Category: ଜିଲ୍ଲା

  • ଅଜଣା ରୋଗରେ ବାପା ମା’ଙ୍କ ମୃତ୍ୟୁ ପରେ ବେସାହାରା ୪ ନାବାଳିକା

    ଅଜଣା ରୋଗରେ ବାପା ମା’ଙ୍କ ମୃତ୍ୟୁ ପରେ ବେସାହାରା ୪ ନାବାଳିକା

    ଗୋଟିଏ ନାହିଁ କି ୨ଟି ନୁହଁ, ମାସକ ମଧ୍ୟରେ ଚାଲିଗଲାଣି ୧୦ରୁ ଉର୍ଦ୍ଧ୍ବ ଜୀବନ । ଅଜଣା ରୋଗ ସାଜିଛି ଏମାନଙ୍କ ପାଇଁ କାଳ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକାର ଜନ୍ତାରୀ ଜୁଆଙ୍ଗ ବସ୍ତିରେ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାରେ ରହିଛି ଏହି ଜନ୍ତାରୀ ଗ୍ରାମ । ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଜୁଆଙ୍ଗ ପାରିବାର । ଵଣଜଙ୍ଗଲ ଉପରେ ନିର୍ଭର କରି ଏମାନେ ବେଶ ଆରାମରେ ଜୀବନ ବିତାଇଥାନ୍ତି । କିନ୍ତୁ, ଗତ ଏକ ମାସ ହେବ ଏମାନଙ୍କ ଉପରେ ଦାଉ ସାଧୁଛି ଅଜଣା ରୋଗ । ଏଥିରେ ଆକ୍ରାନ୍ତ ହୋଇ ମାସକ ମଧ୍ୟରେ ଗ୍ରାମରେ ୧୦ ଜଣ ମୃତ୍ୟୁ ବରଣ କଲେଣି ।

    ଏପରିକି ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଏବଂ ଗୋଟିଏ ଛୁଆ କିଛି ଦିନ ବ୍ୟବଧାନରେ ମୃତ୍ୟୁବରଣ କରିଥିବା ବେଳେ ଏବେ ସେମାନଙ୍କ ଆଉ ୪ଟି କୋମଳମତି ନାବାଳିକା ଅନାଥ ହୋଇ ଗଣ୍ଡେ ଖାଇବାକୁ ଡହଳବିକଳ ହେଉଛନ୍ତି ।

    ଏକ ମାସ ଭିତରେ ଗ୍ରାମର ସୁନିଆ ଜୁଆଙ୍ଗ ଓ ସ୍ତ୍ରୀ ରଶ୍ମି ଜୁଆଙ୍ଗ ଏବଂ ଏକ ମାସର ସାନ ଝିଅ ରିନୁର ମୃତ୍ୟୁ ପରେ ଏବେ ଆଉ ୪ ନାବାଳିକା ଖାଇବାକୁ ପାଉନାହାନ୍ତି । ଓଳିଏ ଖାଇଲେ ଆରଓଳି ଉପାସ ରହୁଛନ୍ତି । ସେମାନଙ୍କୁ ପାଖେ ଆଜି ସାହାରା କହିଲେ କେହି ନାହାନ୍ତି । ସେପଟେ ପ୍ରସାରଣ ପରେ ମେଡିକାଲ ସହ ପ୍ରଶାସନିକ ଟିମ୍ ଯାଇ ପହଞ୍ଚିଛି ଗାଁରେ ।

  • ଟ୍ରେନ ନ ଅଟକିବାରୁ ଛୁଆଙ୍କୁ ଧରି ଡେଇଁ ପଡିଲେ ମହିଳା, ଚାଲିଗଲା ମାର ଜୀବନ

    ଟ୍ରେନ ନ ଅଟକିବାରୁ ଛୁଆଙ୍କୁ ଧରି ଡେଇଁ ପଡିଲେ ମହିଳା, ଚାଲିଗଲା ମାର ଜୀବନ

    ଭୁଲ୍‌ ଟ୍ରେନ୍‌ରେ ଚଢ଼ିଲେ ମହିଳା ଯାତ୍ରୀ । ବ୍ୟସ୍ତ ‌ହୋଇ ଛୁଆଙ୍କୁ ଧରି ଡେଇଁ ପଡ଼ିବାରୁ ଛୁଆଙ୍କ ଆଗରେ ଚାଲିଗଲା ମା ର ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ରେଳ ଷ୍ଟେସନରେ । ମହିଳା ଜଣକ ଏକ ପାସେଞ୍ଜର ଟ୍ରେନ୍‌ରେ ଘରକୁ ଯିବା ବଦଳରେ ସେ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ି ଯାଇଥିଲେ। ତାଙ୍କର ଗନ୍ତବ୍ୟସ୍ଥଳରେ ଏକ୍ସପ୍ରେସ୍‌ ଟ୍ରେନ୍‌ ନଅଟକିବାରୁ ବ୍ୟସ୍ତ ହୋଇ ଟ୍ରେନ୍‌ରୁ ଡେଇଁପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ରଜନୀ ମହାନନ୍ଦ । ସୂଚନା ଅନୁଯାୟୀ ଦେଓଗାଁ ଥାନାର ଜରାସିଂହା ଗାଁର ରଜନୀ ମହାନନ୍ଦ‌ ମେଡିକାଲ କାମ‌ରେ ବଲାଙ୍ଗୀର ଯାଇଥିଲେ। ଗତକାଲି ରାଜ୍ୟବ୍ୟାପି ଘରୋଇ ବସ୍‌ ଧର୍ମଘଟ ଥିବାରୁ ସେ ଘରକୁ ଫେରିବା ପାଇଁ ବଲାଙ୍ଗୀର ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ସାଙ୍ଗରେ ତାଙ୍କର ଦୁଇ ଓ ୩ ବର୍ଷର ଝିଅ ଥିଲେ। ହେଲେ ଟିଟିଲାଗଡ଼ ପଟକୁ ଆସିବାକୁ ଥିବା ବିଲାସପୁର-ଟିଟିଲାଗଡ଼-ରାୟପୁର ପାସେଞ୍ଜର ଟ୍ରେନ୍‌ରେ ଚଢ଼ିବା ବଦଳରେ ସେ ଦୀନଦୟାଲ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଭୁଲ ବଶତଃ ଚଢ଼ିଯାଇଥିଲେ। ତାଙ୍କୁ ଦେଓଗାଁ ଷ୍ଟେସନ୍‌ରେ ଓହ୍ଲାଇବାର ଥିଲା। କିନ୍ତୁ ଏକ୍ସପ୍ରେସ୍‌ ଟ୍ରେନ୍‌ର ଷ୍ଟପେଜ ଏଠାରେ ନଥିବାରୁ ଏହା ଆଗକୁ ବଢ଼ିଥିଲା। ଟ୍ରେନ୍‌ଟି ନ ଅଟକି ବାରୁ ଭୁଲ ଗାଡ଼ିରେ ଆସିଥିବା ଭାବିଥିଲେ। ରଜନୀ (ଝରଣା) ସଇଁତଲା ଷ୍ଟେସନ ପରେ ବଡ଼ମାଲ ଷ୍ଟେସନ୍‌ରେ ଟ୍ରେନ୍‌ଟି ଟ୍ରାକ ବଦଳାଉ ଥିବା ବେଳେ ତଳକୁ ଡେଇଁ ପଡି ଟ୍ରେନ୍‌ ତଳେ ପଡିଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହେଇଥିଲା । ଆଉ ଅଳ୍ପକେବର୍ତ୍ତି ଯାଇଛନ୍ତି ଦୁଇ ଶିଶୁକନ୍ୟା। ଟ୍ରେନ୍‌ର ଅନ୍ୟ ଯାତ୍ରୀମାନେ ଘଟଣା ସଂପର୍କରେ ଅବଗତ ହେଲା ପରେ ୨ ଶିଶୁଙ୍କୁ ବଡ଼ମାଳ ଷ୍ଟେସନରେ ଓହ୍ଲାଇ ଜିଆରପିକୁ ହସ୍ତାନ୍ତର କରିଥିଲେ। ଅନ୍ୟପଟେ ଟିଟିଲାଗଡ଼ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

  • କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁର୍ନୀତିର ଅଭିଯୋଗକୁ ନେଇ ସାମ୍ବାଦିକ ସମ୍ମିଳନୀ

    କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁର୍ନୀତିର ଅଭିଯୋଗକୁ ନେଇ ସାମ୍ବାଦିକ ସମ୍ମିଳନୀ

    କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହା ଦୁର୍ନୀତି । ସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ଯନ୍ତ ସମସ୍ତେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ ହୋଇଛି । ଏପରିକି ଏଠାକାର କର୍ମଚାରୀ ମାନେ ଜୀବିତ ବ୍ୟକ୍ତି ର ମୃତ୍ୟୁ ପ୍ରମାଣପତ୍ର କରୁଥିବା ଦର୍ଶାଯାଇଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁର୍ବରୁ କାର୍ଯ୍ୟ କରୁଥିବା ବ୍ରଜନ୍ଦ୍ରେ କୁମାର ନାୟକଙ୍କ କିଛିଦିନ ପୁର୍ବେ ପରୋଲୋକ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ସନ୍ଧ୍ୟା ରାଣୀ ନାୟକଙ୍କ ନାମରେ କିପରି ଭାବରେ ମୃତ ପ୍ରମାଣପତ୍ର ପତ୍ର ପାଇଁ ଆବେଦନ କରାଗଲା ଏବଂ ସନ୍ଧ୍ୟା ରାଣୀ ନାୟକ ସ୍ୱାମୀଙ୍କର ମୃତ୍ଯୁ ହୋଇଥିଲେ ମଧ୍ଯ ତାଙ୍କ ସ୍ୱାମୀ ଦସ୍ତଖତ ଦେଇଥିବା କଥା ମଧ୍ଯ କୁହାଯାଉଛି ।ଏହା କିପରି ସମ୍ଭବ ବୋଲି ମ୍ବାଦିକ ସମ୍ମିଳନୀର ଆଣ୍ଟି କରପସନ ଫାଉଣ୍ଡେସନ ଅଫ ଇଣ୍ଡିଆ ର ଜିଲ୍ଲା ସଭାପତି ବନମାଳୀ ରଥ ପ୍ରଶ୍ନ କରିଛନ୍ତି ।

    ତେବେ ଏଠି ପ୍ରସ୍ନ ଉଠୁଛି କେମିତି ବିନା ଜାଞ୍ଚରେ ଏଠି ମୃତ୍ୟୁ ପ୍ରମାଣପତ୍ର ଆବେଦନ କରାଗଲା । ଜଣେ ମୃତ ବ୍ୟକ୍ତି କିପରି ଭାବେ ତାଙ୍କ ଜୀବିତ ସ୍ତ୍ରୀ ଙ୍କ ମୃତ୍ୟୁ ପ୍ରମାଣପତ୍ର ଆବେଦନ କଲେ। ଅନ୍ୟ ପକ୍ଷରେ ସବୁଠାରୁ ଆଶ୍ଚର୍ଯ୍ଯଜନକ କଥାହେଉଛି ଏହି ପ୍ରମାଣପତ୍ର ଟି ବିନା ଜାଂଚ ରେ ଯେଉଁ ଦିନ ଆବେଦନ କରାଗଲା ସେହି ଦିନ ହିଁ ପ୍ରଦାନ କରାଯାଇଛି। ଆହୁରି ଅଭିଯୋଗ ହୋଇଛି କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ୨୪ ଘଣ୍ଟିଆ ନିରାମୟ ବ୍ଯବସ୍ତା ଥାଇ ମଧ୍ଯ ରୋଗୀ 6 ଘଣ୍ଟା ପାଉଛନ୍ତି ।ଡ୍ଯୁଟି ପାଇଁ ଅଭିଜ୍ଞ ଷ୍ଟାଫ୍ ନାହାନ୍ତି । ମୌଳିକ ସୁବିଧାରୁ ହଞ୍ଚିତ ହେଉଛନ୍ତି କୋରେଇ ବାସିନ୍ଦା ।ଏହି ଘଟଣାରେ ଜିଲ୍ଲାପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରିଛନ୍ତି।

    ତେବେ ଏହି ଘଟଣାରେ ଜିଲ୍ଲାପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉଛିକି ନାହିଁ ତାକୁ ଦେଖିବାକୁ ବାକି ରହିଲା

  • ବାରାହ ଫାଶରେ ପଡି ଶିକାରୀର ମୃତ୍ୟୁ

    ବାରାହ ଫାଶରେ ପଡି ଶିକାରୀର ମୃତ୍ୟୁ

    ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ମୃତ ।ଘଟଣା ଘଟଛି ବଲାଙ୍ଗୀର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ ସଂରକ୍ଷିତ କାଳୀଡୁଙ୍ଗୁରିରେ । ମୃତକ ହେଲେ କୁମ୍ଭାରୀ ପଞ୍ଚାୟତ ର ଡୁମେର ମୁଣ୍ଡାର ଜବଦୁ ବଗର୍ତି । ସୁଚନା ଅନୁଯାୟୀ ଗତ ସୋମବାର ଦିନ ଜବଦୁ ଓ ତାର ସମ୍ପର୍କୀୟ ଭଣଜା ସହିତ ଜଙ୍ଗଲକୁ ଯାଇଥିଲେ ।ପରେ ଘରକୁ ଆଉ ଫେରିନଥିଲେ । ସେନେଇ ପରିବାର ଲୋକେ ଖୋଜା ଖୋଜି ପରେ ନ ପାଇବାରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କାଳୀଡୁଙ୍ଗୁରିରେ ଜଙ୍ଗଲରେ ଜବଦୁଙ୍କ ମୃତଦେହ ପାଇଥିଲେ । ପରେ ପରିବାର ଲୋକକୁ ଖବର ଦେଇଥିଲେ । ତେବେ ପୂର୍ବରୁ ଜଣେ ଶୀକାରି ବାରାହା ଶୀକାର ପାଇଁ ବିଛାଇଥିବା ତାର ସସ୍ପର୍ଶରେ ଆସି ଜବଦୁଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ।ତେବେ ପୋଲିସ ଶବ କୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବଲାଙ୍ଗୀର କୁ ପଠାଇଛି । ଅନ୍ୟ ପଟେ ଉକ୍ତ ଘଟଣା ରେ ପୋଲିସ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି ।

  • ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ…

    ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ…

    ଦୀର୍ଘ ୨୭ ବର୍ଷର ନ୍ୟାୟିକ ଲଢେଇ ପରେ ବିଜୟ ହାସଲ କରିଛନ୍ତି ଶିକ୍ଷୟିତ୍ରୀ। ବିନା କାରଣରେ ଚାକିରିରୁ ତାଙ୍କୁ ବହିଷ୍କାର କରିବାକୁ ବିରୋଧ କରି ସେ ହୋଇଥିଲେ ହାଇକୋର୍ଟଙ୍କ ଦ୍ବାରସ୍ଥ। ଦୀର୍ଘ ଲଢେଇ ପରେ ସେ ବିଜୟୀ ହେବା ସହ ନିଜ ଚାକିରି ଫେରି ପାଇଛନ୍ତି, ଯାହାକୁ ନେଇ ସେ ବେଶ ଖୁସି। ସୂଚନା ମୁତାବକ, ଜି ଉଦୟଗିରି ବ୍ଲକ ଗ୍ରେଶିଙ୍ଗିଆ ପଞ୍ଚାୟତରେ ଥିବା ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପି.ଇ.ଟି ଶିକ୍ଷୟିତ୍ରୀ ଭାବେ ୧୯୮୯ର ନର୍ମଦା କୁମାରୀ ପାତ୍ର ନିଯୁକ୍ତି ପାଇଥିଲେ। ନିଯୁକ୍ତିର କିଛି ବର୍ଷ ପରେ ହଠାତ୍ ତାଙ୍କୁ ଉକ୍ତ ଅନୁଷ୍ଠାନରୁ ବାହାର କରି ଦିଆଯାଇଥିଲା। ତେବେ ଏଥିରେ ସେ ଭାଙ୍ଗି ପଡି ନ ଥିଲେ। ବରଂ ନିଜ ନ୍ୟାଯ୍ୟ ଦାବି ପାଇଁ ଆଇନର ଆଶ୍ରୟ ନେଇଥିଲେ। ଦୀର୍ଘ ବର୍ଷ ଧରି ନ୍ୟାୟିକ ଲଢେଇ ଜାରି ରଖିବା ପରେ ଗତ ମାସରେ ତାଙ୍କୁ ନ୍ୟାୟାଳୟରୁ ମିଳିଥିଲା ବିଜୟ। ନ୍ୟାୟାଳୟ ତାଙ୍କ ଚାକିରି ଫେରାଇ ଦେବାକୁ ଅନୁଷ୍ଠାନକୁ ଦେଇଥିଲେ ନିର୍ଦ୍ଦେଶ। ଶେଷରେ ସେ ସେ ପୁଣି ପୁରୁଣା ଚାକିରି କ୍ଷେତ୍ର ବନଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଜଏନ କରିଛନ୍ତି। ଏଥିନେଇ ସେ ଧନ୍ୟବାଦ ଜଣାଇଛନ୍ତି କୋର୍ଟଙ୍କୁ।

    ପୁରୁଣା ପରିଚୟ ପୁନର୍ବାର ଫେରି ପାଇଥିବାରୁ ସେ ବେଶ ଖୁସି। ତାଙ୍କ ଅବସରକୁ ଆଉ ମାତ୍ର ଦୁଇ ମାସ ଥିବା ବେଳେ ଏହି ସମୟ ସେ ଛାତ୍ରୀଙ୍କ କ୍ରୀଡା କ୍ଷେତ୍ରରେ ବିକାଶ ଦିଗରେ ଦେବେ ବୋଲି ଆଶା ପୋଷଣ କରୁଛନ୍ତି।

  • ଷଷ୍ଠ ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକ

    ଷଷ୍ଠ ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକ

    ଯାଜପୁର ସ୍ବରାଜଗାରୀ ପ୍ରଶିକ୍ଷଣ କେନ୍ଦ୍ରରେ ଷଷ୍ଠ ଜିଲ୍ଲାପରିଷଦ ଯାଜପୁରର ତୃତୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ , ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରେଇ ବିଧାୟକ ଅଶୋକ ବଳ,ବରି ବିଧାୟିକା ସୁନନ୍ଦା ଦାସ,ସାଂସଦ ଶର୍ମିଷ୍ଠା ସେଠୀ,ରାଜ୍ୟସଭା ସାଂସଦ ସୁଲତା ଦେଓ, ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ବେହୁରିଆ, ଉପସଭାପତି ଗଣେଶ୍ୱର ବରାଳ ପ୍ରମୁଖ ଯୋଗ ଦେଇ ତୃଣମୂଳ ସ୍ଥରରୁ କିପରି ଲୋକଙ୍କ ସମସ୍ୟା ଦୂର ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

    ଜିଲ୍ଲାର ୩୯ଜଣ ଜିଲା ପରିଷଦ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ରହି ବୈଠକରେ ଗ୍ରାମାଞ୍ଚଳରେ କିପରି ସରକାର ଯୋଜନା କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ୧୫ନମ୍ବର ଜୋନର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଚକ୍ରଧର ବେହେରା ଶପଥ ପାଠ ଗ୍ରହଣ କରିବା ସହ ମାନ୍ୟବର ମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

  • ଫସଲ ବିବିଧକରଣ ଯୋଜନାର ବହୁମୁଖୀ ଉପକାରୀତା ସଂପର୍କରେ ପ୍ରଶିକ୍ଷଣ ଶିବିର

    ଫସଲ ବିବିଧକରଣ ଯୋଜନାର ବହୁମୁଖୀ ଉପକାରୀତା ସଂପର୍କରେ ପ୍ରଶିକ୍ଷଣ ଶିବିର

    ଯାଜପୁର ବରୀ ବ୍ଲକ ଅଟିରା ପଂଚାୟତ କାର୍ଯ୍ୟାଳୟ ପରିସରରେ ରାଜ୍ୟ କୃଷି ବିଭାଗର ଫସଲ ବିବିଧକରଣ ଯୋଜନାର ବହୁମୁଖୀ ଉପକାରୀତା ସଂପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ପ୍ରାୟୋଜିତ ଏବଂ ଆଦର୍ଶ ଓଡିଶା ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ବ୍ଲକ କୃଷି ଆଧିକାରୀ ସୀତାକାନ୍ତ ରାଉତ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ କୃଷି ବିଭାଗର ବହୁ ଅfaarଧିକାରୀ ଯୋଗ ଦେଇ ଉନ୍ନତ ପ୍ରଣାଳୀରେ ଜୈବିକ ପଦ୍ଧତ୍ତିରେ ବିଷମୁକ୍ତ ଚାଷ କରିବା ପାଇଁ ବିନା ମୂଲ୍ୟରେ ତାଲିମ ପ୍ରଦାନ କରିଥିଲେ।

    ଅନ୍ୟ ମାନଙ୍କ ମଧ୍ୟରେ ଆଦର୍ଶ ଓଡିଶା ର ସଭାପତି ଅଶୋକ ମହାରଣା, ସମ୍ପାଦକ କାହ୍ନୁ ଚରଣ ବେହୁରା ଏବଂ ଅନ୍ୟ କର୍ମକର୍ତ୍ତା ମାନେ ସକ୍ରିୟ ଯୋଗଦାନ କରି ଏହାକୁ ସଫଳ କରିଥିଲେ । ଏହି ପ୍ରଶିକ୍ଷଣ ଶିବିର ରେ ବହୁ ଚାଷୀଯୋଗ ଦେଇ ଯୋଜନା ର ବ୍ୟାପକ ଲାଭ ସମ୍ପର୍କରେ ଭଲ ଭାବେ ବୁଝିଥିଲେ ।

  • ନକଲି ପରୀକ୍ଷାର୍ଥୀଙ୍କ ସହ ଅଧ୍ୟାପକ ଗିରଫ

    ନକଲି ପରୀକ୍ଷାର୍ଥୀଙ୍କ ସହ ଅଧ୍ୟାପକ ଗିରଫ

    ପରୀକ୍ଷାର୍ଥୀ ଛାତ୍ର। ହେଲେ ପରୀକ୍ଷା ଦେଉଛନ୍ତି ଛାତ୍ରୀ। କଥାଟା ଶ୍ରୁତି କଟୁ ନିଶ୍ଚିତ। ପରୀକ୍ଷାରେ କା’ର ବ୍ୟବସ୍ଥା ଶୁଣିଥିବେ। ହେଲେ ଲିଙ୍ଗଗତ ପାର୍ଥକ୍ୟର ବି ବ୍ୟବସ୍ଥା ରହିଛି ଏହା କାହିଁ କେଉଁଠି ଶୁଣା ନଥିଲା। ହେଲେ ଏହା ସମ୍ଭବ ହୋଇଛି ଯାଜପୁର ଜିଲ୍ଲାରେ। ଜିଲ୍ଲାର ବଡ଼ଚଣା ବ୍ଲକ ସାଉଡିଆ ସ୍ଥିତ ରତ୍ନାକର ସଂସ୍କୃତ ମହାବିଦ୍ୟାଳୟରେ ଏପରି ଅସମ୍ଭବ କାର୍ଯ୍ୟ ପାଇଁ ରହିଛି ସମସ୍ତ ବ୍ୟବସ୍ଥା। ଯାହା ସାମ୍ନାକୁ ଆସିବା ପରେ ପ୍ରକୃତ ପରୀକ୍ଷାର୍ଥୀଙ୍କ ସହ ଦୁଇ ନକଲି ପରୀକ୍ଷାର୍ଥୀ ଓ ଜଣେ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଚନ୍ଦ୍ରପୁର ଥାନା ପୋଲିସ । ସୂଚନା ଅନୁଯାୟୀ ରତ୍ନାକର ସଂସ୍କୃତ ମହାବିଦ୍ୟାଳୟରେ ଯୁକ୍ତ ୩ ପରୀକ୍ଷା ଚାଲିଥିଲା। ପିଲାମାନେ ପରୀକ୍ଷା ଦେବାରେ ବ୍ୟସ୍ତ ଥାନ୍ତି। ହଠାତ୍ ପରୀକ୍ଷା ପରିଦର୍ଶନରେ ଆସି ପହଞ୍ଚିଲେ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରାଧ୍ୟାପକ ଡ ଶ୍ରୀନିବାସ ପଣ୍ଡା। ପଣ୍ଡା ସମସ୍ତ ପରୀକ୍ଷାର୍ଥୀଙ୍କ ଯାଞ୍ଚ କରୁଥିବା ବେଳେ ପାଇଥିଲେ କି ଦୁଇ ପୁରୁଷ ପରୀକ୍ଷାର୍ଥୀଙ୍କ ବଦଳରେ ଦୁଇ ମହିଳା ପରୀକ୍ଷା ଦେଉଛନ୍ତି। ଏହା ପରେ ସେ ଚୁପଚାପ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ କଲେଜରେ ପହଞ୍ଚି ପରୀକ୍ଷା ପରିଚାଳନାରେ ଥିବା ଅଧ୍ୟାପକ ରାମକୃଷ୍ଣ ଶତପଥୀ, ଦୁଇ ନକଲି ପରୀକ୍ଷାର୍ଥୀ ଓ ପ୍ରକୃତ ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି।

  • ଦିନରେ ଲାନକୋ କମ୍ପାନୀ ଅତିଥି, ସଞ୍ଜ ନଇଁଲେ ଉତ୍ପାତକାରୀ

    ଦିନରେ ଲାନକୋ କମ୍ପାନୀ ଅତିଥି, ସଞ୍ଜ ନଇଁଲେ ଉତ୍ପାତକାରୀ

    ଦିନକୁ ଦିନ ବଢିବାରେ ଲାଗିଛି ହାତି-ମଣିଷ ଲଢେଇ । କେତେବେଳେ ମଣିଶର ଶୀକାର ହେଉଛନ୍ତି ହାତୀ ତ ଆଉ କେତେବେଳେ ହାତୀର ଶୀକାର ହେଉଛି ମଣିଷ । ଯାହାର ପରିଣତି ଦେଖିବାକୁ ମିଳିଛି ଢେଙ୍କାନାଳ-ଅନୁଗୁଳ ମଧ୍ୟବର୍ତ୍ତି ଶିଳ୍ପାଞ୍ଚଳରେ ।

    ଦୈନନ୍ଦିନ ୫୦ ରୁ ଉର୍ଦ୍ଧ ହାତୀ ପଲଙ୍କ ଯାତାୟତ ରାସ୍ତ ପାଲଟିଛି ଢେଙ୍କାନାଳ-ଅନୁଗୁଳ ମଧ୍ୟବର୍ତ୍ତି ଶିଳ୍ପାଞ୍ଚଳ ।

    କୁସୁପଙ୍ଗା, ମଙ୍ଗଳପୁର, ଖଡଗପ୍ରସାଦ ଓ ମୋଟଙ୍ଗା ଗ୍ରାମ ପଂଚାୟତରେ ବଢିଛି ଜଙ୍ଗଲୀ ହାତୀଙ୍କ ଉତ୍ପାତ ।

    ମାନପୁର ପଂଚାୟତର ପୁରୁଣାକୋଟ ଗ୍ରାମରେ ହାତୀଙ୍କ ଦୈାରାତ୍ମ୍ୟରେ ଅତିଷ୍ଠ ହେଉଛନ୍ତି ଅଞ୍ଚଳବାସୀ।

    ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୫୦ ରୁ ଉର୍ଦ୍ଧ ଜଙ୍ଗଲୀ ହାତୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବନ୍ଦ ହୋଇଯାଇଥିବା ଲାନକୋ କମ୍ପାନୀ ପରିସର । ଦିନରେ କମ୍ପାନୀ ମଧ୍ୟରେ ଆଶ୍ରୟ ନେଇ ରାତିରେ ମାନପୁର, କୁରୁନ୍ତି, ସୁରଭି, ତାଲଡ଼ଙ୍ଗା, ହଳଦିଆ ବାହାଳ ଏବଂ ବିଦ ଇତ୍ୟାଦି ଗ୍ରାମରେ ଧାନ ଖାଇବା ସହ ଫସଲ ନଷ୍ଟ କରୁଛନ୍ତି ହାତୀ । ଢେଙ୍କାନାଳ-ଅନୁଗୁଳ ମଧ୍ୟବର୍ତ୍ତି ଅଞ୍ଚଳ ଶିଳ୍ପାଞ୍ଚଳ ହୋଇଥିବା ବେଳେ ନିକଟରେ ଥିବା ଜଙ୍ଗଲ ଦେଇ ଅନେକ ବିଦ୍ୟୁତ୍ ତାର ଥିବାରୁ ବନବିଭାଗ ହାତୀଙ୍କ ସୁରକ୍ଷା ପାଇଁ ଟାଟା ପାୱାର କମ୍ପାନୀ ସହ ଯୋଗାଯୋଗ କରି କେବଳ ବିଦ୍ୟୁତ ସେବା ବନ୍ଦ କରିଦେଉଛନ୍ତି ।ଯାହାଫଳରେ, ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାତିରେ ଅନ୍ଧାରରେ ଜୀବନ କାଟିବାସହ ହାତୀ ଭୟରେ ଗମନାଗମନ ଏକ ପ୍ରକାର ଠପ ହୋଇ ଯାଇଛି ।ଅନ୍ୟପଟେ, ହାତୀଙ୍କ ଉପଦ୍ରବରେ ଅନେକଙ୍କ ଘର ଉଜୁଡି ଯାଉଥିବାବେଳେ ତା’ପ୍ରତି କାହାର ନିଘା ନ ଥିବା ଅଭିଯୋଗ ହେଉଛି । ହାତୀ ପଲଙ୍କୁ ଜଙ୍ଗଲକୁ ଲେଉଟାଇବା ଦିଗରେ ବନ ବିଭାଗର କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଦେଖିବାକୁ ମିଳୁନଥିବା ବେଳେ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜି ଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢୁଛି ।

  • ‘ଲକ୍ଷ୍ମୀ’ ବସ୍‌ରେ ଚଢିବା ପାଇଁ ମହିଳାଙ୍କ ପ୍ରତିଯୋଗିତା

    ‘ଲକ୍ଷ୍ମୀ’ ବସ୍‌ରେ ଚଢିବା ପାଇଁ ମହିଳାଙ୍କ ପ୍ରତିଯୋଗିତା

    ଝରକା ଦେଇ ‘ଲକ୍ଷ୍ମୀ’ ବସ୍‌ରେ ଚଢ଼ିଲେ ବଣ୍ଡା ମହିଳା। ଖାଲି ଚଢିଲେନି, ବସ୍‌ରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ଖଇରପୁଟ୍‌ ବସ୍‌ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଏପରି ଚିତ୍ର। ଆଜି ଥିଲା ଖଇରପୁଟ୍‌ ସାପ୍ତାହିକ ହାଟ। ତେଣୁ ହାଟବାଟ ସାରି ବଣ୍ଡା ଲୋକମାନେ ଖଇରପୁଟ୍‌ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ ଷ୍ଟାଣ୍ଡରେ ପହଞ୍ଚିଥିଲା ‘ଲକ୍ଷ୍ମୀ’ ବସ୍‌। ଏହା ପରେ ଆରମ୍ଭ ହୋଇଥିଲା ବସ୍‌ରେ ଚଢିବା ପାଇଁ ପ୍ରତିଯୋଗିତା। ବସିବାକୁ ସିଟ୍‌ ପାଇଁ ଲୋକଙ୍କ ଭିତରେ ହୋଇଥିଲା ଧାଁ ଦୌଡ଼। କିଏ ବସ୍‌ର ପ୍ରବେଶ ପଥରେ ଚଢ଼ୁଥିଲା ତ ଆଉ କିଏ ଝରକା କାଚ୍‌କୁ ସାଇଡ୍‌ କରି ଚଢ଼ି ଯାଉଥିଲା। ସବୁଠାରୁ ଦୁଃଖର କଥା ମହିଳାମାନେ ଅତି ବିପଦପୂର୍ଣ୍ଣ ଭାବେ ଝର ଦେଇ ବସ୍‌ ଭିତରେ ପଶୁଥିଲେ। ଆଉ କିଛି ପୁରୁଷ ବସ୍‌ ଭିତରକୁ ଯାଇ ଝରକା ଦେଇ ବାହାରେ ଛିଡ଼ା ହୋଇଥିବା ମହିଳାଙ୍କ ହାତକୁ ଧରି ଭିତରକୁ ଟାଣି ନେଉଥିଲେ। ଏପରିକି ବସ୍‌କୁ ଭଙ୍ଗାରୁଜା କରିଥିଲେ। ବସ୍‌ର କାଚ ପାର୍ଶ୍ୱରେ ଲାଗିଥିବା ଲୁହା ରଡ୍‌ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବସ୍‌ କର୍ମଚାରୀଙ୍କ ତାଗିଦ୍‌କୁ ଖାତିର କରିନଥିଲେ। ସୂଚନାଅନୁଯାୟୀ , ବ୍ଲକ ସଦରମହକୁମା ଖଇରପୁଟ୍‌ରୁ ବଣ୍ଡାଘାଟିକୁ ପ୍ରତିଦିନ ୩ ଥର ଯାଉଛି ଓ ଆସୁଛି ଲକ୍ଷ୍ମୀ ବସ୍‌। ଆଉ ବଣ୍ଡା ଘାଟିରେ ବସବାସ କରୁଥିବା ଲୋକମାନଙ୍କ ଯିବାଆସିବାର ମାଧ୍ୟମ ସାଜୁଛି ଲକ୍ଷ୍ମୀ।