Category: ଜିଲ୍ଲା

  • ଫୁଲ ଗଛ ପାଇଁ ନାବାଳିକାକୁ ହତ୍ୟା

    ଫୁଲ ଗଛ ପାଇଁ ନାବାଳିକାକୁ ହତ୍ୟା

    ଫୁଲ ଗଛ ପାଇଁ ନାବାଳିକାକୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ । ଗାଁର ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ବତୀ ହାଁସଦାକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ । ଭୁବନେଶ୍ୱରରେ ନାବାଳିକା ଜଣକ ପାଠ ପଢ଼ୁଥିବା ବେଳେ ତାହାର ସାର୍ଟିଫିକେଟ ଆଣି ଉଦଳାରେ ପଢ଼ାଇବେ ବୋଲି ଝିଅକୁ ପଡୋଶୀଙ୍କ ଘରେ ଛାଡି ଯାଇଥିଲେ । ହେଲେ ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ କରି କହିଥିଲେ ତାଙ୍କ ପଡୋଶୀ । କିନ୍ତୁ ରାତିରେ ଆସି ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଂଚିବାରୁ ଘର ଦ୍ୱାର ମୁହଁ ନିକଟରେ ୧୨ ବର୍ଷର ଝିଅ ସରସ୍ବତୀର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ସରସ୍ବତୀ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ବେଳେ ତାର ଶରୀରରେ ମାଡ଼ ଚିହ୍ନ ରହିଛି । ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ବତୀକୁ ନିର୍ଘାତ ମାଡ଼ ମାରି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା । ଏ ନେଇ ଉଦଳା ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ପ୍ରବଳ ହଟ୍ଟଗୋଳ ଯୋଗୁଁ ମଦ ଦୋକାନ ନବୀକରଣ ପାଇଁ ଗ୍ରାମସଭା ବନ୍ଦ

    ପ୍ରବଳ ହଟ୍ଟଗୋଳ ଯୋଗୁଁ ମଦ ଦୋକାନ ନବୀକରଣ ପାଇଁ ଗ୍ରାମସଭା ବନ୍ଦ

    କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଂଚାୟତ କାର୍ଯ୍ୟାଳୟଠାରେ ମଦ ଦୋକାନ ନବୀକରଣ ପାଇଁ ସ୍ୱତନ୍ତ୍ର ଗ୍ରାମସଭା ବସିଥିଲା। ସରପଞ୍ଚ ବରୁଣ ପ୍ରଧାନଙ୍କ ଅନୁପସ୍ଥିତି ଯୋଗୁଁ ନାଏବ ସରପଞ୍ଚ ବୈଠକରେ ସଭାପତିତ୍ୱରେ କରିଥିଲେ । ବୈଠକରେ ମଦ ଦୋକାନ ଖୋଲିବା ପ୍ରସଙ୍ଗରେ ସପକ୍ଷବାଦୀ ଦାବି କରିଥିବା ବେଳେ ବିପକ୍ଷବାଦୀ ମଦ ଦୋକାନ ବନ୍ଦ କରିବାକୁ ଦାବି କରିଥିଲେ। ଏହି ସମୟରେ ସପକ୍ଷ୍ଯ ଓ ବିପକ୍ଷ୍ୟବାଦୀଙ୍କ ମଧ୍ୟରେ କଥା କଟା କଟି ହୋଇ ଉତେଜନା ଦେଖା ଦେଇଥିଲା। ମଦ ଦୋକାନ ସପକ୍ଷବାଦୀ ଲୋକମାନେ ମଦ ନିଶାରେ ଚୁର ହୋଇ ଗ୍ରାମସଭା ବୈଠକକୁ ଭଣ୍ଡୁର କରିଦେଇଥିଲେ। ଫଳରେ ଗ୍ରାମ ସଭାକୁ ନାଏବ ସରପଞ୍ଚ ସ୍ଥଗିତ କରିଥିଲେ। ଏହା ପରେ ମଦ ଦୋକାନକୁ ବିରୋଧ କରୁଥିବା ଶତାଧିକ ପୁରୁଷ ମହିଳା ଗ୍ରାମ ସଭା କରିବା ନିମନ୍ତେ ଅଡ଼ି ବସି ଥିଲେ। କିଛି ସମୟ ପାଇଁ ପରିସ୍ଥିତି ଅଣାୟତ ହୋଇଥିଲା । ଖବର ପାଇ ସାରଙ୍ଗଡ଼ ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝା ସୁଝା କରିଥିଲେ। ପରେ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ତଥା ବରିଷ୍ଠ କଂଗ୍ରେସ ନେତା ଉପେନ୍ଦ୍ର ପ୍ରଧାନ ମଦ ବିରୋଧୀ ଅଭିଯାନର ଆବାହକ ସୁଧୀର ସାହୁଙ୍କ ସମେତ ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ ନାଏବ ସରପଞ୍ଚ ପୋଲିସ୍ ୱାର୍ଡ ସଭ୍ୟ ମାନଙ୍କୁ ନେଇ ରୁଦ୍ଧ ଦ୍ଵାର ବୈଠକ ବସିଥିଲା। ଆଗାମୀ 14 ତାରିଖ ରେ ଗ୍ରାମ ସଭା ବୈଠକ କରାଯିବ ବୋଲି ନାଏବ ସରପଞ୍ଚ ସର୍ବ ସମ୍ମୁଖ ରେ ଘୋଷଣା କରିଥିଲେ । ନାଏବ ସରପଞ୍ଚ ଙ୍କ ନିର୍ଭର ପ୍ରତିଶୃତି ପରେ ଶତାଧିକ ମହିଳା ପଂଚାୟତ କାର୍ଯ୍ୟାଳରୁ ହଟି ଥିଲେ।

  • ମହାବିଦ୍ୟାଳୟର ୨ ଶ୍ରେଣୀଗୃହ ଉଦଘାଟିତ

    ମହାବିଦ୍ୟାଳୟର ୨ ଶ୍ରେଣୀଗୃହ ଉଦଘାଟିତ

    ଭଦ୍ରକ ଚନ୍ଦବାଲି ମହାବିଦ୍ୟାଳୟର ଦୁଇଟି ନୂତନ ଗୃହ ଉଦଘାଟିତ ହୋଇ ଯାଇଛି। ଏହି ଗୃହକୁ ଚନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ ଉଦଘାଟିତ କରିଛନ୍ତି । ରାଜ୍ୟ ସରକାରଙ୍କ ଅନୁଦାନରେ ବଦଳୁଛି ମହାବିଦ୍ୟାଳୟର ରୂପରେଖ । ୫କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ଦୁଇଟି ନୂତନ ଶ୍ରେଣୀ ଗୃହ। ଫଳରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଆଉ ଅସୁବିଧା ହେବ ନାହିଁ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରମୋଦିନୀ ଚକ୍ର ପ୍ରକାଶ କରିଛନ୍ତି। ତା ସହିତ ୫ଟି ଅଧିନରେ ମହାବିଦ୍ୟାଳୟର ରୂପାନ୍ତିକରଣ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।

    ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏନ ଏ ସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଅଧ୍ୟାପିକା ଲିଲିପ୍ତା ମିଶ୍ର, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

  • ‘ଘରେ ଘରେ’ କଂଗ୍ରେସ କାର୍ଯ୍ୟକ୍ରମ

    ‘ଘରେ ଘରେ’ କଂଗ୍ରେସ କାର୍ଯ୍ୟକ୍ରମ

    ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ସବୁଦଳ ଭଳି କଂଗ୍ରେସ ମଧ୍ୟ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ବୃଦ୍ଧି କରିବାକୁ ଏବଂ ସଜାଡିବାକୁ ଚେଷ୍ଟା ଜାରି ରଖିଛନ୍ତି । ଦଳକୁ ସଜାଡ଼ିବା ନିମନ୍ତେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶନାରେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ‘ଘରେ ଘରେ କଂଗ୍ରେସ ‘ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ତିରିଂ ବ୍ଳକର ନୂଆଗାଁରୁ ତିରିଂ ଵଜାର‌ ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପିସିସି ସଦସ୍ୟ/ ପୂର୍ବତନ ରାଇରଙ୍ଗପୁର ବିଧାୟକ ଲକ୍ଷ୍ମଣ ମାଝୀ ବିଜେପି ଓ ବିଜେଡ଼ିର ଜନମାରଣ ନୀତି ଉପରେ ଆଲୋଚନା କରିଥିଲେ । ଦରଦାମ ବୃଦ୍ଧି,ତୈଳଦର ବୃଦ୍ଧି ,ଗ୍ୟାସ ଦର ବୃଦ୍ଧି, ଶ୍ରମିକ ମାରଣ ନୀତି, ପରି ବହୁ ପ୍ରସଙ୍ଗରେ ଭର୍ତ୍ସନା କରିଥିଲେ । କଂଗ୍ରେସ ସମୟର ଯୋଜନାକୁ ଏବେକାର ସରକାର ନାମ ବଦଳାଇ ବାହା ବାହା ନେଉଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ହରି ସାହୁ, ଜିଲ୍ଲା ଏସ ସି ସେଲର ସଭାପତି ଭାଗିରଥି ପାତ୍ର, ରମେଶ ହାଁସଦା, ଜାମଦା ବ୍ଳକ ପୂର୍ବତନ ଅଧ୍ୟକ୍ଷା ହେଲେନା ବାଗେଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

  • ସମର ନାୟକ ଓ ଜନୈକା ଯୁବତୀଙ୍କ ପ୍ରେମ କାହାଣୀରେ ନୂଆ ଟ୍ବିଷ୍ଟ, ଆଉ ଜଣେ ବିଏସଏଫ ଯବାନଙ୍କ ଏଣ୍ଟ୍ରି

    ସମର ନାୟକ ଓ ଜନୈକା ଯୁବତୀଙ୍କ ପ୍ରେମ କାହାଣୀରେ ନୂଆ ଟ୍ବିଷ୍ଟ, ଆଉ ଜଣେ ବିଏସଏଫ ଯବାନଙ୍କ ଏଣ୍ଟ୍ରି

    ଦୁଇ ଦିନ ତଳେ ଗଣମାଧ୍ୟମରେ ଚର୍ଚ୍ଚିତ ଖବର ଥିବା ଘଟଣା ଏବେ ନୂଆ ମୋଡ ନେବାକୁ ଯାଉଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନାଧିନ ଅଣ୍ଢେଇପଲି ଗ୍ରାମର ସମର ନାୟକ ଓ ଜୈନେକ ଯୁବତୀଙ୍କ ପ୍ରେମ କାହାଣୀରେ ଆସିଛି ନୂଆ ଟ୍ଵିଷ୍ଟ । ଯୁବତୀ ଜଣକ ସମରକୁ ବିବାହ କରିବା ପରେ ଅନ୍ୟ ଝିଅ ସହିତ ସମ୍ପର୍କ ଥିବା ଜାଣି ଯୁବକ ଠାରୁ ଦୂରେଇବାକୁ ଚେଷ୍ଟା କରୁଥିଲେ । ତାପରେ ସମର ନାମକ ସେହି ଯୁବକ ତାଙ୍କୁ ଜବରଦସ୍ତି କରିବାକୁ ଉଦ୍ୟମ କରୁଥିବା ଥାନାରେ ଅଭିଯୋଗ କରିଥିଲେ ଯୁବତୀ ଜଣକ । ହେଲେ ଆଜି ପୁଣି ସେହି ଘଟଣାରେ ଆସିଛି ନୂଆ ମୋଡ । ସମରଙ୍କ ଉପରେ ଯୁବତୀ ଜଣକ ଅଭିଯୋଗ ଆଣିବା ପରେ ସମର ମଧ୍ୟ ଥାନାର ଦ୍ବାରସ୍ଥ ହୋଇଥିଲେ ଏବଂ ସେହି ଯୁବତୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ଆଣିଥିଲେ । ହେଲେ ଆଜି ସମରଙ୍କ ଅଭିଯୋଗକୁ ନେଇ ସଫେଇ ରଖି ଜନୈକା ଯୁବତୀ ପ୍ରେମିକ ସମର ନାୟକ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ହାସ୍ୟାସ୍ପଦ ବୋଲି ମନେ ହେଉଛି ବୋଲି କହିଛନ୍ତି ଯୁବତୀ ।

    ଅନ୍ୟପଟେ ଯୁବତୀଙ୍କ ଉପରେ କେବଳ ସମର ନୁହେଁ ଆଉ ଜଣେ ବିଏସଏଫରେ ଚାକିରି କରିଥିବା ଯବାନ ମଧ୍ୟ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସମର ସେହି ଯୁବତୀଙ୍କୁ ୧୬ ଲକ୍ଷ୍ ୫୦ ହଜାର ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି । ବାପାଙ୍କୁ କ୍ୟାନ୍ସର ହୋଇଛି ବୋଲି କହି ସମର ଠାରୁ ଯୁବତୀ ଟଙ୍କା ହଡପ କରିଥିବା କହିଛନ୍ତି ସମର । ଯାହାର ଏଗ୍ରିମେଣ୍ଟ ମଧ୍ୟ ସମର କରିଥିବା କହିଛନ୍ତି । ସେପଟେ ଏହି ଘଟଣାରେ ଆଉ ଜଣେ ଯୁବକଙ୍କ ଆବିର୍ଭାବ ହୋଇଛି । ତାଙ୍କ ଘର ପୁରୀ ହୋଇଥିବା ବେଳେ ତାଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ସେହି ଯୁବତୀ ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି ।

    ଗୋଟେ ପଟେ ଯୁବତୀ ଜଣକ ସମର ନାୟକଙ୍କ ସ୍ତ୍ରୀ ବୋଲି କହୁଥିବା ବେଳେ, ସମର ନାୟକ କିନ୍ତୁ ବିବାହ କଥା ଉଠାଉ ନାହାନ୍ତି । ଯାହାକୁ ନେଇ ବାସ୍ତବରେ କଣ ଘଟିଛି ତାହା ଜଣାପଡୁନି । ଦୁହିଙ୍କ କଥାରେ ତାଳମେଳ ରହୁନଥିବା ବେଳେ ଏବେ ତୃତୀୟ ବ୍ୟକ୍ତିଙ୍କ ଏଣ୍ଟ୍ରୀ ଘଟଣାକୁ ଆହୁରି ଜଟିଳ କରିଛି । ଏଠାରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି, ସତରେ କଣ ସମର ଯୁବତୀଙ୍କୁ ବିବାହ କରିଛନ୍ତି । ଯଦି ନା ତେବେ ସେ କୋର୍ଟ ପେପରରେ କଣ ରହିଛି, ଯାହା ଯୁବତୀ ଜଣକ ଦେଖାଉଛନ୍ତି । ପୁରୀର ସେହି ଯବକ ଆଣିଥିବା ଅଭିଯୋଗରେ କେତେ ସତ୍ୟାସତ୍ୟ ରହିଛି ତାହା ତଦନ୍ତ ପରେ ହିଁ ଜଣାପଡିବ ।

  • ଘରୋଇ କଳିରୁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ସ୍ବିକାର କଲା ନିଜ ଦୋଷ

    ଘରୋଇ କଳିରୁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ସ୍ବିକାର କଲା ନିଜ ଦୋଷ

    ଅନେକ ସମୟରେ ଘରୋଇ କଳି କିଭଳି ଅପରାଧ ଘଟାଏ ତାହାର ଅନେକ ନଜିର ରହିଛି ।କେଉଁଛି ସ୍ବାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ପୁଣି କେତେବେଳେ ସ୍ତ୍ରୀ ସ୍ବାମୀକୁ ହତ୍ୟା କରୁଛି । ସେମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡିପସା ଗ୍ରାମରେ। ସୁଚନା ଅନୁଯାୟୀ କୋଡିପସା ଗ୍ରାମର ସୁନୀତା ଜୁଆଙ୍ଗ , ସ୍ୱାମୀ ଟୁରା କୁ ଶାବଳରେ ପିଟି ହତ୍ୟା କରିଥିବା ନିଜେ ସ୍ବୀକାର କରିଛି। ଏହି ଘଟଣା ଗତ ରବିବାର ରାତିରୁ ଘଟିଥିବା ବେଳେ ଆଜି ଖବର ପାଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୀର୍ଘ ତିନି ଦିନ ଧରି ଟୁରାର ଶବ ଘରେ ପଡିରହିଥିବା ବେଳେ ଚାରି ଛୁଆ ଙ୍କୁ ଧରି ସୁନୀତା ସେହି ଘରେ ରହି ଆସୁଥିଲେ। ନିଜ ସ୍ଵାମୀ ମଦ ପିଇ ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମଧ୍ୟ ମାରୁଥିଲା। ତେବେ ହତ୍ୟା ଘଟଣା ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମଧ୍ୟ ଝଗଡା ହୋଇଥିଲା ଆଉ ଏହି ଝଗଡା ନେଇଥିଲା ଉଗ୍ରରୁପ । ଫଳରେ ଶାବଳରେ ପଟି ପଟି ସୁନୀତା ସ୍ବାମୀ ଟୁରାଙ୍କୁ ହତ୍ୟା କରିଥିବା ଜଣା ପଡିଛି । ତେବେ ଆଜି ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଘଟଣା ସ୍ଥଳରେ ଟାଉନ ଆଇଆଇସି, ସଦର ଏସଡିପିଓ ପହଞ୍ଚି ଶବକୁ ଜବତ କରି ସୁନୀତା କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି।

  • ୧୮ ଟିକିଆ ହାତୀପଲ କେନ୍ଦୁଝର ମୁହାଁ

    ୧୮ ଟିକିଆ ହାତୀପଲ କେନ୍ଦୁଝର ମୁହାଁ

    ଧାନ ଫସଲ ଅମଳ ହେବାକୁ ବସିଲା ବେଳକୁ ଏବେ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ହାତୀ ଉପଦ୍ରବ। କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ପାଟଣା, ଚମ୍ପୁଆ, ସାହରପଡ଼ା, ସଦର, ତେଲକୋଇ ଆଦି ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ି ଚାଲିଛି। ଦିନରେ ହାତୀ ପଲ ଜଙ୍ଗଲ ଭିତରେ ରହିଥିବା ବେଳେ ସନ୍ଧ୍ୟା ହେଲେ ଗାଁ, ବିଲ ମୁହାଁ ହେଉଛନ୍ତି। କଅଁଳ ଧାନ ଖାଇବା ସହ ବିଲ ବାଡି ଆଦି ନଷ୍ଟ କରିଦେଉଛନ୍ତି। ଆଜି ୧୮ ଟିକିଆ ଝାରଖଣ୍ଡି ହାତୀ ପଲ କେନ୍ଦୁଝର ମୁହଁ ହୋଇଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ଏହି ହାତୀପଲ ବେଲଦା ସଂରକ୍ଷୀତ ଜଙ୍ଗଲରୁ ବାହାରି ୪୯ନମ୍ବର ଜାତୀୟ ରାଜପଥ ପାର ହେଉଥିବାର ଦେଖିବାକୁ ମିଳିଥିଲା। ଜଙ୍ଗଲ ବିଭାଗ ଏହି ହାତୀପଲଙ୍କୁ ଜନବସତି ଠାରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି।

  • କେବେ ଗଡିବ ଟ୍ରେନ, ସେପଟେ ଯାତ୍ରୀ ହନ୍ତସନ୍ତ

    କେବେ ଗଡିବ ଟ୍ରେନ, ସେପଟେ ଯାତ୍ରୀ ହନ୍ତସନ୍ତ

    ଦକ୍ଷିଣ-ପୂର୍ବ ରେଳବାଇର ବାଲେଶ୍ବରସ୍ଥିତ ନିଧିପଣ୍ଡାଠାରେ ବୁଧବାର ପ୍ରବଳ ବର୍ଷା ଯୋଗୁଁ ରେଳଧାରଣା ଧସି ଯାଇଥିଲା। ଦୀର୍ଘ ୩୦ ଘଣ୍ଟା ପରେ ରେଳ ବିଭାଗ ପକ୍ଷରୁ ଏହାର ମରାମତି କାର୍ଯ୍ୟ ଶେଷ କରାଯାଇ ରେଳ ଚଳାଚଳ ସ୍ବାଭାବିକ କରାଯାଇଥିଲେ ହେଁ ଗତ ୩ ଦିନ ହେଲା ଏହି ରୁଟ୍‌ରେ ଗୋଟିଏ ବି ଲୋକାଲ ପାସେଞ୍ଜର ଗଡ଼ୁନଥିବା ଜଣାପଡ଼ିଛି। ଫଳରେ ସାଧାରଣ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

    ସୂଚନା ଥାଉକି ପ୍ରତିଦିନ ବାଲେଶ୍ବର ​ଷ୍ଟେସନ ଦେଇ ବାଘାଯତୀନ ଏକ୍ସପ୍ରେସ୍‌ (ଅପ୍‌/ଡାଉନ) ଓ ଯାଜପୁର ଲୋକାଲ ଟ୍ରେନ୍‌(ଅପ୍‌/ଡାଉନ) ଡାଉନ୍‌ ଚଳାଚଳ କରିଥାଏ ଏବଂ ଜଳେଶ୍ବର-ପୁରୀ ପାସେଞ୍ଜର, ଖଡ଼ଗପୁର-ଖୋର୍ଦ୍ଧା ପାସେଞ୍ଜର, ଏବଂ ଖଡ଼ଗପୁର-ଭଦ୍ରକ ମେମୁ ଉଭୟ ଅପ୍‌ ଓ ଡାଉନ ରୁଟ୍‌ରେ ଚଳାଚଳ କରିଥାଏ। ହେଲେ ୩ ଦିନ ହେଲା ଏହି ଟ୍ରେନ୍‌ଗୁଡ଼ିକ କୌଣସି କାରଣରୁ ବାତିଲ କରାଯାଇଥିବା ବେଳେ ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ସାଧାରଣ ଯାତ୍ରୀ କମ୍‌ ଭଡ଼ାରେ ଏହି ଟ୍ରେନ୍‌ଗୁଡ଼ିକ ଉପରେ ନିର୍ଭର କରୁଥିବା ବେଳେ ରେଳ ବିଭାଗ ଅକା​ରଣେ ଲୋକାଲ ପାସେଞ୍ଜରଗୁଡ଼ିକୁ ବାତିଲ କରି କେବଳ ଏକ୍ସପ୍ରେସ୍‌ ଓ ମାଲବାହୀ ଟ୍ରେନ୍‌ ଗଡ଼ାଇବାକୁ ନେଇ ଅସନ୍ତୋଷ ଦେଖାଦେଇଛି।

    ଏନେଇ ବାଲେଶ୍ବର ଷ୍ଟେସନ ମ୍ୟାନେଜର ଏସ୍‌ ପ୍ରଧାନଙ୍କୁ ପଚାରିବାରୁ ଲୋକାଲ ପାସେଞ୍ଜର ଟ୍ରେନ୍‌ଗୁଡ଼ିକ ବାତିଲ କରାଯାଇଥିବା ଅଭିଯୋଗକୁ ସେ ସ୍ବୀକାର କରିଛନ୍ତି। ଏଥିସହ ସେ କହିଛନ୍ତି ଯାତ୍ରୀମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ମଧ୍ୟାହ୍ନ ୧୨ଟା ୪୫ରେ ଅପ୍‌ ରୁଟ୍‌ରେ ବାଲେଶ୍ବର ଆସୁଥିବା ଧଉଳି ଏକ୍ସପ୍ରେସ୍‌ ଏବଂ ପୂର୍ବାହ୍ନରେ ୧୧ଟାରେ ଡାଉନ୍‌ ରୁଟ୍‌ରେ ବାଲେଶ୍ବର ଦେଇ ଯାଉଥିବା ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌କୁ ପ୍ରତି ଷ୍ଟେସନ୍‌ରେ ରହିବାର ବ୍ୟବସ୍ଥା କରାଯାଇଛି। ତେବେ ଏନେଇ ମଧ୍ୟ ରେଳ ବିଭାଗ ପୂର୍ବରୁ କିଛି ସୂଚନା ଦେଇନାହିଁ କି ସକାଳେ ଯାତାୟତ କରୁଥିବା ଯାତ୍ରୀମାନେ ଏହି ସମୟରେ ଯାତାୟତ କଲେ କିଛି ସୁଫଳ ପାଇପାରୁନଥିବା ଅଭିଯୋଗ କରିଛନ୍ତି। ତେଣୁ ମନମୁଖି ଭାବେ ଚାଲିଥିବା ଟ୍ରେନ୍‌ ଚଳାଚଳ ସମସ୍ୟାକୁ ତୁରନ୍ତ ସମାଧାନ କରା ନଗଲେ ଜିଲ୍ଲାର ଜନସାଧାରଣ ତଥା ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

  • ୪୨୦ ସେବିକା ମାଲିକଙ୍କ ଆକାଣ୍ଟରୁ ଲୁଟିନେଲା ୧୩ ଲକ୍ଷ

    ୪୨୦ ସେବିକା ମାଲିକଙ୍କ ଆକାଣ୍ଟରୁ ଲୁଟିନେଲା ୧୩ ଲକ୍ଷ

    ଚାର୍-ଶୋ-ବିସ୍ ଗୃହ ସେବିକା। ଘରେ କାମ କରିବାକୁ ଆସି ମାଲିକଙ୍କ ଆକାଉଣ୍ଟରୁ ଉଭାନ କରିଦେଲା ୧୩ ଲକ୍ଷ ଟଙ୍କା । ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ସାମ୍ନାକୁ ଆସିଛି। ଅଭିଯୋଗ ପାଇବା ପରେ ବାଣପୁର ପୋଲିସ ଉକ୍ତ ଚାର୍-ଶୋ-ବିସ୍ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମରେ ୭୦ ବର୍ଷିଆ ବୃଦ୍ଧ ଲକ୍ଷ୍ମୀ କାନ୍ତ ମହାପାତ୍ରଙ୍କ ଘରେ। ଖୋର୍ଦ୍ଧା ନାଚୁଣି ଅଞ୍ଚଳର ରେଖା ବେହେରା ନିଜକୁ ଜଣେ ଅସହାୟ ଗରିବ କହି ମହାପାତ୍ରଙ୍କ ଘରେ ରୋଷେୟା କାମ କରୁଥିଲେ। ୨ ମାସ କାର୍ଯ୍ୟ କରିବା ମଧ୍ୟରେ ଗୃହ ମାଲିକ ମହାପାତ୍ରଙ୍କ ଅଗୋଚରରେ ମୋବାଇଲ ଫୋନ ନେଇ ଅତି ଚତୁରତାର ସହିତ ତାଙ୍କର ବିଭିନ୍ନ ବ୍ୟାଙ୍କରେ ଗଛିତ ଥିବା ୧୩ ଲକ୍ଷ ଟଙ୍କା ଉଠାଇ ନେଇଥିଲା। ହଠାତ୍ ଦିନେ ମହାପାତ୍ର ଜାଣିବାକୁ ପାଇଥିଲେ କି ତାଙ୍କ ଆକାଣ୍ଟରେ କିଛି ବି ଟଙ୍କା ନାହିଁ। ଏହା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଅନ୍ୟପଟେ ଏହି ରୋଷେୟା ଓ ତାଙ୍କର କିଛି ସହଯୋଗୀ ତାଙ୍କୁ ଥାନାରେ ଅଭିଯୋଗ ନ କରିବା ପାଇଁ ଧମକ୍-ଚମକ୍ ଦେଇଥିଲେ ।

    ଏନେଇ ସେ ବାଣପୁର ଥାନାରେ ଅଭିଯୋଗ କରିବାରୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ରେଖା ସ୍କାନରକୁ ଆସିଥିଲା। ତାକୁ ଜେରା କରିବା ସମୟରେ ସେ ନିଜ ଭୁଲ ମାନି ନେବା ସହ ଦୁଇ ମାସ ଭିତରେ ସବୁ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଛି। ତେବେ ପୋଲିସ ଅଭିଯୁକ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଘଟଣାରେ ଆଉ କିଏ -କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଯୋରଦାର କରିଛି।

  • ହେକ୍ଟର ହେକ୍ଟର ଚାଷ ଜମିରେ ଚକଡା ପୋକ, ଚିନ୍ତାରେ ଚାଷୀ

    ହେକ୍ଟର ହେକ୍ଟର ଚାଷ ଜମିରେ ଚକଡା ପୋକ, ଚିନ୍ତାରେ ଚାଷୀ

    କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖା ଦେଇଛି ମାଟିଆଗୁଣ୍ଡି ବା ଚକଡା଼ ପୋକ। ଚଳିତ ଖରିଫ ଋତୁରେ ସ୍ଵାଭାବିକ ବର୍ଷା ଯୋଗୁଁ ଭଲ ଫସଲ ହୋଇଥିଲା । ହେଲେ ଧାନ ଅମଳ ବେଳକୁ ପୋକ ସବୁ ପରିଶ୍ରମ ନଷ୍ଟ କରିଦେଇଛି। ଏବେ ଚାଷୀ ମୁଣ୍ଡରେ ପଡିଛି ଚଡକ। କେନ୍ଦୁଝର ଜିଲ୍ଲା ଚମ୍ପୁଆ, ପାଟଣା, ସାହାରାପଡ଼ା, ଘଟଗାଁ ବ୍ଲକର ବିଭିନ୍ନ ପଂଚାୟତରେ ହେକ୍ଟର ହେକ୍ଟର ଜମିର ଧାନ ଫସଲରେ ମାଡିଯାଇଛି ଚକଡା ପୋକ। ଚାଷୀଙ୍କ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ସ୍ଵାଭାବିକ ବର୍ଷା ପାଇଁ ହସୁଥିଲା ଧାନ ବିଲ। ଚଳିତ ବର୍ଷ ଭଲ ଅମଳ କରି ପୂର୍ବ କ୍ଷତି ଭରଣା ହେବ ବୋଲି ଆଶାବନ୍ଧି ବସିଥିଲେ ଚାଷୀ। ହେଲେ ଚକଡା ପୋକ ସବୁ ଆଶାକୁ ମଉଳାଇ ଦେଇଛି। ପାଚିଲା ଧାନର ଭ୍ରମ ସୃଷ୍ଟି କରୁଥିବା ଧାନ କ୍ଷେତରେ ଖାଲି ଭରି ଯାଇଛି ଅଗାଡି। ଯାହାକୁ ନେଇ ଅବସାଦରେ ଗରିବ ଚାଷୀ ।

    ଧାନ ଗଛ ମୂଳରେ ଚକଡା଼ପୋକ ଲାଗି ଧାନ ଫସଲ ସବୁ ନଷ୍ଟ କରିଦେଉଛନ୍ତି । ଏନେଇ ଅଭିଯୋଗ ପାଇବା ପରେ କୃଷି ବିଭାଗର ଅଧିକାରୀମାନେ ବିଭିନ୍ନ ପଂଚାୟତକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୧୬୧ ହେକ୍ଟର ଜମିରେ ଧାନ ଚାଷରେ ରୋଗ ପୋକ ଲାଗିଥିବା କୃଷି ବିଭାଗ ଜାଣିବାକୁ ପାଇଛି । ଚମ୍ପୁଆ କୃଷି ବିଭାଗ ଅଧିକାରୀ ପୋକ ଲାଗିଥିବା ଧାନ କ୍ଷେତକୁ ନିରୀକ୍ଷଣ କରିବା ପରେ ଧାନ ଫସଲରେ ମାଟିଆଗୁଣ୍ଡି ପୋକ ଲାଗିଥିବା ସୂଚନା ଦେଇଛନ୍ତି । ଏଥିସହ ଫସଲରେ ଔଷଧ ପ୍ରୟୋଗ କରିବାକୁ ଦେଉଛନ୍ତି ପରାମର୍ଶ।

    ଅଧିକାରୀ କହୁଛନ୍ତି ଔଷଧ ପକେଇଲେ ପୋକ ହେବନି। ହେଲେ ଚାଷୀ ସାର, ଔଷଧ ସବୁ ପ୍ରୟୋଗ କରିବା ପରେ ମଧ୍ୟ ପୋକ ଦାଉରୁ ଫସଲ ବର୍ତ୍ତି ପାରିନି। ରକ୍ଷା କରିପାରି ନାହାନ୍ତି ଚାଷକୁ। ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ ସାଙ୍ଗକୁ ମୁଲ ମଜୁରୀ ଦେଇ, ବିହନ, ସାର, ଔଷଧ ପାଇଁ ଯେଉଁ ଖର୍ଚ୍ଚ କରିଛି ତାକୁ କେମିତି ଭରଣା କରିବ ସେହି ଚିନ୍ତାରେ ଚାଷୀ ଆଖିରୁ ହଜିଗଲାଣି ନିଦ। ତେଣୁ ସରକାର କ୍ଷତିଗ୍ରସ୍ତ ଧାନ ଚାଷୀଙ୍କୁ ଉଚ୍ଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି ।