Category: କେନ୍ଦ୍ରାପଡ଼ା

  • ଘରର ଏକ ମାତ୍ର ରୋଜଗାରିଆ ଏବେ ଶଯ୍ୟାଶାୟୀ, ସେପଟେ ଅର୍ଥ ସାଜିଛି ବାଧକ

    ଘରର ଏକ ମାତ୍ର ରୋଜଗାରିଆ ଏବେ ଶଯ୍ୟାଶାୟୀ, ସେପଟେ ଅର୍ଥ ସାଜିଛି ବାଧକ

    ସହାୟତା ଖୋଜୁଛନ୍ତି ଅସହାୟ ପ୍ରସନ ଦାସ। ପାଟକୁରା ମାର୍ଶାଘାଇ ବ୍ଲକ ବଚରେଇ ପଞ୍ଚାୟତ ମୂଷାଡ଼ିଆ ଗ୍ରାମର ପ୍ରସନ ଜଣେ ଦିନ ମଜୁରିଆ । ପାଞ୍ଚ ବର୍ଷ ତଳେ ଶ୍ରାବଣ ମାସରେ ପାଣି ଭାର ନେବା ସମୟରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ ଫଳରେ ତାଙ୍କ ଗୋଡ଼ ଓ ମେରୁହାଡ଼ରେ ଆଘାତ ଲାଗିଥିଲା। ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ବ୍ରେନ ଷ୍ଟ୍ରୋକ ହେବାରୁ ସ୍ନାୟୁ ଦୁର୍ବଳ ହୋଇଯାଇଥିଲା। ଆଉ ଏବେ ପକ୍ଷାଘାତ ରୋଗରେ ପୀଡିତପ୍ରସନ୍ନ। ସତେ ଜେମିତି କାଙ୍କ ଉପରେ ଦୁଖ ପାହାଡ ଲଦି ହୋଇଯାଇଛି ।

    ଘରର ପର୍ସନ୍ନ ଥିଲେ ଏକ ମାତ୍ର ରୋଜଗାରିଆ । ଆଉ ଏବେ ସେ ଶଯ୍ୟାଶାୟୀ ।ଯେଉଁଥି ପାଇଁ ତାଙ୍କୁ ସହିବାକୁ ପଡୁଛି ଅନେକ ଦୁଖ ଆଉ କଷ୍ଟ । ଗୋଟିଏ ପଟେ ଅଭାବୀ ଜୀବନ ଆଉ ରୋଗ ଯନ୍ତ୍ରଣାର ବୋଝ ।ଡାକ୍ତରଙ୍କ କହିବା ଅନୁଯାୟୀ ପର୍ସନ୍ନଙ୍କୁ ଫିଜିଓ ଥେରାପିର ଆବଶ୍ୟକତା ରହିଛି । କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ଅସହାୟ ପରିବାରକୁ କେବଳ ଘର ଖଣ୍ଡିଏ ଛଡା ଆଉ କୌଣସି ସରକାରି ସହାୟତା ମିଳିନାହିଁ.। ତେଣୁ ପ୍ରସନ ଓ ତାଙ୍କ ସମ୍ପର୍କୀୟ ସହାୟତା ପାଇଂ ସରକାର ଓ ପ୍ରଶାସନ କୁ ନିବେଦନ କରିଛନ୍ତି।

  • ରାଇସ୍ ମିଲ୍ ରୁ ଉଦ୍ଧାର କରାଗଲା ଏକାଧିକ ବିଷାକ୍ତ ସାପ

    ରାଇସ୍ ମିଲ୍ ରୁ ଉଦ୍ଧାର କରାଗଲା ଏକାଧିକ ବିଷାକ୍ତ ସାପ

    ଗୋଟିଏ ଜାଗାରୁ ଏକାଧିକ ବିଷାକ୍ତ ସାପ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଳାଇଲୋ ଗ୍ରାମରେ ଥିବା ମା ନାରାୟଣୀ ରାଇସ୍ ମିଲ୍ ପରିଷରରୁ ୪୦ ରୁ ଉର୍ଦ୍ଧ ବିଷାକ୍ତ ସାପକୁ ଉଦ୍ଦାର କରାଯାଇଛି । ତେବେ ଉକ୍ତ ରାଇସ୍ ମିଲ୍ ପରିଷର ସଫା ହେଉଥିବା ବେଳେ ଏହି ସାପ ଗୁଡିକୁ ଦେଖିବାକୁ ମିଳିଥିଲା । ସେଠାରେ ଥିବା ଏକ ଭଙ୍ଗା ଆଜବେଷ୍ଟସ ତଳେ ଏହି ସାପ ଗୁଡିକ ରହିଥିଲେ । ଏହି ସାପଗୁଡ଼ିକୁ ସ୍ଥାନୀୟ ମହାକାଳପଡ଼ା ବନ୍ୟ ଜୀବ ବନାଞ୍ଚଳ କର୍ମଚାରୀ ଉଦ୍ଧାର କରି ସରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ନେଇ ସୁଚନା ମିଳିଛି ।

  • ସ୍ତ୍ରୀର ପରକୀୟା ପ୍ରିତି ଏବଂ ରସିକିଆ ପୋଲିସ ବାବୁଙ୍କ ପାଇଁ ଛାରଖାର ହୋଇଗଲା ପରିବାର – ସ୍ବାମୀ

    ସ୍ତ୍ରୀର ପରକୀୟା ପ୍ରିତି ଏବଂ ରସିକିଆ ପୋଲିସ ବାବୁଙ୍କ ପାଇଁ ଛାରଖାର ହୋଇଗଲା ପରିବାର – ସ୍ବାମୀ

    ମା ହେଉଛି ମମତାର ସାଗର, ସହିଷ୍ଣିତାର ଦେବୀ । ଏଭଳି ଅନେକ ଆଖ୍ୟା ମାକୁ ଦିଆଯାଏ । କିନ୍ତୁ ସମାଜରେ ଏଭଳି କିଛି ନାରୀ ଅଛନ୍ତି ଯେଉଁମାନେ ମାତୃତ୍ୟ ଲାଭ କରନ୍ତି ସତ କିନ୍ତୁ ନିଜର ସ୍ବାର୍ଥ ଆଗରେ ମମତାକୁ ପର କରି ଆଉ କାହା ହାତ ଧରି ଚାଲାଯାଆନ୍ତି । ସେମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ସମୀପ ରେ ଥିବା ପାଟକୁରା ଗ୍ରାମରେ ।ସତର ବର୍ଷର ବୈବାହିକ ଜୀବନ ଏବଂ ଦୁଇ ଛୁଆକୁ ପରକରି ଚାଲିଗଲେ ପ୍ରବିଣା ମଳିକ। ସେ ପୁଣି ଜଣେ ପୋଲିସ କର୍ମଚାରୀଙ୍କ ସହ । ଦେଢ ବର୍ଷ ହେବ ପରକିୟା ପ୍ରିତିରେ ଅନ୍ଧ ହୋଇ ନିଜର ମମତାକୁ ଗୋଡରେ ଆଡେଇ ଚାଲି ଯାଇଛି ଜଣେ ମା । ସୁଚନା ଅନୁଯାୟୀ ପାଟକୁରା ଗ୍ରାମ ର ରଂଜନ ମଲିକ ଙ୍କ ସ୍ତ୍ରୀ ପ୍ରବୀଣା ମଳିକ। ଉଭଯଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି । କିନ୍ତୁ ରସିକିଆ ପୋଲିସ ବାବୁ ଲେମ୍ବୁ ମାଝି ଓରଫ ଏଲ ଟୁଡୁଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ମା । ପରେ ପୋଲିସ ବାବୁ ଙ୍କର ପଟାମୁଣ୍ଡାଇ ର ଏକ ଥାନା କୁ ବଦଳି ହେବା ପରେ ଦେଢ଼ ବର୍ଷ ତଳେ ଏଲ ଟୁଡୁ ପ୍ରବୀଣା ଙ୍କୁ ନେଇଫେରାର ହୋଇଯାଇଥିଲେ । କିନ୍ତୁ କିଛି ଦିନ ତଳେ ପ୍ରବୀଣା ପୁଣି ସ୍ୱାମୀଙ୍କ ଘରକୁ ଫେରିଆସି ରହିବାକୁ ଜିଦ୍ ଧରିଲେ। ହେଲେ ପରପୁରୁଷ ସହ ଦୀର୍ଘ ଦିନ ବିତାଇ ଥିବା ସ୍ତ୍ରୀ ଙ୍କୁ ସ୍ୱାମୀ ରଞ୍ଜନ ମଳିକ ଓ ଶଶୁର ରଖିବାକୁ ରାଜି ହୋଇନଥିଲେ । ଫଳରେ ପ୍ରବୀଣା ରାଗିଯାଇ ଗତ ୧୫ ତାରିଖରେ ନିଜ ଝିଅ ଋତୁପର୍ଣ୍ଣା କୁ ସ୍କୁଲ ଯିବା ବାଟରୁ ଅପହରଣ କରି ନେଇଥିବା ପାଟକୁରା ଥାନା ରେ ସ୍ୱାମୀ ରଞ୍ଜନ ଅଭିଯୋଗ କରିଛନ୍ତି ।

    ତେବେ ଅଭିଯୋଗ କରିବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା କହିଛନ୍ତି ରଂଜନ ମଳିକ.। ଏନେଇ ପାଟକୁରା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ

  • ମା’ଙ୍କ ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ

    ମା’ଙ୍କ ମନ୍ଦିରରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ

    ବିଳମ୍ବିତ ରାତିରେ ମାଙ୍କ ମନ୍ଦିରରୁ ଲୁଟିନେଲେ ଲୁଟେରା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ରାଜନଗରରେ ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ସାତଭାୟାର ପଞ୍ଚୁବରାହୀ ମନ୍ଦିରରୁ ଆସିଛି ଚୋରି ଅଭିଯୋଗ । ମା ଙ୍କ ସୁନା,ରୂପା ଅଳଙ୍କାର ସହ ହୁଣ୍ଡିରୁ ଟଙ୍କା ଲୁଟିନେଇଛନ୍ତି ଦୃବୁତ୍ତ। ମନ୍ଦିରରୁ ଏଭଳି ପ୍ରଥମଥର ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଆଲୋଡନ । ପୁର୍ବରୁ କେବେ ଏ ଭଳି ଅଘଟଣ ଘଟିନଥିବା ବେଳେ ପ୍ରଥମ ଥର ଚୋରି ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି ।

    ତେବେ ଘଟଣା ସ୍ଥଳରେ ରାଜନଗର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି | ସାତଭାୟାରେ ସମୁଦ୍ର କୂଳରେ ମା ଙ୍କ ମନ୍ଦିର ଥିବା ବେଳେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟା ବାସୀଙ୍କ ସହ ମା ପଞ୍ଚୁବରାହୀଙ୍କୁ ବାଗପଟିଆ କୁ ସ୍ଥାନାନ୍ତରିତ କରାଯାଇଥିଲା ।

  • ଛାତ୍ରୀ ଦୁଷ୍କର୍ମ ମାମଲା: କଲେଜ ଅଧ୍ୟାପକଙ୍କ ସମ୍ପୃକ୍ତି ଆଣିଲା ବିଜେପି

    ଛାତ୍ରୀ ଦୁଷ୍କର୍ମ ମାମଲା: କଲେଜ ଅଧ୍ୟାପକଙ୍କ ସମ୍ପୃକ୍ତି ଆଣିଲା ବିଜେପି

    କେନ୍ଦ୍ରାପଡା ଛାତ୍ରୀ ଦୁଷ୍କର୍ମ ମାମଲାକୁ ବିତିଲାଣି ଏକ ସପ୍ତାହରୁ ଅଧିକ ଦିନ। ଏଯାଏଁ ପୋଲିସ ହାତ ଖାଲି। ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ପୋଲିସର ସ୍ଥାଣୁତା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ଯାହାକୁ ନେଇ ଗତ ୨୧ ତାରିଖରେ ପାଟକୁରା ବେଜେପି ନେତା ତେଜେଶ୍ବର ପରିଡାଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ରୀ ପଢୁଥିବା କଲେଜର ଜନୈକ ଅଧ୍ୟାପକ ଏହି ଘଟଣାରେ ସମ୍ପୃକ୍ତ ଥିବା ସହ ତଦନ୍ତକୁ ଦିଗହରା କରିବାକୁ ମସୁଧା କରୁଥିବା ଅଭିଯୋଗ ଆଣୁଛି ବିଜେପି। ତେଣୁ ଉକ୍ତ ଅଧ୍ୟାପକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି। ପୋଲିସ ମାମଲାରେ କାହାରିକୁ ଗିରଫ କରିନଥିବାକୁ ନେଇ ବିଜେପି ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ଘଟଣାକୁ ଚାପି ଦେବାକୁ ପ୍ରଶାସନ ତଥା ସରକାର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହା ବ୍ୟତୀତ କଲେଜ ପରିସର ଛାତ୍ରୀଙ୍କ ପାଇଁ ସୁରକ୍ଷିତ ନ ଥିବା ତଥା ଅସାମାଜିକ ତତ୍ତ୍ବଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ କରିଥିଲା ବିଜେପି। ଏଥିସହ ପରିସରରୁ ମଦ ବୋତଲ ଉଦ୍ଧାର କରି ବିକ୍ଷୋଭରେ ପ୍ରଦର୍ଶନ କରି ସରକାର ବିରୋଧରେ ବିଜେପି ପକ୍ଷରୁ ନାରା ଦିଆଯାଇଥିବା ଅଭିଯୋଗ ହୋଇଛି।

    ଏହି ଘଟଣାକୁ ନେଇ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଥିଲା ବିଜେପି। ସେପଟେ ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜ ଅଧ୍ୟକ୍ଷ। ଏହାକୁ ଏକ କପୋଳକଳ୍ପିତ ପ୍ରସଙ୍ଗ କହିବା ସହ ସେହି ଦିନ ଉକ୍ତ ଛାତ୍ରୀ କଲେଜକୁ ଆସିନଥିବା ତଥା କଲେଜରେ +୩ର ସେମିନାର ଚାଲିଥିବା କହିଛନ୍ତି ଅଧ୍ୟକ୍ଷ। ତେବେ କଲେଜରେ ବହୁ ସମସ୍ୟା ଥିବା ମଧ୍ୟ କହିବାକୁ ଭୁଲି ନାହାନ୍ତି।

    ଏଠାରେ କହିରଖୁ କି, କେନ୍ଦ୍ରାପଡା ପାଟକୁରାର ଏକ କଲେଜରେ ଗତ ୧୭ ତାରିଖରେ ଫ୍ରେସର୍ସ ପାର୍ଟି ହୋଇଥିଲା। ଏଥିରେ ମୃଦ୍ୟୁ ପାନୀୟରେ ନିଶା ମିଶାଇ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରାଯାଇଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ କୁଦାନଗରୀ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କ ମେଡିକାଲ ମାଇନା ମଧ୍ୟ କରିଥିଲା। ତେବେ ଏହି ଘଟଣାରେ ବିଜେପି ନେତା ତେଜେଶ୍ବରଙ୍କ ଏଣ୍ଟ୍ରୀକୁ ଶସ୍ତା ଲୋକପ୍ରିୟତା ପାଇଁ ପ୍ରୟାସ ବୋଲି କୁହାଯାଉଛି।

  • ମାଳଦୀପରେ ପଡ଼ି ରହିଛି ଓଡିଆ ଯୁବକଙ୍କ ଶବ, ପ୍ରାଥିବ ଶରୀର ଫେରାଇ ଆଣିବାକୁ ନିବେଦନ

    ମାଳଦୀପରେ ପଡ଼ି ରହିଛି ଓଡିଆ ଯୁବକଙ୍କ ଶବ, ପ୍ରାଥିବ ଶରୀର ଫେରାଇ ଆଣିବାକୁ ନିବେଦନ

    ମାଳଦୀପରୁ ଆସିପାରୁନି ଓଡିଆ ଯୁବକଙ୍କ ମୃତ ଶରୀର । ଗାଁକୁ ଫେରାଇ ଆଣିବାକୁ ଅନୁରୋଧ କରୁଛନ୍ତି ପରିବାର ଲୋକେ । ଏଭଳି ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଳାଇଲୋ ଗାଁରେ । ଅଳାଇଲୋ ଗାଁ ର ବିଜୟ ସେଠୀ ଙ୍କ ପୁଅ ସୁଧୀର କେଏ ସ ଆର ମେରାଇନ ସର୍ଭିସ ପ୍ରାଇଭେଟ ଲିଃ ନାମକ ଏକ କମ୍ପାନୀ ରେ ଆଜକୁ 8 ବର୍ଷ ହେବ କାମ କରି ଆସୁଥିଲେ । ନାଭେମ୍ବର ମାସ ପ୍ରଥମ ସପ୍ତାହ ରେ ସୁଧୀର ଗାଁ କୁ ଆସିଥିଲେ,ଆଜି କୁ 15 ଦିନ ପୂର୍ବେ ସୁଧୀର ମାଳଦୀପ କୁ ଯାଇଥିଲେ, ଆଉ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । ଶନିବାର ଦିନ କାମ କରୁଥିଲା ବେଳେ ହଠାତ ଗ୍ୟାସ ଟାଙ୍କି ଫାଟି ବିସ୍ପୋରଣ ହେବାରୁ ଘାଟଣ ସ୍ଥଳ ରେ ସୁଜିତଙ୍କ ମୃତ୍ୟୁ ହୋଇ ଯାଇଥିବା ସୁଧୀରଙ୍କ ସାଙ୍ଗ ତାଙ୍କ ପରିବାର କୁ ସୂଚନା ଦେଇଥିଲେ । ଏହି ଖବର ମିଳିବା ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେଭାଇ ର ମୃତ୍ୟୁ ଶରୀର ଓଡିଶା କୁ ଫେରାଇ ଆଣିବା ପାଇଁ ସୁଧୀରର ବଡ଼ ଭାଇ ନିବେଦନ କରିବା ସହ କମ୍ପାନୀ ପକ୍ଷରୁ ଆର୍ଥିକ ସାହାଯ୍ୟ ଯୋଗାଈ ଦେବା ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି ଗ୍ରାମବାସୀ ।

  • କେନ୍ଦ୍ରାପଡା: ରାଜ୍ୟସ୍ତରୀୟ ପିତୃ ସମ୍ମାନ କାର୍ଯ୍ୟକ୍ରମ

    କେନ୍ଦ୍ରାପଡା: ରାଜ୍ୟସ୍ତରୀୟ ପିତୃ ସମ୍ମାନ କାର୍ଯ୍ୟକ୍ରମ

    କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଗୋଜବାୟାଣୀ ପିଠରେ ଦେଖିବାକୁ ମିଳିଛି ନୂଆ ଏକ ଦୃଶ୍ୟ। ପିଠରେ ସାଇ ଏଜୁ କେସନାଲ ଆଣ୍ଡ ଚାରି ଟେବୁଲୁ ଟ୍ରଷ୍ଟ ଭୁବେନେଶ୍ୱର ଶାଖା ତରଫରୁ ବାପାମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ସେମାନଙ୍କୁ ସମ୍ମାନୀତ କରାଯାଇଛି। ବହୁ ବୟସ୍କ ପିତାବର୍ଗଙ୍କୁ ଶିରିଡି ସାଇ ପ୍ରତିଭାରେ ସମ୍ମାନିତ କରାଯାଇଛି। ମହିଳାମାନଙ୍କ ପାଇଁ ଅନେକ ଦିନ ଓ ସମ୍ମାନ ରହିଛି। କିନ୍ତୁ ବାପାଟିଏ ତାର ସନ୍ତାନର ଲାଳନ ପାଳନ ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଉଥିବା ବେଳେ ତା ପାଇଁ ନାହିଁ କିଛି ସମ୍ମାନ। ତେଣୁ ଟ୍ରଷ୍ଟ ତରଫରୁ ବହୁ ପିତୃ ବର୍ଗଙ୍କୁ ସମ୍ମାନିତ କରାଯାଇଛି।

    ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ରାଜ କିଶୋର ପ୍ରଧାନ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ବୃନ୍ଦ ବାପାଙ୍କ ତ୍ୟାଗ, ଭଲପାଇବା ଉପରେ ଲୋକଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜ ସେବିକା ତଥା ନାରୀ ନେତ୍ରୀ ସୁପ୍ରଭା ମଲ୍ଲିକ ପରିଚାଳନା କରିଥିଲେ।

  • କୁକୁଡ଼ା ଚାଷ କରି ଚର୍ଚ୍ଚାରେ ଜୟଶ୍ରୀ, ମାସିକ ଆୟ ଏକ ଲକ୍ଷ

    କୁକୁଡ଼ା ଚାଷ କରି ଚର୍ଚ୍ଚାରେ ଜୟଶ୍ରୀ, ମାସିକ ଆୟ ଏକ ଲକ୍ଷ

    ଗ୍ରାମାଞ୍ଚଳ ରେ ମହିଳା ମାନଙ୍କୁ ସମାଜ ର ମୁଖ୍ୟ ସୋତ୍ର ରେ ସାମିଲ କରିବା ପାଇ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟୋଗ କୃଷି ଯୋଜନାରେ ଜଣେ ମହିଳା କୁକୁଡ଼ା ଚାଷ କରି କିପରି ନିଜେ ଆତ୍ମ ନିର୍ଭର ଶୀଳ ହେବା ସହ ମାସିକ ଏକ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ପାଲଟିଛନ୍ତି ।

    କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଢିହି ପଂଚାୟତ ର ରାମଚନ୍ଦ୍ରପୁର ଗାଁ ର ଜୟଶ୍ରୀ ବସନ୍ତିଆ, ନିଜର ଏକ ଏକର ସ୍ଥାନରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗ ଯୋଜନାରେ ଏକ କୋଟି ଟଙ୍କା ଋଣ ଆଣି ପାଞ୍ଚ ମାସ ପୂର୍ବେ ଏକ କୁକୁଡ଼ା ଫାର୍ମ ଆରମ୍ଭ କରି ଥିଲେ, ଅଟୋମେଟିକ ପଦ୍ଧତି ରେ କୁକୁଡ଼ା ମାନଙ୍କ ନିକଟ କୁ ଖାଦ୍ୟ, ପାଣି ଆଦି ପହଂଚିଯାଉଛି, ଏକା ସାଥିରେ ଏହି ଫାର୍ମ ରେ ବାର ହଜାର ଚିଆଁ ଛଡା ଯାଉଛି, ପ୍ରାୟ ଚାଳିଶ ଦିନ ଭିତରେ କୁକୁଡ଼ା ଗୁଡ଼ିକ ବିକ୍ରୟ ଉପଯୋଗୀ ହୋଇ ପାରୁଛି । ସଂପୁର୍ଣ ଶୀତ ତାପ କକ୍ଷରେ କୁକୁଡ଼ା ଚାଷ କରାଯାଉଥିବା ବେଳେ ସବୁ ବାବଦରେ ଖର୍ଚ୍ଚ ପରେ ମାସିକ ଏକ ଲକ୍ଷ ଟଙ୍କା ର ରୋଜଗାର କରି ପାରୁଛନ୍ତି ଜୟଶ୍ରୀ ।ଜୟଶ୍ରୀଙ୍କ ଏହି ସଫଳ କୁକୁଡା ଚାଷ କଥା ଶୁଣିବା ପରେ ମିଶନଶକ୍ତିର ଉପଦେଷ୍ଟା ଡ଼ଃ ଲୋପାମୁଦ୍ରା ଜୟଶ୍ରୀଙ୍କ କୁକୁଡା ଫାର୍ମ ପରିଦର୍ଶନ କରିଥିଲେ ଏବଂ ଜୟଶ୍ରୀ ଅନେକ ମହିଳାଙ୍କ ପାଇଁ ଉଦାହରଣ ସାଜିଥିବା କହିଛନ୍ତି ।

  • ଅଚଳ ସୋଲାର ଜଳ ଯୋଗାଣ ପ୍ରକଳ୍ପ, ସେପଟେ ନଦୀକୁ ପାଣି ପାଇଁ ଗଲେ ଗଲା ଜୀବନ

    ଅଚଳ ସୋଲାର ଜଳ ଯୋଗାଣ ପ୍ରକଳ୍ପ, ସେପଟେ ନଦୀକୁ ପାଣି ପାଇଁ ଗଲେ ଗଲା ଜୀବନ

    ଲୋକମାନଙ୍କ ନିକଟରେ କିପରି ସ୍ବଛ ପାନୀୟ ଜଳ ପହଁଚି ପାରିବ ସେଥିପାଇଁ ସରକାର ଜଳନିଧି ଯୋଜନା ମାଧ୍ୟମରେ ପ୍ରତେକ ଘରକୁ ପାନୀୟ ଜଳ ଯୋଗାଣ କଲେ । ମାତ୍ର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଦାୟିତ୍ୱ ହୀନତା ପାଇଁ ସୋଲାର ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଯାହା ଫଳରେ ଲୋକମାନେ ବାଧ୍ୟ ହୋଇ ନଦୀର ଅପମିଶ୍ରିତ ଜଳକୁ ପାନୀୟ ଜଳ ଭାବେ ପିଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ନଦୀ ନାଳଘେରା ବତୀଘର ପଂଚାୟତ ର ବରକୋଳି ଖୋଳା ଗାଁ ରେ । ଗୋଟିଏ ପଟେ ନଦୀକୁ ପାଣି ଆଣିବାକୁ ଯିବା ବେଳେ କୂମ୍ଭୀର ଭୟ,। ଏଣେ ପାଣି ନନେଲେ ଖାଇବେ କଣ ? ସୋଲାର ଯୋଗେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

    ଅନ୍ୟପଟେ ଅନ୍ୟ ବିକଳ୍ପ ନଥିବାରୁ ନଦୀ ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି । କିନ୍ତୁ ନଦୀରେ କୁମ୍ଭୀର ଆତ ଯାତ କରୁଥିବା ବେଳେ ନଦୀ ତୁଠରେ ଶୋଇ ରହୁଛି,। ଫଳରେ ନଦୀକୁ ପାଣି ଆଣିବାକୁ ଯିବାକୁ ଭୟ କରୁଛନ୍ତି ଗ୍ରାମବାସୀ । ସୋଲାର ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇଥିବା ନେଇ ଅଂଚଳ ବାସୀ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କୁମ୍ଭକଣ୍ଣ ନିଦରେ । ଏଥିପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଅଂଚଳ ବାସୀ ।

  • ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା

    ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା

    ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅପରପକ୍ଷରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସୁଚନା ଅନୁଯାୟୀ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ୟ୍ଯନ୍ତ ୩ ମାସଧରି ବନ୍ଦ ରହିଥିଲା ଭିତରକନିକା । ଏହି ସମୟରେ କୁମ୍ଭୀର ହିଂସ୍ର ରହୁଥିବା ରୁ ପର୍ୟ୍ୟଟକ ଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଭିତରକନିକା ବନ୍ଦ ରହିଥାଏ । ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ଙ୍କ ସହ ଭିତରକନିକା ଉପରେ ନିର୍ଭରକରୁଥିବା ବୋଟ , ହୋଟେଲ , ଟ୍ରାଭେଲ୍ ଏଜେନ୍ସି , ଛୋଟ ବ୍ୟବସାୟ , ଟିୟୁରିଷ୍ଟି ଗାଇଡ଼ ମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏବଂ ଟିୟୁରିଷ୍ଟି ଗାଇଡ଼ ମାନଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଛି ।

    ଅପରପକ୍ଷରେ ପର୍ଯ୍ୟଟକ ଙ୍କୁ ଭିତରକନିକା କୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ହୋଇଥିବା ବେଳେ ଲୁଣା ନର୍ସରୀ , ସେଲ୍ଫି ପଏଣ୍ଟ , ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ , ବୋଟ ଲାଇବ୍ରେରୀ, ବ୍ୟାଟେରୀ ବୋଟ ଆଦିର ସୁବିଧା ରହିଛି | ଭିତରକନିକାରେ ଥିବା କଟେଜ୍ ରିନୋଭେସନ କରିବା ସହ 2ଟି ନୂତନ ବ୍ୟାଟେରୀ ଚାଳିତ ଗାଡି ସାମିଲ ହୋଇଛି । ତେବେ ଉଦ୍ୟାନକୁ ଜଳପଥ ଦେଇ ପ୍ରବେଶ କରିବା ପାଇଁ ହେଲେ ଗୁପ୍ତି , ଖୋଳା , ଚାନ୍ଦବାଲି ଏବଂ ସ୍ଥଳପଥ ଦେଇ ଭିତରକନିକା ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ପର୍ଯ୍ୟଟକ ଭିତରକୁ ପ୍ରବେଶ କରି ପାରିବେ । ପ୍ରବେଶ କରିବା ପାଇଁ ପରିଚୟପତ୍ର କୁ ବାଧ୍ୟତାମୂଳକ କରାଯାଥିବା କହିଛନ୍ତି ରେଞ୍ଜ ଅଫିସର ମାନସ ଦାସ ।

    ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ବନବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ପର୍ୟ୍ୟଟକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।