Category: ଜିଲ୍ଲା

  • ଗାଁକୁ କାମ ମାଁ କୁ ସମ୍ମାନ କେବଳ ପ୍ରହସନ

    ଗାଁକୁ କାମ ମାଁ କୁ ସମ୍ମାନ କେବଳ ପ୍ରହସନ

    ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ଗାଁକୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନସ୍ । ଦୀର୍ଘ ୧ କିଲୋମିଟର ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ଆଶାକର୍ମୀ ଗର୍ଭବତୀଙ୍କୁ ବୋହିଥିଲେ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ । ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀଙ୍କୁ ଖବର ଦେଇଥିଲେ । ଆଶାକର୍ମୀ ଆମ୍ବୁଲାନସକୁ ଜଣାଇବା ପରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନସ୍ କୁମପଦା ଗାଁରେ ଅଟକି ରହିଥିଲା । କୌଣସି ଉପାୟ ନପାଇଁ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା, ଖଟିଆର ଗୋଟିଏ ପାର୍ଶ୍ଵ ଧରି ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ଦୂରରେ ଥିବା ଆମ୍ବୁଲାନସ୍ ପାଖକୁ ନେଇଥିଲେ ।

    ଗର୍ଭବତୀଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସବିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ପ୍ରସବ ପରେ ଉଭୟ ମା ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଆଶାକର୍ମୀ ।

  • ବିଷଧର ସାପଙ୍କ ଆଡ୍ଡାସ୍ଥଳୀ ଅଙ୍ଗନବାଡ଼ି କେନ୍ଦ୍ର

    ବିଷଧର ସାପଙ୍କ ଆଡ୍ଡାସ୍ଥଳୀ ଅଙ୍ଗନବାଡ଼ି କେନ୍ଦ୍ର

    ସଦ୍ୟ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ରର କନଷ୍ଟ୍ରକସନ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ । ଅଙ୍ଗନବାଡି କେନ୍ଦ୍ରରୁ ବାହରୁଛି ବିଷଧର ସାପ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କାରଣ ତାଙ୍କର କୁନି କୁନି ପିଲାମାନଙ୍କୁ ଭରସା କରି ଅଙ୍ଗନଓ୍ବାଡି ପଠାଇ ଦେଉଛନ୍ତି । ହେଲେ ଅଙ୍ଗନଓ୍ବାଡିରେ ରହୁଥିବା ସାପ କେତେବେଳେ କଣ ଅଘଟଣ ଘଟାଇବ ତାହା କହିବା ଅନିଶ୍ଚିତ । ଅଭିଯୋଗ ହେଉଉଛି ନିମ୍ନ ନାମର କାର୍ଯ୍ୟ ପାଇଁ ଅଳ୍ପ ଦିନରେ ଅଙ୍ଗନଓ୍ବାଡିର ଚଟାଣ ଫାଟି ଆଁ କରିବା ସହିତ କାନ୍ଥ ଗୁଡିକ ମଧ୍ୟ ଜରାଜୀର୍ଣ୍ଣ ହୋଇଗଲାଣି । ତେଣୁ ଏହାର ସୁଯୋଗ ନେଇ ସାପ ମାନେ ତା ଭିତରେ ବସା ବାନ୍ଧିବା ଆରମ୍ଭ କଲେଣି ।

    ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲି ପଞ୍ଚାୟତର ନୂଆ କରି ତିଆରି ହୋଇଥିବା ଯୋଡାସାହି ଅଙ୍ଗନୱାଡ଼ି କେନ୍ଦ୍ରରୁ ଆସିଛି ଏହି ଦୃଶ୍ୟ । ଅଙ୍ଗନୱାଡ଼ିର ଚଟାଣ ଖୋଳି ହୋଇଯାଇଥିବା ବେଳେ ମିସ୍ତ୍ରୀ ତାର ମରାମତି କରିବାକୁ ଆସିଥିଲେ । ଏହି ସମୟରେ ଖୋଳା ଚଟାଣ ଭିତରେ ଦୁଇଟି ବିଷଧର ସାପ ଦେଖିବାକୁ ପାଇଥିଲେ । ସାପ ଦେଖ କାର୍ଯ୍ୟରତ ଶ୍ରମିକ ମାନେ ଭୟଭୀତ ହୋଇଯାଇଥିଲ । ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଭିତ୍ତିପ୍ରସ୍ତର ଠାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପାଣି ଭଳି ଟଙ୍କା ବୁହାଉଛନ୍ତି । ହେଲେ ସ୍ଥାନୀ ପ୍ରଶାସନିକ ଉଦାସୀନତା ସହିତ ନେତା ଆଉ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏପରି ନିମ୍ନ ମାନର କାର୍ଯ୍ୟ ଦେଖିବାକୁ ମିଳୁଛି । ଯାହକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।

  • ସିକିମରେ ଓଡ଼ିଆ ଛାତ୍ରଙ୍କ ମିଳୁନି ପତ୍ତା

    ସିକିମରେ ଓଡ଼ିଆ ଛାତ୍ରଙ୍କ ମିଳୁନି ପତ୍ତା

    ସିକିମ୍‌ ବନ୍ୟାରେ ଓଡ଼ିଶାର ୭ଜଣ ଇଂଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟ‌‌ରେ ଢେଙ୍କାନାଳର ୩ଜଣ ଥିବା ବେଳେ ଚୌଦ୍ବାର ଓ ଭୁବନେଶ୍ବରରୁ ୨ଜଣ ଲେଖାଏଁ ଛାତ୍ର ଥିବା ଜଣାଯାଇଛି। ସୂଚନାନୁସାରେ, ଏହି ୭ଜଣ ଯାକ ଗତ ସୋମବାର ଦିନ ସିକିମ୍‌ ଓ ଗ୍ୟାଙ୍ଗଟକ୍‌ ବୁଲିବାକୁ ଯାଇଥିଲେ। କିନ୍ତୁ ସେଠାରେ ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ସେମାନେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସଂପର୍କରେ ପରିବାରଲୋକଙ୍କୁ କୌଣସି ଖୋଜ୍‌ ଖବର ମିଳିପାରୁନାହିଁ। ଢେଙ୍କାନାଳ ଜିଲ୍ଲାର ନିଖୋଜ ଛାତ୍ରମାନେ ହେଲେ, ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମର ପ୍ରମୋଦିନୀ ଜେନା ଓ ନିର୍ମଳ ଜେନା ଏବଂ ସିମିନଇ ଗ୍ରାମର ଅକ୍ଷୟ କୁମାର ସିଂହଙ୍କ ପୁଅ ଚନ୍ଦ୍ରଶେଖର ସିଂହ। ଚନ୍ଦ୍ରଶେଖର ଗତ ସୋମବାର ରାତିରେ ଶେଷଥର ଲାଗି ପରିବାର ସହ ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ ତା’ ପରଠାରୁ ଆଉ ତାଙ୍କର ଫୋନ୍‌ ଲାଗୁନାହିଁ।

  • ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକାର ଜଳସ୍ତର

    ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକାର ଜଳସ୍ତର

    ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ମଙ୍ଗଳବାର ରାତିଠୁ ଲାଗିରହିଛି ବର୍ଷା । ମୁଣ୍ଡରେ ବର୍ଷା ଯୋଗୁଂ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ସୃଷ୍ଟି ହେଲାଣି। ନଦୀକୂଳିଆ ବାସିନ୍ଦାଙ୍କ ଭିତରେ ଦେଖାଦେଲାଣି ଭୟର ବାତାବରଣ। ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର। ବର୍ତ୍ତମାନ ଧାନ ରୁଆ କାମ ଚାଲିଥିବାରୁ ଯଦି ବନ୍ୟା ହୁଏ ତାହାହେଲେ ଚାଷୀର ସବୁ ପରିଶ୍ରମ ବନ୍ୟାରେ ବୋହିଯିବା ଓ ତଳି ପଚିଯିବା ଅଶଙ୍କାରେ ବସ୍ତା ବ୍ଲକ ୭ଟି ପଞ୍ଚାୟତ ଓ ବାଲିଆପାଳ ବ୍ଲକ ୨୮ ପଞ୍ଚାୟତ, ସଦର‌ ବ୍ଲକର ୨ ଟି ପଞ୍ଚାୟତର ଚାଷୀ। ସେପଟେ ବନ୍ୟା ପାଣି ବିଭିନ୍ନ ତଳିଆ ଅଞ୍ଚଳରେ ଭରିବାରେ ଲାଗିଲାଣି। ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇଗଲାଣି। ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୨ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହା ଲୋକଙ୍କୁ ଆତଙ୍କିତ କରିଦେଇଛି।

  • ଦଶହରା ଅବସରରେ ୯ ଦିନ ବ୍ୟାପି ଶକ୍ତି ପୀଠ ବିରଜା କ୍ଷେତ୍ରରେ ଅନୁଷ୍ଠିତ ହୁଏ ରଥଯାତ୍ରା

    ଦଶହରା ଅବସରରେ ୯ ଦିନ ବ୍ୟାପି ଶକ୍ତି ପୀଠ ବିରଜା କ୍ଷେତ୍ରରେ ଅନୁଷ୍ଠିତ ହୁଏ ରଥଯାତ୍ରା

    ରଥଯାତ୍ରାକୁ ନେଇ ଚଳଚଂଚଳ ଯାଜପୁରର ପ୍ରମୁଖ ଶକ୍ତି ପୀଠ ବିରଜା କ୍ଷେତ୍ର । ଦଶହରା ଅବସରରେ ଏହି ପୀଠରେ ମାଙ୍କ ରଥଯାତ୍ରା ୯ ଦିନ ବ୍ୟାପୀ ଅନୁଷ୍ଠିତ ହୁଏ । ସୁନିଆ ପର ଦିନରୁ ମାଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏଥିପାଇଁ ମହାରଣା ମାନେ ରଥର ନିର୍ମାଣରେ ଲାଗିଛନ୍ତି । ମାଙ୍କ ମନ୍ଦିର ବେଢ଼ା ଚତୁଃପାର୍ଶ୍ୱରେ ଶ୍ରଦ୍ଧାଳୁ ମାନେ ରଥକୁ ଟାଣିଥାନ୍ତି ।

    ଏବେ ଚାଲିଛି ପିତୃପୁରୁଷଙ୍କ ପିଣ୍ଡଦାନ ପକ୍ଷ । ପିଣ୍ଡଦାନ ପାଇଁ ଭାରତର ୩ଟି କ୍ଷେତ୍ର ରହିଥିବା ବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଥିବା ନାଭିଗୟା ଅନ୍ୟତମ । ବର୍ତମାନ ମହାଳୟା ଅବସରରେ ପିଣ୍ଡଦାନ ପକ୍ଷ ଥିବାରୁ ଦୈନିକ ଶହଶହ ଶ୍ରଦ୍ଧାଳୁ ମା ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ।

  • ଚାହୁଁ ଚାହୁଁ ଜଳିଗଲା କାର, ଅଳ୍ପକେ ବର୍ତିଲେ ୪ ଜଣ

    ଚାହୁଁ ଚାହୁଁ ଜଳିଗଲା କାର, ଅଳ୍ପକେ ବର୍ତିଲେ ୪ ଜଣ

    ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଗାଡିରେ ଥିବା ଲୋକେ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୁର୍ଡା ରାସ୍ତାର ତିଲେଇମାଲ ଛକ ନିକଟରେ ଘଟିଛି ଏହି ଅଘଟଣ । ବୁର୍ଡାରୁ ସୋନପୁରକୁ ଆସୁଥିବା ଏକ କାରରେ ତିଲେଇମାଲ ଛକ ନିକଟରେ ହଠାତ ନିଆଁ ଲାଗିଯାଇଥିଲା ।

    ଗାଡି ଚାଳକ ସମେତ ଗାଡିରେ ଥିବା ଅନ୍ୟ ୩ ଜଣ ଗାଡିରୁ ବାହାରି ଆସିଥିଲେ । ଫଳରେ ଅଳ୍ପକେ ବର୍ତିଯାଇଥିଲେ ସୁଦ୍ଧା କାରଟି ସମ୍ପୁର୍ଣ୍ଣ ପୋଡିଯାଇଥିବା ଜଣାଯାଇଛି । କାରଟି ସୋନପୁର ସହରର ଲିପୁନ ପଧାନଙ୍କ ବୋଲି ଜଣାପଡିଛି ।

  • ପୁର୍ବତନ ବିଡିଓଙ୍କୁ ବିଦାୟ ଓ ନୁତନ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଲା ସରପଞ୍ଚ ସଙ୍ଘ

    ପୁର୍ବତନ ବିଡିଓଙ୍କୁ ବିଦାୟ ଓ ନୁତନ ବିଡିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଲା ସରପଞ୍ଚ ସଙ୍ଘ

    କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ପୁର୍ବତନ ବିଡିଓ ବିନିତା ବିଜୟିନୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିବାବେଳେ ନୁତନ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ବିଦ୍ଧି ବଦ୍ଧ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ହାତଡ଼ିହି ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ଆୟୋଜିତ କରାଯାଇଥିଲା। ହଦଗଡ ଠାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଯୋଗଦେଇ ପୁର୍ବତନ ବିଡିଓ ବିନିତା ବିଜୟିନୀଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେ ଦୀର୍ଘ ୨ବର୍ଷ ୫ମାସ କାମକରି ସମସ୍ତଙ୍କ ପ୍ରୀୟପାତ୍ର ହୋଇପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୁର୍ବତନ ବିଡିଓ ବିନିତା ବିଜୟିନୀ ହାଟଡିହି ବ୍ଲକର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହଯୋଗକୁ ପ୍ରସଂଶା କରିଥିଲେ । ଏବଂ ଆଗାମି ଦିନରେ ଏପରି ସହଯୋଗ ବଜାୟ ରହିଲେ ବ୍ଲକର ଉନ୍ନୟନ ମୁଳକ କାର୍ଯ୍ୟ ସୁରୁଖୁରରେ ସମ୍ପର୍ଣ୍ଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।ସେପଟେ ନୁତନ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କ ସହଯୋଗ ରହିଲେ ବ୍ଲକକୁ ସଫଳତାର ଶୀର୍ଷସ୍ଥାନରେ ପହଞ୍ଚାଇ ପାରିବା ବୋଲି କହିଥିଲେ ।

    ଏହି ଅବସରରେ ଉଭୟ ବିଡିଓଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ପୁର୍ବତନ କନିଷ୍ଠଯନ୍ତ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, କନିଷ୍ଠଯନ୍ତ୍ରୀ ସୁକାନ୍ତ ନାୟକ ଓ ଏକାଉଣ୍ଟସ ଅଫିସର ଲକ୍ଷ୍ମଣ ସୋରେନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସରପଞ୍ଚ ସଂଘର ସଭାପତି ଚିନ୍ମୟ ନାୟକ, ଅଭିମନ୍ୟୁ ସେଠୀ, ରବିନ୍ଦ୍ର ଜେନା, ମଦନ ମୋହନ ନନ୍ଦୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।

  • ଶିକ୍ଷକଙ୍କ ଅବହେଳା ଯୋଗୁଁ ବିପଦରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

    ଶିକ୍ଷକଙ୍କ ଅବହେଳା ଯୋଗୁଁ ବିପଦରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

    ସର୍ବ ଶିକ୍ଷା ଅଭିଯାନ । କିନ୍ତୁ ଏ ଅଭିଯାନ କଣ ସତରେ ଫଳପ୍ରଦ ହେଉଛି ? ଏ କଥା ପଚାରିବାର କାରଣ ହେଉଛି ଏବେବି ଅନେକ ସରକାରୀ ସ୍କୁଲ ଅବହେଳିତ ଅବସ୍ଥାରେ ରହିଛି । କେଉଁଠି ପରିତ୍ୟକ୍ତ ଅବସ୍ଥାରେ ଶ୍ରେଣୀ ଗୃହ ତ ଆଉଁ କେଉଁଠି ଶିକ୍ଷକଙ୍କ ଅଭାବ । ପୁଣି କେଉଁଠି ଶିକ୍ଷକଙ୍କ ମନମାନି । ଏଭଳି ପରିସ୍ଥିତିରେ ଗଢା ଚାଲିଛି ପିଲାଙ୍କ ଭବିଷ୍ୟତ । ଠିକ୍ ସେମିତି କିଛି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ମାଣିକ ପାଟଣା ହାଟଛକ ନିକଟରେ ଥିବା ବାପୁଜୀ ପ୍ରାଥମିକ ବିଦ୍ୟାଳୟରୁ । ଏଠି ପ୍ରଧାନ ଶିକ୍ଷକଙ୍କୁ ଦେଖାଯାଉ ନାହିଁ । କି ସଠିକ୍ ସମୟରେ ସ୍କୁଲ ଖୋଲା ଯାଉନାହିଁ । ଖାଲି ସେତିକି ନୁହେଁ ଉକ୍ତ ସ୍କୁଲରେ ୧୦୦ ପିଲା ଙ୍କୁ ପାଠ ପଢାଉଛନ୍ତି ୪ ଶିକ୍ଷକ । ଏତିକିରେ ସରିଯାଇନି ଅଭିଯୋଗ ଏମିତି ଅନେକ ଅଭିଯୋଗ ନେଇ ଗଣ ମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଅଭିଭାବକ ।

    ୧୯୬୫ ମସିହାରେ ସ୍ଥାପିତ ହୋଇଥିବା ଏହି ସ୍କୁଲ ଏବେ ଅବହେଳିତ ଅବସ୍ଥାରେ । ସୁଚନା ଅନୁଯାୟୀ ଆଜି ପ୍ରଧାନ ଶିକ୍ଷକ ବିଳମ୍ବରେ ଆସିବାରୁ ଛାତ୍ର ଛାତ୍ରୀ ମାନେ ଏଣେତେଣେ ବୁଲୁଥିବା ଦେଖୀବାକୁ ମିଳିଥୀଲା । ଏହି ଘଟଣା ପ୍ରତ୍ୟେକ ଦିନ ହୋଇଥୀବାରୁ ଅଭିଭାବକଙ୍କ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ତିବ୍ର ବିରୋଧ କରିଥିଲେ । କିଛି ସମୟ ପରେ ପ୍ରଧାନ ଶିକ୍ଷକ ଜୟନ୍ତୀ ଦେଇ ପହଂଚି ଥିଲେ ଏହି ବିଷୟରେ ମତାମତ ନେବାପାଇଁ ଚେଷ୍ଟା କରିଥୀଲୁ କିନ୍ତୁ ସେ କିଛି କହିନଥିଲେ। ଏହି ବିଷୟରେ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରସାନ୍ତ କୁମାର ସାହୁଙ୍କ ସହିତ ଯୋଗାଯୋଗ କରିଥିଲୁ ଏବଂ ସେ କଣ କହିଛନ୍ତି ଶୁଣନ୍ତୁ…

    ଯଦି ଆଗାମୀ ଦିନରେ ସ୍କୁଲର ପରିସ୍ଥିତି ଅଭଳି ରୁହେ ତେବେ ବିଦ୍ୟାଳୟ ଆଗରେ ଧାରଣା ଦେବାପାଇଁ ଅଭିଭାବକ ମାନେ ଦାବି କରିଛନ୍ତି।

  • ବାପାର ଗାଳିକୁ ସହି ପାରିଲାନି ପୁଅ ଶେଷରେ ନେଲା ଚରମ ନିଷ୍ପତ୍ତି…

    ବାପାର ଗାଳିକୁ ସହି ପାରିଲାନି ପୁଅ ଶେଷରେ ନେଲା ଚରମ ନିଷ୍ପତ୍ତି…

    ପିଲା ଅଳି କଲେ ବାପା ମା ବୁଝାନ୍ତି । ଆଉ ଭୁଲ କଲେ ତାଗିତ୍ କରନ୍ତି । କିନ୍ତୁ ଏ ତାଗିତ୍ ଯେ ବାପା ମାଙ୍କ ପାଇଁ ଏତେ ବଡ ଅଭିଶାପ ପାଲଟି ଯିବ ତାହା ହୁଏତ ସେମାନଙ୍କୁ ଜଣା ନଥିଲା । ବାପାର ଗାଳି କୁ ସହିପାରିଲାନି ପୁଅ ଶେଷରେ ନେଲା ଚରମ ନିଷ୍ପତ୍ତି । ଆଉ ନିଜଜୀବନକୁ ନିଜେ ହିଁ ଶେଷ କରିଦେଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଂଗୀ ନିକଟସ୍ଥ ଝରିଆ ଗୋଡିସାହି ଗାଁରେ ।

    ସୁଚନା ଅନୁଯାୟୀ ଝରିଆ ଗୋଡିସାହି ଗ୍ରାମର ଖୋକନ୍ ଭୋଳ ନିଜର ୧୪ ବର୍ଷର ପୁଅ ବବୁଲ୍ କୁ କିଛି ଟଙ୍କା ଦେଇଥିଲେ ଘରକୁ ରାସନ୍ ସାମଗ୍ରୀ ଆଣିବା ପାଇଁ। ହେଲେ ବବୁଲ ରାସନ୍ ସାମଗ୍ରୀ ଆଣିବା ପରିବର୍ତ୍ତେ ସାଂଗ ସାଥିଙ୍କ ସହ ଭୋଜି ଭାତରେ ଖର୍ଚ୍ଚ କରିଦେଇଥିଲା । ଆଉ ଏକଥା ଜାଣିବା ପରେ ବବୁଲ୍ କୁ ତାଗିଦ୍ କରିବା ସହ ଗାଳି କରିଥିଲେ ବାପା ଖୋକନ୍ । ବାସ୍ ଏତିକିରେ ରାଗିଯାଇ ବବୁଲ୍ ତିନି ଦିନ ହେବ ଘରୁ ନିଖୋଜ ହୋଇଯାଇଥିଲା । ଆଜି ବବୁଲ୍ ଙ୍କ ମୃତ ଦେହ ପଟିଆ ମାଳ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ବବୁଲ୍ ସେହି ଜଙ୍ଗଲ ମଧ୍ୟରେ ଥିବା ଏକ କାଜୁ ଗଛରେ ନିଜ ଗାମୁଛା ସାହାଯ୍ୟରେ ଝୁଲି ପଡିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଥିବାବେଳେ ଚାନ୍ଦପୁର ପୋଲିସ ମୃତ ଦେହ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

  • ଆଜି ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ

    ଆଜି ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ

    ସେ କେଉଁ ରାଜାଙ୍କ ସେନାପତି ନଥିଲେ କି କେଉଁ ପରାକ୍ରମୀ ଯୋଦ୍ଧା ମଧ୍ୟ ନଥିଲେ । ସେ ଜଣେ ମାଟି ମାକୁ ଭଲ ପାଉଥିବା ସାଧାରଣ ପିଲାଟିଏ । ବୟସ ମାତ୍ର ୧୨ ବର୍ଷ । ଅନ୍ଧାରୀ ମୂଲକର ଅମୁହାଁ ଦେଉଳ ଭିତରେ ସେ ଥିଲେ ଲକ୍ଷ ଲକ୍ଷ ଦୀପ ଶିଖାର ଉତ୍ସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ, ସର୍ବ କନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତ। ବୀରତ୍ୱ ଓ ସାହସିକତା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଘର କରିପାରିଛନ୍ତି ସେ । ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ନିଳକଣ୍ଠପୁରରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ବାପାଙ୍କୁ ହରାଇଥିଲେ। ମା ’ପର ଘରେ କାମ କରି ତାଙ୍କୁ ପାଳୁଥିଲେ। ସେତେବେଳ ଢେଙ୍କାନାଳ ଥିଲା ଏକ ଗଡଜାତ ରାଜ୍ୟ। ୧୯୩୮ ଅକ୍ଟୋବର ୧୯ରେ, ମାତ୍ର ବାର ବର୍ଷ ବୟସରେ, ବାଜି ରାଉତ ତାଙ୍କ ଗାଁରେ ଭାରତ ଛାଡ ଆନ୍ଦୋଳନରେ ବାନର ସେନା ଭାବେ ଭାଗ ନେଇଥିଲେ।

    govt,

    ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ। ଗୋରା ସରକାରଙ୍କ ଠାରୁ ପ୍ରଜାମଣ୍ଡଳକୁ ଦୁରେଇ ରଖିବା ପାଇଁ ସେଦିନ ନଦୀ ଘାଟରେ ଜଗି ବସିଥିଲା ସେହି କୋମଳ ବାଳକଟି । ଗୋରା ସରକାରଙ୍କ ଆଦେଶ ସତ୍ତ୍ୱେ ମଧ୍ୟ ବାଜି ରାଉତ କୁଳରୁ ଡଙ୍ଗା ଫିଟାଇ ନଥିଲା । ଫଳରେ ଗୋରା ସାହେବଙ୍କ ଆଖିବୁଜା ଗୁଳି ଚାଳନାରେ ପ୍ରାଣ ହରାଇଥିଲେ ବାଜି ରାଉତ । ରକ୍ତରଞ୍ଜିତ ହୋଇଉଠିଥିଲା ବ୍ରହ୍ମଣୀ ତଟ । ସେବେଠୁ ଦେଶର ସେବା ପାଇଁ ଜୀବନ ଦେଇ ସ୍ବର୍ଣ୍ଣିମ ଅକ୍ଷରରେ ସବୁ ଦିନ ପାଇଁ ଚୀର ଅମର ହୋଇ ରହିଛନ୍ତି ବାଳୁତ ବୀର ସହିଦ ବାଜି ରାଉତ। ଆଉ ଆଜି ତାଙ୍କର ଜନ୍ମଜୟନ୍ତୀରେ ସେହି କୋମଳମତୀ ବାଳକଙ୍କୁ ଝୁରୁଛି ଖାଲି ରାଜ୍ୟ ନୁହେଁ ପୁରା ଦେଶ ।