Category: ଜିଲ୍ଲା

  • ‘ଡ୍ରିଙ୍କ ଫ୍ରମ ଟ୍ୟାପ’ର ଜଳ ଯେଉଁମାନଙ୍କର ଆକ୍ବାଗାର୍ଡ ରହିଛି ସେହିମାନେ ହିଁ ପିଇ ପାରୁଛନ୍ତି

    ‘ଡ୍ରିଙ୍କ ଫ୍ରମ ଟ୍ୟାପ’ର ଜଳ ଯେଉଁମାନଙ୍କର ଆକ୍ବାଗାର୍ଡ ରହିଛି ସେହିମାନେ ହିଁ ପିଇ ପାରୁଛନ୍ତି

    ଜଳ ହିଁ ଜୀବନ । ଏହାକୁ ହୃଦୟଜ୍ଞମ କରି ରାଜ୍ୟ ସରକାର ‘ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର ଆରମ୍ଭ କରିଛନ୍ତି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ, କୌଣସି ବ୍ୟକ୍ତି ପାନୀୟ ଜଳ ପାଇଁ ହନ୍ତସନ୍ତ ନ ହୁଅନ୍ତି। ସିଧାସଳଖ ଟ୍ୟାପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜର ଜିଲ୍ଲାର ରାଇରଙ୍ଗପୁର,ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର,ନିମାପଡ଼ା ୫ ଟି ପୌରାଞ୍ଚଳ ପାଇଁ ୨୪ ଘଣ୍ଟିଆ ‘ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ଲୋକାର୍ପିତ କରିଛନ୍ତି।

    ଏହି କାର୍ଯ୍ୟକ୍ରମ ପାଇଁ ମଧ୍ୟ ବହୁ ଅର୍ଥ ବ୍ୟୟ କରାଯାଇଛି। ତଥାପି ଲୋକେ ଶୁଦ୍ଧ ପାଣି ପାଇପାରୁନାହାନ୍ତି। ଟ୍ୟାପରୁ ବାହାରୁ ଥିବା ପାଣି ପାଉଡର ମିଶା ପରି ଦେଖିବାକୁ ମିଳୁଛି। ଏହାକୁ ପାଟିକୁ ନେବା ଲୋକଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି। କେବଳ ଯେଉଁମାନଙ୍କର ଆକ୍ବାଗାର୍ଡ ରହିଛି ସେହି ମାନେ ହିଁ ଏହି ଟ୍ୟାପ ପାଣି ପିଇ ପାରୁଛନ୍ତି ବୋଲି ଅଭିଯୋଗ କରାଯାଉଛି।

    ଅନ୍ୟପଟେ ଡ୍ରିଙ୍କ ଫ୍ରମ ଟ୍ୟାପ ଜଳଯୋଗାଣ କାର୍ଯ୍ୟକ୍ରମରେ ଅଧିକାରୀ ମାନେ ଦାବି କରିଥିଲେ କି ଲୋକଙ୍କୁ ବିଶୁଦ୍ଧ ଜଣ ଯୋଗାଣ କରାଯାଉଛି। ଏଥିସହ ଏହି ଯୋଜନାରେ କାର୍ଯ୍ୟ କରୁଥିବା ଜଳସାଥୀ କହିଥିଲେ କି ସେମାନେ ଘର ଘର ବୁଲି ଲୋକଙ୍କୁ ଜଳର ମହତ୍ବ ବୁଝାଇବା ସହ କିପରି ଅଜଥା ଜଳ ନଷ୍ଟ କରା ନ ଯାଏ ସେଥି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଉଛୁ ବୋଲି କହିଛନ୍ତି।

    ତେବେ ଅନ୍ୟ ସବୁ ଯୋଜନା ପରି ଏହି ଯୋଜନା କେବଳ ଅର୍ଥ ହଡପ ପାଇଁ ମାଧ୍ୟମ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ଜଳସାଥି ବାଇଟ ଦେବା ବେଳେ ବଡ ବଡ କଥା କହୁଥିବା ବେଳେ କିନ୍ତୁ ସେମାନଙ୍କୁ କୌଣସି ଗ୍ରାମରେ ଦେଖିବାକୁ ପାଉ ନାହାନ୍ତି ଲୋକେ ବୋଲି ଅଭିଯୋଗ ହେଉଛି।

  • ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଗଣ ସମ୍ମିଳନୀ

    ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଗଣ ସମ୍ମିଳନୀ

    ଯାଜପୁର ସଂସ୍କୃତି ଭବନ ପରିସରରେ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏକ ଗଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସନ୍ତୋଷ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗଣ ସମ୍ମିଳନୀରେ ପୂର୍ବତନ ସାଂସଦ ରାମ ଚନ୍ଦ୍ର ଖୁଣ୍ଟିଆ , ସିପିଆଇ ଏମ ନେତା ପ୍ରଫୁଲ୍ଲ ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ପ୍ରତିନିଧି ମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳ ପ୍ରକଳ୍ପର ଚୂଡାନ୍ତ ସର୍ଭେ ମଞ୍ଜୁରୀ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ। ଏଥି ସହିତ ଚୂଡାନ୍ତ ସର୍ଭେ କରି ପ୍ରକଳ୍ପ କୁ ମଞ୍ଜୁରୀ ଦେବାକୁ ଦାବି କରିବା ସହ ବିଭିନ୍ନ ଅଞ୍ଚଳ ରେ କମିଟି ମାନ ଗଠନ କରି ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା। ଆବଶ୍ୟକ ପଡ଼ିଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

  • ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

    ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

    ବଲାଙ୍ଗିର ପୁଇଁତଳା ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ ଯୋଗଦେଇଥିଲେ । ତେବେ ଏହି ଅଭିଯୋଗ ଶୁଣାଣିରେ ସମୁଦାୟ ୩୬ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା ।,ସେ ମଧ୍ୟରୁ ୨୯ ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୭ ଟି ସାମୁହିକ ଦରଖାସ୍ତ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣୀ କରିଥିଲେ ।

    ଏଥିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଜଣଙ୍କୁ ୭୫ ହଜାର ଟଙ୍କା ସହାୟତା ମଞ୍ଜୁର କରାଯାଇଛି ।ଏହି ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମଲମୁଣ୍ଡାର ମା ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ମାଟି ନିର୍ମିତ ଦୀପ , ମୂର୍ତ୍ତି , ବ୍ୟବହାର ଉପଯୋଗୀ ଜିନିଷ ପ୍ରଦର୍ଶିତ କରିବା ସହ ବିକ୍ରୟ ପାଇଁ ଷ୍ଟଲ ଖୋଲା ଯାଇଥିଲା । ସେହିପରି ମିଶନ ଶକ୍ତି , ମନରେଗା କାମ ଦ୍ଵାରା ଜନସାଧାରଣ ଙ୍କ ଉନ୍ନତି ତଥା ଆୟୁଷ୍ମାନ ଭବ ସଂକଳ୍ପ ସପ୍ତାହ ସ୍ୱାସ୍ଥ୍ୟ ମେଳା ଦ୍ଵାରା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷ,ବଲାଙ୍ଗିର ଉପ ଜିଲ୍ଲାପାଳ ଡେପୁଟି କଲେକ୍ଟର ଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

  • କୁକୁଡ଼ା ଚାଷ କରି ଚର୍ଚ୍ଚାରେ ଜୟଶ୍ରୀ, ମାସିକ ଆୟ ଏକ ଲକ୍ଷ

    କୁକୁଡ଼ା ଚାଷ କରି ଚର୍ଚ୍ଚାରେ ଜୟଶ୍ରୀ, ମାସିକ ଆୟ ଏକ ଲକ୍ଷ

    ଗ୍ରାମାଞ୍ଚଳ ରେ ମହିଳା ମାନଙ୍କୁ ସମାଜ ର ମୁଖ୍ୟ ସୋତ୍ର ରେ ସାମିଲ କରିବା ପାଇ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟୋଗ କୃଷି ଯୋଜନାରେ ଜଣେ ମହିଳା କୁକୁଡ଼ା ଚାଷ କରି କିପରି ନିଜେ ଆତ୍ମ ନିର୍ଭର ଶୀଳ ହେବା ସହ ମାସିକ ଏକ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିଛନ୍ତି ।

    କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଢିହି ପଂଚାୟତ ର ରାମଚନ୍ଦ୍ରପୁର ଗାଁ ର ଜୟଶ୍ରୀ ବସନ୍ତିଆ, ନିଜର ଏକ ଏକର ସ୍ଥାନରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗ ଯୋଜନାରେ ଏକ କୋଟି ଟଙ୍କା ଋଣ ଆଣି ପାଞ୍ଚ ମାସ ପୂର୍ବେ ଏକ କୁକୁଡ଼ା ଫାର୍ମ ଆରମ୍ଭ କରି ଥିଲେ, ଅଟୋମେଟିକ ପଦ୍ଧତି ରେ କୁକୁଡ଼ା ମାନଙ୍କ ନିକଟ କୁ ଖାଦ୍ୟ, ପାଣି ଆଦି ପହଂଚିଯାଉଛି, ଏକା ସାଥିରେ ଏହି ଫାର୍ମ ରେ ବାର ହଜାର ଚିଆଁ ଛଡା ଯାଉଛି, ପ୍ରାୟ ଚାଳିଶ ଦିନ ଭିତରେ କୁକୁଡ଼ା ଗୁଡ଼ିକ ବିକ୍ରୟ ଉପଯୋଗୀ ହୋଇ ପାରୁଛି । ସଂପୁର୍ଣ ଶୀତ ତାପ କକ୍ଷରେ କୁକୁଡ଼ା ଚାଷ କରାଯାଉଥିବା ବେଳେ ସବୁ ବାବଦରେ ଖର୍ଚ୍ଚ ପରେ ମାସିକ ଏକ ଲକ୍ଷ ଟଙ୍କା ର ରୋଜଗାର କରି ପାରୁଛନ୍ତି ଜୟଶ୍ରୀ ।ଜୟଶ୍ରୀଙ୍କ ଏହି ସଫଳ କୁକୁଡା ଚାଷ କଥା ଶୁଣିବା ପରେ ମିଶନଶକ୍ତିର ଉପଦେଷ୍ଟା ଡ଼ଃ ଲୋପାମୁଦ୍ରା ଜୟଶ୍ରୀଙ୍କ କୁକୁଡା ଫାର୍ମ ପରିଦର୍ଶନ କରିଥିଲେ ଏବଂ ଜୟଶ୍ରୀ ଅନେକ ମହିଳାଙ୍କ ପାଇଁ ଉଦାହରଣ ସାଜିଥିବା କହିଛନ୍ତି ।

  • ବାଇକକୁ ପିଟିଲା ଟ୍ରକ, ବାଇକ ଚାଳକ ମୃତ

    ବାଇକକୁ ପିଟିଲା ଟ୍ରକ, ବାଇକ ଚାଳକ ମୃତ

    ବାଇକକୁ ପିଟିଲା ଟ୍ରକ , ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ । ଦୁର୍ଘଟଣା ଘଟିଛି ବୌଦ୍ଧ ସଦର ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ମର୍ଜାଦପୁର ଗ୍ରାମ ନିକଟ ସାଲୁଙ୍କି ପୋଲ ଉପରେ । ଗତ ସନ୍ଧ୍ୟାରେ ଏକ ଟ୍ରକ ସାମନାରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକ ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ଦହ୍ୟା ନିକଟସ୍ଥ ବାହାଜୁର ଗ୍ରାମର ବିକେଶ ପ୍ରଧାନ ଏବଂ ଆହାତ ଯୁବକ ଜଣକ ହେଲେ ବଚନ ପ୍ରଧାନ। ସୂଚନା ଅନୁଯାୟୀ ବୌଦ୍ଧ ପଟୁ ନିଜ ଗ୍ରାମକୁ ଏକ ବାଇକ ଯୋଗେ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥର ମର୍ଜାଦପୁର ଗ୍ରାମ ନିକଟରେ ସାମନାରୁ ଆସୁଥିବା ଏକ ଟ୍ରକ ଧକ୍‌କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଆହାତ ଦୁଇ ଯୁବକଙ୍କୁ ସ୍ଥାନିୟ ଲୋକେ ଉଦ୍ଧାର କରି ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଚିକିତ୍ସାଳୟରେ ଡାକ୍ତର ବିକେଶ ପ୍ରଧାନଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି ।

  • ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା

    ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା

    ରାଜ୍ୟରେ ମଦ ଉଚ୍ଛେଦ କରିବା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଯାଜପୁର ଗାନ୍ଧୀ ଛକରେ ଧାରଣା ଦିଆଯାଇଛି। ରାଜ୍ୟରେ ମଦ କାରବାର ହେବା ଫଳରେ ଗାଁ ଗଣ୍ଡାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ବିଶେଷ କରି ଯୁବ ସମାଜ ମାନେ ପଥ ଭ୍ରଷ୍ଟ ହେଉଛନ୍ତି । ତେଣୁ କାହ୍ନୁ ଚରଣ ବେହୁରାଙ୍କ ନେତୃତ୍ବରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଥିଲା। ଗାନ୍ଧୀ ଜୟନ୍ତୀ ଠାରୁ ନିଶା ନିବାରଣ ସପ୍ତାହ ଭାବେ ପାଳନ କରି ରାଜ୍ୟରେ ବିଭିନ୍ନ ସ୍ଥାନ ରେ ମଧ୍ୟ ଏହି ଅଭିଯାନ ପକ୍ଷରୁ ଧାରଣା ଦିଆଯାଇଛି। ରାଜ୍ୟ ବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ନିଶା କୁ ଉଛେଦ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

    ଏହି ଧାରଣାରେ ସମାଜସେବୀ ସରୋଜ ବିଶ୍ଵାଳ,ସତ୍ୟ ରଂଜନ କର, ମଳୟ ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସମାଜସେବୀ ଓ ସମିତିର କର୍ମକର୍ତ୍ତା ମାନେ ଯୋଗ ଦେଇ ନିଶା ହଟାଅ ଦେଶ ବଞ୍ଚାଅ ବୋଲି ନାରାବାଜି କରିଥିଲେ।

  • କମ୍ପାନୀ ବନ୍ଦ ନ କରିବାକୁ ଶତାଧିକ ଗ୍ରାମବାସୀଙ୍କ ଦାବୀ

    କମ୍ପାନୀ ବନ୍ଦ ନ କରିବାକୁ ଶତାଧିକ ଗ୍ରାମବାସୀଙ୍କ ଦାବୀ

    ଗଡ୍ରେ ମେରାଇନ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ କମ୍ପାନୀ ସପକ୍ଷରେ ବାହାରିଲେ ଶତାଧିକ ଗ୍ରାମବାସୀ। ବାଲେଶ୍ୱର ରେମୁଣା ତୁଣ୍ଡୁରାରେ ଗଡ୍ରେ ମେରାଇନ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ ଗଢି ଉଠିଥିଲା। କମ୍ପାନୀ ମାଛଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛି। ଏଥିରେ ସ୍ଥାନୀୟ ଅଞ୍ଚଳର ୨୦୦ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇ ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ କିଛି ମୁଷ୍ଟିମେୟ ଦୁଷ୍ଟ ବୁଦ୍ଧିର ଲୋକେ କମ୍ପାନୀ ବିରୋଧରେ ଆଣିଛନ୍ତି ମିଛ ଅଭିଯୋଗ। କମ୍ପାନୀରୁ ବାହାରୁଥିବା ବିଷାକ୍ତ ପାଣି ଓ ଦୁର୍ଗନ୍ଧମୟ ପରିବେଶ ନଷ୍ଟ କରୁଛି ଓ ଲୋକେ ନାନା ରୋଗରେ ପୀଡିତ ହେବା ସହ ହଇରାଣ ହରକର ହେଉଛନ୍ତି। ତେଣୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରି କମ୍ପାନୀ ବନ୍ଦ କରିବାକୁ ଦାବି ଆଣିଥିଲେ। ଯାହାକୁ ବିରୋଧ କରୁଛନ୍ତି କମ୍ପାନୀରେ ନିଯୁକ୍ତ ଶତାଧିକ କର୍ମଚାରୀ। କମ୍ପାନୀ ବନ୍ଦ କରିବାକୁ ଏକ ଷଡଯନ୍ତ୍ର ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

    ସେମାନଙ୍କ ଯୁକ୍ତି କମ୍ପାନୀ ଚାଲିଲେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ହେବ। ଲୋକଙ୍କ ରୋଜଗାର ବଢିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ତେଣୁ ତୁରନ୍ତ କମ୍ପାନୀକୁ ପୂର୍ବବତ୍ କାର୍ଯ୍ଯକ୍ଷମ ରଖିବାକୁ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି।

  • ନୂଆଗାଁରେ ବୁଲିଲା ସାଇବର ସଚେତନତା ରଥ

    ନୂଆଗାଁରେ ବୁଲିଲା ସାଇବର ସଚେତନତା ରଥ

    ନୟାଗଡ ଜିଲ୍ଲା ନୂଆଗାଁରେ ବୁଲିଲା ସାଇବର ସଚେତନତା ରଥ। ନୂଆଗାଁ ବ୍ଲକ ଡିମ୍ବିରି ଝରୀ ଆଞ୍ଚଳିକ ହାଇସ୍କୁଲ ମହିପୁରୁ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ରଥଙ୍କୁ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଥିଲେ । ଏଥିସହିତ ଛାତ୍ରଛାତ୍ରୀ ମଧ୍ୟରେ ସାଇବର ଅପରାଧ ବନ୍ଦ କରିବା ଦିଗରେ ଅଧିକ ସଚେତନତା ଆଣିବାକୁ ସାଇବର ବିଷୟରେ କୁଇଜ୍ ଓ ଡିବେଟ କରାଯାଇଥିଲା । ସନ୍ଧ୍ୟା ସମୟରେ ମହିପୁରୁ ଛକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବର ଅପରାଧୀଙ୍କ ଠାରୁ ରକ୍ଷା ପାଇବା ପାଇଁ ମୋବାଇଲ କମ୍ପ୍ୟୁଟର ଲାପଟପ୍ ଆଦି ବ୍ୟବହାର କରୁଥିବା ସମୟରେ ଅଧିକ ସଚେତନତା ରହିବା, କୌଣସି ଅଜଣା କଲରେ ଆର୍ଥିକ କାରବାର ତଥ୍ୟ ପ୍ରଦାନ ନ କରିବା ପାଇଁ ଏହି ସଚେତନତା ରଥ ଦ୍ବାରା ଜିଲ୍ଲାର ସମସ୍ତ ପ୍ରମୁଖ ଅଞ୍ଚଳରେ ସଚେତନତା ବାର୍ତ୍ତା ପ୍ରଚାର କରିଯାଇଥିଲା। କାର୍ଯ୍ୟକ୍ରମରେ ଏସଡିପିଓ ସ୍ନେହାଶିଷ ସାହୁ,ଆଇଆଇସି ନାରାୟଣ ଚନ୍ଦ୍ର ଲେଙ୍କା,ଏସ୍ଆଇ ପୁରୁଷ ତମ ପ୍ରଧାନ,ଏସ୍ଆଇ ମନୋରଂଜନ ଦେହୁରୀଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଛାତ୍ରୀ ଛାତ୍ର ଓ ଶିକ୍ଷକ ଉପସ୍ଥିତ ରହିଥିଲେ।

  • ପ୍ରଶାସନ ନ ଶୁଣିବାରୁ ନିଜେ କାଠପୋଲ ତିଆରି କଲେ ଗ୍ରାମବାସୀ

    ପ୍ରଶାସନ ନ ଶୁଣିବାରୁ ନିଜେ କାଠପୋଲ ତିଆରି କଲେ ଗ୍ରାମବାସୀ

    ରାସ୍ତା ନିର୍ମାଣ ପାଇଁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ରାଜନେତା ପ୍ରଶାସନ ନ ଶୁଣିବାରୁ ନିଜେ କାଠପୋଲ ତିଆରି କଲେ ଗ୍ରାମବାସୀ। ଏହି ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଅଧିନସ୍ଥ ତେଲେଙ୍ଗାପଦର ଗ୍ରାମ ପଞ୍ଚାୟତ ର କର୍ଡାପଙ୍ଗା , ଢେପାଗୁଡି ଓ ପାତାରାଡି ଏଭଳି ଅନେକ ଗାଁ ଗୁଡିକୁ ସଂଯୋଗ ହୋଇଥିବା ରାସ୍ତା ନିର୍ମାଣ ଫେଲ୍ ମାରିଥିବା ଦେଖିବାକୁ ମିଳୁଛି।

    ଏହିଭଳି କାର୍ଯ୍ୟକାରୀ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ଥିବା ରୁ ଆଜି ପର୍ଯ୍ୟନ୍ତ କୌଣସି ରାସ୍ତା ନିର୍ମାଣ କିମ୍ବା ମରାମତି ପାରିଲା ନାହିଁ ଯାହାରି ଫଳରେ ଅଞ୍ଚଳ ବାସୀ ନାହିଁ ନଥିବା ଦୁର୍ଦ୍ଦଶାରୁ ଅସୁବିଧା ସମୁଖୀନ ହେଉଥିବା ଅଭିଯୋଗ ହେଇଛି। ସରକାରଙ୍କ ମାଳ ମାଳ ଯୋଜନା ଲୋକ ଙ୍କ ପାଇଁ ନା ଠିକାଦାର ପ୍ରଶାସନ ପାଇଁ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ଦିଗରେ ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ସଠିକ୍ ଭାବରେ ହେଇନଥିବା ମଧ୍ୟ ଅଭିଯୋଗ ହେଉଛି।

    ଏଣୁ ବାଧ୍ୟ ହୋଇ ଗ୍ରାମ ବାସୀ ଏକ ତ୍ରୀତ ହୋଇ କାଠ ପୋଲ ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ରାୟଗଡ଼ା ଜିଲ୍ଲା ର କାର୍ଡାପଙ୍ଗା ଗ୍ରାମ କୁ ଯିବା ରାସ୍ତା। ଏହି କ୍ଷେତ୍ରରେ ଫୁଲବାଣୀ ଜିଲ୍ଲା କୋଟଗଡ଼ ବ୍ଳକ ଦୁର୍ଗାପଙ୍ଗା ଗ୍ରାମ ପଞ୍ଚାୟତ ଏନ୍ ହେଚ ରାସ୍ତା ଠାରୁ ପ୍ରାୟ ୧ କିମି ଦୂରରେ ଏହି ନାଳ । ସେହିପରି ଏନ୍ ହେଚ ରାସ୍ତା ଦୁର୍ଗାପଙ୍ଗା ଗ୍ରାମ ପଞ୍ଚାୟତ ଠାରୁ ପ୍ରାୟ ୭ ଖଣ୍ଡ ଗ୍ରାମ କୁ ସଂଯୋଗ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ସମସ୍ତ ଗାଁ ଲୋକେ ଏକତ୍ର ହୋଇ ନିଜ ନିଜ ପଇସା ଚାନ୍ଦା ଆଦାୟ କରି ଟ୍ରାକ୍ଟର ସାହାଯ୍ୟ ରେ ବଡ଼ ବଡ଼ କାଠ କୁ ଟାଣି ପୋଲ ନିର୍ମାଣ ନିମନ୍ତେ ଅର୍ଥ ବ୍ୟୟ କରିଥିବା ମଧ୍ୟ କହିଛନ୍ତି।

    ଏହି ରାସ୍ତା ନିର୍ମାଣ କରିବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ପର୍ଯ୍ୟନ୍ତ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୋୖଣସି ପ୍ରଶାସନ କର୍ମଚାରୀ କିମ୍ବା ରାଜନେତା ମାନେ ମଧ୍ୟ ପ୍ରତିଶ୍ରୁତି ଦେଇ ଏହି ପର୍ଯ୍ୟନ୍ତ କୌଣସି ପ୍ରକାରେ କାମରେ କର୍ଣ୍ଣପାତ ନ କରିଥିବା ଅଭିଯୋଗ ହେଇଛି।

  • ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର ଆଯୋଜିତ

    ସାଇବର ସୁରକ୍ଷା ସଚେତନତା ରଥ ଓ ସଚେତନତା ଶିବିର ଆଯୋଜିତ

    ସାଂପ୍ରତିକ ପରିସ୍ଥିତିରେ ଅନଲାଇନ ଠକେଇ ସମାଜ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଡିଜିଟାଲ ଦୁନିଆ ଯେତିକି ଆଗେଇ ଚାଲିଛି ସାଇବର ଠକ ତା’କୁ ତାଳ ଦେଇ ସେତିକି ଆହ୍ବାନ ସୃଷ୍ଟି କରୁଛି । ଡିଜିଟାଲ ଡାଳେ ଡାଳେ ଗଲା ବେଳେ ଅନଲାଇନ ଠକ ପତରେ ପତରେ ମାଡ଼ି ଚାଲିଛି । ବର୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି । ଜନତାର କଷ୍ଟ ଉପାର୍ଜିତ ଅର୍ଥ ଉପରେ ଲୋଲୁପ ଦୃଷ୍ଟି ରଖିଛନ୍ତି ସାଇବର ଠକ୍ । ତେଣୁ ଟିକେ ଅସାବଧାନ ହେଲେ ସବୁକିଛି ଲୁଟ ହୋଇଯିବ ଅନଲାଇନ ମାଧ୍ୟମରେ । ତେଣୁ, ମାରାତ୍ମକ କରୋନା ଠାରୁ ଭୟଙ୍କର ସର୍ବନାଶକାରୀ ସାଇବର ଠକେଇକୁ ଲକ୍ଷ୍ୟ କରି ଓଡ଼ିଶା ପୋଲିସ ଜନତାଙ୍କ ଧନ ଓ ଜନ ସୁରକ୍ଷାକୁ ଗୁରୁତ୍ଵ ଦେଇ ଅକ୍ଟୋବର ମାସରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସାଇବର ସଚେତନ ରଥ ପରିକ୍ରମା କରିବାକୁ ଥିବା ସହିତ ସଚେତନତା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି ମୟୂରଭଞ୍ଜ ପୋଲିସ ।

    ଗତକାଲି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାର ବିଭିନ୍ନ ଅଂଚଳରେ ଏହି ରଥ ପରିକ୍ରମା କରିବା ସହିତ ଵିଜାତଳା ବ୍ଳକ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ଏଲିଡି ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା । ଏଥିରେ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ସଭାପତିତ୍ଵ କରିଥିବା ବେଳେ, ମୁଖ୍ୟ ଅତିଥି ସାରକଣା ବିଧାୟକ ବୁଢ଼ାନ ମୁର୍ମୁ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା, ଡ଼ିଏସପି -ଦଲାମଣି ଭୋଇ ,ଵିଜାତଳା ଵ୍ଳକ ବିଡ଼ିଓ ଯୋଗରଂଜନ ନାୟକ, ତହସିଲଦାର ଜଗବନ୍ଧୁ ମଲ୍ଲିକ ଯୋଗ ଦେଇ ଲୋକଙ୍କୁ ସାଇବର ସଚେତନତା ସୃଷ୍ଟି ପାଇଁ ବାର୍ତ୍ତା ଦେଇଥିଲେ ।

    ଅନଲାଇନରେ ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବରକୁ ଡାଏଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ମୟୂରଭଞ୍ଜ ପୋଲିସର ଏଭଳି ସାଇବର ସଂକ୍ରାନ୍ତିୟ ଜନସଚେତନତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।