୋଲାର ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇଥିବା ନେଇ ଅଂଚଳ ବାସୀ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କୁମ୍ଭକଣ୍ଣ ନିଦରେ । ଏଥିପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଅଂଚଳ ବାସୀ ।

  • ବଢି ଚାଲିଛି ମାଫିଆଙ୍କ ଚୋରାକାରବାର,ମଦ, ଗଞ୍ଜେଇ,ଗୋରୁ ପରେ ଏବେ ଷଣ୍ଢ

    ବଢି ଚାଲିଛି ମାଫିଆଙ୍କ ଚୋରାକାରବାର,ମଦ, ଗଞ୍ଜେଇ,ଗୋରୁ ପରେ ଏବେ ଷଣ୍ଢ

    ଦିନକୁଦିନ ବିଭିନ୍ନ ଅଞ୍ଚଳରେ ଗୋ ମାଫିଆଙ୍କ ଦୈରାତ୍ମ ବୃଦ୍ଧି ପାଉଥିବାର ନଜିର ରହିଛି। ଏହି ମାଫିଆ ଗୋଷ୍ଠୀ ଷଣ୍ଢ ମାନଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି ।ଷଣ୍ଢ ମାନଙ୍କୁ ମଧ୍ୟ ବହୁବାର ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବିଶୋଇ କାଦପାଣି ଗ୍ରାମ ନିକଟରେ। ଘଟଣାରୁ ପ୍ରକାଶ ଯେ ଆଜି ସମୟରେ ବିଶୋଇରୁ ସାରସକଣା ଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତାର ବିକଳ୍ପ ରାସ୍ତା କାଦପାଣି ନିକଟରେ (OD11A2450)ଏକ ବୋଲେରୋ ଓଲଟି ପଡିଥିଲା।ଘଟଣା ସ୍ଥଲରେ ସ୍ଥାନୀୟ ଲୋକେ ଉକ୍ତ ଗାଡିରେ ତିନୋଟି ଷଣ୍ଢ ଥିବା ଦେଖିବାକୁ ପାଇଥିଲେ ।

    ବିଶୋଇ ପୋଲିସ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଂଚି ତିନି ଷଣ୍ଢକୁ ଉଦ୍ଧାର କରିଥିଲେ।ତେବେ ଉଦ୍ଧାର ଷଣ୍ଢ ମାନଙ୍କ ମଧ୍ୟରେ ଗୋଟିଏର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଆହତ ହୋଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ସମସ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣା ପଡିଛି ।ବାଙ୍ଗିରିପୋଷି ଘାଟି ରାସ୍ତାର ବିକଳ୍ପ ରାସ୍ତା ଭାବରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପରେ ଏବେ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବହୁ ଚୋରା ମଦ, ଗଞେଇ,ଗୋରୁ ବୋଝେଇ ଗାଡ଼ି ଆଦି ଯାଉଥିବା ଜଣାପଡିଛି।ତେଣୁ ଏହି ରାସ୍ତାରେ ବିଶୋଇ ଓ ଝାରପୋଖରିଆ ପୋଲିସ କଡ଼ା ନଜର ରଖିବାକୁ ଦାବି ଜୋର ଧରିଛି।

  • ସ୍କୁଲ ଛାତରୁ ଗଳୁଛି ଟିପ ଟିପ ବର୍ଷାପାଣି

    ସ୍କୁଲ ଛାତରୁ ଗଳୁଛି ଟିପ ଟିପ ବର୍ଷାପାଣି

    ବିଦ୍ୟାଳୟ ଭିତରେ ଲହଡି ମାରୁଛି ବର୍ଷା ଜଳ, ଅନାବନା ଗଛରେ ପୋତିଯିବାକୁ ବସିଲାଣି ଖେଳ ପଡିଆ ତା ସାଙ୍ଗକୁ କାନ୍ଥର ଅବସ୍ଥା ବି କହିଲେ ନ ସରେ I

    ଏଠି ବିଦ୍ୟାଳୟ ଅଛି, ପାଠ ବି ପଢା ଚାଲିଛି । ହେଲେ ସବୁକିଛି ଯେମିତି ଅବ୍ୟବସ୍ଥା ଭିତରେ । ସ୍କୁଲର ପରିବେଶକୁ ଦେଖିଲେ ଲାଗୁଛି, ଏହା କେଉଁ ଏକ ଗୋଚର ଜାଗାରେ ଠିଆ ହୋଇଥିବା ସରକାରୀ ଘରଟିଏ । କିନ୍ତୁ ଏହି ଘର ଭିତରେ ଗଢାଚାଲିଛି ଆଗାମୀ ଭବିଷ୍ୟତର ରୂପରେଖ । ପିଲାମାନେ ସ୍କୁଲ ଆସୁଛନ୍ତି ହେଲେ ପାଣିରେ ପହଁରି ପହଁରି ବିଦ୍ୟାଳୟ ଭିତରେ ପ୍ରବେଶ କରୁଛନ୍ତି । ଅସରାଏ ବର୍ଷାରେ ସ୍କୁଲ ବାରାଣ୍ଡା ଉପରକୁ ଉଠିଯାଉଛି ଜଳ । ଛାତ୍ରଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ବିଦ୍ୟାଳୟରେ ପାଠ ପଢୁଛନ୍ତି ।

    ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା କୋରେଇ ସାଦକପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଦା ଗ୍ରାମରେ ସ୍ଥାପିତ ରାଧାରମଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ଏହି ବିଦ୍ୟାଳୟଟି ୧୯୯୩ରେ ସ୍ଥାପିତ ହୋଇଥିବା ବେଳେ ଏବେ ତାହା ରୁଗଣ ଅବସ୍ଥାରେ । ରୋଷେଇ ଘରର ଅବସ୍ଥା ମଧ୍ୟ ଶୋଚନୀୟ । ସ୍କୁଲର ଏପରି ଅବସ୍ଥା ଉପରେ କାହାର ନଜର ପଡୁନଥିବା ବେଳେ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ସ୍କୁଲ ଶିକ୍ଷକ ।

    ଶିକ୍ଷାର ବିକାଶରେ ସମାଜର ବିକାଶ । ହେଲେ ଶିକ୍ଷା ପାଇଁ ଯଦି ଭିତ୍ତିପ୍ରସ୍ତର ଏମିତି ତାହେଲେ ଶିକ୍ଷା ସେଠାରୁ କେତେ ଆଶା କରାଯାଇପାରିବ ।

  • ଗ୍ରୋସରୀ ଦୋକାନରେ କଳାକନା ବୁଲାଇଲେ ଚୋର

    ଗ୍ରୋସରୀ ଦୋକାନରେ କଳାକନା ବୁଲାଇଲେ ଚୋର

    ଗ୍ରୋସରୀ ଦୋକାନରେ କଳା କନା ବୁଲାଇଲା ଚୋର । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ପାରିନୂଆଗାଁ ଛକ ନିକଟରେ ।

    ସୁଚନା ଅନୁଯାୟୀ ପାରିନୂଆଗାଁ ଛକ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଛି । ଦୋଳମୁଣ୍ଡେଇ ଗ୍ରାମର ଦେବାଶିଷ ବିଶ୍ୱାଳ ଦୁଇ ବର୍ଷ ହେଲା ପାରିନୁଆଗାଁ ଛକ ନିକଟରେ ଦୋକାନ କରିଥିଲେ । ତେବେ ଆଜି ସକାଳେ ସୋ ଦୋକାନ ଆସି ଦେଖନ୍ତି ତ ଦୋକାନ ଘର ମୂଖ୍ୟ କବାଟ ତାଲା ଭାଙ୍ଗି ଲାପଟପ ସହ ପାଞ୍ଚ ହଜାର ଟଙ୍କାରୁ ଉର୍ଦ୍ଧ ଏବଂ କିଛି ଦୋକାନ ସାମଗ୍ରୀ ଲୁଟ୍ ହୋଇଥିବା ଦୋକାନୀ ମାଲିକ ଅଭିଯୋଗ କରିଛନ୍ତି ।

    ଦୋକାନରେ ଲାଗିଥିବା ସିସିଟିଭିରୁ ଚୋରି ସମୟର କିଛି ଫୁଟେଜ ମିଳିଥିବା କହିଛନ୍ତି ଦୋକାନ ମାଲିକ। ତେବେ ଏନେଇ ଦୋକାନ ମାଲିକ ଦେବାଶିଷ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ରେ କଏଦ ହୋଇଥିବା ଫୁଟେଜ କୁ ଅନୁସନ୍ଧାନ କରି ତଦନ୍ତ ଜାରୀ ରଖିଛି ।