Category: କୋରାପୁଟ

  • ବିଲାପୁଟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ସମାପନ

    ବିଲାପୁଟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ସମାପନ

    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଇ ପଂଚାୟତର ବିଲାପୁଟ ଜଗନ୍ନାଥ ମନ୍ଦିରରେ ସପ୍ତାହବ୍ୟାପୀ ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିଛି | ପ୍ରଥମ ପିତାଗୁଡାରୁ ଆଡିଥିବା ଦୁଇ ହଜାର ଲୋକ କଳସ ଯାତ୍ରାରେ ସାମିଲ ହୋଇଥିଲେ | ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ପରେ ସମସ୍ତଙ୍କ ପାଇଁ ଦିବା ରାତ୍ର ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା |

    ଚତୁର୍ଦ୍ଧାମୂର୍ତ୍ତୀଙ୍କ ସିଂହାସନ ବିଜେ ଦିନ କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, ପିତମ ପାଢୀ ଉପସ୍ଥିତ ରହିଥିଲେ | ସମାପନ ଦିନ ଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ ଯୋଗ ଦେଇଥିଲେ | ଏକ ପାକୃତିକ ପରିବେଶରେ ପାହାଡରେ ଆବୃତ ସ୍ଥାନରେ ମନ୍ଦିର ଦଣ୍ଡାୟମାନ ହୋଇଥିବାବେଳେ ଭକ୍ତ ମାନେ, ଗ୍ରାମବାସୀ ଓ ପ୍ରଶାସନ ସହଯୋଗରେ ମନ୍ଦିର ନିର୍ମାଣ ହୋଇଛି |

    ସମସ୍ତେ ମୁକ୍ତ ହସ୍ତରେ ମନ୍ଦିରକୁ ଦାନ କରିବାପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି |

    ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀ ଅକୁଣ୍ଠ ସହଯୋଗ କରିଥିଲେ | ଅନ୍ୟମାନଙ୍କ ମଧ୍ଯରେ ପ୍ରଫୁଲ୍ଲ ପାଂଗୀ,ରାଜେନ୍ଦ୍ର କୁମାର ପାତ୍ର, ଏମ.ଏମ.ଅଗ୍ରୱାଲ, ଶ୍ରୀଯୁକ୍ତ ପାଣି, ଆନନ୍ଦ ପାଟୱାନିଆ, ସ୍ନିଗ୍ଧାରାଣୀ ମିଶ୍ର, ଡକ୍ଟର ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ | ଗ୍ରାମର ମନ୍ଦିର କମିଟି ସମସ୍ତ ଦାୟିତ୍ବ ସୂଚାରୁ ରୂପେ ପାଳନ କରିଥିଲେ |

  • ଦୁଧାରି ପଞ୍ଚାୟତରେ 5ଟି ଅଙ୍ଗନବାଡି କେନ୍ଦ୍ରରେ ସମିତିସଭ୍ୟାଙ୍କ ପରିଦର୍ଶନ

    ଦୁଧାରି ପଞ୍ଚାୟତରେ 5ଟି ଅଙ୍ଗନବାଡି କେନ୍ଦ୍ରରେ ସମିତିସଭ୍ୟାଙ୍କ ପରିଦର୍ଶନ

    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଦୁଧାରି ପଂଚାୟତର ଅଙ୍ଗନବାଡି ସେକ୍ଟର, ଶୁଣ୍ଢୀପୁଟ, ୱାର୍ଡ, ମନ୍ଦାରଗୁଡ଼ା, ଦୁଧାରି ଗ୍ରାମରେ ଜନ୍ମରୁ 6 ମାସ ଶିଶୁ, 7ମାସରୁ 3ବର୍ଷ ଶିଶୁ ଏବଂ 11ବର୍ଷରୁ 14 ବର୍ଷର କିଶୋରୀ ଓ 18 ରୁ 19 ବର୍ଷ ପିଲାଙ୍କ ସୁବିଧା, ଗର୍ଭବତି ମହିଳା, ପ୍ରସୂତି, ଦୃଷ୍ଟିହୀନ ଶିଶୁ ଏବଂ ଅଙ୍ଗନବାଡି କେନ୍ଦ୍ରରେ ସରକାର ଯୋଗାଉଥିବା ସୁବିଧା ଅଣ୍ଡା, ଚଣା, ଛତୁଆ, ମୁଡି, ଲଡ଼ୁ, ସୁଜି ଆଦି ଗାଁ କଲ୍ୟାଣ ସମିତିର ଅନୁଦାନ ଉପରେ ନେଇ ଦୁଧାରି ପଂଚାୟତ ସମିତି ସଭ୍ୟା, ସୁଷମା ପାଙ୍ଗି ଯାଇ ସ୍ଥିତି ଅନୁଧ୍ୟାନ କରି ତଦାରଖ କରିଥିଲେ |

    ଏହାସହ ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଶିକ୍ଷା, ଗୀତ, ନାଚ, ଦୁର୍ବଳ ଥିବା ନେଇ ସେମିଳିଗୁଡା ସିଡିପିଓ, ବିନୋଦିନୀ ବେହେରା ଏବଂ ସେକ୍ଟର ଇନଚାର୍ଜ ଉମାରାଣୀ ଘୋସଙ୍କୁ ସାକ୍ଷାତ କରି ଅଙ୍ଗନବାଡି କେନ୍ଦ୍ରରେ ପରିଦର୍ଶନ କରିବା ପାଇଁ କହିଥିଲେ |

  • ସୁନାବେଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୀ ଉତ୍ସବ ଅନୁଷ୍ଠିତ

    ସୁନାବେଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକୀ ଉତ୍ସବ ଅନୁଷ୍ଠିତ

    କୋରାପୁଟ ଜିଲ୍ଲା ସୁନାବେଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଉପରେ ଗୁରୁତ୍ବ ଦେବାସହ ଉତ୍ସାହିତ କରିଥିଲେ । ସ୍କୁଲରେ ଥିବା ବିଭିନ୍ନ ସମସ୍ୟା ଦୂରେଇବା ପାଇଁ ଚେଷ୍ଟା କରାଯିବ ଏବଂ ସ୍କୁଲର ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ଏକ ଲକ୍ଷ ଟଙ୍କା ଅନୁଦାନ ଦେବେ ବୋଲି ପ୍ରକାଶ କରିବା ସହ କୃଷ୍ଣଚୁଡା ପୁସ୍ତକ ଉନ୍ମୋଚନ କରିଥିଲେ ।

    ଅନ୍ୟତମ ଅତିଥି ଭାବେ ନରସିଂହ ସେଠି, ମୁଖ୍ୟ ବକ୍ତା ଅଜୟ ଜେନା, ବିଦ୍ୟାଳୟର ସଭାପତି ଚିରଞ୍ଜିବି ପରିଚ୍ଛା, ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର, ଯୁଗ୍ମ ସମ୍ପାଦିକା ବିଦ୍ୟୁତଲତା ଜେନା, ଉପସଭାପତି ବିଜୟକୁମାର ହନ୍ତାଲ, କୋଷାଧ୍ୟକ୍ଷ ଜ୍ଞାନେନ୍ଦ୍ର ଖୁଣ୍ଟିଆ , ପୂର୍ବତନ କୋଷାଧ୍ୟକ୍ଷ ଭୀମସେନ ସିଧୁ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତିତ୍ବ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରସ୍ବତୀ ଶଶୁ ବିଦ୍ୟା ମନ୍ଦିରର ଗୁରମା ମାନେ ସହଯୋଗ କରିଥଲେ।

  • ସମାନ କାମକୁ ଦିଅ ସମାନ ଦରମା : ସିକ୍ୟୁରିଟି ଗାର୍ଡଙ୍କ ଧର୍ମଘଟ

    କୋରାପୁଟ ଜିଲ୍ଲା ସୁନାବେଡ଼ା ହାଲରେ କାର୍ଯ୍ୟରତ ପ୍ରାଇଭେଟ୍ ସିକ୍ୟୁରିଟି କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବା ସହ ଆଜି ଠାରୁ କାର୍ଯ୍ୟବନ୍ଦ କରିଛନ୍ତି। ସୁନାବେଡ଼ା ହାଲ ଟାଉନସିପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସମସ୍ତ ସିକ୍ୟୁରିଟି ଗାର୍ଡ। ଦୀର୍ଘ ୧୨ ବର୍ଷ ଧରି ନିଜ ଦାୟିତ୍ୱରେ କେବେ ଅବହେଳା ନକରି କାର୍ଯ୍ୟ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାଲ ପକ୍ଷରୁ ଦରମା ବୃଦ୍ଧି, ପେନସନ ଭଳି ଯୋଜନାରେ ଅନ୍ତର୍ଭୁକ୍ତ କରୁ ନାହାନ୍ତି। ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଓଲଟା ଦାବି ପୁରଣ ବଦଳରେ ଚାକିରିରୁ ଛଟେଇ କରିବାକୁ ଧମକ ଦେଉଛନ୍ତି। ତେଣୁ ନୁତନ ନିୟମ ଅନୁସାରେ କାର୍ଯ୍ୟରତ ସମସ୍ତ ସିକ୍ୟୁରିଟି ଗାର୍ଡଙ୍କ ସମାନ କାମକୁ ସମାନ ଦରମା ନିୟମ ଲାଗୁ କରିବାକୁ ନିବେଦନ କରିଛନ୍ତି ।

    ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଭିଭିନ୍ନ ପ୍ରତିଷ୍ଠାନରେ କାର୍ଯରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ଅଣ କୁଶଳି, ଅର୍ଦ୍ଧକୁଶଳୀ, କୁଶଳି ଏବଂ ଉଚ୍ଚକୁଶଳୀ ଶ୍ରେଣୀ ସହିତ ଦେଶର ଏ ବି ଏବଂ ସି ଵର୍ଗର ଭୌଗୋଳିକ ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ବିଭିନ୍ନ ହାରରେ ମଜୁରୀ ପ୍ରଦାନ କରାଯାଇଥାଏ । ହାଲ ଅସ୍ଥାୟୀ ଠିକା ସୁରଷା ବେତନ ବଢିଥିବାବେଳେ ସେମାନଙ୍କୁ ସୀମିତ ଦେଉଥିବା ଦେଖାଦେଇଛି । ଦିନକୁ ନୂତନ ବେତନ ଅନୁଯାଇ ଅନ ସ୍କିଲଡ 783 ଦିନ ମଜୁରି, ସେମି ସ୍କିଲ୍ଡ଼ 868 ଏବଂ ସ୍କିଲ୍ଡ଼ 954 ଟଙ୍କା ଥିବାବେଳେ ସରକାରୀ ନିୟମ ଅନୁଯାୟୀ ଦିନକୁ ବେତନ ଦର କମିଥିବା ନେଇ ହାଲ ଅସ୍ଥାୟୀ ସୁରକ୍ଷା କର୍ମୀ ଧାରଣାରେ ବସିଥିବା ଦେଖିବାକୁ ମିଳୁଛି ।


    ନୂତନ ଭାବେ ଟେଣ୍ଡର ପାଇଥିବା ଇଏସଏସ କମ୍ପାନୀ ନୂତନ ଲାଗୁ ହୋଇଥିବା ବେତନକୁ ମଞ୍ଜୁର କରୁନଥିବା ନେଇ କାର୍ଯ୍ୟ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିବେ ବୋଲି 85 ରୁ ଉର୍ଦ୍ଧ୍ବ ସୁରକ୍ଷା କର୍ମୀ ସୂଚନା ଦେଇଛନ୍ତି । ଏହି ବାବଦରେ ଇଏସଏସ କମ୍ପାନୀ ଅଧିକାରୀଙ୍କୁ ଫୋନ କରାଯିବାରୁ ସେ କୌଣସି ଉତ୍ତର ଦେଇନଥିଲେ ।

  • ଶହୀଦ ଲକ୍ଷ୍ମଣ ନାୟକ ଅଟୋ ଚାଳକ ସଂଘ ବୈଠକ

    କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବେଦକର ମିନି ଷ୍ଟାଡିୟମ ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାମରେ ଅଟୋ ଚାଳକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉପଦେଷ୍ଟା ଶ୍ୟାମ ଖିଲୋ, ମୋହନ ଲାଲ କୁଲଦୀପ ଯୋଗ ଦେଇଥିବାବେଳେ ଆଜି କାର୍ଯ୍ୟକାରୀ ସଭାପତି ଭାବେ ଚଣ୍ଡାଳ ଖିଲୋ, ସଂଯୋଜକ ପୁର୍ଣ ଜାନି, ଯୁଗ୍ମ କଷାଦକ୍ଷ ବିନୋଦ ହନ୍ତାଳ ଯୋଗଦେଇ ସଂଘକୁ କିପରି ସୁଦୃଢ କରିହେବ, ସେ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ |

    ଆଗାମୀ ଦିନରେ ସଂଘର କର୍ମକର୍ତ୍ତାମାନେ ଅନେକ ସମାଜିକ କାମରେ ସଂଶ୍ଲିଷ୍ଟ ରହି ଲୋକଙ୍କ ଅସୁବିଧାରେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ ବୋଲି ସଂଘ ସଭାପତି ସଂଗ୍ରାମ କୁଲଦୀପ କହିଛନ୍ତି | ଏହି ଅବସରରେ ବହୁ ସଂଖ୍ୟାରେ ଅଟୋ ଚାଳକ କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖବାକୁ ମିଳିଛି | ଅଟୋ ଚାଳକ ସଭାପତି ଭାବେ ସଂଗ୍ରାମ କୁଲଦୀପ, ଉପ ସଭାପତି ଭାବେ ରବି, ଯୁଗ୍ମ ସମ୍ପାଦକ କିରନ ପାଙ୍ଗୀ, ଜୋଳ ଖିଲୋ, କୋଷାଧ୍ୟକ୍ଷ ପ୍ରତାପ ଚେଟି, ରୋହିତ ଶବର ସମାଜ କଲ୍ୟାଣରେ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି |

  • ଚଉଗାଁ ଉନ୍ନୀତ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

    କୋରାପୁଟ ବ୍ଲକ ଚଉଗାଁ ଉନ୍ନୀତ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ସେବକ ପ୍ରମୋଦ କୁମାର ପଟନାୟକଙ୍କ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଡ଼ ରାଜେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଅତିଥି ରମେଶ ଚନ୍ଦ୍ର ଜେନା, ଶ୍ୟାମ ମୁଦୁଲି, ସୁନାବେଡା ଏସଏସର ପ୍ରଧାନ ସେବିକା ଅମ୍ବିକା ରାଉତ, ପଦ୍ମପୁର ଏସଏସ ସହାୟକ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ, ପଦ୍ମପୁର ଏସଏସର ପ୍ରଧାନ ସେବିକା ମମତା ପାତ୍ର, ଚିକାପାର ଏସଏସର ସହାୟିକା ଶିକ୍ଷୟିତ୍ରୀ ତରଣୀ ପ୍ରଧାନ, ରବିନ୍ଦ୍ର କୁମାର, କୃଷ୍ଣ ମୋହନ ପଟ୍ଟନାୟକ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ପରିଶେଷରେ ବିଦ୍ୟାଳୟରେ ଆୟୋଜିତ କ୍ରୀଡା ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା | ପ୍ରଶାନ୍ତ ସାମଲ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରମିଳା କୁମାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

  • ତୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

    କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁରିଆ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି | କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ବିଧାୟକ ତଥା ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଣା ସ୍କୁଲ ଘର ଗୁଡିକ ନୂତନ ଭାବେ ନିର୍ମାଣ କରାଯିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଶିକ୍ଷା ପ୍ରତି ଗୁରୁତ୍ବ ଦେବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗୁରୁତ୍ବାରୋପ କରିଥିଲେ |

    କାର୍ଯକ୍ରମରେ ସମ୍ମାନିତ ଅଥିତି ଭାବେ ପଟ୍ଟାଙ୍ଗି ଜିଲ୍ଲା ପରିଷଦ ସଭ୍ୟା ଟୀକାଇ ଗେମେଲ, ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ସାମାଜିକ ସେଵୀ ରୋଞ୍ଜିତ ପାଙ୍ଗି, ପ୍ରଧାନ ଶିକ୍ଷକ କୃପା ପ୍ରସାଦ ଜାନି, ଜିଲ୍ଲା ମଙ୍ଗଳ ଅଧିକାରି ସୁନୀଲ କୁମାର ତାଣ୍ଡି, ସାଂସଦ ପ୍ରତିନିଧି ଶୂକ୍ରା ଖରା, ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା, ବ୍ଲକ ମଙ୍ଗଳ ଅଧିକାରୀ, ଅନିଲ ସେଠୀ, ଏସ ଏମ ସି କମିଟି ସଭାପତି ଗଦ୍ରୁ ଖରା ଯୋଗ ଦେଇଥିଲେ | ଶେଷରେ ଆୟୋଜିତ ବିଭିନ୍ନ କ୍ରିଡା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା |

  • ବଜାର କମିଟି ଏବଂ ଇକ୍ରିସେଟର ମିଳିତ ଆନୁକୁଲ୍ୟରେ ସଚେତନତା ଶିବିର

    ବଜାର କମିଟି ଏବଂ ଇକ୍ରିସେଟର ମିଳିତ ଆନୁକୁଲ୍ୟରେ ସଚେତନତା ଶିବିର

    କୋରାପୁଟ ସ୍ଥାନୀୟ ସଦଭାବନା ସଭାଗୃହ ସ୍ଥିତ ମିନି ସମ୍ମିଳନୀ କକ୍ଷରେ କୋରାପୁଟ ନିୟନ୍ତ୍ରିତ ବଜାର କମିଟି ଏବଂ ଇକ୍ରିସେଟ (ଆଇ କେ ଆର୍ ଆଇ ଏସ ଏ ଟି) ର ମିଳିତ ଆନୁକୁଲ୍ୟରେ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହ ସ୍ଥାପନା ସମ୍ପର୍କରେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା। କୋରାପୁଟ ନିୟନ୍ତ୍ରିତ ବଜାର କମିଟିର ଭାରପ୍ରାପ୍ତ ସମ୍ପାଦକ ଅରୁଣ କୁମାର ଜେନା ଅଧ୍ୟକ୍ଷତା କରି ଶିବିରରେ ଯୋଗଦେଇଥିବା ସମସ୍ତ ଚାଷୀ ମାନଙ୍କୁ ସ୍ଵାଗତ କରିବା ସହ ଶୀତତାପ ନିୟନ୍ତ୍ରିତ ସଂରକ୍ଷଣ ଗୃହରେ ଚାଷୀମାନେ ନିଜ ଉତ୍ପାଦିତ ପରିବାକୁ ସଂରକ୍ଷଣ କରି କିଭଳି ଅଭାବି ବିକ୍ରୀର ଶିକାର ନହୋଇ ଉପଯୁକ୍ତ ଦର ପାଇ ବିକ୍ରି କରି ଅଧିକ ଲାଭବାନ ହେବେ ସେ ସମ୍ପର୍କରେ ଚାଷୀ

    ମାନଙ୍କୁ ସଚେତନ କରିଥିଲେ। ଓଡ଼ିଶା କୃଷି ବିପଣନ ପରିଷଦ ଭୁବନେଶ୍ୱର ବିଭିନ୍ନ ଯୋଜନା ମାଧ୍ୟମରେ କୃଷକ ମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଦିଗରେ କଣ ସବୁ ପଦକ୍ଷେପ ନେଉଛି ସେ ସମ୍ପର୍କରେ ଆଇ କେ ଆର୍ ଆଇ ଏସ ଏ ଟିର ବୈଜ୍ଞାନିକ ଡ଼, ଶାଶ୍ଵତ କୁମାର ପାଣି ଓ ଲକ୍ଷ୍ମୀକାନ୍ତ ଜି ଚାଷୀ ମାନଙ୍କୁ ଅବଗତ କରିଥିଲେ। କୋରାପୁଟ ଜିଲ୍ଲାର ବୃହତ୍ତମ ପରିବା ହାଟ କୁନ୍ଦୁଲି ଠାରେ ଏକ ପେକିଂ ଗୃହ ସ୍ଥାପନା କରାଯିବ ବୋଲି ସୂଚନା ଦିଆ ଯାଇଥିଲା । ସଚେତନତା ଶିବିରରେ କୋରାପୁଟ ଉପଖଣ୍ଡର ୭ ଗୋଟି ଏ ଫ୍ ଓ ର ସିଇଓ ଏବଂ ଚାଷୀ ମାନେ ବୈଠକରେ ଯୋଗ ଦେଇ ଆର୍ ଏମ ସି ଗ୍ରହଣ କରୁଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ବରିଷ୍ଠ କିରାଣୀ କୈଳାଶ ଚନ୍ଦ୍ର ସାହୁ ସଚେତନତା ଶିବିର ପରିଚାଳନା କରିଥିବାବେଳେ ଶେଷରେ ମଣ୍ଡି ଆନାଲିଶିଷ୍ଟ ଅରୁଣ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଆର୍ ଏମ ସି କର୍ମଚାରୀ ଉପେନ୍ଦ୍ର ମହାନ୍ତି, ଅଜୟ ସେଠୀ, ପ୍ରଫୁଲ୍ଲ ଦେବତା, ବିନୋଦ ପଟ୍ଟନାୟକ, ଭରତ ବେହେରା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲ.

  • ସୁନାବେଡାରେ ନ୍ୟୁଟ୍ରି ହନି ଫ୍ଲେକ୍ସ ଏଲ ଏଲ ପି , ମିଲେଟ୍ସ ଉତ୍ପାଦର ଶାଖା ଉଦଘାଟିତ

    ସୁନାବେଡାରେ ନ୍ୟୁଟ୍ରି ହନି ଫ୍ଲେକ୍ସ ଏଲ ଏଲ ପି , ମିଲେଟ୍ସ ଉତ୍ପାଦର ଶାଖା ଉଦଘାଟିତ

    ମିଲେଟ ଉତ୍ପାଦର ଚାହିଦା ଦେଶ ବିଦେଶରେ ବ୍ୟାପୀଥିବା ବେଳେ ବିଶାଖାପାଟଣା ସ୍ଥିତ ନ୍ୟୁଟ୍ରି ହନି ଫ୍ଲେକ୍ସ ଏଲ ଏଲ ପି ର ଏକ ଅଧିକୃତ ଶାଖା ସୁନାବେଡା ହାଲ ସହରାଞ୍ଚଳ ରେ ଆରମ୍ଭ କରାଯାଇଛି। ଏହାର ଉଦଘାଟନ ସମାରୋହରେ ହାଲ ହସପିଟାଲର ବରିଷ୍ଠ ଚିକିତ୍ସାଧିକାରୀ ଡ଼ା.ସଞ୍ଜୟ ପାଲ୍, ଓସମାନିଆ ବିଶ୍ୱବିଦ୍ୟାଳୟର ଏମ. ଭେଙ୍କଟ ଦାସ ଏବଂ ମିଲେଟସ୍ ମ୍ୟାନ ଜି.ସନ୍ତୋଷ କୁମାର ଏବଂ କେ.ଉଷା ନାଗା ପ୍ରସୁନା ‘ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏକ ମ୍ୟୁଜିକଲ ନାଇଟ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏଥିରେ ଅଂଶ ଗ୍ରହଣ କରିଥିବା କୁନି କୁନି ପିଲା ମାନଙ୍କୁ ପୁରସ୍କୃତ କରଯାଇଥିଲା।

    ନ୍ୟୁଟ୍ରି ହନି ଫ୍ଲେକ୍ସ ଏଲ ଏଲ ପି ପ୍ରତିଷ୍ଠାନ ର ପ୍ରତିନିଧି କେ.ଉଷା ନାଗା ପ୍ରସୁନା” ଜଣେ ଜାତୀୟ ସ୍ତରର ପୁରସ୍କାର ପ୍ରାପ୍ତ ମିଲେଟସ ପ୍ରଶିକ୍ଷିକା ତଥା ଉଦ୍ୟୋଗପତି ଭାବେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ମିଲେଟସ ଜାତୀୟ ଖାଦ୍ୟ ଶସ୍ୟ ଅମଳ ତଥା ଏହାର ବ୍ୟବସାୟୀ କରଣ ସମ୍ବନ୍ଧରେ ଏସ ଏସ ଜି ସଦସ୍ୟ ତଥା କୃଷକ ମାନଙ୍କୁ ସଚେତନ କରନ୍ତି । ଏତଦ୍ ବ୍ୟତୀତ ସେମାନଙ୍କୁ ମୂଲ୍ୟଯୁକ୍ତ ଉତ୍ପାଦଗୁଡିକ ସମ୍ବନ୍ଧରେ ତାଲିମ ଦିଅନ୍ତି ଯଦ୍ଵାରା ସେମାନେ ସେମାନଙ୍କ କଞ୍ଚାମାଲ ରେ ସର୍ବାଧିକ ସହାୟକ ମୂଲ୍ୟ ପାଇପାରିବେ। କେ.ଉଷା ନାଗା ପ୍ରସୁନା ଙ୍କ ଉପସ୍ଥିତି କୋରାପୁଟ ଜିଲ୍ଲାର କୃଷକ ମାନଙ୍କ ପାଇଁ ଲାଭପ୍ରଦ ହେବ ବୋଲି ଆଶା କରାଯାଉଛି।

  • ମୋବାଇଲ ମେଳା ମାଧ୍ୟମରେ ଲୋକଙ୍କୁ ଚୋରି ମୋବାଇଲ ଫେରାଇଲା ପୋଲିସ

    ମୋବାଇଲ ମେଳା ମାଧ୍ୟମରେ ଲୋକଙ୍କୁ ଚୋରି ମୋବାଇଲ ଫେରାଇଲା ପୋଲିସ

    କୋରାପୁଟ ସୁନାବେଡାରେ ପୋଲିସର ମୋବାଇଲ ମେଳା। ସୁନାବେଡା ଥାନା ପରିସରରେ ଏକ ମୋବାଇଲ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ମୋବାଇଲ ଚୋରି ନେଇ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ଅନୁସନ୍ଧାନ କରି ୧୪ଟି ମୋବାଇଲ ଜବତ କରିବାରେ ସକ୍ଷମ ହୋଇଛି। ସେହି ସବୁ ମୋବାଇଲ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ ପାଇଁ ଏହି ମୋବାଇଲ ମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ସୁନାବେଡା ଏସଡିପିଓ ମନୋବ୍ରତା ଶତପଥି। ଏଥିସହ ଏସଡିପିଓ ଜଣ ଜଣଙ୍କୁ ସେମାନଙ୍କ ପରିଚୟ ପତ୍ର ଦେଖି ମୋବାଇଲ ହସ୍ତାନ୍ତର ମେଳାରେ ଉପସ୍ଥିତ ରହି ମୋବାଇଲ ବଣ୍ଟନ କରିଛନ୍ତି। ଏହି ମେଳାରେ ଶତପଥୀଙ୍କ ଅଧ୍ୟକ୍ଷତାରେ ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଚାରି ଗୋଟି ଥାନାର ଅଧିକାରୀଙ୍କ ସହ ପଟାଙ୍ଗି ଆଇ ଆଇ ସି ଛତୁର୍ଭୁଜ ନାୟକ, ସୁନାବେଡ଼ା ଆଇ ଆଇ ସି ସତ୍ୟାନନ୍ଦ ପାତ୍ର,ଦାମନଯୋଡି ଆଇ ଆଇ ସି ପ୍ରମେୟା ବିଡ଼ିକା ଉପସ୍ଥିତ ଥିଲେ ।