Category: କେନ୍ଦୁଝର

  • କେନ୍ଦୁଝରରେ ସାଇ ବାବାଙ୍କ ପବିତ୍ର ଚରଣ ପାଦୁକା: ଶ୍ରଦ୍ଧାଳୁଙ୍କ ଭିଡ଼ରେ କମ୍ପିଲା ସହର

    କେନ୍ଦୁଝରରେ ସାଇ ବାବାଙ୍କ ପବିତ୍ର ଚରଣ ପାଦୁକା: ଶ୍ରଦ୍ଧାଳୁଙ୍କ ଭିଡ଼ରେ କମ୍ପିଲା ସହର

    ଆଧ୍ୟାତ୍ମିକତାରେ ଭିଜୁଛି କେନ୍ଦୁଝର ସହର। ମହାରାଷ୍ଟ୍ରର ଶିରିଡ଼ିରୁ ଆସି କେନ୍ଦୁଝରରେ ପହଞ୍ଚିଛି ସାଇ ବାବାଙ୍କ ଅତି ପ୍ରିୟ ପବିତ୍ର ‘ଚରଣ ପାଦୁକା’। ଏହି ଅବସରରେ କେନ୍ଦୁଝର ବାଆଁପାର ସ୍ଥିତ ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ଭବ୍ୟ ପାଦୁକା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ସହରର ପରିବେଶ ଭକ୍ତିମୟ ହୋଇଉଠିଛି। ମଣ୍ଡୁଆ ନିକଟରୁ ଏହି ପବିତ୍ର ପାଦୁକା ଯାତ୍ରା ଆରମ୍ଭ ହୋଇଥିଲା। ଏକ ବିଶାଳ ଶୋଭାଯାତ୍ରାରେ ସାଇ ବାବାଙ୍କ ପାଦୁକାକୁ ସହର ପରିକ୍ରମା କରାଯାଇଥିଲା। ଲାବଣ୍ୟ ଛକ, ରାମ ମନ୍ଦିର ଏବଂ ମାଇନିଂ ରୋଡ୍ ଦେଇ ପାଦୁକାକୁ ବାଆଁପାର ଶିରିଡ଼ି ସାଇ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା।

    ବାବାଙ୍କ ପାଦୁକା ସହ ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ, ପ୍ରାୟ ୨୦ ଜଣ ପୂଜକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା କେନ୍ଦୁଝରରେ ପହଞ୍ଚିଛନ୍ତି। ବିଶେଷ କରି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଉପସ୍ଥିତି ଭକ୍ତଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ମନ୍ଦିରରେ ପାଦୁକା ସ୍ଥାପନ ପରେ ଭବ୍ୟ ଆରତି କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ‘ଧାଡ଼ି ଦର୍ଶନ’ର ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ ମଧ୍ୟ କରାଯାଇଛି। “ଯେଉଁ ଭକ୍ତମାନେ ମହାରାଷ୍ଟ୍ର ଯାଇ ବାବାଙ୍କୁ ଦର୍ଶନ କରିପାରୁନାହାନ୍ତି, ସେମାନେ କେନ୍ଦୁଝର ମାଟିରେ ଏହି ପବିତ୍ର ପାଦୁକା ଦର୍ଶନ କରି ପୁଣ୍ୟ ଅର୍ଜନ କରିପାରିବେ। ସନ୍ଧ୍ୟା ସମୟରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।



  • କେନ୍ଦୁଝରରେ ପୋଷାକ ଶିଳ୍ପ ଓ ଡାଟା ସେଣ୍ଟରର ଭିତି ପ୍ରସ୍ତର ସ୍ଥାପନ

    କେନ୍ଦୁଝର ରେ ତିଆରି ହେବ ପୋଷାକ ଶିଳ୍ପ ଓ ଡାଟା ସେଣ୍ଟର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କରକମଳରେ କେନ୍ଦୁଝର ଜିଲ୍ଲାରେ ପୋଷାକ ଶିଳ୍ପ (Apparel Industry) ଓ ଡାଟା ସେଣ୍ଟରର ଭିତି ପ୍ରସ୍ତର ସ୍ଥାପନ ହୋଇଛି। ଆଜି ଦିନ ୧୧ ଟା ୪୫ ସମୟରେ ବଳଭଦ୍ରପୁର ଗାଁରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ପୋଷାକ ଶିଳ୍ପ ଓ ଡାଟା ସେଣ୍ଟର ର ଭିତି ପ୍ରସ୍ଥ ସ୍ଥାପନ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ପ୍ରଥମେ ମା ତାରେଣୀ ଓ ବଳଦେବଜୀଉଙ୍କ ଫଟ ଚିତ୍ର ରେ ପ୍ରଦ୍ବୀପ ପ୍ରଜ୍ବଳନ ଓ ପୁଷ୍ପ ଦେଇ ଭିତି ପ୍ରସ୍ତର ସ୍ଥାପନ ଉତ୍ସବ ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସାଂସଦ ଅନନ୍ତ ନାଏକ, ତେଲକୋଇ ଓ ପାଟଣାର ବିଧାୟକମାନେ ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା ଏବଂ ପରିୟୋଜନା ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ରିମୋଟ ମାଧ୍ୟମରେ ଭିତି ପ୍ରସ୍ତର ସ୍ଥାପନ କରିଥିଲେ।

    ପ୍ରଥମେ ଜୟ ମା ତାରିଣୀ ଜୟ ଜଗନ୍ନାଥ ଜୟ ବଳଦେବଜୀଉ କହି ନିଜର ଭାଷଣ ଆରମ୍ଭ କରିଥିଲେ ।
    ମୁଖ୍ୟମନ୍ତ୍ରୀ କହିଥିଲେ ଆଜି ଅମ ସମସ୍ତ ଙ୍କ ପାଇଁ ଏକ ଐତିହିସିକ ଦିନ I ମୋ ଜନ୍ମ ମାଟିର କର୍ମ ମାଟିର ବିକାଶ ପାଇଁ ମୁଁ ଆଜି ଆସିଛି । ଏଠି ଅଛ ଖଣି , ପାଣି ଓ ମା ବୈତରଣୀ । ବିପ୍ଳବୀ ଧରଣୀ ଆମ ସହ ଅଛନ୍ତି ଆମ ମା ତାରିଣୀ । ଆମ କେନ୍ଦୁଝର ସୁନାର କେନ୍ଦୁଝର ହେବ । ସମସ୍ତେ ଏକତ୍ରୀତ ହୋଇ କାମ କରିବା କୁ ଆହ୍ଵାନ ଦେଇଥିଲେ ।

    ଆଜି ପରେ ବର୍ଷକୁ ୨୪ ଲକ୍ଷ ଟଙ୍କାର ପୋଷାକ ତିଆରି ହେବ ୧୨୦୦ ମହିଳା ଏଠି ନିଯୁକ୍ତି ପାଇବେ । ଆଜି ସମୟ ବଦଳିଛି , ଏଠି textile park , aparel center ,warehouse , Data center ଆଦି ଅନେକ project ସରକାର ହାତକୁ ନେଇଛନ୍ତି । ଆମ ଜିଲ୍ଲାକୁ ପୂର୍ବରୁ ଅନେକ ଅବହେଳା କରାଯାଇଛି I ଆପଣ ମାନଙ୍କର ଭଲ ପାଇବା ଆଶିବାଦ ପାଇଁ ଆଜି ଏହି ସୁଯଗ ଆସିଛି | କେବଳ ଷ୍ଟିଲ ଷ୍ଟାଣ୍ଟ କି ଆଇରନ ଭିତିକ ଶିଳ୍ପ ବାଦ ଅନେକ ଅନ୍ୟାନ୍ୟ ଶିଳ୍ପ ମଧ୍ୟ ଏ ଜିଲ୍ଲାରେ ହେବ | ସୁଟର , କୋଇମ୍ପାଟୁର ଆଦି ରେ ପୋଷକ ଶିଳ୍ପ କୁ ଓଡ଼ିଆ ମାନେ ଚଲାଉଛନ୍ତି । ସେମାନେ ଏବେ ଏଠି କାମ ପାଇବେ । ଓଡ଼ିଆ ମାନେ କାମ ଛାଡି ଦେଲେ ପୋଷକ ଶିଳ୍ପ ବନ୍ଧ ହୋଇଯିବ |

    ଆମ ରାଜ୍ୟ ର ସବୁଠାରୁ ଶକ୍ତିଶାଳୀ ଡାଟା ସେଣ୍ଟର ଏଠାରେ ହେବ ଯଦି କୌଣସି କାରଣ ରୁ ଭୁବନେଶ୍ଵର ର ଡାଟା ସେଣ୍ଟର ରୁ ଡାଟା ଉଡିଯିବ ତେବେ ଏହି ଡାଟା ସେଣ୍ଟର ସବୁ ଡାଟା ଯୋଗାଇ ଦେବ , ସେଠାରେ ଯାହା ଡାଟା ରହିବ ତାହା ଏଠାରେ ମଧ୍ୟ ଷ୍ଟୋର ହୋଇ ରହିବ । ଯଦି କେହି ଆକ୍ରମଣ କରିବାକୁ ଯୋଜନା ରଖିଥିବା ତାହା ଏହି ସେଣ୍ଟର୍ ଆଗୁଆ ଚିହ୍ନଟ କରି ପ୍ରାକୃତିକ ଦୁର୍ବିପାକରୁ ସମୟରେ ଏହା ଆଗୁଆ ସୁଚନା ଯୋଗାଇ ଦେବ ।

  • ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

    ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

    ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଟ୍ରକ ଧକ୍କାରେ ବାଇକ ଆରୋହୀ ଗୁରୁତର | ଏଭଳି ଘଟଣା ଦେଖିବାକୁ ମିଳିଛି ପର୍ଶଳା ଛକ ନିକଟରେ । ରିମୁଳି ପଟୁ ଯାଉଥିବା ଏକ ବାଇକକୁ ପର୍ଶଳା ଛକ ନିକଟରେ ଅଜଣା ଟ୍ରକ ଧକ୍କା ଦେବାରୁ ବାଇକରେ ଯାଉଥିବା ତିନିଜଣ ଗୁରୁତର ଆହତ ହେଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନା ପଠାଇଥିଲେ । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥା ରେ ଜଣକ ମୃତ୍ୟୁ ହୋଇଛି |

    ମୃତକ ଝୁମ୍ପୁରା ଥାନା ଗୁମରା ଗ୍ରାମର ଗଣେଶ ପ୍ରସାଦ ହୋଇଥିବା ବେଳେ ଆହତ ଦୁଇ ଜଣ ହେଉଛନ୍ତି ଉକ୍ତ ଗ୍ରାମର ସୋମନାଥ ସର୍ଦ୍ଦାର ଓ ପର୍ଶଳା ଗ୍ରାମର ସତ୍ୟାନନ୍ଦ ଗିରି ବୋଲି ଜଣାପଡିଛି l ସେମାନଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ଗୁରୁତର ଅବସ୍ଥାରେ ସତ୍ୟାନନ୍ଦକୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

  • ଭାରସାମ୍ୟ ହରାଇ ଡିଭାଇଡରରେ ଚଢିଲା ବସ

    ଭାରସାମ୍ୟ ହରାଇ ଡିଭାଇଡରରେ ଚଢିଲା ବସ

    ୫୨୦ ନମ୍ବର ଜାତୀୟ ରାଜପଥ ନିକଟରେ ସଡକ ଦୁର୍ଘଟଣା | ବିଲେଇପଦା ଟୋଲଗେଟ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଯାଇଛି ଯାତ୍ରୀବାହୀ ବସ |

    ଏକ ଘରୋଇ ଯାତ୍ରୀବାହୀ ବସ କେନ୍ଦୁଝରରୁ ବଡବିଲ କୁ ଫେରୁଥିବା ବେଳେ ବିଲେଇପଦା ନିକଟରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି | ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଯାତ୍ରୀ ମାନେ ସୁରକ୍ଷିତ ଥିବା ଜଣାପଡିଛି |

    ଖବରପାଇ ଘଟଣା ସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି |

  • କାଶିଆ ନାଳ ବ୍ରିଜରୁ ଖସିଲା ୧୬ ଚକିଆ ଟ୍ରକ

    କାଶିଆ ନାଳ ବ୍ରିଜରୁ ଖସିଲା ୧୬ ଚକିଆ ଟ୍ରକ

    ରାତି ସମୟରେ ଏକ ୧୬ ଚକିଆ ଯୋଡା ଖଣି ଅଞ୍ଚଳରୁ ଖଣିଜ ସାମଗ୍ରୀ ନେଇ ଆସୁଥିବା ସମୟରେ ଝୁମ୍ପୁରା ଥାନା ରଜାବସା କାସିଆ ନାଳ ଉପରେ ଅନ୍ତର୍ଗତ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି ଟ୍ରକ ଫଳରେ ଗାଡିର ଚାଳକ ଗୁରୁଦେବ ଗାଡିରେ ଯାକି ହେଇ ମୃତ୍ୟୁବରଣ କରିଥିବା ବେଳେ ସୂଚନା ପାଇ ଝୁମ୍ପୁରା ପୋଲିସ ଓ ଅଗ୍ନିସମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଯାରି ରଖିଛନ୍ତି l

  • ଜଗଦଳା ନାଳ ନିକଟରୁ ଗଳିତ ମୃତଦେହ ଉଦ୍ଧାର

    ଜଗଦଳା ନାଳ ନିକଟରୁ ଗଳିତ ମୃତଦେହ ଉଦ୍ଧାର

    ବାମେବାରୀ ଥାନା କାଳିଆପାଳ ଜଙ୍ଗଲ, ଜଗଦଳା ନାଳ ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ଘଟଣା ସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଆରମ୍ଭ କରିଛି ।

    ସୂଚନା ଅନୁସାରେ, ଗତକାଲି ସ୍ଥାନୀୟ କିଛି ଲୋକ ଜଙ୍ଗଲରେ ଛେଳି ଚାରାଇବା ବେଳେ ନାଳ ନିକଟରେ ଏକ ଗଲିଟ ମୃତଦେହ ପଡ଼ିଥିବାର ଦେଖିଥିଲେ । ଏନେଇ ଗାଁ ଲୋକେ ଆଜି ବାମେବାରୀ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି ।

    ବ୍ୟକ୍ତିଙ୍କ ମୃତ୍ୟୁ ହେବାର ପାଖାପାଖି ଏକ ସପ୍ତାହ ହୋଇଯିବ ବୋଲି ପୋଲିସ ଅନୁମାନ କରୁଛି । ତେବେ ବ୍ୟକ୍ତି ଜଣକ କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାଙ୍କୁ କେହି ହତ୍ୟା କରିଛି ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା କିଛି ଜଣାପଡ଼ିନାହିଁ । ପୋଲିସ୍ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଜାରିରଖିଛି ।

  • ଚୋରା ମହୁଲି ମଦ ଭାଟିରେ ଅବକାରୀ ଚଢାଉ

    ଚୋରା ମହୁଲି ମଦ ଭାଟିରେ ଅବକାରୀ ଚଢାଉ

    ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଏବଂ ତଡ଼ୁଆବାହାଳ ଅଞ୍ଚଳରେ ଥିବା ବିଭିନ୍ନ ଚୋରା ମଦ ରନ୍ଧା ଭାଟିରେ ଏପିଆର୍, ପୋଲିସ୍ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇଛି । ଚଢାଉ ସମୟରେ ମୋଟ ୧୯ କ୍ଵିଣ୍ଟାଲ ମହୁଲ ପୋଚ ଓ ୧ କ୍ଵିଣ୍ଟାଲ ୭୫୦ କେ.ଜି ମହୁଲି ମଦକୁ ଠାବ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି ।

    ଏଥି ସହିତ ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏନେଇ ୩ ଟି ପୃଥକ ଅବକାରୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ । ଆଗାମୀ ଦିନରେ ଏହିପରି ଚଢାଉ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

  • ସରୋବର ଯୋଜନାରେ ମହାଦୁର୍ନୀତି

    ସରୋବର ଯୋଜନାରେ ମହାଦୁର୍ନୀତି

    ଅମୣତ ସରୋବର ଯୋଜନାରେ ମହାଦୁର୍ନୀତି। ଯୋଜନା ନାମରେ ଖାଇଗଲେ ଲକ୍ଷାଧିକ ଟଙ୍କା । ଖେlଦ ମୂଖ୍ୟମନ୍ତ୍ରୀ ବ୍ଲକରେ ଏଭଳି ଏମିତି ଦୁର୍ନୀତି ସାମ୍ନାକୁ ଆସିଛି ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ କୁଟୁଗାଁ ପଞ୍ଚାୟତ ଅନ୍ତର୍ଗତ ସାନଯେlଡା ଗାଁ ରେ ଅମୣତ ସରୋବର ଯୋଜନାରେ ହରିଲୁଟ ହେବା ନେଇ ଗ୍ରାମବାସୀ ଅଭିଯୋଗ କରି ତଦନ୍ତ ପାଇଁ ଦାବୀ କରିଛନ୍ତି ।

    ଏହି ଦୂର୍ନୀତିରେ ପଞ୍ଚାୟତ କର୍ତୣପକ୍ଷ ସହିତ ବ୍ଲକ କର୍ତୣପକ୍ଷ ମିଶି ଅର୍ଥ ହରିଲୁଟ ବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ୱେ ଗାଁ ର ଏକ ମାତ୍ର ପୋଖରୀ ଲୋକଙ୍କ କାମରେ ଲାଗି ପାରୁନାହିଁ । ଝୁମ୍ପୁରା ବ୍ଲକ ସାନଯୋଡା ଗାଁ ପୋଖରୀ ର ଉନ୍ନତି କରଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଚାରି ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଅମୣତ ସରେlବର ଯେlଜନାରେ ସେହି ପେlଖରୀକୁ ଦଶ ଲକ୍ଷ ଟକାଂ ଯେlଗାଇ ଦିଆଯାଇଥିଲା ।

    ତେବେ ୧୪ ଲକ୍ଷ ଟକାଂ ଅନୁଦାନ ସତ୍ୱେ ଏହି ପେlଖରୀ ଏବେ ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିଛି l ନାମକୁ ମାତ୍ର ପେlଖରୀରେ ଏକ ପାହଚ କାମ ସହିତ କିଛି ଅଂଶରେ ଗାଡଓ୍ବାଲ କାମ କରାଯାଇ ଅନୁଦାନର ସି଼ଂହ ଭାଗ ଅଂଶ ହରିଲୁଟ କରାଯାଇଥିବା ବେଳେ ଏବେ ଏହି ପେlଖରୀରେ ଗାଧେlଇବାକୁ ଗ୍ରାମବାସୀ ଭୟ କରୁଛନ୍ତି l ଗାଁ ଗୁଡିକରେ ରହିଥିବା ପେlଖରୀ ଗୁଡିକର ପୁନ୍ନରରୁଦ୍ଧାର ସହ ପେlଖରୀର ଚର୍ତୁପାର୍ଶ ସୈlନ୍ଦର୍ଯ୍ୟ କରଣ ପାଇଁ ଏହି ଅନୁଦାନ ଯେlଗାଇ ଦିଆଯାଇଥିବା ବେଳେ ଏଠାରେ ନାମ ମାତ୍ର କାମ କରାଯାଇ ଏହି ଅନୁଦାନ ଅର୍ଥକୁ ହରିଲୁଟ କରାଯାଇଥିବାରୁ ଏନେଇ ଗାଁ ରେ ଅସନ୍ତୋଷ ସହ ଏହାର ତଦନ୍ତ ଦାବୀ କରିଛନ୍ତି ଗ୍ରାମ ବାସୀ

  • ଅଣରେଭେନ୍ୟୁ କାମ ବନ୍ଦ ଭିତ୍ତିଭୂମି ସୁଦୃଢପାଇଁ ରାଜସ୍ୱ ନିରିକ୍ଷକ ସଂଘର ଦାବୀ ପତ୍ର

    ଅଣରେଭେନ୍ୟୁ କାମ ବନ୍ଦ ଭିତ୍ତିଭୂମି ସୁଦୃଢପାଇଁ ରାଜସ୍ୱ ନିରିକ୍ଷକ ସଂଘର ଦାବୀ ପତ୍ର

    ଆବଶ୍ୟକ କର୍ମଚାରୀ ସହିତ ଭିତ୍ତିଭୂମିର ଅଭାବ ସତ୍ତ୍ୱେ ରାଜସ୍ଵ ନିରକ୍ଷକ ମାନଙ୍କୁ ଦିଆଯାଉଛି ଅଣରେଭେନ୍ୟୁ କାମ । କାର୍ଯ୍ୟଚାପରେ ଲୋକଙ୍କ କାର୍ଯ୍ୟ ସଠିକ ଭାବେ କରି ପାରୁ ନାହାଁନ୍ତି ରେଭେନ୍ୟୁ କର୍ମଚାରୀ ।

    ତେବେ ଏହାକୁ ନେଇ ଓଡ଼ିଶାରାଜ୍ୟ ରେଭେନ୍ୟୁ ଫିଲ୍ଡ ଅଫିସର ଆସୋସିଏସନର ଡାକରାରେ ଚମ୍ପୁଆ ଆରଆଇ ସଂଘ ଚମ୍ପୁଆ ତହସିଲଦାର ଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି ।

    ରାଜ୍ୟରେ ରେଭେନ୍ୟୁ କର୍ମଚାରୀ ଆବଶ୍ୟକ ଠାରୁ ଢେର କମ ରହିଥିବାବେଳେ ତାଙ୍କୁ ଅଣରେଭେନ୍ୟୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ମାତ୍ରାଧିକ କାର୍ଯ୍ୟଚାପରେ ସୃଷ୍ଟି ହେଉଥିବା, ଅଣରେଭେନ୍ୟୁ କାମ ବନ୍ଦ ବାବଦରେ ରାଜ୍ୟ ସରକାରଙ୍କ ୧୦ / ୧/୨୫ରିଖର ନିର୍ଦ୍ଦେଶର କାର୍ଯ୍ୟକାରୀ,ଯଥାଚିତ କର୍ମଚାରୀ ଓ ଭିତ୍ତିଭୂମି ଯୋଗାଇଦେବା, ସମୟ ମତେ ଯାତାୟତ ଭତ୍ତା ପ୍ରଦାନ, ଭଲ ଉଦ୍ଦେଶ୍ୟରେ କରାଯାଇଥିବା କାମ ଗୁଡିକର ଆଇନଗତ ସୁରକ୍ଷା, ରାଜସ୍ଵ ସହାୟକ ନିଯୁକ୍ତି ଆଦି ଦାବିରେ ଆଜି ଚମ୍ପୁଆ ତହସିଲ ଅନ୍ତର୍ଗତ ୭ଟି ଆରଆଇ ସର୍କଲ ସମସ୍ତ ଆରଆଇ ତଥା ଏଆରଆଇ ଚମ୍ପୁଆ ତହସିଲଦାର ମାର୍କୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।

  • ବିଚ୍ଛାକୁଣ୍ଡି ୟୁଥ କ୍ଲବର ୧୬ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ

    ବିଚ୍ଛାକୁଣ୍ଡି ୟୁଥ କ୍ଲବର ୧୬ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ

    ଯୋଡା ପୌରାଞ୍ଚଳର ୧୪ ନମ୍ବର ୱାର୍ଡ ବିଚାକୁଣ୍ଡି ଠାରେ ୟୁଥ କ୍ଲବ୍ ପଷରୁ ଦିନି କିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୦ଟି ଦଳ ଯୋଗ ଦେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ମାଙ୍ଗାନିଜ ବିଭାଗ ରାଜେଶ଼ ରଂଜନ ଯୋଗ ଦେଇଥିଲେ ।

    ଏହା ସହିତ ବିଚାକୁଣ୍ଡି କାଉନସିଲର ପ୍ରମୋଦ କୁମାର ବେହେରା ଯୋଗ ଦେଇ ଫୁଟବଲ ଖେଳର ମହତ୍ୱ ଉପରେ ବିବରଣୀ ଦେଇଥିଲେ l

    ୧୦ଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି | ସେଥିମଧ୍ୟରୁ ୪ଟି ଟିମ୍ ସେମିଫାଇନାଲ଼ ଯାଇଥିଲେ | ସେଠାରୁ ୨ଟି ଦଳ ଫାଇନାଲ଼ ଯାଇଥିଲେ କେଥ୍ ହାଟିଙ୍କ୍ A କେଥି ହାଟିଙ୍କ୍ B ଦୁଇ ଦଳମଧ୍ୟରେ ଖେଳ ଚାଲିଥିଲା |

    ୨ଟି ଦଳ ମଧ୍ୟରେ ଖେଳ ବିଜେତା କେଥ୍ ହାଟିଙ୍କ୍ A କେଥ୍ ହଟିଙ୍ଗକୁ ୪ ଟି ଗୋଲ଼ କରି କେଥ ହଟିଙ୍ଗ A ପ୍ରଥମ ପୁରସ୍କାର ହାସଲ କରିଛନ୍ତି । ତେବେ ଆଖ ପାଖ ଅଂଚଳରୁ ଶହ ଶହ ଫୁଟବଲ ପ୍ରେମୀ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି l