Category: କେନ୍ଦୁଝର

  • ଭରସା ପରିବାର ସବୁ ବେଳେ ସବୁ ସମୟରେ

    ଭରସା ପରିବାର ସବୁ ବେଳେ ସବୁ ସମୟରେ

    ଲୋକଙ୍କ ସୁଖ ଦୁଖରେ ସବୁବେଳେ ସବୁ ସମୟରେ ରହିଆସୁଛି ଭରସା ପରିବାର । ସୁଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଜିରିପାଟ ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ମୁକ୍ତାପୁର ଗ୍ରାମର ନିଶାମଣି ନାଏକ ରୋଗଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ଏହାପରେ ଶୁଦ୍ଧିକ୍ରିୟା କରିବା ପାଇଁ ଅର୍ଥ ଅଭାବରୁ ଝିଅ ମଞ୍ଜୁଳା ନାଏକ ଭରସା ପରିବାରକୁ ଅନୁରୋଧ କରିଥିଲେ ଖବର ପାଇ ଘଟଣାସ୍ଥଳରେ ଭରସା ପରିବାର ମଞ୍ଜୁଳାଙ୍କ ଘରକୁ ଯାଇ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକୀୟ ତେଜରାତି ସାମଗ୍ରୀ ଶୁଖିଲା ଖାଦ୍ୟ ଓ ପନିପରିବା ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ତେବେ ପୁରା ପରିବାର ଭରସା ପରିବାରକୁ ଧନ୍ୟବାଦ ଜଣାଇଛନ୍ତି

  • ଏବେ ବି ବଞ୍ଚିଛି ଦଣ୍ଡନାଚ, ଲକ୍ଷ୍ମୀ ପୂଜା ଅବସରରେ ମଜା ନେଉଛନ୍ତି ଲୋକେ

    ଏବେ ବି ବଞ୍ଚିଛି ଦଣ୍ଡନାଚ, ଲକ୍ଷ୍ମୀ ପୂଜା ଅବସରରେ ମଜା ନେଉଛନ୍ତି ଲୋକେ

    କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଜିଆଣୀ ସାହିରେ ମହାଲକ୍ଷ୍ମୀ ପୂଜା ମହା ଆଡ଼ମ୍ବର ସହକାରେ ପାଳନ ହେଉଛି। ୩୦ ବର୍ଷ ହେବ ଏହି ଗ୍ରାମାଞ୍ଚଳରେ ନୀତି ନିୟମରେ ମାଆ ଲକ୍ଷ୍ମୀଙ୍କ ପୂଜା ହୋଇ ଆସୁଛି। ହଜାର ହଜାର ଲୋକ ପାଖଆଖରୁ ଆସି ମାଆଙ୍କ ଦର୍ଶନ କରି କୃପା ଲାଭ କରୁଛନ୍ତି। ଏହି ପୂଜା ପାଳନ ଅବସରରେ ଆୟୋଜକ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛନ୍ତି। ସୁନ୍ଦର ମଞ୍ଚରେ ସ୍ଥାନୀୟ ଛୋଟ ଛୋଟ କୁନି ପିଲାମାନେ ନିଜ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ସେହିପରି ଏବେ ଦଣ୍ଡ ନାଚ ସେଠାରେ ଅନୁଷ୍ଠିତ ହୋଇଛି । ବହୁ ଲୋକ ଏହା ଦେଖିବାକୁ ଆସି ବିମୋହିତ ହେଉଛନ୍ତି। ଦକ୍ଷିଣ ଓଡ଼ିଶାରେ ଦଣ୍ଡ ନାଚ ପରମ୍ପରା ଥିଲବା ବେଳେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦଣ୍ଡ ନାଚ ଗ୍ରପ ଅଛି ରହିଛି। ଏମାନେ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଏହି କଳାକୁ ବଞ୍ଚାଇ ରଖିଛନ୍ତି। ପାରମ୍ପରିକ ବିଷୟ ସହ ଆଧୁନିକ ଘଟଣାବଳୀ ଉପରେ ମଧ୍ୟ ନୃତ୍ୟ ପରିବେଷଣ କରିବା ଏହି ଦଣ୍ଡ ନୃତ୍ୟର ମୁଖ୍ୟ ଆକର୍ଷଣ ହୋଇଛି। ଏକ ପ୍ରାଚୀନ କଳାକୁ ଉତ୍ସାହିତ କରି ସୁଯୋଗ ଦେଇଥିବାରୁ ଏଠିକାର ଲକ୍ଷ୍ମୀ ପୂଜା କମିଟିକୁ ସମସ୍ତେ ପ୍ରଶଂସା କରିଛନ୍ତି

  • ଗ୍ରୁପରୁ ଋଣ ନେଇ ଉଧାର ଦେଲେ, ପଇସା ମାଗିବାରୁ ଦେହରେ, ମୁଣ୍ଡରେ ନେଲେ

    ଗ୍ରୁପରୁ ଋଣ ନେଇ ଉଧାର ଦେଲେ, ପଇସା ମାଗିବାରୁ ଦେହରେ, ମୁଣ୍ଡରେ ନେଲେ

    ଘରୋଇ ଅର୍ଥ ଲଗାଣ ସଂସ୍ଥାରୁ ଋଣ ଆଣି ଟଙ୍କା ସୁଝିବାକୁ ନେଇ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ ,ଜଣେ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବଡଏକତାଳି ଗ୍ରାମରେ। ସୂଚନା ମୁତାବକ ବଡଏକତାଳି ଗ୍ରାମର କିଛି ମହିଳା ଘରୋଇ ଅର୍ଥ ଲଗାଣ ସଂସ୍ଥା ବନ୍ଧନରୁ ଏକତ୍ରିତ ହୋଇ ଗୃପ ଋଣ କରିଥିଲେ।ଋଣ ଟଙ୍କା ପରିଶୋଧ କରିବାକୁ ନେଇ ଗୃପର ସଦସ୍ଯା କମଳା ବୋଇତେଇ ଏବଂ ନନ୍ଦିନୀ ବାରିକଙ୍କ ମଧ୍ଯରେ ଦୁଇ ଦିନ ତଳେ ବଚସା ହୋଇଥିଲା। ପୁନର୍ବାର ବନ୍ଧନ କର୍ମଚାରୀ ଋଣ ଟଙ୍କା ପରିଶୋଧ ପାଇଁ କମଳା ବୋଇତେଇଙ୍କ ଘର ନିକଟକୁ ଆସିଥିଲେ ।ଋଣ କିସ୍ତି ସଠିକ ସମୟରେ ଦେଉ ନଥିବାରୁ ନନ୍ଦିନୀଙ୍କୁ ଗାଳି ଗୁଲଜ କରିଥିଲେ କମଳା ।ସେହି ସମୟରେ ନନ୍ଦିନୀଙ୍କ ସ୍ବାମୀ ପ୍ରଫୁଲ୍ଲ ବାରିକ ଘଟଣା ସ୍ଥଳରେ ପହଞ୍ଚି କମଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ। କମଳାଙ୍କ ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚିଯିବାରୁ ପ୍ରଫୁଲ୍ଲ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଥିଲା। ପରେ କମଳାଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ନନ୍ଦିନୀ ଗୃପ ଋଣ ନେଇ ଋଣ ଟଙ୍କା ପରିଶୋଧ କରିବାକୁ ସବୁବେଳେ ଅନିଛା ପ୍ରକାଶ କରୁଛନ୍ତି।ଋଣ କିସ୍ତି ଟଙ୍କା ମାଗିଲେ ଝଗଡା କରିବା ସହ ଋଣ ପରିଶୋଧ କରିବେ ନାହିଁ ବୋଲି ମନା କରି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କମଳା।

    ସେପଟେ ଉକ୍ତ ଘଟଣାକୁ ନେଇ ଉଭୟଙ୍କ ପକ୍ଷରୁ ଘଷିପୁରା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଏବଂ ପୋଲିସ ଘଟଣା ସମ୍ପର୍କରେ ସରଜମିନ୍ ତଦନ୍ତ ଜାରି ରଖିଥିବା ଜଣାପଡିଛି।

  • ଚୋରା ମଦ କାରଖାନା ବେପାରୀ ଧରାପଡ଼ିଲେ ଅବକାରୀ ବିଭାଗ ହାତରେ

    ଚୋରା ମଦ କାରଖାନା ବେପାରୀ ଧରାପଡ଼ିଲେ ଅବକାରୀ ବିଭାଗ ହାତରେ

    ସବୁଠି ଏବେ ମହାମାୟା ଦୁର୍ଗା ପୂଜାର ଆସର । ଏହି ସୁଯୋଗକୁ ହାତଛଡ଼ା କରୁ ନାହାଁନ୍ତି କିଛି ଅସାଧୁ ଲୋକ । କେହି ନକଲି ମିଠା ବିକ୍ରି କରୁଛନ୍ତି ତ ଆଉ କେହି ନକଲି ମଦ। ଏଭଳି ଏକ ନକଲି ଚୋରା ମଦ କାରଖାନା ବେପାରୀ କୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ଅବକାରୀ ବିଭାଗ। ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଓ କେନ୍ଦୁଝର ଅବକାରୀ ବିଭାଗ ମିଳିତ ଚଡ଼ାଉ କରି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ବିଦେଶୀ ମଦ ଜବତ କରିଛନ୍ତି ।ସୁଚନା ଅନୁୟାୟୀ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ସୁଦର୍ଶନ ସାହୁ ନିଜ ଘରେ ଦୀର୍ଘଦିନ ଧରି ନକଲି ଚୋରା ମଦ କାରଖାନା କରି କାରବାର ଚଳାଇ ଆସୁଥିଲା। ବିଭିନ୍ନ ସାମଗ୍ରୀ କଲିକତାରୁ ଆଣି ନିଜ ଘରେ ତିଆରି କରି ବିକ୍ତି କରୁଥିଲା। ଏନେଇ ସ୍ଥାନୀୟ ଅବକାରୀ ବିଭାଗ ସୂଚନା ପାଉନଥିବା ବେଳେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଏହି ଖବର ପାଇ ଗତକାଲି ସୁଦର୍ଶନ ଘରେ ଚଢ଼ାଉ କରିଥିଲା। ତାଙ୍କ ଘରେ ଚଢ଼ାଉ କଲା ବେଳେ ସ୍ପିରିଟ ୫୭୦ ଲିଟର, ନକଲି ମଦ ୩୪ ଲିଟର, ନକଲି ମଦ ବୋତଲ ୫୮ଟି( ଆଇବି, ରୟାଲ ଷ୍ଟାଗ, ନମ୍ବର ୱାନ) ଖୋଲା ବୋତଲ ୨୧୨ଟି, ଠିପି ୩୪୭୧ଟି, ୪୮୧୫ଟି ନକଲି ଷ୍ଟିକର, ସିଲିଂ ମେସିନ ଦୁଇଟି, ୫ସହ ଲିଟର ଯାର ଦୁଇଟି ସହ ବହୁ ଆନୁସଙ୍ଗିକ ଉପକରଣ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ।

    ଅଭିଯୁକ୍ତ ସୁଦର୍ଶନ ସାହୁ ଉକ୍ତ ସମସ୍ତ ନକଲି ଚୋରା ମଦ ସ୍ଥାନୀୟ ଅଞ୍ଚଳରେ ନବିକି ବାହାର ଜିଲ୍ଲା ତଥା ରାଜ୍ୟକୁ ବିକୁଥିବା ଅବକାରୀ ବିଭାଗକୁ ଜଣାଇଛି। ଅଭିଯୁକ୍ତ ସୁଦର୍ଶନକୁ କୋର୍ଟ ଚାଲାଣ କରାଯାଇଛି।ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକଟର ଧନଞ୍ଜୟ ପାତ୍ରଙ୍କ ତତ୍ବାବଧାନରେ କେନ୍ଦୁଝର ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ଗିରିଜା ନନ୍ଦନ ଜେନାଓ ଅନ୍ୟ କର୍ମଚାରୀ ମାନେ ମିଶି ଏହି ଚଢ଼ାଉ କରିଥିଲେ। ଆଗାମୀ ଦିନରେ ଅବକାରୀ ଗୁଇନ୍ଦା ବିଭାଗ ଡ୍ରଗ୍ସ ମାଫିଆ ମାନଙ୍କ ଉପରେ ନଜର ରଖିଥିବା ବେଳେ ଯଥାଶୀଘ୍ର ଧରିବେ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

  • ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ପୁରପଲ୍ଲୀ

    ଶାରଦୀୟ ଦୁର୍ଗାପୂଜାରେ ଚଳଚଞ୍ଚଳ ପୁରପଲ୍ଲୀ

    ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ସରିଛି ମହାମାୟାଙ୍କ ଆବାହନ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ। ମନ ମୋହୁଛି ଆକର୍ଷଣୀୟ ତୋରଣ। କେନ୍ଦୁଝର ସହର ମଧ୍ୟ ପଛରେ ପଡିନି। ସହରରେ ଦଶରୁ ଉର୍ଦ୍ଧ୍ ମେଢ଼ ଅନୁଷ୍ଠିତ ହୋଇଛି।

    କେନ୍ଦୁଝର ପୁରୁଣା ସହର, ଆଟୋପୁର, ଭଳି ଅନେକ ସ୍ଥାନରେ ମହାମାୟାଙ୍କ ପ୍ରତିମା ନିର୍ମାଣ କରାଯାଇଛି। ଏସବୁ ସ୍ଥାନ ଗୁଡିକରେ ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ମେଢ଼ ପ୍ରସ୍ତୁତ କରାଯାଇ ପୂଜର୍ଚ୍ଚନା ଚାଲିଛି। ସବୁ ମେଢ଼ ଗୁଡ଼ିକରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସହରର ସର୍ବ ପୁରାତନ ଦୁର୍ଗା ମଣ୍ତପ ଆଟୋପୂରରେ ଶାସ୍ତ୍ରୀୟ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ।

    ଚଳିତ ବର୍ଷ ଏହି ପୂଜା ମଣ୍ଡପକୁ ୬୫ ବର୍ଷ ପୁରିଥିବା ବେଳେ କମିଟି ପକ୍ଷରୁ ସ୍ଵତନ୍ତ୍ର ଭାବେ ଆୟୋଜନ କରାଯାଇଛି। ସେହିପରି କେନ୍ଦୁଝର ସହରରେ ବଙ୍ଗାଳୀ ସମ୍ପ୍ରଦାୟ ପକ୍ଷରୁ ପ୍ରଥମ ଥର ପାଇଁ ଦୁର୍ଗା ପୂଜା ଆରମ୍ଭ କରାଯାଇଛି। ଏହି ମେଢ଼ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହେଉଛି। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାମାୟାଙ୍କ ପୂଜାର୍ଚ୍ଚନା ବହୁ ଧୁମଧାମରେ ପାଳନ କରାଯାଉଛି।

  • ଆଖିବୁଜିଲା ହାତୀ ଶାବକ

    ଆଖିବୁଜିଲା ହାତୀ ଶାବକ

    କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ନେଉନାହିଁ । କେତେବେଳେ ହାତୀ ଆକ୍ରମଣରେ ମଣିଷ ମୃତ୍ୟ ବରଣ କରୁଛି ତ ଆଉ କେତେବେଳେ ମଣିଷ ଆକ୍ରମଣର ଶିକାର ହେଉଛି ହାତୀ। ଏହି ସମୟର ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ ଅନ୍ତର୍ଗତ ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ । ଏକ ଅସୁସ୍ଥ ଦନ୍ତା ହାତୀ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି।ସୁଚନା ଅୁୟାୟୀ ଗତକାଲି ଏକ ୧୨ ଟିକିଆ ହାତୀ ପଲ ଏହି ଜଙ୍ଗଲରେ ଚଳପ୍ରଚଳ କରୁଥିଲେ। ସେମାନଙ୍କ ମଧ୍ୟରେ ୨ଟି ଦନ୍ତା, ୪ଟି ମାଈ ଓ ୬ଟି ଛୁଆ ହାତୀ ଥିଲେ। ସେହି ୬ଟି ଛୁଆ ହାତୀ ମଧ୍ୟରୁ ଗୋଟିଏ ହାତୀ ଛୁଆ ଅସୁସ୍ଥ ହୋଇ ଜଙ୍ଗଲ ରେ ପଡ଼ି ରହିଥିଲା। ତାକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ଚିକିତ୍ସା କରିଥିଲେ। ତେବେ ଆଜି ତା’ର ମୃତ୍ୟୁ ହୋଇଛି। ହାତୀ ଛୁଆଟିର ବୟସ ପାଖାପାଖି ଦେଢ଼ ବର୍ଷ ରୁ ୨ ବର୍ଷ ଭିତରେ ହୋଇଥି୍ବା ଜଣାପଡିଛି। ଘଟଣା ସ୍ଥଳରେ ଏ ସି ଏଫ୍ ଅଶୋକ କୁମାର ଦାସ, ରେଞ୍ଜର ନୟନ କାନ୍ତ ସାହୁ, ବନପାଳ ରାଜେନ୍ଦ୍ର ପାତ୍ରଙ୍କ ସହିତ ବନ ବିଭାଗ ଟିମ ଉପସ୍ଥିତ ରହିଥିବା ସହ ହାତୀ ଛୁଆଟିର ଶବ ବ୍ୟବଚ୍ଛେଦ ପାଇଁ ପଟାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

  • ପୁଣି ଏକ ବୃଦ୍ଧଙ୍କ ଜୀବନ ନେଲା ଦନ୍ତା

    ପୁଣି ଏକ ବୃଦ୍ଧଙ୍କ ଜୀବନ ନେଲା ଦନ୍ତା

    କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ନେଉନାହିଁ। ବିଶେଷ କରି ଏକ ଅଠର ଟିକିଆ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହ ବହୁ ଧନ ଜୀବନ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। କେନ୍ଦୁଝର ବନଖଣ୍ଡ ମଇଦାନକେଲ ବିଟ ଅନ୍ତର୍ଗତ ବାସୁଦେବପୁର ଜଙ୍ଗଲ ନିକଟରେ ଘଟିଛି ଅଘଟଣ। ଗ୍ରାମର ଭାଗିରଥି ମହାନ୍ତ ଗାଈ ଚରେଇବାକୁ ଶୁକ୍ରବାର ନିକଟସ୍ଥ ଜଙ୍ଗଲ ନିକଟକୁ ଯାଇଥିଲେ। ଏହି ସମୟରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଥାନାରେ ଏତଲା ଦିଆ ଯାଇନଥିବା ବେଳେ ଆଜି ସକାଳୁ ଗ୍ରାମବାସୀ ତାଙ୍କ ମୃତ ଦେହ ଦେଖି ଘର ଲୋକ ଏବଂ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘର ଲୋକେ ଓ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଭାଗିରଥିଙ୍କ ମୃତ ଦେହ ଉଦ୍ଧାର କରିଥିବା ଜଣାପଡିଛି। ପାରିପାର୍ଶିକ ଘଟଣାରୁ ଭାଗିରଥିଙ୍କ ମୃତ୍ୟୁ ହାତୀ ଆକ୍ରମଣରେ ହୋଇଥିବା ଜଣାପଡୁଥିବା ବେଳେ ମୃତ୍ତ୍ୟ ଶରୀର ଉପରେ ଡାଳ ପତ୍ର ଢାଙ୍କି ଦେଇ ହାତୀ ମାନେ ପଲାଇ ଛନ୍ତି ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। ଭାଗିରଥିଙ୍କ ପରିବାରକୁ ନିୟମ ଅନୁଯାୟୀ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

  • ବାଇକ ଦୁର୍ଘଟଣାରେ ଜଣେ ମୃତ ୩ ଗୁରୁତର

    ବାଇକ ଦୁର୍ଘଟଣାରେ ଜଣେ ମୃତ ୩ ଗୁରୁତର

    କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ କାଦକଳା ଠାରେ ବାଇକ ଦୁର୍ଘଟଣାରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ସାଙ୍ଗରେ ଥିବା ଅନ୍ୟ ୩ଜଣ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମୃତକ ବାମେବାରି ଥାନା ସେକ୍ରାଡିହି ଗ୍ରାମର ଲୁଲୁ ମୁଣ୍ଡା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ରେ କାଦକଳା ପଟୁ ଲୁହାକଳା ଆଡେ ଏକ ଡିଲକ୍ସ ବାଇକ ରେ ବାମେବାରି ଥାନା ସେକ୍ରାଡିହୀ ଗ୍ରାମର ୪ ଜଣ ଗୋଟିଏ ବାଇକରେ ଯାଉଥିଲେ, କାଦକଳା ନିକଟରେ ଦ୍ରୁତଗତି ରେ ଯାଉଥିବା ବାଇକ ଭାରସ୍ୟମ ହରାଇ ରାସ୍ତା ଉପରେ ୪ ଜଣ ଛିଟିକି ପଡ଼ିଥିଲେ। ତେବେ ଘଟଣା ସ୍ଥଳରେ ହିଁ ବାଇକ ଚାଳକ ଲୁଲୁ ମୁଣ୍ଡା ଙ୍କ ମୃତ୍ୟୁ ହୋଇଛି । ସାଙ୍ଗରେ ଅନ୍ୟ ୩ ଯୁବକ ଗୁରୁତର ହୋଇପଡିଥିଲେ । ଖବର ପାଇ ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ୩ ଯୁବକ ଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲ୍ ରେ ଭର୍ତ୍ତି କରିଛି। ୨ ଜଣ ଙ୍କ ଅବସ୍ଥା ସଙ୍କଟାପର୍ନ ଥିବା ଜଣା ପଡିଛି।

  • ଅଜଣା ରୋଗରେ ବାପା ମା’ଙ୍କ ମୃତ୍ୟୁ ପରେ ବେସାହାରା ୪ ନାବାଳିକା

    ଅଜଣା ରୋଗରେ ବାପା ମା’ଙ୍କ ମୃତ୍ୟୁ ପରେ ବେସାହାରା ୪ ନାବାଳିକା

    ଗୋଟିଏ ନାହିଁ କି ୨ଟି ନୁହଁ, ମାସକ ମଧ୍ୟରେ ଚାଲିଗଲାଣି ୧୦ରୁ ଉର୍ଦ୍ଧ୍ବ ଜୀବନ । ଅଜଣା ରୋଗ ସାଜିଛି ଏମାନଙ୍କ ପାଇଁ କାଳ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକାର ଜନ୍ତାରୀ ଜୁଆଙ୍ଗ ବସ୍ତିରେ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାରେ ରହିଛି ଏହି ଜନ୍ତାରୀ ଗ୍ରାମ । ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଜୁଆଙ୍ଗ ପାରିବାର । ଵଣଜଙ୍ଗଲ ଉପରେ ନିର୍ଭର କରି ଏମାନେ ବେଶ ଆରାମରେ ଜୀବନ ବିତାଇଥାନ୍ତି । କିନ୍ତୁ, ଗତ ଏକ ମାସ ହେବ ଏମାନଙ୍କ ଉପରେ ଦାଉ ସାଧୁଛି ଅଜଣା ରୋଗ । ଏଥିରେ ଆକ୍ରାନ୍ତ ହୋଇ ମାସକ ମଧ୍ୟରେ ଗ୍ରାମରେ ୧୦ ଜଣ ମୃତ୍ୟୁ ବରଣ କଲେଣି ।

    ଏପରିକି ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଏବଂ ଗୋଟିଏ ଛୁଆ କିଛି ଦିନ ବ୍ୟବଧାନରେ ମୃତ୍ୟୁବରଣ କରିଥିବା ବେଳେ ଏବେ ସେମାନଙ୍କ ଆଉ ୪ଟି କୋମଳମତି ନାବାଳିକା ଅନାଥ ହୋଇ ଗଣ୍ଡେ ଖାଇବାକୁ ଡହଳବିକଳ ହେଉଛନ୍ତି ।

    ଏକ ମାସ ଭିତରେ ଗ୍ରାମର ସୁନିଆ ଜୁଆଙ୍ଗ ଓ ସ୍ତ୍ରୀ ରଶ୍ମି ଜୁଆଙ୍ଗ ଏବଂ ଏକ ମାସର ସାନ ଝିଅ ରିନୁର ମୃତ୍ୟୁ ପରେ ଏବେ ଆଉ ୪ ନାବାଳିକା ଖାଇବାକୁ ପାଉନାହାନ୍ତି । ଓଳିଏ ଖାଇଲେ ଆରଓଳି ଉପାସ ରହୁଛନ୍ତି । ସେମାନଙ୍କୁ ପାଖେ ଆଜି ସାହାରା କହିଲେ କେହି ନାହାନ୍ତି । ସେପଟେ ପ୍ରସାରଣ ପରେ ମେଡିକାଲ ସହ ପ୍ରଶାସନିକ ଟିମ୍ ଯାଇ ପହଞ୍ଚିଛି ଗାଁରେ ।

  • ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

    ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

    ଆଜି ଯୋଡ଼ା ବ୍ଲକ ଅନ୍ତର୍ଗତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଯାଇଛି। ଏଥିରେ ଯୋଡ଼ା ବ୍ଲକର ଚଉଦଟି କ୍ଲଷ୍ଟରରୁ ମୋଟ ୨୬୨ ଜଣ ପ୍ରତିଯୋଗୀ ୧୩ଟି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ଉତ୍ସବକୁ ଯୋଡ଼ା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା ଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ। ପରେ କୁନି କୁନି ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନ୍ନିହିତ ଗୁଣାବଳୀର ବିକାଶ ନିମନ୍ତେ ଓଡିଶା ମିଲେଟ ପ୍ରତିଯୋଗିତା ସୁରଭିରେ କୁଇଜ, ସୃଜନଶୀଳ ଲିଖନ, ଡିବେଟେ, ଡ୍ରଇଂ, ମଧ୍ୟାନ୍ନ ଭୋଜନ ଆଧାରିତ ଚିତ୍ରକଳା, ସଂଗୀତ, ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା। ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ମୁଖ୍ୟ ଅତିଥି, ଯୋଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷଧିକାରୀ ଶ୍ରୀଯୁକ୍ତ କ୍ଷେତ୍ରମୋହନ ହାଁସଦା ସଭାପତି, ବିରଞ୍ଚି ନାରାୟଣ ଶତପଥୀ, ପ୍ରଶାନ୍ତ ସେଠି, ବନେଇକଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଯାତି କେଶରୀ ବେହେରା ସମ୍ମାନିତ ଅତିଥି ରୂପେ ଉଦଯାପନ ସଭାରେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସାଟିଫିକେଟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ପ୍ରତିଯୋଗୀମାନଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଆଜିର ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ଘୋଷଣା କରିଥିଲେ। ଏହି ସୁରଭି କାର୍ଯ୍ୟକ୍ରମରେ ଚଉଦ ଗୋଟି କ୍ଲଷ୍ଟରର ସମସ୍ତ ସି ଆର ସି ସି ମାନେ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ସି ଆର ସି ସି ଦୁଃଖବନ୍ଧୁ ମିଶ୍ର ଓ ଚୌଧୁରୀ ତନ୍ତୀ ମଞ୍ଚ ପରିଚାଳନା କରିଥିଲେ। ପାଖାପାଖି ହଜାରରୁ ଅଧିକ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ଯୋଡ଼ା ବ୍ଲକ ଵି ଆର ସି ସି ପ୍ରଶାନ୍ତ ସେଠି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।