Category: ଜିଲ୍ଲା

  • ଜିଲ୍ଲାସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ପିପିଲିରୁ ୨୨ ପ୍ରତିଯୋଗୀ ମନୋନୀତ

    ଜିଲ୍ଲାସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ପିପିଲିରୁ ୨୨ ପ୍ରତିଯୋଗୀ ମନୋନୀତ

    ଆସନ୍ତା ୨୧ତାରିଖ ଓ ୨୨ ତାରିଖ ଦୁଇ ଦିନ ଧରି ପୁରୀ ରେଳବାଇ କଲ୍ୟାଣ ମଣ୍ଡପ ଠାରେ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ପାଇଁ ପିପିଲି ଟାଇକୋଣ୍ଡୋ ଏକାଡେମୀର ୨୨ ଜଣ ପିଲାଙ୍କୁ ଚୟନ କରାଯାଇଛି। ପିପିଲି ଟାଇକୋଣ୍ଡୋ ଏକାଡେମୀର ସତାବନ ଜଣ ପିଲାଙ୍କ ମଧ୍ୟରୁ ୨୨ ଜଣ ମନୋନୟନ ହୋଇଥିବା ଖବର ଆସିବା ପରେ ଏକାଡେମୀର ସମସ୍ତ ପିଲା ଓ ଅଭିଭାବକଙ୍କ ମନରେ ବେଶ୍ ଖୁସୀ ! ଆସନ୍ତା ୨୦ ତାରିଖରେ ଏହି ଟିମର ୨୨ ଜଣ ପିଲାଙ୍କୁ ନେଇ ପୁରୀ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଏକାଡେମୀର ମୁଖ୍ୟ ନୃସିଂହ ସିଂ ସୂଚନା ଦେଇଛନ୍ତି ।

  • ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ସୁରଭି ଶିଶୁ ମହୋତ୍ସବ

    ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ସୁରଭି ଶିଶୁ ମହୋତ୍ସବ

    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ, ସମ୍ମାନିତ ଅତିଥି ପୁରୁଷୋତ୍ତମ ମିର୍ଦ୍ଧା ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ତେଣୁ ସମସ୍ତ ଛାତ୍ର ଛାତ୍ରୀ ଆଗେଇ ଆସିବାକୁ ଆହ୍ଵାନ ଦିଆଯାଇଥିଲା । ଏଥିରେ ନୃତ୍ୟ, ଗୀତ, ବକ୍ତୃତା ଭଳି ୨୧ଟି ପ୍ରତିଯୋଗୀତାରେ ୩୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ଜିଲ୍ଲା ସ୍ତରକୁ ମନୋନୀତ ହେବେ। ଜିଲ୍ଲା ସ୍ତରରେ ଉତ୍ତୀର୍ଣ୍ଣ ହେବେ ସେମାନେ ରାଜ୍ୟ ସ୍ତରୀୟ ଶିଶୁ ଦିବସରେ ଭୁବନେଶ୍ଵର ଠାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

  • ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

    ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

    ଆଜି ଯୋଡ଼ା ବ୍ଲକ ଅନ୍ତର୍ଗତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଯାଇଛି। ଏଥିରେ ଯୋଡ଼ା ବ୍ଲକର ଚଉଦଟି କ୍ଲଷ୍ଟରରୁ ମୋଟ ୨୬୨ ଜଣ ପ୍ରତିଯୋଗୀ ୧୩ଟି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ଉତ୍ସବକୁ ଯୋଡ଼ା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା ଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ। ପରେ କୁନି କୁନି ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନ୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ଓଡିଶା ମିଲେଟ ପ୍ରତିଯୋଗିତା ସୁରଭିରେ କୁଇଜ, ସୃଜନଶୀଳ ଲିଖନ, ଡିବେଟେ, ଡ୍ରଇଂ, ମଧ୍ୟାନ୍ନ ଭୋଜନ ଆଧାରିତ ଚିତ୍ରକଳା, ସଂଗୀତ, ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା। ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ମୁଖ୍ୟ ଅତିଥି, ଯୋଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷଧିକାରୀ ଶ୍ରୀଯୁକ୍ତ କ୍ଷେତ୍ରମୋହନ ହାଁସଦା ସଭାପତି, ବିରଞ୍ଚି ନାରାୟଣ ଶତପଥୀ, ପ୍ରଶାନ୍ତ ସେଠି, ବନେଇକଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଯାତି କେଶରୀ ବେହେରା ସମ୍ମାନିତ ଅତିଥି ରୂପେ ଉଦଯାପନ ସଭାରେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସାଟିଫିକେଟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ପ୍ରତିଯୋଗୀମାନଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଆଜିର ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ଘୋଷଣା କରିଥିଲେ। ଏହି ସୁରଭି କାର୍ଯ୍ୟକ୍ରମରେ ଚଉଦ ଗୋଟି କ୍ଲଷ୍ଟରର ସମସ୍ତ ସି ଆର ସି ସି ମାନେ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ସି ଆର ସି ସି ଦୁଃଖବନ୍ଧୁ ମିଶ୍ର ଓ ଚୌଧୁରୀ ତନ୍ତୀ ମଞ୍ଚ ପରିଚାଳନା କରିଥିଲେ। ପାଖାପାଖି ହଜାରରୁ ଅଧିକ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ଯୋଡ଼ା ବ୍ଲକ ଵି ଆର ସି ସି ପ୍ରଶାନ୍ତ ସେଠି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

  • ଅତାବିରା: ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

    ଅତାବିରା: ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

    ବୁଧବାର ମଧ୍ଯାହ୍ନ ୧୨ଟାରେ ବରଗଡ ଜିଲ୍ଲା ଅତାବିରା କୁବେଟା ସୋରୁମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।ମୃତ ବାଇକ ଆରୋହୀ ଜଣକ ସମ୍ବଲପୁର ଜିଲ୍ଲା ମାନେଶ୍ଵର ଭୋଇପାଲି ଗ୍ରାମର ଡି ଲକ୍ଷ୍ମୀନାରାୟଣ ବୋଲି ଜଣାପଡିଛି । ସୂଚନା ଅନୁସାରେ OD15C 9738 ନମ୍ବର ବିଶିଷ୍ଟ ଏକ ହିରୋହୋଣ୍ଡା ବାଇକ ଯୋଗେ ଜଣେ ବ୍ଯକ୍ତି ଅତାବିରାରୁ ସମ୍ବଲପୁର ପଟକୁ ଯାଉଥିଲେ। ଏହି ସମୟରେ ଅତାବିରା କୁବେଟା ସୋରୁମ ଆଗରେ ପଛପଟୁ ଆସୁଥିବା ଏକ କଣ୍ଟେନର ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ ଘଟିଥିଲା। ଖବର ପାଇ ଅତାବିରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କିରିଥିଲା। ସେ ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିବା ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ଯ ପ୍ରଶାସନ ଦୁର୍ଘଟଣା ରୋକିବା ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ସୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

  • ଓଲଟିଲା ଗାଡି, ବୁହା ଚାଲିଲା ଟମାଟୋ

    ଓଲଟିଲା ଗାଡି, ବୁହା ଚାଲିଲା ଟମାଟୋ

    ଓଲଟିଲା ଟମାଟୋ ବୋଝେଇ ଟ୍ରକ, ମାନବିକତା ଭୁଲି ସ୍ଥାନୀୟ ଲୋକେ ବୋହିଲେ ଟମାଟ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଏନ ଏଚ ୪୯ ର ଚେମେଣା ଛକରେ । ସୁଚନା ଅନୁଯାୟୀ କେନ୍ଦୁଝର ରୁ କଲିକତା କୁ ଯାଉଥିବା ଏକ ଟମୋଟୋ ବୋଝେଇ ଟ୍ରକଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା । ଫଳରେ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ସୁଚନା ମିଳିଛି । ଅନ୍ୟପଟେ ସବୁ ମାନବିକାତ ଭୁଲି ଟମାଟୋ ବୋହିବାରେ ଲାଗିଥିଲେ ।

  • ଘରକୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନ୍, ୨୦ ଆହତ

    ଘରକୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନ୍, ୨୦ ଆହତ

    ମାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା।ଏକ ପିକଅପ୍ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ୨୦ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଥନାପତିଟିକ୍ରା ରେମଣ୍ଡା ରାସ୍ତା ମଝି ନାଲିଆପାଖରେ ।ସୁଚନା ଅନୁଯାୟୀ ଭେଡେନ ଥାନା ରେମଣ୍ଡା ଚମାରପଡାର ମହିଲା ପୁରୁଷ ମିଶି ୨୦ OD17 1963 ନମ୍ବରଥିବା ଗୋଟିଏ ପିକଅପ୍ ଗାଡି ଯୋଗେ ଉଲୁଣ୍ଡା ମେଟାକାନି ମନ୍ଦିରରୁ ଦର୍ଶନ ସାରି ନିଜ ଗାଁ ରେମଣ୍ଡାକୁ ଫେରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ ଗାଡିରେ ବସିଥିବା ସମସ୍ତେ ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର ସଦସ୍ଯ ମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାରକରି ଅଧିକ ଚିକିତ୍ସା ପାଇଁ ଭେଡେନ ଡାକ୍ତରଖାନାକୁ ନେଇଥିଲେ ।

  • ହୋମଗାର୍ଡଙ୍କ ପରେ ଏଏସଆଇ ଦୁଷ୍କର୍ମ ଅଭିଯୋଗରେ ଗିରଫ

    ହୋମଗାର୍ଡଙ୍କ ପରେ ଏଏସଆଇ ଦୁଷ୍କର୍ମ ଅଭିଯୋଗରେ ଗିରଫ

    ମୟୂରଭଞ୍ଜ ଖାକି ହେବାରେ ଲାଗିଛି କଳଙ୍କିତ। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ଲୋକଙ୍କ ସରଳତାର ସୁଯୋଗ ନେଇ ରକ୍ଷକ ସାଜୁଛି ଭକ୍ଷକ। ଶିଶୁ ଓ ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ସେମାନଙ୍କ ଶୋଷଣ ଖୋଦ ପୋଲିସ କରୁଥିବାର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଜିଲ୍ଲାର ଜାମଦା ଥାନା କର୍ମଚାରୀଙ୍କ ବିରୋଧରେ ଆସୁଛି ଦୁଷ୍କର୍ମ ପରି ଜଘଣ୍ୟ ଅଭିଯୋଗ। ଥାନାରେ କାର୍ଯ୍ୟରତ ଏ.ଏସ୍.ଆଇ. ଆନନ୍ଦ ମାଝିଙ୍କ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତାଙ୍କ ପିଉସୀ । ଏଏସଆଇ ବାବୁ ପୀଡିତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେଉଛି। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଆନନ୍ଦ ମାଝିଙ୍କୁ ଗିରଫ କରି କୋର୍ଟ ଫରଓ୍ବାଡ କରିଛି । ଏଠାରେ କହି ରଖୁଛୁ କି, ଦିନକ ତଳେ ଏହି ଥାନାର ଜଣେ ହୋମଗାର୍ଡ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏବେ ଏ.ଏସ୍.ଆଇ. ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଗୋଟିଏ ଥାନାରୁ ଦୁଇ ଦୁଇ ଜଣ ଖାକିବର୍ଦ୍ଦିଧାରୀଙ୍କ ବିରୋଧରେ ଏପରି ମାମଲା ସାମ୍ନାକୁ ଆସିବା ପରେ ନୀରିହ ଆଦିବାସୀ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

  • ରାସ୍ତା ନିର୍ମାଣ ଦାବିରେ ଆର.ଡି ଅଫିସ ଘେରାଉ

    ରାସ୍ତା ନିର୍ମାଣ ଦାବିରେ ଆର.ଡି ଅଫିସ ଘେରାଉ

    ରାସ୍ତା ନିର୍ମାଣ ଦାବିରେ ଆର.ଡି ଅଫିସ ଘେରାଉ କରିଛନ୍ତି ୪ ଖଣ୍ଡ ପଞ୍ଚାୟତବାସି । ରାସ୍ତା ନିର୍ମାଣ ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ୍ ବଡସିନ୍ଧବା , ଅନ୍ତାର୍ବା, ଯୁବ ଓ କର୍ଚବାଦି ପଞ୍ଚାୟତବାସି ରାସ୍ତା ନିର୍ମାଣ ଦାବିରେ ଶହ ଶହ ମହିଳା ଓ ପୁରୁଷ ଆର.ଡି ଅଫିସ ସାମ୍ନାରେ ଧାରଣରେ ବସିଛନ୍ତି । ରାକେଶ ପଙ୍କା ଠାରୁ ରାମଗଡ଼ ଦେଇ ଗୁରିଗୁଡ଼ା ଓ ଡେଙ୍ଗାମା ଛକ ଯାଏଁ ୧୦ କିମି ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ସେହିପରି ହୁଣ୍ଡିପଦର୍ ଠାରୁ ଖାରିଗୁମା ଠାରୁ ଗାନ୍ଧୀନଗର ଓ ବାରିହାବନ୍ଧ ଗାଁକୁ ସଂଲଗ୍ନ କରୁଥିବା ୧୨ କିମି ରାସ୍ତାରେ ଯାତାୟାତ କରିବା ସମ୍ଭବ ନୁହେଁ । ଗାଁର ଛାତ୍ର ଛାତ୍ରୀ ସ୍କୁଲ କଲେଜ୍ ସମେତ ଗ୍ରାମବାସୀ ମେଡିକାଲ୍ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହି ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ଦେଇ ନ ଥିବା ଅଭିଯୋଗ ହେଉଛି । ଯଦି ସରକାର ଦାବି ପୂରଣ ନ କରନ୍ତି । ତେବେ ଆଗାମୀ ନିର୍ବାଚନରେ ୪ ଖଣ୍ଡ ପଞ୍ଚାୟତବାସି ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

  • ବାବା ଜଳେଶ୍ଵର ମନ୍ଦିରରୁ ଲୁଟ୍

    ବାବା ଜଳେଶ୍ଵର ମନ୍ଦିରରୁ ଲୁଟ୍

    ଦିନକୁ ଦିନ ସମାଜରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।ଏମିତିକି ମନ୍ଦିରରୁ ମଧ୍ୟ ଲୁଟ୍ କରିବାକୁ ପଛାଉ ନାହାନ୍ତି କିଛି ଅସାମାଜିକ ଲୋକ ।ସେମିତି କିଛି ଦେଖିବାକୁ ମିଳିଛି ବିଶୋଇ ଜଳେଶ୍ଵର ବାବା ଶିବ ମନ୍ଦିରରେ । ଦାନ ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।ସୁଚନା ଅନୁଯାୟୀ ବିଶୋଇ ଜଳେଶ୍ଵର ବାବା ଶିବ ମନ୍ଦିରରେ ଗତ ସୋମବାର ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ ଦାନହୁଣ୍ଡି ତାଡି ସମସ୍ତ ଟଙ୍କା ଲୁଟି ନେଇଥିବା ଦେଖାଯାଇଛି। ସୋମବାର ଦିନ ମନ୍ଦିରରେ ନବଗ୍ରହ ଠାକୁର ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିଥିବା ବେଳେ ରାତିରେ ଦାନ ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଚୋରି ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ବିଶୋଇ ଥାନାରେ କମିଟି ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ବିଶୋଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ପୁର୍ବରୁ ମଧ୍ୟ ଏହି ମନ୍ଦିରରୁ ଚୋରି ହୋଇଥିବା ବେଳେ ପୁଣି ଘଟଣାର ପୁନରାବୃତ୍ତି ଘଟିଛି । ତେବେ ବିଶୋଇ ଅଞ୍ଚଳରେ ଥିବା ଏହି ସର୍ବ ପୁରାତନ ଏକମାତ୍ର ଐତିହ ଦେବସ୍ଥଳିରେ ବାରମ୍ବାର ଚୋରି ହେବା ନେଇ ଏବେ ମନ୍ଦିରର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧି ଯିବି। ବିଶୋଇରେ ଥିବା ଏହି ସର୍ବ ପୁରାତନ ଏକମାତ୍ର ଶିବମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ CC କ୍ୟାମେରା ସହିତ ଆଲୋକର ବ୍ୟବସ୍ଥା ପାଇଁ ଦାବି ଜୋର ଧରୁଥିବା ଦେଖିବାକୁ ମିଳିଛି।

  • ସ୍ୱାଧୀନତାର ୭୭ବର୍ଷ ପରେ ବି ଢିପିସାହି ଗ୍ରାମକୁ ନାହିଁ ରାସ୍ତା

    ସ୍ୱାଧୀନତାର ୭୭ବର୍ଷ ପରେ ବି ଢିପିସାହି ଗ୍ରାମକୁ ନାହିଁ ରାସ୍ତା

    ସ୍ବାଧିନତାର ୭୭ ବର୍ଷ ପୁରିଥିଲେ ମଧ୍ୟ ଏବେବି ଏମିତି କିଛି ଲୋକ ରହିଛନ୍ତି ଯେଉଁମାନେ ମୌଳିକ ସୁବିଧାରୁ ବଞ୍ଚିତ । ଏବେବି ନାହିଁ ରାସ୍ତା । ଯେଉଁଥି ପାଇଁ ହଜାର ହଜାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାକୁ ନେଇ ଅଭିଯୋଗ ହେଉଛି କିନ୍ତୁ କୌଣସି ସୁଫଳ ମିଳିପାରୁନାହିଁ । ସେମିତି କିଛି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା, ନୂଆଗାଁ ବ୍ଲକ ଅଧିନସ୍ଥ, ମାଇଛେଳି ଗ୍ରାମ ପଂଚାୟତ ଢିପସାହି ଗ୍ରାମରେ । ଉକ୍ତ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଏକ ରାସ୍ତା ମିର୍ମାଣ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନୟାଗଡ଼ରୁ ଦଶପଲ୍ଲା ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତା ଠାରୁ କିଛି ଦୂରରେ ଥିବା ନୂଆଗାଁ ବ୍ଲକ ଠାରୁ ଦେଢ କିଲୋମିଟର ଦୂରରେ ଢିପସାହି ଗ୍ରାମ ରହିଛି । ତଥାପି ପ୍ରଶାସନଓ ନେତାଙ୍କ ପଡୁନି ନଜର ।ରାସ୍ତା ଅଭାବରୁ ପିଲାମାନଙ୍କୁ 4 କିଲୋମିଟର ଦୁରରେ ଥିବା ସଂପଡା ସ୍କୁଲକୁ ବିଲ ହୁଡା ଜିବାକୁ ପଡୁଛି । ଆଉ ବର୍ଷା ଦିନ କଥା ନକହିବା ଭଲ । ଅସରାଏ ବର୍ଷା ଢିପସାହି ଗ୍ରାମର ଲୋକଙ୍କ ଜୀବନକୁ ଆହୁରୀ ଦୁର୍ବିସ କରିପକାଉଛି । ନୂଆଗାଁ ବ୍ଲକ ଠାରୁ ସମ୍ପୂର୍ଣ ବିଛିର୍ଣ ହେଇଯାଏ ଏହି ଗାଁ ।ଚିକିତ୍ସା ପାଇଁ ଯିବାକୁ ହେଲେ ଲୋଡା ପଡେ ଦୋଳା ।ତେବେ ଏନେଇ ଗ୍ରାମବାସୀ ମାନେ ବାରମ୍ବାର ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନୂଆଗାଁ,ଜିଲ୍ଲା ପ୍ରଶାସନିକ ଅଧିକାରୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନଥିବା କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିବା ସହିତ ପ୍ରତିବାଦ କରିଛନ୍ତି ।

    ତେବେ ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ସାଧାରଣ ନିର୍ବାଚନରେ ମତଦାନ କରିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।