Category: କେନ୍ଦୁଝର

  • କେନ୍ଦୁଝରରେ ଅନୁଷ୍ଠିତ ହେବ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍

    କେନ୍ଦୁଝରରେ ଅନୁଷ୍ଠିତ ହେବ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍

    କେନ୍ଦୁଝରରେ ଚଳିତ ୮ ତାରିଖରେ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍ ପ୍ରଥମ ଥର ହେବାକୁ ଯାଉଛି । ଯାହାର ପୋଷାକ, ଟ୍ରଫି ଓ ମେଡାଲର ଆଜି ହୋଇଛି ଉନ୍ମୋଚନ ।କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ରାଜ୍ୟ ହାଣ୍ଡବଲ ସଂଘର ସମ୍ପାଦକ ମାନସ ସିଂ ଓ ସଂଘର ସଭାପତି ଇଂ ବସନ୍ତ ଦାନି ଓ ସମ୍ପାଦକ ରିତିକ ଅଧିକାରୀ ତଥା କୋଷାଧ୍ୟକ୍ଷ ଦୟା ସାଗର ପଣ୍ଡା ଉପସ୍ଥିତ ଥିଲେ । ଏହି ଖେଳରେ ଦେଶର ବିଭିନ୍ନ ରାଜ୍ୟ ଭାଗ ନେବେ । ଦୀର୍ଘ ୪୫ ବର୍ଷ ପରେ କେନ୍ଦୁଝରରେ ଜାତୀୟ ହ୍ୟାଣ୍ଡବଲ ଖେଳ ହେଉଥିବାରୁ କେନ୍ଦୁଝରବାସୀ ଏହାକୁ ନେଇ ଖୁସି ଅଛନ୍ତି ବୋଲି କହିଛନ୍ତି ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ରିତିକ ଅଧିକାରୀ ।

  • କୃଷି ବିଭାଗ ପଷରୁ କ୍ଷେତ୍ର ଦିବସ ପାଳିତ

    କୃଷି ବିଭାଗ ପଷରୁ କ୍ଷେତ୍ର ଦିବସ ପାଳିତ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ମଦନପୁର ପଞ୍ଚାୟତ ପାହାଡ଼ପୁର ଠାରେ କୃଷି ବିଭାଗ ପଷରୁ କ୍ଷେତ୍ର ଦିବସ ପାଳିତ । ଏଥିରେ ବ୍ଲକ କୃଷି ଅଧିକାରୀଣି ଶୁଭଶ୍ରୀ ନାୟକ , ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଧାନ ଚାଷ ପରେ ପଡ଼ିଆ ରହୁଥିବା ଜମିର ଉପଯୋଗ କିପରି କରିବେ ସରକାରଙ୍କ ପକ୍ଷରୁ ହୋଇଥିବା ଯୋଜନା ସମ୍ପର୍କରେ ଉପସ୍ଥିତ ଚାଷି ଓ ଜନସାଧାରଣ କହିଥିଲେ । ବର୍ତ୍ତମାନର ଚାଷ ଉପଯୋଗୀ ଉନ୍ନତ ଜ୍ଞାନକୌଶଳର ବିନିଯୋଗ, ଧାଡ଼ିରୁଆ ଯୋଜନାରେ ଥିବା ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଯାଇଥିଲା । 

  • ଅଳତୀ ସରସ୍ୱତୀ ଶିଶୁ ମନ୍ଦିରର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଅଳତୀ ସରସ୍ୱତୀ ଶିଶୁ ମନ୍ଦିରର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

    ଅଳତୀ ସରସ୍ୱତୀ ଶିଶୁ ମନ୍ଦିର ର କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଘଷିପୁରା ବ୍ଳକ ଅଳତୀ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟା ପ୍ରମୋଦିନି ରାଉତ ଙ୍କ ସଂଯୋଜନା ରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ରେ ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ମାନେ ଓଡ଼ିଶା ଆଦର୍ଶ ପରୀକ୍ଷା ସଫଳତା ହାସଲ କରିଥିଲେ ଏବଂ ନବୋଦୟ ପରୀକ୍ଷାରେ ସଫଳତା ହାସଲ କରିଥିଲେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଞ୍ଚମ ରୁ ଦୀପଶିଖା ଧିର ଉଭୟ ଆଦର୍ଶ ଓ ନବୋଦୟ ରେ ଓ ରଶ୍ମିତା ବାରିକ, ଅମ୍ରିତ୍ ବେହେରା, ଶୁଭଲକ୍ଷ୍ମୀ ସାହୁ, ଜ୍ଞାନପ୍ରକାଶ ବୋଇତେଇ, ରୁଦ୍ର ମାଧବ ଜେନା, ସୋହନ କୁମାର ସ୍ବାଇଁ ଆଦର୍ଶ ପରୀକ୍ଷା ରେ ସଫଳତା ପାଇଛନ୍ତି ।

    ଷଷ୍ଠ ଶ୍ରେଣୀ ରୁ ଭୁବର୍ଶ୍ୱେତା ପାତ୍ର ଓ ଆଦିତ୍ୟ ସାହୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସଭାପତି ଡ଼. ରତିକାନ୍ତ ବରାଳ ଉପସ୍ଥିତ ରହି ଶିଶୁ ଭାଇ ଭଉଣୀ ମାନଙ୍କର ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ଏବଂ ଶିଶୁ ମନ୍ଦିର ପାଇଁ ଗୌରବ ଆଣିଥିବାରୁ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଫଳତା ପାଇଁ ପରିଚଳନ ସମିତି ର ସମ୍ପାଦକ ଜନ୍ମେଜୟ ବରାଳ, ସଭାପତି ଡ଼ ରତିକାନ୍ତ ବରାଳଙ୍କ ସମେତ ପରିଚାଳନା ସମିତିର ସମସ୍ତ ଗୁରୁଜୀ ଗୁରୁମା ମାନଙ୍କୁ ଶ୍ରେୟ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସକ୍ରିୟ ସହଯୋଗ କରିଥିଲେ ।

  • ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

    ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

    ଘସିପୁରା ବ୍ଲକ ଅନ୍ତର୍ଗତ ଦେଓଗାଁ ସ୍ଥିତ କୁଶଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ମହାରଣା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ରାଉତ ଙ୍କ ସଭାପତିତ୍ବରେ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏସ.ଡି.ଭି.ଓ. ଆନନ୍ଦପୁର ଡକ୍ଟର ନକୁଳ ଚରଣ ନାୟକ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀ ଙ୍କ ଅବସର ସମୟ ସୁଖସମୃଦ୍ଧି ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ I ଏହି ଅବସରରେ ବିଦାୟୀ ଶିକ୍ଷୟିତ୍ରୀ ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

    ମୁଖ୍ୟ ବକ୍ତା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଦେଓଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନା , ପଞ୍ଚସଖା ଶିକ୍ଷା ସେତୁ ର ସଭାପତି ମୁରଲୀଧର ରାଉତ, ଦେଓଗାଁ ସରପଞ୍ଚ ସତ୍ୟ ରଞ୍ଜନ ଭୁୟାଁ, ସାହାରାପଡା ବ୍ଲକ ଶିକ୍ଷା ଅଧିକାରୀ ତପୋଧନ ସ୍ୱାଇଁ, ପ୍ରମୁଖ ଯୋଗଦାନ କରି ବିଦାୟୀ ଶିକ୍ଷୟିତ୍ରୀ ସଦାସର୍ବଦା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜଣେ ଆଦର୍ଶ ଶିକ୍ଷୟିତ୍ରୀ , ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ଭାବେ ଛାତ୍ରଛାତ୍ରୀଙ୍କ ହୃଦୟ ରେ ରହିବେ ବୋଲି ଅତିଥି ମାନେ କହିଥିଲେ ।

    ମାନପତ୍ର ପଠନ ସୁକାନ୍ତ କୁମାର ଜେନା କରିଥିବା ବେଳେ ଅତିଥି ପରିଚୟ ସୌଗନ୍ଧିକା ଭୁୟାଁ, ଧନ୍ୟବାଦ ଅର୍ପଣ ସ୍ୱର୍ଣ୍ଣ ମଞ୍ଜରୀ ମିଶ୍ର କରିଥିଲେ । ଏହା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ ।

  • ଓସ୍ତପୁରା ସେବା ଆଶ୍ରମ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶୁଭାରମ୍ଭ

    ଓସ୍ତପୁରା ସେବା ଆଶ୍ରମ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶୁଭାରମ୍ଭ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଓସ୍ତପୁରା ସରକାରୀ ସେବା ଆଶ୍ରମ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶୁଭାରମ୍ଭ ହୋଇଛି। ଏଥିରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡବଲୁଓ ଆକାଶ କୁମାର ଜେନା, ଏସଏମସି ସଭାପତି ପୂର୍ଣ୍ଣଚନ୍ଦ୍ର ମହାକୁଡ଼ , ସଦସ୍ୟ ପ୍ରଦିପ ମହାକୁଡ଼ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଖଡ଼ି ଛୁଆଁଇ ଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।

  • ହାଇୱାକୁ ପଛପଟୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଗୁରୁତର

    ହାଇୱାକୁ ପଛପଟୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଗୁରୁତର

    ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁପଦା ହାଟ ପଡ଼ିଆ ନିକଟରେ ଗତକାଲି ସନ୍ଧ୍ୟାରେ ପଛପଟୁ ହାଇୱାକୁ ଧକ୍କା ଦେଲା ଟ୍ରକ୍ । ଚାପି ହୋଇ ଟ୍ରକ ଡ୍ରାଇଭର ଗୁରୁତର । ସୁଚନା ଅନୁସାରେ ଯାଜପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଟ୍ରକ୍ ସୁଆଁପଦା ହାଟ ରାସ୍ତାରେ ଠିଆହୋଇଥିବା ହାଇୱା ପଛପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ଡ୍ରାଇଭର କେବିନରେ ଚାପିହୋଇଯିବାରୁ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି କଟରରେ ଟ୍ରକ୍ କେବିନକୁ କାଟି ଡ୍ରାଇଭରକୁ ଉଦ୍ଧାର କରି ସାଇଁକୁଳ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଗୁରୁତର ଡ୍ରାଇଭର ଯାଜପୁର ଟାଉନ ଅଞ୍ଚଳର ରାଜେନ୍ଦ୍ର କୁମାର ପୃଷ୍ଟି ବୋଲି ସୁଚନା ମିଳିଛି ।

  • କେଶଦୁରାପାଳ ଗ୍ରାମରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

    କେଶଦୁରାପାଳ ଗ୍ରାମରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

    ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ଦୁଇ ଦିନ ଧରି ମା’ମଙ୍ଗଳା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ପ୍ରଥମେ ବଡ ପୋଖରୀରୁ କଳସ ପୂଜା ପରେ ସରପଞ୍ଚ ମାନସୀ ମହାରଣା ଙ୍କସହ ଶତାଧିକ ମହିଳା କଳସ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ମା’ଙ୍କ ପୀଠ ପର୍ଯ୍ୟନ୍ତ ନେଇଥିଲେ। ପୂଜକ ବୃନ୍ଦାବନ ଷଡ଼ଙ୍ଗୀ,ଦାଶରଥି ଆର୍ଚାର୍ଯ୍ୟ,ଦେବପ୍ରସାଦ ମିଶ୍ରଙ୍କ ଦ୍ୱାରା ସବୁ ରିତିନିତି ଅନୁଯାୟୀ ପୂଜା ଅର୍ଚ୍ଚନା ଚାଲିଥିବା ବେଳେ କର୍ତ୍ତା ଓ କର୍ତ୍ତୀ ଭାବେ କୃଷ୍ଣଚନ୍ଦ୍ର ବିନ୍ଧାଣୀ ପତ୍ନୀ ଜମ୍ବୁବତୀ ବିନ୍ଧାଣୀ, ନୀଳମଣି ଓଝା ଓ ପତ୍ନୀ ଜୋତ୍ସାରାଣୀ ଓଝା ପୂଜା ସଂକଳ୍ପ ବସି ମା ମଙ୍ଗଳା ଆଶିଷ ଭିକ୍ଷା କରିଛନ୍ତି।

    ମଙ୍ଗଳବାର ଦିନ ସୂର୍ଯ୍ୟ ନାରାୟଣ ପୂଜା ,ପଞ୍ଚକର୍ମ ଓ ଅଗ୍ନି ସ୍ଥାପନ ସାହାଡ଼ା ବୃକ୍ଷ ପୂଜନ ଓ ଶାଖା ଛେଦନ ,ରତ୍ନମୁଦ କରଣ , ସୂର୍ଯ୍ୟ ପୂଜା ,ଗୋ ପୂଜନ,ଧରିତ୍ରୀ ପୂଜନ , ମାଙ୍କ ଷୋଡ଼ସହସ୍ର ପୂଜା ହୋଇଥିଲା । ବୁଧବାର ପୂର୍ଣ୍ଣାହୁତି ହେବ। ସହ ସନ୍ଧ୍ୟାରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।ଏଥିରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା,ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ପୂର୍ବତନ ସରପଞ୍ଚ ପଶୁରାମ ମହାରଣା ,ଭିକାରୀ ଚରଣ ବିନ୍ଧାଣି , ରାଜ କିଶୋର ସୁତାର ,ଶତ୍ରୁଘ୍ନ ବିନ୍ଧାଣି ,ବସନ୍ତ ବେହେରା ଅନ୍ୟ ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।

  • ପୋଲିସ ପ୍ରତିଷ୍ଠା ଦିବସରେ ନିଷ୍ଠାପର କାର୍ଯ୍ୟପାଇଁ ୬ଜଣ ପୁରସ୍କୃତ

    ପୋଲିସ ପ୍ରତିଷ୍ଠା ଦିବସରେ ନିଷ୍ଠାପର କାର୍ଯ୍ୟପାଇଁ ୬ଜଣ ପୁରସ୍କୃତ

    ଆଜି ହେଉଛି ଓଡ଼ିଶା ଦିବସ। ୧୯୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ଏହା ସହ ଓଡ଼ିଶାକୁ ସୁରକ୍ଷିତ ଓ ସଶକ୍ତ କରିବା ପାଇଁ ଗଠନ ହୋଇଥିଲା ଓଡ଼ିଶା ପୋଲିସ। ଆଜି ଓଡିଶା ପୋଲିସ ର ୯୦ ତମ ପ୍ରତିଷ୍ଠା ଦିବସ। ଏହି ଦିବସକୁ ସାରା ଓଡ଼ିଶାର ବିଭିନ୍ନ ପୋଲିସ ମୁଖ୍ୟାଳୟରେ ପାଳିତ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହା ବେଶ ଆଡମ୍ୱରରେ ପାଳିତ ହୋଇଛି।

    ଏହି ଅବସରରେ କେନ୍ଦୁଝର ଜିଲ୍ଲା ରିଜର୍ଭ ଗ୍ରାଉଣ୍ଡରେ ହୋଇଥିବା ସମ୍ମିଳିତ ପ୍ୟାରେଡ ଅଭିବାଦନ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ। ଆରକ୍ଷୀ ଅଧିକ୍ଷକ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଛଅ ଜଣ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଆଜିର ବିଶେଷ ମୁହୂର୍ତ୍ତରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୂର୍ବତନ ପୋଲିସ ଅଧିକାରୀ ଓ ଏନସିସି କ୍ୟାଡେଟ ସହ ମତ ବିନିମୟ କରିଥିଲେ।

  • ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳନ

    ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳନ

    ଆଜି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ, କେନ୍ଦୁଝରଗଡ଼ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି । ଶ୍ରୀଅରବିନ୍ଦ ‘ଶ୍ରୀମା’ଙ୍କ ଉଦ୍ଦେଶ୍ୟରେ ଶାନ୍ତିପୂର୍ଣ୍ଣ ନିରବ ପ୍ରାର୍ଥନା କରାଯାଇ ଶିକ୍ଷାନୁଷ୍ଠାନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସ୍ଲୋଗାନ ଦେବା ସହ ଓଡିଶା ତଥା ଓଡ଼ିଆ ଗୌରବର ପରିଚୟ ଆମେ ଓଡ଼ିଆ ଆମେ ବଢିଆ.. କବିତାର ଗୁଞ୍ଜରଣ କରି ଜିଲ୍ଲାପାଳ ଅଫିସ ଅଭିମୁଖେ ଛାତ୍ରଛାତ୍ରୀ ମାନେ ପ୍ରଭାତ ଫେରି ବାହାରି ଥିବା ଦେଖାଯାଇଥିଲା। ଜିଲ୍ଲାପାଳ ଅଫିସ ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ, ଦେଶର ବରପୁତ୍ର ସୁବାଷ ବୋଷ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜୟଗାନ କରାଯାଇଥିଲା।

    ସେହିପରି ସ୍କୁଲରେ ମଧ୍ୟ ଓଡିଶା ପ୍ରଦେଶ ଗଠନ ନେଇ, ସ୍କୁଲର ଭାଇ ଭଉଣୀ ମାନେ ଉଦବୋଧନ ଦେଇ, ଦେଶ ଭକ୍ତି ଉଦ୍ଦେଶ୍ୟ କବିତା ତଥା ସଂଗୀତ ଗାନ କରଥିବା ଦେଖା ଯାଇଥିଲା। ଏଥିରେ ସ୍କୁଲ ଅଧ୍ୟକ୍ଷ ପଦ୍ମ ଲୋଚନ ମହାନ୍ତ ନେତୃତ୍ୱ କରିବା ସହିତ ସବୁ କାର୍ଯ୍ୟକ୍ରମରେ ମହେନ୍ଦ୍ର ସାର, ଅମିତ ଭାଇ, ଅଜୟ ଭାଇ, ଗୋକୁଳ ଭାଇ, ପ୍ରତିଭା ଅପା, ଜଲ୍ଲି ଅପା, ପଦ୍ମିନୀ ଅପାଙ୍କ ସାହାର୍ଯ୍ୟ ସହଯୋଗ ରହିଥିଲା।

  • ଟ୍ରଲର – ହାଇୱା ମୁହାଁ ମୁହିଁ ଧକ୍କା

    ଟ୍ରଲର – ହାଇୱା ମୁହାଁ ମୁହିଁ ଧକ୍କା

    ଟ୍ରଲର ସହ ହାଇୱା ମୁହାଁ ମୁହିଁ ଧକ୍କା ହୋଇଛି । ଟ୍ରଲର ଡ୍ରାଇଭର ମୃତ ହୋଇଥିବା ବେଳେ ହେଲପର ଗୁରୁତର ହୋଇଥିବା ଜଣାପଡିଛି । ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥର ର ଶୈଲଙ୍ଗ ବିଜି ମୋଟର୍ସ ଛକ ନିକଟରେ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରଲର କୁ ବିପରିତ ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା ।

    ଯାହାଫଳରେ ଘଟଣାସ୍ଥଳରେ ହିଁ ଟ୍ରଲର ଡ୍ରାଇଭରଙ୍କ ମୃତ୍ଯୁ ହୋଇଥିବାବେଳେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଡ୍ରାଇଭର ହେଉଛନ୍ତି ବିହାର ଅଞ୍ଚଳର ମାନସ , ଗରୁତର ହେଲପର ଦୋହନଲାଲ ଜାଦବ ହୋଇଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଘଷିପୁରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।