Category: କଟକ

  • କେବେ ମିଳିବ ଶୈଳବାଳାକୁ ନ୍ୟାୟ ?

    କେବେ ମିଳିବ ଶୈଳବାଳାକୁ ନ୍ୟାୟ ?

    ଓଡିଶା ର ପ୍ରଥମ ମହିଳା କଲେଜ କୁ ଅଣ ଦେଖା କରୁଛି ସରକାର | ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବ କେବେ ? ଓଡିଶାର ପ୍ରଥମ ଆଉ ଭାରତର ଦ୍ଵିତୀୟ ମହିଳା କଲେଜ ଶୈଳବାଳା ସ୍ୱୟଂ ଶାସିତ ମହିଳା କଲେଜ କୁ ବିଶ୍ୱବିଦ୍ୟାଳୟ ର ମାନ୍ୟତାରୁ ବଞ୍ଚିତ କରାଯିବାର କାରଣ କଣ ?

    ୧୯୧୩ ମସିହାରେ ସ୍ଥାପିତ ଏହି ଖ୍ୟାତନାମା ମହିଳା କଲେଜରେ ଅନେକ ବହୁ ପ୍ରତିକ୍ଷିତ ମହିଳାମାନେ ପାଠ ପଢି ଦେଶ ତଥା ରାଜ୍ୟର ନାଁ କୁ ଗୌରବାନ୍ଵିତ କରିଛନ୍ତି | ମହିଳା ମାନଙ୍କର ଉଚ୍ଚଶିକ୍ଷାର ବିକାଶ ଦିଗରେ ଏହାର ବିଶେଷ୍ୟ ଭୂମିକା ରହିଛି | ତାହା ପରେ ମଧ୍ୟ ଏହାକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ନମିଳିବା ଏକ ଗଭୀର ଦୁଃଖର ବିଷୟ |ବହୁଦିନ ଧରି ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଁ ଦାବି କରିଆସୁଥିଲେ ମଧ୍ୟ ସରକାର ଏହି ଦିଗରେ କୌଣସି ଉଦ୍ୟମ କରୁ ନଥିବା ପରିଲକ୍ଷିତ ହେଉଛି |

    କଲେଜରେ ୪ହଜାରୁ ଅଧିକ ଛାତ୍ରୀ ପଢୁଥିବା ବେଳେ, ୨୪ଟି ପାଠ୍ୟକ୍ରମରେ ଡିଗ୍ରୀ ଓ ୨୨ଟି ପାଠ୍ୟକ୍ରମରେ ସ୍ନାତକୋତ୍ତର ରହିଛି | ବିଶ୍ୱବିଦ୍ୟାଳୟର ମାନ୍ୟତା ସହିତ କଲେଜ ଖେଳପଡିଆ ଓ ଦ୍ଵିତୀୟ କ୍ୟାମ୍ପସ ପାଇଁ ମଧ୍ୟ ବହୁଦିନ ହେଲା ଦାବି କର ଯାଉଛି, ଯାହା ଆଜି ପର୍ଯ୍ୟନ୍ତ ପୂରଣ କରା ଯାଇନାହିଁ | ଏହା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବାସଭବନରେ, ତାଙ୍କ ଝିଅ ନାମରେ ଏହାକୁ ୧୯୧୩ ରେ ପ୍ରତିଷ୍ଠା କରାଯାଇଥିଲା | ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଁ ନିକଟରେ ଏକ ସାମ୍ବାଦିକ ସମିଳନୀର ଆୟୋଜନ କରଯାଇଥିଲା, ଯେଉଁଥିରେ ବହୁ ବୁଦ୍ଧିଜୀବୀ ମାନେ ଏକାଠି ହୋଇ ଦାବି କରିଥିଲେ | ଶୈଳବାଳା କଲେଜର ଅନେକ ଦିନ ପରେ ସ୍ଥାପିତ ହୋଇ ମଧ୍ୟ ଏକାଧିକ କଲେଜ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇ ସାରିଛନ୍ତି |

    କଲେଜ କୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବିଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରକ୍ଷା ଯାଇଛି ବୋଲି କଲେଜ ପରିଚାଳନା କମିଟି ଇଂ. ଡକ୍ଟର ପ୍ରଭାକର ସ୍ବାଇଁ କହିଛନ୍ତି | ଅନ୍ୟପକ୍ଷରେ ରାଜାନୈତିକ ଇଚ୍ଛାଶକ୍ତି ନଥିବାରୁ ବହୁ ପଛରେ ହୋଇଥିବା କଲେଜ ଗୁଡିକ ବିଶ୍ଵବିଦ୍ୟାଳୟର ମାନ୍ୟତା ପାଇଛନ୍ତି | ହେଲେ ଏହି ମାନ୍ୟତା ପାଇବା ପାଇଁ ଯୋଗ୍ୟତା ଥାଇ ମଧ୍ୟ ଶୈଳବାଳାକୁ ଅଣଦେଖା କରାଯାଉଛି | ଏଥିପାଇଁ କଟକର ରାଜନେତା ଆଉ କଟକବାସୀ ଦାୟୀବୋଲି ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ସତ୍ୟକାମ ମିଶ୍ର କହିଛନ୍ତି |

  • ବିଜୟପରେ ମୁଖ୍ୟମନ୍ତ୍ରୀଙ୍କ ବଡଘୋଷଣା

    ବିଜୟପରେ ମୁଖ୍ୟମନ୍ତ୍ରୀଙ୍କ ବଡଘୋଷଣା

    ବାରବାଟୀରେ ଭାରତର ବଡ ବିଜୟ |୧୦୧ ରନ୍ ରେ ଦକ୍ଷିଣ-ଆଫ୍ରିକା କୁ ହରାଇଲା ଭାରତ |କଟକ ବାରବାଟୀ ଷ୍ଟାଡିୟମ୍ ରେ ମଙ୍ଗଳବାର (ଡିସେମ୍ବର ୯) ଦିନ ଭାରତ ଓ ଦକ୍ଷିଣ-ଆଫ୍ରିକା ମଧ୍ୟରେ ପ୍ରଥମ T – 20 ମ୍ୟାଚ ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ଭାରତୀୟ ଦଳ ନିଜର ଦମଦାର ପ୍ରଦର୍ଶନ କରିଥିଲା |

    ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ପାଇଁ ୧୭୬ ରନ୍ ଟାର୍ଗେଟ୍ ଦେଇଥିଲା।ପରେ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସି ପ୍ରଥମ ଓଭରରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଓଭର ଅର୍ଶଦୀପ ସିଂ କ୍ୱିଣ୍ଟନ ଡିକକ୍‌ଙ୍କୁ ପାଭେଲିୟନ ପଠାଇ ଦେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକାର କୌଣସି ବ୍ୟାଟରଙ୍କୁ ପିଚ୍‌ରେ ସମୟ ବିତାଇବାକୁ ଦେଇନଥିଲେ ଭାରତୀୟ ବୋଲର ।

    ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଟିମ ଭାରତୀୟ | । ମାତ୍ର ୫ ରନ୍ ଦଳୀୟ ସ୍କୋର୍‌ରେ ଶୁବମନ ଗିଲ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଅଭିଶେଷ ଶର୍ମା କିଛିଟା ବଡ଼ ସଟ୍‌ ଖେଳିଥିଲେ ମଧ୍ୟ ବଡ଼ ସ୍କୋର୍‌ କରିପାରିନଥିଲେ ।ଏହି ସମୟରେ ପିଚ୍‌କୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଗୋଟିଏ ପରେ ଗୋଟିଏ ୱିକେଟ ଭାରତ ହରାଉଥିବା ବେଳେ ଏକାକୀ ଦଳୀୟ ସ୍କୋର୍‌କୁ ଆଗକୁ ବଢ଼ାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ୨୮ଟି ବଲ୍‌ର ୪ଟି ଛକା ଓ ୬ଟି ଚୌକା ବଳରେ ୫୯ ରନ୍‌ କରିଥିଲେ । ଯାହାଫଳରେ ଟିମ୍‌ ଇଣ୍ଡିଆର ଦଳୀୟ ସ୍କୋର୍‌ ୬ ୱିକେଟ ବିନିମୟରେ ୧୭୫ ରନ୍‌ରେ ପହଞ୍ଚିଥିଲା ।

    ବାରବାଟୀରେ ବଡ଼ ବିଜୟ ସହ ଭାରତୀୟ ଖେଳାଳିମାନେ ଏହି ମ୍ୟାଚ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଏହାକୁ ନେଇ ଦର୍ଶକଙ୍କ ଖୁସି କହିଲେ ନସରେ | ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏପରି ଶକ୍ତି ପ୍ରଦର୍ଶନକୁ ନେଇ ପୁରା ଷ୍ଟାଡିୟମ୍ ରେ ହାର୍ଦ୍ଦିକଙ୍କ ନାଁର କମ୍ପି ଉଠିଥିଲା |

    ଏହା ପରେ ବାରବାଟୀରେ ସିଟ୍ ବଢ଼ିବା ନେଇ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ ଘୋଷଣା । ବାରବାଟୀରେ ବଢ଼ିବ ସିଟ୍, ଷ୍ଟାଡିୟମର ହେବ ଉନ୍ନତି । ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ପୂର୍ଣ୍ଣ ଥିଲା । ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ବହୁତ ଭଲ ଭାବରେ ହୋଇଥିଲା ।ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍, ପୁରା ପୋଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ମଧ୍ୟ କରିଥିଲେ । ଆଗକୁ ଷ୍ଟାଡିୟମ୍‌ରେ ଆହୁରି ମ୍ୟାଚ୍ ହେବ । ସେସବୁର ପରିଚାଳନାକୁ ଅଧିକ ଉନ୍ନତ କରାଯିବ ବୋଲି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

  • କାଲିର ମ୍ୟାଚ ପାଇଁ ଝାଳବୁହାଇଲା ଭାରତ

    କାଲିର ମ୍ୟାଚ ପାଇଁ ଝାଳବୁହାଇଲା ଭାରତ

    ଆସନ୍ତା କଲି କଟକ ବାରବାଟୀ ଷ୍ଟାଡିୟମ ଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ T-20 ମ୍ୟାଚ । ସେଥିପାଇଁ ଜୋରସୋରେ ଚାଲିଛି ପ୍ରସ୍ତୁତି ।ଶୁକ୍ରବାର ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଆସିଥିବା ବେଳେ ଗତକଲି ଭୁବନେଶ୍ଵରରେ ପହଞ୍ଚିଥିଲେ ଭାରତୀୟ ଟିମ୍ ।ସେମାନଙ୍କ ରହଣୀ ପାଇଁ ହୋଟେଲ ମେ ଫେୟାରରେ ବ୍ୟବସ୍ଥା କରାଯାଇଛି ।ଖେଳାଳିଙ୍କୁ ପାରମ୍ପାରିକ ଆଦିବାସୀ ନୃତ୍ୟ ଓ ବାଦ୍ୟର ତାଳେ ତାଳେ ସ୍ଵାଗତ କରାଯାଇଥିଲା ।

    କାଲିର ମ୍ୟାଚ ପାଇଁ ଆଜି ଉଭୟ ଟିମ ଷ୍ଟାଡିୟମ ଆସି ରେ ନେଟ୍ ପ୍ରାକ୍ଟିସ କରିବେ। ନେଟ୍ ପ୍ରାକ୍ଟିସ କିପରି ସୁରୁଖୁରୁରେ ହେବା ସେଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ, ପୁଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ଏହାକୁ ଦେଖିବା ଲାଗି ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯାଇଛି । ଆଜି ଦର୍ଶକଙ୍କ ପାଇଁ ବିନା ଶୁଳ୍କରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିପାରିବାର ସୁବର୍ଣ୍ଣ ସୁଯୋଗ ଅଛି । ଦର୍ଶକ କିପରି ଶୃଙ୍ଖଳିତ ଭାବେ ଦେଖିପାରିବେ ,ଏଥିପାଇଁ ମଧ୍ୟ ପ୍ରଶାସନ ତରଫରୁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

    ନେଟ୍ ପ୍ରାକ୍ଟିସ ପାଇଁ ଦିନ ୧ଟା ବେଳେ ଟିମ ଇଣ୍ଡିଆ ଷ୍ଟାଡିୟମରେ ପହଞ୍ଚି ଦିନ ୧ ଟା ୩୦ ରୁ ୪ ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ । ତାପରେ ଦକ୍ଷିଣ ଆଫ୍ରିକା ୫ ତା ୩୦ ରୁ ୮ ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ ବୋଲି କ୍ରିକେଟ ଆସୋସିଏସନ ସୂଚନା ଦେଇଛନ୍ତି । ପ୍ରଥମେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ୨-୦ ରେ ବିଜୟ ହୋଇଥିଲା ପରେ ଭାରତ ୨-୧ ବିଜୟ ହୋଇ ପ୍ରତିଶୋଧ ନେଇଥିଲା କଟକ ରେ ପ୍ରଥମ ମ୍ୟାଚ ଖେଳାଯିବା ପରବର୍ତ୍ତୀ ସମୟରେ ଚାରିଟି ମ୍ୟାଚ ଖେଳାଯିବ ।

  • ଲକ୍ ଥାନା ପୋଲିସକୁ ସଫଳତା

    ଲକ୍ ଥାନା ପୋଲିସକୁ ସଫଳତା

    ଦିର୍ଘ ଦିନ ଧରି ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ଘରେ ପଶି ସ୍ମାର୍ଟ ଫୋନ୍ ଚୋରି କରୁଥିବା ଜଣେ ଯୁବକ କୁ ଧରିବାରେ ସଫଳ ହୋଇଛି ଲକ୍ ଥାନା ପୋଲିସ । ତା ନିକଟରୁ ୧୦ ଟି ସ୍ମାର୍ଟ ଫୋନ୍ ଜବତ କରିବା ସହିତ ତାକୁ କୋର୍ଟ ଚାଲାଣ କରାଯାଇଛି । ଗତ କାଲି ନିମିଢିହି ଗ୍ରାମର ପ୍ରମୋଦ ତରାଇ ଙ୍କ ଘରେ ଭଡ଼ା ରହୁଥିବା କିଛି କର୍ମଚାରୀଙ୍କ ୪ ଟି ସ୍ମାର୍ଟ ଫୋନ୍ ଚୋରୀ ହୋଇଥିଲା ।

    ପ୍ରମୋଦ ଏ ନେଇ ଲକ୍ ଥାନା ରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା । ଯେଉଁଥିରେ ନିମିଢିହି ଗ୍ରାମର ସନାତନ ଲେଙ୍କା ଙ୍କ ପୁଅ ସୌମେନ୍ଦ୍ର ଲେଙ୍କା (ଜଟିଆ) ଫୋନ୍ ଚୋରି କରୁଥିବା ସ୍ପଷ୍ଟ ଜଣାପଡ଼ିଥିଲା । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଉକ୍ତ ଚାରୋଟି ଫୋନ୍ ସହିତ ଆଉ ୬ ଟି ସ୍ମାର୍ଟ ଫୋନ୍ ଜବତ କରିଛି ।

    ଜଟିଆ କୁ ପଚରା ଉଚୁରା କରିବା ପରେ ଉକ୍ତ ଫୋନ୍ ଗୁଡ଼ିକୁ ଜାହାର ଫୋନ୍ ତାଙ୍କୁ ଖବର ଦିଆଯାଇ ଫେରାଇବାର ବ୍ୟବସ୍ଥା କରାଯାଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ପ୍ରକାଶ କରିଛନ୍ତି । ସେହିପରି ଜଟିଆ ନାମରେ ପାରାଦ୍ଵୀପ, ଲକ୍ ଥାନା, ବିରିଡି ଥାନାରେ ପାଖାପାଖି ୧୪ ରୁ ଉର୍ଦ୍ଧ୍ୱ କେସ ରହିଥିବା ପୋଲିସ୍ ସୂଚନା ଦେଇଛି ।

  • ପାନ ଦୋକାନରୁ ଗଞ୍ଜେଇ ଜବତ

    ପାନ ଦୋକାନରୁ ଗଞ୍ଜେଇ ଜବତ

    ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି | କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ର ମାଧପୁର ଗାଁରେ ଏକ ପାନ ଦୋକାନ ଉପରେ ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ | ଆଇଆଇସି ଶିବ ପ୍ରସାଦଙ୍କ ନିର୍ଦେଶ କ୍ରମେ ଏସଆଇ ହେମନ୍ତ ସାମଲ ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉ କରି ୧କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୋକାନୀ ତପନ ବେହେରାଙ୍କୁ ଗିରଫ କରିଥିବା ଜଣା ପଡିଛି |

    ଏନେଇ ପୋଲିସି ନିଜ ଆଡୁ ଏକ ମାମଲା ରୁଜୁ କରି ତପନଙ୍କୁ ଗିରଫ କରିବା ସେ କୋଟ ଚାଲଣ କରିଛି | ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପାଖାପାଖି ପନ୍ଦର ହଜାର ଟଙ୍କା ହେବ ବୋଲି ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି | ଆଇଆଇସି ଶିବ ପ୍ରସାଦ ଭଦ୍ର ଙ୍କ ଏଭଳି ସାହସୀ କାଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ମହିଳାଙ୍କ ମହଲରେ ଚର୍ଚ୍ଚା ହେଉଛି | ଆଇଆଇସି ଙ୍କର ଏଭଳି କାଯ୍ୟକୁ ଦେଖି ବେଆଇନି ଭାବେ ଚୋରା ଗଂଜେଇ ଏବଂ ମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି | ଆଗକୁ ନିଶା ମୁକ୍ତ ଅଞ୍ଚଳ ହେବ ବୋଲି ଚର୍ଚ୍ଚା ହେଉଛି | ଯେଉଁ କାମ ଅବକାରୀ ବିଭାଗ କରିବା କଥା ସେ କାମ କରି ଦେଖାଇଛନ୍ତି ଚୌଦ୍ୱାର ଏବଂ ଟାଙ୍ଗୀ ପୋଲିସ |

  • ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

    ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

    ଆପଣ ମାନେ ସାମ୍ବାଦିକ ଦେଖିଥିବେ ହେଲେ ଏଭଳି ନିଆରା ସାମ୍ବାଦିକ ଦେଖିନଥିବେ । ଆମେ କହୁଚୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ର ମାହାଙ୍ଗା ଡ଼ିଜିଟାଲ୍ ମିଡ଼ିଆ ଆସୋସେସନ୍ ର ସାମ୍ବାଦିକ ଭାଇ ମାନଙ୍କ କଥା ଯାହାଙ୍କ ପ୍ରଚେଷ୍ଟାରେ ଅନେକ ଲୋକ ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସୁଧୁରିବା ସହିତ କାହାର ଦାନ୍ତ ଓପୋଡା ଯାଇଛି ତ କାହାର, ଆଖି କୁ ନ ଦେଖା ଯିବା ଭଳି ସମସ୍ୟା ର ସମାଧାନ କରାଯାଇଛି ।

    ଏଭଳି ଅନେକ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ର ସମାଧାନ ପାଇଁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁସୁପୁର ପଂଚାୟତ ସ୍ଥିତ କୁସୁପୁର ଦଶହରା ପଡିଆ ଠାରେ ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ମାଗଣା ଦାନ୍ତ, ଚକ୍ଷୁ ଓ ହୋମିଓ ପଥିକ ରକ୍ତ ଶର୍କରା ପରିକ୍ଷଣ, ରକ୍ତଚାପ ପରିକ୍ଷଣ ଶିବିର ଆଦି ଅନୁଷ୍ଠିତ ହୋଇଯାଇଛି I

    ଏହି ଶିବିରକୁ ମିଡ଼ିଆ ସଂଗଠନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅମରେନ୍ଦ୍ର ସିଂହ ଉଦଘାଟନ କରିବା ସହିତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

    ଏହି ଶିବିରରେ ଦୁଇ ଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ନାମ ପଞ୍ଜିକରଣ କରି ଆବଶ୍ୟକ ଚିକିତ୍ସା ସେବା ନେଇଥିଲେ। I ଏହି ଶିବିରରେ ଡାକ୍ତର ସରୋଜ କୁମାର ବେହେରା, ଡାକ୍ତର ଶୈଳଜା ପଣ୍ଡା, ଡାକ୍ତର ଅନିଶା ଦତ୍ତ, ଡାକ୍ତର ସହର୍ଷ ଭିର ଝା,ଡାକ୍ତର ନରେନ୍ଦ୍ର କୁମାର ସାହୁ, ଡାକ୍ତର ସୃତି ମଲିକ, ଡାକ୍ତର ଅଶୋକ କୁମାର ସାହୁ, ଡାକ୍ତର ଏସ. ଆର ଦ୍ବିବେଦୀ ପ୍ରମୁଖ ଯୋଗ ଦେଇ ଶିବିରରେ ଯୋଗ ଦେଇଥିବା ରୋଗୀ ମାନଙ୍କ ଦାନ୍ତ, ଚକ୍ଷୁ ଓ ରକ୍ତ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା I


  • ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

    ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ

    ରାଜ୍ୟରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହେବା ପରେ ନୂତନ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଏହି କ୍ରମରେ କଟକର ବିଭିନ୍ନ ବ୍ଲକରେ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଭଦ୍ରେଶ୍ଵର ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ବଣ୍ଟନ ହୋଇଥିଲା । ମାହାଙ୍ଗା ର ନବ ନିର୍ବାଚିତ ବିଧାୟକ ସାରଦା ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

    ମାହାଙ୍ଗା ବ୍ଲକ ରେ ମୋଟ ୭ ଟି ସ୍ଥାନରେ ସ୍ଵତନ୍ତ୍ର ଭାବେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରେ ମାହାଙ୍ଗା ର ୬ ହଜାର ଲୋକ ଏହି କାର୍ଡ ଦ୍ବାରା ଉପକୃତ ହେବେ । ଏହି ଅବସରରେ ଆୟୁଷ୍ମାନ ଭାରତ ଯୋଜନା ଇନସୁରାନ୍ସ ନୁହେଁ ବରଂ ଆସୁରାନ୍ସ୍ । ଏହା ହେଉଛି ପୃଥିବୀର ସବୁଠାରୁ ବୃହତମ ଯୋଜନା ବୋଲି ବିଧାୟକ ମତ ପ୍ରକାଶ କରିଥିଲେ ।

    ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ମାହାଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଣି ତନୁଜା ବିନ୍ଧାଣି, ଡକ୍ଟର ବିକାଶ ବେହେରା, ମାନସ ବେହେରା ସମେତ ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀ ଭଦ୍ରେଶ୍ଵର ମଣ୍ଡଳ ସଭାପତି ଭକ୍ତ ଚରଣ ସ୍ୱାଇଁ, ବିଜୟ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହିଥିବା ଜଣାପଡିଛି ।

  • ବାସନ୍ତୀ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ବାସନ୍ତୀ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ବାସନ୍ତୀ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାହାଙ୍ଗା ବ୍ଲକ ଅଧୀନ ଲଳିତଗିରି ପଞ୍ଚାୟତ ସ୍ଥିତନାରାୟଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବହୁ ଆନନ୍ଦ ଉଲ୍ଲାସରେ ବାସନ୍ତୀ ପବ୍ଲିକ୍ ସ୍କୁଲ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ବାର୍ଷିକ ଉତ୍ସବରେ ପ୍ରଭାତ ଶତପଥି ସମ୍ପାଦକୀୟ ସୂଚନା ପ୍ରଦାନ କରିଥିଲେ । ବାର୍ଷିକ ଉତ୍ସବରେ ବିଭିନ୍ନ ସ୍କୁଲ ର କୁନି କୁନି ଛାତ୍ରଛାତ୍ରୀ ଙ୍କ ସମେତ ସେମାନଙ୍କ ଅଭିଭାବକ ମାନେ ଯୋଗ ଦେଇଥିଲେ ।

    ଏହି ଅବସରରେ ସ୍କୁଲ ରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ଉତ୍ସବ ରେ କୃତ କାର୍ଯ୍ୟ ହୋଇଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସ୍କୁଲ ର ଶିକ୍ଷୟତ୍ରୀ ସସ୍ମିତା ସାହୁ, ମିନାକ୍ଷୀ ପଣ୍ଡା, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ବେଳେ ଗାୟତ୍ରୀ ଶତପଥୀ ଧନ୍ୟବାଦ ଦେଇଥିଲେ । ଏହି ବାର୍ଷିକ ଉତ୍ସବରେ ଲଳିତଗିରି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ ।

  • ଏବି ଡିଭିଲିୟର୍ସଙ୍କୁ କଲେ ପଛ, ରେକର୍ଡ ଟାର୍ଗେଟରେ ରିକି ପଣ୍ଟିଂ ଏବଂ ଏମଏସ ଧୋନି

    ଏବି ଡିଭିଲିୟର୍ସଙ୍କୁ କଲେ ପଛ, ରେକର୍ଡ ଟାର୍ଗେଟରେ ରିକି ପଣ୍ଟିଂ ଏବଂ ଏମଏସ ଧୋନି

    ରୋହିତ ଶର୍ମା ଏପର୍ଯ୍ୟନ୍ତ ଦିନିକିଆରେ ଅଧିନାୟକ ଭାବରେ ୧୨୦ଟି ଛକା ମାରି ସାରିଛନ୍ତି। ସେ ଏବେ ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ପାଖରେ ଖୁବ୍ ଶୀଘ୍ର ରିକି ପଣ୍ଟିଂ ଏବଂ ଏମ୍ଏସ୍ ଧୋନିଙ୍କୁ ପଛରେ ପକାଇବାର ସୁଯୋଗ ଅଛି।

    ରୋହିତ ଶର୍ମା ଯେତେବେଳେ ପିଚ୍ ରେ ସେଟ ହୋଇଯାନ୍ତି, ସେତେବେଳେ ତାଙ୍କ ବ୍ୟାଟରୁ , ସେ କେତେ ଛକା ମାରିବେ ତାହା ଦେଖିବାକୁ ଦର୍ଶକ ଚାହିଁ ବସିଥାନ୍ତି । ରବିବାର ସନ୍ଧ୍ୟାରେ କଟକର ବାରବାଟୀ ଷ୍ଟାଡିଅମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବା ସମୟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଇନିଂସରେ ରୋହିତ ଶର୍ମା ୭ଟି ଆକାଶଛୁଆଁ ଛକା ମାରି ଅନେକ ନୂଆ ରେକର୍ଡ ନିଜ ନାମରେ କରିଥିଲେ। ରୋହିତ ଶର୍ମା ଏବେ ଦକ୍ଷିଣ ଆଫ୍ରିକାର ସବୁଠାରୁ ବିପଜ୍ଜନକ ବ୍ୟାଟସମ୍ୟାନ୍ ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ଏବେ ତାଙ୍କର ଟାର୍ଗେଟରେ ରିକି ପଣ୍ଟିଂ ଏବଂ ଏମଏସ ଧୋନିଙ୍କ ରେକର୍ଡ, ଯେଉଁମାନେ ମହାନ ବ୍ୟାଟସମ୍ୟାନଙ୍କ ତାଲିକାରେ ସାମିଲ ଅଛନ୍ତି। ଯାହାକୁ ରୋହିତ ଶୀଘ୍ର ଭାଙ୍ଗିପାରନ୍ତି।

    ଏହା ଥିଲା ଇଂଲିଶ ବୋଲରଙ୍କ ଯୋଜନା
    ରଣନୀତିର ଖୁଲାସା କରି ରୋହିତ କହିଛନ୍ତି, “ଇଂଲିସ୍ ବୋଲରମାନେ ବଡି ଲାଇନ୍ ଏବଂ ଷ୍ଟମ୍ପରେ ବୋଲିଂ କରିଥିଲେ। ସେହି ସମୟ ଥିଲା ଯେତେବେଳେ ମୁଁ ମୋର ଯୋଜନା ପ୍ରସ୍ତୁତ କରିଥିଲି ଏବଂ ଖାଲି ସ୍ଥାନରୁ ସଟ୍ ଖେଳିବାକୁ ଚେଷ୍ଟା କରିଥିଲି”, ରୋହିତ କହିଛନ୍ତି, “ମୋତେ ଗିଲ୍ ଏବଂ ଆୟରଙ୍କଠାରୁ ମଧ୍ୟ ଭଲ ସହଯୋଗ ମିଳିଥିଲା । ଗିଲ୍ ଜଣେ ମହାନ ଖେଳାଳି। ଗିଲ୍ ପରିସ୍ଥିତି ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ଏବଂ ଯଦି ମୁଁ ଭୁଲ ନୁହେଁ, ତେବେ ପରିସଂଖ୍ୟାନ ଏହାକୁ ନିଶ୍ଚିତ କରେ।”

    ଏହି ପର୍ଯ୍ୟାୟରୁ ମ୍ୟାଚ୍ ଯେକୌଣସି ସ୍ଥାନକୁ ଯାଇପାରେ
    ରୋହିତ ତାଙ୍କ ଇନିଂସ ଉପରେ ଅଧିକ ଆଲୋକପାତ କରି କହିଛନ୍ତି, “ପାଳିର ମଧ୍ୟଭାଗର ଓଭରଗୁଡ଼ିକ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଏପରି ଏକ ପରିସ୍ଥିତି ଯେଉଁଠାରେ ମ୍ୟାଚ୍ ଯେକୌଣସି ଦଳ ସପକ୍ଷରେ ଯାଇପାରେ। ଯଦି ଆପଣ ଏହି ଓଭରଗୁଡ଼ିକୁ ଭଲ ଭାବରେ ବ୍ୟବହାର କରନ୍ତି କିମ୍ବା ସେଗୁଡ଼ିକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କୁ ଶେଷ ଓଭରଗୁଡ଼ିକ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ନାଗପୁରରେ ମଧ୍ୟ, ଆମେ ଏହି ଓଭରଗୁଡ଼ିକରେ ଭଲ ପ୍ରଦର୍ଶନ କରିଛୁ ଏବଂ ୱିକେଟ୍ ନେଇଛୁ। ଯେତେବେଳେ ଆପଣ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ଚାଲିଥାନ୍ତି, ତେବେ ରନ କରିବା ସହଜ ନୁହେଁ।”

    ରୋହିତ ଶର୍ମା ଅଧିନାୟକ ଭାବରେ ODIରେ ୧୨୦ଟି ଛକା ମାରି ସାରିଛନ୍ତି
    ରୋହିତ ଶର୍ମା ଦିନିକିଆରେ ସର୍ବାଧିକ ଛକା ମାରିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ୍। ସେ କଟକ ଦିନିକିଆରେ ହିଁ କ୍ରିସ୍ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଏବେ କେବଳ ପାକିସ୍ତାନର ଶାହିଦ ଆଫ୍ରିଦି ତାଙ୍କ ଆଗରେ ଅଛନ୍ତି। କିନ୍ତୁ ଯଦି ଆମେ ଜଣେ ଅଧିନାୟକ ଭାବରେ କଥା ହେବା, ତେବେ ଏଠାରେ ରୋହିତ ଶର୍ମା ୪ ନମ୍ବରରେ ଅଛନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକାର ଅଧିନାୟକତ୍ୱ ସମୟରେ ଦିନିକିଆରେ ୧୧୮ଟି ଛକା ମାରିଛନ୍ତି। ରୋହିତ ଶର୍ମା ଏପର୍ଯ୍ୟନ୍ତ ଦିନିକିଆରେ ଅଧିନାୟକ ଭାବରେ ୧୨୦ଟି ଛକା ମାରି ସାରିଛନ୍ତି।

    ରିକି ପଣ୍ଟିଂ ଏବଂ ଏମ୍ଏସ୍ ଧୋନିଙ୍କୁ ପଛରେ ପକାଇବାର ସୁଯୋଗ
    ଯଦି ଆମେ ରୋହିତ ଶର୍ମାଙ୍କଠାରୁ ଆଗରେ ଥିବା ବ୍ୟାଟସମ୍ୟାନଙ୍କ ବିଷୟରେ କଥା ହେବା, ତେବେ ରିକି ପଣ୍ଟିଂ ତାଙ୍କର ସବୁଠାରୁ ନିକଟତର। ରିକି ପଣ୍ଟିଂ ତାଙ୍କ ଦଳର ଅଧିନାୟକତ୍ୱ ସମୟରେ ଏକଦିବସୀୟ ମ୍ୟାଚ୍‌ରେ ୧୨୩ଟି ଛକା ମାରିଛନ୍ତି। ଭାରତ ପାଇଁ ତିନୋଟି ICC ଟାଇଟଲ ଜିତିଥିବା ଅଧିନାୟକ ଏମଏସ ଧୋନି ଏକଦିବସୀୟ ମ୍ୟାଚ୍‌ରେ ଅଧିନାୟକତ୍ୱ କରିବା ସମୟରେ ୧୨୬ଟି ଛକା ମାରିଛନ୍ତି। ଏହାର ଅର୍ଥ ହେଉଛି ରୋହିତ ଶର୍ମାଙ୍କୁ ରିକି ପଣ୍ଟିଂଙ୍କୁ ପଛରେ ପକାଇବା ପାଇଁ ଆଉ ୪ଟି ଛକା ଏବଂ ଏମଏସ ଧୋନିଙ୍କୁ ପଛରେ ପକାଇବା ପାଇଁ ଆଉ ୭ଟି ଛକା ଆବଶ୍ୟକ। ତଥାପି, ଇଂଲଣ୍ଡର ଇଓନ୍ ମୋର୍ଗାନ୍ ଏହି ତାଲିକାରେ ଏକ ନମ୍ବରରେ ଅଛନ୍ତି। ଯିଏ ଅଧିନାୟକତ୍ୱ କରିବା ସମୟରେ ODIରେ ୧୪୭ଟି ଛକା ମାରିଛନ୍ତି।

  • ଜବାହରଲାଲ ନେହରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

    ଜବାହରଲାଲ ନେହରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

    କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ ସ୍ଥିତ ଜବାହରଲାଲ ନେହରୁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ବିସ୍ୟୋତୋସ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ସ୍ବାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ ଯୋଗ ଦେଇ କଲେଜର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ଵାରୋପ କରିବା ସହିତ କଲେଜ ପରିସରରେ ୫୫ହଜାର ବର୍ଗଫୁଟ ମଡେଲ ଗୃହ ନିର୍ମାଣ ସହିତ ୬୦୦ ଆସନ ବିଶିଷ୍ଟ ଇଣ୍ଡୋର ଷ୍ଟାଡିୟମ ସହିତ ଅଡ଼ିଟୋରିୟମ ଓ ଷ୍ଟାଫ କମନ ରୁମ ତିଆରି କରାଯିବା ବୋଲି ସୂଚନା ଦେଇଛନ୍ତି |

    ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଯୋଗ ଦେଇଥିବା ବେଳେ ପ୍ରଧ୍ୟାପକ ଡ ନିଖୀଳେସପଦ ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟର ପୁରାତନ ଓ ବର୍ତ୍ତମାନର ବହୁ ଛାତ୍ରଛାତ୍ରୀ ସହଯୋଗ କରିଥିଲେ |