Category: ଜିଲ୍ଲା

  • ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢାଉ, ଭିଡିଓ ବେଳେ ଚିହିଁକି ଉଠିଲା ମାଲିକ

    ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢାଉ, ଭିଡିଓ ବେଳେ ଚିହିଁକି ଉଠିଲା ମାଲିକ

    ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢାଉ ହେଲା ବୋଲି ଚିହିଁକି ଉଠିଲା ଫ୍ୟାକ୍ଟ୍ରି ମାଲିକ । କହିଲା ଭିଡିଓ ବନ୍ଦ କର । ଏମିତି ଏକ ଘଟଣା ଦେଖିବାକୁ ମିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ତାଡଦା ପଞ୍ଚାୟତ ଶାସନ ଗ୍ରାମରେ ।

    ସୂଚନା ମୁତାବକ ଦୀର୍ଘ ଦିନ ଧରି ବେଆଇନ ଭାବେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବିନା ପ୍ୟାକିଂ ଓ ଏକ୍ସପାଏରୀ ତାରିଖ କିମ୍ବା କୌଣସି ସରକାରୀ ସିକୃତି ନଥାଇ ପ୍ଲାଷ୍ଟିକ ଡ୍ରମ ଓ ବୋତଲରେ ବିଶୁଦ୍ଧ ପାନୀୟ ଜଳ ଦର୍ଶାଇ ବେଧଡକ ବ୍ୟବସାୟ କରୁଥିଲେ ସୁଶିଲ କୁମାର ପ୍ରଧାନ । ଏହି ପାଣିକୁ ବସ୍ତା, ବାଲିଆପାଳ, ଜଳେଶ୍ଵର ଆଦି ଅଞ୍ଚଳରେ ବିକ୍ରି କରୁଥିଲେ । ଏନେଇ ପୂର୍ବରୁ ଖାଦ୍ୟ ନିରାପତ୍ତା ଟିମ୍ ପକ୍ଷରୁ କମ୍ପାନୀ ମାଲିକ ସୁଶିଲ କୁମାର ପ୍ରଧାନଙ୍କୁ ବାରମ୍ବାର ନୋଟିସ କରାଯାଇଛି । ମାତ୍ର କୌଣସି ନୋଟିସର ଜବାବ ନଦେଇ ପାଣି ପ୍ୟାକିଂ ଓ ସପ୍ଲାଏ ଜାରି ରଖିଥିଲେ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବସ୍ତା ତହସିଲଦାର ରଧାରଞ୍ଜନ ଦାସ ଓ ବସ୍ତା ପୋଲିସଙ୍କ ଉପସ୍ଥିତିରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରିଣୀ ଅନୁଶ୍ରୀ ଖଟୁଆ, ଜଳେଶ୍ଵର ଖାଦ୍ୟ ନିରାପତ୍ତା ଅଧିକାରୀ ଶଶିକାନ୍ତ ବେହେରାଙ୍କ ସମେତ ହେଲଥ ସୁପରଭାଇଜର ଗଦାଧର ବେହେରା ପ୍ରମୁଖ ସେହି ବେଆଇନ ପାଣି ଫ୍ୟାକ୍ଟ୍ରିକୁ ସହିତ ଶିଲ କରିଥିଲେ । ଖାଦ୍ୟ ନିରାପତ୍ତା ଲାଇସେନ୍ସ , ପିଓରିଟୀ ରିପୋର୍ଟ, କେମିକାଲ ରିପୋର୍ଟ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନହେବା ଯାଏଁ ପ୍ଲାଣ୍ଟ କୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପି କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସଂପୃକ୍ତ ପ୍ଲାଣ୍ଟ ପରିଚାଳକ ପ୍ରଧାନଙ୍କୁ ଚେତାବନୀ ଦିଆଯାଇଛି।

  • ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

    ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

    ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଦେଖାଦେଇଛି।ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଘଟଣା ପରେ ଫ୍ଲାଗମାର୍ଚ୍ଚ କଲା ପୋଲିସ, ପାଟଖଣ୍ଡା ଯାତ୍ରା ପାଇଁ ସହରରେ ଲାଗିଲା ୧୪୪ ଧାରା। ସୋମବାର ଅନୁଷ୍ଠିତ ଛତର ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ପରେ ବିବାଦ ଗଣ୍ଡଗୋଳର ରୂପ ଧାରଣ କରିଥିବା ବେଳେ ଏଥିରେ ୧୫ରୁ ଅଧିକ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ପାଟଖଣ୍ଡା ଯାତ୍ରା ପାଇଁ ବଙ୍ଗୋମୁଣ୍ଡା ସହରରେ ଆଜିଠାରୁ ୨୬ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବା ଟିଟିଲାଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୁଚନା ୍ନୁଯାୟୀ ଗତ କାଲି ବଙ୍ଗୋମୁଣ୍ଡା ଗାଁରେ କୌଣସି କଥାକୁ ନେଇ ଆଦିବାସୀ ଏବଂ ଦଳିତ ଗୋଷ୍ଠୀଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ପରିସ୍ଥିତି ଏମିତି ଥିଲା ଯେ ବଙ୍ଗୋମୁଣ୍ଡା ଗାଁରେ ଗୋଟିଏ ପ୍ରକାର ଦଙ୍ଗା ପରିସ୍ଥିତି ହେଇଥିଲା । ଆଦିବାସୀ ଗୋଷ୍ଠୀର ଲୋକ ହାତରେ ଠେଙ୍ଗା ବାଡ଼ି ଧରି ଥାନା ଘେରାଓ କରିଥିଲେ. ପୋଲିସ ସେମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ବୁଝିନଥିଲେ।ପରେ ସେମାନେ ରାସ୍ତା ରୋକ କରିଥିଲେ। ତେବେ ପୋଲିସ ଗତକାଲି ଉଭୟ ଗୋଷ୍ଠୀର 5 ଜଣଙ୍କୁ ରାତିରେ ଘରୁ ଉଠାଇ ଥାନାରେ ଅଟକ ରଖିଥିବା ଜଣା ପଡିଛି।ଅନ୍ୟ ପକ୍ଷରେ ଗାଁରେ ହେବାକୁ ଥିବା ପାଟଖଣ୍ଡା ଯାତ୍ରା ଶାନ୍ତି ଶୃଙ୍ଖଳାରେ ହେଉ ବୋଲି ଟିଟିଲାଗଡ଼ ଉପଜିଲ୍ଲାପାଳ ମାଜିଷ୍ଟ୍ରେଟ ଭାବେ ୧୪୪ ଧାରା ଜାରି କରିଛନ୍ତି।କୌଣସି ଜନସାଧାରଣ ବୈଠକ, ରେଲି, ଶୋଭାଯାତ୍ରା, ରାସ୍ତା ରୋକ, ଆନ୍ଦୋଳନ, ୫ ରୁ ଅଧିକ ଲୋକ ରୁଣ୍ଡ ହୋଇ ବୁଲିବା,ମାରଣାସ୍ତ୍ର ଧରିବା ଭଳି ଦେଖିଲେ ପୋଲିସ କାର୍ଯ୍ୟନୁଷ୍ଠାନ ନେବାକୁ ଆଦେଶ ଦିଆଯାଇଛି।

  • ରାମଜୀପଡା ଠାରେ ସୋମନାଥ ବ୍ରତ ଅନୁଷ୍ଠିତ

    ରାମଜୀପଡା ଠାରେ ସୋମନାଥ ବ୍ରତ ଅନୁଷ୍ଠିତ

    ସୁବର୍ଣ୍ଣପୁର ଜ଼ିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା ଗ୍ରାମର ରାମଜୀ ପଡା ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସୋମନାଥ ବ୍ରତ ଅନୁଷ୍ଠିତ ହୋଇଯାଇଛି ।ଏହି ସୋମନାଥ ବ୍ରତକୁ ବଡ ଓଷା ବୋଲି କୁହାଯାଏ। ଏହି ବ୍ରତକୁ ପୁଅ ଝିଅ ସମସ୍ତେ ପାଳି ଥାନ୍ତି ।ବିଜୟା ଦଶମୀ ଦିନ ଏହି ବ୍ରତ ପଡିଥାଏ । ଏବଂ ବିଶ୍ବାସ ରହିଛି ଯେ ମନସ୍କାମନା ପୁରଣ ହୋଇଥାଏ । ତେବେ ଏହି କାର୍ଯ୍ୟକ୍ରମ ରେସୁନ୍ଦରାକାଣ୍ଡ ପରାୟଣ ସ୍ୱପ୍ନା ରାଣୀ ଯୋଶୀଙ୍କ ଦ୍ୱାରା ପରିବେଷଣ ହୋଇଥିଲା କାର୍ଯ୍ୟକ୍ରମ । ବିଭିନ୍ନ ଦୂର ଦୁରାନ୍ତରଙ୍କ ସମାଗମ ହୋଇଥିଲା । ଏଥିରେ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

  • ଇଞ୍ଜିନ ଖରାପ ହୋଇ ସମୁଦ୍ର ମଝିରେ ଫଶିଥିବା ସମୁଦ୍ର କୌସ୍ତୁଭ ଉଦ୍ଧାର

    ଇଞ୍ଜିନ ଖରାପ ହୋଇ ସମୁଦ୍ର ମଝିରେ ଫଶିଥିବା ସମୁଦ୍ର କୌସ୍ତୁଭ ଉଦ୍ଧାର

    ଗତକାଲି ବିଳମ୍ବିତ ରାତିରେ NQ-2 ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ । ଇଞ୍ଜିନ ଖରାପ ହୋଇପଡ଼ିଥିବାରୁ ସମୁଦ୍ର ମଧ୍ୟରେ ଫସିଥିଲା ଜାହାଜ । ଜାହାଜରେ ଥିଲେ ମୋଟ ୨୫ କ୍ରିୟୁ ମେମ୍ବର । ୨୫ ଜଣ କ୍ରିୟୂ ମେମ୍ବରଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବା ଜଣାପଡିଛି । ଫ୍ୟାନରେ ରଶି ଗୁଡାଇ ହୋଇ ପଡିଥିବାରୁ ଇଞ୍ଜିନ ଖରାପ ହୋଇପଡିଥିବା ପ୍ରାଥମିକ ଭାବେ ଜଣା ପଡିଛି । ଇଞ୍ଜିନ ଖରାପ ହେବା ପରେ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟରେ ଟଣାଯାଇଥିଲା । ଏହାପରେ ଆଙ୍କରେଜ ଇଲାକାରେ ଗତକାଲି ଠାରୁ ରହିଥିବା ସୂଚନା ମିଳିଛଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ଆସି ବର୍ଥିଙ୍ଗ ହୋଇଛି । ଇଞ୍ଜିନ ଖରାପ ହେବା ପରେ ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ ।

    ଗତକାଲି ବିଳମ୍ବିତ ରାତିରେ NQ-2 ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ । ଇଞ୍ଜିନ ଖରାପ ହୋଇପଡ଼ିଥିବାରୁ ସମୁଦ୍ର ମଧ୍ୟରେ ଫସିଥିଲା ଜାହାଜ । ଜାହାଜରେ ଥିଲେ ମୋଟ ୨୫ କ୍ରିୟୁ ମେମ୍ବର । ୨୫ ଜଣ କ୍ରିୟୂ ମେମ୍ବରଙ୍କ ସ୍ୱାସ୍ଥ୍ୟବସ୍ତା ଭଲ ଥିବା ଜଣାପଡିଛି । ଫ୍ୟାନରେ ରଶି ଗୁଡାଇ ହୋଇ ପଡିଥିବାରୁ ଇଞ୍ଜିନ ଖରାପ ହୋଇପଡିଥିବା ପ୍ରାଥମିକ ଭାବେ ଜଣା ପଡିଛି । ଇଞ୍ଜିନ ଖରାପ ହେବା ପରେ କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟରେ ଟଣାଯାଇଥିଲା । ଏହାପରେ ଆଙ୍କରେଜ ଇଲାକାରେ ଗତକାଲି ଠାରୁ ରହିଥିବା ସୂଚନା ମିଳିଛଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଟଗବୋଟ ସାହାଯ୍ୟରେ ଟଣା ହୋଇ ବର୍ଥରେ ଆସି ବର୍ଥିଙ୍ଗ ହୋଇଛି । ଇଞ୍ଜିନ ଖରାପ ହେବା ପରେ ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ ।

  • ସ୍ତ୍ରୀର ପରକୀୟା ପ୍ରିତି ଏବଂ ରସିକିଆ ପୋଲିସ ବାବୁଙ୍କ ପାଇଁ ଛାରଖାର ହୋଇଗଲା ପରିବାର – ସ୍ବାମୀ

    ସ୍ତ୍ରୀର ପରକୀୟା ପ୍ରିତି ଏବଂ ରସିକିଆ ପୋଲିସ ବାବୁଙ୍କ ପାଇଁ ଛାରଖାର ହୋଇଗଲା ପରିବାର – ସ୍ବାମୀ

    ମା ହେଉଛି ମମତାର ସାଗର, ସହିଷ୍ଣିତାର ଦେବୀ । ଏଭଳି ଅନେକ ଆଖ୍ୟା ମାକୁ ଦିଆଯାଏ । କିନ୍ତୁ ସମାଜରେ ଏଭଳି କିଛି ନାରୀ ଅଛନ୍ତି ଯେଉଁମାନେ ମାତୃତ୍ୟ ଲାଭ କରନ୍ତି ସତ କିନ୍ତୁ ନିଜର ସ୍ବାର୍ଥ ଆଗରେ ମମତାକୁ ପର କରି ଆଉ କାହା ହାତ ଧରି ଚାଲାଯାଆନ୍ତି । ସେମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ସମୀପ ରେ ଥିବା ପାଟକୁରା ଗ୍ରାମରେ ।ସତର ବର୍ଷର ବୈବାହିକ ଜୀବନ ଏବଂ ଦୁଇ ଛୁଆକୁ ପରକରି ଚାଲିଗଲେ ପ୍ରବିଣା ମଳିକ। ସେ ପୁଣି ଜଣେ ପୋଲିସ କର୍ମଚାରୀଙ୍କ ସହ । ଦେଢ ବର୍ଷ ହେବ ପରକିୟା ପ୍ରିତିରେ ଅନ୍ଧ ହୋଇ ନିଜର ମମତାକୁ ଗୋଡରେ ଆଡେଇ ଚାଲି ଯାଇଛି ଜଣେ ମା । ସୁଚନା ଅନୁଯାୟୀ ପାଟକୁରା ଗ୍ରାମ ର ରଂଜନ ମଲିକ ଙ୍କ ସ୍ତ୍ରୀ ପ୍ରବୀଣା ମଳିକ। ଉଭଯଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି । କିନ୍ତୁ ରସିକିଆ ପୋଲିସ ବାବୁ ଲେମ୍ବୁ ମାଝି ଓରଫ ଏଲ ଟୁଡୁଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ମା । ପରେ ପୋଲିସ ବାବୁ ଙ୍କର ପଟାମୁଣ୍ଡାଇ ର ଏକ ଥାନା କୁ ବଦଳି ହେବା ପରେ ଦେଢ଼ ବର୍ଷ ତଳେ ଏଲ ଟୁଡୁ ପ୍ରବୀଣା ଙ୍କୁ ନେଇଫେରାର ହୋଇଯାଇଥିଲେ । କିନ୍ତୁ କିଛି ଦିନ ତଳେ ପ୍ରବୀଣା ପୁଣି ସ୍ୱାମୀଙ୍କ ଘରକୁ ଫେରିଆସି ରହିବାକୁ ଜିଦ୍ ଧରିଲେ। ହେଲେ ପରପୁରୁଷ ସହ ଦୀର୍ଘ ଦିନ ବିତାଇ ଥିବା ସ୍ତ୍ରୀ ଙ୍କୁ ସ୍ୱାମୀ ରଞ୍ଜନ ମଳିକ ଓ ଶଶୁର ରଖିବାକୁ ରାଜି ହୋଇନଥିଲେ । ଫଳରେ ପ୍ରବୀଣା ରାଗିଯାଇ ଗତ ୧୫ ତାରିଖରେ ନିଜ ଝିଅ ଋତୁପର୍ଣ୍ଣା କୁ ସ୍କୁଲ ଯିବା ବାଟରୁ ଅପହରଣ କରି ନେଇଥିବା ପାଟକୁରା ଥାନା ରେ ସ୍ୱାମୀ ରଞ୍ଜନ ଅଭିଯୋଗ କରିଛନ୍ତି ।

    ତେବେ ଅଭିଯୋଗ କରିବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା କହିଛନ୍ତି ରଂଜନ ମଳିକ.। ଏନେଇ ପାଟକୁରା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ

  • ମା’ଙ୍କ ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ

    ମା’ଙ୍କ ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ

    ବିଳମ୍ବିତ ରାତିରେ ମାଙ୍କ ମନ୍ଦିରରୁ ଲୁଟିନେଲେ ଲୁଟେରା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ରାଜନଗରରେ ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ସାତଭାୟାର ପଞ୍ଚୁବରାହୀ ମନ୍ଦିରରୁ ଆସିଛି ଚୋରି ଅଭିଯୋଗ । ମା ଙ୍କ ସୁନା,ରୂପା ଅଳଙ୍କାର ସହ ହୁଣ୍ଡିରୁ ଟଙ୍କା ଲୁଟିନେଇଛନ୍ତି ଦୃବୁତ୍ତ। ମନ୍ଦିରରୁ ଏଭଳି ପ୍ରଥମଥର ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଆଲୋଡନ । ପୁର୍ବରୁ କେବେ ଏ ଭଳି ଅଘଟଣ ଘଟିନଥିବା ବେଳେ ପ୍ରଥମ ଥର ଚୋରି ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି ।

    ତେବେ ଘଟଣା ସ୍ଥଳରେ ରାଜନଗର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି | ସାତଭାୟାରେ ସମୁଦ୍ର କୂଳରେ ମା ଙ୍କ ମନ୍ଦିର ଥିବା ବେଳେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟା ବାସୀଙ୍କ ସହ ମା ପଞ୍ଚୁବରାହୀଙ୍କୁ ବାଗପଟିଆ କୁ ସ୍ଥାନାନ୍ତରିତ କରାଯାଇଥିଲା ।

  • ମହା ଆଡ଼ମ୍ବରରେ ପାଳିତ ହେଲା ଦଶଭୁଜାଙ୍କ ଭସାଣୀ ଉତ୍ସବ

    ମହା ଆଡ଼ମ୍ବରରେ ପାଳିତ ହେଲା ଦଶଭୁଜାଙ୍କ ଭସାଣୀ ଉତ୍ସବ

    ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକ ଅଧିନରେ ଥିବା ଲକ୍ଷ୍ମୀନଗର ରେ ଦେଖିବାକୁ ମିଳିଛି ଏକ ନିଆରା ଢଙ୍ଗରେ ମା’ଙ୍କ ଭସାଣୀ ଉତ୍ସବ ।ଆଜି କାଲି ଆଧୁନିକ ଯୁଗରେ ଡିଜେ ଗାଡି କରି ମାଙ୍କୁ ମେଲାଣି ଦେଉଥିବା ବେଳେ ଲକ୍ଷ୍ମୀନଗର ଠାରେ ଦେଖିବାକୁ ମିଳିଛି କିଛି ଭିନ୍ନ ।ପ୍ରାୟ ଶହେ ଜଣ ଯୁବକ କାନ୍ଧରେ ବୁହାଇ ଗାଁ ଦାଣ୍ଡରେ ଝୁଲଣ କରି ତିନି କିଲମିଟର ପର୍ୟ୍ୟନ୍ତ ନେଇ ମହା ଆଡ଼ମ୍ବରରେ ପାଳନ କରନ୍ତି ଦଶଭୁଜାଙ୍କ ଭସାଣୀ ଉତ୍ସବ। ବର୍ଷ ବର୍ଷ ଧରି ଏମିତି ନିଆରା ପରମ୍ପରା ଅନୁଯାୟୀ ମାଙ୍କ ଭସାଣୀ ଉତ୍ସବ ପାଳନ କରାଯାଏ ବୋଲି କହିଛନ୍ତି ଅଞ୍ଚଳବାସୀ ।

    ଏବଂ ଏଭଳି ଏକ ନିଆରା ଭସାଣୀ ଉତ୍ସବକୁ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।ତେବେ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାର ବାଜା, ସଙ୍କୀର୍ତ୍ତନ । ଯାହାକୁ ମନଭରି ଉପଭୋଗ କରନ୍ତି ଶ୍ରଦ୍ଧାଳୁମାନେ। ତେବେ ଲକ୍ଷ୍ମୀନଗର ପୁଜାକମିଟିର ଅଗ୍ରଣୀ ସଦସ୍ୟ ଗ୍ରାମବାସୀ ଏବଂ କୋରାଇ ବିଜେପିର ଯୁବନେତା ଆଲେକ୍ସଯାଣ୍ଡର ଦାସଙ୍କ ଦୃଢ଼ ନେତୃତ୍ୱରେ ଶାନ୍ତି ଶୃଙ୍ଖଳାର ସହ ସରିଛି ମାଙ୍କ ଭସାଣି ଉତ୍ସବ।

  • ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା,ଜଣେ ମୃତ

    ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା,ଜଣେ ମୃତ

    ବେଆଇନି ପାର୍କିଂ ପାଇଁ ବାରମ୍ବାର ଘଟୁଛି ଦୁର୍ଘଟଣା । ଏବଂ ଅକାଳରେ ଚାଲିଯାଇଛି ଜୀବନ । କିନ୍ତୁ ବ୍ୟବସ୍ଥାରେ ଆସୁନି ସୁଧାର । ଆଉ ଏ ଅବ୍ୟବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଭଟିଆ ଛକ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ।ପାର୍କିଂ ପାଇଁ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଅନୁଯାୟୀ ଗତକାଲି ୱେଷ୍ଟବେଙ୍ଗଲ ହୁଗୁଳି ଜିଲ୍ଲାର ଗୋଟିଏ ପରିବାର ଚାରି ଜଣ କାରରେ ପୁରୀ କୁ ଯାତ୍ରା କରୁଥିବା ବେଳେ ଛତିଆ ଦଳେଇ ସାହି ଛକ ରାଜପଥ ଉପରେ ଏକ ଟ୍ରକ୍ ଛିଡ଼ାହୋଇ ଥିବାବେଳେ କାର ଟି ଟ୍ରକ୍ ପଛପଟେ ଧକ୍କା ଦେଇଥିଲା। ଫଳରେ କାର ଟି ସମ୍ପୂର୍ଣ ଭାଙ୍ଗି ଯାଇଥିବାବେଳେ ଘଟଣା ସ୍ଥଳରେ ବୈରୀ ଥାନା ପୋଲିସ ପହଞ୍ଚି ଆହାତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ମେଡ଼ିକାଲ କୁ ପଠେଇ ଥିଲେ। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବାଜଣା ପଡିଛି। ମୃତକ ହେଲେ କଲିକତାର କମେଲେନ୍ଦୁ ଦେଓ (୭୨) ତେବେ ସ୍ତ୍ରୀ ଦୁର୍ଗା ଦେଓ (୬୨) ଓ ତାଙ୍କ ଝିଅ, ନାତୁଣୀ, ଜୁଁଇ ଆହତ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

  • ଅନୁଗୁଳ ଜିଲ୍ଲା ରାଇଫୁଲ ଆସୋସିଏସନ ସୁଟିଙ୍ଗ ରେଞ୍ଜର ଭୂମିପୂଜା

    ଅନୁଗୁଳ ଜିଲ୍ଲା ରାଇଫୁଲ ଆସୋସିଏସନ ସୁଟିଙ୍ଗ ରେଞ୍ଜର ଭୂମିପୂଜା

    ଅନୁଗୁଳ ଜିଲ୍ଲାର ତାଳଚେରଠାରେ ଥିବା ଜିଲ୍ଲା ବନ୍ଧୁକ ଚାଳନା ସଙ୍ଘ ଦ୍ବାରା ୫ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏକ ଅତ୍ୟାଧୁନିକ ସୁଟିଙ୍ଗ ରେଞ୍ଜ ହେବାକୁ ଯାଉଛି। ସୁଟିଂ ରେଞ୍ଜ ପ୍ରତିଷ୍ଠା ପାଇଁ ଭୂମିପୂଜନ ହୋଇଯାଇଛି। ରାଇଫୁଲ କ୍ଳବ ସ୍ଥାପନକୁ ୫୮ବର୍ଷ ପୂରିଛି। ଏହି ଅତ୍ୟାଧୁନିକ ସୁଟିଙ୍ଗ ରେଞ୍ଜ ନିର୍ମାଣ ଦ୍ବାରା ରାଜ୍ୟ ,ଦେଶ ଓ ସମଗ୍ର ଜିଲ୍ଲାରେ ବହୁ ପ୍ରତିଭାବାନ ସୁଟର ଏଠାରେ ଶିକ୍ଷା ଲାଭ କରିପାରିବେ ଓ ନିଜର ପ୍ରତିଭା ଦେଖାଇ ଅଂଚଳକୁ ଗର୍ବିତ କରାଇବେ ବୋଲି ଏହି ଭୂମି ପୂଜନ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ କହିଥିଲେ।

    ଏହି ଭୂମିପୂଜନ ଉତ୍ସବରେ ଡିଷ୍ଟିକ ରାଇଫୁଲ କ୍ଳବର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜା ପ୍ରବୀର ଚନ୍ଦ୍ର ଧୀର ,ରାଜକୁମାର ବିଂକେଶ ଚନ୍ଦ୍ର ଦେବ ,ବରିଷ୍ଟ ସଦସ୍ୟ ବାବୁଲା ସାହୁପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ସୁଟର ,ୱାର୍ଡ କାଉନସିଲର ଯୋଗ ଦେଇଥିଲେ ।

  • ଛାତ୍ରୀ ଦୁଷ୍କର୍ମ ମାମଲା: କଲେଜ ଅଧ୍ୟାପକଙ୍କ ସମ୍ପୃକ୍ତି ଆଣିଲା ବିଜେପି

    ଛାତ୍ରୀ ଦୁଷ୍କର୍ମ ମାମଲା: କଲେଜ ଅଧ୍ୟାପକଙ୍କ ସମ୍ପୃକ୍ତି ଆଣିଲା ବିଜେପି

    କେନ୍ଦ୍ରାପଡା ଛାତ୍ରୀ ଦୁଷ୍କର୍ମ ମାମଲାକୁ ବିତିଲାଣି ଏକ ସପ୍ତାହରୁ ଅଧିକ ଦିନ। ଏଯାଏଁ ପୋଲିସ ହାତ ଖାଲି। ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ପୋଲିସର ସ୍ଥାଣୁତା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ଯାହାକୁ ନେଇ ଗତ ୨୧ ତାରିଖରେ ପାଟକୁରା ବେଜେପି ନେତା ତେଜେଶ୍ବର ପରିଡାଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ରୀ ପଢୁଥିବା କଲେଜର ଜନୈକ ଅଧ୍ୟାପକ ଏହି ଘଟଣାରେ ସମ୍ପୃକ୍ତ ଥିବା ସହ ତଦନ୍ତକୁ ଦିଗହରା କରିବାକୁ ମସୁଧା କରୁଥିବା ଅଭିଯୋଗ ଆଣୁଛି ବିଜେପି। ତେଣୁ ଉକ୍ତ ଅଧ୍ୟାପକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି। ପୋଲିସ ମାମଲାରେ କାହାରିକୁ ଗିରଫ କରିନଥିବାକୁ ନେଇ ବିଜେପି ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ଘଟଣାକୁ ଚାପି ଦେବାକୁ ପ୍ରଶାସନ ତଥା ସରକାର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହା ବ୍ୟତୀତ କଲେଜ ପରିସର ଛାତ୍ରୀଙ୍କ ପାଇଁ ସୁରକ୍ଷିତ ନ ଥିବା ତଥା ଅସାମାଜିକ ତତ୍ତ୍ବଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ କରିଥିଲା ବିଜେପି। ଏଥିସହ ପରିସରରୁ ମଦ ବୋତଲ ଉଦ୍ଧାର କରି ବିକ୍ଷୋଭରେ ପ୍ରଦର୍ଶନ କରି ସରକାର ବିରୋଧରେ ବିଜେପି ପକ୍ଷରୁ ନାରା ଦିଆଯାଇଥିବା ଅଭିଯୋଗ ହୋଇଛି।

    ଏହି ଘଟଣାକୁ ନେଇ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଥିଲା ବିଜେପି। ସେପଟେ ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜ ଅଧ୍ୟକ୍ଷ। ଏହାକୁ ଏକ କପୋଳକଳ୍ପିତ ପ୍ରସଙ୍ଗ କହିବା ସହ ସେହି ଦିନ ଉକ୍ତ ଛାତ୍ରୀ କଲେଜକୁ ଆସିନଥିବା ତଥା କଲେଜରେ +୩ର ସେମିନାର ଚାଲିଥିବା କହିଛନ୍ତି ଅଧ୍ୟକ୍ଷ। ତେବେ କଲେଜରେ ବହୁ ସମସ୍ୟା ଥିବା ମଧ୍ୟ କହିବାକୁ ଭୁଲି ନାହାନ୍ତି।

    ଏଠାରେ କହିରଖୁ କି, କେନ୍ଦ୍ରାପଡା ପାଟକୁରାର ଏକ କଲେଜରେ ଗତ ୧୭ ତାରିଖରେ ଫ୍ରେସର୍ସ ପାର୍ଟି ହୋଇଥିଲା। ଏଥିରେ ମୃଦ୍ୟୁ ପାନୀୟରେ ନିଶା ମିଶାଇ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରାଯାଇଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ କୁଦାନଗରୀ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କ ମେଡିକାଲ ମାଇନା ମଧ୍ୟ କରିଥିଲା। ତେବେ ଏହି ଘଟଣାରେ ବିଜେପି ନେତା ତେଜେଶ୍ବରଙ୍କ ଏଣ୍ଟ୍ରୀକୁ ଶସ୍ତା ଲୋକପ୍ରିୟତା ପାଇଁ ପ୍ରୟାସ ବୋଲି କୁହାଯାଉଛି।