Category: କେନ୍ଦୁଝର

  • ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନକୁ ନେଇ ମୁଣ୍ଡ ଟେକିଲା ଅସନ୍ତୋଷ

    ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନକୁ ନେଇ ମୁଣ୍ଡ ଟେକିଲା ଅସନ୍ତୋଷ

    ରାଜ୍ୟର ବିତ୍ତଶାଳୀ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ, ହାଇକୋର୍ଟଙ୍କ ଆଦେଶ ମୁତାବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରକାଶ ସହ ଅଗଷ୍ଟ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ମଧ୍ୟ ଶେଷ ହୋଇସାରିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବିଜ୍ଞପ୍ତି ମୁତାବକ ସେପ୍ଟେମ୍ବର ୩ ତାରିଖ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶିତ ଭୋଟର ତାଲିକାକୁ ଚ୍ୟାଲେଞ୍ଜ କରି ସଂଘ ସଦସ୍ୟ ଛବିନ୍ଦ୍ର କୁମାର ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଗ୍ରହଣ କରି ଅଗଷ୍ଟ ୩୧ ତାରିଖରେ ଶୁଣାଣୀ ଆରମ୍ଭ ହୋଇ ସେପ୍ଟମ୍ବର ୪ ତାରିଖକୁ ପରବର୍ତ୍ତୀ ଶୁଣାଣୀ ନିମନ୍ତେ ସ୍ଥିର ହୋଇଥିବାରୁ ଆଡଭୋକେଟ ଜେନେରାଲ ଓଡିଶା, କଟକଙ୍କ କାର୍ଯ୍ୟାଳୟ ଚିଠି ନଂ୪୮୮୮୭(୨) ତା ୩୧/୦୮/୨୦୨୩ ରିଖ ଯୋଗେ ଅତିରିକ୍ତ ସରକାରୀ ଅଧିବକ୍ତା ପ୍ରଭାତ କୁମାର ମୁଦୁଲିଙ୍କ ଦସ୍ତଖତ ଥାଇ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେପ୍ଟେମ୍ବର ୪ ତାରିଖ ଶୁଣାଣୀ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ ସଂକ୍ରାନ୍ତ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ଆଦେଶ କରିଥିଲେ ।

    ଏହି ଆଦେଶ ପରେ ତୁରନ୍ତ ଅତିରିକ୍ତ ଜିଲ୍ଲାପାଳଙ୍କ ଚିଠି ନଂ ୨୯୫୦ ତା ୧/୮/୨୦୨୩ ରିଖ ଅନୁଯାୟୀ, ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ସଂକ୍ରାନ୍ତୀୟ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ସଂଘ ଉପଦେଷ୍ଟାଙ୍କୁ ଚିଠି କରିବା ପରେ ସେପ୍ଟେମ୍ବର ୩ ତାରିଖରେ ପ୍ରକାଶିତ ହେବାକୁ ଥିବା ଚୂଡାନ୍ତ ପ୍ରାର୍ଥୀ ତାଲିକାକୁ ଆଉ ପ୍ରକାଶ କରାଗଲା ନାହିଁ । ସେପ୍ଟେମ୍ବର ୪ ତାରିଖରେ ଆବେଦନର ଶୁଣାଣୀ ନହୋଇ ସେପ୍ଟେମ୍ବର ୧୨ ତାରିଖକୁ ପରବର୍ତ୍ତୀ ଶୁଣାଣୀ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ୧୨ ତାରିଖରେ ମଧ୍ୟ ଶୁଣାଣୀ ନହୋଇ ସେପ୍ଟେମ୍ବର ୧୩ ତାରିଖକୁ ପରବର୍ତ୍ତୀ ଶୁଣାଣୀ ନିମନ୍ତେ ଧାର୍ଯ୍ୟ ହୋଇଥିଲେ ହେଁ ୧୩ରେ ଶୁଣାଣୀ ନହୋଇ ପୁଣିଥରେ ସେପ୍ଟେମ୍ବର ୧୮ ତାରିଖକୁ ଧାର୍ଯ୍ୟ ହୋଇଛି ।

    ନିର୍ବାଚନ ପ୍ରକ୍ରିୟାକୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ଅତିରିକ୍ତ ଜିଲ୍ଲାପାଳ ସଂଘ ଉପଦେଷ୍ଟାଙ୍କୁ ଚିଠି କରିଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ କିମ୍ବା ଅଦାଲତଙ୍କ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ବନ୍ଦ ପାଇଁ କୌଣସି ରହିତାଦେଶ ନଥାଇ ସୁଦ୍ଧା କାହା ସ୍ୱାର୍ଥରେ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି ସେନେଇ ସଂଘର ବରିଷ୍ଠ ସଦସ୍ୟ ତଥା ସଭାପତି ପ୍ରାର୍ଥୀ ରାମଚନ୍ଦ୍ର ଭୂୟାଁ ପ୍ରଶ୍ନ କରିଛନ୍ତି । ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଭୂୟାଁ ଏହି ପ୍ରଶ୍ନ କରିବା ସହ ପୂର୍ବ ବିଜ୍ଞପ୍ତି ଅନୁଯାୟୀ, ଚଳିତ ମାସ ୨୪ ତାରିଖରେ ଭୋଟ ଗ୍ରହଣ କିଭଳି କରାଯିବ ସେନେଇ ଉଭୟ ଜିଲ୍ଲା ପ୍ରଶାସନ ଓ ସଂଘ ଉପଦେଷ୍ଟାଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଘର ଅନ୍ୟତମ ବରିଷ୍ଠ ସଦସ୍ୟ ତଥା ଉପସଭାପତି ପ୍ରାର୍ଥୀ ରାମଚନ୍ଦ୍ର ରାଉତ ଓ ଯୁଗ୍ମ ସମ୍ପାଦକ ପ୍ରାର୍ଥୀ ଅୟସକାନ୍ତ ପଟ୍ଟନାୟକ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରହିତାଦେଶ ନଥାଇ କିଭଳି ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରାଯାଇ ଗଣତନ୍ତ୍ରରେ ସଂଘୀୟ ବ୍ୟବସ୍ଥାକୁ ଉଲଂଘନ କରାଉଛି ସେନେଇ କ୍ଷୋଭ ପ୍ରକଟ କରିବା ସହ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଧାର୍ଯ୍ୟ ସମୟରେ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ଅନୁରୋଧ କରିଛନ୍ତି ।

  • ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର

    ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର

    କୂଅ ଭିତରୁ ଉଦ୍ଧାର ହେଲା ପୂର୍ବତନ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ମୃତଦେହ । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କର ଚୌକିଦାର ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ନିରଞ୍ଜନ ବଉଳା ଫାଣ୍ଡିର ଚୌକିଦାର ଥିବା ବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ. ବାଲିପାଳ ପଂଚାୟତର ସରପଞ୍ଚ ଥିଲେ । ମଙ୍ଗଳବାର ରାତିରୁ ଉଭୟଙ୍କୁ କେହି ଦୁର୍ବୁତ୍ତ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ ।

    ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ଉଭୟ ମୟୂରନଚା ଗାଁରେ ରହୁଥିଲେ । ବୁଧବାର ଗାଁ ଲୋକ ତାଙ୍କ ଘରକୁ ଯାଇଥିବା ବେଳେ ଘରେ କେହି ନଥିଲେ । ଗ୍ରାମରକ୍ଷୀଙ୍କୁ ଡାକ ପକାଇଥିଲେ ବି କେହି ନଶୁଣିବାରୁ ଗେଟ ଖୋଲି ବାଡି ଭିତରକୁ ପଶିଥିଲେ । ବାଡି ଭିତରେ ରକ୍ତ ପଡ଼ିଥିବା ଦେଖିବା ସହିତ କୂଅରେ ରମ୍ଭା ପାତ୍ରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ସୋସୋ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରେ ୨ଟି ଯାକ ଶବ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି । ଆଜି ସକାଳୁ ପୋଲିସ ଶବ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି ।

  • ସାହାଯ୍ୟ କରିବା ଆଳରେ ପ୍ରେମ ନିବେଦନ

    ସାହାଯ୍ୟ କରିବା ଆଳରେ ପ୍ରେମ ନିବେଦନ

    ରକ୍ଷକ ଯଦି ଭକ୍ଷକ ସାଜେ ତେବେ ନ୍ୟାୟ କାହାକୁ ମାଗିବା ଏଭଳି ଏକ ସଂଗୀନ ମାମଲା ଆସିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନାରୁ, ସୂଚନାନୁଯାୟୀ ବାମେବାରି ଥାନାରେ ଅଞ୍ଚଳରେ ବିବାହ କରିଥିବା ନୟାକୋଟ ଥାନା ଅଞ୍ଚଳର ଜଣେ ମହିଳା ସ୍ବାମୀଙ୍କ ସହ କଳହ ପରେ ବାପାଘରେ ଆସି ରହୁଥିଲେ। ନ୍ୟାୟ ପାଇଁ ସେ କିଛିମାସ ତଳେ ଥାନାକୁ ଆସି ଅଭିଯୋଗ କରିଥିଲେ। ପରେ ମହିଳାଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କ ମୋବାଇଲ ନମ୍ବର ନେଇ ଏସ୍‌ଆଇ ଶ୍ରୀ ମହାନ୍ତ ନିୟମିତ କଥା ହେଉଥିଲେ। ମହିଳାଙ୍କୁ ଅଶ୍ଳୀଳ ମେସେଜ ଓ ଫଟୋ ପଠାଇ ଥାନା ଏସ୍‌ଆଇ ଫଣିଭୂଷଣ ମହାନ୍ତ ନିଲମ୍ବିତ ହୋଇଛନ୍ତି।

    ପ୍ରେମ ନିବେଦନ କରିବା ସହ ହ୍ବାଟସଆପ୍‌ରେ ଅଶ୍ଳୀଳ ଭିଡିଓ ଓ ବାର୍ତ୍ତା ପଠାଉଥିଲେ। ଏନେଇ ମହିଳା ଜଣକ ପ୍ରଥମେ କେନ୍ଦୁଝର ଏସ୍‌ପିଙ୍କୁ ଭେଟିଥିଲେ। ଏସ୍‌ପି ଏହାର ତଦନ୍ତ ପାଇଁ ବଡ଼ବିଲ ଏସ୍‌ଡିପିଓଙ୍କୁ ନିର୍ଦେଶ ଦେଇଥିଲେ। ତଦନ୍ତ ପରେ ଏସ୍‌ଆଇ ଶ୍ରୀ ମହାନ୍ତଙ୍କୁ ଏସ୍‌ପି ନୀତିନ କୁଶଳକର ଡାଗୁଡ଼ ନିଲମ୍ବନ କରିବା ସହ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

  • ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଲୋକେ ହେଲେ ଛାନିଆ ।

    ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଲୋକେ ହେଲେ ଛାନିଆ ।

    କେନ୍ଦୁଝରରୁ ଭୁବନେଶ୍ୱର ସବୁ ଦିନେ ସକାଳେ ଗୋଟେ ଯାତ୍ରୀବାହୀ ଟ୍ରେନ ଯାଏ ବହୁତ ଲୋକେ ଯାଆନ୍ତି। ହେଲେ ଆଜି ଏହି ଟ୍ରେନ କଟକ ହେବା ବେଳେ ଧୀର ଗତିରେ ଥିଲା ବେଳେ ଏହାର ଟ୍ରାକରେ ଆଉ ଗୋଟେ ଟ୍ରେନ୍ ଆସୁଥିବା ଦେଖା ଗଲା । ତେବେ କିଛି ଦୁର୍ଘଟଣା ହେବା ପୂର୍ବରୁ ଦୁଇ ଟ୍ରେନ୍ ଅଟକି ଯାଇ ଥିଲେ । କେନ୍ଦୁଝରରୁ ଯାଉଥିବା ଟ୍ରେନ୍ ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଏହାର କାରଣ ସଠିକ୍ ଜଣା ଯାଇ ନଥିଲେ ବି ବୋଧ ହୁଏ ନୂଆ କାରିଗରୀ ଲାଗି କୁଆଡେ ଗୋଟେ ମିନିଟ ବ୍ୟବଧାନରେ ଗୋଟେ ଟ୍ରାକରେ ୨ ଟ୍ରେନ ଯାଇ ପାରିବ ବୋଲି ଖବର ଆସିଛି ଆଲୋଚନା ହେଉ ଥିଲା

  • ଭିଜିଲାନ୍ସ ମହିଳା କର୍ମଚାରୀଙ୍କ ଲାଞ୍ଚ ମାଗିବା ଭିଡ଼ିଓ ଭାଇରାଲ

    ଭିଜିଲାନ୍ସ ମହିଳା କର୍ମଚାରୀଙ୍କ ଲାଞ୍ଚ ମାଗିବା ଭିଡ଼ିଓ ଭାଇରାଲ

    କେନ୍ଦୁଝର ଜିଲ୍ଲାରେ ଏବେ ଜଣେ ଭିଜିଲାନ୍ସ ମହିଳା କର୍ମଚାରୀଙ୍କ audio ହେଉଛି viral । ଭଲକି ଶୁଣନ୍ତୁ ଏହି audio କୁ । Audio ରେ କଥା କହୁଥିବା ମହିଳା ଜଣଙ୍କ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ଜଣେ କର୍ତ୍ତବ୍ୟରତ ମହିଳା କନେଷ୍ଟବଳ । ଅପରପାର୍ଶ୍ଵରୁ ଥିବା ପୁରୁଷ ଜଣଙ୍କ ଭିଜିଲାନ୍ସ ଜାଲରେ ପଡିଥିବା ଜଣେ ଅଭିଯୁକ୍ତ ବୋଲି ଜଣାପଡିଛି। ଯାହାଙ୍କର ମାମଲା ଏବେ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରଧୀନ ରହିଛି । audio ରେ ମାମଲାକୁ ରଫାଦଫା କରିବାକୁ ଏବଂ କେଶ କିପରି ଦୁର୍ବଳ ହେବ ସେଥିପାଇଁ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବାକୁ କିଛି ମାଲ ଖର୍ଚ୍ଚ କରିବାକୁ ପଡିବବୋଲି ମହିଳା କର୍ମଚାରୀ ଜଣଙ୍କ କହୁଥିବା ଶୁଣା ଯାଉଛି। ଉପରୁ ତଳ, ସରକାରୀ ଓକିଲ ସମସ୍ତେ ନେବେ, କେତେ ଖର୍ଚ୍ଚ କରିପାରିବ ବୋଲି ମହିଳା କର୍ମଚାରୀ ପଚାରୁଛନ୍ତି । ମୁଁ ସବୁ କରେଇ ପାରିବି ଆଗରୁ ଏମିତି ବହୁତ ଲୋକଙ୍କ କାମ କରାଯାଇଛି ବୋଲି କହୁଛନ୍ତି । ମହିଳା ଜଣଙ୍କ ଟଙ୍କା ପାଇଁ ଏତେ ତଳକୁ ଖସି ଯାଇଛନ୍ତି ଯେ ଦୁନିଆରେ କେହି ସୋଚଟନୁଁହଁ , ଏପରିକି ତାଙ୍କ ବାପା ମା ବି ମିଛୁଆ, ମିଛ କହି ତାଙ୍କୁ ଜନ୍ମ କରିଥିବା ବେଳେ ନରେନ୍ଦ୍ର ମୋଦି କି ଅମ୍ବାନୀ କେହି ସୋଚଟ ନୁଁହଁ ବୋଲି କହିବା ଚର୍ଚ୍ଚାର ବିଷୟ ହୋଇଛି । ଆଜି ଖର୍ଚ୍ଚ କଲେ ସବୁ ସମ୍ଭବ ବୋଲି କହୁଛନ୍ତି । ତେବେ ଦୁର୍ନୀତି ଖୋର ଲୋକଙ୍କୁ ଭିଜିଲାନ୍ସ ଧରୁଥିବା ବେଳେ ଭିଜିଲାନ୍ସର ଜଣେ ମହିଳା କର୍ମଚାରୀଙ୍କ ଏହି audio ଏବେ ଭିଜିଲାନ୍ସ ବିଭାଗକୁ ଅଡ଼ୁଆରେ ପକାଇଛି । ଆଜି ବାଲେଶ୍ଵର ଭିଜିଲାନ୍ସ ଏସପି କେନ୍ଦୁଝର ଏକ ବୈଠକ ପାଇଁ ଆସିଥିବା ବେଳେ ତାଙ୍କର ପ୍ରତିକ୍ରିୟା ନିଆଯାଇଥିଲା । ଏନେଇ କିଛି ଅଭିଯୋଗ ପାଇନାହାନ୍ତି ଅଭିଯୋଗ ପାଇବାପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ । ସେହିପରି ସରକାରୀ ଓକିଲ ଦେବଦତ୍ତ ବିଶ୍ୱାଳ ମଧ୍ୟ ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିବାବେଳେ ସମୃକ୍ତ ମହିଳା କର୍ମଚାରୀ କାହିଁକି ତାଙ୍କ ନାମ ନେଇଛନ୍ତି ସେ ନେଇ ତଦନ୍ତରେ ସବୁ ସତ ପଦାକୁ ଆସିବ କହିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ସମ୍ପୃକ୍ତ ମହିଳା କର୍ମଚାରୀ କ୍ୟାମେରା ଦେଖି ହଡବଡେଇ ଯାଇଥିବା ବେଳେ ସେ ଉକ୍ତ ମହିଳା କର୍ମଚାରୀ ନୁହଁନ୍ତି, ତାଙ୍କର ନାମ ଅଲଗା କହି ପଳାଇ ଥିଲେ ।

  • ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ସରଗରମ ରାଜନୀତି

    ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ସରଗରମ ରାଜନୀତି

    ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ଅନୁଷ୍ଠିତ ହେବ । ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବା ବେଳେ ସାଧାରଣ ସମ୍ପାଦକ ପଦବୀ ପାଇଁ ପ୍ରଦୀପ ବାରିକ ନାମାଙ୍କନ ଦାଖଲ କରିଛନ୍ତି । ସମ୍ପାଦକ ପ୍ରାଥି ପ୍ରଦୀପ, ଧାଙ୍ଗରପଡା ପ୍ରୀତମ ହୋଣ୍ଡା ସୋ ରୁମ ସମ୍ମୁଖ ନିକଟରୁ ବହୁସଂଖ୍ୟାରେ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଭରିଥିଲେ । ପରିବର୍ତ୍ତନର ସ୍ଲୋଗାନ ଦେଇ ସମର୍ଥକ ଟ୍ରକ୍ ମାଲିକ ମାନେ ଜିଲା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଚଳିତ ବର୍ଷ ବିଭିନ୍ନ ପଦପଦବୀ ପାଇଁ ମୋଟ ୩୨୫ଟି ନାମାଙ୍କନ ବିକ୍ରି ହୋଇଥିବା ବେଳେ ୧୨୫ ଜଣ ଦାଖଲ କରିଛନ୍ତି । ସଭାପତି ପଦବୀରେ ୪ ଜଣ ଏବଂ ସାଧାରଣ ସମ୍ପାଦକ ପଦବୀରେ ୩ ଜଣ ନାମାଙ୍କନ ଦାଖଲ କରିଛନ୍ତି ।

    ସଂଘର ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ୪୬୬୭ ଜଣ ସଦସ୍ୟ ରହିଥ‌ିବା ବେଳେ ୭ଟି ଜୋନ୍ ରହିଛି । କେନ୍ଦୁଝର ଜୋନ୍‌ରେ ସର୍ବାଧ‌ିକ ୨୦୩୦, ଘଷିପୁରାରେ ୭୬୭, ରାମଚନ୍ଦ୍ରପୁରରେ ୫୬୬, ଚମ୍ପୁଆରେ ୪୦୮, ଢେଙ୍କିକୋଟରେ ୩୧୧, ହାଟହିନ୍ଦୀରେ ସର୍ବନିମ୍ନ ୨୮୦ ଓ ଘଟଗାଁ ଜୋନ୍‌ରେ ୩୦୫ ଜଣ ସଦସ୍ୟ ରହିଛନ୍ତି । ଜିଲାର ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ ନେଇ ନିର୍ବାଚନ କମିଟି ଗଠନ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ପ୍ରଧାନ ଏହାକୁ ପରିଚାଳନା କରିବା ସହ ବରିଷ୍ଠ ନାଗରିକ ମଣ୍ଡଳୀ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।

  • କାଉଡିଆ ଅଟୋ ଉପରେ ଚଢିଗଲା ଟ୍ରଲର ,୩ ମୃତ ୩ ଗୁରୁତର

    କାଉଡିଆ ଅଟୋ ଉପରେ ଚଢିଗଲା ଟ୍ରଲର ,୩ ମୃତ ୩ ଗୁରୁତର

    () ପାଣି ଢାଳି ଘରକୁ ଫେରୁଥିବା ବେଳେ କାଉଡିଆଙ୍କ ଅଟୋ ଉପରେ ଚଢିଗଲା ଟ୍ରଲର ।ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ,ଖିରେଇ ଟାଙ୍ଗିରି ଟୋଲ ଗେଟ ନିକଟରେ। ସୁଚନା ଅନୁଯାୟୀ ତେଲକୋଇ ସନ୍ଥେଇଭଞ୍ଜ ଅଞ୍ଚଳର ୭ ଜଣ କାଉଡିଆ ପାଟଣା ଶିବ ମନ୍ଦିରରେ ପାଣି ଢାଳି ଘରକୁ ଫେରୁଥିବା ବେଳେ ୪୯ ନମ୍ବର ଜାତିୟ ରାଜପଥର ଖିରେଇ ଟାଙ୍ଗିରି ଟୋଲ ଗେଟ ନିକଟରେ ଏକ ଟ୍ରଲର ଅଟୋ କୁ ପଛ ପଟୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା ।

    ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।ଏଥି ସହ ତିନି ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

  • ସହିଦ ପୁଅକୁ ଝୁରି ଝୁରି ଶେଷରେ ଆଖି ବୁଜିଲେ ମା’

    ସହିଦ ପୁଅକୁ ଝୁରି ଝୁରି ଶେଷରେ ଆଖି ବୁଜିଲେ ମା’

    ସହିଦ ପୁଅକୁ ଝୁରି ଝୁରି ଚାଲିଗଲା ମା’ର ଜୀବନ। ସହିଦ ହେବାର ୮ ଦିନ ପରେ ଚାଲିଗଲେ ମା’। ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ । ଏହି ଧକ୍କାକୁ ସହି ପାରିନଥିଲେ ସହିଦଙ୍କ ଅସୁସ୍ଥ ମାଆ ସୁନ୍ଦରୀ ଖୁଣ୍ଟିଆ । ୭ ଦିନ ଭିତରେ ସେ ଆହୁରି ଅସୁସ୍ଥ ହୋଇ ପଡିଥିଲେ । ଗତ ୪ ଦିନ ହେଲା ଖିଆପିଆ ଛାଡି ଦେଇଥିଲେ । ଶୁକ୍ରବାର ସକାଳେ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଆନନ୍ଦପୁର ହସପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସପ୍ତାହକ ମଧ୍ୟରେ ପୁଅକୁ ଝୁରି ଝୁରି ମାଆଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଖବର ପାଇବା ପରେ ସ୍ତବ୍ଧ ହୋଇ ଯାଇଛନ୍ତି ଅଞ୍ଚଳବାସୀ । ଗତ ୧୧ ତାରିଖରେ ଝାଡ଼ଖଣ୍ଡରେ ମାଓବାଦୀଙ୍କ ସହ ମୁକାବିଲା ବେଳେ ସୁଶାନ୍ତ ସହିଦ ହୋଇଥିବା ଖବର ଆସିଥିଲା। ପୁଅ ସହିଦ ହେବା ଖବର ଶୁଣି ପୁରାପୂରି ଭାଙ୍ଗି ପଡ଼ିଥିଲେ ସୁଶାନ୍ତଙ୍କ ମା’ ଓ ଅସୁସ୍ଥ ହୋଇପଡ଼ିଥିଲେ। ଶେଷରେ କଟକରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଦେଇଛନ୍ତି। ସହିଦ ସୁଶାନ୍ତଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା । ତିନି ବର୍ଷରେ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ପରିବାରରେ ସୁଶାନ୍ତଙ୍କ ଗର୍ଭବତୀ ପତ୍ନୀ ଛଡ଼ା ଆଉ କେହି ନାହାନ୍ତି।

  • ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର ।

    ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର ।

    ଗୋଟେପଟେ ଟମାଟୋ ଦର ଗ୍ରାହକଙ୍କୁ କନ୍ଦାଉଥିବା ବେଳେ ସେପଟେ ଟମାଟୋ ପାଇଁ ମହାଭାରତ । ଟମାଟୋ କିଣାକୁ ନେଇ ପରିବା ଦୋକାନୀଙ୍କ ଛୁରା ମାଡରେ ଜଣେ ଆହତ, ଅନ୍ୟ ଜଣେ ଗୁରତର ।

    ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାଲିପାଳ ସାପ୍ତାହିକ ବଜାର ହାଟରେ ।ସୂଚନା ଅନୁସାରେ କେଶଦୁରାପାଳ ଗାଁର ଦିଲ୍ଲୀପ ମୁଖୀ ହାଟରେ ଝାଡୁ କରି ଦେକାନ ପିଛା ୫ ଟଙ୍କା ନେଇଥାନ୍ତି ।

    ତେବେ ଗତକାଲି ହାଟରେ ଥିବା ଏକ ପରିବା ଦୋକାନରୁ ଜଣେ ଗ୍ରାହକ ଏକ କିଲୋ ଟମାଟେ ନେଇ ଟଙ୍କା ଦେଇନଥିଲେ । ଏଥିପାଇଁ ପରିବା ଦୋକାନୀ କିନ୍ତୁ ଦିଲ୍ଲୀପ ସେହି ଏକ କିଲୋ ଟମାଟୋ ନେଇଛନ୍ତି କହି ଟଙ୍କା ମାଗିଥିଲେ ।

    ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପରିବା ଦୋକାନୀ ଓ ତାର ସହଯୋଗୀ ବାଟରେ ଦିଲ୍ଲୀପଙ୍କୁ ଅଟକାଇ ମାଡ ମାରିଥିଲେ । ଛୁରା ଓ ବଟକରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

    ଏହି ସମୟରେ ଦିଲ୍ଲୀପଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ବି ଆକ୍ରମଣର ଶିକାର ହୋଇଛନ୍ତି । ଝାଡୁଦାର ଦିଲ୍ଲୀପ ଗୁରତର ଆହତ ହୋଇଥିବା ବେଳେ ଅଭିଜିତ ବିନ୍ଧାଣୀ ନାମକ ଯୁବକ ଆହତ ହୋଇଛନ୍ତି ।

    ଉଭୟ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ନେଇ ଘଷିପୁରା ଥାନାରେ ଅଭିଯୋଗ ପରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଖୋଳତାଡ ଜାରି ରଖିଛି ।

  • କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ

    କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ

    ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢ଼ାଖମଣ ଗାଁରେ । କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣଙ୍କ ହେଲେ କରୁଣା ମୁଣ୍ଡା। ଗତକାଲି ରାତିରେ ମନ ମୁଣ୍ଡାଙ୍କ ପରିବାର ଘରେ ଖାଇପିଇ ଶୋଇଥିଲେ।

    ବିଳମ୍ବିତ ରାତିରେ ବର୍ଷାରେ ଭିଜିଥିବା ମାଟି କାନ୍ଥଟି ମା’ ପାଖରେ ଶୋଇଥିବା ଶିଶୁପୁତ୍ର କରୁଣାର ଉପରେ ପଡ଼ିଯାଇଥିଲା। ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

    ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। କିଛିଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିଲା। ମାଟି କାନ୍ଥଟି ବର୍ଷାରେ ଭିଜି କରିଥିବାରୁ ରାତିରେ ଶିଶୁପୁତ୍ର ଉପରେ ଭୁଷୁଡି ପଡ଼ିଥିଲା।

    ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି ଯେ, ରାଜ୍ୟ ସରକାର ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ କରିଥିବା ଯୋଜନା କିପରି ଧୂଆଁ ବାଣ ପାଲଟିଛି। ଗରିବଙ୍କୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ସରକାର କରିଥିବା ଯୋଜନା ଏହି ପରିବାର ନିକଟରେ ପହଞ୍ଚି ପାରିନାହିଁ। ଫଳରେ ଅଦିନରେ ଜଣେ ଶିଶୁର ପ୍ରାଣ ଚାଲିଯାଇଛି।