Category: ଜିଲ୍ଲା

  • ଖଜୁରିଆ ଜାତି ସମାଜ ମହାସଂଘ ଅଧିବେଶନ ଅନୁଷ୍ଠିତ

    ଖଜୁରିଆ ଜାତି ସମାଜ ମହାସଂଘ ଅଧିବେଶନ ଅନୁଷ୍ଠିତ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ ନାକିଚି ପଞ୍ଚାୟତ ଜୟଗଡ ବଙ୍ଗଳାଠାରେ ଖଜୁରିଆ ସମାଜ ମହାସଂଘ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସଭାପତି ନବ ବେହେରା, ସମ୍ପାଦକ ପବିତ୍ର ବେହେରାଙ୍କ ଆହ୍ଵାନ କ୍ରମେ ଆଠମଲ୍ଲିକ ଉପଖଣ୍ଡସ୍ତରୀୟ ଅଧିବେଶନରେ ଖଜୁରୀଆ ସମାଜର ସାମୂହିକ ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ପୂର୍ବତନ ଅନୁଗୋଳ ଜିଲ୍ଲାପରିଷଦ ଅଧ୍ଯକ୍ଷା ସସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ । ସମସ୍ତଙ୍କ ସହ ସମାନ ହୋଇ ମଣିଷ ପରି ମଣିଷ ବଞ୍ଚିବାକୁ ସମ୍ୱିଧାନ ଦେଇଥିବା ଅଧିକାର କିପରି ହାସଲ କରାଯାଇ ପାରିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଅନ୍ୟପଟେ ଖଜୁରିଆ ସମାଜ ଆଗରେ ପ୍ରତିବନ୍ଧକ ହୋଇ ଠିଆ ହୋଇଥିବା ସରକାରୀ ନୀତି ନିୟମ ଦୂର କରିବା ଦିଗରେ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ଏଠାରେ ଉପସ୍ଥିତ ବ୍ୟକ୍ତିମାନେ ମତ ଦେଇଥିଲେ। ଏହି ସମାବେଶରେ ଖଜୁରୀଆ ସମାଜର ୨୦୦ ରୁ ଉର୍ଦ୍ଧ ସଦସ୍ୟ ଯୋଗଦେଇଥିଲେ । ଖଜୁରୀଆ ମହାସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆମନ୍ତ୍ରିତ ଅତିଥିମାନେ ବିଭିନ୍ନ ପ୍ରକାର ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଜାତିଭାଇଙ୍କୁ ସଚେତନ କରିଥିଲେ।

  • ସମୁଦ୍ରରେ ମାଛ ଧରା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବି

    ସମୁଦ୍ରରେ ମାଛ ଧରା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବି

    ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା ଲାଗୁ କଲେ ସରକାର। ଯାହାକୁ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବି। କଇଁଛ ସୁରକ୍ଷା ପାଇଁ ସରକାର ସାତ ମାସର କଟକଣା ଟ୍ରଲର ମାଲିକ ଓ ମତ୍ସ୍ୟଜୀବିଙ୍କୁ ପକାଇଛି ଚିନ୍ତାରେ। ନଭେମ୍ବର ୧ ରୁ ମଇ ୩୧ ଯାଏ ଉପକୁଳ ରୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ କଟକଣା ଜାରି କଲେ ସରକାର। ତେବେ କଇଁଛ ଙ୍କ ସୁରକ୍ଷା ପାଇଁ ସରକାର ଯେମିତି ତର୍ତରତା ଦେଖାୁଛନ୍ତି ସେମିତି ମତ୍ସ୍ୟଜୀବିଙ୍କ କଥା ମଧ୍ୟ ଚିନ୍ତା କରିବାକୁ କହିଛନ୍ତି ପାରାଦ୍ବିପ ମେରାଇନ କୋପରେଟିଭ୍ ସୋସାଇଟର ସଭାପତି ପୁରନ୍ଦର ବିଶ୍ବାଳ

    ସରକାରଙ୍କ ନିୟମ ଅନୁଯାୟୀ ସମୁଦ୍ର କୂଳ ରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣଷି ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ଯାଇ ମାଛ ଧରି ପାରିବେ ନାହିଁ। କାରଣ ଏହି ସମୟରେ ଦୂର ସମୁଦ୍ର କୂଳ କୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି ଲକ୍ଷ୍ୟ ଲକ୍ଷ୍ୟ କଇଁଛ। ଓଡିଶା ର ଦେବୀ , ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁ ରେ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର।ଆଉ ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

  • ବରିଷ୍ଟ ନାଗରିକ ମଞ୍ଚର ଆବାସ ଦୁର୍ନୀତି ଅଭିଯୋଗରେ ବ୍ଲକ ଆଗରେ ଆମରଣ ଅନଶନ

    ବରିଷ୍ଟ ନାଗରିକ ମଞ୍ଚର ଆବାସ ଦୁର୍ନୀତି ଅଭିଯୋଗରେ ବ୍ଲକ ଆଗରେ ଆମରଣ ଅନଶନ

    ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଇଁ ଆବାସ ଗୃହ ଯୋଗାଇ ଦେଉଥିବା ବେଳେ କିଛି କୁଜିନେତା ଏବଂ ବିଭାଗୀୟ ଅଧିକାରୀ ଟଙ୍କା ନେଇ ଅଯୋଗ୍ୟ ହିତା ଧିକରୀ ମାନଙ୍କୁ ଆବାସ ଗୃହ ଯୋଗାଇ ଦେଉଥିବା ଅଭିଯୋଗ ଆସିଛି ଘଂଟେଶ୍ୱର ବାଜରପୂର ପଞ୍ଚାୟତରୁ ।ଏନେଇ ଚାନ୍ଦବାଲି ବ୍ଲକ ଆଗରେ ବଜରାପୁର ପଞ୍ଚାୟତରେ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆମରଣ ଅନଶନ ଦେଖିବାକୁ ମିଳିଛି । ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଇଁ ସରକାର ଆବାସ ଗୃହ ଆସୁଥିବା ବେଳେ କିଛି ଅଯୋଗ୍ୟ ହିତାଧିକାରୀ ଏହାର ଫାଇଦା ନେବା ପାଇଁ ଚେଷ୍ଟା କରିଛନ୍ତି।ଏହି ଘଟଣାର ବଜରାପୁର ଗ୍ରାମଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଏହାର ପ୍ରତିବାଦ କରିବାରୁ କିଛି କୁଚକ୍ରି ଆମରଣ ଅନଶନ କରୁଥିବା କଥା କହିଛନ୍ତି।ଚାନ୍ଦବାଲି ବିଡ଼ିଓ ଅନଶନ କାରି ମାନଙ୍କ ପାଖରେ ପହଞ୍ଚି ୧୫ଦିନ ଭିତରେ ଏହାର ସଠିକ୍ ତଦନ୍ତ କରି ସମାଧାନ କରିବା ପାଇଁ ପ୍ରତିସୃତି ଦେବାପରେ ଅନଶନକାରି ଘଟଣା ସ୍ଥଳରୁ ଓହୋରି ଥଲେ । କିନ୍ତୁ ଏ ଅଭିଯୋଗର ସଠିକ୍ ତଦନ୍ତ ପାଇଁ ଚାନ୍ଦବାଲି ବିଡ଼ିଓଙ୍କୁ ସୁପାରିଶ କରିଛନ୍ତି ।

    ଗୋଟିଏ ପଟେ ଯୋଗ୍ୟ ହୀତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ମମ୍ପୁର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ସରପଞ୍ଚ । ତେବେ କିଏ ସତ କହୁଛି ଏବଂ କିଏ ମିଛ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

  • ଏବେ ବି ବଞ୍ଚିଛି ଦଣ୍ଡନାଚ, ଲକ୍ଷ୍ମୀ ପୂଜା ଅବସରରେ ମଜା ନେଉଛନ୍ତି ଲୋକେ

    ଏବେ ବି ବଞ୍ଚିଛି ଦଣ୍ଡନାଚ, ଲକ୍ଷ୍ମୀ ପୂଜା ଅବସରରେ ମଜା ନେଉଛନ୍ତି ଲୋକେ

    କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଜିଆଣୀ ସାହିରେ ମହାଲକ୍ଷ୍ମୀ ପୂଜା ମହା ଆଡ଼ମ୍ବର ସହକାରେ ପାଳନ ହେଉଛି। ୩୦ ବର୍ଷ ହେବ ଏହି ଗ୍ରାମାଞ୍ଚଳରେ ନୀତି ନିୟମରେ ମାଆ ଲକ୍ଷ୍ମୀଙ୍କ ପୂଜା ହୋଇ ଆସୁଛି। ହଜାର ହଜାର ଲୋକ ପାଖଆଖରୁ ଆସି ମାଆଙ୍କ ଦର୍ଶନ କରି କୃପା ଲାଭ କରୁଛନ୍ତି। ଏହି ପୂଜା ପାଳନ ଅବସରରେ ଆୟୋଜକ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛନ୍ତି। ସୁନ୍ଦର ମଞ୍ଚରେ ସ୍ଥାନୀୟ ଛୋଟ ଛୋଟ କୁନି ପିଲାମାନେ ନିଜ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ସେହିପରି ଏବେ ଦଣ୍ଡ ନାଚ ସେଠାରେ ଅନୁଷ୍ଠିତ ହୋଇଛି । ବହୁ ଲୋକ ଏହା ଦେଖିବାକୁ ଆସି ବିମୋହିତ ହେଉଛନ୍ତି। ଦକ୍ଷିଣ ଓଡ଼ିଶାରେ ଦଣ୍ଡ ନାଚ ପରମ୍ପରା ଥିଲବା ବେଳେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦଣ୍ଡ ନାଚ ଗ୍ରପ ଅଛି ରହିଛି। ଏମାନେ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଏହି କଳାକୁ ବଞ୍ଚାଇ ରଖିଛନ୍ତି। ପାରମ୍ପରିକ ବିଷୟ ସହ ଆଧୁନିକ ଘଟଣାବଳୀ ଉପରେ ମଧ୍ୟ ନୃତ୍ୟ ପରିବେଷଣ କରିବା ଏହି ଦଣ୍ଡ ନୃତ୍ୟର ମୁଖ୍ୟ ଆକର୍ଷଣ ହୋଇଛି। ଏକ ପ୍ରାଚୀନ କଳାକୁ ଉତ୍ସାହିତ କରି ସୁଯୋଗ ଦେଇଥିବାରୁ ଏଠିକାର ଲକ୍ଷ୍ମୀ ପୂଜା କମିଟିକୁ ସମସ୍ତେ ପ୍ରଶଂସା କରିଛନ୍ତି

  • ନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ

    ନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ

    ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୬୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରେମୁଣା ବହୁମୁଖୀ କମ୍ୟୁନିଟି ହଲ୍‌, କଣ୍ଟିଆଚୋରା ନଦୀର ପୁନରୁଦ୍ଧାର, କ୍ଷୀରଚୋରା ଗୋପିନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଆଉ କେତେକ ସ୍କୁଲ ଓ କଲେଜର ରୂପାନ୍ତର। ସେହିପରି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୩ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ, ରଣସିଂହପୁର ଆଶ୍ରମ ସ୍କୁଲର ଉନ୍ନତୀକରଣ, ବାସୁଳୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ, Rural Institute of Higher Studies କଲେଜର ରୂପାନ୍ତର। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଜଳେଶ୍ୱର ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଏକ ସ୍କେଟିଙ୍ଗ ରିଙ୍ଗ୍‌ । ଏହା ଦ୍ୱାର ଜିଲ୍ଲାରେ କ୍ରୀଡାର ବିକାଶରେ ଏକ ନୂଆ ଫର୍ଦ୍ଦ ଯୋଡି ହେବ। ଏହା ସହିତ ସିଦ୍ଧେଶ୍ୱର କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଦିନକୃଷ୍ଣ କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଏବଂ ଜଳେଶ୍ୱର ମହିଳା କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ । ସେହିପରି ସୋର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୯୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହନାଗା ହାଇସ୍କୁଲର ନିର୍ମାଣ ଓ ଅଧୁନିକୀକରଣ ଏବଂ ବାହନଗା ଗ୍ରାମପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ ଭାବେ ନିର୍ମାଣ, ବାହନାଗା ପ୍ରାଥମିକ ଚିକିତ୍ସାଳୟକୁ ‘ଆମ ହସ୍ପିଟାଲ’ ଭାବେ ଉନ୍ନତୀକରଣ, ଏହା ସହିତ ଦୁଇଟି ବୃହତ ସେତୁ ଏବଂ ୩ଟି ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ। ବସ୍ତା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୭ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୨.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହରଦା ମାଛ ମାର୍କେଟର ଉନ୍ନତୀକରଣ, ଜଳକା ଡ୍ରେନେଜ୍ ସିଷ୍ଟମର ଉନ୍ନତୀକରଣ, ଡଗର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସେତୁ, ସ୍କୁଲ ଓ କଲେଜ। ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୮.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ଝାଡେଶ୍ୱର ମନ୍ଦିର, ଫକିରମୋହନ କଲେଜ, ବଳାଙ୍ଗି କଲେଜ ଓ ନୀଳମଣି କଲେଜ । ସେହିପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୦୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠର ଉନ୍ନତୀକରଣ, ନୀଳଗିରି ରିସିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଖୁମୁକୁଟ ଜଳପ୍ରକଳ୍ପ, ନୀଳଗିରି ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଏବଂ କେତେକ ସ୍କୁଲ ଓ କଲେଜ। ସେହିପରି ସିମୁଳିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସିନ୍ଧୁଆ ଡ୍ୟାମଠାରେ ଏକ ପର୍ଯ୍ୟଟନ କେନ୍ଦ୍ର, କୁପାରୀ MSME Park, କୁପାରୀ ST Hostel, ଅନେକ ସେତୁ ଓ ସିମୁଳିଆଠାରେ ନଦୀବନ୍ଧର ଉନ୍ନତୀକରଣ। ଏହି ପରି ବାଲେଶ୍ୱର ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

    ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ତୁସୁରାଠାରେ Air Strip, ୨ଟି Mega Lift ପ୍ରକଳ୍ପ, ତୁସୁରା ସମଲାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ଓ କଲେଜ। ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା :- ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟପୋଷ୍ଟ ଇତ୍ୟାଦି, ଖପ୍ରାଖୋଲରେ ଏକ ନୂଆ ସଡକ ଏବଂ କେତେକ କଲେଜ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ସମଲେଇଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର CNI Churchର ଉନ୍ନତୀକରଣ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ। ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ। ଏହି ପରି ବଲାଙ୍ଗୀର ଜିଲ୍ଲାରେ ୩୨ଟି ପ୍ରକଳ୍ପ ପାଇଁ ୨୩୪.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

    ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବିଧାୟକ ଶ୍ରୀ ଅନନ୍ତ ଦାସ, ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ବିଧାୟକ ଶ୍ରୀ ସ୍ୱରୂପ ଦାସ, ବିଧାୟକ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଶ୍ରୀ ସରୋଜ ମେହେରଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।

  • ଆନନ୍ଦାଳୟରୁ କେମିତିଗାଏବ ହେଉଛି ଲୋକ?

    ଆନନ୍ଦାଳୟରୁ କେମିତିଗାଏବ ହେଉଛି ଲୋକ?

    କଟକ ବୟାଳିଶମୌଜାସ୍ଥିତ ବହଳପଡ଼ା ଗ୍ରାମର ବାସିନ୍ଦା ଭରତ ପରିଡା । ତିନି ଭାଇ ସେମାନେ, ଭରତ ସାନ । ଭରତଙ୍କର ମାନସିକ ବିକୃତି ଥିଲା; କିନ୍ତୁ ସେ ଶାନ୍ତ ସ୍ୱଭାବର ଥିଲେ । ଖାଇବା ପାଇଁ କାହାରିକୁ କିଛି ମାଗୁ ନଥିଲେ । ଯଦି କେହି କିଛି ଦେଉଥିଲେ ତେବେ ଖାଉଥିଲେ । ମାନସିକ ବିକୃତ ଭରତଙ୍କର ଦ୍ୱାୟୀତ୍ୱ ନେବାକୁ କେହି ନଥିବାରୁ ତାଙ୍କର ଦୟନୀୟ ଅବସ୍ଥା ଦେଖି ବହଳପଡ଼ା ଗ୍ରାମର କିଛି ଯୁବକ ତାଙ୍କୁ ଆନନ୍ଦାଳୟରେ ଜଣେ ଅନ୍ତେବାସୀ ଭାବରେ ରଖିବା ପାଇଁ ଆଣିଥିଲେ । ଭାବିଥିଲେ, ଭରତ ଦି-ମୁଠା ଖାଇ ଟିକେ ଶାନ୍ତିରେ ରହିବେ । ବିଧିର ବିଧାନ କିନ୍ତୁ ବଡ ବିଚିତ୍ର । କିଏ ଜାଣିଥିଲା ଆନନ୍ଦାଳୟକୁ ଆସିବାର ୫ ମାସ ପରେ ଭରତ ନିଖୋଜ ହୋଇଯିବେ ?

    ଭରତଙ୍କର ସମ୍ପର୍କୀୟଙ୍କ ଅନୁରୋଧ କ୍ରମେ ତାଙ୍କ ଗ୍ରାମର ବୁଲେଇ ବେହେରା ମଝିରେ ମଝିରେ ଆନନ୍ଦାଳୟ ଆସି ତାଙ୍କର ଖୋଜ ଖବର ନେଉଥିଲେ । କିନ୍ତୁ କାର୍ଯ୍ୟବ୍ୟସ୍ତତା ହେତୁ ୩-୪ ମାସ ପର୍ଯ୍ୟନ୍ତ ସେ ଯୋଗାଯୋଗ କରିପାରି ନଥିଲେ । କିନ୍ତୁ, ନିକଟରେ ଆନନ୍ଦାଳୟରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଚମକାଇ ଦେଇଥିଲା । ଅକ୍ଟୋବର ମାସରେ ଆନନ୍ଦାଳୟର କିଛି କର୍ମଚାରୀ ବଳପୂର୍ବକ ଜଣେ ଦିନ ମଜୁରିଆଙ୍କୁ ମାନସିକ ବିକୃତ ଭାବି କଟକ ରେଳ ଷ୍ଟେସନ ନିକଟରୁ ଉଠାଇ ଆଣିଥିଲେ । ବ୍ୟକ୍ତି ଜଣକର କାକୁତି ମିନତୀ ସତ୍ତ୍ବେ ତାଙ୍କୁ ଛାଡ଼ିବା ତ ଦୂରର କଥା ଓଲଟା ଗାଧୋଇ ପାଧୋଇ ଔଷଧ ଖାଇ ଶୋଇବାକୁ କୁହାଯାଇଥିଲା । ବ୍ୟକ୍ତି ଜଣକ ଆନନ୍ଦାଳୟର କର୍ମଚାରୀଙ୍କୁ ପୋଲିସ ଭାବି କିଛି ନକହି ପୁତି-ଗନ୍ଧମୟ ପରିବେଶରେ ଦିନଟି ବିତାଇଥିଲେ । ରାତି ଅଧରେ, ଆନନ୍ଦାଳୟର କର୍ମଚାରୀ ମାନେ ଶୋଇବା ପରେ ସୁଯୋଗ ଉଣ୍ଡି ସେ ପାଚେରୀ ଡେଇଁ ନିକଟସ୍ଥ ବେଣ୍ଟକର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଥାନା କର୍ତ୍ତୃପକ୍ଷ FIR ପଞ୍ଜିକରଣ କରିବା ବଦଳରେ ତାଙ୍କୁ ମିଡ଼ିଆକର୍ମୀଙ୍କୁ ନିଜ ଦୁଃଖ ଜଣାଇବାକୁ କହିଥିଲେ । ଶେଷରେ ସ୍ଥାନୀୟ ଯୁବକ ମାନେ ତାଙ୍କୁ କିଛି ଖାଇବାକୁ ଦେବା ପରେ ମୋବାଇଲ ଫୋନରେ ତାଙ୍କ ବୟାନ ରେକର୍ଡ କରି ମିଡ଼ିଆକୁ ଜଣାଇଥିଲେ ଓ ଏ ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ତାଙ୍କୁ ଛାଡି ଦିଆଯାଇଥିଲା । କିନ୍ତୁ, ଆନନ୍ଦାଳୟର ମାଲିକ ଜଣେ ପ୍ରଭାବଶାଳୀ ମହିଳା ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।

    ତେବେ ଏଠାରେ ପ୍ରଶ୍ନ ଉଠୁଛି, ଭରତ ଗଲେ କୁଆଡେ ? କାରଣ, ଶେଷ ଫୋଟୋରେ ଭରତଙ୍କୁ ଆନନ୍ଦାଳୟର ଅନ୍ତେବାସୀଙ୍କ ସହ ଖାଦ୍ୟ ଖାଇବାକୁ ଡକାଯାଇଥିଲେ ମଧ୍ୟ କର୍ତୃପକ୍ଷ ଏହାକୁ ଅସ୍ଵୀକାର କରୁଥିଲେ । ତେବେ, ଭରତ ବର୍ତମାନ ମୃତ ନା ଜୀବିତ ? ଯଦି ମୃତ ତେବେ କେତେ ତାରିଖରେ ତାଙ୍କର ମୃତ୍ୟୁ ଘଟିଲା, ସେ ସମ୍ପର୍କିତ ପ୍ରମାଣପତ୍ର କାହିଁ ? ଭରତଙ୍କ ମୃତ୍ୟୁ ସମ୍ପର୍କରେ ଆନନ୍ଦାଳୟର ତତ୍ତ୍ବାବଧାରକ ତାଙ୍କୁ ଆଣି ଆସିଥିବା ଯୁବକ ମାନଙ୍କୁ କାହିଁକି ଜଣାଇ ନଥିଲେ ? ମାତ୍ର ୩୦୦ ମିଟର ଦୂରରେ ବେଣ୍ଟକାର ଥାନା ଥିବା ବେଳେ ତାଙ୍କ ମୃତ୍ୟୁ ସମ୍ପର୍କରେ କୁହାଯାଇଛି କି ? ସେହିପରି, ମାତ୍ର ୩୦୦ ମିଟର ଦୂରରେ ବେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ବେଳେ ସେଠାରେ ଅସୁସ୍ଥ ଭରତଙ୍କର ପ୍ରାଥମିକ ଚିକିତ୍ସା କାହିଁକି କରାଗଲା ନାହିଁ ? ଭାରତଙ୍କର ନିଖୋଜ ହେବା ସମ୍ପର୍କରେ ଏତଲା ଦାୟର ହେବାର ୨ ସପ୍ତାହ ପରେ ତଦନ୍ତ କେଉଁଠି ପହଞ୍ଚିଛି ? ଜାଣିଶୁଣି ପୋଲିସ ଆନନ୍ଦାଳୟ କର୍ତ୍ତୃପକ୍ଷଙ୍କୁ ଘଣ୍ଟ ଘୋଡାଉ ନାହିଁ ତ ? ଏବେ ଏହିସବୁ ପ୍ରଶ୍ନ ସ୍ଥାନୀୟ ବାସିନ୍ଦାଙ୍କୁ ଆତଙ୍କିତ କରିଛି ।

  • ଆସନ୍ତା ନଭେମ୍ବେର ୧ରୁ କୋରାପୁଟ ବ୍ମୁଜର ପୁଟସିଲରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍‌

    ଆସନ୍ତା ନଭେମ୍ବେର ୧ରୁ କୋରାପୁଟ ବ୍ମୁଜର ପୁଟସିଲରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍‌

    ଆସନ୍ତା ନଭେମ୍ବେର ୧ରୁ କୋରାପୁଟ ବ୍ମୁଜର ପୁଟସିଲରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତବର୍ଷ ହେଉଥୁବା ଏହି ଇକୋ ରିଟ୍ରିଟ୍‌ ଜରିଆରେ ୧୦ଟି ସ୍ବତନ୍ତ୍ର ଅସ୍ଥାୟୀ କଟେଜ ସହ ଅନ୍ୟ ବର୍ଗର ୧୮ଟି କଟେଜ୍‌ କରାଯାଇଛି ବୋଲି ଜିଲାପାଳ ଅବଦଲ ଏମ୍‌. ଅଖତାର କହିଛନ୍ତି। ବର୍ଭମାନ ସୁଦ୍ଧା ଏହାର ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ ସରିଛି। ଓଡ଼ିଶାର ସୁଇଜରଲାଣ୍ଡ ରୂପେ ପରିଚିତ ଉଚ୍ଚତମ ପର୍ବତ ଦେଓମାଳି ପାଦଦେଶରେ ଏହି ଇକୋ ରିଟ୍ରିଟ୍‌ ଜରିଆରେ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏପରି ୨୮ଟି କଟେଜ ନିର୍ମାଣ କରାଯାଇଛି । ଇକୋ ରିଟ୍ରଟ୍‌ ତଥା ପଯ୍ୟଟନ ଓ୍ୱେବ୍‌ସାଇଟ୍‌ରେ ଅନ୍‌ଲାଇନ ଜରିଆରେ ଏହି କଟେଜ ବୁକିଂ ବ୍ୟବସ୍ଥା ହୋଇଛି। କଟେଜର ଦୈନିକ ଦର ୬ ହଜାରରୁ ୮ ହଜାର ମଧ୍ଯରେ ରହିବ। ଆବଶ୍ୟକ ହେଲେ ଏହାର ଦର ସାମାନ୍ୟ ବୃଦ୍ଧି କରାଯିବ। ଫେବୃୟାରୀ ଶେଷ ଯାଏ ଏହି ଇକୋ ରିଟ୍ରିଟ୍‌ ଚାଲିବ। ପୁଟସିଲ ଗ୍ରାମ ନିକଟ ତଥା ଦେଓମାଳି ପାହାଡ଼ ପାଦଦେଶରେ ଥବା ଗିର୍ଲିମାଳିରୁ ୨୬ ନମ୍ବର ଜାତୀୟ ରାଜପଥରେ ସେମିଳିଗୁଡ଼ାରୁ ଦୁଧାରି ଦେଇ ୩ କି.ମି. ଗଲେ ପଡିବ ପୁଟସିଲ | ପାହାଡ଼କୁ ଲାଗି ରହଥିଦା ଏହି ସ୍ଥାନର ମଝିରେ ରହିଛି ବିସ୍ଥୀର୍ଣ୍ଣ ସମତଳ ଭୂମି। ପ୍ରାକୃତିକ ପରିବେଶ ମଧ୍ଯରେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନଙ୍କୁ କିପରି ସ୍ଥାନୀୟ ଖାଦ୍ୟଶସ୍ଯର ବିଭିନ୍ନ ବ୍ୟଞ୍ଜନ ପରଷାଯିବ ସେଥୁପ୍ରତି ଗୁରୁତ୍ବ ଦିଆଯାଇଛି।

  • ଯାଜପୁର ଜିଲ୍ଲା ମହେଶ୍ବରପୁରରେ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା

    ଯାଜପୁର ଜିଲ୍ଲା ମହେଶ୍ବରପୁରରେ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା

    ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ପୁର ଠୁ ପଲ୍ଲି । ରଙ୍ଗିନ ଆଲୋକମାଳା ସହ ମାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେହିପରି ଯାଜପୁର ଜିଲ୍ଲା ମହେଶ୍ୱରପୁର ଗ୍ରାମ ପଞ୍ଚାୟତ ର ଗୋପୀନାଥପୁର ଉଆଖିଆରେ ଦେଖିବାକୁ ମିଳିଛି ଗଜ ଲକ୍ଷ୍ମୀ ପୂଜା ।ଏଠାରେ ପାଞ୍ଚଦିନ ଧରି ପୂଜା ପାଉଛନ୍ତି ଲକ୍ଷ୍ମୀ । ଦୀର୍ଘ ବର୍ଷ ଧରି ଏହି ପୁଜା ହେଉଥିବାବେଳେ ଚଳିତ ବର୍ଷ ମଧ୍ୟ ତିନୋଟି ଟି ମେଢ଼ କୁ ନେଇ ବେଶ୍ ଧୁମ୍ ଧାମରେ ପାଳିତ ହେଉଛି ମା ଲକ୍ଷ୍ମୀ ଙ୍କ ପୂଜା। ପାଞ୍ଚଦିନ ଧରି ହେଉଥିବାବେଳେ ପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଦେଖିବା ପାଇଁ ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ। ପବିତ୍ର ଲକ୍ଷ୍ମୀ ପୂଜା ଅବସରରେ ମହେଶ୍ୱରପୁର ଗ୍ରାମ ପଞ୍ଚାୟତ ବେଶ୍ ଉତ୍ସବମୁଖର ହୋଇଥାଏ। ସମସ୍ତ ପୂଜା କମିଟି ର ସଦସ୍ୟ ଓ ପଞ୍ଚାୟତ ର ବୁଦ୍ଧିଜୀବୀ ମାନଙ୍କ ତତ୍ତ୍ଵାବଧାନରେ ଏହି ପୁଜା କୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯାଇଛି । ପାଞ୍ଚଦିନ ପୁଜା ପାଇବା ପରେ ଷଷ୍ଠଦିନ ସମସ୍ତ ତିନି ଗୋଟି ମେଢ଼ ମହା ଆଡମ୍ବର ରେ ଭସାଣୀ ଉତ୍ସବ ରେ ଯୋଗଦିଅନ୍ତି। ପରେ ସମସ୍ତ ମେଢ଼ କୁ ନିକଟସ୍ଥ ପୋଖରୀରେ ବିସର୍ଜନ କରାଯାଏ ।

  • ଚିଲିକାରେ ଚାଲିଛି ବିନା ଲାଇଫ ଜ୍ୟାକେଟ୍ ରେ ବୋଟ୍ ରେ ଯାତ୍ରା

    ଚିଲିକାରେ ଚାଲିଛି ବିନା ଲାଇଫ ଜ୍ୟାକେଟ୍ ରେ ବୋଟ୍ ରେ ଯାତ୍ରା

    ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଚିଲିକା କୂଳରେ ଅବସ୍ଥିତ ବେସରକାରୀ କାଳିଜାଇ ମଟର ବୋଟ ଆସୋସିଏସନ ଏବଂ ସରକାରୀ ବନ୍ଦର ଅନ୍ତର୍ଦେଶୀୟ ଜଳପଥ ପରିବହନ । ତେବେ ଏହି ବୋଟରେ ଯାତ୍ରା କରିବା ପାଇଁ ନାହିଁ ଲାଇଫ ଜ୍ୟାକେଟ୍ । ଫଳରେ ବିନା ଲାଇଫ୍ ଜ୍ୟାକେଟରେ ବିପଦ ସଂକୁଳ ଅବସ୍ଥାରେ ଲୋକେ କାଳିଜାଇ କିମ୍ବା ଚିଲିକା ପରିଦର୍ଶନ କରୁଛନ୍ତି । ପୂର୍ବରୁ ଚିଲିକାରେ ଅନେକ ଦୁର୍ଘଟଣା ଘଟିଛଇ ଯେଉଁଥି ପାଇଁ ସରକାର ବିନା ଳାଇଫ୍ ଜ୍ୟାକେଟ୍ ରେ ଯାତ୍ରା କରିବା ଗାଇଡ ଲାଇନ ଥିବା ବେଳେ ଏଠି କିନ୍ତି ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ତେବେ ଏ ନିୟମକୁ ଯେ କେବଳ ବେସରକାରୀ ସଂସ୍ଥା ଉଲ୍ଲଘଂନ କରୁଛନ୍ତି ତାହା ନୁହେଁ ସରକାରଙ୍କ ଜଳପଥ ପରିବହନ ସଂସ୍ଥା ମଧ୍ୟ ଏଥିରୁ ବାଦ୍ ପଡିନି । ଗୋଟିଏ ପଟେ ଯାତ୍ରୀଙ୍କୁ କୌଣସି ସୂଚନା ନ ଦିଆଯାଇଥିବା ଯାତ୍ରୀ କହୁଥିବା ବେଳେ ବୋଟ ଚାଳକଙ୍କ କହିବା କଥା ସେମାନଙ୍କୁ ଲାଇଫ୍ ଜେୟାକେଟ୍ ଦିଆଯାଉଛି ହେଲେ ସେମାନେ ପିନ୍ଧୁନାହାନ୍ତି ।

    ସରକାର ନିୟମ ଅନୁଯାୟୀ ଥାର୍ଟି ସିଟର ଲଞ୍ଚରେ ତିରିଶ ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ନିୟମ ଥିବା ବେଳେ ଏଠାରେ ଚାଳିଶି ଜଣରୁ ଅଧିଜ ଯାତ୍ରୀ ଯାଉଥିବା ବେଳେ ଲଞ୍ଚ ଉପରେ ମଧ୍ୟ ଠିଆ କରାଇ ବିପଦ ସଂକୁଳ ଅବସ୍ଥାରେ ପର୍ଯ୍ୟଟକଙ୍କୁ ନେଇ ଚିଲିକା ଭିତରକୁ ଯାତ୍ରା କରାଉଛନ୍ତି । ଏନେଇ ବାଲୁଗାଁ ସରକାରୀ ଲଞ୍ଚ କର୍ମଚାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଅଧିକ ଲୋକଙ୍କୁ ନେବା ପାଇଁ ଆମର ଡାଇରେକ୍ଟଟର ଏବଂ ସହକାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଆଦେଶ ଅଛି ।

    ଏଠି ପ୍ରଶ୍ନ ଉଠୁଛି ବୋଟ୍ ମାଲିକଙ୍କ କାମଖିଆଲି ପାଇଁ ଯଦି କୌଣସି ଦୁର୍ଘଟଣା ଘଟେ ତେବେ ଏଥି ପାଇଁ ଦାୟୀ ହେବ କିଏ? ତେବେ ସ୍ଥାନୀୟ କତୃପକ୍ଷ କିମ୍ୱା ଜିଲ୍ଲା ପ୍ରଶାସନ ଏହି ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାଫାଇଁ ସାଧାରଣରେ ଦାବି ହେଉଛି ।

  • ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଚୟନ ପ୍ରକ୍ରିୟାକୁ ନେଇ ଅନିୟମିତତା ଅଭିଯୋଗ

    ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଚୟନ ପ୍ରକ୍ରିୟାକୁ ନେଇ ଅନିୟମିତତା ଅଭିଯୋଗ

    ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଚୟନ ପ୍ରକ୍ରିୟାକୁ ନେଇ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ସ୍ୱାମୀ ଚାରି ବର୍ଷ ପୂର୍ବେ ସ୍ୱାମୀ ଅସୁସ୍ଥ ହୋଇ ବିଛଣାରେ ପଡି ରହିଛନ୍ତି । ଅନ୍ୟପଟେ ସ୍ତ୍ରୀ ସଂଯୁକ୍ତା ଆଶା ଚୟନ ପ୍ରକ୍ରିୟାରେ ମନୋନୀତ ହୋଇ ଆଶା ଚାକିରୀ ଖଣ୍ଡେ କରି ନିଜ ପରିବାର ଚଳେଇବା ପାଇଁ ଆଶା କରିଛନ୍ତି । ସଂଯୁକ୍ତା ଙ୍କ ପରିବାର କହିଲେ ରୋଗରେ ପୀଡିତ ସ୍ୱାମୀ ସୁରେନ୍ଦ୍ର ନାଥ ବେହେରା, ତେର ବର୍ଷ ର ଝିଅ ଏବଂ ଆଠ ବର୍ଷ ର ପୁଅ l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ହରିପୁର ଗ୍ରାମପଂଚାୟତ ର ପରବଳ ଗ୍ରାମରେ l ସୂଚନା ଅନୁଯାୟୀ ଗତ ଅଗଷ୍ଟ ମାସ 29ତାରିଖରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଚୟନ ପ୍ରକ୍ରିୟାରେ ଚୂଡାନ୍ତ ତାଲିକା ରେ ପରବଳ ଗ୍ରାମ ପାଇଁ ସଂଯୁକ୍ତା ବେହେରା ଙ୍କ ନାମ ଉଲ୍ଲେଖ କରାଯାଇ ପରବଳ ଗାଁ ମନ୍ଦିର ପାଖ କାନ୍ଥ ରେ ନୋଟିସ ମରାଯାଇଥିଲା l ମାତ୍ରକ ହରିପୁର ଏଏନଏମ ଦିଦି ସନ୍ଦ୍ୟା ରାଣୀ ଜେନା ସଂଯୁକ୍ତା ବେହେରା ଙ୍କୁ ଆଶା ଚାକିରୀ ରେ ଆବେଦନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଚୟନ ପ୍ରକ୍ରିୟା ପର୍ଯ୍ୟନ୍ତ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସଂଯୁକ୍ତା ଅଭିଯୋଗ କରିଛନ୍ତି l

    ଏପରିକି ଆଶା ଚୟନ ତାଲିକା ରେ ସଂଯୁକ୍ତା ବେହେରା ଙ୍କ ନାମ ଚୂଡାନ୍ତ ଲିଷ୍ଟ ରେ ପ୍ରକାଶ ପାଇବା ପରେବି ସଂଯୁକ୍ତା ବେହେରାଙ୍କୁ ନିଯୁକ୍ତି ପତ୍ର ମିଳୁ ନାହିଁ l ଏ ପରିପ୍ରେକ୍ଷୀରେ ଅସହାୟ ହୋଇ ସଂଯୁକ୍ତା ବାଲୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କୁ ପ୍ରାର୍ଥନା ପତ୍ର ଦେଇଛନ୍ତି l ତେବେ ଅପର ପକ୍ଷରେ ପୁନଃ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ ବୋଲି ବିଭାଗୀୟ ଅଧିକାରୀ କହୁଥିବା ଜଣାପଡିଛି l l ଏ ପରିସ୍ଥିତିରେ ବିଛଣା ପଡି ସୁରେନ୍ଦ୍ର ନାଥ ସରକାରୀ ଅଧିକାରୀଙ୍କ ସହ ଜିଲ୍ଲାପାଳ ଙ୍କୁ ଆକୁଳ ନିବେଦନ କରିଛନ୍ତି ଆଶା ଚୟନ ରେ ମୋ ସ୍ତ୍ରୀ ସଂଯୁକ୍ତାଙ୍କୁ ନିଯୁକ୍ତି ପତ୍ର ଦେଲେ ମୋ ପରିବାର ବଞ୍ଚିଯିବେ l

    ତେବେ ଦେଖିବାକୁ ବାକି ରହିଲା ସଂଯୁକ୍ତାଙ୍କ ଆଶା ପୂରଣ ହେଇ ଦୁଃଖୀ ପରିବାର ମୁହଁରେ ଦାନା ମିଳୁଛି ନାଁ ସଂଯୁକ୍ତା ଙ୍କ ଆଶା ଆଶାରେ ରହିଯାଉଛି l