କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ବ୍ଲକ ସମ୍ମିଳନୀ କକ୍ଷ ଠାରେ ରବିବାର ୧୨୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ତରକା ଖେଳାଳି ଓଡ଼ିଶା ରାଜ୍ୟ ର ଗର୍ବ ରଶ୍ମିତା ସାହୁ ଙ୍କ ସହ ଚର୍ଚା କରି ଥିଲେ ଓ ତରକା କାଶ୍ମୀର ନିବାସୀ ମୋହସିଂହ ଅଳି ଙ୍କୁ କାଶ୍ମୀରର ଡେଲ ଝିଲ୍ ରେ ହୋଇଥିବା ନୌକା ଚାଳନା ପ୍ରତିଯୋଗୀତା ଜିତି ଥିବାରୁ ଅଭିନନ୍ଦନ ଜଣାଇଥିଲେ | ସେହିପରି ଆଗାମୀ ଦିନରେ ଗଣେଷ ପୂଜା ସହ ସାରା ଭାରତରେ ପର୍ବ ପର୍ବାଣୀ ର ଦିଵସ ଅଛି | ତେଣୁ ଏହି ପର୍ବ ପର୍ବାଣୀ ରେ ଭାରତ ବାସୀଙ୍କୁ ଲୋକାଲ ଫର ଭୋକାଲ ର ମନ୍ତ୍ର ସହ ସ୍ଵଦେଶୀ କୁ ଅନୁସରଣ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଆହ୍ଵାନ ଦେଇଥିଲେ | ମୌସୁମୀ ବର୍ଷା ରେ ପୀଡିତ ମାନଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ ଓ ଆମ ପରିବେଶକୁ କେମିତି ସ୍ଵଚ୍ଛ ରଖିବା ସେଥିପାଇଁ ଗୁରୁ ମନ୍ତ୍ର ଦେଇଥିଲେ | ଏହି କାର୍ଯ୍ୟକ୍ରମ କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା ଙ୍କ ନେତୃତ୍ଵରେ ଆୟୋଜନ ହୋଇଥିଲା | ଏଥିରେ କଳହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଢ଼, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ପୂର୍ବତନ ସଭାପତି ମଗନ୍ ସିନ୍ଦୁର, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାଶ ,ପୁର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଉପ ସଭାପତି ପ୍ରୀତେଶ ପଟେଲ , ଛେଲାଉଦ୍ଧବ ସାହା ,ସାଧାରଣ ସମ୍ପାଦକ ଯୁଗଳ କିଶୋର ଦୀପ ସହ କେସିଙ୍ଗା ର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ “ମନ କି ବାତ” ଏକ କାର୍ଯ୍ୟକ୍ରମ ନୁହେଁ |ଏହା ଲୋକଙ୍କ ର ବିଶ୍ୱାସ ବୋଲି ସାଂସଦ ମାଳବିକା ଦେବୀ କହିଥିଲେ | ପରେ କେସିଙ୍ଗା ରେଲୱେ ଷ୍ଟେସନ ସମୀକ୍ଷା ପାଇଁ ଯାଇ ରେଲୱେ ଷ୍ଟେସନ ର ଅଧିକାରୀ ଙ୍କ ସହ ଅମୃତ ମହାଉତ୍ସବ ରେ ସାମିଲ କେସିଙ୍ଗା ଷ୍ଟେସନ ର କାର୍ଯ୍ୟ ଓ ପ୍ଲାଟଫର୍ମ ନମ୍ବର 4 ରେ ଟ୍ରେନ ରହଣି ବିଷୟ ରେ ଚର୍ଚା କରିଥିଲେ |
Category: କଳାହାଣ୍ଡି
-

ସାମୁହିକ ଭାବେ ନୂଆଖାଇ ପାଲିଲେ କୁଳିଆମାଳ ସାହୁ ପରିବାର
ପଶ୍ଚିମ ଓଡିଶା ର କୃଷି ଭିତ୍ତିକ ମୁଖ୍ୟ ଗଣପର୍ବ ହେଉଛି ନୂଆଖାଇ |ଯାହା ଆଜି ସମଗ୍ର ପଶ୍ଚିମ ଓଡିଶା ନୂଆଖାଇ ପର୍ବ କୁ ପାଳନ କରୁଛନ୍ତି |ଏହି ପର୍ବ ସହର ଠାରୁ ପୂରପଲ୍ଲୀ ପର୍ଯ୍ୟନ୍ତ ହର୍ଷ ଉଲ୍ଲାସ ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପୂର୍ବ ପରମ୍ପରା ଅନୁସାରେ ପୂର୍ବ ପୁରୁଷ ମାନେ ନିଜର ପ୍ରଥମ ଉତ୍ପାଦନ ଶସ୍ୟ କୁ ନିଜର ଇଷ୍ଟ ଦେଵୀ ପାଖେ ଭୋଗ ଲଗାଇବା ସହ ନବାନ୍ନ ଭକ୍ଷଣ କରିବା କାହିଁ କେଉଁ ଯୁଗରୁ ଏହି ପ୍ରଥା ଚାଲିଆସୁଅଛି |ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଅଧୀନ କୁଳିଆମାଲ ଗାଁ ର ସାହୁ ପରିବାର ମଧ୍ୟ ପ୍ରତିବର୍ଷ ଭଳି ଚଳିତ ନୂଆଖାଇ ରେ ମଧ୍ୟ ନିଜର ପୂର୍ବ ପୁରୁଷ ଙ୍କ ଦ୍ୱାରା ପ୍ରଚଳିତ ପରମ୍ପରା ଅନୁଯାଇ ଏହି ବର୍ଷ ପାରିବର ୪୯ ଜଣ ସାମୁହିକ ଭାବେ ନୂଆଖାଇ ପାଳନ କରି ନିଜର ଭାତୃତ୍ବ ଏବଂ ଭାଇଚାରା ର ସମ୍ପର୍କ କୁ ନିବିଡ଼ କରିଥିଲେ | ଏବଂ କୁଳିଆମାଳ ଗାଁ ର ସାହୁ ପଶ୍ଚିମ ଓଡିଶା ର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଖାଇ କୁ ସ୍ୱପରିବାର ମିଶି ବେଶ ଆନନ୍ଦ ଉଲ୍ଲାସ ରେ ପାଳନ କରିଥିଲେ |

ସର୍ବ ପ୍ରଥମେ ପରିବାର ମୁଖିଆ ଙ୍କ ନେତୃତ୍ୱ ରେ ଘର ର ଅନ୍ୟ ବୟଜ୍ୟୋଷ୍ଠ ଏକତ୍ରିତ ହୋଇ ଘର ଇଷ୍ଟ ଦେବଦେବୀ ଙ୍କୁ ପୂଜାର୍ଚ୍ଚନା କରିଥିଲେ |ଶେଷ ରେ ପରିବାର ମୁଖିଆ ସମସ୍ତ ଙ୍କୁ ନବାନ୍ନ ଖାଇବା କୁ ପାଛୋଟି ଥିଲେ |ନୂଆଖାଇ ବା ନବାନ୍ନ ଭକ୍ଷଣ ପରେ ଆରମ୍ବ ହେଲା ନୂଆଖାଇ ଜୁହାର ଭେଟଘାଟ ଯାହା ସମସ୍ତେ ନୂତନ ବସ୍ତ୍ର ପରିଧାନ ପରେ ଛୋଟ ମାନେ ପରିବାର ବଡ ଲୋକଙ୍କୁ ମୁଣ୍ଡିଆ ମାରି ଆଶ୍ରିବାଦ ଲାଭ କରିଥିଲେ | ଏହି ଅବସରରେ ପରିବାର ଯୁବକ ଯୁବତୀ ମହିଳା ପ୍ରମୁଖ ନୂଆଖାଇ ର ମଜା କୁ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଭରପୁର ଉପଭୋଗ କରିଥିଲେ | ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଉତ୍ସାହ ଆନନ୍ଦ ଏବଂ ଭାଇଚାରା ର ସମ୍ପର୍କ କୁ ବଜାଇ ରଖିଲୁ ବୋଲି ସାହୁ ପରିବାର ଛୋଟ ରୁ ବଡ଼ ବେଶ ଉତ୍ସଵ ମୁଖଥିଲେ |
-

ପୋଖରୀରେ ବୁଡ଼ି ଯୁବକ ମୃତ୍ୟୁ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନ ତାଳବନ୍ଧ ପୋଖରୀ କୁ ଗାଧୋଇବାକୁ ଯାଇ ପାଣି ରେ ବୁଡ଼ି ଯୁବକ ଜଣକ ଙ୍କ ମୃତ୍ୟୁ ହୋଇଛି |ଯୁବକ ଜଣକ ହେଲେ ଜୁନାଗଡ଼ ସହର ସ୍ଥିତ ତାଳବନ୍ଧ ପଡା ର କୋଟି ମହାଳିକ | ଜୁନାଗଡ଼ ପୋଲିସ ଘଟଣା ସ୍ଥଳ କୁ ଯାଇ ଶବ ଉଦ୍ଧାର କରିବା ସହ , ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ୟ କେନ୍ଦ୍ର କୁ ପଠେଇ ଘଟଣା ର ଅଧିକ ତଦନ୍ତ ଚଳାଇଛି ।
-

ବସଷ୍ଟପ ନିର୍ମାଣ ପାଇଁ ଏନଏସି ଅଧ୍ୟକ୍ଷଙ୍କୁ କଲେଜ ଛାତ୍ରଙ୍କ ଦାବୀ
କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ) କେସିଙ୍ଗା ମହାବିଦ୍ୟାଳୟ ସାମ୍ନା ଏବଂ ଜଗନ୍ନାଥ ପଡା ଛକ ନିକଟରେ ଦୁଇଟି ବସଷ୍ଟପ ନିର୍ମାଣ ପାଇଁ କେସିଙ୍ଗା ମହାବିଦ୍ୟାଳୟ ର ଛାତ୍ରନେତା ଅନୁଭବ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ମଙ୍ଗଳ ବାର କେସିଙ୍ଗା ନଗର ପାଳ ନୃପରାଜ ଯାଦବ ଙ୍କୁ ସାକ୍ଷାତ କରି ଦାବିପତ୍ର ପତ୍ର ପଦାନ କରିଥିଲେ | ସେହିପରି ରାସ୍ତାରେ ଗୋଟିଏ ସ୍ପିଡ଼ ବ୍ରେକର ଏବଂ ଡ୍ରାଇଭ ସ୍ଲୋ ସାଇନ ବୋର୍ଡ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି | ତେବେ କଲେଜ ରେ ଅଧ୍ୟୟନ ଛାତ୍ରଛାତ୍ରୀ ପ୍ରାୟ ଖରା, ବର୍ଷା ଏବଂ ଧୂଳି ମାଟିରେ ବସ କୁ ଅପେକ୍ଷା କରୁଥିବା ବେଳେ ଅନେକ ସମସ୍ୟା ହୋଉଥିବା ନେଇ ଏହି ପଦକ୍ଷେପ ଉଠାଇଥିବା ଛାତ୍ର ସଂଘଠନ ପକ୍ଷରୁ କହିଛନ୍ତି |ତେବେ ଏଦିଗରେ ଅତିଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଏନଏସି ନାଗାଲାପାଳ ନୃପରାଜ ଯାଦବ ଛାତ୍ରଛାତ୍ରୀ ଙ୍କୁ ପ୍ରତିଶୃତି ଦେଇଥିବା ଛାତ୍ରନେତା ଅନୁଭବ ପଟ୍ଟନାୟକ ପ୍ରକାଶ କରିଛନ୍ତି |
-

ବୋରିଆ ବିଜେପି ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା
କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ବ୍ଲକ ବୋରିଆ ବିଜେପି ମଣ୍ଡଳ ସଭାପତି ଝସକେତନ ସାହୁ ଙ୍କ ନେତୃତ୍ୱ ରେ ଗୁରୁବାର ଗୁର୍ଜିମୁଣ୍ଡା ଯୋଗମାୟା ପିଠରୁ କାଣ୍ଡେଲ ଗ୍ରାମ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରିଥିଲା | ଏହ ଅବସରରେ ଦେଶ ପାଇଁ ବଳିଦାନ ଦେଇଥିବା ବିରଶହୀଦ ତେମନ୍ତ ମାଝୀ ଏବଂ କାଣ୍ଡେଲ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ବୋଲି ବରିଷ୍ଠ ବିଜେପି କର୍ମକର୍ତ୍ତା ପ୍ରକାଶ କରିଥିଲେ |

ଏଥିରେ ଯୁବମୋର୍ଚ୍ଚା ସଭାପତି ମୁନା ସ୍ୱାଇଁ, ରାଜ୍ୟ ସଂଯୋଜକ ତଥା ଓବିଶି ମୋର୍ଚ୍ଚା ଶଶାଙ୍କ ଶେଖର ମହଲା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଓବିଶି ମୋର୍ଚ୍ଚା ପ୍ରତାପ ବାଗ, ଜିଲ୍ଲା ପ୍ରତିନିଧି ଅଶୋକ କୁମାର, ପୋଢ଼, ଯୁବମୋର୍ଚ୍ଚା ସଂଯୋଜକ ଧନେଶ୍ଵର ସାହୁ, ପଥର୍ଲା ଶକ୍ତିକେନ୍ଦ୍ର ପ୍ରମୁଖ କୁଞ୍ଜବିହାରୀ ସାହୁ, କୁଣ୍ଡାବନ୍ଧ ଶକ୍ତିକେନ୍ଦ୍ର ପ୍ରମୁଖ ଅକ୍ଷୟ ରଣା ଓବିଶି ମୋର୍ଚ୍ଚା, ଲାଇତରା ଶକ୍ତିକେନ୍ଦ୍ର ପ୍ରମୁଖ ପ୍ରଭାତ ବିଶି, ଓବିଶି ସଭାପତି ସୁବାଷ ସାହୁ, କୃଷକ ମୋର୍ଚ୍ଚା ସଭାପତି ଡିଡିଓ ପ୍ରଧାନ,ପ୍ରମୁଖ ଉପସ୍ଥିତ ଥିଲେ |
-

କାଉନସିଲରଙ୍କ ପ୍ରେସ ବିଜ୍ଞପ୍ତିକୁ ଖଣ୍ଡନ କଲେ କେସିଙ୍ଗା ନଗରପାଳ
କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ଏନ୍ଏସି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହୋଉଥିବା ଅଭିଯୋଗ ହୋଇଛି | ଏନେଇ ୫ ଜଣ କାଉନସିଲର କିଛିଦିନ ତଳେ ଜିଲ୍ଲାପାଳ ଓ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା କଂସେଇଖାନା ଓ କିଛି ରାସ୍ତା ରେ ପଡ଼ିଥିବା ପେପରବ୍ଲକ କୁ ନିମ୍ନ ମାନର ଓ ଉନ୍ନତି ମୂଳକ କାମରେ ଟେଣ୍ଡର ଫିକ୍ସି ଉପରେ କାଉନସିଲର ମାନେ ଅଭିଯୋଗ କରିଛନ୍ତି ।
ଏହି ବିଷୟରେ ଆମେ ଦୁର୍ନୀତି ଅଭିଯୋଗ ବିଷୟରେ କେସିଙ୍ଗା ନଗରପାଲ ନୃପରାଜ ଯାଦବ ଙ୍କୁ ପଚାରିବାରୁ ସେ ଅଭିଯୋଗ ଆଣି ପ୍ରେସ ବିଜ୍ଞପ୍ତି ଦେଇଥିବା ୩ନଂ ୱାର୍ଡ କାଉନସିଲର ରୋହିତ ଜୈନ, ୧ନଂ ୱାର୍ଡ କାଉନସିଲର ମଞ୍ଜୁଳା ସାହୁ, ୫ନଂ ୱାର୍ଡ ମଞ୍ଜୁ ମାଝୀ, ୧୧ନଂ ୱାର୍ଡ କାଉନସିଲର ରମାକାନ୍ତ ଜେନା | ଏହି ୪ ଜଣ ୱାର୍ଡ କାଉନସିଲର ଙ୍କ ଉପରେ ପାଲଟା ପିସି କାରବାର ପାଇଁ ନାଟ କରୁଛନ୍ତି କହି ଅଭିଯୋଗ କୁ ଖଣ୍ଡନ କରିଥିଲେ । ଏବଂ ଆମ ପାଖରେ ୱାର୍ଡ ମେମ୍ବର ମାନଙ୍କର ପିସି କଥାବାର୍ତ୍ତା ର ଅଡିଓ କଲ ଅଛି ଦରକାର ପଡିଲେ ସାର୍ବଜନୀନ କରିବା ସହିତ ଗଣମାଧ୍ୟମକୁ ପ୍ରଦାନ କରାଯିବ ବୋଲି କହିଥିଲେ |
ନଗର ପାଳ ଶ୍ରୀ ଯାଦବ ଦୃଢ଼ ପ୍ରକାଶ କରିବା ସହିତ ମୋତେ ଅଧ୍ୟକ୍ଷ ପଦରୁ ତଡିବା ପାଇଁ ଅନାସ୍ଥା ଆଣିବା ରେ ବିଫଳ ହୋଇଥିବାରୁ ବର୍ତ୍ତମାନ ମୋତେ ଓ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବଦନାମ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ନିଜ ପ୍ରତିକ୍ରିୟାରେ ରେ ପ୍ରକାଶ କରିଥିଲେ । ସେହିପରି କେସିଙ୍ଗା ର ହିତ ପାଇଁ ମୁଁ ଯେ କୌଣସି ତଦନ୍ତ ର ସମ୍ମୁଖୀନ ହେବା ପାଇଁ ଆମେ ପ୍ରସ୍ତୁତ ବୋଲି କହିଥିଲେ ।
-

ବିଧାନସଭାରେ ଉଠିବ କଳାହାଣ୍ଡି ର କୃଷି ଓ କୃଷକ ପ୍ରସଙ୍ଗ

ସାରା ବିଶ୍ୱରେ ହଜାର ହଜାର ବର୍ଷ ପୂର୍ବରୁ ଧାନ ଉତ୍ପାଦନରେ ମୁଲସ୍ଥାନ ମଧ୍ୟରେ କଳାହାଣ୍ଡି ଅନ୍ତର୍ଭୁକ୍ତ | କଳାହାଣ୍ଡି ଜିଲ୍ଲାରେ ପାରମ୍ପରିକ ଉପାୟରେ ବନ୍ଧ, କଟା, ମୁଣ୍ଡା ଜରିଆରେ ଜମିକୁ ଜଳ ସେଚନ ବ୍ୟବସ୍ଥା ଥିଲା | କିନ୍ତୁ ଆଜିର ଦିନରେ ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ ଓ କୃଷି ଉତ୍ପାଦନରେ ମୁଖ୍ୟ । ତେଣୁ ଏହି ପ୍ରସଙ୍ଗ ବିଧାନ ସଭାରେ ଉଠିବ ବୋଲି ଏହି କାର୍ଯ୍ୟକ୍ରମର ଆବାହକ ପୂର୍ବତ୍ତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜର ମତବ୍ୟକ୍ତ ରଖିଥିଲେ |ସେହିପରି ଜିଲ୍ଲା ର ପ୍ରତ୍ୟେକ ଚାଷ, ପଶୁପାଳନ ଉପରେ ଅତିଥି ମାନେ ଭବାନୀପାଟଣା ସ୍ଥିତ ଏସ ଏନ ରେସିଡେନ୍ସି ରେ ନିଜର ମତବ୍ୟକ୍ତ କରିଥିଲେ |ଏଥିରେ ଜିଲ୍ଲା ର ସଫଳ ଚାଷୀ ଜିଲ୍ଲାର ସମସ୍ତ ସାମ୍ବାଦିକ ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ |
-

ପୁଲିଙ୍ଗ ପଦର ଗାଁରେ ବିଶ୍ୱ ଆଦିବାସୀ ଦିବସ ପାଳିତ
କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଳକ ପୁଲିଙ୍ଗ୍ ପଦର ଗାଁ ଠାରେ ଆଜି ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି। କର୍ଲାପାଟ ଖଣ୍ଡୁଆଲ ମାଳି ସ୍ଥାୟୀ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇ ଜଳ, ଜମି, ଓ ଜଙ୍ଗଲ ସୁରକ୍ଷା ସକାଶେ ଅଣ୍ଟା ଭିଡିଥିଲେ। ବେଆଇନ ପ୍ରକିୟାରେ ନିଲାମ ହୋଇଥିବା ଖଣି ଲିଜ ବାତିଲ, ଏବଂ ଖଣ୍ଡୁଆଲ ମାଳି ଜନ ଆନ୍ଦୋଳନ ର କର୍ମି ମାନଙ୍କ ବିରୋଧରେ ହୋଇଥିବା ସମସ୍ତ ମିଥ୍ୟା ମାମଲା ସହ ପ୍ରମୁଖ ଦାବି ନେଇ ସରକାର ଙ୍କୁ ବର୍ଷିଥିଲେ ଏଠାକାର ଅଞ୍ଚଳ ବାସୀ। ଏହି କାର୍ଯ୍ୟକ୍ରମ ରେ ଖଣ୍ଡୁଆଲ ମାଳି ସ୍ଥାୟୀ ସୁରକ୍ଷା କମିଟିର ସଭାପତି କାର୍ତ୍ତିକ ମାଝୀ, ସଂପାଦକ, ବ୍ରିଟିଶ କୁମାର, ସିପିଆଇ ଏମ୍ ଏଲ ଲିବରେସନ ର ନେତା ବିର ବଜରଙ୍ଗ ନାଏକ, ଦୁର୍ଗା ମାଝୀ, ଚମ୍ପା ମାଝୀ, ଙ୍କ ସମେତ ପ୍ରମୁଖ ସଂଗ୍ରାମୀ ଉପସ୍ଥିତ ଥିଲେ।
-

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ନର୍ଲା ବିଧୟିକା ମନୋରମା ମହାନ୍ତି
କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଲକ ର କସୃପଡ଼ା,ଘଣ୍ଟଶୋଲା, କିନ୍ଦେରକେଲା, ବିଜଖମନ,ତୁଣ୍ଡଲା, ରଜାପଡ଼ା ଓ ଆହୁରି ଅନେକ ଛୋଟ ଛୋଟ ଗାଁ ମାନଙ୍କୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟିକା ଙ୍କୁ ପ୍ରତ୍ୟେକ ଗ୍ରାମରେ ଜୋରଦାର ସ୍ଵାଗତ ଜଣାଇଥିଲେ ଲୋକେ ।
ଦୁଃଖ ସୁଖର ସାଥି ବୋଲି ଏହି ଅଞ୍ଚଳ ରେ ଚର୍ଚ୍ଚା ରେ ରହନ୍ତି ଶ୍ରୀମତୀ ମହାନ୍ତି । ସେହିପରି ନିଜ ବିଧାୟକ ପାଣ୍ଠିରୁ ନର୍ଲା ବିଧାନସଭା ମଣ୍ଡଳୀରେ ମିଶିଥିବା କେସିଙ୍ଗା ବ୍ଲକ ର କିଛି ପଞ୍ଚାୟତ ର ଉନ୍ନତି ପାଇଁ ବିକାଶର କାମ ଅନବରତ ଚାଲିଛି । ଅନେକ ଗ୍ରାମରେ ଷ୍ଟ୍ରିଟ ଲାଇଟ ର ସମସ୍ୟା ଦୂର ହୋଇଥିବା ବେଳେ ଅନେକ ଗ୍ରାମରେ ନିଜ ବିଧାୟକ ପାଣ୍ଠିରୁ ନଳକୂପ ଖନନ କରି ଲୋକଙ୍କୁ ଜଳ କଷ୍ଟ ଦୂର କରିଛନ୍ତି ।

ମନୋରମା ଙ୍କ ମୁରୁକି ହସି ଓ ତାଙ୍କ ସମର୍ପିତ ଭାବ ଜନସମର୍ଥନ ର ମୂଳ କାରଣ ବୋଲି କେସିଙ୍ଗା ରେ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ସେ ମଙ୍ଗଳବାର ଦିନ ଟଣ୍ଡଲା ଗ୍ରସ୍ତ ସମୟରେ ତୁଣ୍ଡଲା ଧରଣୀଗୁଡ଼ି କୁ ପରିଦର୍ଶନ ରେ ଯାଇ ଯଥା ଶୀଘ୍ର କାମ ସମ୍ପୂର୍ଣ କରିବା ପାଇଁ ଦାଇତ୍ୱ ରେ ଥିବା କେସିଙ୍ଗା ବ୍ଲକ କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ ।
ଏହି ଗ୍ରସ୍ତ ସମୟରେ ତାଙ୍କ ସହିତ କେସିଙ୍ଗା ବ୍ଲକ ବିଜେଡି ଛାତ୍ର ସଭାପତି ଶୁଭେନ୍ଦୁ କୁମାର ସାହୁ, କସୃପଡ଼ା ପୂର୍ବତନ ସରପଞ୍ଚ ପର୍ଶୁରାମ ପାଢ଼ୀ, ପୂର୍ବତନ ତୁଣ୍ଡଲା ସରପଞ୍ଚ ଭଗବାନ ସାହୁ, ସୁଲତାନ ନନ୍ଦ, ରୋହିତ ସାହୁ, ପ୍ରମିଳା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
-

ବିଭିନ୍ନ ନୂତନ ପ୍ରକଳ୍ପ ଉଦଘାଟନ କଲେ ଅଧ୍ୟକ୍ଷ ନୃପରାଜ ଯାଦବ
କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ୬ ନଂ ୱାର୍ଡର କଲୋନୀ ପଡା ଏବଂ ୧୧ ନଂ ୱାର୍ଡ ରେ ନବ ନିର୍ମିତ ବିଭିନ୍ନ ପ୍ରକଳ୍ପ କୁ ନଗରପାଳ ନୃପରାଜ ଯାଦବ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କ କରକମଳରେ ଉଦଘାଟନ କରିଥିଲେ |
ସେହିପରି ଆସନ୍ତା ମାସରେ ବଗାଡ ରେ ୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ଓ ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଂସେଇଖାନା ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିରାଶ୍ରୟ ମାନଙ୍କ ପାଇଁ ଆଶ୍ରୟସ୍ଥଲି ଉଦଘାଟନ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ ।
