Category: କଳାହାଣ୍ଡି

  • ସନ୍ଦେହ ଘେରରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

    ସନ୍ଦେହ ଘେରରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

    କେସିଙ୍ଗାରେ ରାଜଲକ୍ଷ୍ମୀ କନଷ୍ଟ୍ରକସନ ପକ୍ଷରୁ ସୁଇଚ ପୋଲ ନିର୍ମାଣ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ | ମୃତ ଶ୍ରମିକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲାର ତାପସ ନାୟକ ବୋଲି ଜଣାପଡିଛି | ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି |

    ହେଲେ ପୋଲିସକୁ କିଛି ଖବର ନଦେଇ ଡାକ୍ତରଖାନାକୁ ମୃତ୍ୟୁଦେହ ନିଆଯାଇଥିଲା |

    ଏବେ ସନ୍ଦେହଘେରରେ ଉକ୍ତ ଶ୍ରମିକଙ୍କ ମୃତ୍ୟୁ |

    ତେବେ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଡାକ୍ତର ଖାନରେ ରଖାଯାଇଥିବା ଜଣାପଡିଛି |

    ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି |

  • ବିରିପୁଡ଼ା ପାହାଡ଼ ନିକଟସ୍ଥ କପିଳେଶ୍ଵର ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

    ବିରିପୁଡ଼ା ପାହାଡ଼ ନିକଟସ୍ଥ କପିଳେଶ୍ଵର ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

    କଳାହାଣ୍ଡି, (ସତ୍ୟ ନାରାୟଣ ମହାନନ୍ଦ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନ ଗୌଡ଼ତୁଳା ଗ୍ରାମ ନିକଟସ୍ଥ ମଣିଭଦ୍ରା ପର୍ବତ( ବିରିପୁଡ଼ା ) ପାଦଦେଶ ରେ ଏକ ଗୁମ୍ଫା ରେ ଆବିର୍ଭାବ ହୋଇଥିବା ଗୁପ୍ତେଶ୍ୱର ବାବା ଙ୍କ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି | ସେହିପରି ଜୈନିକ ବ୍ୟକ୍ତି ଙ୍କ ଦେହ ରେ ଭଗବାନ ଗୁପ୍ତେଶ୍ୱର, ବିଷ୍ଣୁ, ଚଣ୍ଡୀ ଆବିର୍ଭାବ ହୋଇ ଲୋକଙ୍କ କଷ୍ଟ ଦୂର କରୁଥିବା ବେଳେ ଭକ୍ତ ଙ୍କ ପ୍ରତ୍ୟେକ ମାନସିକ ପୂରଣ ହୋଉଥିବା ଏଠାକୁ ଆସୁଥିବା ଲୋକେ ପ୍ରକାଶ କରିଛନ୍ତି | ତେବେ ପ୍ରତି ସୋମବାର ଶତାଧିକ ମାତ୍ରାରେ ଭକ୍ତ ଙ୍କ ସମାଗମ ହୋଉଥିବା ମନ୍ଦିର ପୂଜକ ମୁକୁନ୍ଦ ମାଝୀ ଏବଂ ମାଳଧର ସାହୁ କୁହନ୍ତି |

  • ଭାଗବତ ସଂକୀର୍ତ୍ତନ କଳାକାର ସଙ୍ଘ ର ନୂତନ କମିଟି ଚୟନ

    ଭାଗବତ ସଂକୀର୍ତ୍ତନ କଳାକାର ସଙ୍ଘ ର ନୂତନ କମିଟି ଚୟନ

    କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକସ୍ତରୀୟ ଭାଗବତ ସଂକୀର୍ତ୍ତନ କଳାକାର ସଙ୍ଘ ର ନୂତନ କମିଟି ଚୟନ ରବିବାର ତହସିର ଗ୍ରାମ ସ୍ଥିତ କପିଳେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା |

    ସଂଘର ସଭାପତି ଜଗଦିଶ ରଣା ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଅଜିତ ଚନ୍ଦନ, ସମ୍ମାନିତ ଅତିଥି କଳାକାର ପେନସନ ଭୋଗୀ ସଙ୍ଘ ସଭାପତି ଟୁକୁ ଚନ୍ଦ୍ର ସାହୁ,ଏବଂ ଲାବଣ୍ୟ ସ୍ୱାଇଁ, ଚୂଡ଼ାମଣି ନାଏକ, ମହୀପାଳ ସୁନା, ଧର୍ମାନନ୍ଦ ଭାଟି, ଶଙ୍କର ମାଝୀ, ଦୁରାନ୍ତର ଛତର, ଗୋପାଳ ପୋଢ଼, ଜନ୍ମିଜୟ ବିଶି, ପକ୍ଷୀରାଜ ହାତୀ ପ୍ରମୁଖ ମଞ୍ଚାସିନ ଥିଲେ |

    ତେବେ ପ୍ରତ୍ୟେକ ଯୋଗ୍ୟ କଳାକାର କିପରି ଭାବେ ସରକାର ଙ୍କ କଳାକାର ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ହେବେ ସେହି ଉପରେ ଏହି ସଭାରେ ଆଲୋଚନା ହୋଇଥିଲା |

    ଏଥିରେ କେସିଙ୍ଗା ବ୍ଲକ ର ଛବିଶ ଗୋଟି ପଞ୍ଚାୟତ ରୁ ଶତାଧିକ ଭାଗବତ ସଂକୀର୍ତ୍ତନ କଳାକାର ପ୍ରମୁଖ ଯୋଗଦାନ କରିଥିଲେ |

  • କାମଠଣା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

    କାମଠଣା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ )ଭବାନୀପାଟଣା ସଦର ଅଧୀନ କାମଠଣା କ୍ଲଷ୍ଟର କାମଠଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ସି ଆର ସି ସି ଦୁର୍ଗା ଅଚାରୀ ଙ୍କ ତତ୍ତ୍ଵାବଧାନରେ ଓ ସ୍କୁଲ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ମହାପାତ୍ର ଙ୍କ ସଭାପତିତ୍ବରେ କ୍ଲଷ୍ଟର ସ୍ତରୀୟ ଶିଶୁ ସୁଇଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କାଲି ପ୍ରଦାସ ମିଶ୍ର,ଶେଷଦେବ ମିଶ୍ର,ବିଜୟ ଶଙ୍କର ମୁନି,ସତ୍ୟବାନ ପ୍ରଧାନୀ,ପ୍ରମୁଖ ମଞ୍ଚାସିନ ଥିଲେ | ତେବେ କାମଠଣା କ୍ଲଷ୍ଟର ର ପ୍ରତ୍ୟେକ ସ୍କୁଲ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ |

    ପରେ ଛାତ୍ରଛାତ୍ରୀ ଙ୍କୁ ନେଇ ଚିତ୍ରାଙ୍କନ,ଗଳ୍ପକଥନ,ଗଣିତ ଦୌଡ଼,ଗଣିତ କୁଇଜ,ପ୍ରବନ୍ଧ ଲିଖନ,ବକୃତା,ବିଭିନ୍ନ ପ୍ରତିଯୋଗିତା ହୋଇଥିବା ବେଳେ କାମଠଣା କ୍ଲଷ୍ଟର ର ଅନେକାଂଶ ସ୍କୁଲ ଛାତ୍ରଛାତ୍ରୀ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ | ଶେଷରେ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କାମଠଣା କ୍ଲଷ୍ଟର ର ବିଭିନ୍ନ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ବିଶେଷ ସହଯୋଗ କରିଥିଲେ |

  • କୁଣ୍ଡାବନ୍ଧ ସମଲେଶ୍ୱରୀ ହାଇସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

    କୁଣ୍ଡାବନ୍ଧ ସମଲେଶ୍ୱରୀ ହାଇସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ବ୍ଲକ କିକିଆ କ୍ଲଷ୍ଟର ଅଧୀନ କୁଣ୍ଡାବନ୍ଧ ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସି ଆର ସି ସି ଡୋଲାମଣୀ ମାଝୀ ଙ୍କ ତତ୍ତ୍ଵାବଧାନରେ ଓ ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରଥ ଙ୍କ ସଭାପତିତ୍ବରେ ଗୁରୁବାର କ୍ଲଷ୍ଟର ସ୍ତରୀୟ ଶିଶୁ ସୁଇଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କୁଣ୍ଡାବନ୍ଧ ସରପଞ୍ଚ ରୋଜୀ ପଧାନ, ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ବିପିନ ବିହାରୀ ପଧାନ, ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରଥ, ସୁବାଷ ପଧାନ, ରାମଚନ୍ଦ୍ର ପଧାନ, ନରୋତ୍ତମଃ ବିଶି, ଓ କିକିଆ ସରପଞ୍ଚ କିଶୋର ପଧାନ ପ୍ରମୁଖ ମଞ୍ଚାସିନ ଥିଲେ | କିକିଆ କ୍ଲଷ୍ଟର ର 14 ଟି ସ୍କୁଲ ଏଥିରେ ଅଂଶ ଗ୍ରହଣ କରିଥିଲେ |

    ପରେ ଛାତ୍ରଛାତ୍ରୀ ଙ୍କୁ ନେଇ ଚିତ୍ରାଙ୍କନ,ଗଳ୍ପକଥନ,ଗଣିତ ଦୌଡ଼,ଗଣିତ କୁଇଜ,ପ୍ରବନ୍ଧ ଲିଖନ,ବକୃତା,ବିଭିନ୍ନ ପ୍ରତିଯୋଗିତା ହୋଇଥିବା ବେଳେ କିକିଆ କ୍ଲଷ୍ଟର ର 14 ଗୋଟି ସ୍କୁଲ ର ଅନେକାଂଶ ଛାତ୍ରଛାତ୍ରୀ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ | ଶେଷରେ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।ଏଥିରେ ମଞ୍ଚ ପରିଚାଳନା ଶିକ୍ଷକ ଅବନୀ ରଞ୍ଜନ ପଧାନ,ଏବଂ ବିଶେଷ ସହଯୋଗ କରିଥିଲେ ଶିକ୍ଷକ ବିନୋଦ ବାଗ, ସୁଜିତ ବୁଦ୍ଧିଆ, ଦିଲ୍ଲୀପ ପଧାନ, ପ୍ରକାଶ ପଧାନ, ସରୋଜ ଦାସ,ଶିକ୍ଷୟିତ୍ରୀ ରଞ୍ଜିତା ନାଏକ | ଧନ୍ୟବାଦ ଅର୍ପଣ କରିଥିଲେ ସ୍କୁଲ ପରିଚାଳନା କମିଟି ସଭାପତି କେଶବ ବୁଶ୍ୱାଳ |

  • ୨୪ବର୍ଷରେ ବହାଦୁର ପଦର ଭାଟିପଡାର ମା ଗଜଲକ୍ଷ୍ମୀ ପୂଜା

    ୨୪ବର୍ଷରେ ବହାଦୁର ପଦର ଭାଟିପଡାର ମା ଗଜଲକ୍ଷ୍ମୀ ପୂଜା

    ସତ୍ୟ ନାରାୟଣ ମହାନନ୍ଦପଥର୍ଲା(କଳାହାଣ୍ଡି): ପଞ୍ଚାୟତ ଅଧୀନ ବହାଦୁର ପଦର ଗାଁ ଭାଟିପଡାରେ ମା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୨୪ବର୍ଷରେ ପଦାର୍ପଣ କରିଛି | ଏହି ଅବସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶତାଧିକ ମାତ୍ରାରେ (ଭାଟିପଡା) ଝିଅ, ବୋହୁ ଏକତ୍ରିତ ହୋଇ ଗାଁ ନିକଟସ୍ଥ ତେଳନଦୀରୁ ବିଧବିଧାନ ଅନୁଯାଇ ପୂଜାର୍ଚନା ପରେ ପୂର୍ଣ୍ଣ କଳସ ଧରି ପୂଜ ମଣ୍ଡପ ଅଭିମୁଖେଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

    ଏହି ପୂଜା ମହାସମାରୋହରେ ନେପାଳ ଭାଟି ଓ ତାଙ୍କ ଧର୍ମପତ୍ନୀ ପ୍ରେମଶିଲା ଭାଟି କର୍ତ୍ତା ଭାବେ ପୂଜାରେ ବସିଥିବାବେଳେ ପୂଜକ ଦାୟିତ୍ୱ ଅଜିତ ପଣ୍ଡା ନେଇଥିଲେ | ଅନ୍ୟପଟେ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି କରୁଣାକର ପୋଢ଼,ସମ୍ପାଦକ ଟିମା ଭାଟି,ସହ ସମ୍ପାଦକ ସ୍ୱୟମ୍ବର ପୋଡ଼, କୋଷାଧକ୍ଷ ଦେବରାଜ ମାଝୀ,ଏବଂ କୁମର ଭାଟି, ରାଜୁ ମାଝୀଙ୍କ ସମେତ ପଡାବାସୀ ପ୍ରମୁଖ ଏଥିରେ ସାମିଲ ଥିଲେ।

  • ଠେମରା ଗାଁ ରେ ବାତ୍ୟା ର କରାଳ ରୂପ

    ଠେମରା ଗାଁ ରେ ବାତ୍ୟା ର କରାଳ ରୂପ

    କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ପଞ୍ଚାୟତ ଅଧୀନ ଠେମରା ଗାଁ ରେ ଗୁରୁବାର ଲଗାଣ ବର୍ଷା ଯୋଗୁଁ  ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ବାତ୍ୟା ତାର କରାଳ ରୂପ ଦେଖାଇଥିଲା | ପରେ ଖବର ପାଇ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମିଜୟ ସ୍ୱାଇଁ ଗାଁ ରେ ପହଂଚି  କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖି ରାତି ତମାମ ଜରୁରୀକାଳୀନ ସେବା ଯୋଗାଇଥିବା ବେଳେ ଅନେକ କ୍ଷୟ କ୍ଷତି ହୋଇଥିବା ଦେଖି ତହସିଲଦାର ପ୍ରଶାନ୍ତି ପ୍ରଧାନ ଦୁଖଃ ପ୍ରକାଶ କରିଥିଲେ |
    
    
    ସୂଚନା ଥାଉକି ଗୁରୁବାର ଅପରାହ୍ନ ସମୟରେ ଦେଖୁ ଦେଖୁ କଲା ମେଘ ଗର୍ଜନ କରି ବାତ୍ୟା ତାର ତାଣ୍ଡବ ରଚିଥିବା କ୍ଷତିଗ୍ରସ୍ତ ଲୋକେ କହିଛନ୍ତି | ସେହିପରି ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଙ୍କ ନେତୃତ୍ୱ ରେ ବିଧାୟକ ପ୍ରତିନିଧି ଧନୁର୍ଦ୍ଧର ଗହୀର ଠେମରା ଗାଁ ରେ ପହଂଚି  କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ | କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ଯୋଜନା ରେ ଅତିଶୀଘ୍ର ଘର ଯୋଗାଇବା ପାଇଁ ପ୍ରଶାସନ ଙ୍କୁ ଦାବୀ କରିଥିଲେ | ସେହିଭଳି ବାତ୍ୟା ରେ କିଛି ଲୋକଙ୍କ ଘର ଭାଙ୍ଗିବା ସହ  ଧାନ, କପା, ଚାଷ ପ୍ରାୟ ନଷ୍ଟ ହୋଇଥିବା ବେଳେ ରାସ୍ତାରେ ଅନେକାଂଶ ସ୍ଥାନରେ ଗଛ ଭାଙ୍ଗି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା | ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ପଡିଯାଇଥିବା ଗଛ ସବୁକୁ ରାତି ତମାମ ସଫା କରିଥିବା ଦେଖିବାକୁ ମିଳିଥିଲା | ତେବେ ଲଗାଣ ବର୍ଷା ଲାଗିଥିବା ଯୋଗୁଁ ପ୍ରଶାସନ ଙ୍କ ନିର୍ଦେଶ କ୍ରମେ ପାଷ୍ଟିକୁଡି ପଞ୍ଚାୟତ ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କୁ ସବୁ ପ୍ରକାର ଜରୁରକାଳୀନ ସେବା ଯୋଗାଉଥିବା ପଞ୍ଚାୟତ ନିର୍ବାହୀ ଅଧିକରୀ କ୍ଷମା ପ୍ରସାଦ ଦୁରିଆ ପ୍ରକାଶ କରିଥିଲେ |
  • ବାରହା ଆତଙ୍କରେ ଚାଷୀ

    ବାରହା ଆତଙ୍କରେ ଚାଷୀ

    କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) ବରାହ ଆତଙ୍କରେ ଚାଷୀ ହଇରାଣ ହୋଉଥିବା ଦେଖିବାକୁ ମିଳିଛି | ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନ ଗୌଡ଼ତୁଳା ଗାଁ ରେ | ନିକଟସ୍ଥ ବିରିପୁରା ପାହାଡ଼ ରୁ ବାରହା ଆଶି ଚାଷ ନଷ୍ଟ କରୁଥିବା ରୁ ଚାଷୀ ମୁଣ୍ଡ ରେ ଚଡକ ପଡିଛି |ଅନେକ ଥର ବନ ବିଭାଗ କୁ ଅଭିଯୋଗ କରିଥିଲେ ସୁଦ୍ଧା ତଦନ୍ତ ପାଇଁ ଆସୁନାହାନ୍ତି ବୋଲି ଚାଷୀ ଅଶାନ୍ତି ପ୍ରକାଶ କରିଛନ୍ତି |

    ସେହିପରି ବିରିପୁରା ପାହାଡ଼ ର ପାଦ ଦେଶ ରେ ତିଆରି ହୋଇଥିବା ତାର ବାଡ଼ ନିମ୍ନ ମାନର କାମ ହୋଇଥିବା ଯୋଗୁଁ କମ ଦିନ ମଧ୍ୟରେ ନଷ୍ଟ ହୋଇଥିଲା |ଫଳରେ ଜଙ୍ଗଲୀ ଜୀବଜନ୍ତୁ ଙ୍କ ଉପଦ୍ରଵ ରେ କଲବଳ ହୋଉଥିବା ଚାଷୀ ଅଭିଯୋଗ କରିଛନ୍ତି | ତେବେ ବନବିଭାଗ ପକ୍ଷରୁ ଜଙ୍ଗଲ ଏବଂ ଜଙ୍ଗଲୀ ଜୀବଜନ୍ତୁ ଙ୍କ ସୁରକ୍ଷା ପାଇଁ କିଛି ବର୍ଷ ତଳେ ଜଙ୍ଗଲ ରେ ଗଛ ଲଗାଇବା ସହ ତାର ବାଡ଼ ତିଆରି ହୋଇଥିଲା |

    କିନ୍ତୁ ତାର ବାଡ଼ ରକ୍ଷଣା ବେକ୍ଷଣ ବନବିଭାଗ ପକ୍ଷରୁ ଅଭାବ ଦେଖା ଦେଉଛି ବୋଲି ଚାଷୀ କୂଳ ରେ ଚର୍ଚ୍ଚା ହୋଉଛି | ତେବେ ଖବର ପ୍ରସାରଣ ପରେ ଚାଷୀ ଙ୍କ ଅଭିଯୋଗ ଅନୁଯାଇ କେସିଙ୍ଗା ବନବିଭାଗ ତଦନ୍ତ ପାଇଁ ଯିବେ ନା ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା |

  • ଖମାରି ଗ୍ରାମରେ ଦଶହରା ପର୍ବ ପାଳିତ

    ଖମାରି ଗ୍ରାମରେ ଦଶହରା ପର୍ବ ପାଳିତ

    କଳାହାଣ୍ଡି : କେସିଙ୍ଗା ବ୍ଲକ ଗାଈଗାଁ ପଞ୍ଚାୟତ ର ଖମାରି ଗ୍ରାମର ଗୌନ୍ତିଆ ଙ୍କ ନେତୃତ୍ୱ ରେ ଖମାରୀ ଓ ନର୍ଲା ବ୍ଲକ ଅଧିନସ୍ତ ଧୂବେନ ଗ୍ରାମର ଦୁଇ ମୁଖିଆ ଙ୍କ ମିଳିତ ଆନୁକୂଲ୍ୟରେ ମା’ ବନ୍ଧଖଣି ଏବଂ ମା’ ଉଷାବାହାଲେନ ଙ୍କ ଦଶହରା ପର୍ବ ବେଶ ଧୂମଧାମ ରେ ପାଳିତ ହୋଇଯାଇଛି | ସୂଚନାଅନୁସାରେ, ଏହି ଦୁଇ ଗ୍ରାମରେ ପୂର୍ବପୁରୁଷ ରୁ ଶତାଧିକ ବର୍ଷ ରୁ ରୀତିନୀତି ଅନୁସାରେ ଦଶହରା ପର୍ବ ପାଳନ କରାଯାଉଛି | ମା’ ବନ୍ଧଖଣି ଓ ମା’ ଉଷାବାହାଲେନ ଙ୍କ ଆଶ୍ରିବାଦ ରୁ ଶ୍ରଦ୍ଧାଳୁ ଙ୍କ ମାନସିକ ପୂରଣ ହୋଇଥାଏ ଏବଂ ଏହି ପର୍ବକୁ ଦେଖିବା ପାଇଁ ସ୍ଥାନୀୟ ଜନସାଧାରଣ ବେଶ ଉତ୍ସାହ ଥିବା ଦେଖିବାକୁ ମିଳୁଛି | ନିଜର ମାନସିକତା ପୂରଣ କରିବା ସହ ଦେବୀ ଆଶ୍ରିବାଦ ଲାଭ କରିବା ପାଇଁ ଦୂରଦୁରାନ୍ତରରୁ ଭକ୍ତମାନଙ୍କର ସମାଗମ ହୋଇଥିଲା |

  • ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

    ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

    ଗାଧୋଇବାକୁ ଯାଇ ପୋଖରୀରେ ନିଖୋଜ ହେଲେ ଯୁବକ | ହଁ ଆଜ୍ଞା କେସିଙ୍ଗା ଥାନା ଅଧୀନ ଉତ୍କେଲା ଫାଣ୍ଡି ଅଞ୍ଚଳରେ ଥିବା ଅମ୍ବାଜି ରୋକ୍ସ ଆଣ୍ଡ ମିନେରାଲ କମ୍ପାନୀ ରେ କାର୍ଯ୍ୟରତ ଯୁବକ ନିକଟରେ ଥିବା ପୋଖରୀ କୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ | ତାଙ୍କ ସାଙ୍ଗ ସାଥି ଓ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ |

    ତେବେ ଅନେକ ସମୟ ବିତିଯାଇଥିବାରୁ ପରିବାର ଙ୍କୁ ଖବର ଦେବା ସହିତ କମ୍ପାନୀ ମାଲିକ ପକ୍ଷରୁ ନିକଟସ୍ଥ ଫାଣ୍ଡି ଏବଂ ଥାନା ରେ ଏକ ନିଖୋଜ ମାମଲା ରୁଜୁ କରୁଥିଲେ | ପୋଖରୀ ତୁଠରେ ତାଙ୍କ ପ୍ୟାଣ୍ଟ ସାର୍ଟ ଓ ଚପଲ ଥିବା ସାଙ୍ଗ ସାଥି ଓ ପରିବାର ଲୋକେ ଦେଖିଥିଲେ |

    ସେହିପରି ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ଦଳ ପହଞ୍ଚି ଖୋଜା ଖୋଜି କରିଥିଲେ | ତେବେ ଦୁଇଦିନ ଧରି ଖୋଜା ଖୋଜି କରିବାପରେ ମଙ୍ଗଳବାର ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି |

    ମୃତ ଯୁବକ ଜଣକ ହେଉଛନ୍ତି ନୟାଗଡ ଜିଲ୍ଲା ଦୁଖାପାଲି ଗାଁର ସୁଦର୍ଶନ ସାହୁ ବୋଲି ଜଣାପଡ଼ିଛି | ସୁଦର୍ଶନଙ୍କ ପରିବାରରେ ସ୍ତ୍ରୀ ଏବଂ ପୁଅ ଭାଙ୍ଗି ପଡିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି |