Category: ଜିଲ୍ଲା

  • ସଠିକ ହିତାଧିକାରୀ ପାଉନାହାଁନ୍ତି ଆବାସ ଟଙ୍କା, ଆବାସ ନୁହେଁ ପ୍ରହସନ ଯୋଜନା

    ସଠିକ ହିତାଧିକାରୀ ପାଉନାହାଁନ୍ତି ଆବାସ ଟଙ୍କା, ଆବାସ ନୁହେଁ ପ୍ରହସନ ଯୋଜନା

    କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ନିରିହ ହିତାଧିକାରୀ ମାନେ ବଳି ପଡୁଛନ୍ତି । ହିତାଧିକାରୀ ମାନେ ଘର କରିବା ପରେ ଦିନେ କି ଦୁଇ ଦିନ ନୁଁହେ, ମାସ ମାସ ଧରି ବ୍ଲକକୁ ଦୌଡ଼ି ନୟାନ୍ତ ହେଉଛନ୍ତି । ବ୍ଲକରେ ଏହି ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ନିଜକୁ ସର୍ବେସବା ବୋଲାଇ ହିତାଧିକାରୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।


    ବ୍ଳକରେ ୪ ମାସ ତଳୁ ୮ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇ ପ୍ରଥମ କିସ୍ତି ଟଙ୍କା ଦିଆଯାଇଛି । କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଭିନ୍ନଭିନ୍ନ କାରଣ ଦର୍ଶାଇ କାର୍ଯ୍ୟାଦେଶ ଦିଆନଯାଇ ହଇରାଣ କରଯାଉଛି । ଅଧିକାଂଶ ଲୋକ ଘର କାମ କରି ଛାତ ପକାଇଥିବା ବେଳେ ସେମାନଙ୍କୁ ୨ୟ କିସ୍ତି ଦିଆଯାଉନି । ଆଉ କିଛି ହିତାଧିକାରୀଙ୍କ ଟଙ୍କା ଭିନ୍ନ ଏକାଉଣ୍ଟକୁ ଯାଇଥିବା ବେଳେ ସେମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ହଇରାଣ କରାଯାଉଛି । ଯାହାକୁ ନେଇ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ପ୍ରତ୍ୟକ ଦିନ ସରପଞ୍ଚ ମାନେ ଏନେଇ ବ୍ଳକରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

  • ବାଣପୁରରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

    ବାଣପୁରରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

    ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାଇବର ସଚେତନତା କାର୍ଯ୍ୟକ୍ରମର ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

    ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିନାକ୍ଷୀ ଠାକୁର ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ପଣ୍ଡା ସମ୍ନାନିତ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅନିଲ କୁମାର ମହାନ୍ତି, ମୁଖ୍ୟ ବକ୍ତାଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାଲୁଗାଁ ସୁଭ୍ରାଂଶୁ ଶେଖର ମିଶ୍ର, ସମ୍ନାନିତ ଅତିଥି ଭାବରେ ଆଇଆଇସି ବାଣପୁର ଶ୍ରୀଯୁକ୍ତ ରମେଶ କୁମାର ଦେବତା ଯୋଗ ଦେଇଥିଲେ ।

    ଦିନକୁ ଦିନ ସାଇବର ଠକେଇ ମାତ୍ରାଧିକ ଭାବେ ବଢିଚାଲିଛି । ତେବେ ସାଇବର ଶିକାରରୁ ନିଜକୁ ଦୂରେଇ ରଖିବା ପାଇଁ କୌଣସି ଅଜଣା ଫୋନ୍ କଲ ଆସିଲେ ଓଟିପି ନଦେବା ସହିତ ୟୁପିଆଇ ମାଧ୍ୟମରେ କାରବାର କଲେ ସମ୍ପୂର୍ଣ୍ଣ ସଚେତନତା ରହିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଦିଗକୁ ନେଇ ହେଉଥିବା ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରହିବାକୁ ଉପସ୍ଥିତ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ ।

  • ମହାସଭାର ମୁଖ୍ୟ ଉଦେଶ୍ୟ ଯାଦବ ମାନଙ୍କ ହକ୍

    ମହାସଭାର ମୁଖ୍ୟ ଉଦେଶ୍ୟ ଯାଦବ ମାନଙ୍କ ହକ୍

    ବାଲେଶ୍ବରରେ ଜିଲ୍ଲା ଯାଦବ ମହାସଭାର ସାମ୍ବାଦିକ ସମ୍ମିଳନୀ । ସହରସ୍ଥିତ ଏକ ଘରୋଇ ହଟେଲରେ ଶୁକ୍ରବାର ସଂନ୍ଧ୍ଯାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପୂର୍ବତନ ବିଚାରପତି ବାରିକଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଯାଦବ ମାନଙ୍କ ହକ ପାଇଁ ଏହି ସଂଗଠନ ଗଢି ଉଠିଛି ।

    ଜିଲ୍ଲାରେ ସାମାଜିକ ଓ ସାଂସ୍କୃତିକ ସ୍ଥିତିକୁ ବଜାୟ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି ସଂଗଠନ । ରାଜ୍ୟରେ ଓବିସି ଜନଗଣନା କରି ଯାଦବ ମାନଙ୍କୁ ଏଥିରେ ସାମିଲ କରିବାକୁ ସଂଘ ଦାବି କରିଛି । ଏଥିସହିତ ଜିଲ୍ଲାରେ ସମସ୍ତ ଯାଦବ ମାନଙ୍କୁ ଏକତ୍ରିତ ହେବା ପାଇଁ ଆହ୍ବାନ କରିଥିଲେ ସଂଗଠନର କାର୍ଯ୍ୟକର୍ତ୍ତା । ଏହି ଅବସରରେ କିଛି ଯାଦବଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।

  • ମହିଳାଙ୍କୁ କୁମ୍ଭୀର ମୁହଁରୁ ଟାଣି ଆଣିଲେ ଦୁଇ ଯୁବକ

    ମହିଳାଙ୍କୁ କୁମ୍ଭୀର ମୁହଁରୁ ଟାଣି ଆଣିଲେ ଦୁଇ ଯୁବକ

    ବିରାଟକାୟ କୁମ୍ଭୀର ମୁଁହରୁ ଅଳ୍ପକେ ବର୍ତିଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଙ୍ଗରା ପଞ୍ଚାୟତ ଅନ୍ତର୍ଗତ କୃପାସିନ୍ଧୁ ହାଇସ୍କୁଲ ନିକଟ ଖରସ୍ରୋତା ନଦୀରେ । ସୂଚନା ମୁତାବକ, ଗତକାଲି କିଛି ମହିଳା ନଦୀକୁ ଗାଧୋଇବାକୁ ଆସିଥିବା ବେଳେ ହଠାତ ପଛପଟୁ ଏକ ବିରାଟକାୟ କୁମ୍ଭୀର ଆକ୍ରମଣ କରିଥିଲା । ଆଉ ମହିଳା ଜଣଙ୍କ ଚିତ୍କାର କରିବା ପରେ ଦୁଇ ଯୁବକ ତାଙ୍କୁ ଉପରକୁ ଘୋସାଡି ଆଣିଥିଲେ । ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ମହିଳା ଜଣକ ।

    ଏଭଳି ଘଟଣା ହେବା ଫଳରେ ନଦୀ କୂଳିଆ ଲୋକେ ଭୟବିତ ହୋଇପଡିଛନ୍ତି । ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବନବିଭାଗକୁ ବାରମ୍ବାର ଅଭିଯୋଗ କଲେ ସୁଧା ଏଯାଏଁ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କୁମ୍ଭୀର କବଳରୁ ରକ୍ଷା ପାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ନଦୀ କୁଳିଆ ଲୋକେ ।

  • ଗୋପାଇପାଲିରେ ବ୍ଲକସ୍ତରୀୟ ନୂଆଖାଇ ଭେଟଘାଟ

    ଗୋପାଇପାଲିରେ ବ୍ଲକସ୍ତରୀୟ ନୂଆଖାଇ ଭେଟଘାଟ

    ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଗୋପାଇପାଲି ଖେଳ ପଡିଆ ଠାରେ ବିଜୁ ପରିବାର ତରଫରୁ ବ୍ଲକସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବରେ ଜ଼ିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଭାସ ସିଂ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଆଗଲପୁର ପେକ୍ସ ସଭାପତି ବିରୋସେନ ସାହୁ, ବରପାଲି ପେକ୍ସ ସଭାପତି ଗୁରୁ ମେହେର, ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଜାପାନ ମହାପାତ୍ର, ଏପିକଲ ଚେୟାରମ୍ୟାନ ପ୍ରଭାତଆଦିତ୍ୟ ମିଶ୍ର ଏବଂ ଯୁବନେତା ସୁବ୍ରତ ସିଂ ଯୋଗ ଦେଇଥିଲେ ।

    ଏହି କାର୍ଯ୍ୟକ୍ରମରେ ଭିଳିକି ଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିସହହ ଗୋପାଇପାଲି ପଂଚାୟତର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବଡ଼ଗାଁ ସରପଞ୍ଚ ପ୍ରତିନିଧି ମହାଦେବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ୧୫ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

  • ଚୋରି ସାମଗ୍ରୀ କିଣି ବନ୍ଧାହେଲେ କବାଡି ମାଲିକ

    ଚୋରି ସାମଗ୍ରୀ କିଣି ବନ୍ଧାହେଲେ କବାଡି ମାଲିକ

    ଚୋରି କରିବା ଓ ଚୋରି ଜିନିଷ ରଖିବା ଉଭୟ ଆଇନଗତ ଦଣ୍ଡନୀୟ ଅପରାଧ । ତେଣୁ, ଜାଣତରେ ହେଉ କିମ୍ବା ଅଜାଣତରେ କୈାଣସି ଜିନିଷ କିଣୁଥିଲେ ଟିକିଏ ସଚେତନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଂଚଳରୁ । ଘଟଣାରୁ ଯାହା ଜଣାପଡିଛି କିଛି ଦିନ ପୁର୍ବରୁ ବିଶୋଇ ଟାଟା ପାୱାର ସେକ୍ସନ ରାଧାନଗର ଅଞ୍ଚଳରୁ କିଛି ବିଦ୍ୟୁତ ତାର ଚୋରି ହୋଇଥିଲା । ଏନେଇ ବିଦ୍ୟୁତ ବିଭାଗର ଜେଇ ସମିର କୁମାର ଆଚାର୍ଯ୍ୟ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବିଶୋଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ବିଶୋଇ ପୋଲିସ ଏହି ଘଟଣାର ତଦନ୍ତ କରି ଯଶିପୁର ଥାନା ଜାମଦାସାହି ଅଞ୍ଚଳରୁ ମହମ୍ମଦ ଆସିଫ୍ ନାମକ ଜଣେ ବେଆଇନ୍ କବାଡିଖାନା ମାଲିକଙ୍କୁ ଗିରଫ କରିଛି । ତାସହିତ ଚୋରି ହୋଇଥିବା ସାମଗ୍ରୀ କୋଟର ମେସିନ ଆଦି ଜବତ କରିଛି ବିଶୋଇ ପୋଲିସ । ବୁଧବାର ଅପରାହ୍ନରେ ଅଭିଯୁକ୍ତକୁ ଡାକ୍ତରି ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ହେଲେ ଏହି ବେଆଇନ୍ କବାଡି ଖାନା ଗୁଡ଼ିକ ପାଇଁ ଦିନକୁ ଦିନ ଚୋରି ଉପଦ୍ରବ ବଢୁଥିବା ନେଇ ପୁର୍ବରୁ ପ୍ରମାଣ ମିଳିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ହୋଇପଡିଛି।

  • ଗାଡ଼ି ଭଡାରେ ନେଲେ, ପରେ ମିଳିଲା ଗାଡି ମାଲିକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

    ଗାଡ଼ି ଭଡାରେ ନେଲେ, ପରେ ମିଳିଲା ଗାଡି ମାଲିକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

    ବାଦାମ ପାହାଡ଼ ଥାନା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟ ଦେହ ଉଦ୍ଧାର କରିଛି ପଶ୍ଚିମବଙ୍ଗ ପୋଲିସ । ସମ୍ପୃକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲା ବାଦାମ ପାହାଡ଼ ଥାନା ଦେଓଗାଁର ଏସ୍ କେ ଆଫରଜଙ୍କ ବୋଲେରୋ ଗାଡିକୁ ସୋମବାର ନିଜ ଗାଁର ପପୁ ଓ ତାଙ୍କ ସାଙ୍ଗ ମିଶି ଜାମସେଦପୁର ଯିବେ କହି ଭଡ଼ାରେ ନେଇଥିଲେ । ପରେ ଗାଡ଼ି ଭଡ଼ା ନେଇଥିବା ପପୁ ଓ ଅନ୍ୟ ଯୁବକ କୌଣସି ମାମଲାକୁ ନେଇ ଷଢେ଼ଇକଳା କୋର୍ଟକୁ ଯାଇଥିଲେ । ପରେ ଆଫ୍ରଜ ଗାଡ଼ି ନେଇ ଜାମସେଦପୁରକୁ ଯାଇଥିଲେ ବୋଲି ଘର ଲକୋକଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଆଫ୍ରଜର ମୋବାଇଲ୍ ସୁଇଜ୍ ଅଫ୍ ହୋଇ ଯାଇଥିଲା । ତେବେ ମଙ୍ଗଳବାର ସକାଳ ସମୟରେ ପଶ୍ଚିମବଙ୍ଗର ପୋଲିସ ବାଗମୁଡି ଥାନା ଠାରୁ ୫ କି.ମି ଦୂର ଲୋୟର ଡେମ୍ ନିକଟ ରାସ୍ତା ତଳକୁ ଖସିପଡିଥିବା ବୋଲେରୋ ସମେତ ଆଫ୍ରଜର ମୃତ୍ୟଦେହ ଉଦ୍ଧାର କରିଥିଲା। ତେବେ ଘଟଣାର ପାରିପାର୍ଶ୍ବିକ ସ୍ଥିତିରୁ ଆଫ୍ରଜକୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ଅନୁମାନ କରାଯାଉଅଛି ।

    ଘଟଣାସ୍ଥଳରେ ମୃତ୍ୟକର ମୋବାଇଲ୍ ଫୋନ୍ ମଧ୍ୟ ମିଳିପାରି ନାହିଁ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ପରେ ମୃତ୍ୟ ଦେହକୁ ବାଗମୁଡି ପୋଲିସ ପୁରୁଲିଆ ମୂଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ବୁଧବାର ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ବାଗମୁଡି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବାଦାମ ପାହାଡ଼ ଥାନା ଅଧିକାରୀ ଅମ୍ବିକା ଦାସ୍ ଦେଓଗାଁରେ ପହଞ୍ଚି ମୃତ୍ୟକଙ୍କ ପରିବାରକୁ ପଚରାଉଚରା କରି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି । ତେବେ ଗାଡ଼ି ଭଡ଼ା ନେଇଥିବା ପପୁ ଓ ତାଙ୍କ ସାଥୀର କୌଣସି ପତ୍ତା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ତେଣୁ ଆଫ୍ରଜ୍ କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ପରିବାର ଅଭିଯୋଗ କରିଛନ୍ତି l

  • ପୌରପାଳିକା ପକ୍ଷରୁ ଗୀତାଞ୍ଜଳି ସ୍ଵିଟ ଓ ସ୍ନାକ୍ସ୍ ସିଲ୍

    ପୌରପାଳିକା ପକ୍ଷରୁ ଗୀତାଞ୍ଜଳି ସ୍ଵିଟ ଓ ସ୍ନାକ୍ସ୍ ସିଲ୍

    କେନ୍ଦୁଝର ସହରର ଜାମୁହୋତା ସ୍ଥିତ ପ୍ରସିଦ୍ଧ ଗୀତାଞ୍ଜଳି ସ୍ଵିଟ ଓ ସ୍ନାକ୍ସ୍ ସିଲ କରାଯାଇଛି । କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ ଏହି ସିଲ କରାଯାଇଥିବା ଜଣାପଡ଼ିଛି । ଜାମୁହୋତା ସ୍ଥିତ ଆଉଟଲେଟ ଓ ପ୍ରସ୍ତୁତ ୟୁନିଟକୁ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନ ପରିଷ୍କାର ପରିଚଛନ୍ନତା ନଥିବା ଯୋଗୁଁ ଏହି ସିଲ୍ ହୋଇଥିବା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ମଧୁସ୍ମିତା ସାମନ୍ତରାଏ ପ୍ରକାଶ କରିଛନ୍ତି । ପରିଷ୍କାର ପରିଚ୍ଛନ୍ନ ନେଇ ଅଭିଯୋଗ ପରେ ଆଜି ପୌରପାଳିକା ଅଧିକାରୀ ଟାଉନ ପୋଲିସ ସହଯୋଗରେ ନିଜେ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ଏହାପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସହ ଗୀତାଞ୍ଜଳି ସ୍ଵିଟ ଓ ସ୍ନାକ୍ସ୍ ମାଲିକଙ୍କୁ ସମସ୍ତ କାଗଜପତ୍ର ପୌରପାଳିକାରେ ଜମା କରିବା ପାଇଁ କୁହାଯାଇଛି । ଏନେଇ ଗୀତାଞ୍ଜଳି ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପରବର୍ତୀ ଯାଞ୍ଚ ସରିବା ପର୍ଯ୍ୟନ୍ତ ଉକ୍ତ ୟୁନିଟ ସିଲ୍ ରହିବ ବୋଲି ପୌରପାଳକା ପକ୍ଷରୁ କୁହାଯାଇଛି ।

  • ସାଇବର୍ କ୍ରାଇମ୍ ଉପରେ ଲାଗିବ ରୋକ୍

    ସାଇବର୍ କ୍ରାଇମ୍ ଉପରେ ଲାଗିବ ରୋକ୍

    ଦିନକୁ ଦିନ ସାଇବର୍ କ୍ରାଇମ୍ ବୃଦ୍ଧି ପାଇବାରେ ଲାଗିଛି । ଟିକେ ଅସାବଧାନତା ହେଲେ ଖାଲି ହୋଇଯାଉଛି ଆକାଉଣ୍ଟ । ତେବେ ଏହି ସାଇବର୍ କ୍ରାଇମ୍ ଉପରେ ରୋକ୍ ଲଗାଇବା ପାଇଁ ଏକମାତ୍ର ରାସ୍ତା ହେଉଛି ସଚେତନ।ଏନେଇ ସ୍ଥାନୀୟ ପୋଲିସ , ଏବଂ ସାଇବର୍ ଥାନା କିମ୍ବା ୧୯୩୦ ଟୋଲ୍ ଫ୍ରି ନମ୍ବର ରେ ସାଇବର୍ ଠକେଇ ସମ୍ପର୍କରେ ଜଣାଇପାରିବେ । ବିଶେଷ କରି ଯୁବ ସମାଜ ଏହି ସାଇବର୍ କ୍ରାଇମ୍ ର ଶିକାର ହେଉଛନ୍ତି, ତେଣୁ ରାଜ୍ୟ ସରକାର ଓ ପୋଲିସ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶମତେ ଓଡ଼ିଶାରେ ଜନ ସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ ଏବଂ ଟାଙ୍ଗି ବଳରାମ ଦେବ ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନରତ ଥିବା ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ଜନଗହଳି ସ୍ଥାନରେ ପୋଲିସ ପକ୍ଷରୁ ସାଇବର୍ କ୍ରାଇମ୍ ରୋକିବା ପାଇଁ ଜନସଚେତନତା କରାଯାଇଥିଲା। ଏବଂ ଏକ ସଚେତନତା ରଥ ସହର ପରିକ୍ରମା କରିଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାଇବର୍ ଥାନା ଖୋର୍ଦ୍ଧା ର DSP ଜ୍ୟୋସ୍ନା କାଉଁରୀ ଓ ମିନାକ୍ଷୀ ଠାକୁର୍ , ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ମିଶ୍ର , ଟାଙ୍ଗି ଥାନା ନିରୀକ୍ଷକ ଶୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଶିତାନଷୁ ଭୂଷଣ ନନ୍ଦ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। ଠିକ୍ ସେହିପରି ବଳରାମ ଦେବ ବିଦ୍ୟାଳୟରେ ସାଇବର୍ କ୍ରାଇମ୍ ରୋକିବା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଶ୍ୱଜିତ ପଲେଇ ପୂର୍ଣ୍ଣ ସହଯୋଗ କରିଥିଲେ। ଟାଙ୍ଗୀ ଥାନା ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରାଯାଇଥିଲା ।

  • ବିଲ ମଝିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

    ବିଲ ମଝିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

    ରାତିରେ ଭାଡ଼ି ଜଗିବାକୁ ଆସି ଆଉ ଫେରିନଥିଲେ । ପରିବାର ଲୋକେ ସନ୍ଦେହରେ ବିଲକୁ ଆସି ଦେଖିନ୍ତିତ ଭାଡ଼ି ତଳେ ଥିବା ଏକ ଗାଡ଼ିଆରେ ଅଚେତ୍ ଅବସ୍ଥାରେ ପଡ଼ିରହିଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଧୀନ ଗେରେଡ଼ା କିୟାଧାର ଅଞ୍ଚଳରେ । ସୂଚନା ପ୍ରକାରେ ଚାଷ ଜମିକୁ ଜଙ୍ଗଲି ଜନ୍ତୁଙ୍କ ପ୍ରାଦୁର୍ଭାବରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଦିନ ରାତିରେ ବିଲକୁ ଭାଡ଼ି ଜଗିବାକୁ ଆସୁଥିଲେ କାହ୍ନୁ । ଗତ ରାତିରେ ମଧ୍ୟ ସବୁଦିନ ଭଳି ଭାଡି ଜଗିବାରୁ ଆସିଥିଲେ କିନ୍ତୁ ସକାଳ ହୋଇଗଲେ କାହ୍ନୁ ଆଉ ଘରକୁ ଫେରିନଥିଲେ । ସନ୍ଦେହ ହେବାରୁ ପରିବାର ଲୋକେ ଦେଖିଥିଲେ ପାଣିରେ କାହ୍ନୁଙ୍କ ଶବ ଭାସୁଛି ।ଏନେଇ ପରିବାର ଲୋକେ ଥାନାକୁ ଖବର ଦେବାପରେ ତାରାସିଙ୍ଗି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠାଇଛି । ତେବେ କାହୁଁଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି ତେଣୁ ସରକାରି ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ଦାବୀ ରହିଛି ।