Category: ଗଞ୍ଜାମ

  • ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିରେ ବୃହତ୍ ସଙ୍ଗଠନୀୟ ପରିବର୍ତ୍ତନ

    ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିରେ ବୃହତ୍ ସଙ୍ଗଠନୀୟ ପରିବର୍ତ୍ତନ

    ଭୁବନେଶ୍ୱର: ଆଗାମୀ ଦିନରେ ପଞ୍ଚାୟତ ଓ ପୌର ନିର୍ବାଚନକୁ ମନେ ରଖି ବିଜୁ ଜନତା ଦଳ (ବିଜେଡି) ସାଙ୍ଗଠନିକ ଦଳସ୍ତରକୁ ଆହୁରି ସଶକ୍ତ କରିବା ପାଇଁ ବ୍ୟାପକ ପରିବର୍ତ୍ତନ କରିଛି | ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଚାରିଟି ଜିଲ୍ଲାରେ ନୂଆ ଦାୟିତ୍ବ ଦେଇ ନେତୃତ୍ୱ ଗଠନରେ ପରିବର୍ତ୍ତନ ଆଣିଛନ୍ତି |

    ଭଦ୍ରକ ସାଙ୍ଗଠନିକ ଜିଲ୍ଲାର ସଭାପତି ଭାବେ ବିଧାୟକ ବ୍ୟୋମକେଶ ରାୟଙ୍କୁ ନିଯୁକ୍ତ କରାଯାଇଛି | ପୂର୍ବରୁ ଏହି ଦାୟିତ୍ବରେ ଥିଲେ ଜଗନ୍ନାଥ ସ୍ବାଇଁ | ତିନିଥରର ବିଧାୟକ ହେଉଥିବା ରାୟ ଗତ 2024 ସାଧାରଣ ନିର୍ବାଚନରେ ଚାନ୍ଦବାଲି ଆସନରୁ ବିଜେପି ସଭାପତି ମନମୋହନ ସାମଲଙ୍କୁ ପରାସ୍ତ କରି ପୁଣି ଥରେ ବିଧାୟକ ଆସନ ହାସଲ କରିଥିଲେ |

    ଗଞ୍ଜାମ ଜିଲ୍ଲାର ବିଜେଡି ସଭାପତି ଭାବେ ପୂର୍ବରୁ ଦାୟିତ୍ବ ପାଇଥିବା ବିକ୍ରମ ପଣ୍ଡା ଏବେ ଜେଲରେ ରହିଥିବାରୁ, ସାଙ୍ଗଠନିକ କାର୍ଯ୍ୟ ଚାଲୁରଖିବା ପାଇଁ ପାର୍ଟି ଦୁଇ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତ କରିଛି | ସେ ହେଲେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଭଗବାନ ଗନ୍ତାୟତ | ରାୟଗଡା ଓ ମୟୂରଭଞ୍ଜରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି | ରାୟଗଡା ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ପି. ଗୌରୀଶଙ୍କରଙ୍କ ନିଯୁକ୍ତି କରାଯାଇଛି | ମୟୂରଭଞ୍ଜରୁ ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ରାଇସେନ ମୁର୍ମୁଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ | ନିର୍ବାଚନ ଆଗରୁ ସଙ୍ଗଠନକୁ ସଶକ୍ତ କରିବା ମୂଳ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ |

  • ଆଜିଠୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲାଭାର୍ଥୀ ପାଇବେ ୬୦ ହଜାର

    ଆଜିଠୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲାଭାର୍ଥୀ ପାଇବେ ୬୦ ହଜାର

    ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ କଲ୍ୟାଣମୂଳକ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି | ଏହି ଯୋଜନାର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ତାରାତାରିଣୀଙ୍କ ପୀଠରୁ କରାଯିବ | ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହି ଯୋଜନାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବେ |

    ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ଏହି ଯୋଜନାରେ ଆର୍ଥିକ ଭାବେ ଦୁର୍ବଳ ପରିବାରର କନ୍ୟାଙ୍କ ବିବାହ ପାଇଁ ସହାୟତା ଦିଆଯିବ | ଯୋଜନା ଅନୁସାରେ ୧୮ରୁ ୩୫ ବର୍ଷ ବୟସର କନ୍ୟା ଏବଂ ୨୧ରୁ ୩୫ ବର୍ଷ ବୟସର ପୁଅ ଏହାର ଲାଭ ନେଇପାରିବେ | ପ୍ରତ୍ୟେକ ଲାଭାର୍ଥୀଙ୍କୁ ୬୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ |

    ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି ଦିନ ସାଢେ ୧୧ଟା ସମୟରେ ମା’ ତାରାତାରିଣୀ ପୀଠରେ ଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ପହଞ୍ଚିବେ | ଏହି ଅବସରକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ସହିତ ସମସ୍ତ ପ୍ରକାର ବ୍ୟାପକ ବନ୍ଦୋବସ୍ତ କରାଯାଇଛି | ଏହି ଯୋଜନା ମାଧ୍ୟମରେ ଗରିବ ଓ ମଧ୍ୟମ ବର୍ଗର ପରିବାରମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି |

  • ବିଜେଡି ନେତାଙ୍କ ଘରେ ଇଡିର ତନାଘନା, ଗଞ୍ଜାମରେ ମେଗା ରେଡ୍

    ବିଜେଡି ନେତାଙ୍କ ଘରେ ଇଡିର ତନାଘନା, ଗଞ୍ଜାମରେ ମେଗା ରେଡ୍

    ଓଡ଼ିଶାରେ ଅବୈଧ ଲଘୁ ଖଣିଜ ଉତ୍ତୋଳନ ଓ ଲୁଟ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବିଜେଡି ନେତାଙ୍କ ଘରେ ଇଡିର ତନାଘନା । ଭୁବନେଶ୍ୱର ଜୋନାଲ ଅଫିସ୍‌ର ନିର୍ଦ୍ଦେଶନାରେ ଗଞ୍ଜାମ ଜିଲ୍ଲାରେ ୫ରୁ ଅଧିକ ସ୍ଥାନରେ ଏକାସାଥିରେ ଚଢାଉ ଚାଲିଛି। ଏହି ମେଗା ରେଡ୍‌ରେ ପ୍ରାୟ ୧୦୦ ଜଣିଆ ଇଡି ଟିମ୍ ସାମିଲ ହୋଇଥିବା ସୂଚନା ମିଳିଛି। ବାଲି ଓ କଳାପଥର ଭଳି ଲଘୁ ଖଣିଜ ପଦାର୍ଥର ବେଆଇନ ଓ ଅନଧିକୃତ ଖନନ, ପରିବହନ ଏବଂ ବିକ୍ରୟ ସଂପର୍କିତ ମାମଲାକୁ ନେଇ ଏହି ଚଢାଉ କରାଯାଉଛି। ଲଘୁ ଖଣିଜ ଲୁଟ ଘଟଣାରେ ଗ୍ୟାଙ୍ଗଷ୍ଟର ଏବଂ ବାହୁବଳୀମାନେ ସାମିଲ ଅଛନ୍ତି । ଯେଉଁମାନେ ଅଞ୍ଚଳରେ ଆତଙ୍କ ଖେଳାଇ ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଲୁଟ ଚଳାଇଥିଲେ । 

    ଚଢ଼ାଉ ସମୟରେ କୋଟି କୋଟି ଟଙ୍କା ନଗଦ ଟଙ୍କା, ଦାମୀ ବେନାମୀ ଯାନବାହନ ଏବଂ ଏହି ଦୁର୍ବୃତ୍ତମାନଙ୍କ ଦ୍ୱାରା ସମ୍ପାଦିତ ଅସ୍ଥାବର ସମ୍ପତ୍ତି, ଚୁକ୍ତିନାମା ଏବଂ ଖଣି ଲିଜ୍ ସମ୍ପର୍କିତ କାଗଜପତ୍ର ଜବତ କରାଯାଇଛି । ତଲାସୀ ଅଭିଯାନ ଜାରି ରହିଛି । ଆଜି ମଧ୍ୟ ରେଡ ଜାରି ରହିବ ବୋଲି ଜଣାପଡିଛି । ଚଢ଼ାଉ ସରିବା ପରେ ଜବତ ସଂପତ୍ତିର ବିବରଣୀ ଜଣାପଡିବ । ରାଜ୍ୟରେ ଅବୈଧ ଖଣି କାରବାର ମାମଲାରେ ଇଡି  ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି । 

  • ପାରମ୍ପରିକ ବିହନ ଗୁଳା ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି ଅଭିଯାନ

    ପାରମ୍ପରିକ ବିହନ ଗୁଳା ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି ଅଭିଯାନ

    ଉତ୍ତର ଘୁମୁସର ବନଖଣ୍ଡ ର ତାରାସିଂ ବନାଂଚଳ ର ବୁଢ଼ାବାର ଵନ ସୁରକ୍ଷା ସମିତି ଓ ଗ୍ରାମ ବିକାଶ ବିଦ୍ୟା ବିହାର ହାଇସ୍କୁଲ ଗାୟଗଣ୍ଡା ଅଧୁନା ଏକ ଉଲ୍ଲେଖନିୟ ପଦକ୍ଷେପ ସୃଷ୍ଟି କରିଛି । ବନ ବିଭାଗ ର ବନ ଉନ୍ନୟନ ପ୍ରକଳ୍ପ ଓ ସ୍ୱାତୀ ଅନୁଷ୍ଠାନ ର ମିଳିତ ସହଯୋଗ ରେ ମାଟି ଓ ଜୈବିକ ଖତର ସମିଶ୍ରଣ ରେ ବିହନଗୁଳା ପ୍ରସ୍ତୁତ କରି, ସୁଖାଇ ସେ ସବୁକୁ ଜଙ୍ଗଲରେ ପକାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ଏକ ପ୍ରଶଂସନିୟ ପଦକ୍ଷେପ ଅଟେ । ଗତ ମଙ୍ଗଳବାର ଦିନ ତାରାସିଂ ବନାଂଚଳ ଉନ୍ନୟନ ପ୍ରକଳ୍ପର ଗୋଟିଏ ବନ ସୁରକ୍ଷା ସମିତି ଯଥା ବୁଢ଼ାବାରି ସଭାପତି ରଞ୍ଜିତ ବାରିକ ଓ ଗ୍ରାମ ବିକାଶ ଵିଦ୍ୟା ବିହାର ହାଇସ୍କୁଲ ର ପ୍ରିନ୍ସିପାଲ ଲିଙ୍ଗରଜ ସାର୍, ସ୍କୁଲ ର ପ୍ରଧାନ ଶିକ୍ଷକ କାହ୍ନୁ ସାର୍, ନିତ୍ୟାନନ୍ଦ ସାର୍ ଙ୍କ ନେତୃତ୍ୱରେ ପୃଥକଭାବେ ୧୦୦ ରୁ ଉର୍ଦ୍ଧ ସଭ୍ୟ, ସଭ୍ୟା ସହିତ ସ୍କୁଲ ପିଲାମାନଙ୍କୁ ନେଇ ପାରମ୍ପରିକ ପଦ୍ଧତି ରେ ପୂଜା ବିଧି କରିବା ପରେ ପୂର୍ବ ପ୍ରସ୍ତୁତ ବିହନ ଗୁଳା କୁ ଧରି ହରିବୋଲ ହୁଳ ହୁଳି ଧ୍ୱନି ଦେଇ ଜଙ୍ଗଲ କୁ ପ୍ରବେଶ କରିଥିଲେ । ଜଙ୍ଗଲ ମଧ୍ୟରେ ମାଟି ଦେବତା ଓ ବୃକ୍ଷ ଦେବତା କୁ ପୂଜା କରି ଅନ୍ୟନ୍ୟ ୧୪୦୦ ବିହନ ଗୁଳା କୁ ଜଙ୍ଗଲର ଖାଲି ଥିବା ସ୍ଥାନରେ ବିକ୍ଷିପ୍ତ ଭାବରେ ପକାଇଥିଲେ । ଏହା କୁ ପ୍ରଥମ କରି ପରିକ୍ଷା ମୂଳକ ଭାବରେ ବ୍ୟବହାର କରାଯାଉଛି ବୋଲି ଉଭୟ ବନ ସୁରକ୍ଷା ସମିତି ର ସଭାପତି ଉଲେଖ କରିଛନ୍ତି । ସଭାପତି ଓ ଗ୍ରାମବାସୀ ଙ୍କ କହିବା ମୁତାବକ ବନ ବିଭାଗ ଅଧିକାରୀ ଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସ୍ୱାତୀ ଅନୁଷ୍ଠାନ ର ସହଯୋଗ ମାଧ୍ୟମରେ ପ୍ରଥମ ଥର ପାଇଁ ତାଲିମ ଗ୍ରହଣ କରି ଏହା କୁ ବ୍ୟବହାର କରାଯାଇଛି । ବନ ସୁରକ୍ଷା ସମିତି ର ସଭ୍ୟ ସଭ୍ୟା ମାନେ ମାଟି, ଗୋବର ଓ ଜିଆ ଖତ ସହିତ ଅସନ, ଚମ୍ପା, ଜାମୁ, ଲିମ୍ବ, ଦେବଦାରୁ, ପଣସ, ତେନ୍ତୁଳି, ଆତ ଓ କରଞ୍ଜ ଇତ୍ୟାଦି ମଞ୍ଜି କୁ ନେଇ ଗୁଳା ପ୍ରସ୍ତୁତ କରିଥିଲେ । ସ୍ୱାତୀ ଅନୁଷ୍ଠାନ ର ସଂପାଦକ ଇଂ ହରିଶଙ୍କର ରାଉତ ଙ୍କ ମତରେ ଏହା ଏକ ଅଭିନବ ପ୍ରୟାସ ଯାହା ଦ୍ୱାରା ବିନା ଖର୍ଚ୍ଚରେ ଜଙ୍ଗଲ ଦୃତଗତି ରେ ବୃଦ୍ଧି ଲାଭ କରିପାରିବ । ସ୍ୱାତୀ ର ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ ଓ କାର୍ଯ୍ୟରତ ପ୍ରକଳ୍ପ କର୍ମକର୍ତା ଯୋଗେନ୍ଦ୍ରନାଥ ସ୍ୱାଇଁ, ମନୋରଂଜନ ପାଣି, ରାମଚନ୍ଦ୍ର ବାରିକ ଓ ରଞ୍ଜନ କୁମାର ବେହେରା ଙ୍କ ସହ ବନରଖି ସନ୍ତୋଷ କୁମାର ଗୌଡ ଓ ଵନପାଳ ସୁଭସ୍ମିତ ଦାସ ସିକ୍ଷା ପ୍ରଦାନ ସହିତ ଏହି ଅଭିନବ ଅଭିଯାନ ରେ ସାମିଲ ହୋଇଥିଲେ । ଗ୍ରାମର ଛୋଟ ପିଲା ମାନେ ଏହି ଅଭିଜାନ କୁ ଏକ ଖେଳଭଳି ଅନୁଭବ କରି ଖୁସି ବ୍ୟକ୍ତ କରିବା ସହିତ ଆଗାମି ବିଦ୍ୟାଳୟ ଛୁଟି ଦିନରେ ଏହାକୁ ଅଧିକ କରିବେ ବୋଲି ଆଗ୍ରହ ପ୍ରକାସ କରିଥିଲେ । ଆଗାମି ଦିନରେ ବିଭିନ୍ନ ପ୍ରାନ୍ତରେ ଏହା କୁ ଅଧିକ ରୁ ଅଧିକ କରିବା ପାଇଁ ପ୍ରକଳ୍ପ କର୍ମକର୍ତା ମାନେ ଖସଡା ପ୍ରସ୍ତୁତ କରିଥିଲେ । ଏହି ଅଭିଯାନ କୁ ତ୍ୱରାନିତ କରିବା ପାଇଁ ଉତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂସୁ ସେଖର ମହାନ୍ତି , ଏ.ସି,ଏଫ୍ ଡା.ରଶ୍ମିରଞ୍ଜନ ସ୍ୱାଇଁ ଓ ତାରାସିଂ ବନାଂଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମତ ବ୍ୟକ୍ତ କରିବା ସହିତ ସମସ୍ତ ବନ ସୁରକ୍ଷା ସମିତି କୁ ଏହି ଅଭିଯାନ ରେ ସାମିଲ ହେବା କୁ ଆହ୍ୱାନ କରିଥିଲେ । ଫଟୋ

  • ସଫଳ ହେଲା ଘର ଘର ତ୍ରିରଙ୍ଗା ଅଭିଯାନ

    ସଫଳ ହେଲା ଘର ଘର ତ୍ରିରଙ୍ଗା ଅଭିଯାନ

    ଆମ ଶାନ୍ ଆମ ଜାନ୍ ଆମ ଦିଲ୍ ତ୍ରିରଙ୍ଗା । ଶାନ୍ତି ଏକତା ଓ ବଳିଦାନର ପ୍ରତୀକ ଆମ ତ୍ରିରଙ୍ଗା । ରାତି ପାହିଲେ ଦେଶ ପାଳିବ ସ୍ଵାଧୀନତା ଦିବସ । ଆଉ ଏହି ପରୀପ୍ରେକ୍ଷୀରେ ଜିଲ୍ଲା ରାଜ୍ୟ ତଥା ଦେଶର କୋଣେ ଅନୁକୋଣେ ଧୁମ୍ ଧାମରେ ପାଳନ କରିବାକୁ ସମସ୍ତେ ତତ୍ପର । ଏଥି ସହିତ ଦେଶର ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ତ୍ଵାବଧାନରେ ସାରା ଦେଶରେ ଘର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥି ସହିତ ଓଡ଼ିଶାରେ ମଧ୍ୟ ଘର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଯାଇଛି ।

    ଆଜି ଗଞ୍ଜାମ ଜଗନ୍ନାଥ୍ ପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୂର ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ ହୋଇ ରୁଢ଼ାପଦର ଗ୍ରାମ ପଞ୍ଚାୟତ ଯାଏଁ ଏକ ବିଶାଳ ବାଇକ୍ ରାଲିରେ ଶତାଧିକ ଭାରତୀୟ ଯୋଗଦେଇ ଭାରତ ମାତାର ଜୟ ଗାନ୍ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସରପଞ୍ଚ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅନ୍ୟପଟେ ଜିଲ୍ଲା ସାଙ୍ଗଠନିକ ବିଜେପି ସଭାପତି ନୀଳମାଧବ ପାତ୍ର ସମେତ ଅଞ୍ଚଳର ବହୁ ସରପଞ୍ଚ, ସମିତି ସଭ୍ୟ ସହ ବହୁ ବିଜେପି କର୍ମୀ ଯୋଗଦେଇଥିଲେ ।

  • ଦୁର୍ଦାନ୍ତ ଅପରାଧୀ ସୁନିଲଙ୍କୁ ଏନକାଉଣ୍ଟର

    ଦୁର୍ଦାନ୍ତ ଅପରାଧୀ ସୁନିଲଙ୍କୁ ଏନକାଉଣ୍ଟର

    ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନ ପକ୍ଷରୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି । ଏଥିରେ ପୁଲିସ ସଫଳତା ମଧ୍ୟ ପାଇଛି । ଏବେ ପୁଲିସକୁ ଏନକାଉଣ୍ଟର ପାଇ ଅନୁମତି ମିଳିଯାଇଛି । ତେଣୁ ଅପରାଧୀମାନେ ଯଦି ସାବଡ଼ ନ ହେବେ ତେବେ ସେମାନଙ୍କୁ ମଧ୍ୟ ପୁଲିସ ଏନକାଉଣ୍ଟର କରିବ । ବର୍ତ୍ତମାନ ପୁଲିସ ଏକ ତାଲିକା କରିଥିବା ଜଣାପଡିଛି । ଗୋଳନ୍ଥରା ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲଙ୍କୁ ପିତାତଳି ନିକଟରେ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାର ରହିଥିଲା । ଗୋଳନ୍ଥରା ଥାନା ପୁଲିସ ଓ ସ୍ୱତନ୍ତ୍ର ଟିମ ଚଢ଼ାଉ ବେଳେ ଦୁର୍ଦ୍ଧାନ୍ତ ଅପରାଧୀ ସୁନିଲ ନାହାକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା । ଏଥିରେ କେହି ଆହତ ହୋଇନଥିବା ବେଳେ ଗୁଳି ପୁଲିସ ଗାଡ଼ି ଉପରକୁ ବାଜିଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ପୁଲିସ ଏନକାଉଣ୍ଟରରେ ସୁନିଲ ଆହତ ହୋଇଥିବା ଜଣାପଡିଛି । ସୁନୀଲର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ଆହତ ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

  • ବହୁ ଚର୍ଚ୍ଚିତ ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ!

    ବହୁ ଚର୍ଚ୍ଚିତ ଶେରଗଡ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ!

    ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଧନନ୍ତର ପଞ୍ଚାୟତ ସୁନାନ୍ତର ଗାଁର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ବୋମା ଓ ଗୁଳିମାଡ଼ ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ଠାରୁ ୬ଟି ପିସ୍ତଲ, ୪୦ ଟି ଜୀବନ୍ତ ଗୁଳି, ୭ଟି ମଗାଜିନ, ୭ଟି ମୋବାଇଲ ସହ ଗୋଟିଏ ହୋଣ୍ଡା ବାଇକ୍ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଜୁଲାଇ ୨୫ ତାରିଖ ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡର ପର୍ଦ୍ଧାଫାଶ କରିଛି ଗଞ୍ଜାମ ପୋଲିସ ।

    ୬ ଜଣ ଅଭିଯୁକ୍ତ ଙ୍କ ସହ ୬ଟି ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ । ହତ୍ୟାକାଣ୍ଡ ପଛରେ ଛପି ରହିଥିଲା ଲକ୍ଷାଧିକ ଟଙ୍କାର ସୁପାରି । ତେବେ୨୫ ଜୁଲାଇ ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡର ସମସ୍ତ କାହାଣୀର ଖୁଲାସା କରିଛି ଗଞ୍ଜାମ ପୋଲିସ । ଏକ ସାମ୍ବାଦିକ ସମିଳନୀରେ ଏହି ସୂଚନା ଦେଇଛନ୍ତି ଆସିକା ଏସଡ଼ିପିଓ(SDPO) ସନ୍ତୋଷ କୁମାର ଜେନା ।

    ଅନ୍ୟପଟେ ଗିରଫ ସଂଖ୍ୟା ବଢିବା ନେଇ ସମ୍ଭାବନା ବୋଲି ଜଣା ପଡ଼ିଛି । ରାଜନୈତିକ ଆକ୍ରୋଶ ଓ ବ୍ୟବସାୟ କାରଣରୁ ସୁପାରୀ କିଲର କୁ ୨୦ ଲକ୍ଷ ଟଙ୍କା ଡିଲ୍ ରେ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ଗଞ୍ଜାମ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ଧନନ୍ତର ପଞ୍ଚାୟତର ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ପାଇଁ ହୋଇଥିଲା ବଡ଼ ଯୋଜନା । ଗିରଫ ଅଭିଯୁକ୍ତ ମାନେ ଶେରଗଡ଼ ବ୍ଲକ ଅଲାରିଗଡ ଗ୍ରାମର ଅମିତାଭ୍ ବିଷୋୟୀ ,ବାଦଗଡ଼ ଗ୍ରାମର କୃଷ୍ଣ ଚନ୍ଦ୍ର ସେଠୀ,କୁଲାଗଡ ଗ୍ରାମର କାମେଶ୍ଵର ଗୌଡ,ବାଲିଗଡ଼ ସୀମାଞ୍ଚଳ ବିଷୋୟୀ, ବାଲିପଡାର ବଂଶୀଧର ବିଷୋୟୀ, ଧରାକୋଟର ସୂର୍ଯ୍ୟ ନାଏକ।

    ଏହି ଦୁର୍ବୃତ୍ତଙ୍କ ଠାରୁ ୬ ବନ୍ଧୁକ, ୪୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ଶେରଗଡ଼ ବ୍ଲକ ବିଜେଡିର ବହୁ ତୁଙ୍ଗ ନେତାଙ୍କ ନାମ ମଧ୍ୟ FIR ରେ ଅଭିଯୋଗ ରହିଥିବା ଖବର ମିଳିଛି ।

  • ସାମ୍ବାଦିକଙ୍କ ଦ୍ଵାରା ବିଶାଳ ରକ୍ତଦାନ ଶିବିର ଆୟୋଜନ, ୧୦୦ ୟୁନିଟ୍ ରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ

    ସାମ୍ବାଦିକଙ୍କ ଦ୍ଵାରା ବିଶାଳ ରକ୍ତଦାନ ଶିବିର ଆୟୋଜନ, ୧୦୦ ୟୁନିଟ୍ ରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ

    ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଳବ୍ ଦ୍ଵାରା ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦର୍ଶକ ବନ୍ଧୁ ଆଜିର ଦୁନିଆରେ ରକ୍ତ ଯେ କେତେ ଯେ ମୂଲ୍ୟବାନ ତାହା କେବଳ ଜଣେ ଆପତ୍କାଳୀନ ପରିସ୍ଥିତିରେ ପଡ଼ିଥିବା ରୋଗି ଟିଏ ହିଁ ବୁଝିପାରିବ ।

    କେତେବେଳେ ରକ୍ତ ଅଭାବରୁ ଛୋଟ ଛୋଟ ଶିଶୁଙ୍କ ଜୀବନ ଚାଲିଯାଉଛି ତ ଆଉ କେତେବେଳେ ରକ୍ତ ଭଣ୍ଡାରରେ ରକ୍ତ ନଥିବାରୁ ସାଧାରଣ ରୋଗି ଟିଏ ବ୍ୟାକୁଳ ହୋଉଛି । ଏହି ପରିପ୍ରେକ୍ଷିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

    ଅନ୍ୟପଟେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସିଡିପିଓ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ବହୁ ସମାଜସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

    ବହୁ ଦୂରଦୂରାନ୍ତରୁ ସ୍ବେଚ୍ଛାସେବୀ ମାନେ ଆସି ନିଜର ଅମୂଲ୍ୟ ରକ୍ତ ପ୍ରଦାନ କରିଥିଲେ । ଆଜିର ସୁସ୍ଥ ସମାଜରେ ମଣିଷ ବଞ୍ଚିବାକୁ ହେଲେ ସରଳ ଜୀବନ ଜାପନ ସହ ସୁସ୍ଥ ରହିବା ଆବଶ୍ୟକ ।

    ସାମାନ୍ୟ ବ୍ୟତିକ୍ରମ ଘଟିଲେ ମଣିଷ କେଉଁଠୁ ଯାଇ କେଉଁଠି ପହଞ୍ଚି ଯାଇଥାଏ ତେବେ ସାମ୍ବାଦିକ ମାନଙ୍କ ଏଭଳି କାର୍ଯ୍ୟକ୍ରମ ଦେଖି ଅଞ୍ଚଳରେ ଖୁସି ଦେଖିବାକୁ ମିଳିଥିବା ବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟ ଖୁସିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ୧୦୦ ୟୁନିଟ ରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ କରାଯାଇଛି ।

  • ଜୁଆ ଆଡ୍ଡାରେ ଚଢ଼ାଉ

    ଜୁଆ ଆଡ୍ଡାରେ ଚଢ଼ାଉ

    ଲକ୍ଷାଧିକ ଟଙ୍କା ଜବତ, ୧୯ ଗିରଫ

    ଜୁଆ ଖେଳୁଥିଲେ, ହେଲେ ଏବେ ପୋଲିସ ଘରେ । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ବିଡ଼ିପୁରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ। ବିଳମ୍ବିତ ରାତିରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଲକ୍ଷାଧିକ ଟଙ୍କା ଜବତ କରିବା ସହ ୧୯ ଜଣଙ୍କୁ ଗିରଫ କରିଛି। ଗଞ୍ଜାମ ଏସ.ପି ଙ୍କ ନିର୍ଦ୍ଧେଶ କ୍ରମେ ଭଞ୍ଜନଗର ଏ.ଡ଼ି.ପି.ଓ ଦୀପକ କୁମାର ମିଶ୍ରଙ୍କ ତତ୍ୱାବଧାନରେ ସଦର ପୋଲିସ ଓ ବରପାଲି ପୋଲିସର ମିଳିତ ଉଦ୍ୟମରେ ବିଡ଼ିପୁର ଠାରେ ଚାଲିଥିବା ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲା । ତେବେ ଜଗନ୍ନାଥ ପ୍ରସାଦ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

  • ଲୋକଙ୍କ ସୁରକ୍ଷାରେ ବନବିଭାଗ

    ଲୋକଙ୍କ ସୁରକ୍ଷାରେ ବନବିଭାଗ

    ଲୋକଙ୍କ ସୁରକ୍ଷାରେ ବନବିଭାଗ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ଅଧିନ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଗେରେଡ଼ା ବିଟ୍ କେପିଟି ମୁଖ୍ୟରାସ୍ତାରେ ବନ ବିଭାଗ ତରଫରୁ ଆଲୋକିକରଣ ବ୍ୟବସ୍ଥା କରାଯାଇଛି । ସୂଚନା ଥାଉକି ଜଗନ୍ନାଥ ପ୍ରସାଦ ବନାଞ୍ଚଳରେ ଜଙ୍ଗଲିଜନ୍ତୁଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି ବିଶେଷ କରି ଧାନ ଚାଷ ସମୟରେ ଲୋକଙ୍କ ସହ । ତେବେ ବନଖଣ୍ଡ ଅଧିକାରୀ ଭିପାଶା ପାରୁଲଙ୍କ ନିର୍ଦ୍ଦେଶକ୍ରମେ ଆଜି ଫରେଷ୍ଟର ଦିଲ୍ଲୀପ ଦାସଙ୍କ ସମେତ ବନ ସୁରକ୍ଷା ସମିତିର କାର୍ଯ୍ୟକ୍ରତା ଏବଂ ଗଜ ସାଥିଙ୍କ ସହ ଇଲେକ୍ଟ୍ରୋନିକ୍ସ କର୍ମଚାରୀ ଉପସ୍ଥିତ ରହି ଏକ ସୌର ଚାଳିତ ଲାଇଟ୍ ର ଆଲୋକିକରଣ କରିଥିବା ଦେଖିବାକୁ ମିଳିଛି । ତେବେ ଲୋକଙ୍କ ଯିବା ରାସ୍ତାରେ ବନ୍ୟଜନ୍ତୁ ହାତୀ, ବରାହ, ଭାଲୁ ଭଳି ହିଂସ୍ରଜନ୍ତୁଙ୍କ ଗନ୍ତବ୍ୟପଥ ହେଉଥିବାରୁ ବିଭିନ୍ନ ସମୟରେ ସାଧାରଣ ଲୋକଟିଏ ଆକ୍ରମଣର ଶିକାର ହେଉଛି । ବନ ବିଭାଗର ଏଭଳି କାର୍ଯ୍ୟ ଦେଖି ଅଞ୍ଚଳରେ ଜନ ସାଧାରଣଙ୍କ ବନ ବିଭାଗ ପ୍ରତି ଅସ୍ଥା ବଢ଼ିଥିବା ଦେଖିବାକୁ ମିଳିଛି ।