Category: କନ୍ଧମାଳ

  • ଜି ଉଦୟଗିରିରେ ମା’ ବଡରାଉଳଙ୍କ ଠାକୁରାଣୀ ଯାତ୍ରା

    ଜି ଉଦୟଗିରିରେ ମା’ ବଡରାଉଳଙ୍କ ଠାକୁରାଣୀ ଯାତ୍ରା

    ଜି ଉଦୟଗିରି ରେ ମା ବଡରାଉଳ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ବିରାଟ ପଟୁଆରରେ ଶୋଭାଯାତ୍ରା ବାହାରି ହାତିବାଲି ବଡରାଉଳ ମନ୍ଦିର ସହିତ ବରାଳିନୀ ମନ୍ଦିର କୁ ଆଜ୍ଞା ମାଳ ନେବା ପରେ ଅସ୍ଥାୟୀ ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏହି ଯାତ୍ରା ଆସନ୍ତା ୭ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ୧୫ ଦିନ ଧରି ଚାଲିବ । ଏଥିରେ ସଭାପତି ଚିତରଞନ ସାହୁ, ସଂପାଦକ ଭେଙ୍କେଟେଶ ବେହେରା,ଉପ ସଭାପତି ଶଙ୍କର୍ଷଣ ଡାକୁଆଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

  • ଭାରସାମ୍ୟ ହରାଇ କାନ୍ଥରେ ଧକ୍କା ହେଲା ସ୍କୁଟି, ୨ ମୃତ୍ୟୁ

    ଭାରସାମ୍ୟ ହରାଇ କାନ୍ଥରେ ଧକ୍କା ହେଲା ସ୍କୁଟି, ୨ ମୃତ୍ୟୁ

    କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ରାଇପଦା ଛକ ନିକଟରେ ଏକସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଛି | ସୂଚନା ଅନୁଯାୟୀ କଳିଙ୍ଗା ଦୁଗୁଡ଼ିପାରି ଗ୍ରାମର ବାପି ଚନ୍ଦ୍ର ସାହୁ ଏକ ସ୍କୁଟିରେ କଳିଙ୍ଗା ଠାରୁ ଜି.ଉଦୟଗିରି ଅଭିମୁଖେ ଯାଉଥିଲେ | ସ୍କୁଟିଟି ଭାରସାମ୍ୟ ହରାଇ କାନ୍ଥରେ ବାଡ଼େଇ ହୋଇଯାଇଥିଲା |ଫଳରେ ସ୍କୁଟିରେ ଥିବା ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ |

    ଲୋକଙ୍କ ସାହାଯ୍ୟରେ ଏକ ଡାଲା ଅଟୋରେ ଆହତଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା | ସେଠାରେ ଡାକ୍ତର ଆହତ ସୁବାଷ ନାୟକ ଓ ବାପି ଚନ୍ଦ୍ର ସାହୁଙ୍କୁ ମୃତ ଘୋଷଣା କରିଛନ୍ତି |ଏସ.ଆଇ କାମରାଜ ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି|

  • କନ୍ଧମାଳରେ ବସ ଓଲଟି ଜଣେ ଗୁରୁତର,ତିନି ଆହତ

    କନ୍ଧମାଳରେ ବସ ଓଲଟି ଜଣେ ଗୁରୁତର,ତିନି ଆହତ

    କଳିଙ୍ଗାଘାଟିରେ ବସ ଦୁର୍ଘଟଣା | ଯାତ୍ରୀବାହୀ ବସ ଓଲଟି ଜଣେ ଗୁରୁତର,ତିନି ଆହତ | ସୂଚନା ଅନୁଯାୟୀ, ରାୟପୁରରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗାଘାଟିର ବୁଲାଣିରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ଓଲଟି ପଡ଼ିଥିଲା |

    ଯାତ୍ରୀମାନେ ବସର ସାମ୍ନା ଓ ପଛ କାଚ ଭାଙ୍ଗି ବାହାରି ପଡିଥିଲେ | ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି | ଜଣେ ଗୁରୁତର ଆହତଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିବା ବେଳେ ଅନ୍ୟ ତିନି ଜଣ ଆହତଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |

  • ଇକୋ ରିଟ୍ରିଟ୍ ପାଇଁ ପ୍ରସ୍ତୁତ ଦାରିଙ୍ଗବାଡ଼ି

    ଇକୋ ରିଟ୍ରିଟ୍ ପାଇଁ ପ୍ରସ୍ତୁତ ଦାରିଙ୍ଗବାଡ଼ି

    ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ପରିସରରେ ଗୁରୁବାର ପୂର୍ବାହ୍ନରେ ଦୁଇ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍‌ଘାଟନ ହୋଇଯାଇଛି | କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ଯକ୍ଷତାରେ ମୁଖ୍ୟ ଅତିଥ୍‌ ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟତମ ଅତିଥ୍‌ଙ୍କ ମଧ୍ଯରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ,ଜିଲାପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଲିକ,ବ୍ଳକ ଅଧ୍ଯକ୍ଷ ସୁଶାନ୍ତି କୁମାର ପ୍ରଧାନ, ବାଲିଗୁଡ଼ା ଉପଜିଲାପାଳ ଡ. ରୀନା ପ୍ରଧାନ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଉନ୍ନୟନ ଅଧୂକାରୀ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଅତିରିକୁ ଜିଲାପାଳ ରମେଶ ଚନ୍ଦ୍ର ଜେନା ବିବରଣୀ ପଠନ କରି ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ର ସହ ଜୈବିକ ପଦ୍ଧତିରେ କରାଯାଉଥିବା ଚାଷ ହଳଦୀ, ଅଦା, କଫି, ପନିପରିବା ଆଦି ସମ୍ପର୍କରେ ଉପସ୍ଥିତ ପୁଞ୍ଜି ନିବେଶକାରୀ ଓ ନିମନ୍ତ୍ରିତ ଅତିଥ୍‌ଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ। ଦାରିଙ୍ଗବାଡ଼ିର ବିକାଶ ତଥା ଅଞ୍ଚଳବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ । କରିବା ପାଇଁ କୃଷି, ପର୍ଯ୍ୟଟନକ୍ଷେତ୍ର ସମେତ ସରକାରୀ-ଶିଳ୍ପ ସଂଳାପ,ବିଭିନ୍ନ କ୍ଷେତ୍ରରେ ଆତିଥ୍ଯ ବ୍ୟବସ୍ଥା,କ୍ଷେତ୍ରରେ ହିତାଧୂକାରୀ ନେଟୱାର୍କିଂ ବିଭିନ୍ନ ବ୍ୟବସାୟିକ କ୍ଷେ ସୁଯୋଗ, ଏଗ୍ରୋ-ଟୁରିଜିମ୍‌ରେ ଅର୍ଥ ବିନିଯୋଗ ଉପରେ ଗୁରୁତ୍ବ ଦିଆଯାଇଥିଲା।

  • ଗଞ୍ଜେଇ ମାଫିଅ।କୁ ପ୍ରୋତ୍ସାନ ଦେଇ ଫସିଲେ ପୁଲିସ ବାବୁ

    ଗଞ୍ଜେଇ ମାଫିଅ।କୁ ପ୍ରୋତ୍ସାନ ଦେଇ ଫସିଲେ ପୁଲିସ ବାବୁ

    ସାରା ରାଜ୍ୟରେ ଅବାଧ ଗଞ୍ଜେଇ ଚାଷ କୁ ଦମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡି.ଜି ଓ୍ବାଇ.ବି ଖୁରାନିଅ। । ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଏହି ଟିମ୍ ରେ ସାମିଲ ହୋଇଛନ୍ତି ବନବିଭାଗ ଓ ଅବକାରୀ ବିଭାଗ । ଉପାନ୍ତ ଜିଲ୍ଲାରେ ବେଧଡକ୍ ଚାଲିଛି ପୁଲିସର ଦମନ ଲୀଳା । ହେଲେ ଢୋଲ ଭିତରେ ମୂଷା ପାଳଟିଛନ୍ତି ପୁଲିସର ତଳିଅ। କାର୍ମଚାରୀ । ମାଫିଅ।ଙ୍କ ସହ ଫୋନ କଲର ଅଡିଓ ଭାଇରାଳ ହେବାପରେ ଅ।କ୍ସନ ମୋର୍ଡରେ କନ୍ଧମାଳ ପିୁଲିସ ।

    କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କ ସହ ଗଞ୍ଜେଇ ମାଫିଅ।ଙ୍କ ମଧୂଚନ୍ଦ୍ରିକାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଗୋଟେ ପଟେ ପୁଲିସ ଗଞ୍ଜେଇ ଚାଷକୁ ସମୂଳେ ନାଶ କରିବାକୁ ଅଭିଯାନ ଚାଳାଇଥିବା ବେଳେ ମାଫିଅ।ଙ୍କୁ ପ୍ରୋତ୍ସାହିତ କରୁଥିଲେ କାର୍ଯ୍ୟରତ ହୋମଗାର୍ଡ ସତ୍ୟଜିତ୍ ମଲ୍ଲିକ । ଗଛ କଟାଯିବ ନାହିଁବୋଲି କହି ଚାଷୀଙ୍କୁ ମୋଟା ଅଙ୍କର ଉତ୍କୋଚ ଦ!ଦି କରିଥିଲେ । ଏହି ଅଡିଓ କଲ୍ ଭାଇରାଲ ହେବା ପରେ ପୁଲିସ ବିଭାଗ ଅ।କ୍ସନ ମୋଡକୁ ଅ।ସିଛି । ସତ୍ୟଜିତଙ୍କ ସହ ସଂପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦାରିଙ୍ଗବାଡି ପୁଲିସ ।

    ଗିରଫ ବ୍ୟକ୍ତିମାନେ ହେଲେ ଦାରିଙ୍ଗବାଡ଼ି ଥାନାର ହୋମଗାର୍ଡ ସତ୍ୟଜିତ ମଲିକ। ଗଞ୍ଜେଇ ଚାଷରେ ସମ୍ପୃକ୍ତି ଥ‌ିବା ମାନସ ପ୍ରଧାନ, ରାଜୁ ବେହେରା, ପ୍ରଫୁଲ କୁମାର ପ୍ରଧାନ ଏବଂ ଆଦିକନ୍ଦ ପ୍ରଧାନ । ଏନେଇ ଏକ ଖବରଦାତା ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ନେହାଶିଷ ସାହୁ ସୂଚନା ଦେଇଛନ୍ତି।

    ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଏସ୍‌ପି ହରିଶ ବିଶିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଉକ୍ତ ଥାନା ପରପାଙ୍କା ଏବଂ ପ୍ଲିହେରି ଅଞ୍ଚଳ ଞ୍ଚଳରୁ ଆଇଆଇସି ଅଶୋକ କୁମାର ହାଁସଦାଙ୍କ ନେତୃତ୍ୱରେ ୭୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା । ତେବେ ଏହା ପୂର୍ବରୁ ଏହି ଚାଷକୁ କାର୍ଯ୍ୟରତ ହୋମଗାର୍ଡ ସତ୍ୟଜିତ୍ ମଲ୍ଲିକ ଗଛ କଟାଯିବ ନାହିଁ ବୋଲି ଅସ୍ବାସନା ଦେବା ସହ ଚାଷୀଙ୍କ ଠାରୁ ମୋଟା ଅଙ୍କର ଉତ୍କୋଚ ଦାଦି କରିଥିଲେ । ଯାହାକୁ ନେଇ ଏବେ ଅଡିଓ ଭାଇରାଲ ହେବା ପରେ ଅ।କ୍ସନ ମୋଡରେ ପୁଲିସ।
    କନ୍ଧମାଳ ରୁ ଅରୁଣ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ

  • ଜାଡରେ ଥରିଲା ସାରା ରାଜ୍ୟ

    ଜାଡରେ ଥରିଲା ସାରା ରାଜ୍ୟ

    ଖସୁଛି ପାରଦ । ରାତି ବଢ଼ିବା ସାଙ୍ଗକୁ ବଢୁଛି ଜାଡ଼। ତା’ ସାଙ୍ଗକୁ ପ୍ରବଳ କୁହୁଡ଼ି । ପ୍ରବଳ ଶୀତରେ ଥରୁଛି କନ୍ଧମାଳ। ରାଜ୍ୟର ସର୍ବାଧୁକ ଶୀତଳ ସହର ଜି.ଉଦୟଗିରି ରହିଛି। ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମିବା ସହ ଦାରିଙ୍ଗବାଡ଼ିରେ ପ୍ରଥମ ତୁଷାରପାତ ୪.୮ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରାଯାଇଛି । ଅସହ୍ୟ ଶୀତ ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି । ସନ୍ଧ୍ୟା ପରଠାରୁ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ଯାତାୟାତରେ ବି ସମସ୍ୟା ଦେଖାଦେଇଛି । ଲୋକ ମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ରହୁଛନ୍ତି ।

    ଜି. ଉଦୟଗିରି ସହରର ଅପେକ୍ଷା ଗ୍ରାମାଞ୍ଚଳ ଶିରିକି, ମୁକୁଲିଗିଂଆ, ସୁଜେଲି, ଗଟାମାହା, ରାଇକଲା, ଲିଗାଂଗଡ, ତଲାରିମାହା, ଲିଗାଂଗଡ, ରଟିଗିଂଆ, କଳିଗାଂ ଆଦି ଅଂଚଳରେ ସହର ଅପେକ୍ଷା ଅଧିକ ଶୀତ ଅନୁଭୂତ ହେଉଥିବା କହିଛନ୍ତି ଲୋକେ । ଅତ୍ଯଧିକ ଶୀତ କାରଣ ରୁ ଚାଷବାସ ରେ ଲାଗୁଥିବା ଚାଷୀକଂ ଜିବୀକା ହୋଇଛି ପ୍ରଭାବିତ । ଶୀତ ରେ ବିଭିନ୍ନ ପନିପରିବା ଚାରା ନଷ୍ଟ ହେବା ସମ୍ଭାବନା ରହୁଥିବା ବେଳେ ପନିପରିବା ଚାଷ, ସହିତ ଧାନ ଅମଳ ହୋଇଛି ପ୍ରଭାବିତ।

  • ବାଘଛାଲ ସହ ୨ ଶିକାରୀ ଗିରଫ

    ବାଘଛାଲ ସହ ୨ ଶିକାରୀ ଗିରଫ

    କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବନ ବିଭାଗ ରେଞ୍ଜ ଗମ୍ଭାରୀଗୁଡା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରିଛି । ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ ପ୍ରମୋଦ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଏକ ଗୁଳି ଭର୍ତ୍ତି ହୋଇ ଥିବା ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଭବାନୀ ଶଙ୍କର ପ୍ରଧାନ ଙ୍କ ଠାରୁ ଏକ କାଲରାପତରିଆ ବାଘ ଚମଡା ଜବତ ହୋଇଛି |

    ଗିରଫ ହୋଇଥିବା ୨ ସନ୍ଦିଗ୍ଧ ଙ୍କ କହିବାଅନୁସାରେ ବାରାହା ଶିକାର ପାଇଁ ଫାସ ପକାଯାଇଥିବା ଜାଲ ରେ ବାଘ ପଡିଛି । ତେବେ ଏହି ବାଘ ଶିକାର ରେ ସମ୍ପୃକ୍ତ ଥିବା ଅନ୍ୟ ମାନେ ଫେରାର ରହିଥିବା ଜଣାପଡ଼ିଛି । ବନ ବିଭାଗ ଅଧିକାରୀ କାଜଲ ନାୟକ କେଶ ନମ୍ବର ୧୦୬/୨୪-୨୫ ରେ ଏକ ମାମଲା ରୁଜୁ କରିଛି | ସେପଟେ ଗିରଫ ୨ଜଣ ଙ୍କୁ କୋର୍ଟ ଚାଲାଣ କରୀଥିବା ବେଳେ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଜାରୀ ରହିଛି | ବାଘ ଶିକାର କରି ମାଂସ ଭାଗ ଵାଣ୍ଟି ଖାଇଥିବା ସୂଚନା ଦେଇଛି ବନ ବିଭାଗ |

  • କନ୍ଧମାଳରେ ୧୦ ଡିଗ୍ରୀ ତଳେ ପାରଦ, ଅସ୍ତବ୍ୟସ୍ତ ଜୀବନ

    କନ୍ଧମାଳରେ ୧୦ ଡିଗ୍ରୀ ତଳେ ପାରଦ, ଅସ୍ତବ୍ୟସ୍ତ ଜୀବନ

    କିଛି ସ୍ଥାନରେ ଲୋକମାନେ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଉଛନ୍ତି, କିଛି ସ୍ଥାନରେ ବ୍ୟାୟାମ କରୁଅଛନ୍ତି। ଶୀତୁଆ ଦିନର ପରିବା ଜି. ଉଦୟଗିରି ବଜାରରେ ଆସି ବିକ୍ରି ହେଉଅଛି ସତ, କିନ୍ତୁ ଦରଦାମ ଆକାଶ ଛୁଆଁ ରହିଅଛି। କୁହୁଡି ଯୋଗୁଁ ସକାଳ ଆଠ ଘଣ୍ଟା ଯାଏଁ ସୂର୍ଯ୍ୟ କିରଣ ପଡୁନାହିଁ।

    କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଅଛି। ଲଗାତାର ଭାବେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଅଛି। ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ଜି. ଉଦୟଗିରିରେ ରହିଥିବାର ଜଣା ପଡ଼ିଅଛି। ଓଡ଼ିଶାରର ସବୁଠାରୁ ଶୀତୁଆ ସହର ଭାବେ ଜି. ଉଦୟଗିରି ରହିଥିବାର ଜଣା ପଡ଼ିଅଛି। ଶୀତ ସାଂଗକୁ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଅଛି କୁହୁଡି। କିଛି ସ୍ଥାନରେ ଲୋକମାନେ ନିଆଁ ଜାଳି ଶୀତ ଦାଉରୁ ରକ୍ଷା ପାଉଛନ୍ତି, କିଛି ସ୍ଥାନରେ ବ୍ୟାୟାମ କରୁଅଛନ୍ତି। କାକର ପଡ଼ି ଗଛର ପତ୍ରସବୁ ଅତି ସୁନ୍ଦର ଦେଖା ଯାଉଅଛି। କୁହୁଡି ଯୋଗୁଁ ସକାଳ ଆଠ ଘଣ୍ଟା ଯାଏଁ ସୂର୍ଯ୍ୟ କିରଣ ପଡୁନାହିଁ।

    ଜିଲ୍ଲାର ଜି. ଉଦୟଗିରି,ଦାରିଙ୍ଗିବାଡି, ଫୁଲବାଣୀ, ରାଇକିଆ, ଟିକାବାଲି ,ବାଲିଗୁଡ଼ା, ବେଲଘର ଆଦି ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତୁଆ ଦିନର ପରିବା ଜି. ଉଦୟଗିରି ବଜାରରେ ଆସି ବିକ୍ରି ହେଉଅଛି ସତ, କିନ୍ତୁ ଦରଦାମ ଆକାଶ ଛୁଆଁ ରହିଅଛି। ସ୍ଥାନୀୟ ଅଞ୍ଚଳରୁ ସଂଗୃହିତ ହେଉଥିବା ପରିବା ବାହାରେ ବିକ୍ରି ହେଉଥିବାରୁ ଦର୍ ଖସିବାର ନା ଧରୁନି। ପରିବା ଦର ଚଢ଼ା ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା କଡ଼ରେ ଚାଷୀମାନେ ନିଜେ ଅମଳ କରୁଥିବା ପରିବା ଆଣି ରାସ୍ତା କଡ଼ରେ ବିକ୍ରି କରୁଛନ୍ତି। ବିଶେଷ କରି ବିନ, ଫୁଲକୋବି ଭଳି ପରିବାର ବଜାରରେ ଖୁବ ଚାହିଦା ରହିଛି ।

  • ଛେଳି ଖାଦ୍ୟ ଆଣିବାକୁ ଯାଇ ଚାଲିଗଲା ମହିଳାଙ୍କ ଜୀବନ

    ଛେଳି ଖାଦ୍ୟ ଆଣିବାକୁ ଯାଇ ଚାଲିଗଲା ମହିଳାଙ୍କ ଜୀବନ

    ଜି ଉଦୟଗିରି ଥାନା ଅଧୀନ ଡକେଦି ଗ୍ରାମର ନିର୍ମଳା ନାୟକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ।ପୋଲିସ ମୃତଦେହ ଜବତ କରି ଚଳାଇଛି ତଦନ୍ତ। ସୂଚନା ମୁତାବକ, ଡକେଦି ଗ୍ରାମର ନିବାସୀ ନିର୍ମଳା ଜଣେ ଗରିବ ଶ୍ରେଣୀର ମହିଳା। ଛେଳି ପାଳି ଚଳିଥାନ୍ତି। ଆଜି ନିଜର ଛେଳିପାଇଁ ଗଛ ପତ୍ର ସଂଗ୍ରହ କରିବାକୁ ଗାଁ ନିକଟରେ ଥିବା ଏକ ଚୁଆ ପାଖକୁ ଯାଇଥିଲେ। ଡାଳ ହାଣୁଥିବା ବେଳେ ଡାଳଟି ଏକ ବିଦ୍ୟୁତ୍ ତାର ଉପରେ ପଡି ଯାଇଥିଲା। ନିର୍ମଳା ଡାଳଟିକୁ ଟାଣିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ଓ ବିଦ୍ୟୁତ୍ ଝଟକାରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଚୂଆ କୁ ଗାଧୋଇ ଆସିଥିବା କିଛି ଲୋକ ସାଙ୍ଗେ ସାଙ୍ଗେ ଜି ଉଦୟଗିରି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବକୁ ଜି ଉଦୟଗିରି ମେଡ଼ିକାଲ ଆଣି ପୋଷ୍ଟ ମଟମ୍ କରିଛି ଏବଂ ଏକ ଏତଲା ଦାୟର କରି ତଦନ୍ତ ଚଳାଇଛି।

  • ଟେଲାପାଲି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପକ୍ଷୀ

    ଟେଲାପାଲି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପକ୍ଷୀ

    ()କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଂଚାୟତ ଅଧିନସ୍ଥ ଟେଲାପାଲି ଗ୍ରାମର ନଦୀରୁ ଏକ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର ହୋଇଛି । ଟେଲାପାଲି ଗ୍ରାମର ୪ଜଣ ଯୁବକ ସୁନୀଲ ରଣା, ବିକାଶ ରଣା, ସିକୁ ରଣା ଏବଂ ନୀଳକଣ୍ଠ ରଣା ଆଜି ସକାଳୁ ଶୌଚ ହେବାପାଇଁ ନଦୀକୁ ଯାଇଥିଲେ । ସେଠାରେ ଥିବା ଏକ ନାଳରେ ଏକ ବିରଳ ପ୍ରଜାତିର ପକ୍ଷୀଟିଏ ବସିଥିବା ଦେଖି ପ୍ରଥମେ ଭୟଭୀତ ହୋଇ ଯାଇଥିଲେ । ପରେ ତାକୁ ଉଦ୍ଧାର କରି ଫିରିଙ୍ଗିଆ ଫରେଷ୍ଟର ପ୍ରବୀଣ ଦାସଙ୍କୁ ଘଟଣା ସମ୍ୱନ୍ଧରେ ଜଣେଇଥିଲେ । ଖବର ପାଇ ଫିରିଙ୍ଗିଆ ଫରେଷ୍ଟର ଟେଲାପାଲି ଗ୍ରାମରେ ପହଂଚିଥିଲେ । ପରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ପାତ୍ର ମଧ୍ୟ ଟେଲାପାଲି ଗ୍ରାମରେ ପହଂଚି ସୁରକ୍ଷିତ ଭାବେ ଫୁଲବାଣୀକୁ ନେଇଯାଇଥିଲେ । ଉଭୟ ବନାଞ୍ଚଳ ଅଧିକାରୀ ଓ ଫରେଷ୍ଟରଙ୍କ କହିବା ପ୍ରକାରେ ଉଦ୍ଧାର ହୋଇଥିବା ପକ୍ଷୀର ମୁଣ୍ଡରେ ଆଘାତ ରହିଛି ତେଣୁ ତାକୁ ମେଡିକାଲକୁ ନେଇ ଚିକିତ୍ସା କରିବା ପରେ ସେ ସୁସ୍ଥ ଥିବା କହିଛନ୍ତି।