Category: ଜିଲ୍ଲା

  • ମାଙ୍କ ଆଗମନରେ ଉତ୍ସବ ମୁଖର ବଲାଙ୍ଗିର ସହର

    ମାଙ୍କ ଆଗମନରେ ଉତ୍ସବ ମୁଖର ବଲାଙ୍ଗିର ସହର

    ଆସିଛି ପାର୍ବ଼ଣର ଋତୁ । କାଶତଣ୍ଡିର ସମ୍ଭାର ନେଇ ଆସିଛି ମାଙ୍କ ବାର୍ତ୍ତା ।ଜଗତର କଲ୍ୟାଣ ନିମନ୍ତେ ଧରାପୃଷ୍ଟରେ ଅବତରଣ କରିସାରିଲେଣି ଜଗତଜନନୀ ମା । ସେଥିପାଇଁ ଉତ୍ସବ ମୁଖର ଗାଁ ଠୁ ସହର । ଚାରିଆଡେ ଆଲୋକର ମାଳା ସାଙ୍ଗକୁ ସୁସଜ୍ଜିତ ତୋରଣ । ସେଥିରୁ ବାଦ୍ ପଡିନି ବଲାଙ୍ଗିରି ।ବଲାଙ୍ଗିରି ଜିଲ୍ଲା ହୋଇ ଉଠିଛି ଉତ୍ସବ ମୁଖର । ସଂସ୍କୃତି କାର୍ଯ୍ୟକ୍ରମ ଓ ଲାଇଟ ରେ ଝଲାସୁଛି ସମଗ୍ର ଅଞ୍ଚଳ। ଆଉ ଆରମ୍ଭ ହୋଇଛି ମା ଙ୍କ ପୂଜା। ଦେବୀ ପୀଠଠୁ ଆରମ୍ଭ କରି ମଣ୍ଡପ ସବୁଠି ମାଙ୍କ ପୂଜା ବେଶ ଧୂମଧାମ ରେ ପାଳିତ ହେଉଛି। ଏବେ ପୂଜା ମଣ୍ଡପ ରେ ଆରମ୍ଭ ହେଇଛି ମା ଜଗତ ଜନନୀ ଙ୍କ ନବରାତ୍ର ପୂଜା । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ସଇଁନ୍ତଲା, ପାଟଣାଗଡ, କଣ୍ଟାବାଞ୍ଜି, ତୁଷୁରା ସହର ରେ ବେଶ ଧୁମଧାମ ରେ ପାଳିତ ହେଉଛି ମା ଙ୍କ ପୂଜା ! ବଲାଙ୍ଗୀର ଜିଲ୍ଲା ପ୍ରସିଦ୍ଧ ମନ୍ଦିର ରେ ସ୍ୱତନ୍ତ୍ର ନୀତିକାନ୍ତି ରେ ପୂଜା ହେଉ ଥିବା ବେଳେ ପାଟମେସ୍ୱରୀ, ସମଲେଶ୍ୱରୀ, ଚଣ୍ଡୀ, ଦଶମତି, ଦୂରସୋନି ଙ୍କ ପୀଠରେ ମଧ୍ୟ ଚାଲିଛି ମା ଙ୍କ ପୂଜା । ସୁନ୍ଦର ତୋରଣ ସାଙ୍ଗ କୁ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଲୋକଙ୍କୁ ମନୋରଞ୍ଜନର ଖୁରାକ ଯୋଗାଉଛି । ଚଳିତ ବର୍ଷ ବିଭିନ୍ନ ପୂଜା କମିଟି ପୂଜା କୁ ଆକୃଷ୍ଟ କରିବା ପାଇଁ କଳାକୁଞ୍ଜ, ମିନାବଜାର, ଅପେରା, ବିଭିନ୍ନ ଲୋକକଳା କୁ ବେଶ ଆକୃଷ୍ଟ କରୁଛି । ସଇଁନ୍ତଲା ସାର୍ବଜନୀ ନବ ରାତ୍ର ଦୃଗାଁ ପୂଜା 25 ବର୍ଷ ରେ ପଦାର୍ପଣ କରିଛି। ଏନେଅ ପୂଜା କମିଟି ପକ୍ଷରୁ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ସାଙ୍ଗ କୁ କଲାକୁଞ୍ଜ, ପଞ୍ଚିୟ କୁଣ୍ଡିୟ ଯଜ୍ଞ କରାଯାଉଛି ।ଏଥିସହ ପ୍ରତ୍ୟକ ଦିନ ମାଗଣା ରେ ହଜାର ହାଜର ଭକ୍ତ ଙ୍କୁ ମା ଙ୍କ ଅନ୍ନ ପ୍ରସାଦ ବଣ୍ଟନ କରାଯାଉଛି । ତେବେ ମା ଙ୍କ ପାଇଁ ଚାନ୍ଦି ମୁକୁଟ ସାଙ୍ଗ କୁ ଚାନ୍ଦୀ ର ଛତରା ମାଙ୍କର ଆହୁରି ଶୋଭା ବଢାଉଛି ।

  • ମୁଖ୍ଯମନ୍ତ୍ରୀଙ୍କ ଜନ୍ମ ଦିନରେ ମେଗା ରକ୍ତଦାନ ଶିବିର

    ମୁଖ୍ଯମନ୍ତ୍ରୀଙ୍କ ଜନ୍ମ ଦିନରେ ମେଗା ରକ୍ତଦାନ ଶିବିର

    ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜନ୍ମ ଦିନ ଅବସରରେ ବାଲେଶ୍ବର ବାଲିଆପାଳରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ରକ୍ତର ଅଭାବ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ରକ୍ତଦାନକୁ ଗୁରୁତ୍ବ ଦେଇ ଆସିଛନ୍ତି। ତେଣୁ ତାଙ୍କ ଜନ୍ମଦିନରେ ବାଲିଆପାଳ ବ୍ଲକରେ ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ ପରିବାରର ମିଳିତ ଆନୁକୂଲ୍ୟରେ ବାଲିଆପାଳ ଶାରୀରିକ ମହାବିଦ୍ଯାଳୟ ଠାରେ ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ ଉଦଘାଟନ କରିଥିଲେ। ଏହି ମେଗା ରକ୍ତ ଦାନ ଶିବିରରେ ୪୭୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ ବିଜେଡି ସଦସ୍ୟଗଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଥିଲା। ଶିବିରରେ ପୂର୍ବତନ ବ୍ଲକ ଛାତ୍ର ସଭାପତି ଲକ୍ଷ୍ମୀଧର ପାତ୍ର , ଜିଲ୍ଲା ସଂପାଦକ ଭୈରବ ଦାସ , ପୂର୍ବତନ ଯୁବ ସଭାପତି ସଞ୍ଜୟ ପ୍ରଧାନ , ପୂର୍ବତନ ଜିଲ୍ଲା ସଂପାଦକ ଉଜ୍ଜଳ କୁମାର ଗିରି ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ।

  • କେନ୍ଦ୍ରାପଡା: ରାଜ୍ୟସ୍ତରୀୟ ପିତୃ ସମ୍ମାନ କାର୍ଯ୍ୟକ୍ରମ

    କେନ୍ଦ୍ରାପଡା: ରାଜ୍ୟସ୍ତରୀୟ ପିତୃ ସମ୍ମାନ କାର୍ଯ୍ୟକ୍ରମ

    କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଗୋଜବାୟାଣୀ ପିଠରେ ଦେଖିବାକୁ ମିଳିଛି ନୂଆ ଏକ ଦୃଶ୍ୟ। ପିଠରେ ସାଇ ଏଜୁ କେସନାଲ ଆଣ୍ଡ ଚାରି ଟେବୁଲୁ ଟ୍ରଷ୍ଟ ଭୁବେନେଶ୍ୱର ଶାଖା ତରଫରୁ ବାପାମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ସେମାନଙ୍କୁ ସମ୍ମାନୀତ କରାଯାଇଛି। ବହୁ ବୟସ୍କ ପିତାବର୍ଗଙ୍କୁ ଶିରିଡି ସାଇ ପ୍ରତିଭାରେ ସମ୍ମାନିତ କରାଯାଇଛି। ମହିଳାମାନଙ୍କ ପାଇଁ ଅନେକ ଦିନ ଓ ସମ୍ମାନ ରହିଛି। କିନ୍ତୁ ବାପାଟିଏ ତାର ସନ୍ତାନର ଲାଳନ ପାଳନ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଉଥିବା ବେଳେ ତା ପାଇଁ ନାହିଁ କିଛି ସମ୍ମାନ। ତେଣୁ ଟ୍ରଷ୍ଟ ତରଫରୁ ବହୁ ପିତୃ ବର୍ଗଙ୍କୁ ସମ୍ମାନିତ କରାଯାଇଛି।

    ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ରାଜ କିଶୋର ପ୍ରଧାନ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ବୃନ୍ଦ ବାପାଙ୍କ ତ୍ୟାଗ, ଭଲପାଇବା ଉପରେ ଲୋକଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜ ସେବିକା ତଥା ନାରୀ ନେତ୍ରୀ ସୁପ୍ରଭା ମଲ୍ଲିକ ପରିଚାଳନା କରିଥିଲେ।

  • ଏକଲ ବିଦ୍ୟାଳୟରେ ବାର୍ଷିକ ଖେଳ ପ୍ରତିଯୋଗୀତା

    ଏକଲ ବିଦ୍ୟାଳୟରେ ବାର୍ଷିକ ଖେଳ ପ୍ରତିଯୋଗୀତା

    କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ କେନ୍ଦୁଆପଡା ଏକଲ ବିଦ୍ୟାଳୟର ସ୍କୁଲ୍ ପଡିଆରେ ପୂର୍ବ ଭାଗ କେନ୍ଦୁଝର ଅଞ୍ଚଳ ପାଟଣା ସଞ୍ଚର ଅଭୁଦୟ ୟୁଥ କ୍ଲବ ଦ୍ବାରା ଆୟୋଜିତ ବାର୍ଷିକ ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଛି। ପାଟଣା ସଞ୍ଚାର ୧୯ଟି ଏକଲ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ଖେଳ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପିତାମ୍ବର ମହାନ୍ତ, ଯୋଗ ଦେଇ ଥିଲେ। ଏଥିରେ ୧୫୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୩୪ଜଣ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କେନ୍ଦୁଝର ଜିଲ୍ଲାର ଗ୍ରାମ ସ୍ଵରାଜ ହେମଲତା ମହାନ୍ତଙ୍କ ସହିତ ପ୍ରମୁଖ ଉପସ୍ଥିତ ରହିବା ସହ ପ୍ରାଥମିକ ଶିକ୍ଷା ପ୍ରମୁଖ ଗୀତାଞ୍ଜଳି ମହାନ୍ତ ଖେଳ ପରିଚାଳନା କରିଥିଲେ। ଏବଂ ପାଟଣା ସଞ୍ଚର ସମ୍ପାଦକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ

  • ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ, ପୋଲିସର ଛାନଭିନ୍

    ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ, ପୋଲିସର ଛାନଭିନ୍

    କେନ୍ଦୁଝର ଜିଲ୍ଲା, ଯୋଡ଼ା ଥାନା ବିଲେଇପଦାରେ ଯୁବକଙ୍କୁ ନିର୍ମମ ହତ୍ୟା । ବିଲେଇପଦା ବଜାର ଠାରୁ ଅଳ୍ପ ଦୂରରେ ଥିବା ନାଳ ନିକଟ ବୁଦା ଭିତରେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହେବାପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ମୃତଦେହ ଠାରୁ କିଛି ଦୂରରେ ରକ୍ତ ଭିଜା ୨ଟି ଛୁରୀ ଓ ପଥର ପଡ଼ି ରହିଛି । ଦୃବୃର୍ତ୍ତ, ହତ୍ୟା କରିବାପରେ ମୃତ ଦେହକୁ କିଛିବାଟ ଘୋଷାରୀ ନେଇ ନାଳ ନିକଟରେ ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ସୁଚନା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ କିଛି ପିଲା ଗାଈ ଚରାଇବାକୁ ଯାଇଥିବା ବେଳେ ମୃତ ଦେହ ଦେଖିବାକୁ ପାଇଥିଲେ । ପରେ ଏ ନେଇ ପୋଲିସ ଖବର ଦେଇଥିଲେ । । ତେବେ ଏଯାଏଁ ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଗତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବଡ଼ବିଲ ଏସ୍ ଡି ପି ଓ, ଯୋଡ଼ା ଥାନା ଆଇ ଆଇ ସି ସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ତେବେ କିଏ ଓ କାହିଁକି ଏଭଳି ଅମାନୁଷିକ କାଣ୍ଡ ଘଟାଇଛି ତାହା ଜଣାପଡ଼ିନଥିବା ବେଳେ ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

  • ସାଙ୍ଗକୁ ହତ୍ୟା କଲା ସାଙ୍ଗ, ପର୍ଦ୍ଦାଫାଶ କଲା ପୋଲିସ

    ସାଙ୍ଗକୁ ହତ୍ୟା କଲା ସାଙ୍ଗ, ପର୍ଦ୍ଦାଫାଶ କଲା ପୋଲିସ

    ମୋବାଇଲ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ । ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର ପଞ୍ଚାୟତ ଅଣଖାସାହି ଗ୍ରାମରେ । ଦୁଇ ଦିନ ଧରି ନିଖୋଜ ଥିବା ସୁକାନ୍ତ ଦାସର ଶବଗତକାଲି ନଟିଆ ଜୋରରୁ ଉଦ୍ଧାର ହେବା ପରେ ଚନ୍ଦବାଲି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଉକ୍ତ ଗ୍ରାମର ସୁକାନ୍ତର ସାଙ୍ଗ ଜୟଦେବ ଠାରୁ ପୋଲିସ ମୋବାଇଲ ଜବତ କରିବା ପରେ ସାମ୍ନାକୁ ଆସିଥିଲା ସତ ।ତେବେ କିଭଳି ଏବଂ କେଉଁ ପରିସ୍ଥିରି ଏଭଳି ଏକ ହତ୍ୟା କାଣ୍ଡ ଘଟିଛି ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଚନ୍ଦବାଲି ଏସ ଡି ପି ଓ ଦେବୀ ଶଙ୍କର ପ୍ରତାପ ।

    ଗତ ଶୁକ୍ରବାର ଦିନ ସନ୍ଧ୍ୟାରେ ନଟିଆ ଜୋର ପୋଲ ନିକଟରେ ମୋବାଇଲ ପାଇଁ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ରୁ ହାତାହାତି ଆଉ ତାପରେ ଜୟଦେବ ଏକ କାଠ ଫାଳିଆରେ ସୁକାନ୍ତର ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଫଳରେ ସୁକାନ୍ତ ସେଠାରେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ଜୟଦେବ ଶୁକାନ୍ତ କୁ ନଟିଆ ଜୋର ମଧ୍ୟକୁ ଠେଲି ଦେଇ ସୁକାନ୍ତର ମୋବାଇଲ ନେଇ ଘରକୁ ପଳାଇ ଯାଇଥିଲା । ତାପର ଦିନ ଧରାପଡିଯିବା ଭୟରେ ସୁକାନ୍ତ ମୋବାଇଲକୁ ବିଲରେ ପୋତିଥିଲା । ଯାହାକୁ ଚନ୍ଦବାଲି ପୋଲିସ ଜବତ କରି ଅଭିଯୁକ୍ତ ଜୟଦେବକୁ ଗିରଫ କରିଛି ।

  • ନିଶା କାରବାରରେ କେନ୍ଦୁଝର କୋର୍ଟ ପିଅନ ଏସଟିଏଫ୍ ହାତରେ ଗିରଫ

    ନିଶା କାରବାରରେ କେନ୍ଦୁଝର କୋର୍ଟ ପିଅନ ଏସଟିଏଫ୍ ହାତରେ ଗିରଫ

    କେନ୍ଦୁଝର ଏସ୍‌ଟିଏଫ୍‌ ଜାଲରେ ବ୍ରାଉନସୁଗାର ବେପାରୀ । ବ୍ରାଉନ ସୁଗାର ଡିଲ ବେଳେ ମାଡିବସିଲା ଏସଟିଏଫ। ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। ତେବେ ବିଡମ୍ବନାର ବିଷୟ ଏସଟିଏଫ ଧଳା ଜହର କାରବାରରେ ଯାହାଙ୍କୁ ଗିରଫ କରିଛି ସେ କେନ୍ଦୁଝର ଜୁଡିସିଆଲ୍‌ କୋର୍ଟର ପିଅନ ଭାବେ କାର୍ଯ୍ୟରତ।

    ସୂଚନାମୁତାବକ, ଗୁଇନ୍ଦା ସୂତ୍ରରୁ ଜିଲ୍ଲା ଏସଟିଏଫକୁ ସୂଚନା ମିଳିଥିଲା କି,ଏକ ବଡ ଧରଣର ବ୍ରାଉନ୍‌ସୁଗାର ଡିଲ ହେବାକୁ ଯାଉଛି। ସୂଚନା ମିଳିବା ପରେ ଆଲର୍ଟ ହୋଇଯାଇଥିଲା ଏସଟିଏଫ। ବ୍ରାଉନସୁଗାର ବିକ୍ରି ପାଇଁ ଡିଲ ହେଉଥିବା ବେଳେ ସେଠାରେ ହାଜର ହୋଇଯାଇଥିଲା ଏସଟିଏଫ। କାରବାର ପାଇଁ ଥିବା ବ୍ରାଉନସୁଗାର ସହ ଏକ ଆଲଟୋ କାର ଜବତ କରିବା ସହ ଡିଲ କରୁଥିବା ଜୁଡିସିଆଲ୍‌ କୋର୍ଟ ପିଅନ ଦେବାନନ୍ଦ ସାମଲଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାର ମୂଲ୍ଯ ୫୦ ଲକ୍ଷ ଟଙ୍କା ବୋଲି ଏସଟିଏଫ ସୂଚନା ଦେଇଛି। ଏହି କାରବାରରେ ଆଉ କିଏ ସବୁ ସମ୍ପୃକ୍ତ ଅଛନ୍ତି ତାର ମଧ୍ୟ ଯାଞ୍ଚ କରୁଛି ଏସଟିଏଫ । ତେବେ କୋର୍ଟର ଜଣେ କର୍ମଚାରୀ ଏପରି ନିଶା କାରବାରରେ ସୃମ୍ପକ୍ତ ଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି। ଜିଲ୍ଲାରେ ନିଶା କାରବାର ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି। ପୋଲିସର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ କଲେଣି ବୁଦ୍ଧିଜୀବୀ।

    ଜିଲ୍ଲାରେ ପୋଲିସର ନିଷ୍କ୍ରିୟତା ପାଇଁ ନିଶା କାରବାର ଗଳିକନ୍ଦିରେ ବେଧଡକ ଚାଲିଛି। ଏପରି ନିଶା କାରବାର ପାଇଁ ଜିଲ୍ଲାର ଯୁବପିଢି ନିଶାଗ୍ରସ୍ତ ହୋଇ ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଥିବା ଅଭିଯୋଗ ହେଉଛି। ତେଣୁ ପୋଲିସ ପ୍ରଶାସନ ସଜାଗ ହେବାକୁ ଦାବି କରୁଛନ୍ତି ଜିଲ୍ଲାବାସୀ।

  • ଗୁରୁପୁଜନ ଓ ପ୍ରତିଭା ସମ୍ମାନ ସମାରୋହ

    ଗୁରୁପୁଜନ ଓ ପ୍ରତିଭା ସମ୍ମାନ ସମାରୋହ

    ଆମ ଜୀବନରେ ଗୁରୁଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ତାଙ୍କର ଅବଦାନ ଆମ ମାନଙ୍କ ଜୀବନରେ ଆଣିଛି ଅନେକ ସଫଳତା । ସେହିଭଳି ଗୁରୁଙ୍କୁ ସମ୍ମାନ ଜଣାଇ ପୁରାତନ ଛାତ୍ର ଛାତ୍ରୀ ପୂଜ୍ୟପୂଜା ମଞ୍ଚ ତରଫରୁ ଚରମ୍ପା ବରାଳ ପୋଖରୀ ଜାନୁମଞ୍ଜ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁପୁଜନ ଓ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ କରାଯାଇଛି । ପ୍ରଥମେ ମହାପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ପରେ ପିଲା ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କାରିଥିଲେ ପରେଶ୍ ନାୟକ ଓ ସଭା ପରିଚାଳନା କରିଥିଲେ ଶିକ୍ଷକ ଚନ୍ଦ୍ରଭାନୁ ନାୟକ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ରୁ ଆସି ଯୋଗଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।

    ତେବ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉର୍ତିନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଚରମ୍ପା ପଞ୍ଚାୟତର ସରପଞ୍ଚ ଜଳେନ୍ଦ୍ର ଶୁକ୍ଳ ପୁରସ୍କୃତ କରିଥିଲେ। ଶେଷରେ ଶ୍ରୀ ଶ୍ରୀ ହନୁମାନ ଜିୟୁ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଖଟୁଆ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ପୂଜ୍ୟପୂଜା ମଞ୍ଚର ସମସ୍ତ ସଦସ୍ୟ ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଗୁରୁପୁଜନ ଓ ପ୍ରତିଭା ସମ୍ମାନ ସମାରୋହରେ ଚରମ୍ପା ଅଞ୍ଚଳ ବୁଦ୍ଧିଜୀବୀଙ୍କ ସମେତ ଜାନୁମଞ୍ଜ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

  • କଂଗ୍ରେସ ପକ୍ଷରୁ ଘରେ ଘରେ ହାତ କାର୍ଯ୍ୟକ୍ରମ

    କଂଗ୍ରେସ ପକ୍ଷରୁ ଘରେ ଘରେ ହାତ କାର୍ଯ୍ୟକ୍ରମ

    ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଶାସକ ଦଳ ଏବଂ ବିରୋଧୀ ବିଜେପି ବିଭିନ୍ନ ପ୍ରକାର ଜନସମ୍ପର୍କ କାର୍ଯକ୍ରମ ଆୟୋଜନ କରି ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଜାତୀୟ କଂଗ୍ରେସ ମଧ୍ୟ ଏଥିରେ ପଛରେ ନାହିଁ । କଂଗ୍ରେସ ଘରେ ଘରେ ହାତକୁ ପହଞ୍ଚାଇବାକୁ ବ୍ୟାପକ ପଦକ୍ଷେପ ନେଇଛି। ଏହି କ୍ରମରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବଡ଼ବିଲ , ଯୋଡ଼ାରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ କରିଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ବିପ୍ଳବ ମିଶ୍ର, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଅଶୋକ ଠକ୍କର ଯୋଗ ଦେଇଥିବା ଦେଖିବାକୁ ମିଳିଛି। ବଡ଼ବିଲ କଂଗ୍ରେସର ଯୁବନେତା ଅମିତ ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି ।

  • ଗୋଲାପ ଫୁଲ ଓ ଚକୋଲେଟ ଦେଇ ସଡକ ସୁରକ୍ଷାର ବାର୍ତ୍ତା

    ଗୋଲାପ ଫୁଲ ଓ ଚକୋଲେଟ ଦେଇ ସଡକ ସୁରକ୍ଷାର ବାର୍ତ୍ତା

    ହାତରେ ଗୋଲାପ ଫୁଲ ଓ ଚକୋଲେଟ ଦେଇ ଅଭିନବ ଉପାୟରେ ସଚେତନତାର ବାର୍ତା। ବନ୍ଦରନଗରୀ ପାରାଦୀପର ରାଜରାସ୍ତା ରେ ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଜା ଆସ କରୁଥିବା ବେଳେ ଅନେକ ସମୟରେ ଅସାବଧାନତା କାରଣରୁ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହେଉଛି । ଯାହାକୁ ଦୃଷ୍ଟିରେ ରଖି ପାରାଦୀପ ଅଞ୍ଚଳର ଅଗ୍ରଣୀ ସ୍ବେଛା ସେବୀ ସଂଗଠନ ନୀଳଚକ୍ର ୟୁଥ କ୍ଳବର ସଦସ୍ୟ ମାନଙ୍କ ସହିତ ପାରାଦୀପ ଆଦର୍ଶ ଥାନା ଅଧିକାରୀ ସୂଚିତ୍ର ବୀର୍ଯ୍ୟ ଦାସ ଏବଂ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ସାମିଲ ହୋଇ ରାସ୍ତାରେ ଯାଉଥିବା ବାଇକ ଚାଳକ ଓ ମୋଟର ଚାଳକ ମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ପ୍ରଦାନ କରି ସଚେତନତା ର ବାର୍ତା ପ୍ରଦାନ କରିଛନ୍ତି । ବିଶେଷ କରି ଯେଉଁ ବାଇକ ଚାଳକ ମାନେ ହେଲମେଟ ପିନ୍ଧି ନାହାନ୍ତି ସେମାନଙ୍କୁ ଆଦର୍ଶ ଥାନା ଅଧିକାରୀ ନିଜେ ଗୋଲାପ ଫୁଲ ଓ ଚକୋଲେଟ ପ୍ରଦାନ କରିବା ସହିତ ନିଜର ଜୀବନ ଓ ପରିବାର ର ଭବିଷ୍ୟତ କୁ ଦୃଷ୍ଟି ରେ ରଖି ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ।