Category: କେନ୍ଦୁଝର

  • ପୋଖରୀରେ ବୁଡି ନାବାଳକ ମୃତ

    ପୋଖରୀରେ ବୁଡି ନାବାଳକ ମୃତ

    ପୋଖରୀ ରେ ବୁଡି ନାବାଳକ ମୃତ । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ପଞ୍ଚାୟତ ନୂଆପଡ଼ା ଗାଁରେ ପୋଖରୀ ରେ ବୁଡି ନାବାଳକ ର ମୃତ୍ୟୁ ହୋଇଛି । ଗାଁର ନାଉରୀ ମୁଣ୍ଡା ଙ୍କ ୧୨ ବର୍ଷୀୟ ପୁଅ ଆଦିତ୍ୟ ସାଙ୍ଗ ମାନଙ୍କ ସହିତ ପୋଖରୀ କୁ ଯାଇଥିବା ସମୟରେ ସେଠାରେ ବୁଡି ଯାଇଥିଲା ।

    ନାଉରୀ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ତା ସ୍ତ୍ରୀ ଓ ମା ସ୍ଥାନୀୟ ହାଟ କୁ ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଆଦିତ୍ୟ କୁ ଗାଁ ପୋଖରୀ ରୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।

  • ପାଣି ପମ୍ପ ଉଦଘାଟନ କଲେ ସରପଞ୍ଚ

    ପାଣି ପମ୍ପ ଉଦଘାଟନ କଲେ ସରପଞ୍ଚ

    ଘଷିପୁରା ବ୍ଲକ କେଶଦୁରପାଳ ପଞ୍ଚାୟତ ତରଫରୁ ନୂତନ ପାଣି ପମ୍ପ ଉଦଘାଟନ ହୋଇଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କେଶଦୁରାପାଳ ସରପଞ୍ଚ ଙ୍କ ପ୍ରଚେଷ୍ଟା ରେ ଲୋକ ମାନଙ୍କ ପାଣି ସମସ୍ୟା ଦୂର କରିବା ପାଇଁ ରାମ ମନ୍ଦିର ନିକଟରେ ଏକ ନୂତନ ପାଣି ପମ୍ପ ଉଦଘାଟନ କରାଯାଇଛି । ଲୋକମାନେ ଟ୍ୟାପ ଯୋଗେ ପାଣି ପାଇ ପାରିବେ । ଏହି ଉଦଘାଟନ ଅବସରରେ କେଶଦୁରାପାଳ ସରପଞ୍ଚ ମାନସୀ ମହାରଣା ,ସଭ୍ୟ ସଂକୁନ୍ତଳା ମହାରଣା ,ପୂର୍ବତନ ସରପଞ୍ଚ ପଶୁରାମ ମହାରଣା ,ପମ୍ପ ହାଉସ କର୍ମଚାରୀ ରଞ୍ଜନ ମହାରଣା ,ପୂଜକ ଦାଶରଥି ଆଚାର୍ଯ୍ୟ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ଉଦଘାଟନ କରିଛନ୍ତି । ଏଥିରେ କୃଷ୍ଣଚନ୍ଦ୍ର ବିନ୍ଧାଣି ,ନୀଳମଣି ଓଝା ,ମଥୁରା ସାହୁଙ୍କ ସମେତ ଅନେକ ଗ୍ରାମବାସୀ ଯୋଗ ଦେଇଥିଲେ ।

  • ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ

    ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ

    କେନ୍ଦୁଝର ସହର ସ୍ଥିତ ଗାୟତ୍ରୀ ରେସିଡେନସିଆଲ କଲେଜ ନାମକ ଏକ ଘରୋଇ କଲେଜ ହଷ୍ଟେଲ ରେ ବିଳମ୍ବିତ ରାତିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ପାଟଣା ଥାନା ଟାଙ୍ଗରପଡା ଗ୍ରାମର ଜଗବନ୍ଧୁ ମହାନ୍ତ ଙ୍କ ପୁଅ ଜଳଧର ମହାନ୍ତ । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଗାୟତ୍ରୀ ରେସିଡେନ୍ସିଆଲ କଲେଜ ହଷ୍ଟେଲରେ ରହି ସମର କୋର୍ସ କରୁଥିଲେ ଜଳଧର । ଗତକାଲି ରାତିରେ ରାତ୍ରୀ ଭୋଜନ ପରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ପରିବାର ଲୋକ ଏହାର ତଦନ୍ତ ଦାବୀ କରିଛନ୍ତି ।

  • ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

    ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

    ପାଣି ଭିତରେ ଛକି ବସିଥିଲା ମୃତ୍ୟୁ । ପୋଖରୀକୁ ଗାଧୋଇବାକୁ ଆସି ଆଉ ଫେରିଲେନି । ଗାଧୋଇବା ବେଳେ ପୋଖରୀରେ ବୁଡି ଜଣେ ମୃତ୍ଯୁ । ଘଷିପୁରା ଥାନା ଶୈଲଙ୍ଗ ଗାଁ ରେ ଘଟିଛି ଏଭଳି ଏକ ଅଘଟଣ। ସୂଚନା ଅନୁସାରେ ଶୈଲଙ୍ଗ ଗାଁର ଅକ୍ଷୟ କୁମାର ସା ନାମକ ଜଣେ ଯୁବକ ଘରପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଦୁଃଭାଗ୍ୟବଶତଃ ସେ ପାଣିର ବୁଡିଯାଇଥିଲେ । ସେ ବହୁ ସମୟ ଧରି ଘରକୁ ନ ଫେରିବାରୁ ଘରଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ । ପରେ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଘର ଲୋକ ଦେଖିବାକୁ ପାଇଲେ ।

  • ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ସୁସ୍ଥ ଖାଦ୍ୟ ପ୍ରଦର୍ଶନୀ

    ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ସୁସ୍ଥ ଖାଦ୍ୟ ପ୍ରଦର୍ଶନୀ

    ଆନନ୍ଦପୁର ଉପଖଣ୍ଡ ଶୈଲଙ୍କ ସ୍ଥିତ ମା’ ତାରିଣୀ ନର୍ସିଂ କଲେଜ ର ସୁସ୍ଥ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଖାଦ୍ୟ ପ୍ରଦର୍ଶନୀ ରେ ୨୦ ରୁ ଉର୍ଦ୍ଧ୍ବ ଷ୍ଟଲ ହୋଇଥିଲା । ଏହି ଖାଦ୍ୟ ପ୍ରଦର୍ଶନୀ ରେ ୫୦ ରୁ ଉର୍ଦ୍ଧ୍ଵ ଖାଦ୍ୟ ଛାତ୍ରଛାତ୍ରୀ ମାନେ ନିଜେ ପ୍ରସ୍ତୁତ କରି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ । ଏହି ଖାଦ୍ୟ ପ୍ରଦର୍ଶନୀ କୁ ସମାଜ ସେବୀ ବୁଲୁ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ଖାଦ୍ୟ ପ୍ରଦର୍ଶନୀ ରେ ସାମ୍ବାଦିକ ଅବିନାଶ ଶତପଥୀ ,ନର୍ସିଂ କଲେଜ ର ପରିଚାଳନା କମିଟିର ଅଧ୍ୟକ୍ଷ ଚନ୍ଦ୍ର ଶେଖର ନାୟକ ଓ କଲେଜ ର ଅଧ୍ୟକ୍ଷ ରଞ୍ଜନ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜ ପ୍ରଶାସନିକ ଅଧିକାରୀ ବୈକୁଣ୍ଠ କୁମାର ଜେନା , ଓ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।

  • ସାମ୍ନାକୁ ଆସିଲା ଆତ୍ମହତ୍ୟା କରିଥିବା ମହିଳାଙ୍କ ସିସିଟିଭି ଫୁଟେଜ

    ସାମ୍ନାକୁ ଆସିଲା ଆତ୍ମହତ୍ୟା କରିଥିବା ମହିଳାଙ୍କ ସିସିଟିଭି ଫୁଟେଜ

    ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରଲର ଚାପି ଦେବାରୁ ମହିଳାଙ୍କ ମୃତ୍ୟୁ ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି l ସିସିଟିଭି ଫୁଟେଜରେ ମହିଳା ଜଣକ ଟ୍ରଲର ଚକତଳେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହେଇଛି l ଚମ୍ପୁଆ ଏନଏସି ୧୩ ନମ୍ବର ଓ୍ବାର୍ଡର ମେଗାରୁ ହେସାଙ୍କ ସ୍ତ୍ରୀ ବୈଜୟନ୍ତୀ ହେସା ଗତ ବୁଧବାର ଦିନ ଦ୍ଵିପ୍ରହର ସମୟରେ ଏକ ଲୁହା ପଥର ବୋଝେଇ ଟ୍ରଲର ଚକ ତଳେ ପଶିଯାଇ ଆତ୍ମହତ୍ୟା କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି l ମିଳିଥିବା ଖବର ଅନୁସାରେ, ୨୨ ବର୍ଷୀୟା ବୈଜୟନ୍ତୀଙ୍କ ଦୁଇଟି ଝିଅ ଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ସ୍ବାମୀ ଦ୍ଵିତୀୟ ସ୍ତ୍ରୀ ଆଣିଥିବାରୁ ତାଙ୍କ ପରିବାରରେ ସବୁବେଳେ ଝଗଡା ଲାଗିରହୁଥିଲା l ତେବେ ଘଟଣା ଦିନ ମଧ୍ୟ ଘରେ ପାଟିତୁଣ୍ଡ ହେବା ନେଇ ବୈଜୟନ୍ତୀ ମ୍ରିୟମାଣ ହୋଇପଡିଥିଲେ l ଘରୁ ବାହାରି ଆସି ପ୍ରଥମେ ଚମ୍ପୁଆ ପୋଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଥିବା ଲୋକଙ୍କ ପାଇଁ ଆତ୍ମହତ୍ୟା କରି ନ ପାରି ଶେଷରେ ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରଲର ଚକତଳେ ପଶି ଯାଇ ଆତ୍ମହତ୍ୟା କରିଛନ୍ତି l ଏହି ଘଟଣା ସସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି l

  • ଆନନ୍ଦପୁରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

    ଆନନ୍ଦପୁରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍ତରେଶ୍ୱର ମନ୍ଦିର ନିକଟ ରେ ବିଜୁବାବୁଙ୍କ ୨୮ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ଯୋଗଦେଇଥିବା ବେଳେ ସ୍ଥାନିୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ବିଜୁବାବୁ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରାଜ୍ୟ ତଥା ଦେଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଛନ୍ତି । ଆଜିର ଯୁବଗୋଷ୍ଠି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଅତିଥି ମାନେ ମଞ୍ଚରୁ କର୍ମୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି ।

  • ଆଦିବାସୀ ଚାଷୀ ମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା

    ଆଦିବାସୀ ଚାଷୀ ମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ ଆଦିବାସୀ ଗ୍ରାମ ଦଲକୀ ଗ୍ରାମରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ କୃଷି ଅଧିକାରୀ ମାନେ । ଅନେକ ସମୟରେ ସରକାରଙ୍କ କୃଷି ଉପରେ ଥିବା ବିଭିନ୍ନ ଯୋଜନା ଆଦିବାସୀ ଭାଇ ଭଉଣୀ ମାନେ ଜାଣିପାରିନଥାନ୍ତି ସେଥିପାଇଁ ଆଦିବାସୀ ଗ୍ରାମରେ କୃଷି ବିଭାଗ ପକ୍ଷରୁ ଚାଷ କିପରି କରିବେ ,କେଉଁ କେଉଁ ଚାଷକରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ,ଆନନ୍ଦପୁର ସହକାରୀ ଉଦ୍ୟାନ କୃଷି ଅଧିକାରୀ ମାସୁମ ମହାନ୍ତି , ମଣ୍ଡି ପର୍ଯ୍ୟବେକ୍ଷକ ଶକ୍ତି ପ୍ରସାଦ ମିଶ୍ର, ପ୍ରାଣୀ ଚିକିତ୍ସକ ଡ଼. ଶିବ ପ୍ରସାଦ ନାୟକ, ଗ୍ରାମ୍ୟ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଦିବାସୀ ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।

  • ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ

    ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ

    କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ର କାର୍ଯ୍ୟକାରିତା କୁ ନେଇ ସରପଞ୍ଚ ଓ ଓ୍ବାର୍ଡମେମ୍ବର୍ ମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କୁ ବିଭିନ୍ନ ଗ୍ରାମର ଲୋକ ମାନେ ନିଜ ନିଜର ସମସ୍ୟା ନେଇ ଅଭିଯୋଗ କରିଥାନ୍ତି । ଅଭିଯୋଗ ଶୁଣାଣି ର ମଧ୍ୟ ସମସ୍ୟା ସମାଧାନ ର ପ୍ରତିଶୃତି ମିଳିଥାଏ । ଜିଲ୍ଲାପାଳ ବିଭିନ୍ନ ଅଭିଯୋଗ ର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି, ମାତ୍ର ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁ ତାହା କାର୍ଯ୍ୟକାରୀ ହୋଇନଥାଏ । ସେଥିପାଇଁ ବହୁଦୂର ଦୂରାନ୍ତରୁ ଆସିଥିବା ଲୋକମାନେ ନିରାଶ ହେଉଛନ୍ତି । ଏହାକୁ ନେଇ ଚମ୍ପୁଆ ବ୍ଲକ ର ସରପଞ୍ଚ ଓ ମେମ୍ବର ମାନେ ଏଥି ପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ ଙ୍କ ଠାରେ ଫେରାଦ ହୋଇଛନ୍ତି ।

  • ପାଟଣା ଗ୍ରାମରେ ଦଶମ ବାର୍ଷିକ ହନୁମାନ ଜୟନ୍ତୀ

    ପାଟଣା ଗ୍ରାମରେ ଦଶମ ବାର୍ଷିକ ହନୁମାନ ଜୟନ୍ତୀ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ପାଟଣା ଗ୍ରାମରେ ଦଶମ ବାର୍ଷିକ ହନୁମାନ ଜୟନ୍ତୀ ପାଳନ ହୋଇଯାଇଛି । ପୁଜକ ବିଚିତ୍ରାନନ୍ଦ ଦାସ, କାହ୍ନୁଚରଣ ମିଶ୍ର, ଶତ୍ରୁଘ୍ନ ଭଞ୍ଜ, ସହଦେବ ତ୍ରିପାଠୀଙ୍କ ଦ୍ଵାରା କଳସ ସ୍ଥାପନା ପରେ ଗୋପୂଜା, ସୂର୍ଯ୍ୟ ପୂଜା ପରେ ମହାଯଜ୍ଞ ରେ ହନୁମାନ ଚାଳିଶା ପାଠ ସହ ପୂର୍ଣ୍ଣାହୁତି କାର୍ଯ୍ୟ ଶେଷ ହୋଇଥିଲା । କର୍ତ୍ତାରୂପେ ରବିନ୍ଦ୍ର ସ୍ବାଇଁ, ପତ୍ନୀ ଶାନ୍ତିଲତା ସ୍ୱାଇଁ ପୂଜା ସଂକଳ୍ପ ରେ ବସିଥିଲେ । ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତ ବୀର ହନୁମାନ ଙ୍କ ଯଜ୍ଞକୁଣ୍ଡ ରେ ପୂର୍ଣ୍ଣାହୁତି ଦେବାପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଘନଶ୍ୟାମ ବୋଇତେଇ, ଶଶିଭୂଷଣ ରାଉତ, କାର୍ତ୍ତିକ ଚରଣ ସ୍ୱାଇଁଙ୍କ ସହ ଗ୍ରାମର ଯୁବଗୋଷ୍ଠୀ ପ୍ରମୁଖ ସହଯୋଗ କରିଥିଲେ ।