Category: ଜିଲ୍ଲା

  • କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ରଥପ୍ରତିଷ୍ଠା

    କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ରଥପ୍ରତିଷ୍ଠା

    ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଂଚଳ । ପାରମ୍ପରିକ ରିତି ନିତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ ହେବା ପରେ ରଥା ଟଣା କାର୍ୟ୍ୟକ୍ରମ କରାଯାଇଥିଲା । ତେବେ ଆସନ୍ତାକାଲି ଠାରୁ ୮ଦିନ ଯାଏ ପ୍ରତ୍ୟେହ ସଂଧ୍ୟାରେ ରଥ ମନ୍ଦୀରର ବେଢ଼ା ପରିକ୍ରମା କରିବ । ବିଶ୍ୱାସ ରହିଛି ଯେ ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଅନ୍ୟପଟେ ରଥରେ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଦାଳୁଙ୍କ ଭିଡ ଜମିଥିଲା ।ମାତ୍ରଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମା ବିରାଜାଙ୍କ ଶାରଦୀୟ ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ସାରିବାକୁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ।

  • ବିଜେଡିର ଜନସମ୍ପର୍କ ପଦଯାତ୍ରା

    ବିଜେଡିର ଜନସମ୍ପର୍କ ପଦଯାତ୍ରା

    କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିଚନ୍ଦନପୁର ଠାରେ ଯୁବ ନେତା ଅମର କୁଅଁରଙ୍କ ନେତ୍ରୁତ୍ବରେ ଶନିବାର ଏକ ବିଶାଳ ଜନ ସଂପର୍କ ପଦଯାତ୍ରା ମାଧ୍ୟମରେ ଘରେ ଘରେ ବିକାଶର ବାର୍ତ୍ତା ପହଁଚାଇଛନ୍ତି ବିଜୁ ଜନତାଦଳ । ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବା ପାଇଁ ଏବଂ ସରକାରର ଲୋକାଭିମୁଖି ଯୋଜନା ମାନକୁ ଘରେ ଘରେ ପହଞ୍ଚାଇବା ଉଦେଶ୍ୟରେ ଏହି ପଦଯାତ୍ରାରେ ଅନେକ ବିଜୋଡି କର୍ମି ସାମିଲ ହୋଇଥିଲେ ।

    ଉକ୍ତ ପଦଯାତ୍ରାରେ ସାସଂଦ ଚନ୍ଦ୍ରାଣୀ ମୁର୍ମୁ ,ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର , ପାଟଣା ବିଧାୟକ ଜଗନ୍ନାଥ ନାୟକ , ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଓ କୋରେଇ ବିଧାୟକ ଅଶୋକ ବଳ ଯୋଗ ଦେଇଥିଲେ । ଏହି ଜନ ସଂପର୍କ ପଦ ଯାତ୍ରାରେ ପ୍ରାୟ ୧୦ ହଜାର ଜନସାଧାରଣ ଯୋଗ ଦେଇଥିଲେ ।

    ଏହି ବିଶାଳ ପଦଯାତ୍ରା ପିଟାପିଟିରୁ ବାହାରି ଠାକୁରପଡାରେ ପହଁଚିଥିଲା । ସେଠାରେ ପହଁଚିବା ପରେ ଏକ ସାଧାରଣ ସଭା ହୋଇଥିଲା । ବିଜେଡି ଦଳର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ଯକ୍ରମ ଓ ସରକାରଙ୍କ ବିଭିନ୍ନ ଯୋଜନା ତଥା ନବୀନ୍ ବାବୁଙ୍କ ଭାବମୁର୍ତ୍ତୀ ଓ ବିଶ୍ବ ସ୍ତରରେ ଓଡିଶାର ସଫଳତା ଉପରେ ଉପସ୍ଥିତ ଜନ ସାଧାରଣଙ୍କୁ ଭାଷଣ ମାଧ୍ୟମରେ ଅବଗତ କରାଇଥିଲେ ।

  • ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଫଳାଫଳ ଘୋଷଣା

    ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଫଳାଫଳ ଘୋଷଣା

    ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଫଳାଫଳ ଘୋଷଣା କରାଯାଇଛି । ‘କ’ ଆଉ ‘ଖ’ ଦୁଇଟି ବିଭାଗରେ ସମସ୍ତ ପୂଜା କମିଟି ଗୁଡିକ ଭଲ ପଦର୍ଶନ କରିଥିବା ବେଳେ କିଛି କମିଟି ମଧ୍ୟରେ ମୂର୍ତ୍ତି ସାଜସଜ୍ଜା, ଭଷାଣି ଶୋଭାଯାତ୍ରା, ଶାନ୍ତିଶୃଙ୍ଖଳା ଓ ସ୍ୱଚ୍ଛତା ଉପରେ ତୀବ୍ର ପ୍ରତିଦ୍ବନ୍ଦିତା ହୋଇଥିଲା । ଏହି ଅବସରରେ ଆଜି ସ୍ଥାନୀୟ ପଞ୍ଚାୟତ ଶୋଭାଗୃହ ଠାରେ ଫଳାଫଳ ଘୋଷଣା ପାଇଁ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ ଗଣେଶ ପୂଜା ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଥିବାରୁ ସମସ୍ତଙ୍କୁ ପ୍ରଶାସନ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ଧନ୍ୟବାଦ ଦେଇଥିଲେ ।

    ସାଜସଜ୍ଜା, ଭାଷାଣି ଶୋଭାଯାତ୍ରା ଓ ଶାନ୍ତିଶୃଙ୍ଖଳା ତିନୋଟି ବିଭାଗର ପ୍ରତିଯୋଗିତା ମଧ୍ୟରେ କ ବିଭାଗ ମୂର୍ତ୍ତିରେ ପ୍ରଥମ ସ୍ଥାନ ଅଧିକାର କରିଛି ରାମଚନ୍ଦ୍ର ବଜାର ।
    ଦ୍ୱିତୀୟ ସ୍ଥାନରେ ନୂଆ ବସଷ୍ଟାଣ୍ଡ ଓ ଜୟ ହିନ୍ଦ୍ କ୍ଳବ କୁମ୍ଭାର ସାହି ଯୁଗ୍ମ ବିଜେତା ହୋଇଥିବା ବେଳେ ଚିତ୍ରକୁଟ ବଜାର ଗଣେଶ ପୂଜା କମିଟି ଓ ବିଶ୍ୱକର୍ମା ବଜାର ଗଣେଶ ପୂଜା କମିଟି ଯୁଗ୍ମ ଭାବେ ସ୍ଥାନ ଅଧିକାର କରିଛନ୍ତି ।

    ସେହିପରି ଖ ବିଭାଗ ମୂର୍ତ୍ତିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ତ୍ରିନାଥ ଗଣେଶ ପୂଜା କମିଟି ସିଂହ ସାହି । ଦ୍ୱିତୀୟ ସ୍ଥାନ ପାଇଛନ୍ତି ଗଣପତି ପୂଜା କମିଟି ଓ ମହଲଷ୍ମୀ ଗଣେଶ ପୂଜା କମିଟି । ତୃତୀୟ ବିଜେତା ଭାବେ ଦୁଇଟି କମିଟି ଯଥା, କାରିଗର ପଡା ଯୁବକ ସଙ୍ଘ ଗଣେଶ ପୂଜା କମିଟି ଓ ହାଣ୍ଡିଧୂଆଁ ପୂଜା କମିଟି ହାତେଇ ନେଇଛନ୍ତି । ସେହିପରି ସାଜସଜ୍ଜାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ରାମଚନ୍ଦ୍ର ବଜାର, ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ନୂଆ ବସ ଷ୍ଟାଣ୍ଡ ଗଣେଶ ପୂଜା କମିଟି ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ବଉଳଛକ ରାସ ପାର୍ଟି ଗଣେଶ ପୂଜା କମିଟି ।ସେହିପରି ଖ ବିଭାଗ ସଜସଜ୍ଜାରେ ୧ମ ସ୍ଥାନ ଅଧିକାର କରିଥିବା କମିଟି ହେଲା ବିନାୟକ ଗଣେଶ ପୂଜା କମିଟି ହାଣ୍ଡିଧୂଆଁ, ଦ୍ୱିତୀୟ ହେଲେ ଗଣେଶ ପୂଜା କମିଟି ହାଣ୍ଡିଧୂଆଁ ଓ ତୃତୀୟ ବିଜେତା ହେଲେ ଜୟ ମା ମଙ୍ଗଳା ଜମ୍ବୁବଣିଆ ସାହି ପୂଜା କମିଟି । ଏଥିସହ ସ୍ୱଚ୍ଛତାରେ କ ବିଭାଗରେ ପ୍ରଥମ ସ୍ଥାନରେ ହାଟୋତୋଟା ଗଣେଶ ପୂଜା କମିଟି ୨ୟ-ରାମଚନ୍ଦ୍ର ବଜାର ଗଣେଶ ପୂଜା କମିଟି ଓ ବସ ଷ୍ଟାଣ୍ଡ ଗଣେଶ ପୂଜା କମିଟି ଯୁଗ୍ମ ବିଜେତା ଓ ତୃତୀୟ ମଧ୍ୟ ଯୁଗ୍ମ ଭାବେ ବଉଳଛକ ଓ ହନୁମାନ ପଡା ଗଣେଶ ପୂଜା କମିଟି ବିଜୟୀ ଘୋଷିତ ହୋଇଛନ୍ତି ।

    ସେହିପରିସ୍ୱଚ୍ଛତା ଖ ବିଭାଗ ରେ ପ୍ରଥମ ହୋଇଛନ୍ତି,ମୁନିସିପଲଟି କମ୍ପେକ୍ସ ପୂଜା କମିଟି ୨ୟ-ଗଣେଶ ପୂଜା କମିଟି ହାଣ୍ଡିଧୂଆଁ ଓ ଜୟ ମାଆ ମଙ୍ଗଳା ଜାମ୍ବୁବଣିଆ ସାହି ଗଣେଶ ପୂଜା କମିଟି।ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତିହରଗୌରୀ ଗଣେଶ ପୂଜା କମିଟି ।ଅନ୍ୟପକ୍ଷରେ ତାଳଚେର ଗଣେଶ ପୂଜା ର ମୁଖ୍ୟ ଆକର୍ଷଣ ତାଳଚେର ଗଣେଶ ପୂଜା ର ଭଷାଣି ଶୋଭାଯାତ୍ରା ର ଫଳା ଫଳ ଘୋଷଣା କରାଯାଇଥିଲା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ କ ବିଭାଗ ବଉଳଛକ ରାସପାର୍ଟି ,କଳିଙ୍ଗ ଗଣେଶ ପୂଜା କମିଟି ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ବେଳେ , ତୃତୀୟ ସ୍ଥାନ ଅଧିକାର କରିଥିଲେ ହତୋତୋଟା ଗଣେଶ ପୂଜା କମିଟି । ସେହିପରି ଖ ବିଭାଗ ଭାଷାଣି ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ କାରିଗର ପଡା ଗଣେଶ ପୂଜା କମିଟି ।ଦ୍ୱିତୀୟ ମୋହାଲଷ୍ମୀ ଗଣେଶ ପୂଜା କମିଟି ଓ ତୃତୀୟ ସ୍ଥାନରେ ତ୍ରିନାଥ ଗଣେଶ ପୂଜା କମିଟି ବିଜୟୀ ହୋଇଛନ୍ତି ।ଅନ୍ୟ ପକ୍ଷରେ ଚଳିତ ବର୍ଷ ପ୍ରଥମ ଥର ଭାବେ ୧୦ ଟି କମିଟି କୁ ଶାନ୍ତି ଶୃଙ୍ଖଳା ପାଇଁ ପୁରସ୍କାର ଘୋଷଣା କରାଯାଇଥିଲା ବେଳେ ସେଥିମଧ୍ୟରୁ ୮ଟି କମିଟି ପୁରସ୍କୃତ କରାଯାଇଛି ।
    ଶାନ୍ତିଶୃଙ୍ଖଳା ରେ ୮ଟି ପୁରସ୍କାର ଘୋଷଣା ମଧ୍ୟରେ ୧ମରେ କଳିଙ୍ଗ ମାର୍କେଟ ଗଣେଶ ପୂଜା କମିଟି ।୨ୟରେ ମୋହଲଷ୍ମୀ ଗଣେଶ ପୂଜା କମିଟି ।୩ୟରେ ମହାରଣା ସାହି ଗଣେଶ ପୂଜା କମିଟି , ୪ର୍ଥ ରେ ଛତ୍ରକୁଟ ବଜାର ଗଣେଶ ପୂଜା କମିଟି , ୫ମରେ ଜୟ ମାଆ ହିଙ୍ଗୁଳା ରାଣୀ ମନ୍ଦିର ଗଣେଶ ପୂଜା କମିଟି ।
    ୬ଷ୍ଟ ରେ ମୁନିସିପାଲଟିବଜାର ଗଣେଶ ପୂଜା କମିଟି ନୁହୁରା ସାହି । ୭ମ ରେ ବାପୁଜି ନଗରଯୁବକ ସଙ୍ଘ ଗଣେଶ ପୂଜା କମିଟି । ୮ମରେ ଶ୍ରୀ ଗଣେଶ ପୂଜା କମିଟି ଜେଲ ରୋଡ଼ ତାଳଚେରକୁ ଶାନ୍ତି ଶୃଙ୍ଖଳା ରେ ଭଷାଣି ଶୋଭାଯାତ୍ରା ପାଳନ ପାଇଁ ପୁରସ୍କୃତ ଘୋଷିତ ହୋଇଛି ।ତେବେ ସବୁଠାରୁ ଅଧିକ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଥମ କମିଟି କୁ ତାଳଚେର ଉପଖଣ୍ଡ ,ପୋଲିସ ଅଧିକାରୀ ମାନସ ରଞ୍ଜନ ବାରିକ ଦଶ ହଜାର ଟଙ୍କା ପୁରସ୍କାର ପ୍ରଦାନ ଘୋଷଣା କରିଥିଲେ ଓ ଦ୍ୱିତୀୟ କମିଟି କୁ ପାଞ୍ଚ ହଜାର ଟଙ୍କା ତୃତୀୟ ଶାନ୍ତିଶୃଙ୍ଖଳା କମିଟି କୁ ତିନି ହଜାର ଟଙ୍କା ପ୍ରଦାନ ପାଇଁ ପୁରସ୍କାର ଘୋଷଣା କରାଯାଇଛି ।।ଏହି ପୁରସ୍କାର ଘୋଷଣା ବୈଠକରେ କମିଟି ର କାର୍ଯ୍ୟକାରୀ ସଭାପତି ତଥା ଏସ ଡି ପି ଓ ମାନସ ରଞ୍ଜନ ବାରିକ ,ସାଧାରଣ ସମ୍ପାଦକ ଦିଲିପ ପାଣି ,ଉପସଭାପତି ଡ଼ଃ ରଶ୍ମିରଞ୍ଜନ ମିଶ୍ର ,ପ୍ରକାଶ ମହାରଣା ,କୋଷାଧ୍ୟକ୍ଷ ରଣଜିତ ମହାପାତ୍ର ,ସୌଭାଗ୍ୟ ମହାରଣା କେଶବ ଭୁତିଆ ଓ ମେଡିଆ ସଂଯୋଜକ ତପନ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ଓ ସମସ୍ତ ଗଣେଶ ପୂଜା କମିଟି ର ସଭାପତି ସମ୍ପାଦକ ଓ ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ ।

  • ସର୍ବ ଭାରତୀୟ ପୋଲିସ ୭୨ ତମ କୁସ୍ତି କ୍ଲଷ୍ଟର ପ୍ରତିଯୋଗିତାରେ ଅକ୍ଷୟ ମଲ୍ଲିକଙ୍କୁ ସ୍ଵର୍ଣ୍ଣପଦକ

    ସର୍ବ ଭାରତୀୟ ପୋଲିସ ୭୨ ତମ କୁସ୍ତି କ୍ଲଷ୍ଟର ପ୍ରତିଯୋଗିତାରେ ଅକ୍ଷୟ ମଲ୍ଲିକଙ୍କୁ ସ୍ଵର୍ଣ୍ଣପଦକ

    ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ସୋଲର ପାଇକେରାପୂର୍ ଗ୍ରାମର ଅକ୍ଷୟ ମଲ୍ଲିକ ଯାହାଙ୍କର ବୟସ ୪୨ବର୍ଷ ସେ ଓଡ଼ିଶା ପୋଲିସ ରେ କାର୍ଯ୍ୟରତ ଥିବା ବେଳେ। ହରିଆଣା କର୍ଣ୍ଣାଲରେ ଅନୁଷ୍ଟିତ ହୋଇଥିବା ସର୍ବ ଭାରତୀୟ ପୋଲିସର ୭୨ ତମ କୁସ୍ତି କ୍ଲଷ୍ଟର ପ୍ରତିଯୋଗିତାରେ
    ଅକ୍ଷୟ ମଲ୍ଲିକଙ୍କୁ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିରେ ୩୧ଟି ରାଜ୍ୟ ଭାଗ ନେଇ ଥିବା ବେଳେ ବଡିବିଲ୍ଡଙ୍ଗରେ ୧୭ଜଣରୁ ଅକ୍ଷୟ କୁମାର ମଲ୍ଲିକ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏନେଇ ଆଜି ସକାଳେ ଛତିଆର ନେଳିଆ ଛକ ଠାରେ ଛତିଆ ଅଞ୍ଚଳର ସମାଜସେବୀ ସଙ୍ଗଠନ ଓ ସାଙ୍ଗ ସାଥୀ, ବନ୍ଧୁ ପରିଜନ ପକ୍ଷରୁ ଅକ୍ଷୟ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣେଇବା ସହିତ ଏବଂ ଏକ ଗାଡ଼ିରେ ଶୋଭା ଯାତ୍ରା କରି ଛତିଆ ବଜାର ପରିକ୍ରମା କରି ଛତିଆ ଥିବା ମହାବୀର ଜିମ୍ କୁ ପାଛୋଟି ନେଇଥିଲେ। ଏବଂ ଅନେକ ଶୁଭେଛା ଜଣାଇଥିଲେ ।

  • ବୃଦ୍ଧାଙ୍କୁ ମାଡ ମାରି ଲୁଟି ନେଲେ ସୁନା ଅଳଙ୍କାର ସହ ଟଙ୍କା

    ବୃଦ୍ଧାଙ୍କୁ ମାଡ ମାରି ଲୁଟି ନେଲେ ସୁନା ଅଳଙ୍କାର ସହ ଟଙ୍କା

    ଘରେ ଥିବା ବୟସ୍କ ଦମ୍ପତିଙ୍କୁ ଟାର୍ଗେଟ କଲେ ଲୁଟେରା। ରାତି ଅଧରେ ଘରେ ପଶିଲେ । ବୃଦ୍ଧଙ୍କ କବାଟ ବାହାରୁ ବନ୍ଦ କରି ତାଙ୍କ ପତ୍ନୀଙ୍କ ରୁମ୍‌ରେ ପଶିଲେ। ଏହାପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟି ନେଲେ। ଏପରି ଏକ ଘଟଣା ଗତ ରାତିରେ ଭଦ୍ରକ ଜିଲ୍ଲା ସାଵରଙ୍ଗ ଥାନା ଅନ୍ତର୍ଗତ ଚକପୁର ଗ୍ରାମରେ ହୋଇଛି।ଲୁଟ୍‌ର ଶିକାର ହୋଇଥିବା ଦମ୍ପତି ହେଲେ ଅଭୟ ପଲାଇ ଓ ପ୍ରମିଳା ପଲାଇ । ଗୁରୁତର ଅବସ୍ଥାରେ ପ୍ରମିଳା ପଲାଇ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଅଭୟ ପଲାଇ ଓ ପ୍ରମିଳା ପଲାଇ ଘରେ ଏକୁଟିଆ ରହୁଥିବା ବେଳେ ସେମାନଙ୍କ ୪ ପୁଅ ବାହାରେ ରହୁଛନ୍ତି। ଡକାୟତି ରେ ଶିକାର ହୋଇଥିବା ପ୍ରମିଳା ପଲାଇ ଙ୍କ ସ୍ୱାମି ଅଭୟ ପଲାଇ ଜଣେ ଅବସରପ୍ରାପ୍ତ ଭିଜିଲାନ୍ସ ଅଧିକାରୀ ଥିବା ବେଳେ ତାଙ୍କ ଚାରିପୁଅ ପୋଲିସ, ଭିଜିଲାନସ, ବିଏସଏଫ ରେ କାର୍ଯ୍ୟରତ ଅଛନ୍ତି ତେଣୁ ପୁଅ ବୋହୁଙ୍କ ଅନୁପସ୍ଥିତି ଓ ବୃଦ୍ଧ ଙ୍କ ଅକ୍ଷମତା ର ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶିଥିଲେ ଚୋର । ଗତ ବିଳମ୍ବିତ ରାତିରେ ପ୍ରମିଳାଙ୍କ ସ୍ୱାମୀ ସୋଇଥିବା ଘର ବାହାର ପଟୁ କବାଟ ଦେଇ ପ୍ରମିଳାଙ୍କ ଘରେ ପଶି ପ୍ରଥମେ ପ୍ରମିଳାଙ୍କୁ ଘରର ଗହଣା ଓ ଟଙ୍କା ଥିବା ବାକ୍ସ ର ଚାବି ମାଗିଥିଲେ ତେବେ ପ୍ରମିଳା ନଦେବାରୁ ପ୍ରମିଳାଙ୍କୁ ମାରି ଲହୁଲୁହାଣ କରିଥିଲେ । ପରେ 10 ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ସହ 5 ଲକ୍ଷ ନଗଦ ଟଙ୍କା ଲୁଟିନେଇଥିଲେ |ତେବେ ଭୋର ସମୟରେ ଗ୍ରାମବାସୀ ଖବର ପାଇ ପ୍ରମିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମୁଖ୍ୟଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଇଛନ୍ତି । ଏନେଇ ପ୍ରମିଳାଙ୍କ ପରିବାର ଲୋକେ ଶାବରଙ୍ଗ ଥାନାରେ ଏତଲା ଦେଇଥିବା ବେଳଏ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

    ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

    ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପିଠବଟା ଗେଟ ନିକଟରୁ ଶିମିଳିପାଳ ଅଭୟାରଣ୍ୟ ସ୍ଥିତ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ । ସେହିପରି ଯଶିପୁର ପଟରୁ ମଧ୍ୟ ଅଭୟାରଣ୍ୟର ଅନ୍ୟ ଏକ ଗେଟ ଖୋଲାଯାଇଛି । ଚଳିତ ବର୍ଷ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବାର ଆଶା ରଖିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ରହିଥିବା ବଳେ ଆଜି ପ୍ରଥମ ଦିନରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଛି । ଚଳିତ ବର୍ଷ ଅଭୟାରଣ୍ୟକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦେଇଛନ୍ତି । ।ସେହିପରି ଅଭୟାରଣ୍ୟ ମଧ୍ୟରେ ବୁଲିବା ଖାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ବେବ୍ୟସ୍ତା କରାଯାଇଛି ।ସ୍ଥାନୀୟ ସଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ପର୍ଯ୍ୟଟକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣର ବେଵ୍ୟସ୍ତା ଅଭୟାରଣ୍ୟ କର୍ତ୍ତୃପକ୍ଷ କରିଛନ୍ତି ଯେଉଁଠାରେ ପର୍ଯ୍ୟଟକ ପଇସା ଦେଇ ଖାଇ ପାରିବେ। ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ ମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ | ଯାହାକୁ ଦେଖିବା ପାଇଁ ଦେଶ ତଥା ଦେଶ ବାହାରୁ ମଧ୍ୟ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି । ତେବେ ଆଜି ପ୍ରଥମ ଦିନରେ ଜଶିପୁର କାଳିଆଣି ଗେଟ ଦେଇ ବର୍ତ୍ତମାନ ସୁଦ୍ଧା ୧ ଟି ଗାଡ଼ିରେ ୯ଜଣ ପର୍ଯ୍ୟଟକ ଅଭୟାରଣ୍ୟ କୁ ପ୍ରବେଶ କରିଥିବା ବେଳେ ପିଠାବଟା ଗେଟ ଦେଇ ଗୋଟିଏ ଗାଡ଼ିରେ ୮ଜଣ ପର୍ଯ୍ୟଟକ ଅଭୟାରଣ୍ୟ କୁ ପ୍ରବେଶ କରିଛନ୍ତି ।

  • ମହାଳୟା ଅବସରରେ ପବିତ୍ର ସ୍ଥାନ ଗୁଡ଼ିକରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

    ମହାଳୟା ଅବସରରେ ପବିତ୍ର ସ୍ଥାନ ଗୁଡ଼ିକରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

    ଆଜି ହେଉଛି ପବିତ୍ର ମହାଳୟା। ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ରହଛି। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ପବିତ୍ର ସ୍ଥାନଗୁଡ଼ିକରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରୁଛନ୍ତି। ଆଜି ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟ ଓ ମହୋଦଧି, ନରେନ୍ଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡେୟ ଆଦି ତୀର୍ଥ ପୁଷ୍କରିଣୀ ମାନଙ୍କରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ଶ୍ରାଦ୍ଧ ପ୍ରଦାନ କରାଯାଉଛି।ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି।ତେବେ ଆଜି ପବିତ୍ର ମହାଳୟାରେ ମା’ସମଲେଇଙ୍କ ଧବଳମୁଖୀ ବେଶ ଦେଖିବାକୁ ମିଳିଛି । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି । ଆଜି ମା’ଙ୍କୁ ଦର୍ଶନ କଲେ ଗଂଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ଆଜି ମା’ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ସେହିପରି ଆଜି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଦୁରଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ ଦେଇଛନ୍ତି । ସେପଟେ ଆସନ୍ତା କାଲି ଠାରୁ ମା ବିରଜାଙ୍କ ପୀଠରେ ଅନନ୍ୟ ପରମ୍ପରା ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା କାଲି ଠାରୁ ଗଡିବ ମାଙ୍କ ରଥ। ଏଥିପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।

  • ନୂଆଗାଁରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

    ନୂଆଗାଁରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

    ନୟାଗଡ ବନଖଣ୍ତ ମହିପୁର ବନାଂଚଳ ଅଧିନସ୍ଥ ନୂଆଗାଁ ବ୍ଲକରେ ଆଜି ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମ ପାଇଁ ଚଳିତବର୍ଷ ବିଷୟବସ୍ତୁ ରହିଛି “ବନ୍ୟପ୍ରାଣୀ ସଂରକ୍ଷଣ ନିମନ୍ତେ ସହଭାଗିତା”। ବନ୍ୟପ୍ରାଣୀଙ୍କ ସରଂକ୍ଷଣ ନିମନ୍ତେ ସାଧାରଣ ଲୋକଙ୍କ ପାଖରେ ବିଭିନ୍ନ ସଚେତନତା ବାର୍ତ୍ତା ପହଂଚାଇବା ପାଇଁ ଆଜି ସଂପଡା ଚିନ୍ତାମଣି ବିଦ୍ୟାପୀଠର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନୂଆଗାଁ ବ୍ଲକ ସଦର ମହକୁମାରେ ଏକ ରାଲି କରାଯାଇଥିଲା। ଏଥିସହିତ ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ ଏବଂ ଡିବେଟ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ସୋମବାର ଦିନ ପୁରସ୍କୃତ କରାଯିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର କାର୍ଯ୍ୟକ୍ରମରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ, ଏସିଏଫ ଅମ୍ରିତ କୁମାର ସାହୁ, ବନପାଳ ସୂର୍ଯ୍ୟକାନ୍ତ ମହାରଣା, ମୀନକେତନ ନାୟଙ୍କ ସମେତ ବନରକ୍ଷୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଭିଏସଏସ ମେମ୍ବର ମାନେ ଉପସ୍ଥିତ ରହିଥିଲେ।

  • ଡମ୍ଫର ଧକ୍କାରେ ଯୁବକଙ୍କ ମୃତ , ଡ୍ରାଇଭର ଫେରାର

    ଡମ୍ଫର ଧକ୍କାରେ ଯୁବକଙ୍କ ମୃତ , ଡ୍ରାଇଭର ଫେରାର

    ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ଗାତେରୀ ପଂଚାୟତର ଡମୁଣୀ ଛକ ନିକଟରେ ବାଲି ବୋଝେଇ ଡମ୍ଫର ଧକ୍କାରେ ଯୁବକଙ୍କ ମୃତ।ମୃତକ ହେଲେ ଭାଲିଆ ପଦର ଗ୍ରାମର ରବି ନାୟକ । ସୁଚନା ଅନୁୟାୟୀ ଆଜି ସକାଳେ ରବି ନାୟକ କାମ କରିବା ପାଇଁ ଘରୁ ବାହାରି ଗାତେରୀ ଛକକୁ ଯାଉଥିବା ବେଳେ ଏକ ବାଲି ବୋଝେଇ ଡମ୍ଫର ଗାଡି ଧକ୍କା ଦେଇଥିଲା ।ଫଲରେ ଘଟଣା ସ୍ଥଳରେ ରହିଙ୍କର ମୃତ୍ୟୁ ହୋଇଥିଲା । ତେବ ଡମ୍ଫର ଡ୍ରାଇଭର ଗାଡ଼ି ଧରି ଚାଲି ଯାଇଥବା ବେଳେ ବାହାଡ଼ା ଝୋଲା ପଞ୍ଚାୟତର ଦଳେଇଭାଗ ଛକଠାରେ ସ୍ଥାନୀୟ ଲୋକ ଅଟକାଇଥିବା ବେଳେ ଗାଡିକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା କିନ୍ତୁ ହେଲପରକୁ ଗ୍ରାମବାସୀ ଅଟକ ରଖିଥିଲେ। ପରେ ନୂଆଗାଁ ଥାନା କୁ ହସ୍ତାନ୍ତର କରିଛନ୍ତି।ରାସ୍ତା ଉପରେ ଦୀର୍ଘ ଚାରିଘଣ୍ଟା ରବିଙ୍କ ମୃତ୍ୟୁ ଦେହ ପଡିରହିବା ସହିତ ମହିପୁରୁ ବାହାଡ଼ା ଝୋଲା ପୂର୍ତ ବିଭାଗ ରାସ୍ତା ବନ୍ଦ ରଖିଥିଲେ ଗ୍ରାମବାସୀ। ସ୍ଥାନୀୟ ରେଭିନୁ ଓ ପୋଲିସ ପହଂଚି ଲୋକଙ୍କୁ ବୁଝାଇବା ସହିତ ଆର୍ଥିକ ସହାୟତା (୧୦୦୦୦) ଦଶହଜାର ସହାୟତା ଯୋଗାଇ ଦେଇଥିଲେ ଓ ଆଗାମୀ ଦିନରେ ପ୍ରଶାସନ ତରଫରୁ ଦୁର୍ଘଟଣା ଜନିତ ସହାୟତା ଯୋଗାଇ ଦିଆଯିବ ପାଇଁ ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲେ ଲୋକେ । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନେଇଥିବା ଜଣାପଡିଛି ।

  • ବୟସର ବୋଝକୁ, ବଇରୀ ସାଜିଛି ଅସୁସ୍ଥତା

    ବୟସର ବୋଝକୁ, ବଇରୀ ସାଜିଛି ଅସୁସ୍ଥତା

    ଦିନ ଥିଲା ପାଖକୁ ତାଙ୍କର ଆସୁଥିଲା ମୁଠା ମୁଠା ପଇସା । କିନ୍ତୁ ଏବେ ସେ ହାତ ପତାଉଛନ୍ତି । ଏକଦା ନିଜର ଏକ ସ୍ବତନ୍ତ୍ର ପରିଚୟ ଥିଲା କିନ୍ତୁ ଏବେ ସେ ହୋଇପଡିଛନ୍ତି ଅଲେଡା । ଭଙ୍ଗା ଟ୍ରାଇସାଇକେଲ ଯେ ତାଙ୍କର ଏକା ସାହା ଭରସା । କାରଣ ସେ ହିଁ ତ ତାଙ୍କୁ ଗୋଟିଏ ସ୍ତାନରୁ ଆଉ ଏକ ସ୍ଥାନକୁ ନେଇ ଆଣି ପାରୁଛି । ସ୍ତ୍ରୀ , ପିଲା ଛୁଆ ତାଙ୍କୁ ଛାଡି ଆରପାରିରେ । ଭାଇ ବନ୍ଧୁ କୁଟୁମ୍ବଙ୍କ ପାଇଁ ସେ ଏବେ ପର । ତେଣୁ ନିଜର କହିଲେ ସେ ଭଙ୍ଗା ଟ୍ରାଇସାଇକେଲ ଟି । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗେରେଡ଼ା ଗ୍ରାମ ପଞ୍ଚାୟତ ସମରବନ୍ଧର ବିଶ୍ଵନାଥଙ୍କ କଥା । ଦିନଥିଲା ବିଶ୍ଵନାଥ , ନାଚ ମାଷ୍ଟର ଭାବରେ ବେଶ ଜଣା ଶୁଣା ଥିଲେ । କିନ୍ତୁ ଏବେ ଏହି ପରିଣତ ବୟସରେ ଗଞ୍ଜାମ ଭଞ୍ଜନଗର ଠାରୁ ଦଶପଲ୍ଲା ଜାତୀୟ ରାଜପଥ ୫୭ ତିନିଛକିଆ ଠାରେ ଥିବା ଏକ ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାରାରେ କଟୁଛି ତାଙ୍କ ଜୀବନ । ବୃତ୍ତିରେ ସେ ମନ୍ଦିର ପୂଜକ ।ସେଥିରୁ ତାଙ୍କୁ ଯାହା ମିଳୁଥିଲା ସେଥିରେ ସେ ଚଳି ଯାଉଥିଲେ । କିନ୍ତୁ ବୟସ ବଢିବା ସହ ଶରୀରର ଅସୁସ୍ଥତା ତାଙ୍କୁ ଏଭଳି ପରିସ୍ଥିତରେ ତାଙ୍କୁ ଠିଆ କରିଛି ଯେ ସେ ଭିକ୍ଷା ବୃତ୍ତି କରିବାକୁ ବାଧ୍ୟ କରିଛି । ତେବେ ସେ କିଭଳି ପରିସ୍ଥିତିରେ ରହିଛନ୍ତି ତାଙ୍କ ମୁହଁରୁ ଆସନ୍ତୁ ଶୁଣିବା ।

    ବିଶ୍ଵନାଥଙ୍କ ଗ୍ରାମ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗେରେଡ଼ା ଗ୍ରାମ ପଞ୍ଚାୟତ ସମରବନ୍ଧରେ । ଆଜକୁ ପ୍ରାୟ ଦଶ ବର୍ଷ ହେଲା ସେ ନିଜ ଗାଆଁରୁ ଆସି ତିନିଛକିଆ ଠାରେ ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ ତୁଲାଉଥିଲେ । ପରିବାର ସବୁ ଆରାପାରିକୁ ଚାଲିଗଲେଣି । ସମୟ କ୍ରମେ ଶରୀରର ଶକ୍ତି କମିବା ଫଳରେ ଆଉ ସେ ମନ୍ଦିର କାର୍ଯ୍ୟ କରି ପାରିନଥିଲେ । ଫଳରେ ପୂଜା କାର୍ଯ୍ୟରୁ ଗ୍ରାମବାସୀ ନିବୃତ୍ତ କରିଥିଲେ । ସେବେଠାରୁ ପ୍ରାୟ ଏକ ବର୍ଷ ହେବ ଏମିତି ଭିକ୍ଷା ବୃତ୍ତି କରି ଖରା ବର୍ଷାରେ ମଧ୍ଯ ପଡିରହିଛନ୍ତି ଏହି ଯାତ୍ରୀ ବିଶ୍ରାମଗାରା ଘରେ । ତେବେ ବିଶ୍ଵନାଥଙ୍କୁ ଥଇଥାନର ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।

    ତେବେ ଖବର ପ୍ରସାରଣ ପରେ ବୃଦ୍ଧଙ୍କ ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।