Category: କେନ୍ଦ୍ରାପଡ଼ା

  • କେନ୍ଦ୍ରାପଡ଼ା ପ୍ରସିଦ୍ଧ ଓଳକଣା ମେଳଣ; ହରିହର ବେଶରେ ଶାଗଭଜା ଖାଇଲେ ଠାକୁର, ସାମିଲ ହେଲେ ଲକ୍ଷାଧିକ ଭକ୍ତ

    କେନ୍ଦ୍ରାପଡ଼ା ପ୍ରସିଦ୍ଧ ଓଳକଣା ମେଳଣ; ହରିହର ବେଶରେ ଶାଗଭଜା ଖାଇଲେ ଠାକୁର, ସାମିଲ ହେଲେ ଲକ୍ଷାଧିକ ଭକ୍ତ

    ଓଡିଶାରେ ବାରମାସରେ ତେର ପର୍ବ । ସେଥିରୁ ଦୋଳ ପର୍ବ ଅନ୍ୟତମ । ଦୋଳ ପର୍ବରେ କେନ୍ଦ୍ରାପଡ଼ାରେ ହେଉଥିବା ଓଁକାର ପୀଠ ଓଳକଣା ମେଲଣ ଓଡ଼ିଶା ପ୍ରସିଦ୍ଧ । କାହିଁ କେଉଁ କାଳରୁ ଏଠାରେ ମେଳଣ ଯାତ୍ରା ହୋଇଆସୁଛି ।

    ଏହାର ବିଶେଷତ୍ବ ହେଉଛି ମେଲଣ ଯାତ୍ରାରେ ଆସୁଥିବା ଠାକୁର ବାଡ଼ି ଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ପରମ୍ପରା ଥାଏ । ପରମ ପ୍ରେମମୟ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ, ଏହି ଦୋଳୋତ୍ସବର ମୁଖ୍ୟ ଆଧାର । ଅନ୍ୟ ପଟେ ଭଗବାନ ଶ୍ରୀକୃଷ୍ଣ ‘ହରି’ ଏବଂ ମହାଦେବ ‘ହର’ଙ୍କର ଭେଟ ଭକ୍ତ ବିଦୁର ଦେଖିବା ଯୋଗୁଁ ଏହାକୁ ‘ହରିହର’ ମେଳଣ ମଧ୍ୟ କୁହାଯାଇଥାଏ ।

    ପୁରାଣ ବର୍ଣ୍ଣିତ ବିଦୁର ଗାଦି ପୀଠରେ ଶ୍ରୀକୃଷ୍ଣ ଓ ବଡ଼ ଠାକୁର ବଳରାମ, ହରି ଓ ହର ଙ୍କ ବିମାନ ଏକତ୍ରିତ ହୋଇ ହରିହର ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି । ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରବାଡ଼ି ମାନେ ଆପଣା ଛାଏଁ ଆସିଥାନ୍ତି । ବିଭିନ୍ନ ସାଜସଜ୍ଜା ଓ ରୋଷଣି ଏବଂ ଆତସବାଜି ଭିଡ଼ରେ ମହାଆଡ଼ମ୍ୱରରେ ଆସୁଥିବା ବିମାନ ଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଇଥାନ୍ତି ମେଳଣ କମିଟିର କାର୍ଯ୍ୟକର୍ତ୍ତା । ୨୫୬ ବିମାନ ଓଳକଣା ମେଳଣରେ ଏକତ୍ରିତ ହୋଇଥାନ୍ତି ।

    ରଘୁଦେଇପୁର ରାଜନଗର ଗ୍ରାମରୁ ଓ ଡେରାବିଶରୁ ଆଳି ରାଜାଙ୍କ ଦୁଇଟି ବିମାନରେ ରାଧା କୃଷ୍ଣ ଓ ଲଷ୍ମୀ ପ୍ରଥମେ ମେଳଣ ପଡିଆକୁ ଆସିବା ପରେ ଅନ୍ୟ ସମସ୍ତ ବିମାନ ମେଳଣ ପଡିଆକୁ ଆସିଥାନ୍ତି । ଭଜନ କୀର୍ତ୍ତନ ସମାବେଶ ମଧ୍ୟ ରେ ମେଳଣ ଆରମ୍ଭ ହୋଇଥାଏ ।

    ପାଖାପାଖି ୨୦ ରୁ ୩୦ ହଜାର ଭକ୍ତଙ୍କ ସମାବେଶ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଥିଲା । ଶାଗ ଭଜା ସହ ମାନସିକ ଭୋଗ ଖାଇଥାନ୍ତି ବିମାନ ବିରାଜିତ ଠାକୁର ।

    ପରେ ବୀର ଭଦ୍ରେଶ୍ଵର ମହାଦେବଙ୍କ ଆଜ୍ଞାମାଳ ପାଇ ବଳଦେବ ଜୀଉ ହର ରୂପେ ମେଳଣ ପଡିଆକୁ ଆସିବା ପରେ ମେଳଣ ଶେଷ ହୋଇଥାଏ । ମେଳଣକୁ ଆସିବା ପାଇଁ କୌଣସି ଠାକୁରଙ୍କୁ ନିମନ୍ତ୍ରଣ କରାଯାଇ ନଥାଏ ।

    ଯାହାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଡେରାବିଶ ଓ ମାହାଙ୍ଗା ଥାନା ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରଯାଇଛି ।

  • କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ୍ରୀକ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

    କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ୍ରୀକ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

    କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ଦରିଆପାରି ରାମଚଣ୍ଡୀ ମହାକାଳପଡ଼ା ଠାରେ ଭାରତ ସରକାରଙ୍କ ଏକ୍ରୀକ ପ୍ରକଳ୍ପ ଦ୍ବାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି |

    ଏହି ସଭାରେ ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୀବ ଜଗତ ଉପରେ ପ୍ରଭାବ ପଡୁଛି କୃଷି କ୍ଷେତ୍ରରେ ପ୍ରଭାବ ପଡ଼ିବ ଯୋଗୁ ଚାଷ ଜମିର ଉର୍ବରତା କମୁଛି, ଗଛରେ ରୋଗ ପୋକ ଦାଉରୁ ଅମଳ କମୁଛି, ଜଳବାୟୁ ପରିବର୍ତ୍ତନରେ ମହିଳା ମାନଙ୍କ ଭୁମିକା ଉପରେ ଆଲୋଚନା କରାଯାଇଥିଲା | ମହିଳା ମାନେ ସଶକ୍ତିକରଣ ହୋଇଛନ୍ତି, ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି |

    ଅଦରକାରୀ ପ୍ଲାଷ୍ଟିକରେ ଘର କରଣା ବ୍ୟବହାର ବସ୍ତୁ ତିଆରି କରିବା, ଜୈବିକ କୀଟନାଶକ, ଜୈବିକ ଖତ ପ୍ରୟୋଗ କରି ଫସଲ ଅମଳ କରିବା ପାଇଁ ପରାମର୍ଶ ଦେଇଥିଲେ | ଉପସ୍ଥିତି ଥିବା ଅତିଥି ମାନେ ଏହି ଅବସରରେ ମହାକାଳପଡ଼ା ଅଂଚଳରେ ଆତ୍ମନିର୍ଭରଶୀଳ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା |

    ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଖେଳ କୁଦ ପ୍ରତିଯୋଗିତା କରାଯାଇଥିଲା | କାର୍ଯ୍ୟକ୍ରମରେ ବ୍ଲକର ଜଳବାୟୁ ପରିବର୍ତ୍ତନ ସ୍ବେଛାସେବୀ, ଏସଏଚଜି ମହିଳା, ଅଗ୍ରଣୀ ମହିଳା କୃଷକ ଓ ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ |

    ଆଗାମୀ ଦିନରେ ରସାୟନ ସାର ଓ କିଟନାଶକ ମୁକ୍ତ ବ୍ଲକ ଗଠନ କରାଯିବ, ଜୈବିକ ପଦ୍ଧତିରେ ଫସଲ ଉତ୍ପାଦନ କରି ନିରୋଗ ସୁସ୍ଥ ସମାଜ ଗଠନ କରାଯିବ| ଏହି କାର୍ଯ୍ୟକ୍ରମରେ ନେଚର କ୍ଲବ ଓ ଉତ୍କଳ ସେବକ ସମାଜ ଭଳି ସ୍ବେଛାସେବୀ ସଂଗଠନ ସଦସ୍ୟ ଯୋଗ ଦେଇଥିଲେ |

  • ଗୌରହରି ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ଗିରିବନ୍ଧକୁ ହରାଇ ଦେମାଳ ଚାମ୍ପିଅନ

    ଗୌରହରି ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଞ୍ଚମ ସଂସ୍କରଣ ଆଳି ତେଲିପାଟଣା ଖେଳ ପଡିଆରେ ଉଦଯାପିତ ହୋଇଯାଇଛି | ଏହି ଉଦଯାପନୀ ଫାଇନାଲ ମ୍ୟାଚରେ ଦେମାଳ ଲକ୍ଷ୍ମୀ ବରାହ କ୍ରିକେଟ ଟିମ ଓ ଗିରିବନ୍ଧ କ୍ରିକେଟ ଟିମ ମଧ୍ୟରେ ରୋମାଞ୍ଚକର ହାଇ ଭୋଲ୍ଟେଜ ମ୍ୟାଚ ଅନୁଷ୍ଠିତ ହୋଇଥିଲା |

    ଗିରିବନ୍ଧ କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ ବିନିମୟରେ ୧୧୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ବେଳେ ଏହି ରନକୁ ପିଛା କରିବାକୁ ଯାଇ ଦେମାଳ ଲକ୍ଷ୍ମୀ ବରାହ କ୍ରିକେଟ ଟିମ ୮ ଓଭର ୪ ଟି ବଲରେ ୩ ୱିକେଟ ହରେଇ ୧୧୫ରନ ସଂଗ୍ରହ କରି ବିଜୟ ଲାଭ କରି ଚାମ୍ପିୟନ ମୁକୁଟ ପିନ୍ଧିଥିଲା |

    ମ୍ୟାନ ଅଫ ଦ ମ୍ୟାଚ ଓ ସିରିଜ ଭାବେ ବିଶ୍ୱଜିତ ବାରିକ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ |

    ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ବନମାଳୀ ସେନାପତି ଓ ଗୌରହରି ସାହୁ ଚାରିଟେବୁଲ ଟ୍ରଷ୍ଟର ସଭାପତି ସୁଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ ୮ ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ରନର୍ସ ଅଫ ଟ୍ରଫି ସହ ୬ ହଜାର ଟଙ୍କା ପ୍ରଦାନ କରିଥିଲେ |

  • ବିଶ୍ବ ଜଳାବାୟୁ ପରିବର୍ତ୍ତନରେ ମହିଳା ମାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ

    ବିଶ୍ବ ଜଳାବାୟୁ ପରିବର୍ତ୍ତନରେ ମହିଳା ମାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ

    ଭାରତ ସରକାରଙ୍କ ଇକ୍ରୀକ ପ୍ରକଳ୍ପ ଦ୍ବାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ରେ ମହିଳା ମାନଙ୍କ ଭୁମିକା ଉପରେ ଆଲୋଚନା କରାଯାଇଥିଲା । ଜଳାବାୟୁ ପରିବର୍ତ୍ତନ ଓ ଏହାର ମୁକାବିଲା ପାଇଁ ସମୁଦ୍ର କୂଳରେ ବ୍ୟାପକ ଲୁଣା ଜଙ୍ଗଲ ସୃଷ୍ଟି କରାଯିବା , ବିଶ୍ବ ରେ ଜଳବାୟୁ ପରିବର୍ତ୍ତନ ଫଳରେ ଜୀବ ଜଗତ ଉପରେ ପ୍ରଭାବ , ପ୍ରକୃତି ଭାରସାମ୍ୟ ହରାଇବା ଫଳରେ କୃଷି କ୍ଷେତ୍ରରେ ପ୍ରଭାବ ପଡ଼ିବା ଭଳି ବିଭିନ୍ନ ଘଟଣା ଉପରେ ଆଲୋଚନା ହୋଇଥିଲା । ମହିଳା ମାନଙ୍କ ଦ୍ୱାରା ଉତ୍ପାଦିତ କୃଷି କ୍ଷେତ୍ରରେ ବ୍ୟବହାର ଜୈବିକ କୀଟନାଶକ ସାର ଆଦି ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ଜଳବାୟୁ ପରିବର୍ତ୍ତନ ର ସ୍ବେଛାସେବୀ , ଏସ ଏଚ ଜି ମହିଳା , ଅଗ୍ରଣୀ ମହିଳା କୃଷକ , ଅନନ୍ୟ ପତ୍ରିଭା ଧାରି ମହିଳା ବହୁ ସଂଖ୍ୟାରେ ଯୋଗ ଦେଇ ପ୍ରତିଜ୍ଞା କରିଥିଲେ ଯେ , ଆଗାମୀ ଦିନରେ ରସାୟନ ସାର ଓ କିଟନାଶକ ମୁକ୍ତ ବ୍ଲକ ଗଠନ କରିବା ପାଇଁ । ଜୈବିକ ପଦ୍ଧତିରେ ଫସଲ ଉତ୍ପାଦନ କରି କିପରି ନିରୋଗ ସୁସ୍ଥ ସମାଜ , ସୁସ୍ଥ ବିଶ୍ବ ଗଠନ କରି ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଭା ଉପରେ ଖେଳକୁଦ ପ୍ରତିଯୋଗିତା କରାଯାଇଥିଲା । ଏବଂ ମହାକାଳପଡ଼ା ଅଂଚଳ ରେ ଆତ୍ମନିର୍ଭରଶୀଳ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା । ବ୍ଲକ ର ଜଳବାୟୁ ପରିବର୍ତ୍ତନ ର ସ୍ବେଛାସେବୀ , ଏସ ଏଚ ଜି ମହିଳା , ଅଗ୍ରଣୀ ମହିଳା କୃଷକ , ଅନନ୍ୟ ପତ୍ରିଭା ଧାରି ମହିଳା ,ନେଚର କ୍ଲବ ଓ ଉତ୍କଳ ସେବକ ସମାଜ ଭଳି ସ୍ବେଛାସେବୀ ସଂଗଠନ ସଦସ୍ୟ ଯୋଗ ଦେଇଥିଲେ ।

  • ଗାଁ ପୋଖରୀରେ ବୁଡ଼ି ବୃଦ୍ଧ ମୃତ

    ଗାଁ ପୋଖରୀରେ ବୁଡ଼ି ବୃଦ୍ଧ ମୃତ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚୂନବନ୍ଧ ଗ୍ରାମର ପର୍ଶୁରାମ ସାହୁ (୭୪)ଶୌଚ ହେବାକୁ ନିକଟରେ ଥିବା ଗାଁ ପୋଖରୀକୁ ଯାଇଥିଲା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ମୃତ୍ଯୁ ବରଣ କରିଛନ୍ତି |

    ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବାରୁ ପୋଖରୀରେ ବୃଦ୍ଧଙ୍କ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ |

    ତୁରନ୍ତ ପରିବାର ଲୋକ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି |

  • ହାଇୱା ଧକ୍କାରେ ମହିଳା ମୃତ, ୮ ବର୍ଷର ପୁଅ ଗୁରୁତର

    ହାଇୱା ଧକ୍କାରେ ମହିଳା ମୃତ, ୮ ବର୍ଷର ପୁଅ ଗୁରୁତର

    କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୁଲନଗର ଚଟି ପୋଲ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା | ଯେଉଁଥିରେ ଶ୍ରଦ୍ଧାଞ୍ଜଳି ପୃଷ୍ଟି ନାମକ ମହିଳାଙ୍କ ମୃତ୍ୟ ଘଟିଥିବା ବେଳେ ୮ ବର୍ଷର ଶିଶୁ ପୁତ୍ର ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି ହୋଇଛି |

    ସୂଚନା ମୁତାବକ, କେନ୍ଦ୍ରାପଡ଼ା ପୌରପାଳିକା 20 ନମ୍ବର ୱାର୍ଡ ମହୀପାଳର ଦୁର୍ବାସା ସାହୁଙ୍କ ବୋହୁ ଶ୍ରଦ୍ଧାଞ୍ଜଳି ପୃଷ୍ଟି ସକାଳୁ ନିଜ ପୁଅକୁ ଗୁରୁକୁଳକୁ ଛାଡିବା ପାଇଁ ସ୍କୁଟି ସାହାଯ୍ୟରେ ଆସୁଥିବା ବେଳେ ଗୁଲନଗର ଚଟିପୋଲ ନିକଟରେ ଦ୍ରୁତ ଗତିରେ କଟକ ଆଡୁ ଆସୁଥିବା ହାଇୱା ଶ୍ରଦ୍ଧାଞ୍ଜଳିଙ୍କ ଗାଡିକୁ ପଛଆଡୁ ପିଟିଥିଲା |

    ଶ୍ରଦ୍ଧାଞ୍ଜଳି ଗାଡି ଚକା ତଳେ ପଡ଼ିଯିବା ଫଳରେ ହାଇୱା ଚକ ଶ୍ରଦ୍ଧାଞ୍ଜଳିଙ୍କ ମୁଣ୍ଡ ଉପରେ ସମ୍ପୂର୍ଣ୍ଣ ଭାବେ ଚଢିଯାଇଥିଲା | ଯାହା ଫଳରେ ଶ୍ରଦ୍ଧାଞ୍ଜଳିଙ୍କ ଘଟଣା ସ୍ଥଳରେ ମୃତ୍ଯୁ ଘଟିଥିଲା | ଭଗବାନଙ୍କ କରୁଣାରୁ ସ୍କୁଟିରେ ବସିଥିବା ପୁଅର ଜୀବନ ବଞ୍ଚିଯାଇଥିବା ବେଳେ ହାତ ଭାଙ୍ଗିଯାଇଛି |

    ଏହି ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ |

    ମୃତକ ପରିବାର କ୍ଷତିପୂରଣ ଦାବି କରିବା ସଙ୍ଗେ ସଙ୍ଗେ ହାଇବା ଡ୍ରାଇଭରକୁ କଠିନରୁ କଠିନ ଦଣ୍ଡ ଦିଆଯିବା ପାଇଁ ଦାବି କରିଛନ୍ତି | ଘଟଣା ସ୍ଥଳରେ ତହସିଲଦାର ଏବଂ ପୋଲିସ ପ୍ରଶାସନ ପହଞ୍ଚି ମୃତକ ପରିବାର ଲୋକଙ୍କୁ ବୁଝାବୁଝି କରିବା ସହ ସ୍ଥାନୀୟ ଲୋକଙ୍କୁ ଶାନ୍ତ କରିବା ପାଇଁ ନିବେଦନ କରିଛନ୍ତି |

  • ଦ୍ଵିତୀୟ ରାଜ୍ୟସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଆୟୋଜିତ

    ଦ୍ଵିତୀୟ ରାଜ୍ୟସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଆୟୋଜିତ

    କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଚିତ୍ରୋତ୍ପଳା ନଦୀ କୂଳରେ ଦ୍ଵିତୀୟ ରାଜ୍ୟସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଆୟୋଜିତ ହୋଇଯାଇଛି | ସାତ ଦିନ ବ୍ୟାପି ଚାଲିଥିବା ଏହି ମହୋତ୍ସବରେ ଗରଦପୁର ଦ୍ବିପ ଅଞ୍ଚଳର କଳା ସଂସ୍କୃତି ଓ ଐତିହ୍ୟକୁ ମହୋତ୍ସବ ମଞ୍ଚରେ ମଞ୍ଚସ୍ଥ କରାଯାଇଥିଲା |

    ଓଡିଶାର ବିଭିନ୍ନ ଐତିହ୍ୟ ସମ୍ପନ୍ନ କଳାକୃତି ପାଇକ ଆଖଡ଼ା, ମାଲଖମ ଆଦି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ମଞ୍ଚରେ ପରିବେଷିତ ହୋଇଥିଲା | ଓଲିଉଡ଼ ଷ୍ଟାର ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ମହୋତ୍ସବରେ ଅତିଥି ଭାବେ ଯୋଗ ଦେଇ ଦର୍ଶକଙ୍କୁ ବିମୋହିତ କରିଥିଲେ |

    ବର୍ତ୍ତମାନର ଟ୍ରେଣ୍ଡରେ ଥିବା ଗୀତ ଛି ଛି ଛି ରେ ନନି ଛି ଓ ରଙ୍ଗବତୀ ଗୀତରେ ସବ୍ୟସାଚୀ ଓ ଅର୍ଚ୍ଚିତା ମଞ୍ଚରେ ନୃତ୍ୟ କରି ମନୋରଞ୍ଜନ ଯୋଗାଇ ଥିଲେ | ସବ୍ୟସାଚୀ ନିଜ ଅପକମିଙ୍ଗ ଓଡ଼ିଆ ଫିଲ୍ମ ରାଣ୍ଡିପୁଅ ଅନନ୍ତାର ପ୍ରମୋସନ କରିଥିଲେ |

    ଏଥିସହ ଅନେକ ଓଲିଉଡ ସିଙ୍ଗର ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କୁ ନିଜ ଗୀତ ମାଧ୍ୟମରେ ମନୋରଞ୍ଜନ ଯୋଗେଇଛନ୍ତି | ମହୋତ୍ସବରେ ଯୋଗ ଆୟୁରବିଜ୍ଞାନୀ କମଳ ଲୋଚନ ପାଣି ଓ ରଂଜିତା ତ୍ରିପାଠୀଙ୍କ ହାତ ତିଆରି ଆୟୁର୍ବେଦିକ ଔଷଧୀୟ ଉପକରଣର ବେଶ ଚାହିଦା ଦେଖିବାକୁ ମିଳିଛି |

  • ସରକାରଙ୍କ ପ୍ରତିଶ୍ରୁତି, ଭତ୍ତା ରାଜନୀତି

    ସରକାରଙ୍କ ପ୍ରତିଶ୍ରୁତି, ଭତ୍ତା ରାଜନୀତି

    ବୟସ ୬୩, ନଇଁ ଗଲାଣି ଅଣ୍ଟା, ଠିକ ସେ ଚାଲିପାରୁନାହାନ୍ତି, ବାଡି ଖଣ୍ଡେ ହିଁ ସାହା ଭରସା, ନଇଁ ନଇଁ ନିଜ ଗାଁ ନରସିଂହପୁରରୁ ଡେରାବିଶ ବ୍ଲକକୁ ପ୍ରାୟ ୧୭ କିଲୋମିଟର ପର୍ଯନ୍ତ ଆସିଛନ୍ତି ସରକାରଙ୍କ ନିଦ ଭାଙ୍ଗିବାକୁ, ହଁ ଆଜ୍ଞା, ଯେଉଁ ସରକାର ଘୋଷଣା କରିଥିଲେ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ହୋଇଥିବେ ସେମାନଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବେ ବୋଲି, ହେଲେ ସେ ନିଜେ ଏଥିରୁ ବଞ୍ଚିତ ଅଛନ୍ତି, ଏହା କେଉଁ ଉପାନ୍ତ ଅଞ୍ଚଳର ଅବ୍ୟବସ୍ଥା ନୁହଁ, ଏହା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ଦେଖିବାକୁ ମିଳିଛି | ଦିବ୍ୟଙ୍ଗ ଭାଗ୍ୟଧର ଖଟୁଆଙ୍କ ଉପରେ ଯେମିତି ଦୁର୍ଭାଗ୍ୟର କଳାବାଦଲ ଘୋଟିଯାଇଛି | ନିଜେ ଦିବ୍ୟଙ୍ଗ ହୋଇ ନିଜେ ନିଜ ପାଇଁ ଲଢେଇ କରୁଛନ୍ତି, ଦିବ୍ୟଙ୍ଗ ପ୍ରମାଣପତ୍ର ଥାଇ ୧୨୦୦ ଟଙ୍କା ଭତ୍ତା ମଧ୍ୟ ପାଉଛନ୍ତି, ହେଲେ ସରକାରୀ ନିୟମ ଅନୁସାରେ ୩୫୦୦ ଟଙ୍କା ପାଇବା କଥା, ପ୍ରଶାସନିକ ଅବହେଳା ଯୋଗୁଁ ଭାଗ୍ୟଧରଙ୍କ ବର୍ଦ୍ଧିତ ଭତା ଦେଇପାରିନଥିବା ସରପଞ୍ଚ ସ୍ୱୀକାର କରିଥିବାବେଳେ ଭାଗ୍ୟଧର କିନ୍ତୁ ସରକାର, ପ୍ରଶାସନ ଓ ସରପଞ୍ଚଙ୍କ ଅବହେଳାରୁ ବର୍ଦ୍ଧିତ ଭତା ପାଇନଥିବା କହିଛନ୍ତି,

    ଏ ଘଟଣାକୁ ନେଇ ଡେରାବିଶ ରାଜନୈତିକ ମହଲରେ ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଛି, ଯଥାଶୀଘ୍ର ତଦନ୍ତ କରି ଭାଗ୍ୟଧରଙ୍କୁ ଭତ୍ତା ବୃଦ୍ଧି କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିବାବେଳେ ନିଜେ ଭାଗ୍ୟଧର ଡେରାବିଶ ବ୍ଲକରେ ପହଁଚି ବିଡ଼ିଓ ଓ ସାମାଜିକ ସୁରକ୍ଷା ବିଭାଗରେ ନିଜ ଭତ୍ତା ୧୨୦୦ ରୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରିଵା ପାଇଁ ଆକୁଳ ନିବେଦନ କରିଛନ୍ତି |

  • ନିଶାଙ୍କ ପାଇଁ ହିଂସା, ଅଶ୍ଳୀଳ ନାଚକୁ ବିରୋଧ, ଯାତ୍ରା ପାଲଟିଲା ରଣକ୍ଷେତ୍ର

    ନିଶାଙ୍କ ପାଇଁ ହିଂସା, ଅଶ୍ଳୀଳ ନାଚକୁ ବିରୋଧ, ଯାତ୍ରା ପାଲଟିଲା ରଣକ୍ଷେତ୍ର

    ପୁଣି ବିବାଦରେ ଅଭିନେତ୍ରୀ ନିଶା ମହାରଣା । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ସୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ, କୁଦାନଗରୀ ପକ୍ଷରୁ ପୀଠରେ ମାଘ ମେଳା ଚାଲିଥିବା ବେଳେ ଯାତ୍ରା ସ୍ଵର୍ଣ ମନ୍ଦିର ମଞ୍ଚରେ ନିଶା ମହାରଣା ଅଶାଳୀନ ପୋଷାକ ପିନ୍ଧି ନୃତ୍ୟ କରୁଥିଲେ। ପରିବାର ଓ ବନ୍ଧୁଙ୍କ ସହ ଆସିଥିବା କିଛି ଦର୍ଶକ ଏହାକୁ ବିରୋଧ କରିବାରୁ ସ୍ଥାନୀୟ ସୁକ ପରୀକ୍ଷିତ ସାଂସ୍କୃତିକ ପରିଷଦ କମିଟି ସଦସ୍ୟ ଓ ସ୍ଥାନୀୟ ଯୁବକ ଓ କିଛି ଭିନ୍ନ ଦର୍ଶକ ମିଶି ବିରୋଧ ର ସ୍ୱର ଉଠାଇ ଥିବା ଦର୍ଶକ ମାନଙ୍କୁ ଚେୟାର ରେ ମାଡ଼ ମାରି ଲହୁ ଲୁହାଣ କରିଦେଲିଥିଲେ। ଏନେଇ ଯାତ୍ରା ପରିସର ରେ ଚାପା ଉତେଜନା ସୃଷ୍ଟି ହେଇଥିଲା ଫଳରେ ଅଧାରୁ ଯାତ୍ରା ବନ୍ଦ ହୋଇଥିଲା। ଆକ୍ରମଣ ଶିକାର ହୋଇଥିବା ଯୁବକ କୁଦାନଗରି ଥାନାର ଦ୍ୱାରସ୍ତ ହୋଇଛନ୍ତି।

    ତେବେ ନିଶା ମହାରଣା ଏନେଇ ସାମ୍ବାଦିକ ଙ୍କୁ ପ୍ରତିକ୍ରିୟା ଦେଇ ଏସବୁ ତାଙ୍କ ବିରୋଧ ରେ ଷଡଯନ୍ତ୍ର ଓ ଭାରତୀୟ ଜନତା ପାର୍ଟି ଏସବୁ କରିଛି ବୋଲି ଫୋନୋ ଦେଇଥିଲେ। ଅଶ୍ଳୀଳ ନୃତ୍ୟ କୁ ବିରୋଧ କରି ଦର୍ଶକ ଲହୁଲୁହାଣ ହେବା ପରେ ଘଟଣା ସ୍ଥଳ ରେ ସ୍ଵର୍ଣ ମନ୍ଦିର ଯାତ୍ରା ମାଲିକ ମୁକ୍ତି କାନ୍ତ ସାହୁ ପହଂଚି ଆଉ ଗୋଟିଏ ରାତି ଯାତ୍ରା କୁ ବନ୍ଦ କରି ଥିଲେ। ତେବେ ନିଶା ମହାରଣା ଙ୍କୁ ମଞ୍ଚ କୁ ଆଣିବା ଆୟୋଜକ ଅନୁଷ୍ଠାନ ସୁକ ପରୀକ୍ଷିତ ସାଂକୃତିକ ପରିଷଦ ର ଦାବି ଥିଲା ବୋଲି ଯାତ୍ରା ମାଲିକ କହିଥିଲେ। ନିଶା ଙ୍କ ଅଶାଳୀନ ପୋଷାକ ରେ ନୃତ୍ୟ କୁ ବିରୋଧ କରିବା ଦର୍ଶକ ଙ୍କ ପାଇଁ ମହଙ୍ଗା ପଡିଥିଲା.ସେ ମାଡ଼ ଖାଇ ଲହୁଲୁହାଣ ହୋଇଥିଲେ। ତେବେ କୁଦାନଗରୀ ମେଳା ରେ ଏକା ବେଳେ ଦୁଇଟି ପାର୍ଟି କଲିଙ୍ଗ ଗଣନାଟ୍ୟ ଓ ସ୍ଵର୍ଣ ମନ୍ଦିର ଭିତରେ ଯାତ୍ରା କଣ୍ଟେଷ୍ଟ ଚାଲୁଥିବାରୁ ସ୍ଵର୍ଣ ମନ୍ଦିର ରେ ଅଶ୍ଳୀଳତା କୁ ଦେଖାଇ ଟିକେଟ ବିକ୍ରି କରାଯାଉଥିଲା।

    ଯାହା ଫଳରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଯାତ୍ରା ଦର୍ଶକ ଗ୍ୟାଲେରୀ ରେ ଚେୟାର ଭାଙ୍ଗିବା ଓ ଦର୍ଶକ ଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରୁଥିବା ଭିଡିଓ ଏବେ ଭାଇରଲ ହେଉଛି.ଏବେ କୁଦାନଗରି ଭଳି ଧର୍ମ ଅନୁଷ୍ଠାନ ରେ ଅଶ୍ଳୀଳତା କୁ ବିରୋଧ କରି ଯାତ୍ରା ଦର୍ଶକ ମାଡ଼ ଖାଇବା ଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି। ଅଶ୍ଳୀଳ ନୃତ୍ୟ ପାଇଁ ଧର୍ମ ଅନୁଷ୍ଠାନ ରକ୍ତ ରଂଜିତ ହୋଇଛି। ଯାତ୍ରା ରେ ଅଶ୍ଳୀଳତା ହେଲେ ହିଂସାତ୍ମକ ରୂପ ନେଇଥିବା ଦେଖିବାକୁ ମିଳିଛି .. ଆକ୍ରମଣର ଶିକାର ହୋଇଥିବା ଦର୍ଶକ ସମ୍ପର୍କ ସ୍ୱାଇଁ କୁଦାନଗରୀ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

  • ଅନନ୍ୟ ତୀର୍ଥସ୍ଥଳୀ ବରାହ କ୍ଷେତ୍ର ଆଳି

    ଅନନ୍ୟ ତୀର୍ଥସ୍ଥଳୀ ବରାହ କ୍ଷେତ୍ର ଆଳି

    ଆଜି ପବିତ୍ର ବରାହ ଦ୍ୱାଦଶୀ | ଏହି ଉପଲକ୍ଷେ ଆଳିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀବରାହଜୀଉଙ୍କ ଜନ୍ମୋତ୍ସବରେ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ | ଆଳି ସଡ଼କପଥରେ ଗଲେ କଟକ ଠାରୁ ଚାନ୍ଦବାଲି ମଧ୍ୟରେ ୯୫ କି.ମି. ଦୂରରେ ଆଳି ଲକ୍ଷ୍ମୀବରାହଙ୍କ ପୀଠ ଅବସ୍ଥିତ |

    ପ୍ରତି ବର୍ଷ ବରାହ ଦ୍ଵାଦଶୀରେ ବହୁ ଆଡମ୍ବରେ ପୂଜା ପାଆନ୍ତି ଆଳିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀବରାହ ଜୀଉ | ଚଳିତ ବର୍ଷ ମଧ୍ୟ ବହୁ ଧୂମଧାମରେ ପାଳନ ହେଉଛି ବରାହ ଦ୍ୱାଦଶୀ | କେନ୍ଦ୍ରାପଡ଼ା,ରାଜନଗର ପଟ୍ଟାମୁଣ୍ଡାଇ,ରାଜକନିକା, ଓ ଆଳିର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନଙ୍କର ବହୁ ମାତ୍ରାରେ ସମାଗମ ଦେଖିବାକୁ ମିଳୁଛି । ମାଘ ମାସ ଦ୍ଵାଦଶୀ ଦିନ ବଡ଼ି ଭୋରୁ ପହଡ଼ ଖୋଲିଲା ପରେ ମଙ୍ଗଳ ଆଳତି, ବରାହ ଜୀଉଙ୍କ ସ୍ନାନ କାର୍ଯ୍ୟ ସମାପନ ପରେ ଆଳିର ବର୍ତ୍ତମାନ ଆଳି ରାଜା ଶ୍ରୀ ବ୍ରଜ କେଶରୀ ଦେବ ଓ ରାଣୀ ସାହେବାଙ୍କ ଉପସ୍ଥିତିରେ ଠାକୁରଙ୍କୁ ସେବକ ମାନେ ଅଭିଷେକ କରନ୍ତି |

    ଏହା ପରେ ଶ୍ରୀ ଜିଉ ରଜାବେଶ ହୁଅନ୍ତି, ଏହା ପରେ ସର୍ବ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳେ | ପରେ ପରେ ଠିକ ଅପରାହ୍ନ 12:30 ସମୟରେ ଲକ୍ଷ୍ମୀବରାହ ଜୀଉଙ୍କ ଜନ୍ମଧୁପ ଉତ୍ସବ ଅନୁଷ୍ଠିତ ହୁଏ | ଯାହାକୁ ଦେଖିବାକୁ ଭକ୍ତମାନେ ଉତ୍ସାହରର ସହ ଅପେକ୍ଷା କରି ରହିଥାନ୍ତି |

    ଶ୍ରୀ ବରାହ ଜୀଉଙ୍କ ଏହି ବିଶେଷ ଉତ୍ସବ ଉପଲକ୍ଷେ ମନ୍ଦିର ଠାରୁ ଆଳି ବଜାର ପର୍ଯ୍ୟନ୍ତ ତ୍ବରଣ ଆଲୋକସଜା କରାଯାଇ ଆକର୍ଷଣୀୟ ପରିପାଟିରେ ସାଜସଜା ଦେଖିବାକୁ ମିଳିଥିଲା | ଉତ୍ସବରେ ବରାହଜୀଉଙ୍କ ମନ୍ଦିରରେ ଆହୋରତ୍ର ନାମ ସଂକୀର୍ତନ ସହିତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି |

    ଏହା ସହ ସନ୍ଧ୍ୟାରେ ୧୦୮ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା ହରିହାଟ ମହୋତ୍ସବ ହେବା ସହ ନାମ ସଂକୀର୍ତ୍ତନରେ ମନ୍ଦିର ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମ୍ୟ ଭାବନା ଭରି ଉଠିଥିଲା | ଆଜି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାବେଶରେ ସମଗ୍ର ଆଳି ଅଞ୍ଚଳ ଉତ୍ସଵ ମୁଖର ହୋଇଉଠିଛି | ଅସହ୍ୟ ଗରମ ଗୁଳୁଗୁଳିକୁ ଲକ୍ଷ୍ୟ ରଖି ବକ୍ସ ଅଫିସ ହେଲପିଂ ହ୍ୟାଣ୍ଡ ଓ ଆଳି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଅନୁଷ୍ଠାନ ତରଫରୁ ମାଗଣା ଦହିପାଣି ଓ ଜଳଛତ୍ର ବ୍ୟବସ୍ଥା କରାଯାଇଛି |

    ଅଧିକ ଭକ୍ତଙ୍କ ସମାଗମ କାରଣରୁ ଆଳି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ମାଗଣା ଜୋତାଷ୍ଟାଣ୍ଡର ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଥିଲା | ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଆଳି ଥାନା ଅଧିକାରୀ ସବ୍ୟସାଚୀ ଶତପଥିଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା |

    ବିଶ୍ବାସ ଅଛି, ପବିତ୍ର ବରାହ ଦ୍ୱାଦଶୀରେ ଭଗବାନଙ୍କୁ ଦର୍ଶନ କଲେ ଶୁଭ ଫଳ ମିଳିଥାଏ | ଲକ୍ଷ୍ମୀବରାହଙ୍କ ଜନ୍ମମହୋତ୍ସବକୁ ଆଳି ଦେମାଳ ୟୁଥ କ୍ଳବର ସଦସ୍ୟ ଓ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ମିଳିତ ଭାବେ ପରିଚାଳନା କରିଥିଲେ |