Category: ଜିଲ୍ଲା

  • ମାଳଦୀପରେ ପଡ଼ି ରହିଛି ଓଡିଆ ଯୁବକଙ୍କ ଶବ, ପ୍ରାଥିବ ଶରୀର ଫେରାଇ ଆଣିବାକୁ ନିବେଦନ

    ମାଳଦୀପରେ ପଡ଼ି ରହିଛି ଓଡିଆ ଯୁବକଙ୍କ ଶବ, ପ୍ରାଥିବ ଶରୀର ଫେରାଇ ଆଣିବାକୁ ନିବେଦନ

    ମାଳଦୀପରୁ ଆସିପାରୁନି ଓଡିଆ ଯୁବକଙ୍କ ମୃତ ଶରୀର । ଗାଁକୁ ଫେରାଇ ଆଣିବାକୁ ଅନୁରୋଧ କରୁଛନ୍ତି ପରିବାର ଲୋକେ । ଏଭଳି ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଳାଇଲୋ ଗାଁରେ । ଅଳାଇଲୋ ଗାଁ ର ବିଜୟ ସେଠୀ ଙ୍କ ପୁଅ ସୁଧୀର କେଏ ସ ଆର ମେରାଇନ ସର୍ଭିସ ପ୍ରାଇଭେଟ ଲିଃ ନାମକ ଏକ କମ୍ପାନୀ ରେ ଆଜକୁ 8 ବର୍ଷ ହେବ କାମ କରି ଆସୁଥିଲେ । ନାଭେମ୍ବର ମାସ ପ୍ରଥମ ସପ୍ତାହ ରେ ସୁଧୀର ଗାଁ କୁ ଆସିଥିଲେ,ଆଜି କୁ 15 ଦିନ ପୂର୍ବେ ସୁଧୀର ମାଳଦୀପ କୁ ଯାଇଥିଲେ, ଆଉ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । ଶନିବାର ଦିନ କାମ କରୁଥିଲା ବେଳେ ହଠାତ ଗ୍ୟାସ ଟାଙ୍କି ଫାଟି ବିସ୍ପୋରଣ ହେବାରୁ ଘାଟଣ ସ୍ଥଳ ରେ ସୁଜିତଙ୍କ ମୃତ୍ୟୁ ହୋଇ ଯାଇଥିବା ସୁଧୀରଙ୍କ ସାଙ୍ଗ ତାଙ୍କ ପରିବାର କୁ ସୂଚନା ଦେଇଥିଲେ । ଏହି ଖବର ମିଳିବା ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେଭାଇ ର ମୃତ୍ୟୁ ଶରୀର ଓଡିଶା କୁ ଫେରାଇ ଆଣିବା ପାଇଁ ସୁଧୀରର ବଡ଼ ଭାଇ ନିବେଦନ କରିବା ସହ କମ୍ପାନୀ ପକ୍ଷରୁ ଆର୍ଥିକ ସାହାଯ୍ୟ ଯୋଗାଈ ଦେବା ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି ଗ୍ରାମବାସୀ ।

  • ଚୋରା ମଦ କାରଖାନା ବେପାରୀ ଧରାପଡ଼ିଲେ ଅବକାରୀ ବିଭାଗ ହାତରେ

    ଚୋରା ମଦ କାରଖାନା ବେପାରୀ ଧରାପଡ଼ିଲେ ଅବକାରୀ ବିଭାଗ ହାତରେ

    ସବୁଠି ଏବେ ମହାମାୟା ଦୁର୍ଗା ପୂଜାର ଆସର । ଏହି ସୁଯୋଗକୁ ହାତଛଡ଼ା କରୁ ନାହାଁନ୍ତି କିଛି ଅସାଧୁ ଲୋକ । କେହି ନକଲି ମିଠା ବିକ୍ରି କରୁଛନ୍ତି ତ ଆଉ କେହି ନକଲି ମଦ। ଏଭଳି ଏକ ନକଲି ଚୋରା ମଦ କାରଖାନା ବେପାରୀ କୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ଅବକାରୀ ବିଭାଗ। ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ କେନ୍ଦୁଝର ଅବକାରୀ ବିଭାଗ ମିଳିତ ଚଡ଼ାଉ କରି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ବିଦେଶୀ ମଦ ଜବତ କରିଛନ୍ତି ।ସୁଚନା ଅନୁୟାୟୀ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ସୁଦର୍ଶନ ସାହୁ ନିଜ ଘରେ ଦୀର୍ଘଦିନ ଧରି ନକଲି ଚୋରା ମଦ କାରଖାନା କରି କାରବାର ଚଳାଇ ଆସୁଥିଲା। ବିଭିନ୍ନ ସାମଗ୍ରୀ କଲିକତାରୁ ଆଣି ନିଜ ଘରେ ତିଆରି କରି ବିକ୍ତି କରୁଥିଲା। ଏନେଇ ସ୍ଥାନୀୟ ଅବକାରୀ ବିଭାଗ ସୂଚନା ପାଉନଥିବା ବେଳେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଏହି ଖବର ପାଇ ଗତକାଲି ସୁଦର୍ଶନ ଘରେ ଚଢ଼ାଉ କରିଥିଲା। ତାଙ୍କ ଘରେ ଚଢ଼ାଉ କଲା ବେଳେ ସ୍ପିରିଟ ୫୭୦ ଲିଟର, ନକଲି ମଦ ୩୪ ଲିଟର, ନକଲି ମଦ ବୋତଲ ୫୮ଟି( ଆଇବି, ରୟାଲ ଷ୍ଟାଗ, ନମ୍ବର ୱାନ) ଖୋଲା ବୋତଲ ୨୧୨ଟି, ଠିପି ୩୪୭୧ଟି, ୪୮୧୫ଟି ନକଲି ଷ୍ଟିକର, ସିଲିଂ ମେସିନ ଦୁଇଟି, ୫ସହ ଲିଟର ଯାର ଦୁଇଟି ସହ ବହୁ ଆନୁସଙ୍ଗିକ ଉପକରଣ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ।

    ଅଭିଯୁକ୍ତ ସୁଦର୍ଶନ ସାହୁ ଉକ୍ତ ସମସ୍ତ ନକଲି ଚୋରା ମଦ ସ୍ଥାନୀୟ ଅଞ୍ଚଳରେ ନବିକି ବାହାର ଜିଲ୍ଲା ତଥା ରାଜ୍ୟକୁ ବିକୁଥିବା ଅବକାରୀ ବିଭାଗକୁ ଜଣାଇଛି। ଅଭିଯୁକ୍ତ ସୁଦର୍ଶନକୁ କୋର୍ଟ ଚାଲାଣ କରାଯାଇଛି।ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକଟର ଧନଞ୍ଜୟ ପାତ୍ରଙ୍କ ତତ୍ବାବଧାନରେ କେନ୍ଦୁଝର ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଗିରିଜା ନନ୍ଦନ ଜେନାଓ ଅନ୍ୟ କର୍ମଚାରୀ ମାନେ ମିଶି ଏହି ଚଢ଼ାଉ କରିଥିଲେ। ଆଗାମୀ ଦିନରେ ଅବକାରୀ ଗୁଇନ୍ଦା ବିଭାଗ ଡ୍ରଗ୍ସ ମାଫିଆ ମାନଙ୍କ ଉପରେ ନଜର ରଖିଥିବା ବେଳେ ଯଥାଶୀଘ୍ର ଧରିବେ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

  • ତାଳପତ୍ରରେ ନିର୍ମିତ ପ୍ରତିମୂର୍ତ୍ତିରେ ପୂଜା ପାଉଛନ୍ତି ମହାମାୟା

    ତାଳପତ୍ରରେ ନିର୍ମିତ ପ୍ରତିମୂର୍ତ୍ତିରେ ପୂଜା ପାଉଛନ୍ତି ମହାମାୟା

    ମଣ୍ଡପରେ ବିରାଜିଛନ୍ତି ମହାମାୟା ।ପୁର ପଲ୍ଲୀ ହୋଇଉଠୁଛି ଚଳଚଞ୍ଚଳ । ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ । ବିଭିନ୍ନ ସ୍ଥାନରେ ଭିନ୍ନ ସାଜ ସଜ୍ଜାରେ ମା ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ । ସେହିଭଳି ଚାନ୍ଦବାଲି ବ୍ଳକରେ ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ମାଆ ଦଶଭୁଜା । ସେଥି ମଧ୍ୟରୁ କଇଥ ଖୋଲାରେ ତାଳପତ୍ରରେ ନିର୍ମିତ ମାଆଙ୍କ ମୂର୍ତ୍ତି ଦେଖିବାକୁ ଜମୁଛି ଭିଡ । ପଶ୍ଚିମ ବଙ୍ଗର କାରିଗର ମାନେ ତିଆରି କରିଥିବା ଏହି ମୂର୍ତ୍ତିଟି ବେଶ ଆକର୍ଷଣୀୟ । କୌଣସି କୃତ୍ରିମ ଜିନିଷ ବ୍ୟବହାର ନ କରି ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ତିଆରି ହୋଇଥିବା କହିଛନ୍ତି ପୂଜା କମିଟି ସଦସ୍ୟ । ତାଳପତ୍ରରେ ନିର୍ମିତ ପ୍ରତିମୂର୍ତ୍ତିରେ ପୂଜା ପାଉଛନ୍ତି ମା ଏହି ମୂର୍ତ୍ତିକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

    ସେହିଭଳି ସମସ୍ତ ଶ୍ରଦ୍ଧାଳୁ ମାଆଙ୍କ ନିକଟରେ ଧୂପ ଦ୍ୱୀପ ,ଭୋଗ ଲଗାଇ ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ,ସେହିପରି ଭାବରେ ଦୋସିଙ୍ଗା ପୂଜା ମଣ୍ଡପ ରେ ମଧ୍ୟ ସମ୍ପୂର୍ଣ୍ଣ ନିଆରା ଭାବେ ପୂଜା ପାଉଛନ୍ତି ମା ଦଶଭୁଜା ।

  • ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ପୁରପଲ୍ଲୀ

    ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ପୁରପଲ୍ଲୀ

    ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ସରିଛି ମହାମାୟାଙ୍କ ଆବାହନ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ। ମନ ମୋହୁଛି ଆକର୍ଷଣୀୟ ତୋରଣ। କେନ୍ଦୁଝର ସହର ମଧ୍ୟ ପଛରେ ପଡିନି। ସହରରେ ଦଶରୁ ଉର୍ଦ୍ଧ୍ ମେଢ଼ ଅନୁଷ୍ଠିତ ହୋଇଛି।

    କେନ୍ଦୁଝର ପୁରୁଣା ସହର, ଆଟୋପୁର, ଭଳି ଅନେକ ସ୍ଥାନରେ ମହାମାୟାଙ୍କ ପ୍ରତିମା ନିର୍ମାଣ କରାଯାଇଛି। ଏସବୁ ସ୍ଥାନ ଗୁଡିକରେ ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ମେଢ଼ ପ୍ରସ୍ତୁତ କରାଯାଇ ପୂଜର୍ଚ୍ଚନା ଚାଲିଛି। ସବୁ ମେଢ଼ ଗୁଡ଼ିକରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସହରର ସର୍ବ ପୁରାତନ ଦୁର୍ଗା ମଣ୍ତପ ଆଟୋପୂରରେ ଶାସ୍ତ୍ରୀୟ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ।

    ଚଳିତ ବର୍ଷ ଏହି ପୂଜା ମଣ୍ଡପକୁ ୬୫ ବର୍ଷ ପୁରିଥିବା ବେଳେ କମିଟି ପକ୍ଷରୁ ସ୍ଵତନ୍ତ୍ର ଭାବେ ଆୟୋଜନ କରାଯାଇଛି। ସେହିପରି କେନ୍ଦୁଝର ସହରରେ ବଙ୍ଗାଳୀ ସମ୍ପ୍ରଦାୟ ପକ୍ଷରୁ ପ୍ରଥମ ଥର ପାଇଁ ଦୁର୍ଗା ପୂଜା ଆରମ୍ଭ କରାଯାଇଛି। ଏହି ମେଢ଼ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହେଉଛି। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାମାୟାଙ୍କ ପୂଜାର୍ଚ୍ଚନା ବହୁ ଧୁମଧାମରେ ପାଳନ କରାଯାଉଛି।

  • ଦୁର୍ଗା ପୂଜାରେ ଦୁଲୁକୁଛି କନ୍ଧମାଳ

    ଦୁର୍ଗା ପୂଜାରେ ଦୁଲୁକୁଛି କନ୍ଧମାଳ

    ଚାଲିଛି ଶାରଦୀୟ ଦୁର୍ଗା ପୂଜା । ସବୁଠି ଉତ୍ସବର ମୋହେଲ । ସୁ ଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ମେଢ ଲୋକଙ୍କୁ ଆକୃଷ୍ଟ କରୁଛି । ଆଉ ପୂଜା ମଣ୍ଡପରେ ଦେଖିବାକୁ ମିଳୁଛି ଭକ୍ତଙ୍କ ଭିଡ । ସେହିଭଳି କନ୍ଧମାଳ ଜିଲ୍ଲାର ଜି ଉଦୟଗିରି,ଫୁଲବାଣୀ,ବାଲିଗୁଡା,ରାଇକିଆ,ଟିକାବାଲି ସମତେ ବିଭିନ୍ନ ସ୍ଥାନରେ ଯାକଜକମରେ ପାଳନ ହେଉଛି ପବିତ୍ର ଦୂର୍ଗାପୂଜା।ଷଷ୍ଠୀ ଠାରୁ ଆରମ୍ଭ କରି ନବମୀ ପୂଜାଓ ମହା ଦଶମୀ ପୂଜା ଅନୁଷ୍ଠତ ହେଉଅଛି। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଏବଂ ପୂଜା ମଣ୍ଡପରେ ଚାଲିଛି ଚଣ୍ଡୀ ପାଛ ।ସହର ସାରା ରଙ୍ଗିନ ଆଲୋକରେ ଆଲୋକିତ ହେଉଛି ।ତେବେ ଙକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ଓ ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ସୁ ବ୍ୟବସ୍ଥା କରାଯାଇଛି।

  • ଆଖିବୁଜିଲା ହାତୀ ଶାବକ

    ଆଖିବୁଜିଲା ହାତୀ ଶାବକ

    କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ନେଉନାହିଁ । କେତେବେଳେ ହାତୀ ଆକ୍ରମଣରେ ମଣିଷ ମୃତ୍ୟ ବରଣ କରୁଛି ତ ଆଉ କେତେବେଳେ ମଣିଷ ଆକ୍ରମଣର ଶିକାର ହେଉଛି ହାତୀ। ଏହି ସମୟର ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ ଅନ୍ତର୍ଗତ ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ । ଏକ ଅସୁସ୍ଥ ଦନ୍ତା ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି।ସୁଚନା ଅୁୟାୟୀ ଗତକାଲି ଏକ ୧୨ ଟିକିଆ ହାତୀ ପଲ ଏହି ଜଙ୍ଗଲରେ ଚଳପ୍ରଚଳ କରୁଥିଲେ। ସେମାନଙ୍କ ମଧ୍ୟରେ ୨ଟି ଦନ୍ତା, ୪ଟି ମାଈ ଓ ୬ଟି ଛୁଆ ହାତୀ ଥିଲେ। ସେହି ୬ଟି ଛୁଆ ହାତୀ ମଧ୍ୟରୁ ଗୋଟିଏ ହାତୀ ଛୁଆ ଅସୁସ୍ଥ ହୋଇ ଜଙ୍ଗଲ ରେ ପଡ଼ି ରହିଥିଲା। ତାକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ଚିକିତ୍ସା କରିଥିଲେ। ତେବେ ଆଜି ତା’ର ମୃତ୍ୟୁ ହୋଇଛି। ହାତୀ ଛୁଆଟିର ବୟସ ପାଖାପାଖି ଦେଢ଼ ବର୍ଷ ରୁ ୨ ବର୍ଷ ଭିତରେ ହୋଇଥି୍ବା ଜଣାପଡିଛି। ଘଟଣା ସ୍ଥଳରେ ଏ ସି ଏଫ୍ ଅଶୋକ କୁମାର ଦାସ, ରେଞ୍ଜର ନୟନ କାନ୍ତ ସାହୁ, ବନପାଳ ରାଜେନ୍ଦ୍ର ପାତ୍ରଙ୍କ ସହିତ ବନ ବିଭାଗ ଟିମ ଉପସ୍ଥିତ ରହିଥିବା ସହ ହାତୀ ଛୁଆଟିର ଶବ ବ୍ୟବଚ୍ଛେଦ ପାଇଁ ପଟାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

  • ଇଟାରେ ଛେଚି ବାପାକୁ ମାରିଲା ମାନସିକ ବିକୃତ ପୁଅ

    ଇଟାରେ ଛେଚି ବାପାକୁ ମାରିଲା ମାନସିକ ବିକୃତ ପୁଅ

    ଦିନ ଥିଲା ପୁଅ ଗୁଜୁରାଟ ଯାଉଥିଲା, ରୋଜଗାର କରି ପରିବାର ପାଇଁ ପଇସା ପଠେଇବା ସହ ସମସ୍ତ କଥା ବୁଝୁଥିଲା। ହେଲେ ଆଜି ସେ ନୃଶଂସତାର ସବୁ ସୀମା ଟପିଯାଇଛି। ଯେଉଁ ବାପାର ଖୁସି ପାଇଁ ହସିହସି ଦାଦନ ଖଟିବାକୁ ପଛଉ ନ ଥିଲା ଆଜି ସେ ସେହି ବାପଙ୍କୁ ଇଟାରେ ଛେଚି ମାରିଦେଇଛି। ହେଲେ ପାରିବାରିକ କଳହ ବା ସମ୍ପତ୍ତି ଲୋଭରୁ ନୁହେଁ। ମାନସିକ ବିକୃତି ଘଟିବା ପରେ ଏତେ ବଡ ଏକ ପାପ କରିଛି ପୁଅ।

    ଯାଜପୁର ଜିଲ୍ଲା କୋରେଇ ଥାନା ଅଧୀନ ତାହାରପୁର ପଞ୍ଚାୟତର ନିମମୁଣ୍ଡୁଳି ଗ୍ରାମରେ ଘଟିଛି ଏପରି ହୃଦୟବିଦାରକ ଘଟଣା। ଗ୍ରାମର ୬୫ ବର୍ଷୀୟ ବେଲ ଖଟୁଆଙ୍କ ଦୁଇ ପୁଅ ଭିତରୁ ବଡ ପୁଅ ବିବାହ ପରେ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଅଲଗା ରହୁଥିଲା। ବେଲଙ୍କ ସହ ରହୁଥିଲେ ସ୍ତ୍ରୀ ଓ ସାନ ପୁଅ କାର୍ତ୍ତିକ। କାର୍ତ୍ତିକ ଥିଲେ ଭାରି ବୁଝିବା ସୁଝିବା ପିଲା। ବାପା ବେଲଙ୍କ ଉପରେ କାନ୍ଥ ଖସି ପଡିବା ପରେ ସେ ବିଛଣା ଲଗା ହୋଇପଡିଲେ। ପରିବାର ପ୍ରତିପୋଷଣ ପାଇଁ କାର୍ତ୍ତିକ ସୁଦୂର ଗୁଜରାଟ ଯାଇ ସେଠାରେ ଦାଦନ ଖଟୁଥିଲେ। କିନ୍ତୁ କଣ ହେଲା କେଜାଣି କାର୍ତ୍ତିକଙ୍କର ମାନସିକ ବିକୃତି ଘଟିଲା। ତେଣୁ ସେ ଗାଁକୁ ଫେରି ଆସିଲା। ପୁଅର ଏ ଅବସ୍ଥାକୁ ନେଇ ମାଙ୍କ ଆଖିରୁ ଲୁହ ଶୁଖୁ ନ ଥିଲା। ପୁଅର ଆରୋଗ୍ୟ କାମନା କରି ଗାଁର ସବୁ ମନ୍ଦିରରେ ମୁଣ୍ଡ କୋଡିଥିଲେ। ହେଲେ ମା ଘରେ ନ ଥିବା ବେଳେ ରୋଗାକ୍ରାନ୍ତ ବାପାଙ୍କୁ ଇଟାରେ ଛେଚି ଦେଇଥିଲା କାର୍ତ୍ତିକ। ପ୍ରବଳ ରକ୍ତସ୍ରାବ ହୋଇ ବେଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

    ଗ୍ରାମବାସୀ କାର୍ତ୍ତିକକୁ ଅଟକ ରଖିଥିଲେ ଓ ବଡ ପୁଅ ଗଣେଶର ଅଭିଯୋଗକ୍ରମେ ପୋଲିସ କାର୍ତ୍ତିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ପୁଅକୁ ପୋଲିସ ଗିରଫ କରିବା ପରେ ମା’ଙ୍କ ଅବସ୍ଥା ନକହିଲେ ଭଲ। କଣ କରିବେ, କେମିତି ପୁଅକୁ ଜେଲରୁ ମୁକୁଳେଇବେ ତାକୁ ନେଇ ଚିନ୍ତାରେ। ଗୋଟିଏ ପଟେ ଅର୍ଥାଭାବ, ଅନ୍ୟପଟେ ପୁଅର ମାନସିକ ସ୍ଥିତି । ତେଣୁ ମା ଗୁହାରି କରୁଛି ପୁଅର ମାନସିକ ସ୍ଥିତି ଭଲ ନ ଥିବାରୁ ତାର ମାନସିକ ଚିକିତ୍ସା କରାଇଲେ ସେ ଭଲ ହୋଇପାରନ୍ତା ।

  • ପୁଣି ଏକ ବୃଦ୍ଧଙ୍କ ଜୀବନ ନେଲା ଦନ୍ତା

    ପୁଣି ଏକ ବୃଦ୍ଧଙ୍କ ଜୀବନ ନେଲା ଦନ୍ତା

    କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ନେଉନାହିଁ। ବିଶେଷ କରି ଏକ ଅଠର ଟିକିଆ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହ ବହୁ ଧନ ଜୀବନ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। କେନ୍ଦୁଝର ବନଖଣ୍ଡ ମଇଦାନକେଲ ବିଟ ଅନ୍ତର୍ଗତ ବାସୁଦେବପୁର ଜଙ୍ଗଲ ନିକଟରେ ଘଟିଛି ଅଘଟଣ। ଗ୍ରାମର ଭାଗିରଥି ମହାନ୍ତ ଗାଈ ଚରେଇବାକୁ ଶୁକ୍ରବାର ନିକଟସ୍ଥ ଜଙ୍ଗଲ ନିକଟକୁ ଯାଇଥିଲେ। ଏହି ସମୟରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଥାନାରେ ଏତଲା ଦିଆ ଯାଇନଥିବା ବେଳେ ଆଜି ସକାଳୁ ଗ୍ରାମବାସୀ ତାଙ୍କ ମୃତ ଦେହ ଦେଖି ଘର ଲୋକ ଏବଂ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘର ଲୋକେ ଓ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଭାଗିରଥିଙ୍କ ମୃତ ଦେହ ଉଦ୍ଧାର କରିଥିବା ଜଣାପଡିଛି। ପାରିପାର୍ଶିକ ଘଟଣାରୁ ଭାଗିରଥିଙ୍କ ମୃତ୍ୟୁ ହାତୀ ଆକ୍ରମଣରେ ହୋଇଥିବା ଜଣାପଡୁଥିବା ବେଳେ ମୃତ୍ତ୍ୟ ଶରୀର ଉପରେ ଡାଳ ପତ୍ର ଢାଙ୍କି ଦେଇ ହାତୀ ମାନେ ପଲାଇ ଛନ୍ତି ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। ଭାଗିରଥିଙ୍କ ପରିବାରକୁ ନିୟମ ଅନୁଯାୟୀ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

  • ବାଇକ ଦୁର୍ଘଟଣାରେ ଜଣେ ମୃତ ୩ ଗୁରୁତର

    ବାଇକ ଦୁର୍ଘଟଣାରେ ଜଣେ ମୃତ ୩ ଗୁରୁତର

    କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ କାଦକଳା ଠାରେ ବାଇକ ଦୁର୍ଘଟଣାରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ସାଙ୍ଗରେ ଥିବା ଅନ୍ୟ ୩ଜଣ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୃତକ ବାମେବାରି ଥାନା ସେକ୍ରାଡିହି ଗ୍ରାମର ଲୁଲୁ ମୁଣ୍ଡା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ରେ କାଦକଳା ପଟୁ ଲୁହାକଳା ଆଡେ ଏକ ଡିଲକ୍ସ ବାଇକ ରେ ବାମେବାରି ଥାନା ସେକ୍ରାଡିହୀ ଗ୍ରାମର ୪ ଜଣ ଗୋଟିଏ ବାଇକରେ ଯାଉଥିଲେ, କାଦକଳା ନିକଟରେ ଦ୍ରୁତଗତି ରେ ଯାଉଥିବା ବାଇକ ଭାରସ୍ୟମ ହରାଇ ରାସ୍ତା ଉପରେ ୪ ଜଣ ଛିଟିକି ପଡ଼ିଥିଲେ। ତେବେ ଘଟଣା ସ୍ଥଳରେ ହିଁ ବାଇକ ଚାଳକ ଲୁଲୁ ମୁଣ୍ଡା ଙ୍କ ମୃତ୍ୟୁ ହୋଇଛି । ସାଙ୍ଗରେ ଅନ୍ୟ ୩ ଯୁବକ ଗୁରୁତର ହୋଇପଡିଥିଲେ । ଖବର ପାଇ ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ୩ ଯୁବକ ଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲ୍ ରେ ଭର୍ତ୍ତି କରିଛି। ୨ ଜଣ ଙ୍କ ଅବସ୍ଥା ସଙ୍କଟାପର୍ନ ଥିବା ଜଣା ପଡିଛି।

  • କିନ୍ନରଙ୍କୁ ବ୍ଲାକମେଲ କରିବା ପଡିଲା ମହଙ୍ଗା

    କିନ୍ନରଙ୍କୁ ବ୍ଲାକମେଲ କରିବା ପଡିଲା ମହଙ୍ଗା

    କିନ୍ନରଙ୍କ ସହ ପ୍ରେମ ବିବାହ କରି ଶାରୀରିକ ସମ୍ପର୍କ ରଖି ବ୍ଲାକମେଲ କରିବା ମହଙ୍ଗା ପଡିଲା l ଏକ କିନ୍ନରଙ୍କ ସହ ବିବାହିତ ଯୁବକଙ୍କ ପ୍ରେମ କାହାଣୀ କୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଚର୍ଚ୍ଚାର ବିଷୟ ପାଲଟିଛି l କିନ୍ନର ଙ୍କ ସହ ଇନଷ୍ଟାଗ୍ରାମରେ ପ୍ରଥମେ ପ୍ରେମ ପରେ ବିବାହ ଆଉ ତାପରେ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲ କରିବା ପଡିଲା ମହଙ୍ଗା l ସୂଚନା ମୁତାବକ ଜଗତସିଂହପୁର ଥାନା ଅଂଚଳର କିନ୍ନର ନନ୍ଦିନୀ ନାଥ ଶର୍ମାଙ୍କ ସହ ଖୋର୍ଦ୍ଧା ଜିଲ୍ଲା ବାଣପୁର ସାହସ ପୁର ଗ୍ରାମର ଦୀପକ ମାଝୀ ନାମକ ଯୁବକ ତିନି ବର୍ଷ ତଳେ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ l ତେବେ ନନ୍ଦିନୀ ଙ୍କ କହିବା ଅନୁଯାୟୀ ଗତ ଜାନୁୟାରୀ ରେ ଦୀପକ ମାଝୀ ତାଙ୍କୁ ବିବାହ କରିଥିଲେ l ନନ୍ଦିନୀ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସମୟରେ ତାଙ୍କ ଅଜାଣତରେ ଅଶ୍ଳୀଳ ଭିଡିଓ ସାଇତି ରଖିଥିଲେ l ଏହି କ୍ରମେ ନନ୍ଦିନୀ ଙ୍କ ଠାରୁ ହଜାର ହଜାର ଟଙ୍କା ଦେବା ପାଇଁ ଦୀପକ ଵାଧ୍ଯ କରୁଥିଲେ l ଟଙ୍କା ନ ଦେଲେ ତା ଆଶ୍ଳୀଳ ଭିଡିଓ ଭାଇରଲ କରିଦେବାକୁ ଧମକ ଦେଉଥିଲେ l ନନ୍ଦିନୀଙ୍କୁ ଦୀପକ ଏକାକାଳୀନ ପଚାଶ ହଜାର ଟଙ୍କା ଦାବୀ କରିଥିଲେ l ନନ୍ଦିନୀ ନ ଦେବାରୁ ଦୀପକ ମାଝୀ ନନ୍ଦିନୀ ଙ୍କ ଆଶ୍ଳୀଳ ଭିଡିଓ ତାଙ୍କ ପାଖକୁ ଏବଂ ନନ୍ଦିନୀ ଙ୍କ ପରିବାରର ସମ୍ପର୍କକୀୟ ଙ୍କ ପାଖକୁ ଛାଡି ଦେଇଥିଲେ l ଏହାକୁ ନେଇ କିନ୍ନର ନନ୍ଦିନୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l

    ଅଭିଯୋଗ ଆଧାର ରେ ଗତ ୧୬ ତାରିଖ ରେ ବାଣପୁର ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୀପକ ମାଝୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l