Category: କେନ୍ଦୁଝର

  • କୁସେଇ ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

    କୁସେଇ ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

    ରାମଚନ୍ଦ୍ରପୁର ଥାନା ଅଧିନ ଜଳସୁଆଁ ଗ୍ରାମର ପଣ୍ଡୁଆ ତୋଟା ଘାଟ ନିକଟରେ ଜଣେ ବୃଦ୍ଧା ନଦୀରେ ବୁଡି ଯାଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନାଅନୁସାରେ, ଉକ୍ତ ଗ୍ରାମ କୁମ୍ଭାରସାହିର ଲଷ୍ମୀ ରଣା ସକାଳ ସମୟରେ କୁସେଇ ନଦୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟାହ୍ନ ସମୟରେ କୁସେଇ ନଦୀର ପଣ୍ଡୁଆ ତୋଟା ଘାଟ ନିକଟରେ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀଙ୍କୁ ଜଣାଇଥିଲେ ।

    ପରେ ଖବରପାଇ ଘସିପୁରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

  • ଲୋଡର ଓଲଟି ଅପରେଟର ମୃତ

    ଲୋଡର ଓଲଟି ଅପରେଟର ମୃତ

    ଯୋଡା ଇଷ୍ଟ ଲୌହ ଖଣିରେ ଖଣି ଉପରୁ ଖସି ପଡ଼ିଲା ଏକ ଲୋଡର । ଲୋଡର ଖସିପଡିବାରୁ ଅପରେଟର ଗୁରୁତର ଆହତ ହୋଇଥିଲେ । କମ୍ପାନୀ ରେ କାର୍ଯ୍ୟ କରୁଥିବା ଭେଣ୍ଡର ଇଣ୍ଟର୍ ଷ୍ଟେଟ ସିଣ୍ଡିକେଟ ନାମକ ଠିକା ସଂସ୍ଥା ର ଲୋଡର ଅପରେଟର୍ ଭାବେ କାର୍ଯ୍ୟ କରୁଥିଲେ ରାଜେଶ୍ ନାଏକ ନାମକ ଶୁକ୍ରବାର ରାତି ଡ୍ୟୁଟି କରିଥିଲେ । ତେବେ ତାଙ୍କୁ ସକାଳ ସମୟରେ ପୁନର୍ବାର କାମ କରିବା ପାଇଁ କୁହାଯାଇଥିଲା । ସେ ଅନିଦ୍ରା ଥିବାରୁ ଅନିଚ୍ଛା ପ୍ରକାଶ କରିବା ସତ୍ବେ ମଧ୍ୟ ତାଙ୍କୁ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା । ତେବେ ସେ ମେସିନ ନେଇ ଯାଉଥିବା ବେଳେ ଖଣିର ଉପର ଟ୍ରେଂଚ ରୁ ତଳକୁ ଖସି ପଡିଥିଲା । ଫଳରେ ସେ ଗୁରୁତର ଆହତ ହୋଇ ଥିଲେ ।

    ତାଙ୍କୁ ପ୍ରଥମେ ଯୋଡା ଟାଟା ଷ୍ଟିଲ ଡାକ୍ତରଖାନରେ ଭର୍ତ୍ତି କରିବା ପରେ ସେଠାରୁ ଯାମସେଦପୁର ଟାଟା ଷ୍ଟିଲ ହସ୍ପିଟାଲ କୁ ନିଆଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥା ରେ ଗତକାଲି ତାକଂ ମୣତ୍ୟୁ ଘଟିଥିଲା । ଭେଣ୍ଡର ସଂସ୍ଥା ତାକଂ ମୣତଦେହ ଘରକୁ ପଠାଇବା ସହ ତାକଂ କିଛି କର୍ତୣପକ୍ଷ ମଧ୍ୟ ଗାଁ କୁ ଆସିଥିଲେ । ଏଠାରେ କ୍ଷତିପୂରଣ ଦାବୀ ରେ ପରିବାର ଲେlକ ମୣତଦେହ ଗ୍ରହଣ କରୁନଥିବା ବେଳେ ରାତିରେ ସାଗଂରେ ଆସିଥିବା କଂପାନୀ କତୣପକ୍ଷ ଫେରାର ହେଇଯାଇଛନ୍ତି । ତେବେ ଯୋଗା ଯୋଗ କରିଥିଲେ ହେଁ କୌଣସି ଉତ୍ତର ମିଳୁ ନାହିଁ । ଏହାକୁ ନେଇ ଗାଁ ରେ ଉତ୍ତେଜନା ଦେଖାଯାଇଛି । ଅନ୍ୟପଟେ ଦାବୀ ପୂରଣ ନ କଲେ ମୣତଦେହ କଂପାନୀ ବାହାରେ ରଖି ଧାରଣା ଦେବାକୁ ଜିଦ୍ ଧରିଛନ୍ତି ଘର ଲୋକ ।

  • ସ୍ତ୍ରୀର ଶିଳପୂଆ ମାଡରେ ଆଖିବୁଜିଲା ସ୍ୱାମୀ

    ସ୍ତ୍ରୀର ଶିଳପୂଆ ମାଡରେ ଆଖିବୁଜିଲା ସ୍ୱାମୀ

    କେନ୍ଦୁଝର ଜିଲ୍ଲା ଯୋଡା ସହରର ୱାର୍ଡ ନଂ ୧ର ତଲକ୍ ହାଟିଂ ରେ ସ୍ତ୍ରୀର ଶିଳପୁଆ ମାଡରେ ସ୍ବାମୀ ର ମୃତ୍ୟୁ ଘଟି ଥିବା ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସ୍ତ୍ରୀ କୁ ଗିରଫ କରିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଶନିବାର ସନ୍ଧ୍ୟା ସମୟରେ ସ୍ବାମୀ କେନ୍ଦୁଆ ଲୋହାର ତାଙ୍କ ସ୍ତ୍ରୀ ଲେମ୍ବ ଲୋହ।ର ସହିତ କଳହ ହୋଇଥିଲା ।ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀ ଲେମ୍ବ ଘରେ ଥିବା ଶିଳପୂଆ ରେ ସ୍ବାମୀ ର ମୁଣ୍ଡକୁ ପ୍ରହ।ର କରିଥିଲ। ।ରକ୍ତ ଯୁଡୁବୁଡୁ ଅବସ୍ଥାରେ ରାତି ସମୟରେ ତାଙ୍କୁ ପ୍ରଥମେ କମାର ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲେ ।ଅବସ୍ଥା ସଙ୍କଟପନ୍ନ ହେବାରୁ ପରେ କେନ୍ଦୁଝର ଓ ସେଠାରୁ କଟକ ଡାକ୍ତର ଖାନ।କୁ ସ୍ଥାନାନ୍ତର କରାଯାଇଥିଲା ।

    ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ମୃତ୍ୟୁ ଘଟିଥିଲା । ଯୋଡା ପୋଲିସ ସୋମବାର ସାଇନ୍ଟିଫିକ ଟିମ୍ ସହିତ ଅଭିଯୁକ୍ତ ଘରକୁ ଯାଇ ଆକ୍ରମଣରେ ବ୍ୟବହୃତ ହୋଇଥିବା ଶିଳପୁଆ ଓ ଅନ୍ୟାନ୍ୟ ପ୍ରମାଣ ଓ ରକ୍ତ ନମୁନା ସଂଗ୍ରହ କରିବା ସହିତ ଅଭିଯୁକ୍ତ ସ୍ତ୍ରୀ ଲେମ୍ବ ଲୋହାରକୁ ଗିରଫ କରି କେସ ନଂ ୧୪୭/୨୫ ରେ ହତ୍ୟା ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବା ଆଇଆଇସି ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

  • ତାଳଗାଁରେ ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ପ୍ରବେଶ

    ତାଳଗାଁରେ ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ପ୍ରବେଶ

    ଘଷିପୁରାରେ ଥିବା ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ଘଷିପୁରା ବ୍ଳକ ଗୋହିରା ପଞ୍ଚାୟତ ତାଳଗାଁ ରେ ନୂତନ ଗୃହ କରାଯାଇ ଗୃହ ପ୍ରବେଶ କରାଯାଇ ଶିଶୁ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଶିଶୁ ପରିଚାର୍ଯ୍ୟା ଚାରି ଅନୁଷ୍ଠାନର ନୂତନ ଗୃହ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଯୋଗ ଦେଇ ଉଦ୍ ଘାଟନ କରିଥିଲେ । ପରେ ସଭାପତି ନମିତା ରାଣୀ ବଳ ଙ୍କ ସଂଯୋଜନାରେ ଉଦ୍ ଘାଟନ ଉତ୍ସବ ପାଳନ ହୋଇଥିଲା ।

    ସଂମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ସାହୁ , ଅଶୋକ ପୁହାଣ ,ସରୋଜ କୁମାର ସାହୁ ,ଡ଼ ଶମ୍ଭୁନାଥ ରାଉତ ,ଶ୍ରୀମତୀ ସୋନାଲି ଦାସ ,କୃଷ୍ଣଚନ୍ଦ୍ର ବାରିକ ,ନିରୋଦ ମହାନ୍ତି, ଅଧ୍ୟାପକ ସୁଦର୍ଶନ ସାହୁ ,ଜଗତ ଜିତା ଦାସ ,ଅନ୍ନଦା ପ୍ରସାଦ ମହାନ୍ତି , ପରମେଶ୍ବର ମହାନ୍ତି ଯୋଗ ଦେଇଥିଲେ । ଶେଷରେ ଆଶ୍ରମର ଶିଶୁ ମାନେ ଗୀତ ଗାଇବା ସହ ନୃତ୍ୟ ପରିବେଷଣ କରି ଉତ୍ସାହିତ ହୋଇଥିଲେ ।

  • ଅପରେସନ୍ ସିନ୍ଦୁର’ର ସଫଳତା ନେଇ ଆନନ୍ଦପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

    ଅପରେସନ୍ ସିନ୍ଦୁର’ର ସଫଳତା ନେଇ ଆନନ୍ଦପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

    ‘ଅପରେସନ ସିନ୍ଦୂର’ର ସଫଳତା ପରେ ଭାରତୀୟ ଜନତା ପାର୍ଟି  ତରଫରୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ବ୍ଲକ ଛକ ଠାରୁ ଶ୍ରୀ ଶ୍ରୀ ଦଧିବାମନଜୀରଙ୍କ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସେନା ପକ୍ଷରୁ ‘ଅପରେସନ୍ ସିନ୍ଦୂର’ର ସଫଳତା ଓ ଜବାନମାନଙ୍କ ମନୋବଳ ବୃଦ୍ଧି କରିବା ନେଇ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ବରେ  ଅପରାହ୍ନ ୫ ଘଟିକା ସମୟରେ ଆନନ୍ଦପୁର ବ୍ଲଜ ଛକ ଠାରୁ ହଜାର ହଜାର କର୍ମୀ ସହ ଅବସର ପ୍ରାପ୍ତ ସୈନିକ , ଯୁବଗୋଷ୍ଠି, ମହିଳା ଓ ସାଧାରଣ ଲୋକ ହାତରେ ତ୍ରିରଙ୍ଗା ପତାକା ଧରି ଭାରତମାତା କି ଜୟ, ଭାରତୀୟ ସୈନିକ ଜିନ୍ଦାବଦ, ଅପରେସନ ସିନ୍ଦୂର ଜିନ୍ଦାବାଦ ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଆନନ୍ଦପୁରର ଆରାଧ ଦେବତା ଶ୍ରୀ ଶ୍ରୀ ବଧୁବାମନକୀଙ୍କ ମନ୍ଦିର ନିକଟରେ ପହଂଚି ଏକ ପଥପ୍ରାନ୍ତ ସଭାରେ ଯୋଗଦେଇଥିଲେ।

  • ବୋମା ଫୁଟାଇ ଦୁଇଲକ୍ଷ ଟଙ୍କା ଲୁଟ

    ବୋମା ଫୁଟାଇ ଦୁଇଲକ୍ଷ ଟଙ୍କା ଲୁଟ

    ଚମ୍ପୁଆ ଥାନା ସରେଇ ନିକଟରେ ବେlମା ଫୁଟାଇ ଦୁଇ ଲକ୍ଷ ରୁ ଅଧିକ ଟଙ୍କା ଲୁଟ l କରଞ୍ଜିଆ ସରକାରୀ ସ୍ବୀକୣତି ପ୍ରାପ୍ତ ବିଦେଶୀ ମଦ ଦୋକାନ ରୁ ଦୋକାନ ବନ୍ଦ କରି ଦେlକାନର ଦୁଇ କର୍ମଚାରୀ ଦିନେଶ ପ୍ରସାଦ ଓ ଅଶ୍ବୀନି କର ସ୍କୁଟି ଡିକିରେ ଦେlକାନରେ ବିକ୍ରି ଟକାଂ ଧରି ଦେlକାନ ମାଲିକକଂ ଘରକୁ ଯାଉଥିବା ବେଳେ ସରେଇ ଆମ୍ଵ ବଗିଚା ନିକଟରେ ତିନି ଜଣ ଦୃର୍ବୁତ୍ତ ବାଇକ ରେ ଆସି ବୋମା ମାଡ଼ କରି ଟଙ୍କା କୁ ଲୁଟିନେଇ ପୁଣି କରଞ୍ଜିଆ ରାସ୍ତା ମଧ୍ୟ ଦେଇ ଫେରାର ହେଇଯାଇଛନ୍ତି l ବିଳମ୍ୱିତ ରାତିରେ ଘଟଣା ଘଟିଥିବା ବେଳେ ପୋଲିସ୍ ଏହାର ଟେରେ ପାଇନାହିଁ ପରେ ଦେlକାନ ମାଲିକ ଘଟଣା ସଂପର୍କରେ ପେlଲିସକୁ ଖବର ଦେବାପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ବାଇକ୍ ଧକ୍କାରେ ଜଣେ ମୃତ, ୫ ଗୁରୁତର

    ବାଇକ୍ ଧକ୍କାରେ ଜଣେ ମୃତ, ୫ ଗୁରୁତର

    କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ୨୦ନଂ ଜାତୀୟ ରାଜପଥ ନୂଆଗାଁ ଛକ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ତିନି ଗୁରୁତର ପାଞ୍ଚ ଜଣ ଆହାତ।
    ସୂଚନା ଅନୁଯାୟୀ ରାମଚନ୍ଦ୍ରପୁର ଥାନା ଅର୍ନ୍ତଗତ ଜେନାପଦା ଗ୍ରାମର ରମେଶ ତ୍ରୀପାଠୀଙ୍କ ପରିବାର ଲୋକେ ଘଟଗାଁ ଯାଇ ବସ୍ ଯୋଗେ ଘରକୁ ଫେରୁଥିଲେ। ଦିନ ୧୨ଟାରେ ନୂଆଗାଁ ଛକରେ ବସରୁ ଓହ୍ଲାଇ ରୋଡ଼ ଅତିକ୍ରମ କରୁଥିବା ବେଳେ ବାଇକ୍ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସମସ୍ତେ ପଡ଼ିଯାଇଥିଲେ। ରମେଶଙ୍କ ସମେତ ପୁଅ ମାନସ ତ୍ରିପାଠୀ, ଦୁଇ ଜଣ ମହିଳା ଓ ଜଣେ ନାବାଳିକା ଥିବା ଜଣା ପଡ଼ିଛି। ସମସ୍ତଙ୍କ ମୁଣ୍ଡ ଓ ଗୋଡ଼ରେ ଗଭିର ଆଘାତ ଲାଗିଥିବା ବେଳେ ବାଇକ ଚାଳକ ମଧ୍ଯ ଗୁରୁତର ଥିବା ଜଣା ପଡ଼ିଛି। ସାମାଜିକ କର୍ମୀ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଇଁକୁଳ ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି ।

    ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ମେଡ଼ିକାଲ ପହଁଚିବା ପୂର୍ବରୁ ହିଁ ରମେଶଙ୍କର ବାଟରେ ମୃତ୍ୟୁ ଘଟିଥିଲା । କଟକ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଇ ନିଜ ଗ୍ରାମ ଜେନାପଦା ଆଣିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି । ରାମଚନ୍ଦ୍ରପୁର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

  • ଅଗ୍ନିକାଣ୍ଡରେ ଜଳିଗଲା 3 ବଖରା ଘର

    ଅଗ୍ନିକାଣ୍ଡରେ ଜଳିଗଲା 3 ବଖରା ଘର

    ଆନନ୍ଦପୁର ବ୍ଲକ କୋଡାପଡାରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଗୋଟିଏ ପରିବାରର ୩ ବଖରା ଘର । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଗ୍ରାମର ଶୁକଦେବ ଓଝା ଓ଼ ପରିବାରର ସମସ୍ତେ ଘରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା ଅଗ୍ନିକାଣ୍ଡରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଘର ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଛି। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି ।

  • କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା

    କେନ୍ଦୁଝର ପୋଲିସକୁ ମିଳିଛି ବଡ଼ ସଫଳତା

    କେନ୍ଦୁଝର ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ୨ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ, ସେମାନଙ୍କ ନିକଟରୁ ଲୁଟ୍ ସୁନାଗହଣା ଜବତ କରିଛି ପୋଲିସ । କେନ୍ଦୁଝର ସହର, ନରଣପୁର ର ଦୀପକ କୁମାର ସାହୁ, ତାଙ୍କ ସୁନାଦୋକନ ବନ୍ଦ କରି ବାଇକ୍ ରେ ଘରକୁ ଫେରୁଥିବା ବେଳେ, ୨ଟି ବାଇକ୍ ରେ ୫ଜଣ ଦୁର୍ବୃତ୍ତ ଦୀପକଙ୍କୁ ଆକ୍ରମଣ କରି ତାଙ୍କ ପାଖରେ ଥିବା ସୁନାଗହଣା ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇ ଯାଇଥିଲେ । ଏନେଇ ଟାଉନ୍ ଥାନାରେ ଦୀପକ ଏତଲା ଦେଇଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ପ୍ରଥମେ ବିଭିନ୍ନ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ଏହାପରେ କେନ୍ଦୁଝର ସହରର ବିଭିନ୍ନ ହୋଟେଲ୍ ଯାଞ୍ଚ କରିବା ସମୟରେ ଏକ ହୋଟେଲ୍ ଭିତରେ ୨ଜଣ ଅଭିଯୁକ୍ତ ଥିବା ବେଳେ, ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ୨ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ଲକ୍ଷଣ ଗୋଣ୍ଡ ଓ ଅନ୍ୟଜଣେ ନାବାଳକ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡ଼ିପିଓ । ସେମାନଙ୍କ ନିକଟରୁ ୧୨.୦୯ ଗ୍ରାମ୍ ସୁନା ଓ ୧.୪୩ କେଜି ରୁପା ଗହଣା, ୨ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏଥିସହ, ଆକ୍ରମଣ ପାଇଁ ବ୍ୟବହୃତ ୨ଟି ବେସବଲ୍ ବ୍ୟାଟ୍ ମଧ୍ୟ ଜବତ କରିଛି । ଏହି ଲୁଟ୍ ରେ ସମ୍ପୃକ୍ତ ଅନ୍ୟ ୩ଜଣଙ୍କୁ ଚିହ୍ନଟ କରି ପୋଲିସ ସେମାନଙ୍କୁ ଖୋଜୁଥିବା କହିଛନ୍ତି ସଦର ଏସଡ଼ିପିଓ ।

  • ସାଳଦେଇ ଗ୍ରାମରେ ନୂତନ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ

    ସାଳଦେଇ ଗ୍ରାମରେ ନୂତନ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ସାଳଦେଇ ଗ୍ରାମରେ ନୂତନ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ ହୋଇଯାଇଛି। ସ୍କୁଲ ର ପ୍ରତିଷ୍ଠାତା ରବି ନାରାୟଣ ବୋଇତାଇ ଙ୍କ ସଭାପତିତ୍ଵରେ ଉଦଘାଟନ ଉତ୍ସବରେ ସରପଞ୍ଚ ରିତାଞ୍ଜଳି ବୋଇତାଇ ଆନୁଷ୍ଠାନିକ ଭାବେ ନୁତନ ସ୍କୁଲ କୁ ଉଦଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲ ଅଧ୍ୟକ୍ଷା ରାଇମଣୀ ବୋଇତାଇ, ସମ୍ପାଦକ ବିନୋଦ ବିହାରୀ , କୋଷାଧ୍ୟକ୍ଷ ଜଗତ ବୋଇତାଇ, ସାଳଦେଇ ଜାଭିୟର୍ସ ସ୍କୁଲ ପ୍ରିନ୍ସପାଲ ରଶ୍ମିତା ରାଉତ, ଖଲଣା ଜାଭିୟର୍ସ ସ୍କୁଲ ପ୍ରିନ୍ସପାଲ , କୋଷାଧ୍ୟକ୍ଷ ପ୍ରମୁଖ ଉଦଘାଟନୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।

    ଏହି ସ୍କୁଲ ରେ ନର୍ସରୀ ରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପାଠପଢି ପାରିବେ ବୋଲି ସ୍କୁଲ ଅଧ୍ୟକ୍ଷା ରାଇମଣୀ ବୋଇତାଇ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଜାଭିୟର୍ସ ସ୍କୁଲର ଆରମ୍ଭ ହେବାରୁ ଆଖପାଖ ଅଞ୍ଚଳବାସୀଙ୍କ ଇଂରାଜୀ ଶିକ୍ଷାରେ ଶିକ୍ଷାଦାନ କରିବାକୁ ସ୍କୁଲ ରେ ଯୋଗଦେଉଥିବା ନୂତନ ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ସ୍କୁଲ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ସ୍କୁଲ କମିଟି ତରଫରୁ ସୂଚନା ମିଳିଛି ।