Category: କୋରାପୁଟ

  • ବୈପାରୀଗୁଡା: ସୁକୁନାଳ ନିକଟରେ ଅଜଣା ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ

    ବୈପାରୀଗୁଡା: ସୁକୁନାଳ ନିକଟରେ ଅଜଣା ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ

    କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧୀନ ଗୁପ୍ତେଶ୍ୱର ଶୈବପୀଠ ପାଖରେ ଥିବା ସୁକୁନାଳ ନିକଟରେ ଜଣେ ମହିଳାଙ୍କର କ୍ଷତ-ବିକ୍ଷତ ଶବକୁ ପୋଲିସ ଜବତ କରିଛି । ବୁଧବାର ରାତିରେ ମହିଳାଙ୍କ ଶବ ସୁକୁନାଳ ନିକଟରେ ପଡିଥିବାର ସୂଚନା ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଶବକୁ ଠାବ କରିଥିଲା । ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ଜଣା ପଡିନାହିଁ । ମହିଳାଙ୍କ ଶରୀରର ବିଭିନ୍ନ ଅଂଶ ଏବଂ ବେକରେ ଧାରୁଆ ଅସ୍ତ୍ର ଦ୍ୱାରା ହୋଇଥିବା ଆକ୍ରମଣର ଚିହ୍ନ ସ୍ପଷ୍ଟ ବାରି ହେଉଛି । ତେବେ, ସାଧାରଣରେ ଏହା ଆତ୍ମହତ୍ୟା ନୁହଁ ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି । ମହିଳାଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା କିମ୍ବା ଶବ ପଡିଥିବା ସ୍ଥାନକୁ ଆଣି ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି । ତେବେ ବୈପାରୀଗୁଡା ଥାନାରେ, ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ନିରୁଦ୍ଧିଷ୍ଟ ଥିବା କିମ୍ବା ହତ୍ୟାକାଣ୍ଡକୁ ନେଇ ଅଭିଯୋଗ କରିନାହାନ୍ତି । ତେଣୁ ମୃତ ମହିଳା ଜଣଙ୍କ କିଏ ଓ ତାଙ୍କୁ କିଏ, କାହଁକି ହତ୍ୟା କରିଥିଲେ ତାକୁ ନେଇ ବୈପାରୀଗୁଡା ପୋଲିସ ତଦନ୍ତ ଜୋରଦାର କରିଛି ।

  • ଆସନ୍ତା ନଭେମ୍ବେର ୧ରୁ କୋରାପୁଟ ବ୍ମୁଜର ପୁଟସିଲରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍‌

    ଆସନ୍ତା ନଭେମ୍ବେର ୧ରୁ କୋରାପୁଟ ବ୍ମୁଜର ପୁଟସିଲରେ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍‌

    ଆସନ୍ତା ନଭେମ୍ବେର ୧ରୁ କୋରାପୁଟ ବ୍ମୁଜର ପୁଟସିଲରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତବର୍ଷ ହେଉଥୁବା ଏହି ଇକୋ ରିଟ୍ରିଟ୍‌ ଜରିଆରେ ୧୦ଟି ସ୍ବତନ୍ତ୍ର ଅସ୍ଥାୟୀ କଟେଜ ସହ ଅନ୍ୟ ବର୍ଗର ୧୮ଟି କଟେଜ୍‌ କରାଯାଇଛି ବୋଲି ଜିଲାପାଳ ଅବଦଲ ଏମ୍‌. ଅଖତାର କହିଛନ୍ତି। ବର୍ଭମାନ ସୁଦ୍ଧା ଏହାର ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ ସରିଛି। ଓଡ଼ିଶାର ସୁଇଜରଲାଣ୍ଡ ରୂପେ ପରିଚିତ ଉଚ୍ଚତମ ପର୍ବତ ଦେଓମାଳି ପାଦଦେଶରେ ଏହି ଇକୋ ରିଟ୍ରିଟ୍‌ ଜରିଆରେ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏପରି ୨୮ଟି କଟେଜ ନିର୍ମାଣ କରାଯାଇଛି । ଇକୋ ରିଟ୍ରଟ୍‌ ତଥା ପଯ୍ୟଟନ ଓ୍ୱେବ୍‌ସାଇଟ୍‌ରେ ଅନ୍‌ଲାଇନ ଜରିଆରେ ଏହି କଟେଜ ବୁକିଂ ବ୍ୟବସ୍ଥା ହୋଇଛି। କଟେଜର ଦୈନିକ ଦର ୬ ହଜାରରୁ ୮ ହଜାର ମଧ୍ଯରେ ରହିବ। ଆବଶ୍ୟକ ହେଲେ ଏହାର ଦର ସାମାନ୍ୟ ବୃଦ୍ଧି କରାଯିବ। ଫେବୃୟାରୀ ଶେଷ ଯାଏ ଏହି ଇକୋ ରିଟ୍ରିଟ୍‌ ଚାଲିବ। ପୁଟସିଲ ଗ୍ରାମ ନିକଟ ତଥା ଦେଓମାଳି ପାହାଡ଼ ପାଦଦେଶରେ ଥବା ଗିର୍ଲିମାଳିରୁ ୨୬ ନମ୍ବର ଜାତୀୟ ରାଜପଥରେ ସେମିଳିଗୁଡ଼ାରୁ ଦୁଧାରି ଦେଇ ୩ କି.ମି. ଗଲେ ପଡିବ ପୁଟସିଲ | ପାହାଡ଼କୁ ଲାଗି ରହଥିଦା ଏହି ସ୍ଥାନର ମଝିରେ ରହିଛି ବିସ୍ଥୀର୍ଣ୍ଣ ସମତଳ ଭୂମି। ପ୍ରାକୃତିକ ପରିବେଶ ମଧ୍ଯରେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନଙ୍କୁ କିପରି ସ୍ଥାନୀୟ ଖାଦ୍ୟଶସ୍ଯର ବିଭିନ୍ନ ବ୍ୟଞ୍ଜନ ପରଷାଯିବ ସେଥୁପ୍ରତି ଗୁରୁତ୍ବ ଦିଆଯାଇଛି।

  • ଭିଜିଲାନ୍ସ ଜାଲରେ ଆଉ ଜଣେ ପୁଲିସ କର୍ମଚାରୀ

    ଭିଜିଲାନ୍ସ ଜାଲରେ ଆଉ ଜଣେ ପୁଲିସ କର୍ମଚାରୀ

    ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ପୁଲିସ କର୍ମଚାରୀ। ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ମହିଳା ଏଏସ୍‌ଆଇ ଦୀପିକା ହୀରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

    ଦୁଇ ଦିନ ତଳେ ଅନୁଗୋଳ ଜିଲ୍ଲା କିଆକଟା ଥାନାର ଏଏସ୍‌ଆଇ ନବୀନ ଶତପଥୀ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେହିପରି ଗତ ୨୧ ତାରିଖରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଅର୍ଥ ନେଉଥିବା ବେଳେ ଧରାପଡ଼ିଥିଲେ। ଜୁଲାଇ ୧୯ ତାରିଖରେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ବାବଦକୁ ୫୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜୁଲାଇ ୧୩ ତାରିଖରେ ୧୫ ହଜାର ଲାଞ୍ଚ ନେଲା ବେଳେ ଭୁବନେଶ୍ୱରର ସହିଦ ନଗର ଥାନା ଏଏସ୍‌ଆଇ ମମତା ବସ୍ତିଆଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ଜୁଲାଇ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏଏସ୍‌ଆଇ ନିର୍ମଳ କୁମାର ସେନାପତି।

    ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୁଲାଇ ୨୫ ତାରିଖରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝୀ। ଜୁଲାଇ ୨୧ ତାରିଖରେ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ ବଲାଙ୍ଗିର ଡିପିସି ଅଫିସର ଜଣେ ମହିଳା ଅଧିକାରୀ ପୁଷ୍ପାଙ୍ଗିନୀ ଯୋଶୀ। ଜୁଲାଇ ୧୦ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବାଲେଶ୍ୱର-ମୟୂରଭଞ୍ଜ ବୃହ୍ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ ମାନସ ରଞ୍ଜନ ଦାସ। ଜୁଲାଇ ୫ ତାରିଖରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳର ରାଜସ୍ୱ ନୀରିକ୍ଷକ ସୀମାଞ୍ଚଳ ସାହୁ।

  • ଓଲଟା ହୋଇଗଲା ପରିଣାମ

    ଗଞ୍ଜେଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଅବକାରୀ ଆଇଆଇସି ସହ ୨ ଜଣ କନଷ୍ଟେବଲ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଘୋଡ଼ାହାଡ଼ ଗାଁରେ ଗତକାଲି ରାତିରେ। ଅବକାରୀ ଆଇଆଇସି ଓ କନଷ୍ଟେବଲଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଗଞ୍ଜେଇ ମାଫିଆ।

    ସୂଚନା ଅନୁଯାୟୀ, କୋଟପାଡ୍ ଥାନା ଘୋଡାଘାଟ ଗାଁରେ ଗଞ୍ଜେଇ କାରବାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା କୋଟପାଡର ଅବକାରୀ ଟମ୍। ଏନେଇ ଗତକାଲି କୋଟପାଡ ଓ ବୋରିଗୁମ୍ମାର ଅବକାରୀ ଟିମ୍ ମିଳିତ ଭାବେ ୩ଟି ବୋଲେରୋ ଗାଡିରେ ଘୋଡାଘାଟ ଗାଁ ଓ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲେ। ତିନୋଟି ଟିମ୍‌ ବିଭିନ୍ନ ସ୍ଥାନରେ ଛକି ରହି ମାଫିଆଙ୍କୁ ଧରିବା ଲାଗି ଜାଲ ବିଛାଇଥିଲେ। ଦୁଇ ଟିମ୍‌ ଗାଁରେ ଚଢ଼ାଉ କରିଥିବା ବେଳେ ଅନ୍ୟ ଏକ ଟିମ୍‌ ଜଙ୍ଗଲରେ ଚଢ଼ାଉ କରିଥିଲେ। ତେବେ ଜଙ୍ଗଲ ଭିତରେ ଚଢାଉ ବେଳେ ପ୍ରତି ଆକ୍ରମଣ କରିଥିଲେ ମାଫିଆ। ୨୫ରୁ ଅଧିକ ଗଞ୍ଜେଇ ମାଫିଆ ପ୍ରଥମେ ଠେଙ୍ଗା, ଖଣ୍ଡା, ଭୁଜାଲି ଓ ବନ୍ଧୁକ ଦେଖାଇ ଅବକାରୀ କର୍ମଚାରୀଙ୍କ ଭୟଭୀତ କରିଥିଲେ। ପରେ ଗଞ୍ଜେଇ ମାଫିଆମାନେ ଖଣ୍ଡାରେ ଅବକାରୀ ଆଇଆଇସି ଓ ୨ କନଷ୍ଟେବଲଙ୍କୁ ଆକ୍ରମଣ କରିଥିଲେ।

  • କୋରାପୁଟ: ରାତ୍ରି ଭୋଜନ ଖାଇ ୮ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଅସୁସ୍ଥ

    କୋରାପୁଟ: ରାତ୍ରି ଭୋଜନ ଖାଇ ୮ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଅସୁସ୍ଥ

    ହଷ୍ଟେଲରେ ରାତ୍ର ଭୋଜନ ଖାଇବା ପରେ ୮ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ସମସ୍ତ ଛାତ୍ରଛାତ୍ରୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ବୋଲି ସୂଚନା ମିଳିଛି । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ହଷ୍ଟେଲକୁ ଫେରିଥିବା ଜଣାପଡ଼ିଛି।

    ପ୍ରାପ୍ତ ଖବର ଅନୁସାରେ,ଗତକାଲି ରାତିରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ହଷ୍ଟେଲ କ୍ୟାଣ୍ଟିନରେ ଭୋଜନ କରିଥିଲେ। ପରେ ସେମାନେ ନିଜ ନିଜ ରୁମ୍‌କୁ ଚାଲିଯାଇଥିଲେ। ଖାଦ୍ୟ ଖାଇବାର କିଛି ସମୟ ପରେ କିଛି ଛାତ୍ରଛାତ୍ରୀଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ପରେ ସେମାନଙ୍କୁ ହଷ୍ଟେଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

    ପ୍ରାଥମିକ ଚିକିତ୍ସା ପରେ କିଛି ଛାତ୍ର ସୁସ୍ଥ ହୋଇଯାଇଥିବା ବେଳେ ୮ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିଲା। ପରେ ସେମାନଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା।ରାତ୍ର ଭୋଜନ କରିବା ପରେ ପିଲାମାନେ କେଉଁ କାରଣ ପାଇଁ ଅସୁସ୍ଥ ହୋଇପଡ଼ିଥିଲେ ତାହା କାରଣ ଜଣାପଡ଼ି ନାହିଁ। ଚିକିତ୍ସା ପରେ ଏବେ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଜଣାପଡ଼ିଛି। ଏ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି।

  • ଦୁର୍ଘଟଣାରେ ଚାଲିଗଲା ବାପା ମା’ଙ୍କ ସହ ଝିଅର ଜୀବନ

    ଦୁର୍ଘଟଣାରେ ଚାଲିଗଲା ବାପା ମା’ଙ୍କ ସହ ଝିଅର ଜୀବନ

    କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଘଟିଛି ୩ଜଣଙ୍କର ମୃତ୍ୟୁ ।  ଆଜି ସକାଳେ ଏକ କାର୍‌ରେ ବାପା ମା’ ଓ ଛୋଟ ଝିଅ କୌଣସି କାମରେ ବୈପାରୀଗୁଡ଼ାରୁ ବିଶାଖାପାଟଣା ଯାଉଥିଲେ । ଏହି ସମୟରେ ପୁଙ୍ଗାର ଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ସେମାନଙ୍କ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାପା ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଝିଅଟିର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଟ୍ୟାଙ୍କର ଓ ତାର ଡ୍ରାଇଭରକୁ ଅଟକ ରଖିଛନ୍ତି। ଦୁର୍ଘଟଣାରେ ପରେ ଜାତୀୟ ରାଜପଥରେ ଗାଡ଼ିଚଳାଚଳ ବନ୍ଦ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

    ଆଜି ସକାଳ ପ୍ରାୟ ୬ଟା ବେଳେ ଜୟପୁରରୁ ଏକ କାର( ଓଡି୧୦ପି ୫୯୧୨)ରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ(ବାପା,ମା ଓ ଛୁଆ) ବିଶାଖାପାଟଣା ଅଭିମୁଖେ ଯାଉଥିଲେ। ଅପରପକ୍ଷରେ ଏକ ଟ୍ୟାଙ୍କର ବିଶାଖାପାଟଣାରୁ ଦାମନଯୋଡ଼ି ଅଭିମୁଖେ ଆସୁଥିଲା। ଜାତୀୟ ରାଜପଥ-୨୬ର ପୁଙ୍ଗାର ଗାଁ ନିକଟରେ ଦୁଇଟି ଗାଡ଼ି ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କର ପ୍ରାଣହାନୀ ଘଟିଥିଲା।  ଖବର ପାଇ  ପଟାଙ୍ଗୀ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

    ଦୁଇ ଦିନରେ ଲଗାତର ଦୁଇଟ ବଡ ଧରଣର ଦୁର୍ଘଟଣା ସମଗ୍ର ଜିଲ୍ଲାକୁ ଦୋହଲାଇ ଦେଇଛି। ଗତକାଲି ଗଞ୍ଜାମ  ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏକ ବିବାହ ଭୋଜି ଖାଇସାରି ବରଯାତ୍ରୀ ଏକ ଘରୋଇ ବସରେ ଖଣ୍ଡଦେଉଳି ଫେରୁଥିଲେ। । OSRTC ବସ୍‌ ଗୁଡ଼ାରୀରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା । ବିଳମ୍ବିତ ରାତିରେ OSRTC ବସ୍ ଓ ବରଯାତ୍ରୀ ବସ୍ ମଧ୍ୟରେ ଖେମୁଣ୍ଡି କଲେଜ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ଏହି ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଚାଲିଗଲା । ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଥିବାବେଳେ ୪ ଜଣ ମହିଳା ଓ ୨ ଜଣ ଶିଶୁ ଥିଲେ

    ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସ ଓ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘରୋଇ ବସ୍‌ରେ ୨୫ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ଦୁଇଟି ବସ୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା । ଦୁର୍ଘଟଣାସ୍ଥଳକୁ ବ୍ରହ୍ମପୁର ଏସପି ଓ ତହସିଲଦାର ଯାଇ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ।

  • ନନ୍ଦପୁର: ଗଞ୍ଜେଇ ଭର୍ତ୍ତି ଟାଟା ଇଣ୍ଡିଗୋକୁ ଧରିଲା ପୋଲିସ

    ନନ୍ଦପୁର: ଗଞ୍ଜେଇ ଭର୍ତ୍ତି ଟାଟା ଇଣ୍ଡିଗୋକୁ ଧରିଲା ପୋଲିସ

    କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପାଡୁଆ ପୋଲିସ ଗଞ୍ଜେଇ ଚାଲାଣକାରୀ ଗାଡ଼ି ଏବଂ ଗଞ୍ଜେଇ ଜବତ କରିଛି । ଘଟଣାସ୍ଥଳରୁ ଚୋରାଚାଲାଣକାରୀ ଫେରାର ହୋଇଯାଇଛି । ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ନେଇ ସୂଚନା ଦେଇଛନ୍ତି ଏସଡିପିଓ ସଞ୍ଜୟ ମହାପାତ୍ର ।

    ବିଶେଷ ସୂତ୍ରରୁ ଖବର ପାଇ ଗେମେଲାପୁଟ ଗାଁ ନିକଟରେ ଚଢ଼ାଉ କରିଥିଲା ପୋଲିସ । ପାଡୁଆ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ହଠାତ୍ ରେଡ୍ କରିଥିଲେ । ଘଟଣାସ୍ଥଳରେ ଥିବା ଲାଲ ରଙ୍ଗର ଟାଟା ଇଣ୍ଡିଗୋ କାର୍ ଯାଞ୍ଚ କରିଥିଲେ ଥିଲେ । ପୋଲିସକୁ ଦେଖି ଚାଲାଣକାରୀମାନେ ସେଠାରୁ ଖସି ପଳାଇଥିଲେ । ଗାଡ଼ି ଯାଞ୍ଚବେଳେ ୫ ବସ୍ତା ଗଞ୍ଜେଇ ସହ ଗାଡ଼ି ଜବତ କରାଯାଇଥିଲା । ଜବତ ଗଞ୍ଜେଇର ଓଜନ ଥିଲା ୧୩୫ କେଜି । ଘଟଣାର ତଦନ୍ତ କରୁଛନ୍ତି ଏସଆଇ ଡି.କେ.ବାରିକ ।

    ସେପଟେ ଦୁଇଦିନ ପୂର୍ବେ ଚିତ୍ରକୋଣ୍ଡା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା । ଚିତ୍ରକୋଣ୍ଡା ବ୍ଲକ୍ ବଡ଼ପଦର ପଞ୍ଚାୟତ ଅଞ୍ଚଳରୁ ୮୫ଟି ବସ୍ତାରେ ଭର୍ତ୍ତି ଗଞ୍ଜେଇ ଜବତ ହୋଇଥିଲା । ଜଙ୍ଗଲରେ ରେଡ୍ କରି ଏତେ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା ଯାହାର ମୂଲ୍ୟ ୨ କୋଟି ୧୫ ଲକ୍ଷ ଥିଲା । ତେବେ ଘଟଣାରେ କୌଣସି ଅଭିଯୁକ୍ତ ଧରାପଡ଼ିନଥିଲେ । ପୋଲିସ ପହଞ୍ଚିବା ପୂର୍ବରୁ ଚୋରା ଚାଲାଣକାରୀ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର୍ ହୋଇଯାଇଛନ୍ତି । ଏତେ ପରିମାଣର ଗଞ୍ଜେଇ କେଉଁଠି ଆସିଲା, କାହାର ସଂପୃକ୍ତି ସେ ନେଇ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିଯିବ ବୋଲି ପୋଲିସ କହିଛି ।

  • ଗାଡିରେ ପ୍ରେସ୍ ଲେଖି ଗଞ୍ଜେଇ ହେଉଥିଲା ଚୋରା ଚାଲାଣ, ମାଡି ବସିଲା ପୋଲିସ

    ଗାଡିରେ ପ୍ରେସ୍ ଲେଖି ଗଞ୍ଜେଇ ହେଉଥିଲା ଚୋରା ଚାଲାଣ, ମାଡି ବସିଲା ପୋଲିସ

    ପ୍ରେସ ଗାଡିରେ ଗଞ୍ଜେଇ ହେଉଛି ଚୋରା ଚାଲାଣ । ଚୋର ଆପଣେଇଲା ଗଞ୍ଜେଇ ଚୋରୀର ନୂଆ ଫର୍ମୁଲା । ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ପାଡୁଆ ବଡ଼ ଦେବତା ମନ୍ଦିର ନିକଟ ଛକର । ଏକ XUV ଗାଡ଼ିରୁ ପୋଲିସ ଦ୍ବାରା ୧୫୧ କେଜି ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଉଛନ୍ତି ମହାରାଷ୍ଟ୍ରର ଔରାଙ୍ଗାବାଦ ଅଞ୍ଚଳର ମିଳିନ୍ଦ ଚିକତେ ଓ ଶୁଭମ ସଞ୍ଜୟ ସିନ୍ଧେ ।

    ଗତକାଲି ରାତିରେ କୋରାପୁଟ ଏସ୍‌ପିଙ୍କୁ ଇନପୁଟ ମିଳିଥିଲା ଯେ, ଏକ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି । ସୂଚନା ପାଇବା ମାତ୍ରେ ପାଡ଼ୁଆ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ସକ୍ରିୟ ହୋଇଉଠିଥିଲେ । ବଡ଼ ଦେବତା ମନ୍ଦିର ନିକଟରେ ପୋଲିସର ମିଳିତ ଟିମ୍ ଗାଡ଼ିମୋଟର ଗୁଡ଼ିକୁ ଯାଞ୍ଚ କରିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଏହି XUV-500 ଗାଡ଼ିକୁ ପୋଲିସ ସନ୍ଦେହ କରିବା ସହିତ ଅଟକାଇଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଗାଡିର ଆଗ ଓ ପଛରେ ପ୍ରେସ ଲେଖାଯାଇଥିଲା । କାରଣ ଗଣମାଧ୍ୟମ ଗାଡି ଦେଖିଲେ ହୁଏତ ଅଧିକ ଯାଞ୍ଚ ହେବନାହିଁ ଭାବି ଚୋର ଏହି ଫଣ୍ଡା ଆପଣାଇଥିଲା ।

    ହେଲେ ଚୋରଙ୍କ ଏହି ଚକ୍ରାନ୍ତ ଫେଲ ମରିଥିଲା । ଯାଞ୍ଚ ବେଳେ ଏହି ଗାଡ଼ି ଭିତରୁ ୭ଟି ଜରି ବସ୍ତାରେ ଗଞ୍ଜେଇ ମିଳିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ପ୍ୟାକେଟ ଗୁଡ଼ିକୁ ଓଜନ କରାଯାଇଥିବା ବେଳେ ସେଥିରେ ୧୫୧ କେଜି ଗଞ୍ଜେଇ ଥିବା ଜଣାପଡ଼ିଥିଲା ।

    ଏସମ୍ପର୍କରେ ସୂଚନା ଦେବାକୁ ଯାଇ ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି ଯେ, ପୋଲିସ୍ ଆଖିରେ ଧୂଳି ଦେଇ ଯାଞ୍ଚରୁ ଖସିଯିବା ପାଇଁ ଅଭିଯୁକ୍ତ ମାନେ ଗାଡ଼ିରେ ପ୍ରେସ ଲେଖିଥିଲେ, କିନ୍ତୁ ସେମାନେ ସାମ୍ବାଦିକ ନୁହନ୍ତି ।

  • ସରକାରୀ ବସକୁ ଗୁଳିମାଡ଼, ପୋଲିସର ଖୋଳତାଡ଼

    ସରକାରୀ ବସକୁ ଗୁଳିମାଡ଼, ପୋଲିସର ଖୋଳତାଡ଼

    ସରକାରୀ ବସ୍ ଉପରେ ଗୁଳିମାଡ଼ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟରେ । ଏକ ସରକାରୀ ବସ୍ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇନାହାଁନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

    ସୂଚନା ଅନୁସାରେ ଗତକାଲି ରାତିରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏକ ଏସି ଡିଲକ୍ସ ବସ୍‌ ମାଲକାନଗିରି ଜିଲ୍ଲା ବାଲିମେଳାରୁ ବାହାରିଥିଲା । ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା । ବୈପାରୀଗୁଡ଼ା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ବସ୍ ଉପରକୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଗୁଳି ବସ୍‌ର ଗୋଟିଏ ପାର୍ଶ୍ୱ ଝରକାରେ ବାଜିଛି । ବସ୍ ଯାତ୍ରୀମାନେ ଏହାକୁ ନେଇ ଭୟଭୀତ ହୋଇଥିଲେ । ଘଟଣା ସମ୍ପର୍କରେ ବୈପାରୀଗୁଡ଼ା ପୋଲିସକୁ ଖବର ଦିଆଯାଇଥିଲା ।

    ତେବେ ଏଭଳି ଗୁଳିମାଡ଼ କିଏ ଓ କାହିଁକି କଲା ତାହା ଏଯାଏ ସ୍ପଷ୍ଟ ହୋଇନି । କେହି ପୂର୍ବ ଶତ୍ରୁତାରୁ ଏଭଳି କରିଥିବା ସନ୍ଦେହ କରାଯାଉଥିବା ବେଳେ ମାଓବାଦୀମାନେ ମଧ୍ୟ ଏଭଳି କାମ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ।

  • ଆମ୍ୱୁଲାନ୍ସ ନ ଆସିବାରୁ ଚାଲିଗଲା ରୋଗୀ ଜୀବନ

    ଆମ୍ୱୁଲାନ୍ସ ନ ଆସିବାରୁ ଚାଲିଗଲା ରୋଗୀ ଜୀବନ

    ରୋଗୀଙ୍କୁ ନେବାକୁ ଯାଉଥିବା ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗି ଜଳିଯାଇଥିବା ବେଳେ ଆମ୍ବୁଲାନ୍ସ ଆପେକ୍ଷାରେ ଥିବା ରୋଗୀ ଶେଷରେ ଆଖି ବୁଜିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ପଞ୍ଚାୟତ ଗୁଲିମିଗୁଡା ଗାଁରେ। ଏପରି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସରକାରୀ ଅମ୍ବୁଲାନ୍ସ ନ ପହଞ୍ଚିବାରୁ ଏପରି ହୋଇଥିବାରୁ କ୍ଷତିପୂରଣ ଦାବି କରୁଛନ୍ତି ପରିବାର ଲୋକେ।

    ଗୁଲିମିଗୁଡାର ଜଣେ ବ୍ୟକ୍ତିଙ୍କୁ ଯନ୍ତ୍ରଣା ହେବାରୁ ଡାକ୍ତର ଖାନା ନେବାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ବନ୍ଧୁଗାଁ ମେଡିକାଲରୁ ଆମ୍ବୁଲାନ୍ସ ରୋଗୀଙ୍କୁ ଆଣିବାକୁ ବାହାରିଥିଲା। ଗାଁ ଆଡକୁ ଆମ୍ବୁଲାନ୍ସ ଆଗେଇ ଯାଉଥିବା ବେଳେ ହଠାତ୍ ଆମ୍ବୁଲାନ୍ସରେ ନିଆଁ ଲାଗି ପୋଡିଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ପୋଡିଯାଇଥିବା ଆମ୍ୱୁଲାନ୍ସ କିଛି ଦିନ ତଳେ ବନ୍ଧୁଗାଁ ମୋଡିକାଲକୁ ଭୁବନେଶ୍ୱରରୁ ପଠାଯାଇଥିଲା। ହେଲେ ଆମ୍ବୁଲାନ୍ସର ନ ଥିଲା ଫିଟନେସ ସାର୍ଟିଫିକେଟ। କାରଣ ଏହା ଥିଲା ୧୭ ବର୍ଷ ପୁରୁଣା ଗାଡି। ନୂଆ ନିୟମ ଆନୁଯାୟୀ ଏହି ଗାଡିକୁ ରାସ୍ତାରେ ଗଡିବା ମନା। ତେଣୁ ଏହି ନୂଆ ନିୟମ ବିଷୟରେ ଜାଣି ନ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସରକାରୀ କଳ ପଠାଇ ଦେଇ ବାହାବା ନେବାକୁ ଚେଷ୍ଟା କରିଥିଲା। ସେପଟେ, ଆମ୍ବୁଲାନ୍ସକୁ ଅପେକ୍ଷା କରି ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜି ଦେଇଛନ୍ତି ରୋଗୀ।

    ଆମ୍ବୁଲାନ୍ସରେ ନିଆଁ ଲାଗିବାକୁ ନେଇ ପ୍ରାଥମିକ ତଦନ୍ତ ପରେ ଜଣାପଡିଛି କି, ବାଟରେ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଆମ୍ବୁଲାନ୍ସଟି ପୁରୁଣା ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଜଳିଯାଇଛି। ଅନ୍ୟପଟେ ଆମ୍ବୁଲାନ୍ସ ଆସୁଥିବା ଜାଣି ରୋଗୀଙ୍କ ପରିବାର ତାଙ୍କୁ ହସ୍ପିଟାଲ ନେବାକୁ ଅନ୍ୟ କୌଣସି ଉପାୟ ଆପଣେଇ ନ ଥିଲେ। ଆଉ ରୋଗୀ ଯନ୍ତ୍ରଣାରେ ଦୀର୍ଘ ସମୟ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବାରୁ ଏହି ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି ପୀଡିତ ପରିବାର।

    ତେବେ ଆମ୍ୱୁଲାନ୍ସକୁ ନେଇ ଏପରି ଅଘଟଣ ରାଜ୍ୟରେ ନୂଆ ନୁହେଁ। କିଛି ଦିନ ତଳେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ରୋଗଗ୍ରସ୍ତ ଶିଶୁକୁ ହସ୍ପିଟାଲ ଆଣିବାକୁ ଆମ୍ୱୁଲାନ୍ସ ପାଇଁ ଫୋନ ହୋଇଥିଲା। ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଆମ୍ୱୁଲାନ୍ସ ଗାଁରେ ପହଞ୍ଚି ନ ଥିଲା ଆଉ ଶିଶୁର ମୃତ୍ୟୁ ହୋଇଥିଲା।