Category: ମୟୂରଭଞ୍ଜ

  • ମୟୂରଭଞ୍ଜ ଜିଲ୍ଲା ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ’ମୁଁ ବି ବିଦ୍ୟାଳୟ ଯିବି’ସଚେତନତା ରଥ ଶୁଭାରମ୍ଭ

    ମୟୂରଭଞ୍ଜ ଜିଲ୍ଲା ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ’ମୁଁ ବି ବିଦ୍ୟାଳୟ ଯିବି’ସଚେତନତା ରଥ ଶୁଭାରମ୍ଭ

    ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଗୋଷ୍ଠୀ ଶିକ୍ଷାଧୀକାରୀ ଯଜ୍ଞେଶ୍ଵର ଜେନାଙ୍କ ତତ୍ତ୍ଵାବଧାନରେ ବୁଧବାର ଦିନ’ ମୁଁ ବି ବିଦ୍ୟାଳୟ ଯିବି’ଏକ ସଚେତନତା ରଥର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମ୍ମାନିତ ଅତିଥି ସହକାରୀ ଜିଲ୍ଲାପାଳ ବାସନ୍ତୀ ଲାକ୍ରା ,ଅନ୍ୟତମ ଅତିଥି ରାଇରଙ୍ଗପୁର ଡେପୁଟୀ କଲେକ୍ଟର ମାନସ ରଞ୍ଜନ ବେହେରା ଙ୍କ ସମେତ ରାଣୀସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ନୂତନ ଜାତୀୟ ଶିକ୍ଷା ନୀତି ଶୁଭାରମ୍ଭ ହୋଇଛି ‌ଏହି ଶିକ୍ଷା ନୀତି ଅନୁସାରେ ଶୈକ୍ଷିକ ଢାଞ୍ଚା ୫+୩+୩+୪ ରହିଛି । ପ୍ରତ୍ୟେକ ବିଦ୍ୟାଳୟରେ ବାଲ୍ ବାଟିକା ବା ଶିଶୁ ବାଟିକା ନାମରେ ଏକ ନୂଆ ଶ୍ରେଣୀ ଖୋଲିଛି ।୫ ବର୍ଷରୁ ଉର୍ଦ୍ଧ୍ବ ପିଲା ଅଙ୍ଗନବାଡ଼ି କେନ୍ଦ୍ରରେ ନ ରହି ପ୍ରାଥମିକ ବିଦ୍ୟାଳୟ ନାମ ଲେଖାଇବେ ଏବଂ ୫ ଵର୍ଷରୁ ଉର୍ଦ୍ଧ୍ବ ସମସ୍ତ ପିଲା ବିଦ୍ୟାଳୟରେ ନାମ ଲେଖାଇ ପାରିବେ ‌ ।

    ଏହି ଅବସରରେ ତିରିଂ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ‘ ମୁଁ ବି ଵିଦ୍ଯାଳୟ ଯିବି’ ଭଳି ଏକ ଅଭିନବ ଯୋଜନା ଶିକ୍ଷାଧିକାରୀ ଯଜ୍ଞେଶ୍ଵର ଯେନା ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା ।ଏହି ଅବସରରେ ଏକ ସୁସଜ୍ଜିତ ରଥରେ ସଚେତନତା ବାର୍ତା ଲେଖା ସହ ଡ଼ାକବାଜି ଯନ୍ତ୍ର ଦ୍ବାରା ତିରିଂ ବ୍ଳକର ସମସ୍ତ ପଞ୍ଚାୟତ ଗାଁ କୁ ଗାଁ ବୁଲି ପ୍ରଚାର ଓ ପ୍ରସାର ପାଇଁ ଅତିଥିଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି ।ଅତିଥିଗଣ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତା ଲିଫଲେଟ ବଣ୍ଟନ କରିଥିଲେ ।ଏହା ସହ ଆସନ୍ତା ଏପ୍ରିଲ ୨ ରୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ଅଭିଭାବକମାନେ ଏପ୍ରିଲ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ନିଜ ନିଜର ପିଲାମାନଙ୍କୁ ବୟସ ଅନୁଯାୟୀ ନାମ ଲେଖାଇ ନେବା ପାଇଁ ବିଇଓ ତିରିଂ ବ୍ଳକର ସମସ୍ତ ଅଞ୍ଚଳବାସୀଙ୍କୁ ପ୍ରଵେଶ ଉତ୍ସବରେ ଯୋଗଦେବା ପାଇଁ କୁହଯାଇଛି ।

  • ମୟୂରଭଞ୍ଜ ରାଇହରିରେ ବିଶ୍ଵ ଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ

    ମୟୂରଭଞ୍ଜ ରାଇହରିରେ ବିଶ୍ଵ ଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ


    ମୟୂରଭଞ୍ଜ ରାଇହରିରେ ୭୩ ତମ ବାର୍ଷିକ ପଞ୍ଚଦୋଳ ମହୋତ୍ସବ ଓ ବିଶ୍ଵଶାନ୍ତି ଶ୍ରୀନାମଯଜ୍ଞ ଅନୁଷ୍ଠିତ ହୋଇଛି | ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବିଜାତଳା ବ୍ଲକ ରାଇହରି ଗ୍ରାମରେ ଜପ ହରେ କୃଷ୍ଣ ହରେ ରାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଛି |ଏଠାରେ ୭୩ ବର୍ଷ ପୂର୍ବରୁ ଅଷ୍ଟପ୍ରହରୀ ନାମ ଯଜ୍ଞରୁ ଶୁଭାରମ୍ବ ହୋଇଥିଲା |ଏହି ପଞ୍ଚଦୋଳ ମହୋତ୍ସବରେ ଠାକୁର ଘର ଘର ବୁଲି ଭୋଗ ଖାଇଥାନ୍ତି | ସର୍ବଧର୍ମ ପ୍ରତିଷ୍ଠିତ ହେଉ ସମସ୍ତଙ୍କ ଭିତରେ ଆଧାତ୍ମକ ଚିନ୍ତାଧାରା ବଜାୟ ରହୁ ଏହା ହିଁ ଏହି ଯଜ୍ଞର ମୂଳ ଉଦ୍ଧ୍ୟେଶ |

    ଏହି ନାମଯଜ୍ଞ ପାଇଁ ହଜାର ହଜାର ହରି ଭକ୍ତମାନେ ଆସିଥିଲେ । ଯଜ୍ଞରେ ଭକ୍ତ ମାନଙ୍କ ପାଇଁ ସକାଳ,ଦ୍ବିପ୍ରହର ଏବଂ ସଂଧ୍ୟାର ପ୍ରସାଦ ସେବନର ଆୟୋଜନ ହୋଇଥିଲା | ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ଧୁମଧାମରେ ଯଜ୍ଞ ପାଳନ ହୋଇଥିଲା | ସଙ୍କୀର୍ତ୍ତନର ପ୍ରେସିଡେଣ୍ଟ ସଂଜିବ କୁମାର ନନ୍ଦ, ସେକ୍ରେଟାରୀ ଅମିୟ ବିକାଶ ନନ୍ଦ,ଉପଦେଷ୍ଟା ମଣ୍ଡଳି ଗୋପାଳ ଚନ୍ଦ୍ର ନନ୍ଦ , ଗ୍ରାମ ମଣ୍ଡଳି ବୃନ୍ଦ ପ୍ରମୁଖଙ୍କ ଉପସ୍ଥିତରେ ମହାସମାରୋହରେ ପାଳିତ ହୋଇଥିଲା ।

  • ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅପମାନ; ବିଜେଡିର ପ୍ରତିବାଦ

    ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଅପମାନ; ବିଜେଡିର ପ୍ରତିବାଦ

    ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟନାୟକଙ୍କୁ ଅସମାନ କରିଥିବାରୁ ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ପ୍ରତିବାଦ କରାଯାଇଛି |

    ଆଜି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକ ଠାରୁ ରାଲି କରି ସହ ସହ ବିଜେଡି ନେତା ଓ କର୍ମୀ ମାନେ ଚାଲି ଚାଲି ଉପଜିଲ୍ଲାପାଳ କାର୍ଯାଳୟ ସମ୍ମୁଖ ରେ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ବିଜେଡି ନେତା ମାନେ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ |

    ଏହି ପ୍ରତିବାଦ ରାଲିରେ ବିଜେଡିର ବରିଷ୍ଠ ନେତା ଈଶାନ ମିଶ୍ର, ମନୁ ଚୌଧୁରୀ, ସୁବାଷ ମଣ୍ଡଳ, ରାଇସେନ ମୁର୍ମୁ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା, ରାଇରଙ୍ଗପୁର ପୌରପରିଷଦର ଅଧ୍ୟକ୍ଷ ଅଭିଷେକ ପଟନାୟକ, ଉପାଧ୍ୟାକ୍ଷା ମମିତା ଚୌଧୁରୀ, ବିଜେଡି ନାରୀ ନେତ୍ରୀ ତନୁଜ ମହାନ୍ତ ଏବଂ ଶତାଧିକ ବିଜେଡି ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ଥିଲେ |

  • ବିଶୋଇ ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ପତି ପତ୍ନୀଙ୍କୁ ହତ୍ୟା

    ବିଶୋଇ ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ପତି ପତ୍ନୀଙ୍କୁ ହତ୍ୟା

    ପୁଣି ଗୁଣି ଗାରେଡ଼ି ସନ୍ଦେହ ପାଇଁ ଗଡିଛି ଦୁଇ ମୁଣ୍ଡ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ପଞ୍ଚାୟତ କିତାବେଡା ଗ୍ରାମର ସ୍ଵାମୀ ସ୍ତ୍ରୀ ଦୁଇ ଜଣଙ୍କୁ ସୋମବାର ରାତିରେ ଡାହାଣି ସନ୍ଦେହରେ ଦୃର୍ବୁତ୍ତ ହତ୍ୟା କରିଥିବା ଜଣାପଡିଛି।

    ସୂଚନା ମୁତାବକ, ସୋମବାର ସନ୍ଧ୍ୟା ୭/୮ ଟା ସମୟରେ ବିଶୋଇ ଥାନା ଅର୍ନ୍ତଗତ ଖଡମବେଡା ପଞ୍ଚାୟତ କିତାବେଡା ଡୁଙ୍ଗରି ସାହି ରେ ୪୮ ବର୍ଷିୟ ଦେବେନ୍ଦ୍ର ନାଏକ ନିଜ ଘର ସମ୍ମୁଖ ରେ ଚାଷ କରିଥିବା ବିଲାତି ବାଗିଚରେ ପାଣି ମଡାଉଥିବା ସମୟରେ ପୂର୍ବରୁ ଡାହିଣି ସନ୍ଦେହରେ ରାଗ ରଖିଥିବା ସେହି ସାହିର ୨୫ ବର୍ଷିୟ ଅଜୟ ନାଏକ ଦେବେନ୍ଦ୍ର ନାଏକ ଙ୍କୁ ପଛ ପଟୁ ବୁଡିଆ ରେ ଚୋଟ ମାରି ଘଟଣାସ୍ଥଳରେ ମାରି ଦେଇ ଘର ଭିତରକୁ ପ୍ରବେଶ କରିଥିଲା, ଏବଂ ସେହି ସମୟରେ ଘର ଭିତରେ ପୁଅ ବୋହୁ ସୁମିତ୍ରା ନାଏକ ଓ ତାର ଏକ ଦୁଇ ବର୍ଷର ଶିଶୁ କନ୍ୟା ଏବଂ ସ୍ତ୍ରୀ ୪୫ ବର୍ଷିୟା ଚମ୍ପା ନାଏକ ଶୋଇବା ଅବସ୍ଥାରେ ଥିଲେ।

    ଯେତେ ବେଳେ ଘର ଭିତରକୁ ଅଜୟ ନାଏକ ପ୍ରବେଶ କଲା ସେହି ସମୟରେ ଘର ଭିତରୁ ପୁଅ ବୋହୁ ସୁମିତ୍ରା ଦୁଇ ବର୍ଷର ଏକ ଶିଶୁ କନ୍ୟାକୁ ଛାଡ଼ି ଭୟରେ ଦୌଡ଼ି ପଳାଇ ଥିଲା। ପରେ ଆସି ଘରେ ଦେଖିଲା ବେଳକୁ ବିଲାତି ବାଗିଚରେ ଶଶୁର ଦେବେନ୍ଦ୍ର ନାଏକ ଓ ଘର ଭିତରେ ଶାଶୁ ଚମ୍ପା ନାଏକଙ୍କୁ ଅଜୟ ନାଏକ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

    ତେବେ ଶିଶୁ କନ୍ୟାର କୌଣସି ଆଘାତ କରି ନ ଥିଲା। ତେବେ ଆଜି ସକାଳୁ ତା ସାନ ପୁଅ ରାବେନ୍ଦ୍ର ନାଏକ ଘରକୁ ଆସି ବାପା ମା ର ମୃତ ଦେଖି ବିଶୋଇ ଥାନା କୁ ଫୋନ୍ ଯୋଗେ ଜଣାଇଥିଲା। ଖବର ପାଇ ଆଜି ଘଟଣାସ୍ଥଳରେ ଏଡିସନାଲ ଏସ୍ ପି.ଯଦୁନାଥ ଜେନା,ଏସ୍ ଡ଼ି ପି ଓ ଗୋକୁଳାନନ୍ଦ ସାହୁ, ବାରିପଦା ସାଇନ୍ଟିଫିକ ଟିମ୍ ଏବଂ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ସହିତ ପୋଲିସ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ଫେରାର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛିା

  • ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

    ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

    ରାଇରଙ୍ଗପୁର ମହତାବ ଭବନ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ବିଡ଼ିଓ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡା, ସିଡିପିଓ କୁଇଲି ମଣି ଟୁଡୁ, ରାଇରଙ୍ଗପୁର ଏବିଡ଼ିଓ ସୁରେଇ ମାରାଣ୍ଡି, ବ୍ଲକ ଜେଇ ପ୍ରଶାନ୍ତ କୁମାର ଦାସ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ରାମ ଓ ଅଧ୍ୟାପିକା ତନ୍ମୟ ରଥଙ୍କ ସମେତ ଅନ୍ୟ ଅତିଥିଗଣ ଯୋଗ ଦେଇଥିଲେ|

    କେବଳ ନାରୀମାନେ ଶୋଷଣର ଶିକାର ହେଉଛନ୍ତି ତା’ ନୁହେଁ ପୁରୁଷ ମାନେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି, ସ୍ୱାମୀ ଓ ସ୍ତ୍ରୀ ଭିତରେ କେମିତି ସୁସମ୍ପର୍କ ରହିବ ଏବଂ ଆଜିର ସମାଜରେ ଶାଶୁ ଓ ଶ୍ବଶୁରଙ୍କୁ ବୋହୁ ମାନେ କିପରି ନିର୍ଯାତନା ଦେଉଛନ୍ତି ସେ ବିଷୟରେ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ |

    ଏହା ସହ ଦିନକୁ ଦିନ ବୃଦ୍ଧି ପାଉଥିବା ଯୌତୁକ ନିର୍ଯାତନାକୁ କିପରି ରୋକିହେବ ସେ ସମ୍ପର୍କରେ ମତ ପ୍ରକାଶ ପାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଥିବା ରାଇରଙ୍ଗପୁର ବ୍ଲକର ସମସ୍ତ ସରପଞ୍ଚ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଛାତ୍ରୀ, ରାଇରଙ୍ଗପୁର ବ୍ଲକର ସମସ୍ତ ଅଙ୍ଗନବାଡିର କର୍ମଚାରୀ ଏବଂ ରାଇରଙ୍ଗପୁର ବ୍ଲକର ସମସ୍ତ ଆଶା ଦିଦି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

  • ଇଲେକ୍ଟ୍ରୋ ହୋମିଓ ଦୟାଲ କ୍ଲିନିକ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର

    ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ଅର୍ଜୁନଡ଼ିହା ଠାରେ ଇଲେକ୍ଟ୍ରୋ ହୋମିଓପାଥି ଉଦ୍ଭାବକ କାଉଣ୍ଟ ସିଜର ମେଟିଙ୍କ ଜନ୍ମ ମାସ ଉପଲକ୍ଷେ ଝାରପୋଖରିଆ ଠାରେ ଥିବା ଇଲକ୍ଟ୍ରୋ ହୋମିଓ ଦୟାଲ କ୍ଲିନିକ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଚୂଡ଼ାମଣି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ବିଭିନ୍ନ ରାଜ୍ୟର ଇଲକ୍ଟ୍ରୋ ହୋମିଓ ଡାକ୍ତରମାନେ ଉପସ୍ଥିତ ଥିଲେ |

    ଶିବିରରେ ମୁଖ୍ୟ ଅତିଥି ଭାବେ ସାରସକଣା ପୂର୍ବତନ ବିଧାୟକ ବୁଢ଼ାନ ମୁର୍ମୁ ଯୋଗଦେଇ ଥିବା ବେଳେ ଅତିଥି ଭାବେ ସୁଶାନ୍ତ ହୋତା, ଗୋପାଳଚନ୍ଦ୍ର ସାହୁ, ବିନୀତ ଗୋୟେଲ, ଏସଜି ଚୌହାନ, ମନୋରଞ୍ଜନ ସେନାପତି ଓ ଝାରପୋଖରିଆ ଇଲେକ୍ଟ୍ରୋ ହୋମିଓ ମେଡ଼ିକାଲ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଫକୀର ଚନ୍ଦ୍ର ସେନାପତିଙ୍କ ସହ ବହୁ ବରିଷ୍ଠ ଡାକ୍ତର ମାନେ ଉପସ୍ଥିତ ଥିଲେ | ଶିବିରରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଆସିଥିବା ଡାକ୍ତର ମାନଙ୍କ ଦ୍ଵାରା ମାଗଣା ଚିକିତ୍ସା କରାଯାଇଥିବା ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇ ଥିଲା | ତେବେ ଆଗାମୀ ଦିନରେ ଉକ୍ତ ସ୍ଥାନରେ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରିବା ପାଇଁ ଇଲୋକ୍ଟ୍ର ହୋମିୟୋ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି |

  • ଆଇଆଇସିଙ୍କୁ ପିଟିଲେ ବାଲି ମାଫିଆ

    ଆଇଆଇସିଙ୍କୁ ପିଟିଲେ ବାଲି ମାଫିଆ

    ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳରେ ବାଲି ମାଫିଆଙ୍କ ଆତଙ୍କରାଜ I ବେଆଇନ ଭାବେ ଗଛିତ ରଖିଥିବା ବାଲିକୁ ଜବତ ଲାଗି ଯାଇଥିବା ଥାନା ଅଧିକାରୀଙ୍କୁ ମାଡ଼ ମାରିଛନ୍ତି I ପଥର ମାରି ପୁଲିସ ଭ୍ୟାନ୍ କୁ ବି ଭାଙ୍ଗିଛନ୍ତି I

    କପ୍ତିପଦା ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ରଥ ସୂଚନା ଦେଇଛନ୍ତି ଏହି ଅଂଚଳରେ ଚୋରା ବାଲି ଓ ପଥର ଚାଲାଣ ବଢ଼ିବାରେ ଲାଗିଛି I ଏହାକୁ ରୋକିବା ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ ନିର୍ଦେଶରେ ସେ ଓ ଅତିରିକ୍ତ ତହସିଲଦାର ଉମାକାନ୍ତ ମାଝୀ ମଙ୍ଗଳବାର ରାତି ପ୍ରାୟ ୧୧ ଟାରୁ ୩ଟା ଯାଏ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ I

    ସେହି ରାତିରେ ଡାହିସାହି ନିକଟସ୍ତ ଖପରପାଳ ଘାଟରେ ବେଆଇନ ଭାବେ ଗଛିତ ରଖାଯାଇଥିବା ବିପୁଳ ପରିମାଣର ବାଲି ଜବତ କରିଥିଲେ I ଘେରା ନାମକ ଜଣେ ବ୍ୟକ୍ତି ଓ ଅନ୍ୟ କିଛି ମାଫିଆ ଏହି ବାଲି ରଖିଥିବା ଜାଣିବାକୁ ପାଇ ବାଲି ନ ଉଠେଇବା ପାଇଁ ତାଗିଦ କରିଥିଲେ I ତେବେ ତା ଆର ଦିନ ସକାଳେ ଘଟଣାସ୍ଥଳରେ ପହଂଚିବା ବେଳକୁ ଉକ୍ତ ଜବତ ବାଲିକୁ ମାଫିଆମାନେ ରାତାରାତି ଉଠାଇ ନେଇଥିଲେ I

    ପୋଲିସ ଅଭିଯୁକ୍ତ ଘେରାକୁ ଖୋଜିବାବେଳେ ଘେରାର ସ୍ତ୍ରୀ ସମେତ ଅନେକ ମହିଳା ହଠାତ ଆଇଆଇସିଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ I ତାଙ୍କୁ ପଥର ମାରିବା ସହ ଗାଡିକୁ ଭଙ୍ଗାରୁଜା କରିଥିଲେ I

    ଏହି ଆକ୍ରମଣରେ ଆଇଆଇସି ଆହତ ହୋଇ କପ୍ତିପଦା ଡାକ୍ତରଖାନରେ ଚିକିତ୍ସା ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ I ପୋଲିସଙ୍କୁ ଆକ୍ରମଣ ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇଥିଲା I ଏହି ମାଫିଆଙ୍କୁ ଧରିବା ପାଇଁ କପ୍ତିପଦା ତହସିଲଦାର, ପରିବହନ ଅଧିକାରୀଙ୍କ ସହ ୧ ପ୍ଲାଟୁନ ପୋଲିସ ଫୋର୍ସ ତୁରନ୍ତ ଡାହିସାହି ଗ୍ରାମରେ ପହଂଚିଥିଲେ I

    ପୁରା ଗାଁ ପୋଲିସ କବ୍ଜାରେ ଆସିବା ପରେ ମାଫିଆଙ୍କ ଗଛିତ ୨୦ ଟ୍ରାକ୍ଟର ବାଲିକୁ କପ୍ତିପଦା ଥାନା ପରିସରକୁ ନେଇ ଆସିଥିଲା ପ୍ରଶାସନ I ମାଫିଆମାନେ ନିକଟସ୍ଥ ସୋନ ନଦୀରୁ ବେଆଇନ ଭାବେ ଦୈନିକ ୩୦ରୁ ୪୦ ଟ୍ରିପ ବାଲି ଉଠାଇ ଚୋରାରେ ବିକ୍ରି ଚାଲିଥିଲା ବୋଲି ଜଣାପଡିଛି I

  • ମାଦଳ ମାଡ଼ରେ କମ୍ପିଲା ଜାହିରା ପୀଠ

    ମାଦଳ ମାଡ଼ରେ କମ୍ପିଲା ଜାହିରା ପୀଠ

    ମୟୁରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବାସୀଙ୍ଗି ଗ୍ରାମରେ ଆଦିବାସୀମାନଙ୍କର ଦୁଇ ଦିବସୀୟ ଦର୍ଶନ ପୂଜା ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଗ୍ରାମର ଦେହୁରୀ ଗ୍ରାମରେ ଥିବା ଜାହିରା ପୀଠରେ ପୂଜା ଅର୍ଚ୍ଚନା କରାଯାଇଥାଏ। ପୂଜା ଦିନ ସନ୍ଧ୍ୟା ସମୟରୁ ବିଭିନ୍ନ ଜାଗାରୁ ଆସିଥିବା ଯୁବକ, ଯୁବତୀ, ମହିଳା ଓ ପୁରୁଷ ମାନେ ଆଦିବାସୀପାରମ୍ପାରିକ ବେଶ ଭୂଷରେ ମାଦଳର ତାଳେ ତାଳେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥାନ୍ତି। ତା’ପର ଦିନ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି ଦର୍ଶନ ପୂଜା ପାଞ୍ଚ ବର୍ଷରେ ଥରେ ଧୁମ୍ ଧାମରେ ଅନୁଷ୍ଠିତ ହୋଇଥାଏ ।

    ଏଥି ସହ, ବିଭିନ୍ନ ଜାଗାରୁ ଆସିଥିବା ଯୁବକ, ଯୁବତୀ, ମହିଳା ଓ ପୁରୁଷ ମାନଙ୍କର ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ଏବଂ ଶେଷରେ ଯେଉଁ ପ୍ରତିଯୋଗୀ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଇସ୍ଥାନ ଅଧିକାର କରିଥାନ୍ତି, ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ଦର୍ଶନ ପୂଜା ଦେଖିବାକୁ ବିହାର, ବେଙ୍ଗଲ, ଛତିଶଗଡ଼ ଏବଂ ଓଡିଶାରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ଯୁବକ-ଯୁବତୀ, ମହିଳା ଓ ପୁରୁଷ ଆସିଥାନ୍ତି। ଜାହିରା ପୀଠରେ ଯିଏ ଯାହା ମାନସିକ କରିଥାଏ, ତାଙ୍କର ମନସ୍କାମନା ପୂରଣ ହୋଇଥାଏ ବୋଲି ଗ୍ରାମର ମାଝୀ ବାବା କହିଛନ୍ତି। ଦର୍ଶନ ପୂଜା କାର୍ଯ୍ୟକ୍ରମରେ ବାବା ଭୀମପାଟକ୍ଲବର ପ୍ରେସିଡେଣ୍ଟ ଶିଙ୍ଗରାୟ ହାଁସଦା, ସେକ୍ରେଟାରୀ ମାଇଶା ସୋରେନ ଏବଂ କ୍ଲବର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥଲେ।

  • ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ବାଙ୍ଗିରୀପୋଷୀରେ ରେଳ ପ୍ରକଳ୍ପ ଶୁଭାରମ୍ଭ

    ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ବାଙ୍ଗିରୀପୋଷୀରେ ରେଳ ପ୍ରକଳ୍ପ ଶୁଭାରମ୍ଭ

    ସାନାମ-କଗେ ଜୋହାର

    ମୟୁରଭଞ୍ଜର କଳା ସଂସ୍କୃତି ଅତି ମହାନ ଏବଂ ଅନନ୍ୟ। ସର୍ବ ପ୍ରଥମେ ମୁଁ ସାନ୍ତାଳୀ ଭାଷାର ଜନକ ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆଜି ଆମ ଗହଣରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉପସ୍ଥିତ ଅଛନ୍ତି। ତାଙ୍କର ମହିମାମଣ୍ଡିତ ଉପସ୍ଥିତି ଆମ ସମସ୍ତଙ୍କୁ ଉତ୍ସାହିତ କରିଛି। ଅନେକ କାର୍ଯ୍ୟକ୍ରମର ବ୍ୟସ୍ତତା ମଧ୍ୟରେ ସେ ନିଜ ଜନ୍ମ ମାଟି ପାଇଁ, ଓଡିଶା ପାଇଁ ସମୟ ବାହାର କରି ଆମ ଗହଣରେ ପହଞ୍ଚିଛନ୍ତି। ମୁଁ ତାଙ୍କୁ ସ୍ୱାଗତ କରୁଛି। ଓଡିଶାରେ ତାଙ୍କର ପ୍ରତ୍ୟେକ ଆଗମନ ରାଜ୍ୟ ପ୍ରତି ତାଙ୍କର ଅନାବିଳ ପ୍ରେମର ପ୍ରତିଫଳନ।

    ଆଜି ଆମ ସମସ୍ତଙ୍କ ପାଇଁ ଏକ ପରମ ସୌଭାଗ୍ୟର ଦିନ, ଗୌରବର ଦିନ। ଆମ ମାଟିର ଝିଅ, ମୟୁରଭଞ୍ଜର ଝିଅ ଆଜି ଦେଶର ରାଷ୍ଟ୍ରପତି। ଦେଶର ପ୍ରଥମ ନାଗରିକ। ଏଥିପାଇଁ ପ୍ରତ୍ୟେକ ଆଦିବାସୀ, ପ୍ରତ୍ୟେକ ମହିଳା ଓ ପ୍ରତ୍ୟେକ ଓଡିଆ ଗର୍ବିତ। ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁ ସାରା ଦେଶକୁ ଶାନ୍ତି ଓ ବିକାଶର ବାର୍ତ୍ତା ଦେଇ ଚାଲିଛନ୍ତି। ସେ ଦେଶର ମହିଳାମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ସେ ପ୍ରମାଣ କରିଛନ୍ତି ଯେ, ସ୍ୱାର୍ଥବିହୀନ ସେବା ଓ କଠିନ ପରିଶ୍ରମ ବଳରେ ଆମ ଦେଶର ମା’ମାନେ, ଝିଅମାନେ ଯେକୌଣସି କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନକୁ ଯାଇପାରିବେ।

    ଆପଣମାନେ ସମସ୍ତେ ଜାଣିଛନ୍ତି, ଯେ ୨୦୧୪ ମସିହା ପରେ ଯେତେବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ପ୍ରଥମ ଥର ପାଇଁ ଶପଥ ନେଲେ, ତା ପରେ ଆମ ରାଜ୍ୟର ରେଳବାଇ ପ୍ରକଳ୍ପଗୁଡିକରେ ନୂତନ ଜୀବନର ସଂଚାର ହେଲା। କଚ୍ଛପ ଗତିରେ ଚାଲୁଥିବା ପ୍ରକଳ୍ପ ସବୁକୁ ଗତି ମିଳିଲା ଏବଂ ନୂଆ ନୂଆ ପ୍ରକଳ୍ପକୁ ଅନୁମୋଦିତ କରାଗଲା। ଏହାର ପ୍ରମାଣ ସ୍ୱରୂପ ଆପଣମାନେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନେଇ ପାରିବେ ଯାହା ବର୍ଷ ବର୍ଷ ଧରି କେବଳ କାଗଜ କଲମରେ ଚଳୁଥିଲା। କିନ୍ତୁ ଆଜି ୩୦୧ କିଲୋମିଟର ରୁ ୧୮୩ କିଲୋମିଟର ନିର୍ମାଣ ସରି ରେଳ ଚଳାଚଳ ଆରମ୍ଭ ହୋଇଗଲାଣି । ବାକି କାମ ଖୁବ ଶୀଘ୍ର ସମାପ୍ତ ହେବ।

    ଓଡିଶାରେ ରେଳସେବାର ସ୍ଵାକ୍ଷର ଭାବେ ଆଜି ଏଠାରେ ୩ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି। ଏହି ରେଳ ଲାଇନ ଗୁଡିକ ହେଉଛି- ବାଦାମପାହାଡ- କେନ୍ଦୁଝରଗଡ, ବାଙ୍ଗିରିପୋଷି-ଗୋରୁମହିଷାଣି ଏବଂ ବୁରାମରା-ନୂଆ ଜାମସୋଳା ରେଳ ଲାଇନ। ଏହି ୩ଟି ରେଳ ଲାଇନ ସମୁଦାୟ ୧୮୪ କିଲୋମିଟରରୁ ଅଧିକ ଦୀର୍ଘ ହେବ ଏବଂ ଏଥିପାଇଁ ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ।

    ଏହି ୩ଟି ପ୍ରକଳ୍ପ ମାଧ୍ୟମରେ ମୟୁରଭଞ୍ଜ ଓ କେନ୍ଦୁଝର ପରି ଆଦିବାସୀ ଅଞ୍ଚଳ ଓ ଖଣି ଅଧ୍ୟୁଷିତ ଅଞ୍ଜଳରେ ବିକାଶର ନୂଆ ସ୍ରୋତ ଆସିବ। ରେଳ ଯୋଗାଯୋଗ ଏହି ଦୁଇଟି ଜିଲ୍ଲାର ଅର୍ଥନୀତିର ଉନ୍ନତି ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରେଳ ପରିବହନ ଯୋଗୁ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ, ବାଣିଜ୍ୟରେ ମଧ୍ୟ ଅଭିବୃଦ୍ଧି ଘଟିବ।
    ଓଡିଶାରେ ଏବେ ଡବଲ ଇଞ୍ଜିନ ସରକାର ଚାଲିଛି। ଡବଲ ଇଞ୍ଜିନ ସରକାରରେ ବିକାଶର ଗତି ମଧ୍ୟ ଡବଲ ହେଉଛି। ସେପ୍ଟେମ୍ବର ମାସରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓଡିଶାରେ ୩ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ। ଆମ ନୂଆ ସରକାର ଆସିବା ପରେ କେନ୍ଦ୍ର ସରକାର ପାଖାପାଖି ୨୦ ହଜାର କୋଟି ଟଙ୍କାର ୮ଟି ନୂଆ ରେଳ ଲାଇନ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆଜିର ଏହି ୩ଟି ରେଳ ଲାଇନ ପ୍ରକଳ୍ପ ମଧ୍ୟ ନିକଟରେ କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁର ହୋଇଥିଲା।

    ଓଡିଶା ପରିପ୍ରେକ୍ଷୀରେ ଶ୍ରୀ ଅଶ୍ବିନୀ ବୈଷ୍ଣବ ଜୀଙ୍କ ପରି ଜଣେ ରେଳମନ୍ତ୍ରୀ ଆମ ରାଜ୍ୟପାଇଁ ଏକ ଆଶୀର୍ବାଦ ସଦୃଶ। ଗତ ପ୍ରାୟ ପାଞ୍ଚ ବର୍ଷରେ ଓଡିଶାରେ ରେଳ ବିକାଶରେ ଅଭୂତପୂର୍ବ ବେଗ ଆସିଛି। ମୁଁ ଯେତେବେଳେ ଦିଲ୍ଲୀ ଯାଇଥିଲି, ସେତେବେଳେ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ମାତ୍ର ପାଞ୍ଚ ମିନିଟ ଆଲୋଚନା କରିଥିଲି।
    ଏହା ମଧ୍ୟରେ ୮ଟି ରେଳ ପ୍ରକଳ୍ପ ମଞ୍ଜୁର ହୋଇ ୩ଟି ପ୍ରକଳ୍ପ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ଭିତ୍ତିପ୍ରସ୍ତର ମଧ୍ୟ ଦିଆଯାଉଛି। ଏଥିରୁ ଆପଣମାନେ ଜାଣି ପାରିବେ ରାଜ୍ୟର ରେଳ ବିକାଶ ପାଇଁ ମାନ୍ୟବର ମନ୍ତ୍ରୀଙ୍କ ଅନୁବେଗ।

    ରେଳ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଓଡିଶା ପାଇଁ ଏକ ସୁବର୍ଣ୍ଣ ଯୁଗ ଆସିଛି। ୨୦୧୪ ପୂର୍ବରୁ ରେଳ ବଜେଟ୍‌ରେ ଓଡିଶା ପାଇଁ ବର୍ଷକୁ ମାତ୍ର ୮୩୮ କୋଟି ଟଙ୍କା ମଞ୍ଜୁର ହେଉଥିବା ବେଳେ, ଚଳିତ ବର୍ଷ ବଜେଟରେ ୧୦ ହଜାର ୫୮୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ପୂର୍ବ ଅପେକ୍ଷା ୧୨ ଗୁଣ ଅଧିକ। ଓଡିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୂତନ ରେଳ ପ୍ରକଳ୍ପ ଯୋଜନା କରିଛନ୍ତି।

    ଚାରିଦିନ ତଳେ କେନ୍ଦ୍ର ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଓଡିଶାରେ ରେଳ ବିକାଶ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀ ଜୀ ୭୩ ହଜାର ୭୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥି ମଧ୍ୟରେ ରାୟଗଡା ରେଳ ମଣ୍ଡଳ ସ୍ଥାପନା ପାଇଁ ସ୍ବୀକୃତି ମିଳିଛି ଏବଂ ଆଠଗୋଟି ରେଳ ଲାଇନ ଯାହା ଭିତରେ ବହୁ ପ୍ରତିକ୍ଷିତ ବରଗଡ ରୋଡ-ନୂଆପଡା ରୋଡ ନୂତନ ଲାଇନ ମଧ୍ୟ ଏଥିମଧ୍ୟରେ ଅନ୍ତର୍ଭୁକ୍ତ। ଏଥିପାଇଁ ମୁଁ ଓଡିଶାର ଜନସାଧାରଣଙ୍କ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ଧନ୍ୟବାଦ ଅର୍ପଣ କରୁଛି।

    କେବଳ ରେଳ ପଥ ନୁହେଁ, ସଡକ ପଥର ବିକାଶ ପାଇଁ ମଧ୍ୟ ୨୧ ହଜାର କୋଟି ଟଙ୍କାର ଅନେକ ପ୍ରକଳ୍ପ ମଞ୍ଜୁର ହୋଇଛି। ଏହା ସହିତ ୫୦ ହଜାର କୋଟିରୁ ଅଧିକ ଟଙ୍କାର ସଡକ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ବିଚାରାଧିନ ଅଛି। ଏ ସବୁ ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟ ମଞ୍ଜୁର ହେବ। ଭିତ୍ତିଭୂମି କ୍ଷେତ୍ରରେ ଓଡିଶାର ଦ୍ରୁତ ବିକାଶ ଆମ ପାଇଁ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ।


    ଆପଣମାନେ ଜାଣନ୍ତି, ନିକଟରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ତିନି ଦିନ ରହିଥିଲେ। ତାଙ୍କ ସ୍ୱାଗତ ଭାଷଣ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ଓଡିଶାକୁ ଏବେ ବିକାଶ କ୍ଷେତ୍ରରେ ପ୍ରାଥମିକତା ଦିଆଯାଉଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଭିଜନ୍‌ରେ ଓଡିଶାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି। ନୂଆ ସରକାର ଗଠନ ଦିନ ଠାରୁ ପ୍ରଧାନମନ୍ତ୍ରୀ, ତିନି ଥର ଓଡିଶା ଆସିଲେଣି। ଆଗାମୀ ଜାନୁଆରୀ ରେ ମଧ୍ୟ ଦୁଇ ଥର ଆସିବାର ସମ୍ଭାବନା ରହିଛି।

    ଓଡିଶାକୁ ମାନ୍ୟବର ରାଷ୍ଟ୍ରପତି ମଧ୍ୟ ଫୋକସରେ ରଖିଛନ୍ତି। କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ବାରମ୍ବାର ଆସୁଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ବିକାଶର ଆଭିମୁଖ୍ୟରେ ଓଡିଶା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣମାନେ ନିଶ୍ଚୟ ଅନୁଭବ କରୁଥିବେ।
    ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାର ବିକାଶ ପାଇଁ ଆମର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ।

    ଆଜି ଏଠାରେ ଏକ ଜନଜାତି ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରପୋର୍ଟ ଓ ସବ୍‌-ଡିଭିଜିନାଲ୍ ହସ୍ପିଟାଲର ଉନ୍ନତିକରଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖା ଯାଉଛି।

    ଓଡିଶାରେ ଜନଜାତିଙ୍କ ବିକାଶ ଦିଗରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଜୀ, ଯିଏ କି ଆମ୍ଭ ସମସ୍ତଙ୍କ ପାଇଁ ଜୁଏଲ ଭାଇ ଭାବରେ ବେଶ୍ ଜଣାଶୁଣା ଅନେକ କାମ କରିଛନ୍ତି। ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରୁ ଆରମ୍ଭ କରି ବର୍ତ୍ତମାନ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀଙ୍କ ଦିଗଦର୍ଶନରେ ଦେଶର ଜନଜାତିଙ୍କ ସହିତ ଓଡିଶାର ଜନଜାତିଙ୍କ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରୁଛନ୍ତି ଯେପରିକି ପି.ଏମ୍. ଜନମନ ଯୋଜନା, ଧର୍‌ତୀ ଆବା ଗ୍ରାମ ଉତ୍କର୍ଷ ଯୋଜନା ଆଦି ଯୋଜନା। ଏଥିପାଇଁ ମୁଁ, ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି।

    ଆଜି ଏଠାରେ ସ୍ଥାପିତ ହେଉଥିବା ଜନଜାତି ଗବେଷଣା ଓ ଉନ୍ନୟନ କେନ୍ଦ୍ର ସ୍ଥାପନ ପାଇଁ ମୁଁ ରାଷ୍ଟ୍ରପତିଜୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।  ଏହାର ସ୍ଥାପନ ପଛରେ ମହାମହିମ ରାଷ୍ଟ୍ରପତିଙ୍କ ପ୍ରଚ୍ଛନ୍ନ ଆଶୀର୍ବାଦ ରହିଛି। ୫ ଏକର ଅଞ୍ଚଳ ପରିମିତ ଜମି ଉପରେ  ଏହା ପ୍ରତିଷ୍ଠା ହେବ। ସାରା ଓଡିଶାର, ବିଶେଷ କରି ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର ଆଦିବାସୀ କଳା ସଂସ୍କୃତିର ସଂରକ୍ଷଣ ଓ ବିକାଶ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ସହିତ ଆଦିବାସୀମାନଙ୍କ ଜୀବିକାର ବିକାଶ, ଦକ୍ଷତା ବିକାଶ ଓ ସେମାନଙ୍କୁ ଉଦ୍ୟୋଗୀ ଭାବେ ଗଢି ତୋଳିବା ପାଇଁ ମଧ୍ୟ ଏହି କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ। 

    ଓଡିଶା, ବିଶେଷ ଭାବେ ଆଦିବାସୀ ଅଧ୍ୟୁଷିତ ଏକ ବୃହତ ଜିଲ୍ଲା ମୟୂରଭଞ୍ଜରେ ଯେପରି ଭାବେ ମହାମହିମ ବିକାଶ ପାଇଁ ବ୍ୟକ୍ତିଗତ ସ୍ତରରେ ଧ୍ୟାନ ଦେଉଛନ୍ତି, ତାହା ଅତୁଳନୀୟ। ମହାମହିମ ରାଷ୍ଟ୍ରପତି ମହୋଦୟା, ଆପଣ ଆମ ସମସ୍ତଙ୍କ ସହିତ ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ।

    ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଓଡିଶା ପ୍ରତି ମହାମହିମଙ୍କର ଆଶୀର୍ବାଦ ଏମିତି ରହିଥାଉ ଏବଂ ଦେଶର ସେବା କରିବା ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ଅମାପ ଶକ୍ତି ଏବଂ ସାମର୍ଥ୍ୟ ପ୍ରଦାନ କରନ୍ତୁ।

  • ମହାମହିମ ସାଉଁଟିଲେ ପିଲାଦିନ ସ୍ମୃତି

    ମହାମହିମ ସାଉଁଟିଲେ ପିଲାଦିନ ସ୍ମୃତି

    ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଚତୁର୍ଥ ଥର ପାଇଁ ଆସୁଥିବା ବେଳେ ପ୍ରଥମ ଥର ନିଜ ଜନ୍ମମାଟି କୁସୁମୀ ବ୍ଲକ ଅନ୍ତର୍ଗତ “ଉପରବେଡା” ଗ୍ରାମକୁ ଯାଇଛନ୍ତି । ରାଷ୍ଟ୍ରପତି କଲେଇକୁଣ୍ଡା ଏୟାରବେସରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ବ୍ଲକ ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଛନ୍ତି । ସେଠାରେ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ଏବଂ ରାଜ୍ୟ ଜଙ୍ଗଲ,ପରିବେଶ ଓ ଶ୍ରମ ମନ୍ତ୍ରୀ ଇଂ ଗଣେଶ ରାମ ଖୁଣ୍ଟିଆ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଅତି ସୁନ୍ଦର ଭାବରେ ଗାଁ ଏବଂ ଗାଁ ବିଦ୍ୟାଳୟକୁ ସଜାଯାଇଛି ।


    ରାସ୍ତାକଡ଼ରେ ଆଦିବାସୀ ପାରମ୍ପରିକ ନୃତ୍ଯରେ ନୃତ୍ୟ ଦଳ ତାଙ୍କୁ ସ୍ବାଗତ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ବରେ ଛିଡ଼ା ହୋଇଥିବା ଗାଁ ମାଟିର‌ ସାଙ୍ଗ,ସାଥୀ ,ବନ୍ଧୁ ବାନ୍ଧବଙ୍କ ସହ ଅଂଚଳ ବାସୀଙ୍କୁ ହାତ ହଲାଇ ଶୁଭେଛା ଜଣାଇଥିଲେ । ପୋଲିସ ଓ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ଓ ସୁରକ୍ଷା ପ୍ରତି କଡ଼ା ନଜର ଦିଆଯାଇଥିଲା । ଛୋଟବେଳେ ପାଠ ପଢୁଥିବା ସ୍କୁଲ ‘ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ ଓ ‘କମଳା ବିମଳା ହାଇସ୍କୁଲ’ ପରିଦର୍ଶନ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ପିଲାଦିନର ସ୍ମୃତି ବଖାଣିଛନ୍ତି। ସାରା ଗାଁ ତାଙ୍କୁ କିଭଳି ଭଲ ପାଉଥିଲା ସେ ବିଷୟରେ ମଧ୍ୟ କହିଛନ୍ତି। ମହାମହିମଙ୍କ ସୁରକ୍ଷା ପାଇଁ ସୁରକ୍ଷା ଦୃଷ୍ଟିରୁ ଉପରବେଡ଼ା ସମେତ ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି ।