Category: କେନ୍ଦୁଝର

  • ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ଯାଜପୁର ଓ କେନ୍ଦୁଝରର ମିଳନ ସ୍ଥଳୀ ଉଚ୍ଚବାଲି ପଞ୍ଚାୟତର ତୁରା ଠାରେ ପ୍ରତିଷ୍ଠିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଏକବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ‌। ଆଖପାଖର ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ, ଅଭିଭାବକ,ଶିକ୍ଷାବିତ୍, ବୁଦ୍ଧିଜୀବୀମାନେ ଯୋଗ ଦେଇ, ବିଦ୍ୟାଳୟଟି ରାଜ୍ୟସ୍ତରୀୟ ଓ ବ୍ଲକସ୍ତରରେ କୃତୀ ଛାତ୍ରଛାତ୍ରୀ ତିଆରି କରି ଗ୍ରାମାଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅନେକ କଲ୍ୟାଣ କରିଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ।

    ଆୟୋଜିତ ସାଧାରଣ ସଭାରେ ଶିକ୍ଷାବିତ୍ ଘନଶ୍ୟାମ ଜେନାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସମବାୟ, ହସ୍ତତନ୍ତ ହସ୍ତଶିଳ୍ପ ବୟନଶିଳ୍ପ ମନ୍ତ୍ରୀ ଡ଼ଃ ପ୍ରଦିପ ବଳ ସାମନ୍ତ, ମୁଖ୍ୟବକ୍ତା ଭାବେ ଦାନଗଦି ବିଡ଼ିଓ ପ୍ରଦିପ ସେଠୀ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଆନନ୍ଦପୁର ଶରତ ରାଉତ,ସମ୍ମାନିତ ଅତିଥି ଭାବେ ଦାନଗଦି ବିଇଓ ଶୁଭ୍ରାଂଶୁ ପୁହାଣ, ଦାନଗଦି ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର ମୋହନ ଜେନା, ବିଧାୟକ ପ୍ରତିନିଧି ପ୍ରଶାନ୍ତ ରାୟ, ଉପସଭାପତି ଅଧିକାରୀ ନାୟକ ଯୋଗ ଦେଇଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ନିମନ୍ତ୍ରିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ‌।

  • ବାଇକ ରାକେଟ ଗ୍ୟାଙ୍ଗ ଠାବ; ୬ ଗିରଫ, ୫ ବାଇକ ଜବତ

    କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରେ ସକ୍ରିୟ ବାଇକ ରାକେଟ ଗ୍ୟାଙ୍ଗକୁ ଧରିଛି ପୋଲିସ | ଏମାନଙ୍କୁ ଧରିବା ପାଇଁ ଅଞ୍ଚଳର ସାଧାରଣ ଲୋକମାନେ ଦୀର୍ଘ ଦିନ ଧରି ଥାନାରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ବିଫଳ ହେଉଥିଲା ପୋଲିସ | ଆଜି ଯୋଡ଼ା ପୋଲିସ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଛି | ଗିରଫ ୬ଜଣ ହେଲେ ସୌରଭ ମହାକୁଡ ଓରଫ ଗୁଡୁ, ବୀର ସିଂ ମୁଣ୍ଡା, ସନ୍ତୋଷ ମହାନ୍ତ, ଗୋବିନ୍ଦ ମୁଣ୍ଡା, ପୁରୁଷୋତ୍ତମ ମହାନ୍ତ, ଲକ୍ଷ୍ମଣ ଜିତ୍। ୨୦୨୪ ମାର୍ଚ୍ଚ ୧ ତାରିଖରେ ଯୋଡ଼ା ଥାନା ଆମ ବାଗାନ କଲୋନିରେ ରହୁଥିବା ବି ଜୟୀରାମ ରେଡ୍ଡୀଙ୍କର ବାଇକ ନିଜ ଘର ସମ୍ମୁଖରୁ ଚୋରି ହୋଇଯାଇଥିଲା । ଏନେଇ ସେ ଯୋଡ଼ା ଥାନାରେ ସେତେବେଳେ ଲିଖିତ ଅଭିଯୋଗ କରିଥିଲେ ।

    ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଚୋରି ବାଇକ କ୍ରୟ କରିଥିବା ଜାଣିବାକୁ ପାଇ ଏହି ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ |ମାମଲାରେ ଜଡିତ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଯୋଡ଼ା ଥାନା ଆଇଆଇସି ଲୋକେଶ୍ୱର ସାହୁ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ନାମରେ ମଧ୍ୟ ଆଗରୁ ଅପରାଧିକ ମାମଲା ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

  • ରେକୁଟିଆ ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ରେକୁଟିଆ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ପଞ୍ଚଦଶ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ସଭାପତି ବଟକୃଷ୍ଣ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଆନନ୍ଦପୁର ନକୁଳ ଚରଣ ନାୟକ , ମୁଖ୍ୟ ବକ୍ତା ରୂପେ ପୂର୍ବତନ ବିଇଓ ହରିଚନ୍ଦନପୁର ପ୍ରଦୀପ କୁମାର ଚକ୍ର,ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃତ୍ତିବାସ ରାଉତରାୟ, ତରିମୁଳ ପୂର୍ବତନ ସମିତିସଭ୍ୟ ନିରାକର ଜେନା, ସମ୍ପାଦକ ଗୋପାଳ କୃଷ୍ଣ ଜେନା, ତରିମୁଳ ପଂଚାୟତ ସରପଞ୍ଚ ପଙ୍କଜିନୀ ରାଉତରାୟ, ମୁଖ୍ୟ ଟ୍ରଷ୍ଟି ନିରଞ୍ଜନ ଚକ୍ର, ପ୍ରଧାନ ଶିକ୍ଷକ ବଳରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅତିଥି ପରିଚୟ ପ୍ରଦାନ କରିଥିଲେ ରଶ୍ମିରଞ୍ଜନ ବଳ, ଦିଲୀପ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଶେଷରେ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

  • କୀର୍ତ୍ତନ ବିହାରୀ ସ୍ମୃତି ସଂସଦର ୩୦ତମ ବାର୍ଷିକ ଉତ୍ସବ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ କେଶଦୁରାପାଳ ଆଞ୍ଚଳିକ ଗୀତା ସଦନ ପରିସରରେ କୀର୍ତ୍ତନ ବିହାରୀ ସୃତି ସଂସଦର ୩୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଶିଶୁସାହିତ୍ୟିକ ଡ଼ ରାମଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ଅତିଥିଭାବେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ପ୍ରଦୀପ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ଗାୟକ କଳାବିଭୂ ବିଭୂଷଣ ବଳରାମ ଆୟଚ, ସ୍ବତନ୍ତ୍ର ଅତିଥି ଭାବେ କୁଶଳେଶ୍ଵର ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ପ୍ରସାଦ ବଳ, ସମ୍ମାନୀତ ଅତିଥି ଭାବେ ତକ୍ଷଶିଳା ସ୍କୁଲର ଅଧ୍ୟକ୍ଷ ଆକାଶ ରଥ, କେଶଦୁରାପାଳର ପୂର୍ବତନ ସରପଞ୍ଚ ପର୍ଶୁରାମ ମହାରଣା ପ୍ରମୁଖ ଯୋଗଦେଇ ସାମାଜିକ ମୂଲ୍ୟବୋଧ ଭିତ୍ତିକ ବକ୍ତବ୍ୟ ପ୍ରକାଶ କରିଥିଲେ ।

    ଉତ୍କଳମଣି ଶିଶୁ ସାହିତ୍ୟ ସଂସଦର ସଂପାଦକ ରତ୍ନାକର ଦାସ ମଞ୍ଚସଂଯୋଜନା କରିଥିବା ବେଳେ କିର୍ତ୍ତିନ ବିହାରୀ ସୃତି ସଂସଦର ସଂପାଦକ ମଙ୍ଗୁଳି ଚରଣ ପୃଷ୍ଟି ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କବିତା ପାଠ ଅନୁଷ୍ଠିତ ହୋଇଥିଲା କବିତା ପାଠକୁ କବୟିତ୍ରୀ ପୁଷ୍ପମଞ୍ଜରୀ କର ସଂଯୋଜନା କରିଥିବା ବେଳେ କବି ଶରତ କୁମାର ଦାସ, କୈଳାସ ପାତ୍ର ଚତୁର୍ଭୁଜ ଜେନା ବିହ୍ୟୁତ ପ୍ରଭା ଦେଓ, ହେମନ୍ତ ନାୟକ, ତିଳୋତ୍ତମା ସା, ହଳଧର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଭଦ୍ରା ସ୍ଵାଇଁ, ଅଭୟ କୁମାର ସାମଲ ପ୍ରମୁଖ ୫୦ ଜଣ କବି ନିଜ ନିଜ ସ୍ୱରଚିତ କବିତା ପାଠ କରିଥିବା ବେଳେ କବି ସୋମନାଥ ମାଝୀଙ୍କ ପୁସ୍ତକ ଶ୍ରୀ କୃଷ୍ଣଙ୍କ ବାଲ୍ୟଲୀଳା ଉନ୍ମୋଚିତ ହୋଇଥିଲା | ପରେ ପରେ ପ୍ରବଚକ ଓ ଶିକ୍ଷକ,ବେଲାଳସେନ ପତି ବରିଷ୍ଠ ଶିଶୁ ସାହିତ୍ୟକ ସୋମନାଥ ମାଝୀ,ପ୍ରାଣୀ ଚିକିତ୍ସକ ପ୍ରଭାକର ସାହୁ ଓ ମା’ମଙ୍ଗଳା ମହିଳା ଭାଗବତ ଟୁଙ୍ଗି-କାଠିଆସରା ଭକ୍ତ ପ୍ରମୁଖ ଙ୍କୁ ଉପଢୈକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିନା କରିଥିଲେ ।

  • ହାଇୱାକୁ ପଛପଟୁ ଧକ୍କା ଦେଲା ବାଇକ; ଦୁଇ ମୃତ, ଜଣେ ଗୁରୁତର

    କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥ ବିଜି ମୋଟର୍ସ ପାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣା ସ୍ଥଳରେ ଦୁଇ ମୃତ ଜଣେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ। ସୂଚନା ମୁତାବକ ଘସିପୁରା ଥାନା ଅଧିନସ୍ଥ ନଦୁଆଁ ଗ୍ରାମରୁ ତିନି ଜଣ ଏକ ବାଇକ ଯୋଗେ ଗୋହିରା ଅଭିମୁଖେ ଯାଉଥିବା ବେଳେ ଏକ ହାଇୱା ପଛରେ ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ତିନି ଜଣଙ୍କ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ଗୁରୁତର ମଧ୍ୟରୁ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣେ ଗୁରୁତରକୁ ଦୀପକ ଦେହୁରୀ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ଘସିପୁରା ପୁଲିସ ପହଞ୍ଚି ଉଭୟ ବାଇକ ଓ ହାଇୱାକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

  • ପୋଖରୀରେ ବୁଡ଼ି ନାବାଳିକା ମୃତ

    କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଛେଳିଆନାଳ ଗ୍ରାମର ଲୋକନାଥ ନାଏକଙ୍କ ୪ ବର୍ଷର ଝିଅ ଖେଳୁଥିବାବେଳେ ଦୁର୍ଭାଗ୍ୟବଶତଃ ଘର ପାଖ ପୋଖରୀରେ ବୁଡି ମୃତ୍ଯୁ ହୋଇଛି | ଘର ଲୋକେ ଖୋଜାଖୋଜି କରିବା ବେଳେ ଝିଅର ଚପଲ ପୋଖରୀରେ ଭାସୁଥିବା ଦେଖିବାକୁ ପାଇ ପୋଖରୀରୁ ମୃତଦେହକୁ ଉଦ୍ଧାର କରି ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାରିଆ ପୋଲିସ ଡାକ୍ତରଖାନାରେ ପହଂଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

  • କେନ୍ଦୁଝର ସଦର ମହକୁମାରେ ନିଯୁକ୍ତି ମେଳା ଅନୁଷ୍ଠିତ

    କେନ୍ଦୁଝରଗଡ଼ : କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ସାମୁହିକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି | ଏହି ନିଯୁକ୍ତି ମେଳାରେ ୫୦ରୁ ଉର୍ଦ୍ଧ୍ବ କମ୍ପାନୀ ଯୋଗ ଦେଇଥିବା ବେଳେ, ଏଥିରେ ୨୦୬୧ ଆଶାୟୀ ବିଭିନ୍ନ ବ୍ଲକ୍ରୁ ଆସି ପଞ୍ଜିକରଣ କରିଥିଲା ବେଳେ ସେମାନଙ୍କର ମଧ୍ୟରୁ ୧୨୦ ସିଧାସଳଖ ନିଯୁକ୍ତି ପାଇଛନ୍ତି। ବିନା କୌଣସି ବିଶୃଙ୍ଖଳାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିଯୁକ୍ତି ମେଳା ଚାଲିଥିଲା |

    ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପରିମାଣର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ନିଯୁକ୍ତି ମେଳା ଆସନ୍ତାକାଲି ମଧ୍ଯ ଚାଲୁରଖିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏହି ମେଳା ଜରିଆରେ ଆହୁରି ନିଯୁକ୍ତି ପାଇବା ସହ ଆଗକୁ ଆହୁରି ନିଯୁକ୍ତି ମେଳା କରାଯାଇ, ଜିଲ୍ଲାରୁ ବେକାରୀ ହାର କମାଯିବ ବୋଲି, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ନିୟୋଜନ ଅଫିସର ଗଣେଶ୍ୱର ନାୟକ ସୂଚନା ଦେଇଥିଲେ।

  • ଓମସାଇ ପବ୍ଲିକ୍ ଇଣ୍ଟରନାସନାଲ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

    କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ରେକୁଟିଆ ସ୍ଥିତ ଓମସାଇ ପବ୍ଲିକ୍ ଇଣ୍ଟରନାସନାଲ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ବିନୋଦ ବିହାରୀ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଏମସି ମ୍ୟାନେଜର ଶ୍ରୀଯୁକ୍ତ ବିକାଶ ଚରଣ ପରିଡା, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ଗୋଲକ ବିହାରୀ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଜୟନ୍ତ କୁମାର ତ୍ରିପାଠୀ, ରଞ୍ଜନ କୁମାର ଜେନା ଯୋଗଦେଇ ଫିତା କାଟି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉତ୍ସବକୁ ଉଦଘାଟନ କରିଥିଲେ ।

    ପ୍ରଧାନ ଶିକ୍ଷକ ତାପସ କୁମାର ରାଉତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ବିଦ୍ୟାଳୟ କିପରି ଆହୁରି ଅଧିକରୁ ଅଧିକ ଉନ୍ନତି ହୋଇପାରିବ ସେ ଦିଗରେ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିଙ୍କ ଗହଣରେ ବାର୍ଷିକ କ୍ରିଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା। ବାର୍ଷିକ ଉତ୍ସବକୁ ବରିଷ୍ଠ ଶିକ୍ଷକ କୃଷ୍ଣଚନ୍ଦ୍ର ରଥ, ଶିକ୍ଷକ ସୂର୍ୟକାନ୍ତ ରାଉତ , ସୁଜାତା ନାୟକ, ପୂଜାରାଣୀ ବଳ, ସଂଧ୍ୟାରାଣୀ ସାହୁ, ମୋନାଲି ପୁହାଣ, ଇପ୍ସିତା ରାଉତ, ଧରିତ୍ରୀ ରାଉତ ପ୍ରମୁଖ ପରିଚାଳନା କରିଥିବାବେଳେ ଶୁଭାଶିଷ ଜେନା ସମ୍ପୂର୍ଣ୍ଣ କାର୍ଯକ୍ରମକୁ ସଞ୍ଚାଳନ କରିଥିଲେ । ପରିଶେଷରେ ଅଖୟ ସା ଏବଂ ପ୍ରଗତି ନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।

  • ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

    କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଭଣ୍ଡାରିଡିହା ସ୍ଥିତ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । କାର୍ଯକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁଙ୍କ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଯୁଧିଷ୍ଠିର ନାୟକ,ମୁଖ୍ୟ ବକ୍ତା ଆନନ୍ଦପୁର ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଶରତ ରାଉତ, ସମ୍ମାନିତ ଅତିଥି ଭଣ୍ଡାରିଡିହା ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ରାଉତ , ଦେଓଗାଁ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନା, ବଳରାମପୁର ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନିଲ ନାୟକ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଅଜୟ ପଟ୍ଟନାୟକ,ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସୁଦର୍ଶନ ଭଞ୍ଜ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପବିତ୍ର ମୋହନ ରାଉତ , ଭଣ୍ଡାରିଡିହା ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବାସ୍, ସିଆରସିସି ଭଣ୍ଡାରିଡିହା ସତ୍ୟଶିବ ସୁନ୍ଦର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ସମାଜସେବୀ ଯୁଧିଷ୍ଠିର ନାୟକ ଦଶମ ଶ୍ରେଣୀର ଟପ୍ପର ଙ୍କୁ ୧୦୦୦ ହଜାର ଟଙ୍କା ଓ ଗଣିତ ରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଙ୍କୁ ୫୦୦ ଶହ ଟଙ୍କା ପ୍ରତିବର୍ଷ ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ସରପଞ୍ଚ କୃଷ୍ଣ ଚନ୍ଦ୍ର ରାଉତ ବିଦ୍ୟାଳୟ ରେ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଶିକ୍ଷକ ସୌମ୍ୟରଞ୍ଜନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ସନାତନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଶେଷରେ ଟିଟୁ ପାତ୍ର ଙ୍କ ପରିଚାଳନା ରେ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

  • ୩ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା !

    କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରାରେ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଏକ ଖାତରେ ପକାଇଦେଇଥିବା ଖବର ମିଳିଛି। ସୂଚନା ଅନୁସାରେ, ଝୁମ୍ପୁରା ଥାନା ନହବେଡା ଗ୍ରାମର ଶ୍ରୀତମ ମୁଣ୍ଡା ଓ ସେହି ଗାଁର ଚନ୍ଦନ ମୁଣ୍ଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ରହିଥିଲା | ସେହି ବିବାଦକୁ ନେଇ ଶ୍ରୀତମ ରାଗ ରଖିଥିଲା। ପ୍ରତିଶୋଧର ବାହାନା ଖୋଜୁଥିଲା। ଗତ ରବିବାର ରାଗ ଜର୍ଜର ରେ ଶ୍ରୀତମ ଚନ୍ଦନ ମୁଣ୍ଡାର ୩ବର୍ଷର ଶିଶୁପୁତ୍ରକୁ କୋଳି ଖାଇବା ବାହାନାରେ ଖେଣ୍ଡରାକୁ ଡ଼ାକିନେଇ ସେଠାରେ ଅମାନୁଷିକ ଭାବେ ପଥରରେ ପିଟି ହତ୍ୟା କରିବା ପରେ ପଥର ଖୋଲରେ ଫିଙ୍ଗି ଦେଇଥିଲା।

    ଶନିବାର ଦିନ ପିଲାଟିକୁ ନପାଇ ଝୁମ୍ପୁରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ପୋଲିସ ଶ୍ରିତମ ମୁଣ୍ଡାକୁ ଥାନାକୁ ଆଣି ଜେରା ସମୟରେ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ସୂଚନା ଦେବାରୁ ଆଜି ସକାଳେ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ଘଟଣସ୍ଥଳରେ ଅତିରିକ୍ତ ଏସ ପି, ମାଜିଷ୍ଟ୍ରେଟ, ପୋଲିସ, ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଚଲାଇଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।